ସେୟାର
 
Comments
‘‘ବିନା ଚାପରେ ଏକ ଉତ୍ସବର ଉତ୍ସାହ ନେଇ ପରୀକ୍ଷା ଦିଅନ୍ତୁ’’
‘‘ପ୍ରଯୁକ୍ତିକୁ ଏକ ଚାଲେଞ୍ଜ ଭାବେ ନୁହେଁ ବରଂ ଏକ ସୁଯୋଗ ଭାବେ ଦେଖନ୍ତୁ’’
‘‘ଜାତୀୟ ଶିକ୍ଷା ନୀତିକୁ ନେଇ ବ୍ୟାପକ ବିଚାରବିମର୍ଶ ହୋଇଛି । ସାରା ଭାରତରେ ଲୋକମାନେ ଏହା ଉପରେ ମାନସମନ୍ଥନ କରିଛନ୍ତି’’
‘‘ବିଂଶ ଶତାବ୍ଦୀର ଶିକ୍ଷା ବ୍ୟବସ୍ଥା ଏବଂ ବିଚାର ଏକବିଂଶ ଶତାବ୍ଦୀରେ ଆମର ବିକାଶ ଧାରାକୁ ବିବେଚନା କରିପାରିବ ନାହିଁ । ଆମକୁ ସମୟ ସହ ତାଳ ଦେଇ ବଦଳିବାକୁ ପଡ଼ିବ’’
‘‘ଶିକ୍ଷକ ଏବଂ ଅଭିଭାବକମାନଙ୍କର ଅସମ୍ପୂର୍ଣ୍ଣ ସ୍ୱପ୍ନକୁ ଛାତ୍ରଛାତ୍ରୀଙ୍କ ଉପରେ ଲଦି ଦିଆଯାଇ ପାରିବ ନାହିଁ । ପିଲାମାନେ ତାଙ୍କ ନିଜ ସ୍ୱପ୍ନକୁ ସାକାର କରିବା ଦିଗରେ ଆଗେଇବା ଜରୁରି’’
‘‘ପ୍ରେରଣା ପାଇଁ କୌଣସି ଇଞ୍ଜେକ୍ସନ କିମ୍ବା ସୂତ୍ର ନାହିଁ । ବରଂ, ନିଜକୁ ଭଲ ଭାବେ ଚିହ୍ନନ୍ତୁ ଓ କ’ଣ ଆପଣଙ୍କୁ ଖୁସି ଦେଉଛି ତାହା ଜାଣନ୍ତୁ ଏବଂ ସେହି ଅନୁଯାୟୀ ଆଗକୁ ବଢ଼ନ୍ତୁ’’
‘‘ଆପଣ ଉପଭୋଗ କରୁଥିବା କାମ କରନ୍ତୁ, ତା’ହେଲେ ଯାଇ ଆପଣ ସର୍ବାଧିକ ପରିଣାମ ପାଇପାରିବେ’’
‘‘ଆପଣମାନେ ଏକ ସ୍ୱତନ୍ତ୍ର ପିଢ଼ିର ପ୍ରତିନିଧିତ୍ୱ କରୁଛନ୍ତି । ହଁ, ଏଥିରେ ନିଶ୍ଚିତ ଭାବେ ଅଧିକ ପ୍ରତିଦ୍ୱନ୍ଦ୍ୱିତା ରହିଛି କିନ୍ତୁ ଅପାର ସୁଯୋଗ ମଧ୍ୟ ରହିଛି’’
‘‘ଝିଅମାନେ ପରିବାରର ସାମର୍ଥ୍ୟ । ଜୀବନର ବିଭିନ୍ନ କ୍ଷେତ୍ରରେ ଆମ ନାରୀ ଶକ୍ତି ଉଲ୍ଲେଖନୀୟ ସଫଳତା ହାସଲ କରିବା ଠାରୁ ଭଲ
ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହିତ ଆପୋସ ଆଲୋଚନା କରିଥିଲେ ।
ଏମାନଙ୍କ ବ୍ୟତୀତ ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ । ପ୍ରଧାନମନ୍ତ୍ରୀ ଏହି ଆଲୋଚନା ସମୟରେ ସମସ୍ତଙ୍କ ସହିତ ଆଗ୍ରହର ସହ, ଉଦାରତାପୂର୍ଣ୍ଣ ମତ ବିନିମୟ କରିଥିଲେ ।

ଆପଣ ସମସ୍ତଙ୍କୁ  ନମସ୍କାର। ସେମିତିରେ ଏହା ହେଉଛି ମୋର ବଡ଼ ପ୍ରିୟ କାର୍ଯ୍ୟକ୍ରମ କିନ୍ତୁ କରୋନା ଯୋଗୁଁ, ମଝିରେ ମୁଁ ଆପଣମାନଙ୍କ ଭଳି ବନ୍ଧୁମାନଙ୍କୁ ସାକ୍ଷାତ କରି ପାରିଲି ନାହିଁ। ମୋ ପାଇଁ ଆଜିର କାର୍ଯ୍ୟକ୍ରମ ହେଉଛି ଟିକେ ବିଶେଷ ଖୁସି ଓ ଆତ୍ମ ସନ୍ତୋଷର। କାରଣ ଏକ ଦୀର୍ଘ ସମୟର ବ୍ୟବଧାନ ପରେ ଆପଣ ସମସ୍ତଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିଛି। ମୁଁ ଅନୁଭବ କରି ପାରୁ ନାହିଁ ଯେ, ପରୀକ୍ଷା ତୁମମାନଙ୍କ ପାଇଁ କୌଣସି ଚାପ ସୃଷ୍ଟି କରିବ। କ’ଣ ମୁଁ ଠିକ୍ କହୁଛି ତ ? ମୁଁ ଠିକ୍ କହୁଛି ତ ? ତୁମମାନଙ୍କ ପାଇଁ କୌଣସି ଚାପ ସୃଷ୍ଟି କରିବ ନାହିଁ ତ? ଯଦି କିଛି ଚିନ୍ତାଗ୍ରସ୍ତ କରିବ ତେବେ ତୁମ ମାତା-ପିତାଙ୍କ ପାଇଁ। ଆରେ ଇଏ କ’ଣ କରିବ। ସତ କଥା କୁହନ୍ତୁ କାହାକୁ ଚିନ୍ତା ଅଛି ତୁମକୁ, ନା ତୁମ ପରିବାରର ଲୋକଙ୍କୁ? ଯେଉଁମାନଙ୍କୁ ନିଜକୁ ଚିନ୍ତା ଅଛି ସେମାନେ ହାତ ଟେକନ୍ତୁ। ଆଚ୍ଛା ଏବେ ମଧ୍ୟ ଲୋକ ଅଛନ୍ତି, ଆଚ୍ଛା। ଆଉ ଯେଉଁମାନଙ୍କର ସଠିକ ଭାବେ ବିଶ୍ୱାସ ରହିଛି ଯେ ମମ୍ମି- ପାପା ସୃଷ୍ଟି କରିବ। କ’ଣ ମୁଁ ଠିକ୍ କହୁଛି ତ? ମୁଁ ଠିକ୍ କହୁଛି ତ ? ତୁମମାନଙ୍କ ପାଇଁ କୌଣସି ଚିନ୍ତା ସୃଷ୍ଟି କରିବ ନାହିଁ ତ ? ଯଦି କିଛି ଚିନ୍ତାଗ୍ରସ୍ତ କରିବ ତେବେ ତୁମ ମାତା-ପିତାଙ୍କ ପାଇଁ। ଆରେ ଇଏ କ’ଣ କରିବ। ସତ କଥା କୁହନ୍ତୁ କାହାକୁ ଚିନ୍ତା ଅଛି ତୁମକୁ, ନା ତୁମ ପରିବାରର ଲୋକଙ୍କୁ ? ଯେଉଁମାନଙ୍କୁ, ନିଜକୁ ଚିନ୍ତା ଅଛି ସେମାନେ ହାତ ଟେକନ୍ତୁ। ଆଚ୍ଛା ଏବେ ମଧ୍ୟ ଲୋକ ଅଛନ୍ତି, ଆଚ୍ଛା। ଆଉ ଯେଉଁମାନଙ୍କର ସଠିକ ଭାବେ ବିଶ୍ୱାସ ରହିଛି ଯେ ମମ୍ମି- ପାପାଙ୍କୁ ଚିନ୍ତା ଅଛି ସେମାନେ ହେଉଛନ୍ତି କିଏ- କିଏ? ଅଧିକାଂଶ ଲୋକ ହେଉଛନ୍ତି ମଧ୍ୟ ସେମାନେ। କାଲି ବିକ୍ରମ ସମ୍ବତ ନବବର୍ଷ ଆରମ୍ଭ ହେଉଅଛି। ଆଉ ଏମିତି ଅପ୍ରେଲ ମାସ ଆମ ଦେଶରେ ଅନେକ ଉତ୍ସବ ଭରପୁର ହୋଇ ରହିଥାଏ। ଆଗକୁ ଆସୁଥିବା ସମସ୍ତ ଉତ୍ସବ ଓ ପର୍ବପର୍ବାଣୀ ପାଇଁ ତୁମ ସମସ୍ତଙ୍କୁ ବହୁତ- ବହୁତ ଶୁଭକାମନା। କିନ୍ତୁ ଉତ୍ସବ ମଧ୍ୟରେ ପରୀକ୍ଷା ମଧ୍ୟ ହୋଇଥାଏ ଏବଂ ଏଥତ୍ପାଇଁ ତୁମେମାନେ ଉତ୍ସବର ମଜା ନେଇ ପାରି ନଥାଅ। କିନ୍ତୁ ଯଦି ଆମେ ପରୀକ୍ଷାକୁ ଉତ୍ସବ କରିଦେବା। ତେବେ ପୁଣି ତାହା ଉତ୍ସବରେ ଅନେକ ରଙ୍ଗ ଭରି ଦେଇଥାଏ। ଆଉ ଏଥିାଇଁ ଆମର ଆଜିର କାର୍ଯ୍ୟକ୍ରମ, ଆମେ ଆମର ପରୀକ୍ଷାକୁ କିପରି ଉତ୍ସବର ବାତାବରଣ ମଧ୍ୟରେ କରିପାରିବା, ତାକୁ କିପରି ରଙ୍ଗରେ ଭରିଦେବା, ଉତ୍ସାହ, ଉଦ୍ଦୀପନା ସହିତ ଆମେ ପରୀକ୍ଷା ପାଇଁ ପ୍ରସ୍ଥାନ କରିବା ? ଏହି ସମସ୍ତ କଥାକୁ ନେଇ ଆମେ ଆଲୋଚନା କରିବା। ଅନେକ ସାଥୀ ମଧ୍ୟ ମୋତେ ବହୁତଗୁଡ଼ିଏ ପ୍ରଶ୍ନ ପଠାଇଛନ୍ତି। କିଛି ଲୋକ ମୋତେ ଅଡିଓ ବର୍ତ୍ତା ମଧ୍ୟ ପଠାଇଛନ୍ତି, କିଛି ଲୋକ ମଧ୍ୟ ମୋତେ ଭିଡିଓ ବର୍ତ୍ତା ପଠାଇଛନ୍ତି। ମିଡିଆର ବନ୍ଧୁମାନେ ମଧ୍ୟ ଅନେକ ସ୍ଥାନରେ ବିଦ୍ୟାର୍ଥୀମାନଙ୍କ ସହିତ କଥା ହୋଇ ଅନେକ ପ୍ରଶ୍ନ ପଠାଇଛନ୍ତି। କିନ୍ତୁ ସମୟସୀମା ମଧ୍ୟରେ ଯାହା କିଛି ମଧ୍ୟ କରି ହେବ ତାହା ନିଶ୍ଚୟ କରିବି। କିନ୍ତୁ ମୁଁ ଚଳିତ ଥର ଏକ ନୂଆ ସାହସ କରିବାକୁ ଯାଉଛି। କାରଣ ପାଞ୍ଚ ଥରର ଅନୁଭବ ଏହା ରହିଛି ଯେ, ପରେ କିଛି ଲୋକଙ୍କ ଅଭିଯୋଗ ରହିଥାଏ ଯେ ମୋ କଥା ରହିଯାଇଛି। ମୋ କଥା ରହିଲା ନାହିଁ, ଇତ୍ୟାଦି..। ତେଣୁ ମୁଁ ଚଳିତ ଥର ଏକ କାର୍ଯ୍ୟ କରିବାକୁ ଚାହୁଁଛି। ଆଜି ଯେତିକି ହୋଇ ପାରିବ ହେବ। ସମୟ ସୀମା ମଧ୍ୟରେ ଆମେ କଥା ହେବା। କିନ୍ତୁ ପରେ ଆପଣମାନଙ୍କର ଯେଉଁ ପ୍ରଶ୍ନ ଅଛି, ଯଦି ସମୟ ମିଳିଲା, ତେବେ ଭିଡିଓ ମାଧ୍ୟମରେ ଅବା ଅଡିଓ ମାଧ୍ୟମରେ ହୋଇ ପାରିବ, ତେବେ ଆପଣମାନଙ୍କ ସହ ନମୋ ଆପରେ ମୁଁ ରିଟର୍ଣ୍ଣ ଟ୍ୟାକ୍ସ ଭଳି ଆଲୋଚନା କରିବି। ନମୋ ଆପରେ ଏକ ନୂତନ ପ୍ରୟୋଗ ପ୍ରକରରେ ରିଟର୍ଣ୍ଣ ଟ୍ୟାକ୍ସ ଭଳି ଆଲୋଚନା କରିବି। ନମୋ ଆପରେ ଏକ ନୂତନ ପ୍ରୟୋଗ କରାଯାଇଛି, ମାଇକ୍ରୋ ସାଇଟ ପ୍ରସ୍ତୁତ ହୋଇଛି। ଆଜି ଯେଉଁ କଥା ବାକି ରହିଛି ତାହାକୁ ଆପଣମାନେ ନମୋ ଆପ୍ ମାଧ୍ୟମରେ ଦେଖି ପାରିବେ, ତାହାର ଲାଭ ଉଠାଇ ପାରିବେ। ତେବେ ଆସନ୍ତୁ ଆମେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା। ସର୍ବପ୍ରଥମେ କିଏ ଅଛନ୍ତି?

ଉପସ୍ଥାପକ : ଧନ୍ୟବାଦ ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ। ସାର୍, ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ ଆପଣଙ୍କ ପ୍ରେରଣାଦାୟୀ ଏବଂ ଜ୍ଞାନବର୍ଦ୍ଧକ ଉଦବୋଧନ ସଦାସର୍ବଦା ଆମକୁ ସକରାତ୍ମକ ଉର୍ଜ୍ଜା ଏବଂ ବିଶ୍ୱାସରେ ଭରି ଦେଇଥାଏ। ଆଣଙ୍କର ବୃହତ ଅନୁଭବ ଏବଂ ଜ୍ଞାନପୂର୍ଣ୍ଣ ମାର୍ଗଦର୍ଶନକୁ ଆମେ ଉତ୍ସୁକତାର ସହିତ ପ୍ରତୀକ୍ଷା କରି ରହିଛୁ। ମାନନୀୟ, ଆପଣଙ୍କ ଆଶୀର୍ବାଦ ଏବଂ ଅନୁମତି ମିଳିଲେ ଆମେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହୁଁଛୁ। ଧନ୍ୟବାଦ ମାନ୍ୟବର। ମାନନୀୟ  ପ୍ରଧାନମନ୍ତ୍ରୀ ମହୋଦୟ ଭାରତର ରାଜଧାନୀ ଐତିହାସିକ ନଗରୀ ଦିଲ୍ଲୀ, ବିବେକାନନ୍ଦ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଖୁସୀ ଜୈନ ଆପଣଙ୍କୁ ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି। ଖୁସୀ ଦୟାକରି ତୁମର ପ୍ରଶ୍ନ ପଚାର।

ଏହା ଖୁବ ଭଲ କଥା ଯେ ଖୁସୀରୁ ଆରମ୍ଭ ହେଉଛି। ଆଉ ଆମେ ଏହା ମଧ୍ୟ ଚାହୁଁଛୁ ଯେ ପରୀକ୍ଷା ସମାପ୍ତ ହେବା ପର୍ଯ୍ୟନ୍ତ ଖୁସୀ ହିଁ ଖୁସୀର ବାତାବରଣ ରହୁ।

ଖୁସୀ: ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ ନମସ୍କାର, ମୋର ନାମ ହେଉଛି ଖୁସୀ ଜୈନ। ମୁଁ ଆନନ୍ଦବିହାର ଦିଲ୍ଲୀର ବିବେକାନନ୍ଦ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ରୀ। ମାନ୍ୟବର, ମୋର ପ୍ରଶ୍ନ ହେଉଛି ଯେତେବେଳେ ଆମେ ବିଚଳିତ ହେବାର ସ୍ଥିତିରେ ରହିଥାଉ, ତେବେ ପରୀକ୍ଷା ସମୟରେ ଆମେ କିଭଳି ପ୍ରସ୍ତୁତ ହେବୁ? ଧନ୍ୟବାଦ।

ଉପସ୍ଥାପକ:  ଧନ୍ୟବାଦ ଖୁସୀ, ମାନ୍ୟବର, ସାହିତ୍ୟିକ ପରମ୍ପରାର ପରିପ୍ରେକ୍ଷୀରେ ମୁଁ ଅତ୍ୟନ୍ତ ସମୃଦ୍ଧ ପ୍ରଦେଶ ଛତିଶଗଡ଼ର ବିଳାଶପୁରରୁ ଦ୍ୱାଦଶ ଶ୍ରେଣୀର ଛାତ୍ର ଏ. ଶ୍ରୀଧର ଶର୍ମା ଏଭଳି କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେ ପ୍ରଧାନମନ୍ତ୍ରୀ ମହୋଦୟଙ୍କୁ ପ୍ରଶ୍ନ ପଚାରିବା ପାଇଁ ଉତ୍ସୁକ ଅଛନ୍ତି। ଶ୍ରୀଧର, ଦୟାକରି ନିଜର ପ୍ରଶ୍ନ ପଚାରନ୍ତୁ।

ଶ୍ରୀଧର ଶର୍ମାନମସ୍କାର, ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ ଏ. ଶ୍ରୀଧର ଶର୍ମା ଦକ୍ଷିଣପୂର୍ବ- ମଧ୍ୟ ରେଳବାଇର 1 ନଂ. ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ, ଛତିଶଗଡ଼ ବିଳାଶପୁରର ଦ୍ୱାଦଶ ଶ୍ରେଣୀ କଳାର ଛାତ୍ର। ମହୋଦୟ ମୋର ପ୍ରଶ୍ନ କିଛି ଏଭଳି – ମୁଁ ପରୀକ୍ଷା ସମ୍ବନ୍ଧୀୟ ଚାପର କିଭଳି ମୁକାବିଲା କରି ପାରିବି? ଯଦି ମୋର ଭଲ ନମ୍ବର ଆସିବ ନାହିଁ, ତେବେ କ’ଣ ହେବ? ଯଦି ମୋତେ, ମୁଁ ଆଶା କରୁଥିବା ନମ୍ବର ମିଳିଲା ନାହିଁ, ତେବେ କ’ଣ ହେବ? ଆଉ ଅନ୍ତତଃ ଯଦି ମୋର ଭଲ ଗ୍ରେଡ଼ ନ ଆସିଲା, ତେବେ ମୁଁ ମୋ ପରିବାରର ନିରାଶାର କିପରି ମୁକାବିଲା କରି ପାରିବି?

ଉପସ୍ଥାପକ: ଧନ୍ୟବାଦ ଶ୍ରୀଧର, ସାବରମତୀର ସନ୍ଥ ମହାତ୍ମା ଗାନ୍ଧିଜୀଙ୍କ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ ହୋଇଥିବା ସ୍ଥାନ, ଭଦୋଦ୍ରାରୁ ଦଶମ ଶ୍ରେଣୀର ଛାତ୍ର କେନି ପଟେଲ, ଯିଏକି ସେହିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେ ଆପଣଙ୍କ ମାର୍ଗଦର୍ଶନ ଚାହୁଁଛନ୍ତି। କେନି ଦୟାକରି ତୁମର ପ୍ରଶ୍ନ ପଚାର।

କେନି ପଟେଲ: ଧନ୍ୟବାଦ ପ୍ରଧାନମନ୍ତ୍ରୀ ମହୋଦୟ, ମୋର ନାମ କେନି ପଟେଲ। ମୁଁ ଗୁଜରାଟ ଭଦୋଦ୍ରାର ଟ୍ରି ହାଉସ୍ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର। ମୋର ପ୍ରଶ୍ନ ହେଉଛି ସମ୍ପୂର୍ଣ୍ଣ ପାଠ୍ୟକ୍ରମକୁ କିଭଳି ଶେଷ କରିବା ଓ ପୁନଃଅଭ୍ୟାସ କରି ଚାପମୁକ୍ତ ହୋଇ ପରୀକ୍ଷା ପାଇଁ ଆଗେଇବା। ପରୀକ୍ଷା ସମୟରେ କିପରି ଉପଯୁକ୍ତ ବିଶ୍ରାମ ଓ ନିଦ୍ରା ଯିବା, ସେ ସମ୍ପର୍କରେ ଆପଣ ମାର୍ଗଦର୍ଶନ କରନ୍ତୁ। ଧନ୍ୟବାଦ ସାର୍।

ଉପସ୍ଥାପକ: ଧନ୍ୟବାଦ କେନି, ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ଖୁସୀ, ଶ୍ରୀଧର ଶର୍ମା, କେନି ପଟେଲ ପରୀକ୍ଷାଜନିତ ଚାପକୁ ନେଇ ବ୍ୟଥିତ ଅଛନ୍ତି। ତାଙ୍କ ଭଳି ସାରା ଦେଶର ଅନେକ ବିଦ୍ୟାର୍ଥୀ ପରୀକ୍ଷା ଚାପ ସମ୍ବନ୍ଧିତ ପ୍ରଶ୍ନ ପଚାରିଛନ୍ତି। ପରୀକ୍ଷାଜନିତ ଚାପରେ ପ୍ରାୟତଃ ସମସ୍ତ ବିଦ୍ୟାର୍ଥୀ ପ୍ରଭାବିତ ହୋଇ ଥାଆନ୍ତି। ଆଉ ଆପଣଙ୍କ ମାର୍ଗଦର୍ଶନର ଅଭିଳାଷୀ ଅଟନ୍ତି। ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ,

ପ୍ରଧାନମନ୍ତ୍ରୀ ମହୋଦୟଏକା ସାଙ୍ଗରେ ତୁମେମାନେ ଏତେ ପ୍ରଶ୍ନ ପଚାରିଛ, ଏପରି ଲାଗୁଛି ଯେ ମୋତେ ମଧ୍ୟ ଭୟର ବାତାବରଣ ଦେଇ ଗତି କରିବାକୁ ପଡ଼ିବ। ଦେଖ, ତୁମମାନଙ୍କ ମନରେ କାହିଁକି ଭୟ ସୃଷ୍ଟି ହେଉଛି। ଏହି ପ୍ରଶ୍ନ ମଧ୍ୟ ମୋ ମନରେ ଅଛି। କ’ଣ ତୁମେ ପ୍ରଥମ ଥର ପରୀକ୍ଷା ଦେବାକୁ ଯାଉଛ କି? ତୁମ୍ଭମାନଙ୍କ ମଧ୍ୟରେ ଏପରି କେହି ନାହିଁ ଯିଏ ପ୍ରଥମ ଥର ପରୀକ୍ଷା ଦେବାକୁ ଯାଉଛି। ଅର୍ଥାତ ତୁମମାନଙ୍କ ମଧ୍ୟରୁ ଅନେକ ବହୁତଗୁଡ଼ିଏ ପରୀକ୍ଷା ଦେଇ ସାରିଛ। ଆଉ ଏବେ ତ ତୁମେ ଏକପ୍ରକାରରେ ପରୀକ୍ଷାର ଏହି ସମୟର ଶେଷ ସେ।।ନରେ ପହଞ୍ଚିି ସାରିଛ। ଏତେ ବଡ଼ ସମୁଦ୍ର ଅତିକ୍ରମ କରିବା ପରେ କୂଳରେ ବୁଡ଼ିଯିବାର ଭୟ କାହିଁକି ମନ ଭିତରେ ରହୁଛି। ତେବେ ପ୍ରଥମ କଥାଟି ହେଉଛି ତୁମେ ମନରେ ଗୋଟିଏ କଥା ସ୍ଥିର କରିନିଅ ଯେ ପରୀକ୍ଷା ଜୀବନର ହେଉଛି ଏକ ସହଜ ଅଂଶ। ଆମର ବିକାଶ ଯାତ୍ରାର ହେଉଛି ଛୋଟ- ଛୋଟ- ଛୋଟ ସୋପାନ। ଆଉ ଏହି ସୋପାନ ଦେଇ ଆମକୁ ଅତିକ୍ରମ କରିବାକୁ ହେବ। ଆଉ ଆମେ ଅତିକ୍ରମ କରି ସାରିଛେ। ଯଦି ଆମେ ଏତେ ଥର ପରୀକ୍ଷା ଦେଇ ସାରିଛେ। ପରୀକ୍ଷା ଦେଉ- ଦେଉ ଆମେ ଏକ ପ୍ରକାରରେ ପରୀକ୍ଷା ଦ୍ୱାରା ପ୍ରମାଣିତ ହୋଇ ସାରିଛେ। ଆଉ ଯେତେବେଳେ ଏହି ବିଶ୍ୱାସ ସୃଷ୍ଟି ହୋଇଯାଇଥାଏ । ତେବେ ଖାଲି ଏହା ନୁହେଁ, ଆସୁଥିବା କୌଣସି ପରୀକ୍ଷା ପାଇଁ ଏହି ଅନୁଭବ ନିଜକୁ ନିଜ ମଧ୍ୟରେ ତୁମର ଶକ୍ତି ପାଲଟି ଯାଇଥାଏ । ଏହାଦ୍ୱାରା ତୁମର ଏହି ଅନୁଭବ ଯେଉଁ ପ୍ରକ୍ରିୟା ଦେଇ ତୁମେ ଗତି କରିଛ। ତୁମେ କେବେ ମଧ୍ୟ ଏହାକୁ ଛୋଟ ବୋଲି ଭାବିବ ନାହିଁ । ଦ୍ୱିତୀୟରେ ଏହାକୁ ନେଇ ତୁମ ମନରେ ଯେଉଁ ଭୟ ସୃଷ୍ଟି ହେଉଛି କ’ଣ ଏହା ନୁହେଁ ଯେ ପ୍ରସ୍ତୁତିରେ କୌଣସି ଅଭାବ ରହିଯାଇଛି। କହିବା ପାଇଁ ତ ଆମେ କିଛି ମଧ୍ୟ କହିଦେଉ। କିନ୍ତୁ ମନରେ ରହିଥାଏ । ମୋର ତୁମ ମାନଙ୍କୁ ଏକ ପରାମର୍ଶ ଏବେ ପରୀକ୍ଷା  ମଧ୍ୟରେ ଅଧିକ ସମୟ ନାହିଁ, ଏହି ବୋଝ ସହିତ ବଞ୍ଚିବାକୁ ହେବ ଯାହା କରିଛୁ, ତାହାକୁ ବିଶ୍ୱାସ କରି ଆଗକୁ ବଢ଼ିବାକୁ ହେବ। ହୋଇପାରେ ଗୋଟିଏ ଦୁଇଟି କଥା ଛାଡି ଦେଇଥିବ। ଗୋଟିଏ ଅଧେ କଥାରେ ଯେତେ ପରିଶ୍ରମ କରିବା କଥା ତାହା ହେଇ ନ ଥିବ, ଏଥିରେ କ’ଣ ଅଛି। କିନ୍ତୁ ଯାହା ହୋଇଛି ସେଥିରେ ମୋର ଆତ୍ମବିଶ୍ୱାସ ଭରପୁର ହୋଇ ରହିଛି। ତେବେ ତାହା ଅନ୍ୟ କଥାକୁ କରି ପୂରଣ କରିଦେଇ ପାରିବ। ଆଉ ଏଥତ୍ପାଇଁ ମୋର ତୁମ ମାନଙ୍କୁ ଅନୁରୋଧ। ତୁମେମାନେ ଏହି ଚାପ ମଧ୍ୟରେ ରୁହ ନାହିଁ। ଭୟ ସୃଷ୍ଟି ହେଉ ଏଭଳି ବାତାବରଣ ସୃଷ୍ଟି ହେବାକୁ ଦିଅ ନାହିଁ। ଯେତେ ସହଜ ତୁମର ଦିନଚର୍ଯ୍ୟା ରହିଥାଏ। ସେତିକି ସହଜ ଦିନଚର୍ଯ୍ୟା ତୁମେ ଆଗାମୀ ପରୀକ୍ଷା ସମୟରେ ମଧ୍ୟ ଅତିବାହିତ କର। ଯେତେ ଅଧିକ ଅବା କମ୍ ଯୋଡିବା କିମ୍ବା ଭାଗ କରିବା ତାହା ସଂମ୍ପୂର୍ଣ୍ଣ ଭାବେ ତୁମର ବିଶ୍ୱାସରେ ପ୍ରତିବନ୍ଧକ ସୃଷ୍ଟି କରିବ। ସେ ଏହା କରୁଛି, ଚାଲ ମୁଁ ମଧ୍ୟ ତାହା କରିବି। ମୋର ଜଣେ ସାଙ୍ଗ ଏହା କରୁଛି ଏଥତ୍ପାଇଁ ତାହାର ଭଲ ନମ୍ବର ଆସୁଛି, ମୁଁ ମଧ୍ୟ ତାହା କରିବି। ଯାହା ତୁମେ ଶୁଣିଛ, ତାହା ତୁମେ କର ନାହିଁ। ତୁମେ ତାହା କର, ଯାହା ଏତେ ସମୟ ଧରି କରି ଆସୁଛ। ଆଉ ସେଥିରେ ବିଶ୍ୱାସ ଭରି ଚାଲ। ମୋର ସଂମ୍ପୁର୍ଣ୍ଣ ବିଶ୍ୱାସ ରହିଛି ଯେ ତୁମେ ଖୁବ ସରଳତାର ସହ, ଉତ୍ସାହର ସହିତ, ଉଦ୍ଦିପନାର ସହିତ ଉତ୍ସବର ଭାବନା ସହିତ ପରୀକ୍ଷା ଦେଇ ପାରିବ ଓ ସଫଳ ହୋଇ ରହିବ।

ଉପସ୍ଥାପକ :  ଧନ୍ୟବାଦ ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ, ସାର, ନିଜ ମଧ୍ୟରେ ବିଶ୍ୱାସ ସୃଷ୍ଟି କରି ପରୀକ୍ଷାକୁ ଏକ ପ୍ରାକୃତିକ ଅଭ୍ୟାସ ଭାବେ ଗ୍ରହଣ କରିବା ନେଇ ଆପଣଙ୍କ ଶିକ୍ଷା ଆମ୍ଭମାନଙ୍କୁ ଅନେକ ପ୍ରେରଣା ଯୋଗାଇଛି। ମାନନୀୟ ପ୍ରଧାନମନ୍ତ୍ରୀ ସାର୍, ପରବର୍ତ୍ତୀ ପ୍ରଶ୍ନ ଜାତୀୟ ଉଦ୍ୟାନ ଏବଂ ଐତିହ୍ୟର କେନ୍ଦ୍ରସ୍ଥଳୀ କର୍ଣ୍ଣାଟକର ମହୀଶୂରରୁ ଆସିଛି। ଏକାଦଶ ଶ୍ରେଣୀର ଛାତ୍ର ତରୁଣ ଏମବି ତାଙ୍କ ସମସ୍ୟାର ସମାଧାନ ନେଇ ପ୍ରଶ୍ନ କରୁଛନ୍ତି, ତରୁଣ ଦୟାକରି ତୁମେ ତୁମର ପ୍ରଶ୍ନ ପଚାର।

ତରୁଣ: ସୁପ୍ରଭାତ ସାର୍, ମୁଁ ତରୁଣ ଏମବି, କର୍ଣ୍ଣାଟକର ମହୀଶୂର ଜବାହର ନବୋଦୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ର। ପରୀକ୍ଷା ପେ ଚର୍ଚ୍ଚା 2022, ଯାହାକି ପଞ୍ଚମ ସଂସ୍କରଣ ଏଥିରେ ଅଂଶଗ୍ରହଣ କରିବାର ସୁଯୋଗ ମୋତେ ମିଳିଥିବାରୁ ମୁଁ ମୋର କୃତଜ୍ଞତା ବ୍ୟକ୍ତ କରୁଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାଶୟଙ୍କୁ ମୋର ପ୍ରଶ୍ନ, ଜଣେ ଛାତ୍ର ସକାଳୁ ପାଠ ପଢ଼ିବା ଉପରେ କିପରି ଦୃଷ୍ଟି ଦେଇ ପାରିବ? ଯଦିଓ ୟୁଟ୍ୟୁବ, ହ୍ୱାଟ୍ସ-ଆପ୍ସ ଏବଂ ଅନ୍ୟାନ୍ୟ ସମାଜିକ ଗଣମାଧ୍ୟମରେ ମନ ବିକ୍ଷିପ୍ତ ହୋଇ ରହିଥାଏ। ତେଣୁ, ଏସବୁ ମଧ୍ୟରେ ଅନ୍ ଲାଇନରେ ପାଠ ପଢ଼ିବା ବହୁତ କଷ୍ଟକର ହୋଇଥାଏ ଆଜ୍ଞା, ସାର୍ ଏହାର କିଛି ସମାଧାନ ରହିଛି କି? ଧନ୍ୟବାଦ ସାର୍।

ଉପସ୍ଥାପକ: ଧନ୍ୟବାଦ ତରୁଣ, ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ, ସାର୍ ଦିଲ୍ଲୀ କଣ୍ଟେନମେଣ୍ଟ ବୋର୍ଡର ସିଲଭର ଓକ୍ସ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ସାହିଦ ଅଲ୍ଲୀ ସମାନ ପ୍ରକାରର ପ୍ରଶ୍ନ ପଚାରିବାକୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି। ସାହିଦ ଦୟାକରି ତୁମେ ତୁମର ପ୍ରଶ୍ନ ପଚାର।

ସାହିଦ: ନମସ୍କାର ମହୋଦୟ, ମାନନୀୟ ପ୍ରଧାନମନ୍ତ୍ରୀ ମହାଶୟ, ମୁଁ ସାହିଦ ଅଲ୍ଲୀ, ଦିଲ୍ଲୀ କଣ୍ଟେନମେଣ୍ଟ ବୋର୍ଡର ସିଲଭର ଓକ୍ସ ସ୍କୁଲର ଦଶମ ଶ୍ରେଣୀ ଛାତ୍ର। ବିଗତ ଦୁଇ ବର୍ଷ ହେବ ଆମେ ଅନ୍ ଲାଇନ୍ ମାଧ୍ୟମରେ ନିଜର ପାଠପଢ଼ା ଜାରି ରଖିଛୁ। ଇଣ୍ଟରନେଟର ବ୍ୟବହାର ଯୋଗୁଁ ଆମମାନଙ୍କ ମଧ୍ୟରୁ ବହୁତ ପିଲା ସାମାଜିକ ଗଣମାଧ୍ୟମ ଏବଂ ଅନ୍ ଲାଇନ୍ ଗେମିଂର ନିଶାରେ ପଡ଼ି ଯାଇଛନ୍ତି। ଏହି ସ୍ଥିତିରୁ ବାହାରିବା ପାଇଁ କ’ଣ କରିବାକୁ ପଡ଼ିବ। ଦୟାକରି ଆମର ମାର୍ଗଦର୍ଶନ କରନ୍ତୁ।

ଉପସ୍ଥାପକ :  ଧନ୍ୟବାଦ ସାହିଦ, ମାନ୍ୟବର ସାର, କେରଳର ତିରୁଅନନ୍ତପୁରମର ଦଶମ ଶ୍ରେଣୀର ଛାତ୍ର କୀର୍ତ୍ତନା ନାୟାର, ଏହିଭଳି ସମାନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଆପଣଙ୍କ ମାର୍ଗଦର୍ଶନର ଆଶା ରଖିଛନ୍ତି। ସାର୍, କୀର୍ତ୍ତନାଙ୍କ ପ୍ରଶ୍ନ ଟାଇମ୍ସ ନାଓରୁ ସଂଗ୍ରହ କରାଯାଇଛି। କୀର୍ତ୍ତନା ଦୟାକରି ତୁମେ ତୁମର ପ୍ରଶ୍ନ ପଚାର।

କୀର୍ତ୍ତନା : ହାଏ, ମୁଁ ହେଉଛି କେରଳର ତିରୁଅନନ୍ତପୁରମର କ୍ରିଷଲା ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ କୀର୍ତ୍ତନା ନାୟାର, ଆପଣମାନେ ସମସ୍ତେ ଜାଣନ୍ତି ମହାମାରୀ ସମୟରେ ଆମର ପାଠପଢ଼ା ଅନ୍ ଲାଇନ୍ ମୋଡ଼କୁ ପରିବର୍ତ୍ତିତ ହୋଇ ଯାଇଥିଲା। ମୋବାଇଲ ଓ ସାମାଜିକ ଗଣମାଧ୍ୟମର ବ୍ୟବହାରକୁ ନେଇ ଆମ ଘରେ ବହୁତ ପ୍ରତିବନ୍ଧକ ଥିଲା। ସାର୍, ଅନେକ ଗୁଡ଼ିଏ ପ୍ରଶ୍ନ, ଆମେ କିପରି ଅନ୍ ଲାଇନ୍ କ୍ଲାସ ମାଧ୍ୟମରେ ନିଜକୁ ବିକଶିତ କରି ପାରିବା।

ଉପସ୍ଥାପକ : ଧନ୍ୟବାଦ କୀର୍ତ୍ତନା, ମାନ୍ୟବର ସାର, ଅନ୍ ଲାଇନ୍ ଶିକ୍ଷା ନା କେବଳ ଛାତ୍ରମାନଙ୍କୁ ବରଂ ଶିକ୍ଷକମାନଙ୍କୁ ମଧ୍ୟ ଆହ୍ୱାନର ସମ୍ମୁଖୀନ ହେବାକୁ ବାଧ୍ୟ କରିଛି। କ୍ରିଷ୍ଣାଗିରୀର ଜଣେ ଶିକ୍ଷକ ଶ୍ରୀଯୁକ୍ତ ଚନ୍ଦଚୁଡେଶ୍ୱରନ୍ ଏମ ଆପଣଙ୍କ ଠାରୁ ମାର୍ଗଦର୍ଶନ ଆଶା କରୁଛନ୍ତି। ସାର୍, ଦୟାକରି ଆପଣ ଆପଣଙ୍କର ପ୍ରଶ୍ନ ପଚାରନ୍ତୁ।

ଚନ୍ଦଚୁଡେଶ୍ୱରନ ଏମ : ନମସ୍କାର, ମାନନୀୟ ପ୍ରଧାନମନ୍ତ୍ରୀ ମହାଶୟ, ମୁଁ ହୋସୁଲ ତାମିଲନାଡ଼ୁର ଅଶୋକ ଲଲ୍ଲନ ସ୍କୁଲର ଚନ୍ଦଚୁଡେଶ୍ୱରନ। ମୋର ପ୍ରଶ୍ନ ହେଉଛି – ଜଣେ ଶିକ୍ଷକ ଭାବେ, ଅନ୍ ଲାଇନ୍ ଶିକ୍ଷାଦାନ ଏବଂ ଶିକ୍ଷଣ ପ୍ରକ୍ରିୟା ଏକ ଆହ୍ୱାନ ଭାବେ ଆସିଛି। ଏହାକୁ କିପରି ସାମ୍ନା କରିବାକୁ ହେବ ସାର୍, ଧନ୍ୟବାଦ ମହୋଦୟ।

ଉପସ୍ଥାପକ : ଧନ୍ୟବାଦ ସାର୍, ମାନ୍ୟବର ପ୍ରଧାନମନ୍ତ୍ରୀ ମହାଶୟ, ସାର, ତରୁଣ, ସାହିଦ, କୀର୍ତ୍ତନା, ଏବଂ ଚନ୍ଦଚୁଡେଶ୍ୱରନ, ମହାଶୟ ଏବଂ ସମସ୍ତେ ଦୁଇ ବର୍ଷ ଧରି  ଅନ୍ ଲାଇନ୍ ଶିକ୍ଷା କିପରି ସେମାନଙ୍କୁ ନିଶାଗ୍ରସ୍ତ କରାଇଛି ଏବଂ ପାଠପଢ଼ାରେ ସାମାଜିକ ଗଣମାଧ୍ୟମ ସମସ୍ୟା ସୃଷ୍ଟି କରିଛି। ସେ ସମ୍ପର୍କରେ ସମାନ ପ୍ରଶ୍ନ ପଚାରି ଆପଣଙ୍କ ଠାରୁ ସମାଧାନର ସୂତ୍ର ଚାହୁଁଛନ୍ତି। ଯଦିଓ ସମସ୍ତେ ଏକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି, ତେବେ ତାହାର ସମାଧାନ ପାଇଁ ଆପଣ ମାର୍ଗଦର୍ଶନ କରିବାକୁ ଅନୁରୋଧ କରୁଛି ଆଜ୍ଞା।   

ପ୍ରଧାନମନ୍ତ୍ରୀ ମହାଶୟ : ମୋ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ ଆପଣମାନେ କହିଲେ ଏପଟେ- ସେପଟେ ମତିଭ୍ରମ ହୋଇ ଯାଇଥାଏ। ଟିକେ ନିଜେ ନିଜକୁ ପଚାରନ୍ତୁ ଯେେତେବେଳେ ଆପଣ ଅନ୍ ଲାଇନ୍ ପଠନ କରନ୍ତି। ତେବେ ବାସ୍ତବରେ ପାଠ ପଢନ୍ତି ନା ରିଲ ଦେଖନ୍ତି। ଏବେ ମୁଁ ଆପଣମାନଙ୍କୁ ହାତ ଉପରକୁ ଉଠାଇବାକୁ କହିବି ନାହିଁ। କିନ୍ତୁ ଆପଣ ବୁଝିପାରୁଥିବେ ଯେ ମୁଁ ଆଣମାନଙ୍କୁ ଧରି ପାରିଛି। ବାସ୍ତବରେ ଦୋଷ ଅନ୍ ଲାଇନ୍ ଅବା ଅଫ୍ ଲାଇନ୍ ଏହାର ନୁହେଁ, ଆପଣ ଅନୁଭବ କରିଥିବେ ଶ୍ରେଣୀ ଗୃହରେ ମଧ୍ୟ ବହୁତ ଥର ତୁମର ଶରୀର ଶ୍ରେଣୀ ଗୃହରେ ଥିବ, ତୁମର ଆଖି ଶିକ୍ଷକଙ୍କ ଆଡ଼କୁ ଥିବ, କିନ୍ତୁ କୌଣସି କଥା କାନକୁ ଯାଉ ନଥିବ। କାରଣ ଆପଣଙ୍କ ମସ୍ତିଷ୍କ ଆଉ କେଉଁଠି ଥିବ। ଶରୀର ପାଇଁ ତ କୌଣସି ଦ୍ୱାର ନାହିଁ। କୌଣସି ଝରକା ନାହିଁ। କିନ୍ତୁ ମନ ଆଉ କେଉଁଠି ଥିଲେ, ସେତେବେଳେ ଶୁଣିବା ହିଁ ବନ୍ଦ ହୋଇ ଯାଇଥାଏ। ଲିପିବଦ୍ଧ ହିଁ ହୋଇ ନ ଥାଏ। ଯେଉଁ ଜିନିଷ ଅଫ୍ ଲାଇନ୍ରେ ହୋଇଥାଏ, ସେହି କଥା ଅନ୍ ଲାଇନ୍  ରେ ମଧ୍ୟ ହୋଇଥାଏ। ଏହାର ଅର୍ଥ ହେଉଛି ମାଧ୍ୟମ ସମସ୍ୟା ନୁହେଁ। ମନ ହିଁ ହେଉଛି ସମସ୍ୟା। ମାଧ୍ୟମ ଅନ୍ ଲାଇନ୍ ହେଉ ଅବା ଅଫ୍ ଲାଇନ୍। ଯଦି ମୋର ମନ ସେଥିରେ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇଥାଏ, ସେଥିରେ ବୁଡି ରହିଥାଏ । ମୋର ଏକ ଅନୁସନ୍ଧିତ୍ସୁ ମନ ଅଛି ତାହା ଏହାକୁ ଅତି ସୂକ୍ଷ୍ମ ଭାବେ ଧରିବାକୁ ପ୍ରୟାସ କରୁଛି । ତେଣୁ, ତୁମ ପାଇଁ ଅନଲାଇନ ଅବା ଅଫ ଲାଇନ, ମୁଁ ଜାଣିପାରୁ ନାହିଁ ଯେ କୌଣସି ପାର୍ଥକ୍ୟ ରହିବ। ଆଉ ଏଥିାଇଁ ଆମେ, ଯେପରି ଯୁଗ ବଦଳିଛି ସେପରି ମାଧ୍ୟମ ମଧ୍ୟ ବଦଳି ଚାଲିଥାଏ। ଏବେ ପୂର୍ବ ସମୟରେ ଯେଉଁ ଗୁରୁକୁଳ ଚାଲୁଥିଲା, ଶତାବ୍ଦୀ ଶତାବ୍ଦୀ ପୂର୍ବରୁ, ସତୁରୀ ବର୍ଷ ପୂର୍ବରୁ ଏଠାରେ ଛାପା କାଗଜ ମଧ୍ୟ ମିଳୁ ନ ଥିଲା। ସେ ସମୟରେ କୌଣସି  ପୁସ୍ତକ ମଧ୍ୟ ନ ଥିଲା। ତେଣୁ ସେହିଭଳି ମୁଖସ୍ଥ କରି ସବୁକିଛି ଚାଲୁଥିଲା। ତେଣୁ ସେମାନଙ୍କ ଶ୍ରବଣ ଶକ୍ତି ଏତେ ଦ୍ରୁତ ରହୁଥିଲା, ଯାହା ଶୁଣୁଥିଲେ ତାହାକୁ ମୁଖସ୍ଥ କରି ନେଉଥିଲେ। ଆଉ ପିଢୀ ପରେ ପିଢୀ କାନ ଦ୍ୱାରା ଶିକ୍ଷା କରିବା ପରେ ଯୁଗ ବଦଳିଗଲା, ମୁଦ୍ରଣ ସାମଗ୍ରୀ ଆସିଗଲା, ପୁସ୍ତକ ଆସିବାରେ ଲାଗିଲା, ତେଣୁ ଲୋକ ତା’ଉପରେ ଅଧିକ ଧ୍ୟାନ ଦେଲେ । କ୍ରମାଗତ ଭାବେ ଏଭଳି ମୂଲ୍ୟାୟନ ଚାଲି ଆସୁଛି । ଆଉ ଏହା ହିଁ ହେଉଛି ମାନବ ଜୀବନର ବିଶେଷତ୍ୱ । ତେଣୁ ତାହା ହେଉଛି ମୂଲ୍ୟାୟନର ଏକ ଅଂଶ। ଆଜି ଆମେ ଡିଜିଟାଲ ଗେଜେଟ ମାଧ୍ୟମରେ, ନୂତନ ଟେକ୍ନୋଲୋଜି ଉପକରଣ ମାଧ୍ୟମରେ ବହୁତ ସହଜରେ ଜିନିଷ ଗୁଡିକୁ ପାଇ ପାରୁଛୁ ଆଉ ବଡ଼ ବ୍ୟାପକ ସ୍ତରରେ ପାଇ ପାରୁଛୁ। ଏହାକୁ ଆମେ ଏକ ସୁଯୋଗ ଭାବେ ଧରିନେବା ଉଚିତ। ଏହାକୁ ଆମେ କେବେ ସମସ୍ୟା ବୋଲି ଭାବିବା ଉଚିତ ନୁହେଁ। କିନ୍ତୁ ଏହା ମଧ୍ୟ ଠିକ୍ ଯେ କେବେ ଆମକୁ  ମଧ୍ୟ ପ୍ରୟାସ କରିବାକୁ ପଡିବ, ଆମର ଅନ୍ ଲାଇନ ଶିକ୍ଷାକୁ ଏକ ପୁରସ୍କାର ଭାବେ ବଦଳୁଥିବା ଆମ ସମୟ ସାରଣୀରେ ରଖି ପାରିବା। ମୋର ଦୃଢ ବିଶ୍ୱାସ ଯେ ଧରି ନିଅନ୍ତୁ ତୁମକୁ ତୁମ ଶିକ୍ଷକଙ୍କ ପାଖରୁ ମିଳିଥିବା ନୋଟସ୍ ଏବଂ ଶିକ୍ଷା ଉପକରଣ କେଉଁଠି ଅନ୍ ଲାଇନରେ ଉପଲବ୍ଧ ହେଉଛି । ଯଦି ଉଭୟକୁ ପାଖରେ ରଖିବ ତେବେ ତୁମେ ତାହାକୁ ମୂଲ୍ୟଯୁକ୍ତ କରିପାରିବ। ତୁମେ କହିପାରିବ ହଁ ଶିକ୍ଷକ ଏତେ କହିଥିଲେ, ମୋର ଏତିକି ମନେ ଥିଲା। କିନ୍ତୁ ଏଠାରୁ ମୋତେ ଦୁଇଟି ଭଲ କଥା ମିଳିଗଲା। ଭଲଭାବେ ମିଳି ଯାଇଛି। ଯଦି ଉଭୟକୁ ମିଶାଇ ଦେବ ତେବେ ତାହା ତୁମ ଶକ୍ତିକୁ ବହୁତ ବଢାଇ ଦେବ। ଅନ ଲାଇନ ଶିକ୍ଷାର ଦ୍ୱିତୀୟ ଲାଭ ହେଉଛ, ଶେଷରେ ଏହା ହେଉଛି ଶିକ୍ଷାର ଏକ ଅଂଶ। ଜ୍ଞାନ ଅର୍ଜନ କରିବା ଏବେ ଅନ୍ ଲାଇନ ଏବଂ ଅଫ୍ ଲାଇନର ସିଦ୍ଧାନ୍ତ କ’ଣ ହୋଇପାରେ। ମୁଁ ସ୍ୱୀକାର କରୁଛି ଅନ୍ ଲାଇନ୍ ହେଉଛି ପାଇବା ପାଇଁ, ଅଫ୍ ଲାଇନ୍ ହେଉଛି କରିବା ପାଇଁ। ମୋତେ କେତେ ଜ୍ଞାନ ପାଇବାକୁ ଅଛି, କେତେ ଜ୍ଞାନ ଅର୍ଜନ କରିବାକୁ ଅଛି। ମୁଁ ଅନ୍ ଲାଇନ୍ ଯାଇ ଦୁନିଆର ଯେ କୌଣସି ଅଂଶରୁ ଯାହାକିଛି ମଧ୍ୟ ଉପଲବ୍ଧ ଅଛି, ମୁଁ ମୋର ମୋବାଇଲ ଫୋନରେ କିମ୍ବା ନିଜର ଆୟତକୁ ନେଇ ଆସିବି। ତାହାକୁ ମୁଁ ଅଙ୍ଗୀକୃତ କରିବି। ଆଉ ଅଫ୍ ଲାଇନ୍ ରେ ଯାହା ମୁଁ ସେଠାରେ ପାଇଛି ତାହାକୁ ପ୍ରତିପୋଷଣ ହେବା ଲାଗି ସୁଯୋଗ ପ୍ରଦାନ କରିବି। ମୁଁ ଅଫ୍ ଲାଇନରେ ସେହି ଯେଉଁ ସବୁ ଜିନିଷ ରହିଛି ମାନି ନିଅନ୍ତୁ ଏଠାରେ ଦକ୍ଷିଣ ଭାରତର ସାଥୀମାନେ ମୋତେ ପଚାରିଲେ ଶେଷରେ ୱଣକମ୍ କରି କଥା ହେଲେ। ଶିକ୍ଷକ ମହାଶୟ ପଚାରିଛନ୍ତି ତେବେ ମୁଁ କହିବି। ଯେ ମା’ ଅନଲାଇନ ଆପଣ ଦୋସା କିପରି ପ୍ରସ୍ତୁତ କରନ୍ତି। କେଉଁ ପ୍ରକାରର ସାମଗ୍ରୀ ରହିଥାଏ, କେଉଁ ପ୍ରକ୍ରିୟାରେ ହୋଇଥାଏ ସବୁକିଛି ଆଇପ୍ୟାଡ଼ରେ ଦେଖିନେଲେ କିନ୍ତୁ ସେଥିରେ କ’ଣ ପେଟ ଭରିବ? ନିଜ କମ୍ପ୍ୟୁଟରରେ ଭଲରୁ ଖୁବ ଭଲ ଦୋସା ପ୍ରସ୍ତୁତ କରି ଦେଲେ । ସବୁ ପ୍ରକାରର ସାମଗ୍ରୀ ଉପେଯୋଗ କରି ଦେଲେ । ପେଟ ଭରିଯିବ କି ? କିନ୍ତୁ ଆପଣ ଯଦି ସେହି ଜ୍ଞାନର ଉପଯୋଗ କରି ଚେଷ୍ଟା କଲେ ଆଉ ଆପଣ ଦୋସା ପ୍ରସ୍ତୁତ କରି ଦେଲେ ତେବେ ପେଟ ଭରିବ କି ଭରିବ ନାହିଁ ? ତେଣୁ ଅନ ଲାଇନକୁ ନିଜର ଆଧାର ସୁଦୃଢ଼ କରିବା ପାଇଁ ଉପଯୋଗ କରନ୍ତୁ । ଆପଣଙ୍କୁ ଅଫ୍ ଲାଇନରେ ତାହାକୁ ନେଇ ଉପଯୋଗ କରି ଜୀବନରେ ସାକାର କରିବାକୁ ପଡ଼ିବ। ଶିକ୍ଷା ମଧ୍ୟ ହେଉଛି ଏହିଭଳି। ପ୍ରଥମେ ଆପଣଙ୍କର ଯେଉଁ ପୁସ୍ତକ ରହିଛି ତାକୁ, ଆପଣଙ୍କର ଯେଉଁ ଶିକ୍ଷକ ରହିଛନ୍ତି ତାଙ୍କୁ, ଆପଣଙ୍କର ଯେଉଁ ପରିବେଶ ରହିଛି ତାକୁ, ବହୁତ ସୀମିତ ସାଧନ ରହିଥିଲା ଜ୍ଞାନ ପ୍ରାପ୍ତ କରିବା ପାଇଁ । ଆଜି ଅସୀମିତ ସଂସାଧନ ରହିଛି । ତେଣୁ ଆପଣ ନିଜକୁ ନିଜେ କେତେ ପରିମାଣରେ ବ୍ୟାପକ କରି ପାରିବେ। କେତେ ପରିମାଣରେ ନିଜକୁ ବିସ୍ତାର  କରି ପାରିବେ। ସେତିକି ଜିନିଷକୁ ଆପଣ ତାହାକୁ ନେଇ ଅପଡେଟ୍ କରି ଚାଲିବେ। ଆଉ ଏଥିପାଇଁ ଅନ୍ ଲାଇନକୁ ଏକ ସୁଯୋଗ ବୋଲି ଭାବନ୍ତୁ। କିନ୍ତୁ ଏପଟେ- ସେପଟେ ବୁଲି କାମ କରିବେ ତ ଉପକରଣ ମଧ୍ୟ ରହିଛି। ଆପଣମାନେ ଦେଖିଥିବେ ଆପଣଙ୍କର ପ୍ରତ୍ୟେକ ଗେଜେଟରେ ଟୁଲ ରହିଛି। ଯାହା ଆପଣଙ୍କୁ ନିର୍ଦ୍ଦେଶ ଦିଅନ୍ତି। ଚେତାବନୀ ଦିଅନ୍ତି ଏହା କରନ୍ତୁ, ଏହା କରନ୍ତୁ ନାହିଁ, ଏବେ ରହିଯାଅ, ଟିକେ ସମୟ ପାଇଁ ଆରାମ କରନ୍ତୁ, ଏବେ 15 ମିନିଟ ପରେ ପୁଣି ଆସିବାକୁ ହେବ। ସେ 15 ମିନିଟ ପରେ ଆସିବେ। ଆପଣ ଏହି ଟୁଲର ଉପଯୋଗ କରି ନିଜକୁ ନିଜେ ଶୃଙ୍ଖଳିତ ସ୍ତରକୁ ଆଣି ପାରିବେ। ଆଉ ମୁଁ ଦେଖିଛି ବହୁତ କିଛି ପିଲାମାନେ ରହିଥାଆନ୍ତି। ଯେଉଁମାନେ ଅନ୍ ଲାଇନରେ ଏହି ଟୁଲ୍ସର ଉପଯୋଗ ସର୍ବାଧିକ କରନ୍ତି । ନିଜକୁ ନିଜେ ସୀମାବଦ୍ଧ କରନ୍ତି। ଅନ୍ୟ ପ୍ରକାରରେ, ଜୀବନରେ ନିଜ ସହିତ ମଧ୍ୟ ଯୋଡ଼ିହେବା ଏହା ମଧ୍ୟ ସେତିକି ଗୁରତ୍ୱପୂର୍ଣ୍ଣ। ଯେତିକି ଆଇପ୍ୟାଡ଼ ଭିତରେ ପଶି ମନୋନିବେଶ କରିବାରେ ଆନନ୍ଦ ଆସିଥାଏ। ମୋବାଇଲ ଫୋନ ଭିତରେ ପଶି ମନନିବେଶ କରିବାରେ ଆନନ୍ଦ ଆସିଥାଏ। ସେଥିରୁ ହଜାର ଗୁଣ ଅଧିକ ଆନନ୍ଦ ଆସିଥାଏ ନିଜ ଭିତରେ ପଶିବାରେ ମଧ୍ୟ। ତେଣୁ ସାରା ଦିନ ମଧ୍ୟରେ ଏପରି କିଛି କ୍ଷଣ ବାହାର କରନ୍ତୁ ଯେତେବେଳେ କି ଆପଣ ଅନ୍ ଲାଇନ୍ ନ ଥିବେ କିମ୍ବା ଅଫ୍ ଲାଇନ୍ ମଧ୍ୟ ନଥିବେ। ଇନର ଲାଇନରେ ଥିବେ। ଯେତିକି ଭିତରେ ପଶିବେ ଆପଣ ଆପଣଙ୍କ ଉର୍ଜ୍ଜାକୁ ଅନୁଭବ କରି ପାରିବେ। ଯଦି ଏସବୁ ଜିନିଷକୁ କରିନେବେ ମୋତେ ଲାଗୁ ନାହିଁ ଯେ ଏସବୁ ସଙ୍କଟ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ।

ଉପସ୍ଥାପକ : ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ଆପଣ ଆମକୁ ମୂଳ ମନ୍ତ୍ର ଦେଲେ କି ଯେତେବେଳେ ଆମେ ଏକାଗ୍ର ଚିତ ହୋଇ ନିଜର ପାଠପଢ଼ା କାର୍ଯ୍ୟ କରିବୁ ତେବେ ଆମକୁ ନିଶ୍ଚିତ ଭାବେ ସଫଳତା ମିଳିବ। ଧନ୍ୟବାଦ ମହୋଦୟ। ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ବୈଦିକ ସଭ୍ୟତା ଏବଂ ସିନ୍ଧୁ ଉପତ୍ୟାକା ସଭ୍ୟତାର ମୁଖ୍ୟ ନିବାସ ସ୍ଥାନ ପାନୀପଥ ହରିୟାଣାରୁ ସୁଶ୍ରୀ ସୁମନ ରାଣୀ ଯିଏ କି ଜଣେ ଶିକ୍ଷିକା ଅଛନ୍ତି ଆପଣଙ୍କ ସମ୍ମୁଖରେ ଗୋଟିଏ ପ୍ରଶ୍ନ ରଖିବାକୁ ଚାହୁଁଛନ୍ତି। ସୁଶ୍ରୀ ସୁମନ ରାଣୀ ମ୍ୟାଡମ, ଦୟାକରି ଆପଣଙ୍କର ପ୍ରଶ୍ନ ପଚାରନ୍ତୁ।

ସୁମନ ରାଣୀ: ନମସ୍କାର ପ୍ରଧାନମନ୍ତ୍ରୀ ମହୋଦୟ ଆଜ୍ଞା, ମୁଁ ହେଉଛି ସୁମନ ରାଣୀ ଟିଜିଟି ସାମାଜିକ ବିଜ୍ଞାନ, ଡିଏଭି ପୁଲିସ ପବ୍ଲିକ ସ୍କୁଲ ପାନୀପଥରୁ, ସାର ଆପଣଙ୍କୁ ମୋର ପ୍ରଶ୍ନ ହେଉଛି ଯେ ନୂତନ ଶିକ୍ଷା ନୀତି ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ଦକ୍ଷତା ବିକାଶରେ କିଭଳି ନୂତନ ସୁଯୋଗ ପ୍ରଦାନ କରିବ ? ଧନ୍ୟବାଦ ମହୋଦୟ।

ଉପସ୍ଥାପକ : ଧନ୍ୟବାଦ ମ୍ୟାଡମ, ମାନ୍ୟବର ପୂର୍ବର ସ୍କଟଲ୍ୟାଣ୍ଡ ନାମରେ ପ୍ରସିଦ୍ଧ ମେଘାଳୟର ପୂର୍ବ ଖାସୀ ପର୍ବତର 9ବମ ଶ୍ରେଣୀର ଛାତ୍ରୀ ଶୀଲା ବୈଷ୍ଣବ ଆପଣଙ୍କ ସହିତ ଏହି ବିଷୟରେ ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି। ଶୀଲା ଦୟାକରି ନିଜର ପ୍ରଶ୍ନ ଉପସ୍ଥାପିତ କରନ୍ତୁ।

ଶୀଲା ବୈଷ୍ଣବ : ସୁପ୍ରଭାତ ସାର୍, ମୁଁ ହେଉଛି ମେଘାଳୟର ପୂର୍ବ ଖାସୀ ପର୍ବତର ଜବାହର ନବୋଦୟ ବିଦ୍ୟାଳୟର 9ବମ ଶ୍ରେଣୀର ଛାତ୍ରୀ ଶୀଲା ବୈଷ୍ଣବ। ମୋର ପ୍ରଧାନମନ୍ତ୍ରୀ ମହୋଦୟଙ୍କୁ ପ୍ରଶ୍ନ ହେଉଛି – ଜାତୀୟ ଶିକ୍ଷା ନୀତିର ବ୍ୟବସ୍ଥାଗୁଡ଼ିକ କିଭଳି ଛାତ୍ର- ଛାତ୍ରୀମାନଙ୍କୁ ନୁତନ ଭାରତର ସାଧାରଣ ପଥକୁ ନେଇ ସେମାନଙ୍କର ଜୀବନକୁ ସମାଜରେ ଶକ୍ତିଶାଳୀ କରି ଗଢ଼ି ତୋଳିବାରେ ସାହାଯ୍ୟ କରି ପାରିବ। ଧନ୍ୟବାଦ ସାର୍।

ଉପସ୍ଥାପକ : ଧନ୍ୟବାଦ ଶୀଲା। ଶ୍ରଧଦେ୍ଧୟ ପ୍ରଧାନମନ୍ତ୍ରୀ ମହୋଦୟ ନୂତନ ଶିକ୍ଷାନୀତିକୁ ଧ୍ୟାନରେ ରଖି ଏହି ପ୍ରକାରର ଆହୁରି କେତେଗୁଡ଼ିଏ ପ୍ରଶ୍ନ ସମଗ୍ର ଦେଶରୁ ପ୍ରାପ୍ତ ହୋଇଛି। ଯେଉଁଥିରେ ବିଦ୍ୟାର୍ଥୀମାନେ ଏହା ଅଭିବ୍ୟକ୍ତ କରିଛନ୍ତି ଯେ ଆମ୍ଭମାନଙ୍କର ରୁଚି ଅନ୍ୟ କିଛି ହୋଇଥାଏ ଆଉ ଆମେ ଅନ୍ୟ କିଛି ବିଷୟ ପଢ଼ିଥାଉ। ଏଭଳି ପରିସ୍ଥିତିରେ ଆମେ କ’ଣ କରିବୁ ? ଦୟାକରି  ମାର୍ଗଦର୍ଶନ କରି ଆମ୍ଭମାନଙ୍କୁ କୃତାର୍ଥ କରନ୍ତୁ?

ପ୍ରଧାନମନ୍ତ୍ରୀ ମହୋଦୟ : ଟିକେ ଗମ୍ଭୀର ପ୍ରଶ୍ନ ପଚାରିଛନ୍ତି ଆଉ ଏତେ କମ୍ ସମୟ ମଧ୍ୟରେ ତାହାକୁ ସମ୍ପୂର୍ଣ୍ଣ ବିସ୍ତାର ରୂପରେ ଉତ୍ତର ଦେବା ମଧ୍ୟ ହେଉଛି କଷ୍ଟକର। ପ୍ରଥମ କଥା ହେଉଛି ନୂତନ ଶିକ୍ଷା ନୀତି ପରିବର୍ତ୍ତେ ଆମେ ଏହା କହିବା, ଏହା ହେଉଛି ଜାତୀୟ ଶିକ୍ଷା ନୀତି। ଏନେଇ, କିଛି ଲୋକ ଏହାକୁ ନ୍ୟୁ ବୋଲି କହୁଛନ୍ତି । ପ୍ରକୃତରେ ଏହା ହେଉଛି ଜାତୀୟ ଶିକ୍ଷା ନୀତି। ଆଉ ମୋତେ ଭଲ ଲାଗିଲା ଯେ ଆପଣ ଏହା ପଚାରିଲେ ବୋଧହୁଏ ଦୁନିଆରେ ଶିକ୍ଷା ନୀତି ନିର୍ଦ୍ଧାରଣରେ ଏତେ ଲୋକମାନେ ଜଡ଼ିତ ହୋଇଥିବେ, ଏତେଗୁଡ଼ିଏ ସ୍ତରରେ ହୋଇଥିବ ଏହା ହେଉଛି ନିଜକୁ ନିଜ ମଧ୍ୟରେ ବୋଧହୁଏ ଏକ ବହୁତ ବଡ଼ ବିଶ୍ୱ ରେକର୍ଡ। 2014ରୁ ଯେତେବେଳେ ମୋତେ ଏହି କାର୍ଯ୍ୟ ପାଇଁ ଆପଣମାନେ ସମସ୍ତେ ପ୍ରଶ୍ନ କଲେ, ତେବେ ଆରମ୍ଭରୁ ହିଁ ଆମେ ଏହି କାର୍ଯ୍ୟରେ ଲାଗି ପଡ଼ିଥିଲୁ। ପ୍ରାୟ ଛଅ ସାତ ବର୍ଷ ପର୍ଯ୍ୟନ୍ତ ବହୁତ ମାନସିକ ସ୍ତରରେ କସରତ ହେଲା, ପ୍ରତ୍ୟେକ ସ୍ତରରେ ହେଲା। ଗାଁର ଶିକ୍ଷକମାନଙ୍କ ମଧ୍ୟରେ ହେଲା, ଗାଁର ଛାତ୍ରମାନଙ୍କ ମଧ୍ୟରେ ହେଲା, ସହରର ଶିକ୍ଷକମାନଙ୍କ ମଧ୍ୟରେ ହେଲା, ସହରର ଛାତ୍ରମାନଙ୍କ ମଧ୍ୟରେ ହେଲା। ପୁଅ ପିଲା- ଛାତ୍ରମାନେ କହିଲେ, ଝିଅ ପିଲା- ଛାତ୍ରୀ ମାନେ କହିଲେ, ଦୂର- ଦୂରାନ୍ତର ପାହାଡ଼ରେ, ଜଙ୍ଗଲରେ, ଅର୍ଥାତ ଏକ ପ୍ରକାରରେ ହିନ୍ଦୁସ୍ତାନର ପ୍ରତ୍ୟେକ କୋଣରେ ବର୍ଷ ବର୍ଷ ଧରି ଏହି ବିଷୟକୁ ନେଇ ମାନସିକ ସ୍ତରରେ କସରତ ହେଲା। ସେ ସବୁର ସାରାଂଶ ପ୍ରସ୍ତୁତ କରାଗଲା ଆଉ ଦେଶର ବହୁତ ହିଁ ଭଲ ବିଦ୍ୱାନ ଆଉ ତାହା ମଧ୍ୟ ଆଜିକାର ଯୁଗକୁ ଦୃଷ୍ଟିରେ ରଖି ଯେଉଁ ଲୋକମାନେ ବିଜ୍ଞାନ ଏବଂ ପ୍ରୁକ୍ତି ବିଦ୍ୟା ସହିତ ଜଡ଼ିତ ହୋଇଥିଲେ, ଏଭଳି ଲୋକମାନଙ୍କର ନେତୃତ୍ୱରେ ଏହାର ବିଶେଷ ଭାବେ ଚର୍ଚ୍ଚା ହେଲା, ସେଥି ମଧ୍ୟରୁ ଏକ ଚିଠା ପ୍ରସ୍ତୁତ ହେଲା। ସେହି ଚିଠାକୁ ପୁଣି ଲୋକମାନଙ୍କ ପାଖକୁ ପଠାଗଲା ଆଉ 15- 20 ଲକ୍ଷ  ମତାମତ ଆସିଲା। ଅର୍ଥାତ ଏତେ ବଡ଼ ମାତ୍ରାରେ କସରତ ଏତେ ବ୍ୟାପକ କସରତ ତାହା ପରେ ଶିକ୍ଷାନୀତି ଆସିଛି ଆଉ ଏହି ଶିକ୍ଷାନୀତିକୁ ମୁଁ ଦେଖିଛି ଯେ ରାଜନୈତିକ ଦଳ, ସରକାର କିଛି ମଧ୍ୟ କରନ୍ତୁ ତେବେ କେଉଁଠୁ ନା କେଉଁଠୁ କିଛି ନା କିଛି ତ,  ବିରୋଧର ସ୍ୱର ସମସ୍ତେ ସୁଯୋଗ ଖୋଜି ଚାଲିଥାଆନ୍ତି। କିନ୍ତୁ ଆଜି ମୋ ପାଇଁ ଖୁସିର ବିଷୟ ଯେ, ଜାତୀୟ ଶିକ୍ଷା ନୀତି ହିନ୍ଦୁସ୍ତାନର ପ୍ରତ୍ୟେକ ଅଂଚଳରେ ସମ୍ପୂର୍ଣ୍ଣ ସମର୍ଥନର ସହିତ ସ୍ୱାଗତ ହୋଇଛି ଆଉ ଏଥିପାଇଁ ଏହି କାର୍ଯ୍ୟକୁ କରିଥିବା ସମସ୍ତ ଲୋକମାନେ ହେଉଛନ୍ତି ଅଭିନନ୍ଦନର ଅଧିକାରୀ। ଲକ୍ଷ ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ଏହାକୁ ପ୍ରସ୍ତୁତ କରିଛନ୍ତି । ଏହାକୁ ସରକାର ପ୍ରସ୍ତୁତ କରି ନାହାଁନ୍ତି। ଦେଶର ନାଗରିକମାନେ ପ୍ରସ୍ତୁତ କରିଛନ୍ତି, ଦେଶର ବିଦ୍ୟାର୍ଥୀମାନେ ପ୍ରସ୍ତୁତ କରିଛନ୍ତି, ଦେଶର ଶିକ୍ଷକମାନେ ପ୍ରସ୍ତୁତ କରିଛନ୍ତି, ଆଉ ଦେଶର ଭବିଷ୍ୟତ ପାଇଁ ପ୍ରସ୍ତୁତ କରିଛନ୍ତି। ଏବେ ଗୋଟିଏ ଛୋଟିଆ ବିଷୟ, ପୂର୍ବେ ଆମର ଏଠାରେ ଖେଳକୁଦକୁ ଏକ ଅତିରିକ୍ତ କ୍ରିୟାକଳାପ ଭାବେ ଗଣାଯାଉଥିଲା। ଆଣମାନଙ୍କୁ ଯେଉଁମାନେ ପଞ୍ଚମ, ଷଷ୍ଠ, ସପ୍ତମ ଶ୍ରେଣୀରେ ପଢ଼଼ିଥିବେ ସେମାନଙ୍କୁ ଜଣାଥିବ। ଏବେ ଏହି ଜାତୀୟ ଶିକ୍ଷାନୀତିରେ ତାହାକୁ ଶିକ୍ଷାର ଏକ ଅଭିନ୍ନ ଅଂଶ କରି ଦିଆଯାଇଛି। ଅର୍ଥାତ ଖେଳକୁଦ, ଖେଳିବା ଏବଂ ପ୍ରସ୍ଫୁଟିତ ହେବା ପାଇଁ ହେଉଛି ବହୁତ ଅନିର୍ବାଜ୍ୟ। ଖେଳ ବିନା କେହି ପ୍ରସ୍ଫୁଟିତ ହୋଇ ପାରିବେ ନାହିଁ। ଯଦି ଆପଣ ଖେଳିବାକୁ ଚାହୁଁଛନ୍ତି, ପ୍ରସ୍ଫୁଟିତ ହେବା ପାଇଁ ଚାହୁଁଛନ୍ତି ତେବେ ଖେଳ ହେଉଛି ଜୀବନରେ ବହୁତ ଜରୁରୀ । ଦଳଗତ ଉତ୍ସାହ ଆସିଥାଏ, ସାହସ ଆସିଥାଏ, ନିଜର ପ୍ରତିଯୋଗିତାକୁ ବୁଝିବାର ଶକ୍ତି ଆସିଥାଏ।ଏସବୁ ପୁସ୍ତକରୁ ଯାହା କିଛି ଶିଖିଥାଉ, ଖେଳ ପଡ଼ିଆରୁ ସହଜ ଭାବେ ଶିଖିପାରିବା। କିନ୍ତୁ ତାହା ପୂର୍ବରୁ ଆମ ଶିକ୍ଷା ବ୍ୟବସ୍ଥାରୁ ବାହାରେ ଥିଲା, ଅତିରିକ୍ତ କ୍ରିୟାକଳାପ ଭାବେ ଥିଲା। ତାହାକୁ ପ୍ରତିଷ୍ଠା ଦେଲେ, ଏବେ ଆପଣମାନେ ଦେଖୁଛନ୍ତ ଯେ ପରିବର୍ତନ ଆସିବାକୁ ଯାଉଛି ଆଉ ଏବେ ଖେଳକୁଦରେ ଯେଉଁ ରୁଚି ବୃଦ୍ଧି ପାଉଛି, ତେବେ ତାହାକୁ ନେଇ ପ୍ରତିଷ୍ଠା ମିଳି ପାରୁଛି। କିନ୍ତୁ ମୁଁ ଏମିତି ଏକ କଥା କହୁଛି ଯାହା ଆପଣଙ୍କ ଧ୍ୟାନରେ ଆସୁ, କହିବାକୁ ଗଲେ ତ ମୋ ସହିତ ବହୁତଗୁଡ଼ିଏ ଜିନିଷ ରହିଛି। ସେହିଭଳି ଭାବେ ଆମେ କ’ଣ ବିଂଶ ଶତାବ୍ଦୀର ନୀତିଗୁଡ଼ିକୁ ନେଇ ଏକବିଂଶ ଶତାବ୍ଦୀର ନିର୍ମାଣ କରି ପାରିବା କି? ମୁଁ ଆପଣମାନଙ୍କୁ ପଚାରୁଛି। ବିଂଶ ଶତାବ୍ଦୀର ଚିନ୍ତାଧାରା, ବିଂଶ ଶତାବ୍ଦୀର ବ୍ୟବସ୍ଥା, ବିଂଶ ଶତାବ୍ଦୀର ନୀତି, ସେଥିରେ ଏକବିଂଶ ଶତାବ୍ଦୀରେ ଆଗକୁ ବଢ଼ି ପାରିବା କି? ଟିକେ ଜୋରରେ କୁହନ୍ତୁ ନା।

ଉପସ୍ଥାପକ : ନାହିଁ ସାର୍!

ପ୍ରଧାନମନ୍ତ୍ରୀ ମହୋଦୟ: ବଢ଼ି ପାରିବା ନାହିଁ ନା, ତେବେ ଆମକୁ ଏକବିଂଶ ଶତାବ୍ଦୀର ଅନୁକୂଳ ନିଜର ସମସ୍ତ ବ୍ୟବସ୍ଥାଗୁଡ଼ିକୁ, ସବୁ ନୀତିଗୁଡ଼ିକୁ ଅନୁରୂପ କରିବା ଦରକାର କି ଅନୁକୂଳ କରିବା ଦରକାର ନାହିଁ? ଯଦି ଆମେ ନିଜକୁ ନିଜେ ବିକଶିତ କରିବା ନାହିଁ ତେବେ ଆମେ ରହିବା ଆଉ କେବଳ ରହିବା ନାହିଁ ଆମେ ପଛୁଆ ହୋଇ ରହିବା। ଆଉ ଏଥିପାଇଁ ମଧ୍ୟ ଏମିତି ମଝିରେ ଯେତିକି ସମୟ ଯିବା ଦରକାର ତା’ଠାରୁ ଅଧିକ ଚାଲିଗଲା ତାହାଦ୍ୱାରା ଦେଶର କ୍ଷତି ହୋଇଛି, କିନ୍ତୁ ଏବେ ଯେତେବେଳେ ଆମେ ପହଞ୍ଚି ସାରିଛେ, ଏବେ ଯେତେବେଳେ ଆମେ ଦେଖୁଛେ ଯେ କେବେ କେମିତି ମାଆ- ବାପାଙ୍କ ଇଚ୍ଛା କାରଣରୁ ସଂସାଧନ ଅଭାବରୁ, ନିକଟରେ ରହିଥିବା ବ୍ୟବସ୍ଥା କାରଣରୁ, ଆମେ ଆମର ଇଚ୍ଛା କରୁଥିବା ଶିକ୍ଷା ପାଇଁ ଆଗକୁ ବଢ଼ି ପାରି ନଥାଉ ଆଉ ସବୁ ପ୍ରକାରର ଚାପ କାରଣରୁ ଆଉ ପ୍ର୍ରତିଷ୍ଠା କାରଣରୁ ଏକ ଧାରାରେ ଚାଲିଗଲେ କି ନାହିଁ... ହଁ, ଡାକ୍ତର ହେବାକୁ ଅଛି। କିନ୍ତୁ ଆମର ଯେଉଁ ପ୍ରବୃତି ରହିଛି ତାହା ଆଉ କିଛି ରହିଛି। ମୋର ବନ୍ୟଜନ୍ତୁରେ ଆଗ୍ରହ ରହିଛି, ମୋର ଚିତ୍ରରେ ଆଗ୍ରହ ରହିଛି, ମୋର ଟେକ୍ନୋଲୋଜିରେ ଆଗ୍ରହ ରହିଛି, ମୋର ବିଜ୍ଞାନରେ ଆଗ୍ରହ ରହିଛି, ମୋର ଗବେଷଣାରେ ଆଗ୍ରହ ରହିଛି, ଏବେ କିଛି କାରଣ ଯୋଗୁଁ ମୁଁ ମେଡିକାଲ ଲାଇନରେ ଚାଲିଗଲି। ପ୍ରଥମେ ତ ପାଇଛନ୍ତି ତେବେ ଏହି ପାଇପ ଲାଇନ୍ରେ ଆଣ ପଶନ୍ତୁ, ତେବେ ଆର ପଟେ ଯାଇ ଆପଣଙ୍କୁ ବାହାରିବାକୁ ପଡ଼ିବ ଅନ୍ୟପଟେ। ଏବେ ଆମେ ଏହା କହି ଦେଇଛୁ ଯେ ଏହା ଜରୁରୀ ନୁହେଁ, ଆପଣ ପ୍ରବେଶ କରିଗଲେ କିନ୍ତୁ 1 ବର୍ଷ 1 ବର୍ଷ ପରେ ଲାଗିଲା ଯେ ଭାଇ ନାହିଁ, ମୋର ରାସ୍ତା ଏହା ନୁହେଁ, ମୋର ତ ମନୋବୃତି ତାହା ନୁହେଁ, ମୁଁ ସେଠାକୁ ଯିବାକୁ ଚାହୁଁଛି, ତେବେ ଏବେ ଜାତୀୟ ଶିକ୍ଷା ନୀତି ଆପଣଙ୍କୁ ନୂତନ ରାସ୍ତାରେ ଯିବାର ସୁଯୋଗ ପ୍ରଦାନ କରୁଛି ସମ୍ମାନର ସହିତ ସୁଯୋଗ ପ୍ରଦାନ କରୁଛି । ଆଜି ଆମେ ଜାଣିଛୁ ସମଗ୍ର ଦୁନିଆରେ କ୍ରୀଡ଼ାର ଗୁରୁତ୍ୱ ବହୁ ପରିମାଣରେ ବୃଦ୍ଧି ପାଇଛି । କେବଳ ଶିକ୍ଷା, କେବଳ ଜ୍ଞାନର ଭଣ୍ଡାର, ଏହା ପର୍ପ୍ୟାପ୍ତ ନୁହେଁ, ପ୍ରତିଭା ମଧ୍ୟ ରହିଥିବା ଆବଶ୍ୟକ, ଦକ୍ଷତା କୌଶଳ ମଧ୍ୟ ରହିଥିବା ଆବଶ୍ୟକ। ଏବେ ଆମେ ତାହାକୁ ପାଠ୍ୟକ୍ରମର ଅଂଶ କରିଛୁ। ଫଳରେ ତାହାର ପୂର୍ଣ୍ଣ  ବିକାଶ ପାଇଁ ତାହାକୁ ନିଜକୁ ସୁଯୋଗ ମିଳି ପାରିବ। ଆଜି ମୋତେ ଖୁସି ଅନୁଭବ ହେଲା, ମୁଁ ଏବେ ଗୋଟିଏ ପ୍ରଦର୍ଶନୀ ଦେଖିକରି ଆସିଲି। ଜାତୀୟ ଶିକ୍ଷା ନୀତିର ପ୍ରତିଫଳନ କ’ଣ ହୋଇଥାଏ, ତାହା ଏକ କ୍ଷୁଦ୍ର ରୂପରେ ଆଜି ଶିକ୍ଷା ବିଭାଗର ଲୋକମାନେ ରଖିଥିଲେ, ମୁଁ ଶିକ୍ଷା ବିଭାଗର ଲୋକମାନଙ୍କୁ ସାଧୁବାଦ ଜଣାଉଛି ଅର୍ଥାତ ବହୁତ ହିଁ ପ୍ରଭାବୀ ଥିଲା। ଆନନ୍ଦ ଆସୁଥିଲା ଯେ ଆମର ଅଷ୍ଟମ- ଦଶମ ଶ୍ରେଣୀର ପିଲାମାନେ 3-ଡି ପ୍ରିଂଟର ପ୍ରସ୍ତୁତ କରୁଛନ୍ତି। ଆନନ୍ଦ ଆସୁଥିଲା ଯେ ଆମର ଅଷ୍ଟମ -ଦଶମ ଶ୍ରେଣୀର ପିଲାମାନେ ବୈଦିକ ଗଣିତର ଆପ୍ ଚଳାଉଛନ୍ତି ଆଉ ସାରା ଦୁନିଆର ଛାତ୍ରମାନେ ତାହାକୁ ଶିଖୁଛନ୍ତି। ନନ୍ଦିତା ଏବଂ ନିବେଦିତା ଦୁଇ ଭଉଣୀ ମୋ ସହିତ ଦେଖା ହେଲେ, ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ ହେଲି। ଆମର ଏଠାରେ ଏହିସବୁ ଜିନିଷକୁ ଖରାପ ଭାବିବା ଭଳି ଏକ ଗୋଷ୍ଠୀ ଅଛନ୍ତି। କିନ୍ତୁ ସେମାନେ ସମଗ୍ର ଦୁନିଆରୁ ନିଜର ଛାତ୍ରଙ୍କୁ ଖୋଜି ନେଇଛନ୍ତି। ସେ ନିଜେ ଛାତ୍ର ଅଛନ୍ତି, କିନ୍ତୁ ଗୁରୁ ହୋଇ ଯାଇଛନ୍ତି। ଏବେ ଦେଖନ୍ତୁ ସେମାନେ କିଭଳି ଟେକ୍ନୋଲୋଜିର ଭରପୂର ଉପଯୋଗ କରିଛନ୍ତି। ଟେକ୍ନୋଲୋଜିକୁ ସେମାନେ ଡରି ନାହାଁନ୍ତି, ଟେକ୍ନୋଲୋଜିର ଉପଯୋଗ କରିଛନ୍ତି। ସେହିଭଳି ଭାବେ ମୁଁ ଦେଖିଲି କିଛି ମୂର୍ତ୍ତୀ ନିର୍ମାଣ କରିଛନ୍ତି। କିଛି ଭଲ ଚିତ୍ରକଳା ମାନ ପ୍ରସ୍ତୁତ କରିଛନ୍ତି ଆଉ କେବଳ ଏତିକି ହିଁ ନୁହେଁ, ସେଥିରେ ଲକ୍ଷ୍ୟ ରହିଥିଲା। କେବଳ ଏମିତି କିଛି କରିଦେବା ପାଇଁ କାର୍ଯ୍ୟ କରାଯାଇ ନାହିଁ। ମୁଁ ସେହି ଲକ୍ଷ୍ୟକୁ ଅନୁଭବ କରୁଥିଲି, ଏହାର ଅର୍ଥ ଏହା ହେଲା ଯେ ଜାତୀୟ ଶିକ୍ଷା ନୀତି ବ୍ୟକ୍ତିତ୍ୱର ବିକାଶ ପାଇଁ ବହୁତ ସବୁ ସୁଯୋଗ ପ୍ରଦାନ କରୁଛି ଆଉ ଏହି ଅର୍ଥରେ ମୁଁ କହିବି ଯେ ଆମେ ଯେତେ ସୂକ୍ଷ୍ମତାର ସହିତ ଜାତୀୟ ଶିକ୍ଷା ନୀତିକୁ ବୁଝିବା ଆଉ ପ୍ରତ୍ୟକ୍ଷ ଭାବେ ତାହାକୁ ଏହି ମାଟିରେ କାର୍ଯ୍ୟକାରୀ କରିବା, ଆପଣମାନେ ଦେଖନ୍ତୁ ଆପଣଙ୍କ ସାମ୍ନାରେ ବହୁମୁଖୀ ଲାଭ ଆପଣଙ୍କ ସମ୍ମୁଖରେ ହେବ। ତେବେ ମୋର ସମଗ୍ର ଦେଶର ଶିକ୍ଷକଙ୍କୁ, ସମଗ୍ର ଦେଶର ଶିକ୍ଷାବିତଙ୍କୁ, ସମଗ୍ର ଦେଶର ସ୍କୁଲଗୁଡ଼ିକୁ ମୋର ଅନୁରୋଧ ଯେ ଆପଣ ଏହାର ସୂକ୍ଷ୍ମତାକୁ ଏଇ ଧରଣୀରେ କାର୍ଯ୍ୟକାରୀ କରିବାର ନୂଆ- ନୂଆ କୌଶଳ ବିକଶତ କରନ୍ତୁ ଆଉ ଯେତେ ଅଧିକ ଉପାୟ ରହିବ ସେତେ ଅଧିକ ସୁଯୋଗ ପ୍ରାପ୍ତ ହେବ, ମୋର ଶୁଭକାମନା ରହିଛି।

ଉପସ୍ଥାପକ  : ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ଏବେ ଆମେ ସମ୍ପୂର୍ଣ୍ଣ ରୂପେ ଦୃଢ଼ ନିଶ୍ଚିତ ଯେ ଜାତୀୟ ଶିକ୍ଷା ନୀତି ନିଶ୍ଚିତ ଭାବେ ଆମ ପାଇଁ ଶିକ୍ଷାର ସଂଜ୍ଞାକୁ ପୁନଃ ଉପସ୍ଥାପିତ କରିବ ଆଉ ଆମର ଭବିଷ୍ୟତ ସେଥିପାଇଁ ଉଜ୍ଜ୍ୱଳ। ଆମେ ଖେଳିବା ତେବେ ନିଶ୍ଚିତ ଭାବେ ପ୍ରସ୍ଫୁଟିତ ହେବା। ମାନନୀୟ ସାର୍, ଗାଜିଆବାଦ ଶିଳ୍ପାଞ୍ଚଳ ସହରରୁ ରାଜକୀୟ କେନୟା ଇଣ୍ଟର କଲେଜରୁ ରୋଶନୀ କେତେକ ନିର୍ଦ୍ଧିଷ୍ଟ ପ୍ରସଙ୍ଗରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ସାହାଯ୍ୟ ଏବଂ ମାର୍ଗଦର୍ଶନ ଆଶା କରୁଛନ୍ତି। ରୋଶନୀ ଦୟାକରି ତୁମର ପ୍ରଶ୍ନ ଉପସ୍ଥାପିତ କରନ୍ତୁ।

ରୋଶନୀ : ନମସ୍କାର ମହୋଦୟ! ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ ହେଉଛି ଗାଜିଆବାଦ ଶିଳ୍ପାଞ୍ଚଳ ସହର ବିଜୟ ନଗର ଗାଜିଆବାଦ ଉତ୍ତର ପ୍ରଦେଶର ରାଜକୀୟ କେନୟା ଇଣ୍ଟର କଲେଜର ଏକାଦଶ ଶ୍ରେଣୀର ଛାତ୍ରୀ ରୋଶନୀ। ମାନ୍ୟବର ଏହା ହେଉଛି ମୋର ପ୍ରଶ୍ନ ଯେ ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ କ’ଣ ଛାତ୍ରମାନେ ପରୀକ୍ଷାକୁ ଡରୁଛନ୍ତି କିମ୍ବା ନିଜର ମାତା- ପିତା ଏବଂ ଶିକ୍ଷକଙ୍କୁ ଡରୁଛନ୍ତି? ଆମକୁ କ’ଣ ପରୀକ୍ଷାକୁ ଗୁରୁତ୍ୱର ସହିତ ବିଚାର କରିବାକୁ ପଡ଼ିବ ଯେପରି ଆମର ମାତା- ପିତା କିମ୍ବା ଶିକ୍ଷକ ଆମଠାରୁ ଆଶା କରୁଛନ୍ତି କିମ୍ବା କେବଳ ଉତ୍ସବ ଭଳି ସେଗୁଡ଼ିକର ଆନନ୍ଦ ନେବା? ଦୟାକରି ଆମର ମାର୍ଗଦର୍ଶନ କରନ୍ତୁ, ଧନ୍ୟବାଦ।

ଉପସ୍ଥାପକ : ଧନ୍ୟବାଦ ରୋଶନୀ। ପଞ୍ଚ ନଦୀର କ୍ଷେତ୍ର, ଗୁରୁମାନଙ୍କର ଭୂମି ସ୍ଥିତ ସମୃଦ୍ଧ ରାଜ୍ୟ ପଞ୍ଜାବର ଭଟିଣ୍ଡାରୁ ଦଶମ ଶ୍ରେଣୀର ଛାତ୍ରୀ  କିରନପ୍ରୀତ ଏହି ବିଷୟରେ ନିଜର ପ୍ରଶ୍ନ ପଚାରିବାକୁ ଚାହାଁଛନ୍ତି। କିରନପ୍ରୀତ, ଦୟାକରି ନିଜର ପ୍ରଶ୍ନ ପଚାରନ୍ତୁ।

କିରନପ୍ରୀତ: ସୁପ୍ରଭାତ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ମୋର ନାମ ହେଉଛି କିରନପ୍ରୀତ କୌର। ମୁଁ ପଞ୍ଜାବର ଭଟିଣ୍ଡା ଜିଲ୍ଲାର କଲ୍ୟାଣସୁଖ ବ୍ଲୁମ ପବ୍ଲିକ ସିନିୟର ସେକେଣ୍ଡାରୀ ସ୍କୁଲର 10ମ ଶ୍ରେଣୀର ଛାତ୍ରୀ। ସାର୍ ଆପଣଙ୍କୁ ମୋର ପ୍ରଶ୍ନ ହେଉଛି ଯେ ମୋର ଯଦି ପରୀକ୍ଷାର ଫଳାଫଳ ଭଲ ନ ହେଲା ତେବେ ମୁଁ କିପରି ଭାବେ ପରିବାରର ନିରାଶ ଭାବନା ସହିତ କିଭଳି ବୁଝାମଣା କରିବି। ମୋର ମୋ ମାତା- ପିତାଙ୍କ ପ୍ରତି କୌଣସି ନକରାତ୍ମକ ମନୋବୃତି ନାହିଁ କାରଣ ମୁଁ ଜାଣିଛି ସେମାନେ ମୋ ଅପେକ୍ଷା ଅଧିକ ଆଶ୍ୱାସନା ଦରକାର କରନ୍ତି। ଧନ୍ୟବାଦ ସାର୍, ଦୟାକରି ମୋର ମାର୍ଗଦର୍ଶନ କରନ୍ତୁ।

ଉପସ୍ଥାପକ: ଧନ୍ୟବାଦ କିରନପ୍ରୀତ। ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ଆମ୍ଭମାନଙ୍କ ଭଳି ଅଧିକାଂଶ, ରେଶନୀ ଏବଂ କିରନପ୍ରୀତ ମଧ୍ୟ ମାତା-ପିତା ଏବଂ ଶିକ୍ଷକମାନଙ୍କର ଆଶାନୁରୂପ ଫଳାଫଳ ସହିତ ବୁଝାମଣା କରିବା ପାଇଁ ଆହ୍ୱାନର ସମ୍ମୁଖୀନ ହୋଇ ଥାଆନ୍ତି, ଆମ୍ଭେମାନେ ଆପଣଙ୍କର ଉପଦେଶ ଚାହୁଁଛୁ। ମାନନୀୟ ସାର୍।

ପ୍ରଧାନମନ୍ତ୍ରୀ ମହାଶୟ : ରୋଶନୀ କ’ଣ କାରଣ ହୋଇପାରେ ଯେ ଆପଣ ଯେତେବେଳେ ଏହି ପ୍ରଶ୍ନ ପଚାରିଲେ, ତେବେ ସବୁଠାରୁ ଅଧିକ ତାଳି ବାଜିଲା, କ’ଣ କାରଣ ହୋଇପାରେ? ମୋତେ ଲାଗୁଛି ଯେ ଆପଣ ପ୍ରଶ୍ନ ଛାତ୍ରମାନଙ୍କ ପାଇଁ ପଚାରି ନାହାଁନ୍ତି, ଆପଣ ଖୁବ ଚତୁରତାର ସହିତ ପିତା-ମାତା ଏବଂ ଶିକ୍ଷକଙ୍କ ପାଇଁ ପଚାରିଛନ୍ତି। ଆଉ ମୋତେ ଲାଗୁଛି ଯେ ଆପଣ ଏହା ମଧ୍ୟ ଚାହୁଁଛନ୍ତି ମୁଁ ଏହିଠାରୁ ପ୍ରତ୍ୟେକ ପିତା-ମାତା ଏବଂ ଶିକ୍ଷକଙ୍କୁ କିଛି କହିଦେବି ଫଳରେ ଆପଣଙ୍କ କାର୍ଯ୍ୟରେ ଆସିବ । ଏହାର ଅର୍ଥ ଯେ ଆପଣଙ୍କ ଉପରେ ଚାପ ରହିଛି ଶିକ୍ଷକଙ୍କର, ଆପଣଙ୍କ ଉପରେ ଚାପ ରହିଛି ପିତା- ମାତାଙ୍କର, ଆଉ ଏଥିାଇଁ ଆପଣଙ୍କୁ ଏହି ଦ୍ୱନ୍ଦ ରହିଛି ଯେ ମୁଁ ମୋ ପାଇଁ ଏପରି କିଛି କରିବି ଯେ ତାଙ୍କ କହିବା ଯୋଗୁଁ  କିଛି କରିବି। ଏବେ ତାଙ୍କୁ ବୁଝାଇ ପାରୁ ନାହାଁନ୍ତି ଆଉ ମୁଁ ନିଜର ଅଭ୍ୟାସ ଛାଡ଼ି ପାରୁ ନାହିଁ, ଏହି ଆପଣଙ୍କର ଏହି ଚିନ୍ତାକୁ ମୁଁ ଅନୁଭବ କରି ପାରୁଛି। ମୁଁ ସର୍ବ ପ୍ରଥମେ ତ, ପିତା-ମାତା ଏବଂ ଶିକ୍ଷକମାନଙ୍କୁ ଏହା କହିବାକୁ ଚାହିଁବି ଯେ ଦୟାକରି ଆପଣ ଆପଣଙ୍କ ମନରେ ଯେଉଁ ସ୍ୱପ୍ନକୁ ନେଇ ଜୀଉଁଛନ୍ତି ଯେଉଁ ସ୍ୱପ୍ନ ଆପଣଙ୍କର ନିଜର ଅଧୁରା ରହି ଯାଇଛି, ଆପଣ ଆପଣଙ୍କ ବିଦ୍ୟାର୍ଥୀ କାଳରେ ଯାହା କରିବାକୁ ଚାହୁଁଥିଲେ, ତାହା କରି ପାରିଲେ ନାହିଁ ଆଉ ଏଥିପାଇଁ  ଦିନ-ରାତି ଆପଣଙ୍କୁ ଏହା ଲାଗୁଛି ଯେ, ଯେମିତି ହେଲେ ମୁଁ ଏହାକୁ କରି ରହିବି। ଅର୍ଥାତ ଆପଣ ଆପଣଙ୍କର ନିଜର ମନର କଥାକୁ, ନିଜର ସ୍ୱପ୍ନକୁ, ନିଜର ଆଶା-ଆକାଂକ୍ଷାକୁ ନିଜର ପିଲାମାନଙ୍କ ଉପରେ ଗୋଟିଏ ପ୍ରକାରରେ ଲଦି ଦେବାକୁ ଚେଷ୍ଟା କରନ୍ତି। ପିଲା ଆପଣଙ୍କୁ ସମ୍ମାନ କରେ, ମାଆ-ବାପାଙ୍କ କଥାକୁ ବହୁତ ଗୁରୁତ୍ୱ ଦେଇଥାଏ, ଅନ୍ୟ ପକ୍ଷରେ ଶିକ୍ଷକ କୁହନ୍ତି ଦେଖ ତୁମକୁ ଏହା କରିବାର ଅଛି, ଏହା କର, ଆମ ସ୍କୁଲରେ ତ ଏହା ରହିଥାଏ, ଏହା ତ ହେଉଛି ଆମର ପରମ୍ପରା। ଆପଣଙ୍କ ମନ ଉତ୍ସାହିତ ହୋଇଥାଏ ଆଉ ଆମ୍ଭମାନଙ୍କର ପିଲାମାନଙ୍କର ବିକାଶରେ ଏ ଯେଉଁ ଭ୍ରମାତ୍ମକ ଏବଂ ଠିକାଦାରୀ ଭଳି ଯେଉଁ ପ୍ରଭାବ ଗୁଡ଼ିକ ମଧ୍ୟ ଦେଇ ତାହାକୁ ଗତି କରିବାକୁ ପଡ଼ିଥାଏ, ଏହା ତାହା ପାଇଁ ବହୁତ ବଡ଼ ଚିନ୍ତାର ବିଷୟ ହୋଇଥାଏ ଆଉ ଏଥତ୍ପାଇଁ ପୁରାତନ ଯୁଗରେ ଶିକ୍ଷକଙ୍କର ପାରିବାରିକ ସମ୍ପର୍କ ରହୁଥିଲା। ପରିବାରର ସମସ୍ତ ଲୋକଙ୍କୁ ଶିକ୍ଷକ ଜାଣୁଥିଲେ ଆଉ ପରିବାର ମଧ୍ୟ ନିଜ ପିଲାମାନଙ୍କ ପାଇଁ କ’ଣ ଚିନ୍ତା କରୁଛନ୍ତି ଶିକ୍ଷକ ତାହା ସହିତ ମଧ୍ୟ ପରିଚିତ ଥିଲେ। ଅର୍ଥାତ ଏକ ପ୍ରକାରରେ ଶିକ୍ଷା ହୁଏତ ସ୍କୁଲରେ ଚାଲୁ ରହୁ, ହୁଏତ ଘରେ ଚାଲୁ ରହୁ, ସବୁକିଛି ଗୋଟିଏ ପ୍ଲାଟଫର୍ମରେ ହେଉଥିଲା ଆଉ ସେହି କାରଣରୁ ଆପଣ କ’ଣ ହୋଇଛନ୍ତି? ପିଲା ଦିନ ସାରା କ’ଣ କରୁଛି ମାଆ- ବାପାଙ୍କୁ ସମୟ ନାହିଁ, ଜାଣନ୍ତି ନାହିଁ, ଶିକ୍ଷକଙ୍କୁ ସିଲାବସ ସହିତ ନେଣଦେଣ, ମୋର ସିଲାବସ ସମ୍ପୂର୍ଣ୍ଣ ହୋଇ ଯାଇଛି, ମୋର କାର୍ଯ୍ୟ ହୋଇ ସାରିଛି। ମୁଁ ଭଲ ଭାବେ ପଢ଼ାଇଛି, ବହୁତ ପରିଶ୍ରମ କରି ପଢ଼ାଉଛନ୍ତି ଏଭଳି ନୁହେଁ ଯେ ପଢ଼ାଉ ନାହାଁନ୍ତି, କିନ୍ତୁ ତାଙ୍କୁ ଲାଗିଥାଏ ଯେ ମୋର ଦାୟିତ୍ୱ ହେଉଛି ସିଲାବସ ସମ୍ପୂର୍ଣ୍ଣ କରିବା ମୁଁ ତାହା କରିଦେଇଛି। ତାହା ହେଉଛି ମୋର ଦାୟିତ୍ୱ କିନ୍ତୁ ପିଲାର ମନ ଆଉ କିଛି କହିଥାଏ ଆଉ ଏଥତ୍ପାଇଁ ଯେ ପର୍ଯ୍ୟନ୍ତ ପିତା-ମାତା ହୁଅନ୍ତୁ ଶିକ୍ଷକ ହୁଅନ୍ତୁ କିମ୍ବା ସ୍କୁଲର ପରିବେଶ ହେଉ, ଆମେ ପିଲାମାନଙ୍କର ଶକ୍ତି ଏବଂ ତାହାର ସୀମାମାନ, ତାହାର ରୁଚି ଏବଂ ପ୍ରବୃତି, ତାହାର ଆଶା, ତାହାର ଆକାଂକ୍ଷା ଏସବୁକୁ ସୂକ୍ଷ୍ମତାର ସହିତ ନିରୀକ୍ଷଣ ନ କରୁଛୁ। ତାକୁ ଜାଣିବାର ବୁଝିବାର ପ୍ରୟାସ କରୁ ନାହେଁ, ଆଉ ଆମେ ତାକୁ ଧକ୍କା ମାରି ଚାଲୁ ତେବେ କେଉଁଠି ନା କେଉଁଠି ସେ ଟଳମଟଳ ହୋଇପଡ଼େ ଆଉ ଏଥିାଇଁ ରୋଶନୀ ମାଧ୍ୟମରେ ସମସ୍ତ ଅଭିଭାବକଙ୍କୁ ସମସ୍ତ ଶିକ୍ଷକଙ୍କୁ କହିବାକୁ ଚାହିଁବି ଯେ ଆପଣ ଆପଣଙ୍କ ମନର ଆଶା ଆକାଂକ୍ଷା ଅନୁସାରେ ନିଜର ପିଲାମାନଙ୍କ ଉପରେ ବୋଝ ଲଦି ଦିଅନ୍ତୁ ନାହିଁ, ଏହାଠାରୁ ମୁକ୍ତ ହେବାର ପ୍ରୟାସ କରନ୍ତୁ ଆଉ ପ୍ରତ୍ୟେକ ପିଲା ପାଖରେ ଗୋଟିଏ ଶକ୍ତି ରହିଛି, ପ୍ରତ୍ୟେକ ମାଆ- ବାପାଙ୍କୁ ଏହା ସ୍ୱୀକାର କରିବାକୁ ପଡ଼ିବ ଯେ ଆପଣଙ୍କ ତରାଜୁରେ ତାହା ଫିଟ୍ ହେଉ କି ନ ହେଉ କିନ୍ତୁ ପରମାତ୍ମା ତାହାକୁ କୌଣସି ବିଶେଷ ଶକ୍ତି ପ୍ରଦାନ କରି ପଠାଇଛନ୍ତି। ତାହା ମଧ୍ୟରେ କୌଣସି ସାମର୍ଥ୍ୟ ରହିଛି, ଏହା ହେଉଛି ଆପଣଙ୍କର ଦୂରଦୃଷ୍ଟିର ଅଭାବ। ଏହା ହେଉଛି ଆପଣଙ୍କର ଅସୁବିଧା ଯେ ଆପଣ ତାହାର ସ୍ୱପ୍ନଗୁଡ଼ିକୁ ବୁଝିପାରୁ ନାହାଁନ୍ତି ଆଉ ଏଥତ୍ପାଇଁ ସେହିଠାରୁ ହିଁ ଦୂରତା ବଢ଼ି ଯାଉଛି। ଆଉ ମୁଁ ଚାହିଁବି ପିଲାମାନଙ୍କ ସହିତ, ଆପଣ ଚାପଗ୍ରସ୍ତ ଥିବା ସମୟରେ ମଧ୍ୟ, ଏବେ ଏଠାରେ ତ ମୁଁ କହିବି ନାହିଁ ଯେ ମାଆ- ବାପାଙ୍କ କଥା ଶୁଣ ନାହିଁ, ମୁଁ ଏହା ତ କହିବି ନାହିଁ ଯେ ଶିକ୍ଷକଙ୍କ କଥାକୁ ଶୁଣ ନାହିଁ, ଏହି ପରାମର୍ଶ ତ ଠିକ୍ ହେବ ନାହିଁ, ଶୁଣିବାକୁ ତ ପଡିବ ହିଁ ପଡ଼ିବ। ସେ ଯାହା କହୁଛନ୍ତି ସେହି କଥାକୁ ବୁଝିବାକୁ ପଡ଼ିବ କିନ୍ତୁ ଆମକୁ ସେହି ଜିନିଷ ଗୁଡ଼ିକୁ ସ୍ୱୀକାର କରିବାକୁ ପଡ଼ିବ ଯାହାକୁ ଆମ ଭିତରେ ବହୁତ ସହଜ ଭାବରେ ଆପଣ ଦେଖିଥିବେ, ମାଟି ଏମିତିରେ ମଧ୍ୟ ନିର୍ଜୀବ ଲାଗିଥାଏ, ଗୋଟିଏ ବୀଜ ବୁଣିବା ତ ତାହା ମଧ୍ୟରୁ କିଛି ବାହାରି ନଥାଏ, କିନ୍ତୁ ସେହି ମାଟି ଉପରେ ଅନ୍ୟ କିଛି ବୁଣିବା ତେବେ ବହୁତ କିଛି ବାହାରି କରି ଆସିଥାଏ ବହୁତ ବଡ଼ ବଟବୃକ୍ଷ ହୋଇ ଯାଇଥାଏ। ତାହା ସେହି ମାଟି ଯୋଗୁଁ ନୁହେଁ, କେଉଁ ମଞ୍ଜି ବୁଣିଛେ ତାହା ଉପରେ ନିର୍ଭର କରିଥାଏ। ଆଉ ଏଥତ୍ପାଇଁ ଆପଣଙ୍କୁ ଜଣାଅଛି ଯେ କେଉଁ ଜିନିଷକୁ ଆପଣ ସହଜ ଭାବେ ଅପଡେଟ୍ କରି ନେଉଛନ୍ତି। କେଉଁ ଜିନିଷ ଆପଣଙ୍କ ମନ ସହିତ ସମ୍ପୂର୍ଣ୍ଣ ଭାବେ ତାହା ସହିତ ଆଗକୁ ବଢ଼ି ଯାଇଥାଏ। ଆପଣ ମନ- ପ୍ରାଣ ଦେଇ ସେଥିରେ ବଢ଼ି ଚାଲନ୍ତୁ ଆଣଙ୍କୁ କେବେ ହେଲେ ମଧ୍ୟ ଭାରାକ୍ରାନ୍ତ ଲାଗିବ ନାହିଁ ଆଉ ଆରମ୍ଭରେ ଆରମ୍ଭରେ ପ୍ରତିବନ୍ଧକ ଆସିବ କିନ୍ତୁ ପରେ ପରିବାର ଗର୍ବ କରିବାକୁ ଲାଗିବେ, ହଁ, ଆମେ ତ ଚିନ୍ତା କରୁଥିଲୁ ଯେ ଏକଥାଟି ବହୁତ ଭଲ କଲା, ଆଜି ତ ଆମର ନାଁ ରହିଲା। ଚାରିଜଣଙ୍କ ମଧ୍ୟରେ ବସିଲେ ଆମର ପ୍ରଶଂସା ହେଉଛି। ଯେଉଁମାନେ କାଲି ପର୍ଯ୍ୟନ୍ତ ଆପଣଙ୍କ ଶକ୍ତିକୁ ସ୍ୱୀକାର କରୁ ନ ଥିଲେ ସେମାନେ ଆଗାମୀ ସମୟରେ ଆପଣଙ୍କର ହିଁ ଶକ୍ତିର ଗୌରବ ଗାନ କରିବାରେ ଲାଗି ପଡ଼ିବେ ଆଉ ଏଥିପାଇଁ ଆପଣ ହସି ଖେଳି ଉତ୍ସାହର ସହିତ ଯାହା କିଛି ସର୍ବନିମ୍ନ ଆବଶ୍ୟକତା ରହିଛି ତାହାକୁ ପୂରଣ କରି, ଯେଉଁ ଅତିରିକ୍ତ ସାମର୍ଥ୍ୟ ରହିଛି ତାହାକୁ ଯୋଡ଼ି ଆଗକୁ ବଢ଼ିବେ ଆପଣଙ୍କର ବହୁତ ଲାଭ ହେବ।

ଉପସ୍ଥାପକ : ଶ୍ରଧେୟ ପ୍ରଧାନମନ୍ତ୍ରୀ ମହୋଦୟ ଆପଣ ଅଭିଭାବକ ଏବଂ ଶିକ୍ଷକଙ୍କ ଆଶା ଏବଂ ଆକାଂକ୍ଷାଗୁଡ଼ିକ ମଧ୍ୟରେ ପିଲାମାନଙ୍କର ରୁଚି ଏବଂ ଆକାଂକ୍ଷାଗୁଡ଼ିକୁ ନୂତନ ଶକ୍ତି ପ୍ରଦାନ କରିଛନ୍ତି, ଆପଣଙ୍କୁ କୋଟି- କୋଟି ଧନ୍ୟବାଦ। ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ସାଂସ୍କୃତିକ ଧନୀ ସହର ଦିଲ୍ଲୀରୁ, ବୈଭବ, କେନ୍ଦ୍ରୀୟ ବିଦ୍ୟାଳୟ ଜନକପୁରୀର 10ମ ଶ୍ରେଣୀର ଛାତ୍ର, ଅତି ବିନମ୍ରତାର ସହିତ ନିଜର ସମସ୍ୟାର ସମାଧାନ ପାଇଁ ଆପଣଙ୍କର ମାର୍ଗଦର୍ଶନ ଚାହୁଁଚନ୍ତି । ବୈଭବ ଦୟାକରି ତୁମର ପ୍ରଶ୍ନ ପଚାର।

ବୈଭବ : ନମସ୍କାର ପ୍ରଧାନମନ୍ତ୍ରୀ ମହୋଦୟ, ଆଜ୍ଞା ମୋର ନାମ ହେଉଛି ବୈଭବ କନୌଜିଆ। ମୁଁ ଦଶମ ଶ୍ରେଣୀର ଛାତ୍ର। ମୁଁ କେନ୍ଦ୍ରୀୟ ବିଦ୍ୟାଳୟ ଜନକପୁରୀରେ ପଢ଼ୁଛି। ମହୋଦୟ ମୋର ଆପଣଙ୍କୁ ଗୋଟିଏ ପ୍ରଶ୍ନ ହେଉଛି କେତେବେଳେ ଆମେ ପରାମର୍ଶ ଗ୍ରହଣ କରିବୁ ଆଉ ଅଭାବ ରହିଥିବା କ୍ଷେତ୍ରରେ କିପରି ସଫଳ ହୋଇ ପାରୁବୁ।

ଉପସ୍ଥାପକ : ଧନ୍ୟବାଦ ବୈଭବ, ମାନନୀୟ ପ୍ରଧାନମନ୍ତ୍ରୀ ମହାଶୟ କେବଳ ଆମେ ପିଲାମାନେ ହିଁ ନୁହେଁ ଅଭିଭାବକମାନେ ମଧ୍ୟ ଆପଣଙ୍କ ଠାରୁ ଆମ ସମସ୍ୟାର ସମାଧାନ ଚାହୁଁଛନ୍ତି ସୁଜିତ କୁମାର ପ୍ରଧାନ ମହାଶୟ ଆଜ୍ଞା ଓଡ଼ିଶା ଝାରସୁଗୁଡ଼ାରୁ ଜଣେ ଅଭିଭାବକ ଆପଣଙ୍କ ସହିତ ଏହି ବିଷୟରେ ମାର୍ଗଦର୍ଶନ ଅପେକ୍ଷାରେ ରହିଛନ୍ତି। ଶ୍ରୀମାନ ସୁଜିତ ପ୍ରଧାନ ମହାଶୟ ଦୟାକରି ଆପଣଙ୍କର ପ୍ରଶ୍ନ ପଚାରନ୍ତୁ।

ସୁଜିତ ପ୍ରଧାନ ମହାଶୟ : ମୋର ପ୍ରଧାନମନ୍ତ୍ରୀ ମହୋଦୟ ନମସ୍କାର, ମୋର ନାମ ହେଉଛି ସୁଜିତ କୁମାର ପ୍ରଧାନ। ମୋର ପ୍ରଶ୍ନ ହେଉଛି ପାଠ୍ୟୋତ୍ତର ଗତିବିଧି କରିବା ପାଇଁ ପିଲାମାନଙ୍କୁ କିଭଳି ପ୍ରେରିତ କରାଯାଇ ପାରିବ? ଧନ୍ୟବାଦ।

ଉପସ୍ଥାପକ : ଧନ୍ୟବାଦ ଶ୍ରୀମାନ । ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ ସ୍ଥାପତ୍ୟ ଏବଂ ଚିତ୍ରକଳାର ଧନୀ ରାଜସ୍ଥାନର ଜୟପୁରରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀ କୋମଳ ଶର୍ମା ଆପଣଙ୍କ ଠାରୁ ନିଜର ସମସ୍ୟାର ସମାଧାନ ଚାହୁଁଛନ୍ତି, କୋମଲ ଦୟାକରି ନିଜର ପ୍ରଶ୍ନ ପଚାରନ୍ତୁ।

କୋମଲ : ନମସ୍କାର ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ ମୋର ନାମ ହେଉଛି କୋମଲ ଶର୍ମା ମୁଁ ରାଜକୀୟ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଗରୁ ଜୟପୁରର ଦ୍ୱାଦଶ ଶ୍ରେଣୀର ଛାତ୍ରୀ। ମୋର ଆଣଙ୍କୁ ଏହି ପ୍ରଶ୍ନ ଯେ ମୋର ଜଣେ ସହାଠୀଙ୍କର ଗୋଟିଏ ପେପରରେ ଭଲ ହୋଇ ନାହିଁ ତେବେ ମୁଁ ତାକୁ କିପରି ଆଶ୍ୱାସନା ଦେବି?

ଉପସ୍ଥାପକ : ଧନ୍ୟବାଦ କୋମଲ। ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ।  ସାର, ଏରେନ ଏପେନ କତ୍ତାରର ଜଣେ ଦଶମ ଶ୍ରେଣୀର ଛାତ୍ର, ଯିଏକି ସମାନ ଧରଣର ପ୍ରଶ୍ନରେ ଛନ୍ଦି ହୋଇଛନ୍ତି। ଏରେନ ଦୟାକରି ଆକୁ ବଢ ଏବଂ ତୁମର ପ୍ରଶ୍ନ ପଚାର।

ଏରେନ : ନମସ୍ତେ ସାର, କତ୍ତାର ଦୋହାର ଏମଇଏସ ଇଣ୍ଡିଆନ ସ୍କୁଲ ତରଫରୁ ଆପଣଙ୍କୁ ଶୁଭେଚ୍ଛା। ମୋର ନାମ ଏରେନ ଏପେନ, ମୁଁ ଜଣେ ଦଶମ ଶ୍ରେଣୀର ଛାତ୍ର, ଭାରତର ପ୍ରଧାନମନ୍ତ୍ରୀଙ୍କୁ ମୋର ପ୍ରଶ୍ନ ଗୁଡିକ ହେଉଛି ଆମେ କିପରି ବିଳମ୍ବରୁ ନିଜକୁ ଦୂରେଇ ରଖିପାରିବୁ ଏବଂ ପରୀକ୍ଷାର ଭୟ ଓ ପ୍ରସ୍ତୁତିର ଅଭାବ ଭାବନାକୁ କିପରି ଦୂରେଇ ରଖିପାରିବୁ। 

ଉପସ୍ଥାପକ : ଧନ୍ୟବାଦ  ଏରେନ। ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ, ସାର, ବୈଭବ, ଶ୍ରୀଯୁକ୍ତ ପ୍ରଧାନ ମହାଶୟ, କୋମଲ ଏବଂ ଏରେନ ଆପଣଙ୍କ  ଜ୍ଞାନରୁ ଜାଣିବାକୁ ଚାହୁଁଛନ୍ତି କିପରି ପ୍ରଭାବିତ ହେବାର ଅଭାବରୁ ମୁକ୍ତି ପାଇବେ ଏବଂ ଶିକ୍ଷାବିତମାନଙ୍କର କିପର ପ୍ରତିବଦ୍ଧତା ବଜାୟ ରହିବ। ସେହିପରି  ଭାରତର ବିଭିନ୍ନ  କୋଣ ଅନୁକୋଣରୁ ଛାତ୍ରମାନେ ଜାଣିବାକୁ ଚାହୁଁଛନ୍ତି କିପରି ସେମାନେ ଅନ୍ୟ କାର୍ଯ୍ୟକଳାପ ସହିତ ସମାନ ଭାବେ ଜଡିତ ହୋଇ ସମନ୍ୱିତ ଭାବେ ସବୁ କାର୍ଯ୍ୟ କରି ପାରିବେ। ଦୟାକରି ଆପଣ ମାର୍ଗଦର୍ଶନ କରନ୍ତୁ।

ପ୍ରଧାନମନ୍ତ୍ରୀ ମହୋଦୟ : କିଏ ଏଭଳି ଚିନ୍ତା କରୁଛନ୍ତି ଯେ ପ୍ରେରଣାର କୌଣସି ଇଂଜେକସନ ମିଳୁଛି ଆଉ ସେହି ଇଂଜେକସନକୁ ଆମେ ଲଗାଇଦେବା ତେବେ ପ୍ରେରଣାର ମିଳି ଯାଇଥାଏ। କାହାଙ୍କୁ ଲାଗିଥାଏ ଯେ ଏହି ଫର୍ମୁଲା ମିଳିଯିବ ତେବେ ପ୍ରେରଣା ବା ମୋଟିଭେସନର ମଧ୍ୟ କୌଣସି ସମସ୍ୟା ରହିବ ନାହିଁ ତେବେ ମୁଁ ବୁଝୁଛି ଯେ ଏହା ବହୁତ ବଡ଼ ଭୁଲ ହେବ କିନ୍ତୁ ପ୍ରଥମେ ତ ଆପଣ ନିଜକୁ ନିଜେ ନିରୀକ୍ଷଣ କରନ୍ତୁ ଯେ କେଉଁ କଥାଗୁଡ଼ିକ ହୋଇଥାଏ ଯାହାଦ୍ୱାରା କି ଆପଣ ସମ୍ପୂର୍ଣ୍ଣ ରୂପେ ଅଣ ପ୍ରେରିତ ହୋଇ ଯାଉଛନ୍ତି ଆପଣଙ୍କୁ ଜଣା ପଡ଼ିବ ଆପଣ ଦିନ ସାରା ଦେଖିବେ, ସପ୍ତାହ ସାରା ଦେଖିବେ, ମାସ ସାରା ଦେଖିବେ ତେବେ ଆପଣ ଧରି ପାରିବେ ଯେ କେଉଁଠି କେତେବେଳେ ଏପରି ହୋଇଥାଏ, ତେବେ ମୋତେ ତାହା ଲାଗିଥାଏ ଯେ ମୁଁ କିଛି କରି ପାରିବି ନାହିଁ। ଏହା ହେଉଛି ମୋ ପାଇଁ କଠିନ କାର୍ଯ୍ୟ ତେବେ ନିଜକୁ ଜାଣିବା ଆଉ ସେଥିରେ ମଧ୍ୟ କେଉଁ କଥାଗୁଡ଼ିକ ରହିଛି ଯେଉଁ ଗୁଡ଼ିକ ମୋତେ ହତାଶ କରି ଦେଉଛି ନିରାଶ କରି ଦେଉଛି ଗୋଟିଏ ଥର ତାହାକୁ ଜାଣି ନିଅନ୍ତୁ ଆଉ ତାହାକୁ ଗୋଟିଏ ଥର ନମ୍ବର ବାକ୍ସରେ ପକାଇ ଦିଅନ୍ତୁ ଠିକ୍ ଅଛି ପୁଣି ଆପଣ ଚେଷ୍ଟା କରନ୍ତୁ ଯେ ତାହା ହେଉଛି କେଉଁ ଜିନିଷ ଯାହା ସହଜ ରୂପେ ଆପଣଙ୍କୁ ପ୍ରୋତ୍ସାହିତ କରୁଛି, ଯାହା ସହଜ ରୂପେ ଆପଣଙ୍କୁ ପ୍ରୋତ୍ସାହିତ କରୁଛି ତାହାକୁ ଆପଣ ଚିହ୍ନଟ କରନ୍ତୁ। ଧରି ନିଅନ୍ତୁ ଆପଣ କୌଣସି ବହୁତ ଭଲ ଗୀତ ଶୁଣିଲେ କେବଳ ତାହାର ସଂଗୀତ ନୁହେଁ ସେଗୁଡ଼ିକର ଶବ୍ଦରେ କିଛି ଜିନିଷ ଏଭଳି ରହିଛି କ’ଣ ଆପଣଙ୍କୁ ଲାଗୁଛି କି ହଁ ସାଙ୍ଗ ଚିନ୍ତା କରିବାର ଉପାୟ ଏପରି ମଧ୍ୟ ହୋଇପାରେ ତେବେ ଆପଣ ଦେଖିଥିବେ ଯେ ଆପଣ ହଠାତ୍ ନୂତନ ଧାରାରେ ଚିନ୍ତା କରିବାକୁ ଆରମ୍ଭ କରି ଦିଅନ୍ତି। କେହି ଆପଣଙ୍କୁ ଜଣାଇଥିଲେ, ଜଣାଇ ନଥିଲେ, କିନ୍ତୁ ଆପଣ ନିଜକୁ ପ୍ରସ୍ତୁତ କରିଥିଲେ ଯେ ତାହା କେଉଁ ଜିନିଷ ଯାହା ମୋତେ ପ୍ରୋତ୍ସାହିତ କରିଥାଏ ଆପଣ ଧରି ପାରିଲେ ତେବେ ଆପଣଙ୍କ ମନ ହେବ ହଁ ଏହା ହେଉଛି ମୋ ପାଇଁ ବହୁତ କାମର ଜିନିଷ। ଏଥିପାଇଁ ମୁଁ ଚାହିଁବି ଯେ ଆପଣ ନିଜ ବିଷୟରେ ନିଶ୍ଚିତ ଭାବେ ତର୍ଜମା କରି ଚାଲନ୍ତୁ। ସେଥିରେ ଆଉ କିଏ ସାହାଯ୍ୟ କରିବ ସେହି ଚିନ୍ତାଧାରାରେ ରୁହନ୍ତୁ ନାହିଁ। ବାରମ୍ବାର କାହାକୁ ଯାଇ କୁହନ୍ତୁ ନାହିଁ ଯେ ବନ୍ଧୁ ମୋର ମନ ନାହିଁ, ମୋତେ କିଛି ମଜା ଆସୁ ନାହିଁ, ପୁଣି ଆପଣଙ୍କ ଭିତରେ ଏଭଳି ଏକ ଦୁର୍ବଳତା ସୃଷ୍ଟି ହେବ ଯେ ପ୍ରତ୍ୟେକ ଥର ଆପଣ ସହାନୁଭୂତି ଆଶା କରିବେ, ପୁଣି ଆପଣଙ୍କର ମନ ହେବ ଯେ ମମ୍ମି ମୋ ପାଖରେ ବସିଛନ୍ତି ଟିକେ ମୋତେ ଟିକେ ଭଲ ପାଆନ୍ତୁ, ଗେହ୍ଲା କରନ୍ତୁ, ମୋତେ ପ୍ରୋତ୍ସାହିତ କରନ୍ତୁ, ମୋର ଲାଳନପାଳନ କରିବେ ତେବେ ଏକ ଦୁର୍ବଳତା ଧୀରେ- ଧୀରେ ବିକଶିତ ହୋଇଯିବ। କିଛି ସମୟ ତ ଭଲ ଭାବେ ବିତିଯିବ। ତେଣୁ କେବେ ହେଲେ ମଧ୍ୟ ସହାନୁଭୂତି ପାଇବା ଲାଗି ଉପଯୋଗ କରନ୍ତୁ ନାହିଁ। କେବେ ହେଲେ ମଧ୍ୟ କରନ୍ତୁ ନାହିଁ। ହଁ ଗୋଟିଏ ଜୀବନରେ ଅସୁବିଧା ଆସିଲା, ନିରାଶା ଆସିଲା, ହତାଶା ଆସିଲା, ମୁଁ ସେଠାକୁ ନିଜେ ଯିବି, ମୁଁ ତାହା ସହିତ ମୋର ସମସ୍ତ ବଳ ଲଗାଇ ଯୁଦ୍ଧ କରିବି ଆଉ ମୋର ହତାଶା ମୋର ଉଦାସୀନତାକୁ ମୁଁ ହିଁ ଶେଷ କରି ଦେବି, ମୁଁ ହିଁ ତାହାକୁ କବରରେ ଦେଇ ଦେବି। ଏହି ବିଶ୍ୱାସ ସୃଷ୍ଟି ହେବା ଉଚିତ। ଅନ୍ୟଟି ହେଉଛି, ଆମେ କେଉଁ ସବୁ ଜିନିଷକୁ ନିରୀକ୍ଷଣ କରୁଛୁ। କେବେ -କେବେ କିଛି ଜିନିଷକୁ ନିରୀକ୍ଷଣ କରିବା ଦ୍ୱାରା ମଧ୍ୟ ଆମକୁ ବହୁତ ପ୍ରେରଣା ମିଳିଥାଏ ଏବେ ଧରି ନିଅନ୍ତୁ ଆପଣଙ୍କ ଘରେ ହିଁ ଗୋଟିଏ 3 ବର୍ଷର ପିଲା ଅଛି 2 ବର୍ଷର ପିଲା ଅଛି ତାକୁ କିଛି ଆଣିବାକୁ ଅଛି କିନ୍ତୁ ତା’ପାଇଁ ବଡ଼ ଅସୁବିଧା ଅଛି ଆପଣ ଦୂରରୁ ଦେଖି ଚାଲନ୍ତୁ ଯେ ସେ ପଡ଼ିଯିବ ପହଂଚି ପାରିବ ନାହିଁ ଥକି ପଡ଼ିବ ତେବେ କିଛି ସମୟ ଚାଲି ପାରିବ ପୁଣି ଆସିବ ପୁଣି ଚେଷ୍ଟା କରିବାର ଅର୍ଥ ଆପଣଙ୍କୁ ସେ ଶିଖାଉଛି ଯେ ଠିକ୍ ଅଛି ମୋ ପାଇଁ ଅସୁବିଧା ପରିସ୍ଥିତି ରହିଛି କିନ୍ତୁ ମୁଁ ମୋର ଚେଷ୍ଟା ଜାରି ରଖିବି ଏହି ପ୍ରେରଣା କ’ଣ କୌଣସି ସ୍କୁଲରେ କିଏ ପଢ଼ାଇଥିଲେ କି? ସେହି 2 ବର୍ଷର ପିଲାକୁ କୌଣସି ପ୍ରଧାନମନ୍ତ୍ରୀ ବୁଝାଇଥିଲେ କି? ଆରେ ମୋ ପୁଅ ଟିକେ ଠିଆ ହୋଇ ଯା, ଦୌଡ଼, ଏଭଳି କିଏ କହିଥିଲା କି, ଆଜ୍ଞା ନୁହେଁ। ଈଶ୍ୱର ଅନ୍ତର୍ନିହିତ ଗୁଣ ଆମ ସମସ୍ତଙ୍କ ଭିତରେ ରଖିଛନ୍ତି ଯାହା ଆମକୁ କିଛି ନା କିଛି କରିବାପାଇଁ ପରିଚାଳିତ ଶକ୍ତି ଭାବେ କାର୍ଯ୍ୟ କରିଥାଏ। ଛୋଟ ବାଳକ ଭିତରେ ମଧ୍ୟ ରହିଥାଏ ଆମେ କେବେ ଏହିସବୁ ଜିନିଷକୁ ଅନୁଧ୍ୟାନ କରିଛେ। ଆପଣମାନେ ଦେଖିଥିବେ ଯେ କୌଣସି ଦିବ୍ୟାଙ୍ଗ ନିଜର କିଛି ଗତିବିଧି କରି ଥାଆନ୍ତି ସେ ନିଜର କୌଶଳ ଖୋଜି ନେଇଛନ୍ତି, ବହୁତ ଭଲ ଭାବେ କରି ନିଅନ୍ତି। କିନ୍ତୁ ଆମେ ସୂକ୍ଷ୍ମତାର ସହିତ ଅନୁଧ୍ୟାନ କରିଛେ ଯେ ଭାଇ ଇଶ୍ୱର ତାଙ୍କ ଶରୀରରେ ଏତିକି ଅଭାବ ସୃଷ୍ଟି କରିଛନ୍ତି କିନ୍ତୁ ସେ ହାର୍ ମାନି ଯାଇ ନାହାଁନ୍ତି। ସେ ନିଜର ଶାରୀରିକ ଦୁର୍ବଳତାକୁ ନିଜର ଶକ୍ତି କରି ଦେଇଛନ୍ତି। ଆଉ ସେହି ଶକ୍ତି ଯୋଗୁଁ ନିଜକୁ ତ ଦୌଡ଼ି ଆସୁଛି ସେହି ଶକ୍ତିକୁ ଯଦି ଦେଖିବାବାଲା ନୀରିକ୍ଷଣ କରନ୍ତି ତାଙ୍କୁ ମଧ୍ୟ ପ୍ରେରଣା ପ୍ରଦାନ କରିଥାଏ ଆମେ ମଧ୍ୟ ଚେଷ୍ଟା କରିବା। ଆମ ଆଖପାଖରେ ଯେଉଁସବୁ ଜିନିଷ ରହିଛି ଆମେ ତାହାକୁ ସେହି ରୂପରେ ନୀରିକ୍ଷଣ କରିବା। ତାହାର ଦୁର୍ବଳତାକୁ ନୀରିକ୍ଷଣ କରିବା ନାହିଁ ତାହାର ଦୁର୍ବଳତାକୁ ସେ କିପରି ଭାବେ ହରେଇ ପାରିଛନ୍ତି ତାହାର ଦୁର୍ବଳତାକୁ ସେ କିପରି ଭାବେ ହରାଉଛି ସେହି ପ୍ରକ୍ରିୟାକୁ ଅନୁଧ୍ୟାନ କରି ଦେଖନ୍ତୁ। ଆପଣ ପୁଣି ନିଜକୁ ନିଜେ ତାହା ସହିତ ସମ୍ପର୍କିତ କରି ଦେଖିବେ, ଯଦି ଏପରି ହୋଇ ପାରୁଛି ତେବେ ମୁଁ ମଧ୍ୟ ଏପରି ବୋଧହୁଏ କରି ପାରିବି, ଈଶ୍ୱର ତ ମୋତେ ଖୁବ ସୁନ୍ଦର ହାତ ଗୋଡ଼ ସବୁ ଦେଇଛନ୍ତି ମୋର ତ କୌଣସି ଅଭାବ ନାହିଁ ମୁଁ କାହିଁକି ଚୁପ ହୋଇ ବସି ରହିଛି ଆପଣ ନିଜେ ଦୌଡ଼ିବାକୁ ଲାଗି ପଡ଼ିବେ ଆଉ ଏଥିପାଇଁ ମୋତେ ଲାଗୁଛି ଯେ ଅନ୍ୟ ଏକ ବିଷୟ ରହିଛି କ’ଣ ଆପଣ କେବେ ନିଜେ ନିଜର ପରୀକ୍ଷା ନେଇଛନ୍ତି କି। ଆପଣ ମଧ୍ୟ ନିଜେ ନିଜର ପରୀକ୍ଷା ନିଅନ୍ତୁ ଆଉ କେହି କାହିଁକି ଆପଣଙ୍କର ପରୀକ୍ଷା ନେବେ ଯେପରି ମୁଁ ବୋଧହୁଏ ମୋ ପୁସ୍ତକ ଏକଜାମ ୱାରିୟର ସେଥିରେ ଗୋଟିଏ ସ୍ଥାନରେ ଏହା ଲେଖିଛି ଯେ ଆପଣ କେବେ ପରୀକ୍ଷାକୁ ନେଇ ହିଁ ଗୋଟିଏ ଚିଠି ଲେଖନ୍ତୁ ହାଏ, ସ୍ନେହର ପରୀକ୍ଷା, ଆଉ ତାକୁ ଲେଖ ଯେ ତୁମେ କ’ଣ ବୁଝି ପାରୁଛ, ମୁଁ ଏଭଳି ପ୍ରସ୍ତୁତି କରିଛି, ମୁଁ ଏହି ପ୍ରସ୍ତୁତି କରିଛି, ମୁଁ ଏଭଳି ପରିଶ୍ରମ କରିଛି, ମୁଁ ଏତିକି ପ୍ରୟାସ କରିଛି, ମୁଁ ଏହା ପଢ଼ିଛି, ମୁଁ ଏତିକି ନୋଟ ଲେଖିଛି, ମୁଁ ଶିକ୍ଷକଙ୍କ ସହିତ ଏତେ ଘଂଟା ବସିଛି, ମୁଁ ମମ୍ମି ସହିତ ଏତିକି ସମୟ ବିତାଇଛି ମୋ ପଡୋଶୀରେ ଥିବା ଭଲ ଛାତ୍ର କିଛି ଭଲ କାର୍ଯ୍ୟ କରିଥିବେ ତେବେ ତାଙ୍କ ପାଖକୁ ଯାଇ ଆରେ, ମୁଁ ଏତେ ଶିଖିକରି ଆସିଛି ତୁମେ କିଏ ମୋ ସହିତ ମୁକାବିଲା କରିବାକୁ କିଏ, ତୁମେ କିଏ ମୋ ପରୀକ୍ଷା ନେବା ପାଇଁ, ମୁଁ ତୁମର ପରୀକ୍ଷା ନେଉଛି। ମୁଁ ଦେଖୁଛି ତୁମେ ମୋତେ ତଳେ ପକାଇ ଦେଖ ତ, ମୁଁ ତୁମକୁ ତଳେ ପକାଇ ଦେଖାଇ ଦେଉଛି। କେବେ ତ କରନ୍ତୁ, କେବେ –କେବେ ଆପଣମାନଙ୍କୁ ଲାଗୁଛି କି ଭାଇ ମୁଁ ଯାହା ଚିନ୍ତା କରୁଛି, ଠିକ୍ ଅବା ଭୁଲ ଅଛି, ଆପଣ ଏପରି କରନ୍ତୁ, ଥରେ ଉତର ଦେବାର ଅଭ୍ୟାସ ଆରମ୍ଭ କରନ୍ତୁ। ଉତର ଦେବାର ଅଭ୍ୟାସ ଆରମ୍ଭ କରନ୍ତୁ, ତେବେ ଆପଣଙ୍କୁ ଏକ ନୂତନ ଦୃଷ୍ଟି ମିଳିବ। ଯେପରି ଧରି ନିଅନ୍ତୁ ଶ୍ରେଣୀ ଗୃହ ଭିତରୁ କିଛି ଶିକ୍ଷା ନେଇ ଆସନ୍ତୁ, ତୁମର ତିନି- ଚାରି ଜଣ ସାଙ୍ଗ ଅଛନ୍ତି, ଏକାଠି ବସ ଆଉ ଆଜି ଯାହା ଶିଖିଛ, ତୁମେ ମଧ୍ୟ ଶିକ୍ଷକ ହୋଇ ତୁମର ତିନିଜଣ ସାଙ୍ଗଙ୍କୁ ଶିଖାଅ। ପୁଣି ଅନ୍ୟ ସାଙ୍ଗମାନେ ଆଉ ତିନି ଜଣ ସାଙ୍ଗଙ୍କୁ ଶିଖାନ୍ତୁ, ପୁଣି ତୃତୀୟ ସାଙ୍ଗ ଆଉ ତିନି ଜଣଙ୍କୁ ଶିଖାନ୍ତୁ, ପୁଣି ଚତୁର୍ଥ ସାଙ୍ଗ.. ଅର୍ଥାତ ଗୋଟିଏ ପ୍ରକାରରେ ଯିଏ ଯେତେ ଯାହା ପାଇଥିବେ, ତାହା ପରିବେଷଣ କରନ୍ତୁ। ଆଉ ପ୍ରତ୍ୟେକଙ୍କୁ ଧ୍ୟାନ ରଖିବାର ଅଛି, ଦେଖ ବନ୍ଧୁ, ସେ ଏହି ବିନ୍ଦୁକୁ ଧରିଥିଲେ ଯାହା ମୁଁ ଛାଡ଼ି ଯାଇଥିଲି, ସେ ଏହି ପଏଂଟକୁ ଧରିଥିଲେ, ମୁଁ ଛାଡ଼ି ଯାଇଥିଲି। ଚାରିଜଣ ଯେତେବେଳେ ଏହି କଥାର ଉତର ଦେବେ, ଆଉ ନିଜେ ଆପଣ କରନ୍ତୁ, ପୁସ୍ତକ ନାହିଁ ଯଦି କିଛି ନାହିଁ, ଶୁଣି ଶୁଣାଇଛନ୍ତି। ଏବେ ଦେଖନ୍ତୁ, ତାହା ତୁମର ନିଜର ହୋଇଥିବ। ତୁମେ କଥାଗୁଡ଼ିକୁ ନିଜେ ଏବେ ତୁମେ ଶିଖିଥିବ, କେଉଁଠାରେ କେଉଁ ଘଟଣା ଘଟିଛି, ବଡ଼ -ବଡ଼ ରାଜନୀତିକ ନେତାଙ୍କୁ ହିଁ ଏହି ଟିଭିବାଲା ଠିଆ ହୋଇ ଯାଆନ୍ତି ନା ମାଇକ୍ ଧରି, ଆଉ ତୁମେମାନେ ଦେଖିଥିବ ସେମାନେ ଉତର ଦେବାପାଇଁ ଏପଟ -ସେପଟ, ଏପଟ -ସେପଟ ହୋଇ ଯାଆନ୍ତି। କିଛି ଲୋକଙ୍କୁ ତ ପଛରୁ ପ୍ରମ୍ପଟିଙ୍ଗ କରିବାକୁ ପଡ଼ିଥାଏ, ତୁମେମାନେ ଦେଖିଥିବ। କିନ୍ତୁ ଗୋଟିଏ ଗାଁର ମହିଳା ଆଉ କେଉଁଠାରେ ଦୁର୍ଘଟଣା ଘଟି ଯାଇଛି ଆଉ କୌଣସି ଟିଭିବାଲା ପହଂଚିଗଲେ। ଆଉ ତାଙ୍କୁ ବିଚାରୀଙ୍କୁ ଟିଭି କ’ଣ, ଜଣା ହିଁ ନାହିଁ ଆଉ ତାଙ୍କୁ ପଚାରିଲେ। ଆପଣ ଦେଖନ୍ତୁ, ବଡ଼ ଆତ୍ମବିଶ୍ୱାସର ସହିତ ସେ ସବୁକିଛି ବର୍ଣ୍ଣନା କରି ଦେଇ ଥାଆନ୍ତି। କିପରି ହୋଇଥିଲା, ପୁଣି ଏପରି ହୋଇଥିଲା, ଅମୁକ ହେଲା, ସମୁକ ହେଲା, ଅର୍ଥାତ ବାସ୍ତବତାର ସହିତ ସମସ୍ତ କଥା କହିଲେ କାରଣ ସେ ଯାହା ଅନୁଭବ କଲେ, ଯାହାକୁ ସେ ମନେ ରଖିଥିବେ, ଆଉ ତାହାଙ୍କୁ ସେ ଉତର ମାଧ୍ୟମରେ ବଡ଼ ସହଜରେ କହିଦେଲେ। ଆଉ ଏଥିପାଇଁ ମୁଁ ମାନୁଛି ଯେ ତୁମେ ନିଜେ ନିଜକୁ ଖୋଲା ମନ ସହିତ ଏହି କଥା ସହିତ ଯୋଡ଼ିବ ତେବେ କେବେ ମଧ୍ୟ ନିରାଶା ତୁମ ଦ୍ୱାରରେ ପାଦ ପକାଇବ ନାହିଁ।

ଉପସ୍ଥାପକ : ମାନ୍ୟବର ପ୍ରଧାନମନ୍ତ୍ରୀ ସାର୍, ଧନ୍ୟବାଦ, ଆପଣ ଆମକୁ ଚିନ୍ତା କରିବାର ଏବଂ ଅନୁଧ୍ୟାନ ଓ ବିଶ୍ୱାସ କରିବା ମନ୍ତ୍ର ପ୍ରଦାନ କଲେ। ସମ୍ମିଳନୀ ଯେତେ ବଡ଼ ହେଉ ଆମେ ତୁମକୁ ଆଶ୍ୱାସନା ଦେଉଛୁ, କେବେ ଛାଡ଼ିବୁ ନାହିଁ? ମାନ୍ୟବର ପ୍ରଧାନମନ୍ତ୍ରୀ ମହାଶୟ, ନିଜର କଳା, ସଂସ୍କୃତି ଏବଂ ପରମ୍ପରାଗୁଡ଼ିକ ପାଇଁ ପ୍ରସିଦ୍ଧ ଖମ୍ମନ ତେଲଙ୍ଗାନାରୁ ଯାଦବ ଅନୁଷା ଯିଏକି ଦ୍ୱାଦଶ ଶ୍ରେଶୀର ଛାତ୍ରୀ ଆପଣଙ୍କ ଠାରୁ ନିଜର ପ୍ରଶ୍ନର ସମାଧାନ ଚାହୁଁଛନ୍ତି। ଅନୁଷା, ଦୟାକରି ନିଜର ପ୍ରଶ୍ନ ପଚାରନ୍ତୁ।

ଅନୁଷା - ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ ନମସ୍କାର। ମୋର ନାମ ହେଉଛି ଅନୁଷା। ମୁଁ ସରକାରୀ କନିଷ୍ଠ କଲେଜରେ ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ୁଛି। ମୁଁ ତେଲଙ୍ଗାନାର ଖମ୍ମନର ବାସିନ୍ଦା। ସାର୍ ମୋର ପ୍ରଶ୍ନ ଏହା ଯେ ଯେତେବେଳେ ଶିକ୍ଷକ ଆମକୁ ପଢ଼ାଉଛନ୍ତି, ସେତେବେଳେ ଆମେ ବୁଝି ଯାଉଛୁ। କିନ୍ତୁ କିଛି ସମୟ ଅବା କିଛି ଦିନ ପରେ ଆମେ ଭୁଲି ଯାଇଥାଉ। ଦୟାକରି ଏ ସମ୍ପର୍କରେ ମୋତେ ସହାୟତା କରନ୍ତୁ। ଧନ୍ୟବାଦ ସାର।

ଉପସ୍ଥାପକ- ଧନ୍ୟବାଦ ଅନୁଷା। ମାନ୍ୟବର, ଆମକୁ ନମୋ ଆପ୍ ମାଧ୍ୟମରେ ଅନ୍ୟ ଏକ ପ୍ରଶ୍ନ ମିଳିଛି। ଯେଉଁଥିରେ ପ୍ରଶ୍ନକର୍ତା ଗାୟତ୍ରୀ ସକ୍ସେନା ଜାଣିବାକୁ ଚାହୁଁଛନ୍ତି କରୀକ୍ଷା ଦେବା ସମୟରେ ତାଙ୍କ ସହିତ ପ୍ରାୟତଃ ଏହା ହୋଇଥାଏ ଯାହା ପଢ଼ନ୍ତି ଆଉ ମନେ ପକାନ୍ତି ସେହି ବିଷୟ ମଧ୍ୟ ପରୀକ୍ଷା ହଲରେ ଭୁଲି ଯାଇ ଥାଆନ୍ତି। ଯେତେବେଳେ କି ପରୀକ୍ଷା ପୂର୍ବରୁ ଅବା ପରୀକ୍ଷା ପରେ ସାଥୀମାନଙ୍କ ସହିତ କଥା ହେବା ସମୟରେ ତାଙ୍କୁ ସେହି ପ୍ରଶ୍ନର ଉତର ଧ୍ୟାନରେ ରହିଥାଏ। ଏଭଳି ସ୍ଥିତିକୁ ବଦଳାଇବା ପାଇଁ କ’ଣ କରିବା ଉଚିତ। ମାନ୍ୟବର, ଅନୁଷା ଏବଂ ଗାୟତ୍ରୀ ସକ୍ସେନାଙ୍କ ଭଳି ଅନେକ ପ୍ରଶ୍ନ ଅନ୍ୟ ଲୋକମାନଙ୍କ ମନରେ ମଧ୍ୟ ଅଛି ଯାହାର ସମ୍ପର୍କ ସ୍ମରଣ ଶକ୍ତି ସହିତ ରହିଛି। ଦୟାକରି ଏହି ଦିଗରେ ମାର୍ଗଦର୍ଶନ କରି ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ ଆମକୁ କୃତାର୍ଥ କରନ୍ତୁ ।

ପ୍ରଧାନମନ୍ତ୍ରୀ ମହୋଦୟ – ବୋଧହୁଏ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ମସ୍ତିଷ୍କରେ ଏହି ବିଷୟ କେବେ ନା କେବେ ଏକ ସମସ୍ୟା ପାଲଟି ଠିଆ ହୋଇଥାଏ। ପ୍ରତ୍ୟେକଙ୍କୁ ଲାଗିଥାଏ ଯେ ମୋର ମନେ ରହେ ନାହିଁ। ଏହା ମୁଁ ଭୁଲି ଗଲି। କିନ୍ତୁ ଆପଣ ଯଦି ଦେଖିବେ ତେବେ ଏହି ପରୀକ୍ଷା ସମୟରେ ଅଚାନକ ଏଭଳି କିଛି କଥା ଆପଣଙ୍କର ବାହାରିବାକୁ ଲାଗିବେ ଯେ ଆପଣ। ତୁମକୁ କେବେ ପରୀକ୍ଷା ପରେ ମନରେ ଆସିବ ଆରେ, ମୁଁ ତ ଗତ ସପ୍ତାହରେ କେବେ ଏହି ବିଷୟକୁ ଛୁଇଁ ନଥିଲି, ଅଚାନକ ପ୍ରଶ୍ନ ଆସିଗଲା, କିନ୍ତୁ ମୋର ଉତର ବହୁତ ଭଲ ହେଲା, ଅର୍ଥାତ କେଉଁଠାରେ ଗଚ୍ଛିତ ହୋଇ ରହିଥିଲା। ତୁମର ମଧ୍ୟ ଧ୍ୟାନ ନଥିଲା, ମନ ମଧ୍ୟରେ ଗଚ୍ଛିତ ହୋଇ ଥିଲା। ଆଉ ସେହି ଗଚ୍ଛିତ ହୋଇ ରହିବା କ’ଣ ଥିଲା। କାରଣ ଯେତେବେଳେ ତାହା ଭରି ହୋଇ ରହିଥିଲା, ସେତେବେଳେ ମନର ଦ୍ୱାର ଉନ୍ମୁକ୍ତ ଥିଲା, ଆଲମାରୀ ଖୋଲା ହୋଇ ରହିଥିଲା, ଏଥିପାଇଁ ତାହା ଭିତରକୁ ଗଲା। ଯଦି ଆଲମୀରା ବନ୍ଦ ଥାଆନ୍ତା, ଏତେ ମଧ୍ୟ ପରିବେଷଣ କରାଯାଇ ଥାଆନ୍ତା କିଛି ମଧ୍ୟ ଯାଇ ନ ଥାଆନ୍ତା। ଆଉ ଏଥିପାଇଁ କେବେ –କେବେ ଧ୍ୟାନ ଶବ୍ଦ ଏପରି ହିଁ ଥାଏ ଯେ ଲୋକ ତାକୁ ଯୋଗ ଧ୍ୟାନ, ହିମାଳୟ ମୁନୀ -ଋଷି ସେଠାରେ ଯୋଡ଼ି ଦେଇ ଥାଆନ୍ତି। ମୋର ଗୋଟିଏ ବଡ଼ ସାଧାରଣ ମତ ହେଉଛି, ଧ୍ୟାନର ଅର୍ଥ କ’ଣ। ଯଦି ତୁମେ ଏଠାରେ ଅଛ କିନ୍ତୁ ଏବେ ତୁମେ ଚିନ୍ତା କରୁଥିବ କି ମମ୍ମି ଘରେ ଟିଭି ଦେଖୁଥିବେ, ସେ ଖୋଜୁଥିବେ ମୁଁ କେଉଁ କୋଣରେ ବସିଛି। ଅର୍ଥାତ ତୁମେ ଏଠାରେ ନାହଁ, ତୁମେ ଘରେ ଅଛ। ତୁମ ମସ୍ତିଷ୍କରେ ଏହା ଅଛି ଯେ ମମ୍ମି ଟିଭି ଦେଖୁଥିବେ, କି ଦେଖୁ ନଥିବେ। ମୁଁ ଏଠାରେ ବସିଛି ତାଙ୍କୁ ଦେଖା ଯାଉଛି ନା ଦେଖା ଯାଉ ନାହିଁ। ତୁମର ଧ୍ୟାନ ଏଠାରେ ରହିବା ଉଚିତ ଥିଲା କିନ୍ତୁ ତୁମର ଧ୍ୟାନ ସେଠାରେ ଅଛି, ଅର୍ଥାତ ତୁମେ ଅନ୍ୟମନସ୍କ ଅଛ। ଯଦି ତୁମେ ଏଠାରେ ଅଛ ତେବେ ତୁମେ ଧ୍ୟାନରେ ଅଛ। ଯଦି ତୁମେ ସେଠାରେ ଅଛ ତେବେ ଅନ୍ୟମନସ୍କ ଅଛ। ଆଉ ଏଥିପାଇଁ ତୁମେ ଧ୍ୟାନକୁ ସରଳତାର ସହିତ ଜୀବନରେ ସ୍ୱୀକାର କର, ଏତେ ସରଳତାରେ ସ୍ୱୀକାର କର। ଏହା ହେଉଛି କୌଣସି ବହୁତ ବଡ଼ ବିଜ୍ଞାନ ନୁହେଁ, ଆଉ କୌଣସି ବହୁତ ବଡ଼ ନାକ ଧରି ହିମାଳୟରେ ଯାଇ ବସିବାକୁ ପଡ଼ିଥାଏ, ଏପରି ନୁହେଁ ଆଜ୍ଞା। ହେଉଛି ବହୁତ ସରଳ। ତୁମେ ସେହି କ୍ଷଣକୁ ଜୀଇଁବାର ପ୍ରୟାସ କର। ଯଦି ସେହି କ୍ଷଣକୁ ତୁମେ ମନଭରି ଜୀଇଁ ପାରିବ, ତେବେ ତାହା ତୁମର ଶକ୍ତି ପାଲଟି ଯାଇଥାଏ।

ତୁମେ ଦେଖିଥିବା ବହୁତ ଲୋକ ଥିବେ, ବହୁତ ଚା’ ପିଉଥିବେ, ସମ୍ବାଦପତ୍ର ପଢ଼ୁଥିବେ, ପରିବାର ଲୋକ କହୁଥିବେ ଆରେ ପାଣି ଗରମ ହୋଇଗଲା ଚାଲ ଶୀଘ୍ର ଗାଧୋଇ ସାରି ଆସ। ସେ କହିଲେ ନାହିଁ, ମୋତେ ଖବରକାଗଜ ପଢ଼ିବାର ଅଛି। ପୁଣି କହିବେ ଜଳଖିଆ ଗରମ ଅଛି ତାହା ଥଣ୍ଡା ହୋଇଯିବ, ପୁଣି ମଧ୍ୟ କହିବେ ନାହିଁ ମୋତେ ଖବରକାଗଜ ପଢ଼ିବାର ଅଛି। ତେଣୁ ମୁଁ ମାଆମାନଙ୍କୁ ଏଥିପାଇଁ କହିବାକୁ ଚାହୁଁଛି ଯେଉଁ ଭଉଣୀମାନଙ୍କୁ ଏଭଳି ସମସ୍ୟା ରହୁଛି, ସେମାନେ ଟିକେ ସନ୍ଧ୍ୟାବେଳେ ପଚାରନ୍ତୁ ଆଜିର ଖବରକାଗଜରେ କ’ଣ ପଢ଼ିଥିଲେ। ମୁଁ 99 ପ୍ରତିଶତ ଏହା କହିବାକୁ ଚାହୁଁଛି ଯେ ସେମାନେ କହି ପାରିବେ ନାହିଁ ଆଜିର ଖବରକାଗଜର ମୁଖ୍ୟାଂଶ କ’ଣ ଥିଲା। କାରଣ ସେମାନେ ନା ଜାଗ୍ରତ ଥିଲେ ନା ସେ ସେହି କ୍ଷଣ ସହିତ ଜୀଇଁ ରହିଥିଲେ, ସେ ଅଭ୍ୟାସ ବଶତଃ ପୃଷ୍ଠା ଓଲଟାଇ ଚାଲିଥିଲେ, ଆଖି ଦେଖୁଥିଲା, କଥାସବୁ ପଢ଼ି ଚାଲିଥିଲେ, କିନ୍ତୁ କିଛି ମଧ୍ୟ ରେଜିଷ୍ଟର ହେଉ ନଥିଲା। ଆଉ ଯଦି ରେଜିଷ୍ଟର ହେଉ ନଥିଲା, ତେବେ ମେମୋରି ଚିପ୍ କୁ ଯାଉ ନଥିଲା। ତେଣୁ ଏଥିପାଇଁ ତୁମର ପ୍ରଥମ ଆବଶ୍ୟକତା ହେଉଛି ଏହା ତୁମେ ଯାହା କରୁଛ ତାହାକୁ ବର୍ତମାନ ହିସାବରେ.... ଆଉ ମୋର ଏବେ ମଧ୍ୟ ମତ ଯେ ପରମାତ୍ମାଙ୍କ ଏହି ସୃଷ୍ଟିରେ ସବୁଠାରୁ ବଡ଼ ଉପହାର ହେଉଛି, ଯଦି ମୋତେ କେହି ପଚାରିବେ ତେବେ ମୁଁ କହିବି ଏହି ଉପହାରଟି ହେଉଛି ବର୍ତମାନ। ଯିଏ ଏହି ବର୍ତମାନକୁ ଜାଣି ପାରିଥାଏ, ଯିଏ ଏହି ବର୍ତମାନ ସହିତ ଜୀଇଁ ପାରିଥାଏ, ଯିଏ ଏହି ବର୍ତମାନ ଆତ୍ମସାତ କରି ପାରିଥାଏ, ତା’ପାଇଁ ଭବିଷ୍ୟତ ଲାଗି କେବେ ମଧ୍ୟ ପ୍ରଶ୍ନ ଚିହ୍ନ ରହି ନଥାଏ ଆଉ ସ୍ମରଣ ଶକ୍ତିର ଏହା ମଧ୍ୟ କାରଣ ଯେ ଆମେ ସେହି କ୍ଷଣ ସହିତ ବଂଚି ପାରୁ ନାହୁଁ। ଆଉ ସେହି କାରଣରୁ ଆମେ ତାହାକୁ ହରାଇ ଦେଇଥାଉ।

ଦ୍ୱିତୀୟରେ, ସ୍ମରଣ ଶକ୍ତିର ଜୀବନ ସହିତ ବହୁତ ବଡ଼ ସମ୍ପର୍କ ଥାଏ। କେବଳ  ପରୀକ୍ଷା ସହିତ ଏହା ଚିନ୍ତା କରିବା, ତେବେ ପୁଣି ତୁମେ ତାହାର ମୂଲ୍ୟ ବୁଝି ପାରିବ ନାହିଁ, ତାହାର ମୂଲ୍ୟ ହିଁ ବୁଝି ପାରିବ ନାହିଁ। ଧରି ନିଅନ୍ତୁ, ତୁମର କୌଣସି ବନ୍ଧୁର ଜନ୍ମଦିନ ତୁମର ମନେ ରହିଲା ଆଉ ଜନ୍ମଦିନରେ ତାଙ୍କୁ ଫୋନ କରିଛ। ତୁମର ସ୍ମରଣ ଶକ୍ତି ଅଛି ଯେଉଁଥିପାଇଁ ତୁମକୁ ଜନ୍ମଦିନ ସମ୍ପର୍କରେ ମନେଅଛି କିନ୍ତୁ ସେହି ସ୍ମରଣ ଶକ୍ତି ତୁମ ଜୀବନର ବିସ୍ତାରର କାରଣ ହୋଇ ଯାଇଥାଏ ଯେତେବେଳେ ସେହି ବନ୍ଧୁର ଟେଲିଫୋନ ଆସିଥାଏ। ଆରେ ବାହାଃ, ତାଙ୍କୁ ମୋ ଜନ୍ମଦିନ କଥା ଏତେ ସ୍ମରଣ ଥିଲା। ଅର୍ଥାତ ମୋ ଜୀବନର ଗୁରୁତ୍ୱ ତାଙ୍କ ଜୀବନରେ ରହିଛି। ସେ ସାରା ଜୀବନ ଆପଣଙ୍କର ହୋଇ ରହିଥାଏ କାରଣ କ’ଣ ଥିଲା। ସେହି ସ୍ମରଣ ଶକ୍ତି ମେମୋରୀ ଜୀବନର ବିସ୍ତାର ଲାଗି ହେଉଛି ବହୁତ ବଡ଼ କେଟେଲିକ ଏଜେଂଟ। ଆଉ ଏଥିପାଇଁ ଆମେ ଆମର ସ୍ମୃତିକୁ କେବଳ ପରୀକ୍ଷା ପର୍ଯ୍ୟନ୍ତ, ପ୍ରଶ୍ନ-ଉତର ମଧ୍ୟରେ ସୀମିତ ରଖିବା ନାହିଁ। ଆପଣ ଏହାକୁ ବିସ୍ତାର କରି ଚାଲନ୍ତୁ। ଯେତେ ବିସ୍ତାର କରିବେ, କଥାଗୁଡ଼ିକ ଆପଣାଛାଏଁ ଯୋଡ଼ି ହୋଇ ଚାଲିବ।

ଦ୍ୱିତୀୟରେ ଆପଣ କେବେ ଦୁଇଟି ବାସନ ନିଅନ୍ତୁ। ଦୁଇଟି ଯାକ ବାସନରେ ପାଣି ଭରନ୍ତୁ। ପାଣି ଭରି ଉଭୟ ମଧ୍ୟରେ ଗୋଟିଏ କଏନ ରଖନ୍ତୁ। ପାଣି ହେଉଛି ବିଶୁଦ୍ଧ, ସ୍ୱଚ୍ଛ, ଉଭୟ ହେଉଛି ଗୋଟିଏ ପ୍ରକାରର ପାଣି, ଉଭୟ ହେଉଛି ଗୋଟିଏ ପ୍ରକାରର ବାସନ, ଉଭୟରେ ହିଁ ଗୋଟିଏ ପ୍ରକାରର କଏନ ଅଛି ଆଉ ତୁମେ ତାହାକୁ ଦେଖ। କିନ୍ତୁ ଗୋଟିଏ ବାସନ ଯାହା ଦୋହଲୁଛି, ପାଣି ଏପଟ-ସେପଟ ହେଉଛି, ତଳେ କଏନ ଅଛି, ଅନ୍ୟଟି ସ୍ଥିର ଅଛି। ତୁମେ ଦେଖ ସ୍ଥିର ପାଣି ଥିବା ବାସନରେ ଯେଉଁ କଏନ ଅଛି, ତାହା ତୁମକୁ ସ୍ପଷ୍ଟ ଭାବରେ ଦେଖା ଯାଉଛି, ହୋଇପାରେ ତାହା ଉପରେ ଲେଖା ହୋଇଥିବା କଥା ମଧ୍ୟ ଭଲ ଭାବେ ଦେଖା ଯାଉଛି। ଆଉ ଯେଉଁଥିରେ ପାଣି ଅସ୍ଥିର ରହିଛି ସେଠାରେ ମଧ୍ୟ କଏନ ଅଛି, ସେହି ଆକୃତିର ଅଛି, ସେତିକି ଗଭୀରତା ମଧ୍ୟରେ ଅଛି। କିନ୍ତୁ ଦେଖା ଯାଉ ନାହିଁ କାରଣ ପାଣି ଅସ୍ଥିର ରହିଛି ବାସନଟି ଦୋହଲୁଛି। ଯଦି ମନ ମଧ୍ୟ ଏଭଳି ଅସ୍ଥିର ରହିଛି ଆଉ ଆମେ ଚିନ୍ତା କରିବା ଯେ ଏଥିରେ ଯେଉଁ କଏନ ମୋତେ ଦେଖାଦେଲା, ତୁମେ ଦେଖିଥିବ ପରୀକ୍ଷା ସମୟରେ ତୁମର ସମସ୍ୟା ଏପରି ହୋଇଥାଏ ଯେ ଦେଖ ପାଖରେ ବସିଥିବା ପିଲା ଉପରକୁ ଦେଖୁନାହିଁ, ଲେଖି ଚାଲିଛି, ଏବେ ମୁଁ ପଛରେ ରହିଯିବି.... । ଅର୍ଥାତ ମନ ସେଥିରେ ଲାଗି ରହିଛି। ତୁମର ମନ କେତେ ହଲଚଲ ହୋଇ ଯାଇଛି ଯେ ଭିତରେ ମେମୋରି ଭଳି ଯେଉଁ କଏନ ଅଛି, ତାହା ତୁମକୁ ଦେଖା ଯାଉ ନାହିଁ। ଯଦି ଥରେ ମନକୁ ସ୍ଥିର କରି ନିଅ, ମନକୁ ସ୍ଥିର କରିବାର ଯେଉଁ ସମସ୍ୟା ଅଛି ତୁମେ ଗଭୀର ନିଃଶ୍ୱାସ ନିଅ, ତିନି- ଚାରିଥର ଗଭୀର ନିଃଶ୍ୱାସ ନିଅ, ଏକଦମ ଛାତିକୁ ଦୃଢ଼ କରି, ଆଖି ବନ୍ଦ କରି କିଛି କ୍ଷଣ ବସିଯାଅ, ମନ ସ୍ଥିର ହୋଇଯିବ, ତେବେ କଏନ ଭଳି ଦେଖିବାକୁ ଲାଗିବ। ତୁମର ମେମୋରି ଭିତରେ ପଡ଼ି ରହିଥିବା ଜିନିଷ ଏମିତି ହିଁ ବାହାରି ଆସିବା ଆରମ୍ଭ ହୋଇ ଯାଇଥାଏ। ଆଉ ଏଥିପାଇଁ ଈଶ୍ୱର ଯାହାର ଅଧିକ ସ୍ମରଣ ଶକ୍ତି ଅଛି, ତାଙ୍କୁ କୌଣସି ଅତିରିକ୍ତ ଶକ୍ତି ଦେଇଛନ୍ତି, ଏଭଳି ନୁହେଁ ଆଜ୍ଞା, ଆମ ସମସ୍ତଙ୍କୁ, ଆମ ସମସ୍ତଙ୍କର ଯେଉଁ ଆଭ୍ୟନ୍ତରୀଣ ଉତ୍ପାଦ ଅଛି ନା, ପରମାତ୍ମା ବହୁତ ସଠିକ୍ ଢ଼ଙ୍ଗର ସହିତ ପ୍ରସ୍ତୁତ କରିଛନ୍ତି। ଆମେ କାହାକୁ କମାଇବ ତ କାହାକୁ ବଢ଼ାଇବା ଉପରେ ନିର୍ଭର କରିଥାଏ। ତେବେ ଆପଣ ଏହାକୁ ବହୁତ ସହଜରେ କରି ପାରିବେ, ଆପଣମାନଙ୍କ ମଧ୍ୟରୁ ଯେଉଁ ଲୋକ ପୁରୁଣା ଶାସ୍ତ୍ରକୁ ଜାଣିଛନ୍ତି କିଛି ତ କେବେ ୟୁଟ୍ୟୁବରେ ମଧ୍ୟ କିଛି କଥା ଉପଲବ୍ଧ ହେଉଛି। କିଛି ଶତାବ୍ଦୀଧାରୀ ଲୋକ ଅଛନ୍ତି, ସେମାନଙ୍କୁ ଏକ ସମୟରେ ଶହ- ଶହ କଥା ମନେ ରହିଥାଏ। ଆମ ଦେଶରେ ଏହି କଥା କେବେ- କେବେ ଏହାର ବହୁତ ବଡ଼ ପ୍ରଚଳନ ହୋଉଥିଲା। ତେବେ ଆମେ ଏହାକୁ ଏକ ଧାରା କରିପାରିବା, ତୁମେମାନେ ମନକୁ ମଧ୍ୟ ପ୍ରଶିକ୍ଷିତ କରି ପାରିବ। କିନ୍ତୁ ମୁଁ ଆଜି ଆପଣ ଯେଉଁମାନେ ପରୀକ୍ଷା ଦେବାକୁ ଯାଉଛନ୍ତି, ଏଥିପାଇଁ ମୁଁ ସେହି ଦିଗରେ ଆପଣମାନଙ୍କୁ ନେଇ ଯାଉ ନାହିଁ, କିନ୍ତୁ ମୁଁ କହୁଛି ମନ ସ୍ଥିର ରଖନ୍ତୁ। ତୁମେ ନିଜ ପାଖରେ ପଡ଼ି ରହିଥିବା କଥା ତାହା ନିଜକୁ ନିଜେ ଆସିବା ଆରମ୍ଭ ହୋଇଯିବ, ତୁମମାନଙ୍କୁ ଦୃଷ୍ଟିଗୋଚର ହେବ, ତୁମେମାନେ ତାହାକୁ ଦେଖିବା ଆରମ୍ଭ କରି ପାରିବ। ତୁମମାନଙ୍କୁ ତାହା ସ୍ମରଣ ଆସିବ ଆଉ ତାହା ହିଁ ବହୁତ ବଡ଼ ଶକ୍ତି ହୋଇ ପାରିବ।

ଉପସ୍ଥାପକ- ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ଆପଣ ଯେଉଁ ସ୍ନେହପୂର୍ଣ୍ଣ ସରଳତାର ସହିତ ଆମକୁ ଧ୍ୟାନର ବିଧି ଶିଖାଇଲେ, ନିଶ୍ଚୟ ହିଁ ମୋ ଭଳି ସମସ୍ତଙ୍କର ମନ ଆନନ୍ଦିତ ହୋଇ ଯାଇଛି। ଧନ୍ୟବାଦ ମହୋଦୟ। ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ଖଣିଜ ସଂସାଧନରେ ସମୃଦ୍ଧ ରାଜ୍ୟ ମନୋରମ ପର୍ଯ୍ୟଟନ ସ୍ଥଳ ରାରାମଗଡ଼, ଝାଡଖଣ୍ଡରୁ ଦଶମ ଶ୍ରେଣୀର ଛାତ୍ରୀ ଶ୍ୱେତାକୁମାରୀ ଆପଣଙ୍କୁ ନିଜର ପ୍ରଶ୍ନ ପଚାରି ତାହାର ସମାଧାନ ଚାହୁଁଛନ୍ତି। ଶ୍ୱେତା, ଦୟାକରି ତୁମେ ତୁମର ପ୍ରଶ୍ନ ପଚାର।

ଶ୍ୱେତା- ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ନମସ୍କାର। ମୁଁ ଶ୍ୱେତା କୁମାରୀ, କେନ୍ଦ୍ରୀୟ ବିଦ୍ୟାଳୟ ପଟାରାଟୁର ଦଶମ ଶ୍ରେଣୀର ଛାତ୍ରୀ। ମୁଁ ଆପଣଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହୁଁଛି। ମୋର ପାଠ ପଢ଼ିବା ସମୟରେ ରାତିରେ ଅଧିକ ମନେ ରଖିବା (ଉତ୍ପାଦକତା) ରହିଥାଏ, କିନ୍ତୁ ସମସ୍ତେ ମୋତେ ଦିନରେ ପଢ଼ିବାକୁ କହି ଥାଆନ୍ତି। ମୁଁ କ’ଣ କରିବି? ଧନ୍ୟବାଦ।

ଉପସ୍ଥାପକ- ଧନ୍ୟବାଦ ଶ୍ୱେତା, ଆଦରଣୀୟ ପ୍ରଧାନମନ୍ତ୍ରୀ ମହୋଦୟ, ନମୋ ଆପ୍ ମାଧ୍ୟମରେ ପ୍ରାପ୍ତ ପ୍ରଶ୍ନ ଯେଉଁଥିରେ ରାଘବ ଯୋଶୀଙ୍କ ସମ୍ମୁଖରେ ଏକ ଅଜବ ଦ୍ୱନ୍ଦ ରହିଛି। ମାଆ-ବାପା ସର୍ବଦା କହିଥାଆନ୍ତି ପ୍ରଥମେ ପାଠ ପଢ଼ ପୁଣି ଖେଳକୁଦ କର। କିନ୍ତୁ ସେମାନଙ୍କୁ ଲାଗୁଛି ଯେ ଖେଳକୁଦ କରିବା ପରେ ପାଠ ପଢିବା ତ ଭଲ ଭାବେ ବୁଝି ହୋଇଥାଏ। ଦୟାକରି ରାଘବ ଏବଂ ଶ୍ୱେତାଙ୍କ ସହିତ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ବିଦ୍ୟାର୍ଥୀମାନଙ୍କୁ ଟିକେ ବୁଝାଇ ଦିଅନ୍ତୁ ଯେ ସେମାନେ ଏଭଳି କ’ଣ କରିବେ ଯାହାଦ୍ୱାରା ସେମାନଙ୍କର ପାଠ ପଢ଼ାର ଉତ୍ପାଦକତା ସର୍ବଶ୍ରେଷ୍ଠ ହେବ। ଆମ ସମସ୍ତଙ୍କ ଦ୍ୱନ୍ଦର ଦୟାକରି ସମାଧାନ କରନ୍ତୁ। ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ।

ପ୍ରଧାନମନ୍ତ୍ରୀ ମହେଦୟ- ଏକଥା ଠିକ୍ ଯେ, ଯେ କେହି ଚାହିଁଥାଏ ତା’ର ସମୟର ସଦୁପଯୋଗ ହେଉ। ଯେଉଁ କାମ ପାଇଁ ସେ ସମୟ ଲଗାଇଥାଏ, ତାକୁ ସେତିକି ହିଁ ଲାଭ ମିଳୁ। ଆଉ ଏହା ହେଉଛି ଭଲ ଚିନ୍ତାଧାରା ଆଉ ଏହା ମଧ୍ୟ ଆବଶ୍ୟକ ଯେ ସର୍ବଦା ଜାଗ୍ରତ ଭାବେ ପ୍ରୟାସ କରିବା ଉଚିତ। କାରଣ ମୁଁ ଯେଉଁ ସମୟ ବ୍ୟୟ କରୁଛି ମୁଁ ଯେଉଁ ସମୟ ନିୟୋଜିତ କରୁଛି, ମୋତେ ସେଥିରୁ ସଠିକ ପରିଣାମ ମିଳୁଛି ନା ମିଳୁ ନାହିଁ। ପରିଣାମ ତ ଦେଖାଇବ, କିନ୍ତୁ ପରିଶ୍ରମର ଫଳ ଦେଖାଇବ ନାହିଁ। ଏଥିପାଇଁ ପ୍ରଥମେ ନିଜ ମଧ୍ୟରେ ଏକ ଅଭ୍ୟାସ ଆରମ୍ଭ କରିବା ଯେ ମୁଁ ଯେତେ ନିବେଶ କରିଛି ମୋତେ ସେତିକି ପ୍ରାପ୍ତ ହେଲା ନା ନାହିଁ। ଏବେ ଆମେ ଏହାର ହିସାବ- କିତାବ ଲଗାଇ ପାରିବା ଆଉ ଏହି ଅଭ୍ୟାସ ଆମକୁ ଜାରି ରଖିବାକୁ ପଡ଼ିବ ଯେ ଭାଇ ମୁଁ ଆଜି ଗଣିତ ପାଇଁ ଏକ ଘଂଟା ସମୟ ବିତାଇଲି, ତେବେ ମୋତେ ସେହି ଏକ ଘଂଟାରେ ଯାହା କରିବାର ଥିଲା, ମୁଁ କରି ପାରିଲି ନା କରି ପାରିଲି ନାହିଁ। ସେଥିରେ ଯେଉଁ ପ୍ରଶ୍ନ ମୋତେ କଠିନ ଲାଗୁଥିଲା, ତାହା ଏବେ ସହଜ ହୋଇଗଲା ନା ହେଲା ନାହିଁ। ଅର୍ଥାତ ମୋର ପରିଣାମ ଉନ୍ନତ ହେଉଛି। ଏହା ଆମକୁ ସମୀକ୍ଷା କରିବାର ଅଭ୍ୟାସ ଜାରି ରଖିବା ଉଚିତ। ବହୁତ କମ୍ ଲୋକଙ୍କୁ ସମୀକ୍ଷାର ଅଭ୍ୟାସ ଥାଏ। ସେମାନେ ଗୋଟିଏ ପରେ ଗୋଟିଏ କାର୍ଯ୍ୟ ପୂରଣ କରି ଚାଲି ଥାଆନ୍ତି, କରି ଚାଲି ଥାଆନ୍ତି, ଗୋଟିଏ ପରେ ଗୋଟିଏ କରି ଚାଲି ଥାଆନ୍ତି। ପରେ ଜଣା ପଡ଼ି ନଥାଏ ଏବଂ ଟିକେ ଅଧିକ ଧ୍ୟାନର ଆବଶ୍ୟକତା ଥାଏ। ତାହାକୁ ମୋତେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ନ ଥିଲା । କେବେ- କେବେ କ’ଣ ହୋଇଥାଏ ଆମର ନିଜସ୍ୱ ଟାଇମ ଟେବୁଲରେ ଯାହା ସବୁଠାରୁ ସରଳ, ଯାହା ସବୁଠାରୁ ପ୍ରିୟ, ଆମେ ଟିକେ ବୁଲାବୁଲି କରି ଆସି ପୁଣି ସେହିଥିରେ ମନନିବେଶ କରିଥାଉ। ମନ ହୋଇଥାଏ, ଚାଲ ଏହାକୁ କରି ନେବା, କ’ଣ ଆନନ୍ଦ ଆସିଥାଏ। ଏବେ ସେହି କାରଣରୁ ଯାହା କମ୍ ପସନ୍ଦ, ଟିକେ କଠିନ, ସେଥିରୁ ବଂଚିବା ପାଇଁ ପ୍ରୟାସ କରିଥାଉ।

ଆପଣ ଦେଖିଥିବେ, ଆମର ଯେଉଁ ଶରୀର ଅଛି ନା ସେହି ଶରୀର... ଶବ୍ଦ ମୋର ଭଲ ନୁହେଁ କିନ୍ତୁ ସରଳତା ପାଇଁ କହି ଯାଉଛି। କେବେ- କେବେ ଲାଗିଥାଏ ମୋର ଶରୀର ମୋତେ ଠକି ଦେଉଛି। ଆପଣ ସ୍ଥିର କରନ୍ତୁ ମୋତେ ଏଭଳି ବସିବାର ଅଛି। ତୁମକୁ ଜଣା ହିଁ ନଥିବ କିପରି ଏହା ହୋଇ ଯାଇଥାଏ ଜଣା ହିଁ ପଡେ ନାହିଁ ଅର୍ଥାତ ତୁମ ସହିତ ତୁମ ଶରୀର ଠକି ଚାଲିଥାଏ। ତୁମେ ମନରେ ସ୍ଥିର କରିଛ ଯେ ମୋତେ ଏପରି ବସିବାର ଅଛି କିନ୍ତୁ କିଛି ସମୟ ପରେ ମୁଁ ଢ଼ିଲା ହୋଇଯାଏ। ଅର୍ଥାତ ଯାହା ହେଉଛି ବାସ୍ତବିକ ସ୍ୱଭାବ ସେଠାରେ ଆପଣଙ୍କ ଶରୀର ଢ଼ଳି ଯାଇଥାଏ, ପୁଣି ଜାଗ୍ରତ ହୋଇ ଏଭଳି କରି ନେବେ, ପୁଣି ହୋଇଯିବେ। ଅର୍ଥାତ ଏହି ଶରୀର ଯେପରି ଠକୁଛି ନା ସେହିପରି ହିଁ ମନ ମଧ୍ୟ କେବେ- କେବେ ଠକି ଚାଲିଥାଏ ଆଉ ଏଥିପାଇଁ ଆମକୁ ଏହି ଠକାମୀ ଠାରୁ ବଂଚିବା ଉଚିତ। ଆମର ମନ ଆମକୁ ଠକିବା ଭଳି ହେବା ଉଚିତ ନୁହେଁ। ତାହା କିପରି ହୋଇ ଯାଇଥାଏ ଯେ ଯେଉଁକଥା ମନକୁ ପସନ୍ଦ ଆସେ ଆମେ ତାହା ସହିତ ଚାଲି ଯାଇଥାଉ। ଆମକୁ ଯାହା ଆବଶ୍ୟକ... ମହାତ୍ମାଗାନ୍ଧୀ ମହାଶୟ ଶ୍ରେୟ ଏବଂ ପ୍ରିୟର କଥା କହୁଥିଲେ, ଯେଉଁ କଥା ଶ୍ରେୟସ୍କର ଅଟେ ଆଉ ଯେଉଁ କଥା ପ୍ରିୟ କାରଣ ଶ୍ରେୟସ୍କର ଆଡକୁ ନ ଯାଇ  ପ୍ରିୟ ଆଡ଼କୁ ଚାଲି ଯାଇଥାଏ। ଯାହା ଶ୍ରେୟସ୍କର ଅଟେ ତାହା ଉପରେ ଆମକୁ ଅଠା ଭଳି ଲାଖି ରହିବା ଦରକାର, ଏହା ବହୁତ ଆବଶ୍ୟକ ହୋଇଥାଏ ଆଉ ସେଥିପ୍ରତି ଯଦି ମନ ଠକି ଚାଲିଥାଏ, ସେଠାକୁ ମନ ଟାଣି ହୋଇ ଯାଇଥାଏ। ତେବେ ତୁମର ଉତ୍ପାଦକତା ତୁମର ପରିଣାମ ବୃଦ୍ଧି ପାଇବ ଆଉ ସେଥିପାଇଁ ପ୍ରୟାସ କରିବା ଉଚିତ।

ଦ୍ୱିତୀୟରେ ଏ ଯେଉଁ ଚିନ୍ତାଧାରା ଯେ ମୁଁ ରାତିରେ ପଢ଼ିବି ତେବେ ଭଲ ହୋଇଥାଏ, କିଏ କହିଥାଏ ମୁଁ ସକାଳେ ପଢ଼ିବି ତେବେ ଭଲ ହୋଇଥାଏ, କିଏ କହିଥାଏ ଖାଦ୍ୟ ଖାଇବା ସମୟରେ ପଢ଼ିବି, ତେବେ ଭଲ ହୋଇଥାଏ, କିଏ କହିଥାଏ ମୁଁ ଭୋକିଲା ରହି ପଢ଼ିବି। ଏହା ପ୍ରତ୍ୟେକଙ୍କର ନିଜସ୍ୱ ପ୍ରକୃତି ହୋଇଥାଏ। ତୁମେ ଅନୁଧ୍ୟାନ କର, ନିଜକୁ ନିଜେ କେଉଁଥିରେ ଆରାମଦାୟକ ଭାବୁଛ। ବାସ୍ତବରେ ତୁମେ ଅରାମଦାୟକ ଭାବେ ସବୁକିଛି କରିବା ଉଚିତ। ଯଦି ତୁମେ ସେହି ପରିସରରେ ଆରାମଦାୟକ ଅନୁଭବ କରୁ ନାହଁ ତେବେ ବସିବା ଦ୍ୱାରା ଉଠିବା ଦ୍ୱାରା ତେବେ ତୁମେ ବୋଧହୁଏ ତାକୁ କରି ପାରିବ ନାହିଁ। ତେବେ କିଛି ଲୋକ ଏପରି ହୋଇଥାଆନ୍ତି ଯେ ଗୋଟିଏ ପ୍ରକାର ସ୍ଥାନ ଥିବ ଯେଉଁଠାରେ ତାଙ୍କୁ ନିଦ ଆସୁଥିବ। ମୋର ମନେଅଛି ମୁଁ ବହୁତ ବର୍ଷ ପୂର୍ବେ ଏକ ଚଳଚିତ୍ର ଦେଖିଥିଲି। ସେହି ଚଳଚିତ୍ରରେ ଗୋଟିଏ ଦୃଶ୍ୟ ଆସିଥାଏ, କୌଣସି ଜଣେ ବ୍ୟକ୍ତି ଏକ ନୁଆଁଣିଆ ଚାଳଘର ପାଖରେ ନିଜର ଜୀବନ ବିତାଉଥିଲେ। ଆଉ ପୁଣି ଅଚାନକ କୌଣସି ଏକ ଭଲ ଜାଗାରେ ରହିବାକୁ ଗଲେ। ତାଙ୍କୁ ଭଲ ଜାଗା ମିଳିଲା କିନ୍ତୁ ନିଦ ଆସୁ ନଥାଏ। ଏବେ କାହିଁକି ନିଦ ଆସୁନାହିଁ, ତେବେ ପୁଣି ନିଜ ମୁଣ୍ଡ ଖଟାଇଲେ। ସେ ରେଳ ଷ୍ଟେସନ ନିକଟକୁ ଗଲେ ଏବଂ ରେଳ ଧାରଣା ପାଖରେ ଯେଉଁ ସ୍ୱର ଖଟାଖଟ ଆସୁଥିଲା, ତାକୁ ରେକଡିଂ କରି ଆଣିଲେ ଘରେ ଯେଉଁ ଟେପ ରେକର୍ଡର ଥାଏ ନା ସେଥିରେ ବଜାଇଲେ। ତାଙ୍କୁ ନିଦ ଆସିଗଲା। ତାଙ୍କୁ ତାହା ଆରାମଦାୟକ ଲାଗିଲା। ଯେ ପର୍ଯ୍ୟନ୍ତ ତାଙ୍କୁ ସେହି... ଏବେ ପ୍ରତ୍ୟେକଙ୍କ ପାଇଁ ଏପରି ହିଁ ହୋଇଥାଏ। ଯେ ଭାଇ ଟ୍ରେନର ସ୍ୱର ଆସିବ, ତେବେ ତୁମକୁ ନିଦ ଲାଗିବ। ପ୍ରତ୍ୟେକଙ୍କ ପାଇଁ ଏହା ଜରୁରୀ ହୋଇ ନଥାଏ କିନ୍ତୁ ସେମାନଙ୍କୁ ତାହା ଆରାମଦାୟକ ଲାଗିବ।

ମୁଁ ବୁଝି ପାରୁଛି ଆମକୁ ମଧ୍ୟ ଜାଣିବା ଉଚିତ ଏହି ଚାପ ଆଦୌ ରଖ ନାହିଁ। ଯେଉଁ କଥା ତୁମକୁ ଆନନ୍ଦ ଦେଇଥାଏ, ତୁମକୁ ଅତି କମରେ ତାହା ପାଇଁ ନିଜକୁ ନିଜେ ଖାପ ଖୁଆଇ ଚଳିବାକୁ ପଡ଼ିଥାଏ। ସେହି ପଥ ଛାଡ଼ିବାର ଆବଶ୍ୟକତା ନାହିଁ କିନ୍ତୁ ସେହି ଆରାମଦାୟକ ଅବସ୍ଥାରେ ମଧ୍ୟ ତୁମର କାମ ହେଉ, ପାଠପଢ଼ା ହେଉ। ତୁମ କାମ ହେଉ ସର୍ବାଧିକ ପରିଣାମ। ସେଥିରୁ ଆଦୌ ବିଚ୍ୟୁତ ହେବାର ନାହିଁ ଆଉ ମୁଁ ଦେଖିଛି ଲୋକ କିପରି କାମ କରି ଥାଆନ୍ତି। କେବେ- କେବେ ଆମେ ଶୁଣିଥାଉ, ଶୁଣିବାକୁ ମଧ୍ୟ ଭଲ ଲାଗିଥାଏ ଯେ ଅମୁକ ଲୋକ 12 ଘଂଟା କାମ କରୁଛନ୍ତି, 14 ଘଂଟା କାମ କରୁଛନ୍ତି, 18 ଘଂଟା କାମ କରୁଛନ୍ତି... ଶୁଣିବାକୁ ଭଲ ଲାଗିଥାଏ କିନ୍ତୁ ବାସ୍ତବରେ 18 ଘଂଟା କାମ କରିବା କ’ଣ ହୋଇଥାଏ, ମୋ ଜୀବନରେ ହେଉଛି ବହୁତ ବଡ଼ ଶିକ୍ଷା। ମୁଁ ଯେତେବେଳେ ଗୁଜରାଟରେ ଥିଲି, ସେତେବେଳେ କେକା ଶାସ୍ତ୍ରୀ ମହାଶୟ ବୋଲି ଜଣେ ବହୁତ ବଡ଼ ବିଦ୍ୱାନ ଥିଲେ। ସେ ନିଜେ 5ମ – 5ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ କିନ୍ତୁ ସେ ଅନେକ ଗ୍ରନ୍ଥ ଲେଖିଥିଲେ, ଡଜନେ ଗ୍ରନ୍ଥ ଲେଖିଥିଲେ ଆଉ ସେ ପଦ୍ମ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ। ସେ 103 ବର୍ଷ ପର୍ଯ୍ୟନ୍ତ ଜୀବିତ ଥିଲେ ଆଉ ଯେତେବେଳେ ମୁଁ ସେଠାରେ ଥିଲି ସେତେବେଳେ ତାଙ୍କର ଶତାବ୍ଦୀ କାର୍ଯ୍ୟକ୍ରମ ସରକାରୀ ଭାବେ କରାଯାଇଥିଲା। ମୋର ତାଙ୍କ ସହିତ ବହୁତ ନିକଟ ସମ୍ପର୍କ ଥିଲା। ସେ ମୋତେ ଖୁବ ଭଲ ପାଉଥିଲେ। ମୁଁ ବହୁତ ବର୍ଷ ପୂର୍ବେ, ସେତେବେଳେ ତ ମୁଁ ମୁଖ୍ୟମନ୍ତ୍ରୀ ମଧ୍ୟ ନ ଥିଲି, ତେଣୁ ଆମେ ଥରେ ଏକ କାର୍ଯ୍ୟକ୍ରମ ପାଳନ କଲୁ ଯେ ତାଙ୍କୁ ସାଙ୍ଗରେ ନେଇ ରାଜସ୍ଥାନର ତୀର୍ଥ ସ୍ଥଳ ଦେଖିବାକୁ ଯିବୁ। ତେଣୁ ମୁଁ ତାଙ୍କୁ ସାଙ୍ଗରେ ନେଇକରି ଗଲି। ଗୋଟିଏ ଗାଡ଼ିରେ ଆମେ ସମସ୍ତେ ଥିଲୁ। ମୁଁ ଦେଖୁଥିଲି ଯେ ତାଙ୍କ ପାଖରେ ବହୁତ କମ୍ ଜିନିଷପତ୍ର ଥିଲା କିନ୍ତୁ ସେଥିରେ ମଧ୍ୟ ଅଧିକ ଜିନିଷ କେବଳ ଲେଖାପଢ଼ା ସାମଗ୍ରୀ ଥିଲା। କେଉଁଠାରେ ରେଳବାଇର ଫାଟକ ଆସୁଥିଲା, ତେବେ ବନ୍ଦ ହୋଇ ଯାଉଥିଲା, ରହିବାକୁ ପଡ଼ୁଥିଲା, ଯେ ପର୍ଯ୍ୟନ୍ତ ଟ୍ରେନ ଅତିକ୍ରମ ହୋଇ ଯାଉ ନ ଥିଲା, ଝରକା ଖୋଲୁ ନ ଥିଲା, ଆଗକୁ ବଢ଼ୁ ନ ଥିଲା। ଏବେ ସେହି ସମୟରେ ଆମେ କ’ଣ କରୁଥିଲୁ। ଆମେ ତଳକୁ ଓହ୍ଲାଇ ଟିକେ ବୁଲାବୁଲି କରୁଥିଲୁ ଅବା କିଏ ଚଣା ବିକୁଥିଲା, ତା’ଠାରୁ ଆଣି ଖାଉଥିଲୁ, ଆମେ ନିଜର ସମୟ... ମୁଁ ଦେଖୁଥିଲି ଯେ ଯେତେବେଳେ ଗାଡ଼ି ଠିଆ ହୋଇଥିଲା ସେ ନିଜର ଥଳିରୁ କାଗଜ ବାହାର କରୁଥିଲେ, ଲେଖାଲେଖି ଆରମ୍ଭ କରି ଦେଉଥିଲେ। ମୁଁ ବୁଝି ପାରୁଛି ସେତେବେଳେ ତାଙ୍କୁ ପ୍ରାୟ 80 ବର୍ଷ ହୋଇ ଯାଇଥିଲା। ଅର୍ଥାତ ସମୟର କିପରି ଉପଯୋଗ କରିବା, ପରିଣାମ କାହାକୁ କହନ୍ତି ମୁଁ ଏତେ ସୂକ୍ଷ୍ମ ଭାବରେ ତାଙ୍କୁ ଦେଖୁଥିଲି ଆଉ ବୋଧହୁଏ ତୀର୍ଥଯାତ୍ରା ସମୟରେ ଆରାମ କରିବା ବୁଲାବୁଲି କରିବା, ଦେଖିବା ଅନ୍ୟ ସମସ୍ତ କାର୍ଯ୍ୟ କରୁଥିଲେ। କୌଣସି ମଧ୍ୟ ପରିସ୍ଥିତିରେ କାର୍ଯ୍ୟ କରି ଚାଲିବା, ଏହା ବହୁତ ଆବଶ୍ୟକ ହୋଇଥାଏ। ଏହାଦ୍ୱାରା ଜୀବନରେ ବହୁତ କିଛି ମିଳିଥାଏ।

ଉପସ୍ଥାପକ – ମାନ୍ୟବର ସାର୍, ଧନ୍ୟବାଦ। ଜୀବନରେ ନିଜକୁ ଅନୁଶୀଳନ ଏବଂ ଅନୁଭବ କରିବାର ଆନନ୍ଦଦାୟକ ଅଭିଜ୍ଞତା ସମ୍ପର୍କରେ ଆପଣ ବୁଝାଇଲେ। ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ, ସାର୍, କେନ୍ଦ୍ର ଶାସିତ ଅଂଚଳ ଜମ୍ମୁ କଶ୍ମୀରର ସୁନ୍ଦର ସବୁଜ ଭୂମି ଯେଉଁଠାରେ ୟୁକାଲିପଟାସ ଜଙ୍ଗଲ ରହିଛି ସେହି ସ୍ଥାନ ଉଦ୍ଧମପୁରରୁ ୯ମ ଶ୍ରେଣୀର ଛାତ୍ରୀ ଏରିକା ଜର୍ଜ ଆପଣଙ୍କୁ ଏକ ପ୍ରଶ୍ନ ପଚାରିବା ସହିତ ମାର୍ଗଦର୍ଶନ ଚାହୁଁଛନ୍ତି।

ଏରିକା ଜର୍ଜ-  ମାନ୍ୟବର ପ୍ରଧାନମନ୍ତ୍ରୀ ସାର୍, ମୁଁ ଏପିଏସ ଉଦ୍ଦାମପୁର ଜମ୍ମୁ କଶ୍ମୀରର ୯ମ ଶ୍ରେଣୀର ଛାତ୍ରୀ ଏରିକା ଜର୍ଜ। ସାର୍ ମୁଁ ଯେଉଁ ପ୍ରଶ୍ନ ଆପଣଙ୍କୁ ପଚାରିବାକୁ ଯାଉଛି ତାହା ହେଉଛି ସାମ୍ପ୍ରତିକ ସମୟରେ ବହୁତ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଶେଷ କରି ଭାରତରେ ଶିକ୍ଷା କ୍ଷେତ୍ରରେ। ଏ କ୍ଷେତ୍ରରେ ଅନେକ ପ୍ରତିଭା ସମ୍ପନ୍ନ ଓ ଜ୍ଞାନୀ ଲୋକ ଅଛନ୍ତି କିନ୍ତୁ କୌଣସି କାରଣରୁ ସେମାନେ ପରୀକ୍ଷା ଦେଇ ପାରୁ ନାହାଁନ୍ତି। ସେମାନେ ମଧ୍ୟ ସଠିକ ମାର୍ଗଦର୍ଶନ ପାଇ ପଥ ନିର୍ଣ୍ଣୟ କରି ପାରୁ ନାହାଁନ୍ତି। ତେଣୁ ସାର୍ ଏ କ୍ଷେତ୍ରରେ ଏଭଳି ଲୋକମାନଙ୍କ ପାଇଁ ଆମେ କ’ଣ କରି ପାରିବା, ଯାହାଦ୍ୱାରା ଏହି ପ୍ରତିଭା ସମ୍ପନ୍ନ ଲୋକମାନେ ସେମାନଙ୍କ ଗୁଣକୁ ଅପବ୍ୟୟ ନ କରି ସଠିକ ଏବଂ ଫଳପ୍ରଦ ଭାବେ ବିନିଯୋଗ କରି ପାରିବେ। ଧନ୍ୟବାଦ ସାର୍।

ଉପସ୍ଥାପକ- ଧନ୍ୟବାଦ ଏରିକା। ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ, ସାର୍। ଶିଳ୍ପକେନ୍ଦ୍ର ଗୌତମବୁଦ୍ଧ ନଗରର ଦ୍ୱାଦଶ ଶ୍ରେଣୀର ଛାତ୍ର ହରିଓମ୍ ମିଶ୍ର ନିଜର ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ସେହିଭଳି ଏକ ପ୍ରଶ୍ନ ଆପଣଙ୍କୁ ପଚାରିବାକୁ ଚାହୁଁଛନ୍ତି। ଜିଟିଭି ପକ୍ଷରୁ ଆୟୋଜିତ ପ୍ରତିଯୋଗୀତାରୁ ତାଙ୍କୁ ମନୋନୀତ କରାଯାଇଛି। ହରିଓମ ତୁମେ ତୁମର ପ୍ରଶ୍ନ ପଚାର।

ହରିଓମ୍- ନମସ୍କାର। ମୋର ନାମ ହେଉଛି ହରିଓମ୍ ମିଶ୍ର ଆଉ ମୁଁ ହେଉଛି ନୋଏଡା କେମ୍ବ୍ରିଜ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର। ମୋର ଆଜି ପ୍ରଧାନମନ୍ତ୍ରୀ ମହାଶୟଙ୍କୁ ପ୍ରଶ୍ନ ହେଉଛି ଯେଭଳି ଚଳିତ ବର୍ଷ କଲେଜରେ ନାମ ଲେଖା ପ୍ରକ୍ରିୟାରେ ବହୁତ ପରିବର୍ତନ ଆସି ଯାଇଛି ଆଉ ଆମେ ଚଳିତ ବର୍ଷ ବୋର୍ଡ ପରୀକ୍ଷାର ପଦ୍ଧତିରେ ମଧ୍ୟ ଅନେକ ପରିବର୍ତନ ଆସିଛି। ତେଣୁ ଏହି ସମସ୍ତ ପରିବର୍ତନ ମଧ୍ୟରେ ଆମେ ବିଦ୍ୟାର୍ଥୀ ଏବେ ବୋର୍ଡ ପରୀକ୍ଷା ଉପରେ ଧ୍ୟାନ ଦେବୁ ଅବା ଆମେ କଲେଜର ନାମଲେଖା ପ୍ରକ୍ରିୟା ଉପରେ ଧ୍ୟାନ ଦେବୁ। ଆମେ କେଉଁ କଥାକୁ, ନିଜର ପ୍ରସ୍ତୁତି କିଭଳି କରିବୁ।

ଉପସ୍ଥାପକ- ଧନ୍ୟବାଦ ହରିଓମ୍। ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ, ଠିକ ଏରିକା ଏବଂ ହରିଓମଙ୍କ ଭଳି ଦେଶର ବିଭିନ୍ନ ଭାଗର ଅନେକ ଛାତ୍ର ଏ ସମ୍ପର୍କରେ ସେମାନଙ୍କ ଜୀଜ୍ଞାସା ଦୂର କରିବାକୁ ଚାହୁଁଛନ୍ତି। ସେମାନେ ନିଜର ପାଠପଢ଼ା ଉପରେ ଧ୍ୟାନ ଦେବେ ନା ପ୍ରତିଯୋଗିତାମୂଳକ ପରୀକ୍ଷା ବୋର୍ଡ ପରୀକ୍ଷାର ପ୍ରସ୍ତୁତି ଅବା କଲେଜ ନାମଲେଖା। ମାନ୍ୟବର ପ୍ରଧାନମନ୍ତ୍ରୀ ସାର୍ ଆମେ ସମସ୍ତେ ଏ କ୍ଷେତ୍ରରେ ଆପଣଙ୍କର ମାର୍ଗଦର୍ଶନ ଚାହୁଁଛୁ।

ପ୍ରଧାନମନ୍ତ୍ରୀ ମହୋଦୟ- ଏଭଳି ଭାବରେ ଦୁଇଟି ଭିନ୍ନ ଭିନ୍ନ ପ୍ରଶ୍ନ ଅଛି। ଗୋଟିଏ ବିଷୟ ହେଉଛି ପ୍ରତିଯୋଗିତା ଆଉ ଅନ୍ୟ ବିଷୟଟି ହେଉଛି ପରୀକ୍ଷା ଦେବୁ ଅବା ଗୋଟିଏ ସମୟରେ ଦୁଇ-ଦୁଇଟି ପରୀକ୍ଷା ଅଛି, ତେବେ କ’ଣ କରିବୁ। ମୁଁ ମାନିବାକୁ ପ୍ରସ୍ତୁତ ନୁହେଁ ଯେ ତୁମକୁ ପରୀକ୍ଷା ପାଇଁ ପଢ଼ିବା ଆବଶ୍ୟକ। ତାହା ହେଉଛି ଭୁଲ। ମୁଁ ଏହି ପରୀକ୍ଷା ପାଇଁ ପଢ଼ିବି। ପୁଣି ମୁଁ ସେହି ପରୀକ୍ଷା ପାଇଁ ପଢ଼ିବି। ଏହାର ଅର୍ଥ ହେଉଛି ଯେ ତୁମେ ପଢ଼ୁନାହଁ। ତୁମେ ଏହି ଜଡି- ବୁଟୀକୁ ଖୋଜୁଛ ଯାହା ତୁମ କାମକୁ ସହଜ କରିଦେବ। ଆଉ ବୋଧହୁଏ ଏଥିପାଇଁ ଭିନ୍ନ- ଭିନ୍ନ ପରୀକ୍ଷା ଭିନ୍ନ ବୋଲି ଜଣା ପଡ଼ୁଛି, କଠିନ ବୋଲି ଲାଗୁଛି। ବାସ୍ତବରେ ଏହା ହେଉଛି ଯେ ଏବେ ଆମେ ଯାହା ପଢ଼ୁଛୁ ତାହାକୁ ପୂର୍ଣ୍ଣ ରୂପରେ ଆମେ ସମ୍ପୂର୍ଣ୍ଣ ଭାବେ ଆମେ ତାହାକୁ ମନେ ରଖିବା, ତେବେ ପୁଣି ତାହା ବୋର୍ଡ ପରୀକ୍ଷା ହେଉ ଅବା ପ୍ରବେଶିକା ପରୀକ୍ଷା ଅବା ପୁଣି ନିଯୁକ୍ତି ପାଇଁ କୌଣସି ସାକ୍ଷାତକାର ଅବା ପରୀକ୍ଷା ହେଉ। କେଉଁଠାରେ ମଧ୍ୟ ପରୀକ୍ଷା ହୋଇଥାଉ। ଯଦି ତୁମେ ନିଜ ଶିକ୍ଷାକୁ ସମ୍ପୂର୍ଣ୍ଣ ଭାବେ ସାକ୍ଷାତକାର କରିଛ, ଆତ୍ମସାତ କରିଛ, ତେବେ ତୁମକୁ ପରୀକ୍ଷା ଭାବେ ଯାହା ଆସୁ, ତାହା ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ। ଆଉ ଏଥିପାଇଁ ନିଜକୁ ନିଜେ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ନେଇ ମୁଣ୍ଡ ଖଟାଇବା ପରିବର୍ତେ ନିଜକୁ ଯୋଗ୍ୟ ଶିକ୍ଷିତ ବ୍ୟକ୍ତି କରିବା ପାଇଁ ବିଷୟର ମାଷ୍ଟର ହେବା ପାଇଁ ଆମେ ପରିଶ୍ରମ କରିବା। ପୁଣି ପରିଣାମ ଯାହା ମିଳିବା କଥା ତାହା ମିଳିବ। ଯାହା ପ୍ରଥମେ ଆସିବ ସେଠାରେ ଏହାର ମୁକାବିଲା କରିବ। କିନ୍ତୁ ମୁକାବିଲା ଏଥିପାଇଁ କରିଥାଉ... ଏବେ ମୁଁ କହୁଛି ଖେଳାଳୀମାନଙ୍କୁ ତୁମେ ଦେଖିଥିବ, ସେହି ଖେଳାଳୀ ଖେଳକୁ ନେଇ ପାରଙ୍ଗମ ହୋଇଥାଏ ଯେଉଁ ସ୍ତର ପର୍ଯ୍ୟନ୍ତ ଖେଳିବାର ଅଛି ସେଥିପାଇଁ ପରିଶ୍ରମ କରି ନଥାଏ। ପୁଣି ସେ ତହସିଲରେ ଖେଳିବ ସେଠାରେ ତାହାର ପ୍ରତିଭା ଦେଖାଇବ, ଜିଲ୍ଲାସ୍ତରରେ ଖେଳିବ, ସେଠାରେ ନିଜର ପ୍ରତିଭା ଦେଖାଇବ, ଜାତୀୟ ସ୍ତରରେ ଖେଳିବ, ସେଠାରେ ମଧ୍ୟ ନିଜର ପ୍ରତିଭା ଦେଖାଇବ। ଅନ୍ତର୍ଜାତୀୟ ସ୍ତରରେ ଖେଳିବ, ସେଠାରେ ମଧ୍ୟ ନିଜର କସରତ ଦେଖାଇବ। ଆଉ ନିଜେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସାମିଲ ହୋଇଯିବ। ଏଥିପାଇଁ ମୁଁ କହୁଛି ଯେ ଆମେ ଅମୁକ ପରୀକ୍ଷା ପାଇଁ ଏହି ଜଡି- ବୁଟୀ, ସେହି ପରୀକ୍ଷା ପାଇଁ ଏହି ଜଡ଼ି- ବୁଟୀ, ସେହି ଭ୍ରମରୁ ବାହାରି ମୋ ପାଖରେ ଏହି ସବୁ ରହିଛି। ମୁଁ ତାକୁ ନେଇକରି ଯାଉଛି। ଯଦି ମୁଁ ସେଠାରୁ ବାହାରିଲି, ତେବେ ଠିକ୍ ଅଛି, ଯଦି ନ ବାହାରିଲି ତେବେ ଅନ୍ୟ କୌଣସି ପଥ ଖୋଜିବି। ତେଣୁ ମୋତେ ଲାଗୁଛି ଯେ ଏଥିରେ ଏହିଭଳି ଭାବେ ଚିନ୍ତା କରିବା ଆବଶ୍ୟକ।

ଅନ୍ୟଟି ହେଉଛି ପ୍ରତିଯୋଗିତା, ଦେଖ ବନ୍ଧୁମାନେ ପ୍ରତିଯୋଗିତାକୁ ଆମକୁ ଜୀବନର ସବୁଠାରୁ ବଡ଼ ଉପହାର ଭାବେ ମାନିବ ଉଚିତ। ଯଦି ପ୍ରତିଯୋଗିତା ନାହିଁ, ତେବେ ଜୀବନ କେଉଁଥି ପାଇଁ ଆଜ୍ଞା। ତେବେ ପୁଣି ଆମେ ଏଭଳି ଭାବେ ଖୁସି ରହିବା, ଆଉ କିଛି ନାହିଁ, କେବଳ ଆମେ ହିଁ ଆମେ। ଏପରି ହେବା ଉଚିତ ନୁହେଁ। ସତ କହିବାକୁ ଗଲେ ଆମକୁ ପ୍ରତିଯୋଗିତାକୁ ନିମନ୍ତ୍ରଣ କରିବା ଉଚିତ। ଏବେ ତ ଆମେ କସୌଟି ଦେଇ ଗତି କରୁଛୁ। ମୁଁ ତ କହିବି ଘରେ ମଧ୍ୟ ଏବେ ଛୁଟିର ଦିନ ହେଉ ପଢ଼ିବା ନାହିଁ, ପରୀକ୍ଷା ନାହିଁ କିଛି ନାହିଁ, ତେବେ ଭାଇ- ଭଉଣୀ ବସି ପ୍ରତିଯୋଗିତା କରିବା। ତୁମେ ଚାରୋଟି ରୁଟି ଖାଉଛ, ମୁଁ ପାଂଚୋଟି ରୁଟି ଖାଉଛି। ତମେ ପାଂଚୋଟି ଖାଉଛ, ମୁଁ ଛଅଟି। ଆସ ପ୍ରତିଯୋଗିତା କରିବା। ଜୀବନରେ ପ୍ରତିଯୋଗିତାକୁ ଆମକୁ ନିମନ୍ତ୍ରଣ କରିବା ଉଚିତ। ପ୍ରତିଯୋଗିତା ଜୀବନକୁ ଆଗକୁ ବଢ଼ାଇ ନେବାର ହେଉଛି ଏକ ଉତମ ମାଧ୍ୟମ। ଯାହା ଆମକୁ ନିଜର ମୂଲ୍ୟାୟନ କରିବାକୁ ଲାଗିଥାଏ।

ଦ୍ୱିତୀୟରେ ମୁଁ ହେଉଛି ଯେଉଁ ପିଢ଼ୀର ଅବା ତୁମର ପିତା-ମାତା ଯେଉଁ ପିଢ଼ୀର ସେମାନଙ୍କୁ ସେହି ଜିନିଷ ମିଳି ନଥିଲା, ଯାହା ତୁମ ଭାଗ୍ୟରେ ରହିଛି। ତୁମେ ହେଉଛ ସେହି ଭାଗ୍ୟଶାଳୀ ପିଢ଼ୀର ଯେଉଁ ଭାଗ୍ୟ ତୁମ ପୂର୍ବରୁ କୌଣସି ମଧ୍ୟ ପିଢ଼ୀକୁ ଏତେ ବଡ଼ ମାତ୍ରାରେ ମିଳି ନଥିଲା ଆଉ ଯେଉଁଠାରେ ଅଧିକ ପ୍ରତିଯୋଗିତା ସେଠାରେ ମଧ୍ୟ ଅଧିକ ବାଛିବାର ସୁଯୋଗ ରହିଥାଏ। ତୁମ ପରିବାରରେ ଏତେ ସୁଯୋଗ ନ ଥିଲା, ତୁମେ ଦେଖିଥିବ ଦୁଇଜଣ କୃଷକ ଥିବେ, ମାନି ନିଅ ଜଣଙ୍କର ଦୁଇ ଏକର ଜମି ଅଛି ଅନ୍ୟ ଜଣଙ୍କର ମଧ୍ୟ ସେହି ଦୁଇ ଏକର ଜମି ଅଛି, କିନ୍ତୁ ଜଣେ କୃଷକ ଚତୁର, ଭାଇ ଚଳିବାର ଅଛି, ଆଖୁ ଚାଷ କରି ଚାଲିଲା, ନିଜ ଗୁଜୁରାଣ ମେଂଟାଇ ଚାଲିଲା। କିନ୍ତୁ ଅନ୍ୟ କୃଷକ ସେ ଚିନ୍ତା କରିଥାଏ, ନାହିଁ ନାହିଁ, ଦୁଇ ଏକର ଜମି ଅଛି- ଏଭଳି କରିବି ଏକ ତୃତୀୟାଂଶରେ ଏହା କରିବି, ଏକ ତୃତୀୟାଂଶରେ ତାହା କରିବି, ଏକ ତୃତୀୟାଂଶରେ ତାହା କରିବି। ବିଗତ ବର୍ଷ ଏହା କରିଥିଲି, ତେବେ ଏଥର ତାହା କରିବି, ଏହି ଦୁଇଟି କଥା କରିବି ନାହିଁ। ତୁମେ ଦେଖିବ ସେ ଯେଉଁ ଦୁଇ ଏକର ଜମିରେ ଏଭଳି ଆରାମରେ ବସି ଚଳି ଯାଉଥିଲା, ଜୀବନ ଥମି ଯାଇଥାଏ। ଯିଏ ଆହ୍ୱାନର ସମ୍ମୁଖୀନ ହୋଇଥାଏ, ପ୍ରୟୋଗ କରିଥାଏ, ନୂଆ କିଛି ହାତକୁ ନେଇଥାଏ, ନୂଆ କିଛି ଯୋଡ଼ିଥାଏ, ସେ ଏତେ ଆଗକୁ ବଢ଼ିଥାଏ ଯେ ଜୀବନରେ କେଉଁଠାରେ ମଧ୍ୟ ଅଟକି ଯିବାର ନାମ ନେଇ ନଥାଏ। ସେହିଭଳି ହିଁ ଆମ ଜୀବନରେ ହୋଇଥାଏ। ଆମକୁ ଗର୍ବ କରିବାର ଉଚିତ ଯେ ଆମେ ଏତେ ପ୍ରତିଯୋଗିତା ମଧ୍ୟରେ ନିଜେ ନିଜକୁ ପ୍ରମାଣିତ କରି ପାରୁଛେ ଆଉ ଆମ ପାଖରେ ବାଛିବା ପାଇଁ ଅନେକ କିଛି ରହିଛି। ଏହି ପ୍ରତିଯୋଗିତା ନ ହେଲା ତ ଅନ୍ୟଟି, ସେହି ପ୍ରତିଯୋଗିତା ନ ହେଲା ତ ଅନ୍ୟଟି, ସେହି ପ୍ରତିଯୋଗିତା ନ ହେଲା ତ ଅନ୍ୟଟି, ଏହି ପଥ ନୁହେଁ ତ ଅନ୍ୟ ଏକ ପଥ, ଏହି ପଥ ନୁହେଁ ତ ଅନ୍ୟ କେଉଁ ପଥ। ମୁଁ ବୁଝିପାରୁଛି ଯେ ଆମେ ଏହାକୁ ସୁଯୋଗ ଭାବେ ଗ୍ରହଣ କରିବା, ଏକ ଅବସର ଭାବେ ବିଚାର କରିବା ଆଉ ମୁଁ ଏହି ସୁଯୋଗକୁ ଛାଡ଼ିବି ନାହିଁ, ମୁଁ ଏହି ସୁଯୋଗକୁ କେବେ ମଧ୍ୟ ଯିବାକୁ ଦେବି ନାହିଁ, ଏହି ଭାବ ଯଦି ସୃଷ୍ଟି କରିବେ, ତେବେ ମୋର ଦୃଢ ବିଶ୍ୱାସ ଯେ ପ୍ରତିଯୋଗିତା ତୁମ ପାଇଁ ଏହି ଯୁଗରେ ସବୁଠାରୁ ବଡ଼ ଉପହାର ଭାବେ ଅନୁଭବ କରିବ।

ଉପସ୍ଥାପକ- ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ଆପଣ ଆମକୁ ଜ୍ଞାନକୁ ଆତ୍ମସାତ କରିବାର ପ୍ରେରଣା ଦେଲେ ଯାହାଦ୍ୱାରା ଜୀବନରେ ସଫଳତା ମିଳିଥାଏ। ଆପଣଙ୍କୁ ଧନ୍ୟବାଦ। ଶ୍ରଧେୟ ପ୍ରଧାନମନ୍ତ୍ରୀ ମହୋଦୟ, ନବସାରୀ ଗୁଜରାଟରୁ ଜଣେ ଅଭିଭାବକ ସୁଶ୍ରୀ ସୀମା ଚିନ୍ତନ ଦେଶାଇ ଆପଣଙ୍କ ସମ୍ମୁଖରେ ଏକ ପ୍ରଶ୍ନ ରଖିବାକୁ ଚାହୁଁଛନ୍ତି। ମହୋଦୟା, ଦୟାକରି ଆପଣଙ୍କ କଥା କୁହନ୍ତୁ।

ସୀମା ଚିନ୍ତନ ଦେଶାଇ- ଜୟ ଶ୍ରୀରାମ, ପ୍ରଧାନମନ୍ତ୍ରୀ ମୋଦୀ ମହାଶୟ ନମସ୍ତେ, ମୁଁ ନବସାରୀର ଜଣେ ଅଭିଭାବକ ସୀମା ଚିନ୍ତନ ଦେଶାଇ। ସାର୍ ଆପଣ ହେଉଛନ୍ତି ଏତେ ସମସ୍ତ ଯୁବ ତାରକାଙ୍କ ଆଦର୍ଶ। କାରଣ ଆପଣ କେବଳ କୁହନ୍ତି ନାହିଁ, ଯାହା କୁହନ୍ତି ତାକୁ କରି ଦେଖାନ୍ତି। ସାର୍, ଗୋଟିଏ ପ୍ରଶ୍ନ, ଭାରତୀୟ ପରିବାରରେ ଗ୍ରାମାଂଚଳରେ ବାଳିକାମାନଙ୍କ ପାଇଁ ଅନେକ ଯୋଜନା ଚାଲୁ ରହିଛି, ଏହାର ପ୍ରଗତି ପାଇଁ ଆମ ସମାଜର କ’ଣ ଯୋଗଦାନ ହୋଇପାରେ ଦୟାକରି ମାର୍ଗଦର୍ଶନ କରନ୍ତୁ। ଧନ୍ୟବାଦ।

ଉପସ୍ଥାପକ- ଧନ୍ୟବାଦ ମହୋଦୟା। ମାନ୍ୟବର, ସୀମା ଚିନ୍ତନ ଦେଶାଇ ମହୋଦୟା ଯିଏ ଗ୍ରାମୀଣ କ୍ଷେତ୍ରର ବାଳିକାମାନଙ୍କର ଶିକ୍ଷାକୁ ନେଇ ଚିନ୍ତିତ ଅଛନ୍ତି, ଆଉ ଶ୍ରୀମାନ ମୁଁ ଜାଣିବାକୁ ଚାହୁଁଛି ଯେ ଏ ଦିଗରେ ଆପଣଙ୍କ ମନ୍ତବ୍ୟ କ’ଣ, ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ।

ପ୍ରଧାନମନ୍ତ୍ରୀ ମହୋଦୟ- ଏମିତିରେ ମୁଁ ବୁଝି ପାରୁଛି ଯେ ପରିସ୍ଥିତିରେ ଅନେକ ପରିବର୍ତନ ଆସିଛି। ପୂର୍ବ ସମୟରେ ଯେତେବେଳେ ଶିକ୍ଷାର କଥା ଆସୁଥିଲା, ସେତେବେଳେ ମାଆ- ବାପାଙ୍କୁ ଲାଗୁଥିଲା ଯେ ପୁଅକୁ ପଢ଼ାଇବା ଉଚିତ। ନିଜର ସୀମିତ ସଂସାଧନକୁ ନେଇ ସେମାନଙ୍କୁ ଲାଗୁଥିଲା ଯେ ଏଭଳି ସ୍ଥିତି ଅଛି ଚାଲ ପୁଅ ପଢ଼ିବ ତେବେ କିଛି ରୋଜଗାର କରିବ ଆଉ କେବେ- କେବେ କିଛି ମାଆ- ବାପା ମଧ୍ୟ କହୁଥିଲେ ଆରେ ଝିଅକୁ ପାଠ ପଢ଼ାଇ କ’ଣ କରିବାର ଅଛି। ତାକୁ କ’ଣ କିଛି ଚାକିରୀ କରିବାର ଅଛି। ଆରେ ସିଏ ତ ନିଜ ଶାଶୂ ଘର ଚାଲିଯିବ, ନିଜ ଜୀବନ ଚଳାଇ ନେବ। ଏହି ମାନସିକତାର ଅନେକ ସମୟ ଥିଲା। ହୋଇପାରେ ଆଜି ମଧ୍ୟ କିଛି ଗାଁରେ, କେଉଁଠାରେ ଏହି ଧରଣର ମାନସିକତା ରହିଥିବ କିନ୍ତୁ ବ୍ୟାପକ ସ୍ତରରେ ଆଜି ସ୍ଥିତିରେ ପରିବର୍ତନ ଆସିଛି ଆଉ ସମାଜ ଝିଅମାନଙ୍କର ସାମର୍ଥ୍ୟକୁ ଜାଣିବାରେ ଯଦି ପଛରେ ରହିଗଲା, ତେବେ ସେହି ସମାଜ କେବେ ଆଗକୁ ବଢ଼ି ପାରିବ ନାହିଁ। କେବେ -କେବେ ତ ଆପଣ ଏଭଳି କରିବାର ଦେଖିଥିବେ, ଯେଉଁଠାରେ ଏହା କୁହାଯାଏ ଯେ ଭାଇ ପୁଅ ତ ରହିବା ଦରକାର, ଫଳରେ ଭବିଷ୍ୟତରେ କାମରେ ଆସିବ। ଝିଅର କ’ଣ ଅଛି, ସେ ତ ଶାଶୂ ଘର ଚାଲିଯିବ, ସେ କେଉଁ କାମର। ଏଭଳି ମଧ୍ୟ ଏକ ଚିନ୍ତାଧାରା ଆମ ସମାଜରେ ଅଛି। ଆଉ କେବେ ତ ଥିଲା, କିନ୍ତୁ ଇତିହାସ ଏହି କଥାକୁ ଅନୁଭବ କରିଥାଏ ଏବେ ମୁଁ ଏହି କଥାକୁ ବଡ଼ ସୂକ୍ଷ୍ମ ଭାବରେ ଦେଖୁଛି। ମୁଁ ଏଭଳି ଅନେକ ଝିଅମାନଙ୍କୁ ଦେଖିଛି ଯେଉଁମାନେ ବାପା- ମାଆଙ୍କର ଏକମାତ୍ର ସନ୍ତାନ। ଯିଏ ମାଆ- ବାପାଙ୍କର ସୁଖ ଏବଂ ସେମାନଙ୍କର ବୃଦ୍ଧାବସ୍ଥା ବିଷୟରେ ଚିନ୍ତା କରି ନିଜେ ବିବାହ କଲେ ନାହିଁ। ଆଉ ମାଆ- ବାପାଙ୍କ ସେବାରେ ଜୀବନ ଅତିବାହିତ କରି ଦେଲେ, ଯାହା ପୁଅ କରି ପାରିବ ନାହିଁ ତାହାକୁ ଝିଅ କରିଛନ୍ତି। ଆଉ ମୁଁ ଏଭଳି ମଧ୍ୟ ପରିବାର ଦେଖିଛି ଯେ ଘରେ ଚାରିଜଣ ପୁଅ ଅଛନ୍ତି, ଚାରି ପୁଅଙ୍କ ପାଖରେ ଚାରେଟି ବଙ୍ଗଳା ଅଛି, ସୁଖ ସମୃଦ୍ଧିର ଜୀବନ ଅଛି, କେବେ ଦୁଃଖ ଦେଖି ନାହାଁନ୍ତି। କିନ୍ତୁ ମାଆ- ବାପା ବୃଦ୍ଧାଶ୍ରମରେ ଜୀବନ ବିତାଉଛନ୍ତି। ଏଭଳି ମଧ୍ୟ ପୁଅଙ୍କୁ ମୁଁ ଦେଖିଛି। ଏଥିପାଇଁ ପ୍ରଥମ କଥା ହେଉଛି ସମାଜରେ ପୁଅ- ଝିଅଙ୍କୁ ସମାଜରେ ଏକ ପ୍ରକାରରେ ଦେଖିବା ଉଚିତ, କୌଣସି ଭେଦଭାବ ନାହିଁ। ଏହା ଆଜିର ଯୁଗ ପାଇଁ ହେଉଛି ଅନିର୍ବାଜ୍ୟ ଆଉ ପ୍ରତ୍ୟେକ ଯୁଗ ପାଇଁ ମଧ୍ୟ ହେଉଛି ଅନିର୍ବାଜ୍ୟ। ଆଉ ଭାରତରେ କିଛି ବିକୃତିମାନ ଆସିଛି, ଆସିବାର ମଧ୍ୟ ଅନେକ କାରଣ ରହିଥିବ। କିନ୍ତୁ ଏହି ଦେଶ ଗର୍ବ କରି ପାରିବ ଯଦି ପ୍ରଶାସନର କଥା ମନେ ପକାଇବା କୌଣସି ସମୟରେ ଅହଲ୍ୟା ଦେବୀଙ୍କ ନାମ ଆସୁଥିଲା, ଶ୍ରେଷ୍ଠ ପ୍ରଶାସନ ରୂପରେ, କେବେ ବୀରତାର କଥା ଆସୁଥିଲା, ସେତେବେଳେ ଝାନ୍ସୀର ରାଣୀ ଲକ୍ଷ୍ମୀବାଈଙ୍କ ନାମ ଆସୁଥିଲା ବୀରତା ପାଇଁ। ଏମାନେ ସମସ୍ତେ ଝିଅ ଥିଲେ। ଅର୍ଥାତ କୌଣସି ଯୁଗ ଏପରି ନାହିଁ ଆଉ ଆମର ଏଠାରେ ତ ବିଦୂଷୀ ଜ୍ଞାନର ଭଣ୍ଡାର ଝିଅମାନେ ହିଁ କରି ଦେଖାଇଛନ୍ତି। ପୂର୍ବରୁ ତ ଆମର ନିଜର ମାନସିକତା ରହିଛି। ଦ୍ୱିତୀୟରେ ଆଜି ସ୍ଥିତି ବଦଳି ଯାଇଛି। ଆଜି ତ ଆପଣ ଦେଖିବେ ନୂତନ ଦୃଷ୍ଟିଭଙ୍ଗୀରେ ଯେଉଁ ପିଲାମାନେ ସ୍କୁଲ ଆସୁଛନ୍ତି ନା ସେଥିରେ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା ଅଧିକ। ଏହି ହିସାବ ଆସୁଛି। ଆଜି ଝିଅମାନଙ୍କର ବହୁତ ଆକାଂକ୍ଷା ରହିଛି। ସେମାନେ କିଛି କରି ଆଗେଇ ଯିବାର ସାହାସ ରଖୁଛନ୍ତି। ବୋଧହୁଏ କୌଣସି ମଧ୍ୟ ହିନ୍ଦୁସ୍ତାନୀ ଗର୍ବ କରିବେ, ଏପରି ହିଁ ଆଉ ସେମାନଙ୍କୁ ଆମେ ସୁଯୋଗ ଦେବା ଆବଶ୍ୟକ ଆଉ ଆମେ କେବଳ ଆନୁଷ୍ଠାନିକ ଅବସର ଦେବା ଉଚିତ। କୌଣସି ଏକ ପରିବାର ନିଜ ଶୈଳୀରେ କରି ନେବ ଏପରି ନୁହେଁ, ଯେପରି ଆପଣ ଦେଖିଥିବେ ଖେଳକୁଦରେ ଆଜି ଖେଳକୁଦର କୌଣସି ମଧ୍ୟ ସ୍ତରର ଖେଳ ଚାଲୁଥିବ, ଭାରତର ଝିଅମାନେ ପ୍ରତ୍ୟେକ ସ୍ତରରେ କେଉଁଠି ନା କେଉଁଠି ନିଜ ନାମକୁ ଗୌରବାନ୍ୱିତ କରୁଛନ୍ତି। ବିଜ୍ଞାନର କ୍ଷେତ୍ର ଦେଖନ୍ତୁ, କେତେ ବଡ଼- ବଡ଼ ଉପଲବ୍ôଧ ବିଜ୍ଞାନର ଆସୁଛି, ତେଣୁ ଦେଖିବା ତ ସେଥିରେ ଅଧାରୁ ଅଧିକ ଆମରି ଝିଅମାନେ କିଛି ନା କିଛି ପରାକ୍ରମ ବିଜ୍ଞାନ କ୍ଷେତ୍ରରେ କରି ଦେଖାଇଛନ୍ତି। ଏବେ ଦଶମ- ଦ୍ୱାଦଶର ଫଳାଫଳ ଦେଖି ନିଅନ୍ତୁ ସେଥିରେ ପୁଅମାନଙ୍କ ଅପେକ୍ଷା ଝିଅମାନେ ଅଧିକ ନମ୍ବର ଆଣୁଛନ୍ତି। ଉତୀର୍ଣ୍ଣ ହେଉଥିବା ସଂଖ୍ୟାରେ ମଧ୍ୟ ଝିଅଙ୍କ ସଂଖ୍ୟା ଅଧିକ ରହିଛି। ତେଣୁ ଆଜି ପ୍ରତ୍ୟେକ ପରିବାର ପାଇଁ ଝିଅ ବହୁତ ବଡ଼ ସମ୍ପତି ପାଲଟି ଯାଇଛନ୍ତି, ପରିବାରର ବହୁତ ବଡ଼ ଶକ୍ତି ହୋଇ ଯାଇଛନ୍ତି ଆଉ ଏହି ପରିବର୍ତନ ବହୁତ ଉତମ। ଏହି ପରିବର୍ତନ ଯେତେ ଅଧିକ ହେବ, ସେତେ ଅଧିକ ଲାଭ ମିଳିବ। ଏବେ ଆପଣ ଦେଖନ୍ତୁ ସେହି ଗୁଜରାଟରୁ ଯିଏ ପ୍ରଶ୍ନ ପଚାରିଛନ୍ତି। ଗୁଜରାଟରେ ଯେଭଳି ପଂଚାୟତିରାଜ ବ୍ୟବସ୍ଥା ଅଛି, ପଚାଶ ପ୍ରତିଶତ ନିର୍ବାଚିତ ଭଉଣୀମାନେ ଅଛନ୍ତି ଆଇନ ବ୍ୟବସ୍ଥା ହେଉ ସେଠାରେ 50 ପ୍ରତିଶତ ଅଛି କିନ୍ତୁ ବାସ୍ତବରେ ନିର୍ବାଚନ ପରେ ଏପରି ସ୍ଥିତି ହୋଇଥାଏ ଯେ ନିର୍ବାଚିତ ହୋଇଥିବା ମହିଳାଙ୍କ ସଂଖ୍ୟା 53 ପ୍ରତିଶତରୁ 54 ପ୍ରତିଶତ 55 ପ୍ରତିଶତ ହୋଇ ଯାଇଥାଏ। ଅର୍ଥାତ ଏମାନେ ନିଜ ପାଇଁ ସଂରକ୍ଷିତ ଆସନରୁ ମଧ୍ୟ ଜିତି ଥାଆନ୍ତି କିନ୍ତୁ ସେମାନେ ସାଧାରଣ ଆସନରୁ ମଧ୍ୟ ଜିତି କରି 55 ପ୍ରତିଶତରୁ ଅଧିକ ମଧ୍ୟ ହୋଇ ଯାଇଥାଏ ଆଉ ପୁରୁଷମାନଙ୍କର ସଂଖ୍ୟା 45 ପ୍ରତିଶତକୁ ଆସି ଯାଇଥାଏ। ଏହାର ଅର୍ଥ ସମାଜରେ ମଧ୍ୟ ମାଆମାନଙ୍କ-ଭଉଣୀମାନଙ୍କ ପ୍ରତି ବିଶ୍ୱାସ ବୃଦ୍ଧି ପାଉଛି। ତେବେ ତ ଯାଇ ସେହିମାନେ ଜନ ପ୍ରତିନିଧି ହୋଇ ଆସୁଛନ୍ତି। ଆଜି ଯେତେବେଳେ ଆମେ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଛେ। ଆଜି ହିନ୍ଦୁସ୍ତାନର ସଂସଦରେ ସବୁଠାରୁ ଅଧିକ ମହିଳା ସାଂସଦ ଅଛନ୍ତି ଆଉ ଗାଁରେ ମଧ୍ୟ ଦେଖା ଯାଉଛି କି ଯେଉଁ ଲେଖା ପଢ଼ା କରିଥିବା ଝିଅମାନେ ଅଛନ୍ତି, ସେମାନଙ୍କୁ ନିର୍ବାଚିତ କରିବା ପାଇଁ ଅଧିକ ଲୋକ ପସନ୍ଦ କରୁଛନ୍ତି। ସେ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ି ଥାଆନ୍ତୁ ଅବା ସପ୍ତମ ପର୍ଯ୍ୟନ୍ତ ପଢ଼ି ଥାଆନ୍ତୁ। ପଂଚମ ସ୍ଥାନରେ ସେମାନେ ସପ୍ତମ ଯାଏଁ ପଢ଼ିଥିବା ଝିଅକୁ ବାଛିବାକୁ ପସନ୍ଦ କରୁଛନ୍ତି ସପ୍ତମ ଶ୍ରେଣୀ ଯାଏଁ ପଢ଼ିଥିବା ଝିଅ ଆଗରେ ଏକାଦଶ ପର୍ଯ୍ୟନ୍ତ ପଢ଼ିଥିବା ଝିଅକୁ ପସନ୍ଦ କରିବେ। ଅର୍ଥାତ ସମାଜରେ ମଧ୍ୟ ଶିକ୍ଷା ପ୍ରତି ସମ୍ମାନର ଭାବ ପ୍ରତ୍ୟେକ ସ୍ତରରେ ଦୃଷ୍ଟି ଗୋଚର ହେଉଛି। ଆଜି ଆପଣ ଶିକ୍ଷା କ୍ଷେତ୍ରକୁ ଦେଖି ନିଅନ୍ତୁ। ବୋଧହୁଏ କେବେ ନା କେବେ ପୁରୁଷମାନଙ୍କ ଭଳି ଆଗକୁ ଯିବାର ସମ୍ଭାବନା ଅଛି। ମୁଁ କାହାକୁ କୌଣସି ରାସ୍ତା ଦେଖାଉ ନାହିଁ, ରାଜନୈତିକ ଦଳମାନଙ୍କୁ। କିନ୍ତୁ କେବେ –କେବେ ସମ୍ଭାବନା ରହିଛି ଯେ ପୁରୁଷମାନେ ଶୋଭାଯାତ୍ରା ବାହାର କରିବେ ଯେ ଶିକ୍ଷକତା ପାଇଁ ଆମର ଏତିକି ପ୍ରତିଶତ ସଂରକ୍ଷଣ ସ୍ଥିର କରନ୍ତୁ କାରଣ ଅଧିକାଂଶ ଶିକ୍ଷକ ହେଉଛନ୍ତି ଆମର ମାଆ- ଭଉଣୀମାନେ। ସେହି ପ୍ରକାରରେ ନର୍ସିଂରେ ମଧ୍ୟ ଅଧିକାଂଶ ଯେଉଁ ସେବାଭାବ, ମାତୃଭାବ ହୋଇଥାଏ। ତାହା ଆଜି ନର୍ସିଂ କ୍ଷେତ୍ରରେ ଭାରତର ଗୌରବ ବୃଦ୍ଧି କରୁଛି। ଭାରତର ନର୍ସିଂ ବିଶ୍ୱର ଯେଉଁଠାକୁ ଯାଉଛି। ଭାରତର ମାନ-ସମ୍ମାନ ଓ ଗୌରବ ବୃଦ୍ଧି କରୁଛି। ଏପରିକି ପୁଲିସ ବିଭାଗରେ, ପୁଲିସ ବିଭାଗ ମଧ୍ୟରେ ଆମର ଝିଅମାନେ ବହୁତ ବଡ଼ ସଂଖ୍ୟାରେ ଆସିଛନ୍ତି। ଏବେ ତ ଆମେ ଏନସିସିରେ ଝିଅମାନଙ୍କୁ, ସୈନିକ ସ୍କୁଲରେ ଝିଅମାନଙ୍କୁ, ସେନାରେ ଝିଅମାନଙ୍କୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଉ ଏହି ସମସ୍ତ କଥା ଏଥିପାଇଁ ଆନୁଷ୍ଠାନିକ ରୂପ ନେଉଛି ଆଉ ମୋର ସମାଜକୁ ମଧ୍ୟ ଅନୁରୋଧ ଯେ ଆପଣ ପୁଅ-ଝିଅମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ରଖନ୍ତୁ ନାହିଁ। ଉଭୟଙ୍କୁ ସମାନ ସୁଯୋଗ ଦିଅନ୍ତୁ ଆଉ ମୁଁ କହୁଛି ବୋଧହୁଏ ସମାନ ନିବେଶ ଦ୍ୱାରା ହିଁ ସମାନ ସୁଯୋଗ ଦ୍ୱାରା ହିଁ ଯଦି ପୁଅ ଉନ୍ନତି କରିବେ ତେବେ ଝିଅ ମଧ୍ୟ ତାହାର ୨୦ ଗୁଣା କରିବେ।

ଉପସ୍ଥାପକ- ଶ୍ରଧେୟ ପ୍ରଧାନମନ୍ତ୍ରୀ ମହୋଦୟ, ଝିଅମାନେ ହେଉଛନ୍ତି ଘର, ସମାଜ ଏବଂ ରାଷ୍ଟ୍ରର ଶୋଭା। ସେମାନଙ୍କର ଆକାଂକ୍ଷାକୁ ଆପଣଙ୍କ ପ୍ରେରଣା ଦ୍ୱାରା ନୂତନ ଉଡାଣ ମିଳିଛି। ଆପଣଙ୍କୁ ଧନ୍ୟବାଦ। ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ ସାର୍, ଆମେ ଆଜି ଆପଣଙ୍କ ଅନୁଗ୍ରହ ଏବଂ ଆଶୀର୍ବାଦ ଗ୍ରହଣ କରୁଛୁ ଏବଂ ପ୍ରେରଣା ମଧ୍ୟ ପାଉଛୁ। ଆପଣଙ୍କ ମୂଲ୍ୟବାନ ସମୟକୁ ଦୃଷ୍ଟିରେ ରଖି ମୁଁ ଏବେ ଦୁଇଟି ଶେଷ ପ୍ରଶ୍ନ ପଚାରିବାକୁ ଆମନ୍ତ୍ରଣ କରୁଛି। ଡୁମ୍ପାଲା ପବିତ୍ରା ରାଓ ନୂଆ ଦିଲ୍ଲୀ ଆର. କେ. ପୁରମ୍ କେନ୍ଦ୍ରୀୟ ବିଦ୍ୟାଳୟ ସେକ୍ଟର-୮ର ଦ୍ୱାଦଶ ଶ୍ରେଣୀର ଛାତ୍ରୀ। ଆପଣଙ୍କୁ ପ୍ରଶ୍ନ ପଚାରିବା ପାଇଁ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। ପବିତ୍ରା ରାଓ ଦୟାକରି ତୁମର ପ୍ରଶ୍ନ ପଚାର।

ପବିତ୍ରା ରାଓ- ନମସ୍କାର ପ୍ରଧାନମନ୍ତ୍ରୀ ମହୋଦୟ। ମୁଁ ହେଉଛି ପବିତ୍ରା ରାଓ ନୂଆ ଦିଲ୍ଲୀ ଆର.କେ.ପୁରମ୍ କେନ୍ଦ୍ରୀୟ ବିଦ୍ୟାଳୟ ସେକ୍ଟର-୮ର ଦ୍ୱାଦଶ ଶ୍ରେଣୀର ଛାତ୍ରୀ। ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ଯେପରି ଆମର ଭାରତ ଆହୁରି ଉନ୍ନତି କରିବା ପାଇଁ ଅଗ୍ରସର ହେଉଛି ଏହାକୁ ବଂଚାଇ ରଖିବା ପାଇଁ ଆମର ନୂତନ ପିଢ଼ୀକୁ଼ ଆଉ କ’ଣ ପଦକ୍ଷେପ ଉଠାଇବାକୁ ହେବ? ଆପଣଙ୍କ ମାର୍ଗଦର୍ଶନରେ ଭାରତ ସ୍ୱଚ୍ଛ ହୋଇଛି ଆଉ ଭବିଷ୍ୟତ ପିଢ଼ୀ ଏହାର ପର୍ଯ୍ୟାବରଣ ସଂରକ୍ଷଣରେ ଆଉ କ’ଣ ଯୋଗଦାନ ଦେବ ଦୟାକରି ମାର୍ଗଦର୍ଶନ କରାନ୍ତୁ, ଧନ୍ୟବାଦ ସାର୍।

ଉପସ୍ଥାପକ - ଧନ୍ୟବାଦ ପବିତ୍ରା। ମାନ୍ୟବର ନୂଆ ଦିଲ୍ଲୀରୁ ଏକାଦଶ ଶ୍ରେଣୀର ଛାତ୍ର ଚୈତନ୍ୟ ଲେଲେ ନିଜ ମନରେ ଉଠୁଥିବା ଏହି ପ୍ରକାରର ଅନ୍ୟ ଏକ ପ୍ରଶ୍ନର ସମାଧାନ ଚାହୁଁଛନ୍ତି। ଚୈତନ୍ୟ ଦୟାକରି ନିଜର ପ୍ରଶ୍ନ ପଚାର।

ଚୈତନ୍ୟ : ପ୍ରଣାମ, ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ମୋର ନାମ ହେଉଛି ଚୈତନ୍ୟ। ମୁଁ ଡି.ଏ.ଭି. ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ର । ମୋର ଆପଣଙ୍କୁ ପ୍ରଶ୍ନ ହେଉଛି ଆମେ ନିଜର ପର୍ଯ୍ୟାବରଣକୁ କିପରି ସ୍ୱଚ୍ଛ ଏବଂ ଉନ୍ନତ କରି ପାରିବା ? ଧନ୍ୟବାଦ।

ଉପସ୍ଥାପକ : ଧନ୍ୟବାଦ ଚୈତନ୍ୟ। ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ, ସାର୍, ଦେଶର ଯୁବକମାନେ ଯେପରି ପବିତ୍ରା ଓ ଚୈତନ୍ୟ ସ୍ୱଚ୍ଛ ନିଶ୍ୱାସ ନେବା ସହ ସବୁଜ ଭାରତ ସମ୍ପର୍କରେ ଚିନ୍ତା କରୁଛନ୍ତି । ଏହି ସ୍ୱପ୍ନ ଯାହା ଆପଣଙ୍କ ହୃଦୟର ଅତି ନିକଟତର। ଆମେ ଜାଣିବାକୁ ଚାହୁଁଛୁ କିପରି ଭାରତ ଏବଂ ଆମ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବା ସହ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରି ପାରିବା। ଆମେ ଆପଣଙ୍କ ମାର୍ଗଦର୍ଶନ ଚାହୁଁଛୁ ସାର୍।

ପ୍ରଧାନମନ୍ତ୍ରୀ ମହୋଦୟ : ଯଦିଓ ଏହା ପରୀକ୍ଷା ପେ ଚର୍ଚ୍ଚା ସହିତ ଜଡ଼ିତ ବିଷୟ ନୁହେଁ କିନ୍ତୁ ଯେପରି ପରୀକ୍ଷା ପାଇଁ ଭଲ ପରିବେଶ ଆବଶ୍ୟକ । ସେହିଭଳି ପୃଥିବୀକୁ ଏକ ସ୍ୱଚ୍ଛ ପର୍ଯ୍ୟାବରଣର ଆବଶ୍ୟକତା ରହିଥାଏ ଆଉ ଆମେ ତ ପୃଥିବୀକୁ ମାଆ ବୋଲି ବିବେଚନା କରୁଛେ। ମୁଁ ସର୍ବପ୍ରଥମେ, ଆଜି ମୋତେ ଯେଉଁ ସୁଯୋଗ ଦିଆଯାଇଛି, ତେଣୁ ମୁଁ ସାର୍ବଜନିକ ଭାବେ ଆମ ଦେଶର ପିଲାମାନଙ୍କୁ ବାଳକ-ବାଳିକା ମାନଙ୍କୁ ହୃଦୟର ସହିତ ଧନ୍ୟବାଦ ଜଣାଇବାକୁ ଚାହୁଁଛି ଆଉ ମୁଁ ଅନୁଭବ କରୁଛି ଯେ ମୁଁ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଯେତେବେଳେ ୧୫ ଅଗଷ୍ଟରେ ଲାଲକିଲ୍ଲାରୁ ଭାଷଣ ଦେଉଥିଲି ସେତେବେଳେ ମୋ ଭାଷଣ ପରେ ଅଧିକାଂଶ ଲୋକ ପ୍ରଶ୍ନ ଚିହ୍ନ ଲଗାଇଥିଲେ ଯେ ଠିକ୍ ଅଛି ମୋଦୀ ମହାଶୟ ତ କହିଦେଲେ କିନ୍ତୁ ହୋଇ ପାରିବ କି? ଆଉ ସେହି ସମୟରେ ମୁଁ ସ୍ୱଚ୍ଛତାର କଥା କହିଥିଲି। ଟିକେ ଏହା ମଧ୍ୟ ଆଶ୍ଚର୍ଯ୍ୟର କଥା ଥିଲା ଯେ ଦେଶର ପ୍ରଧାନମନ୍ତ୍ରୀ, ଏହା ଏପରି ଏକ ସ୍ଥାନ ଯେଉଁଠାରୁ ମହାକାଶର କଥା କହିବା ଉଚିତ, ବିଦେଶ ନୀତିର କଥା କହିବା ଉଚିତ, ସୈନ୍ୟଶକ୍ତିର କଥା କହିବା ଆବଶ୍ୟକ। ଇଏ ଲୋକ କିଭଳି ଯେ ସ୍ୱଚ୍ଛତାର କଥା କହୁଛି। ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା କିନ୍ତୁ ଯାହା ମଧ୍ୟ ମଧ୍ୟ ଆଶଙ୍କା ବ୍ୟକ୍ତ କରାଯାଇଥିଲା, ସେ ସବୁ ଭୁଲ ପ୍ରମାଣିତ କରିବାର କାର୍ଯ୍ୟ ଯଦି କେହି କରିଥିଲା, ତାହା ସ୍ୱଚ୍ଛତା ପ୍ରତି ମୋର ଭାବନାକୁ ଚାରି ଗୁଣ କରିବାରେ ଯଦି କେଉଁମାନେ କାମ କରିଛନ୍ତି, ସେମାନେ ହେଉଛନ୍ତି ମୋ ଦେଶର ବାଳକ-ବାଳିକା, ସେହିମାନେ କରିଛନ୍ତି। ସ୍ୱଚ୍ଛତାର ଏହି ଯାତ୍ରାରେ ଆଜି ଆମେ ଯେଉଁଠାରେ ମଧ୍ୟ ପହଂଚିଛେ ଯଦି କାହାକୁ ସବୁଠାରୁ ଅଧିକ ଶ୍ରେୟ ଦେଉଛି, ତେବେ ମୋ ଦେଶର ବାଳକ-ବାଳିକାମାନଙ୍କୁ ଦେଉଛି। ମୁଁ ଏଭଳି ଶହ- ଶହ ପ୍ରଶ୍ନକୁ ଶୁଣିଛି ଯେଉଁଠାରେ 5-5, 6-6 ବର୍ଷର ପିଲାମାନେ ନିଜର ଜେଜେ- ଜେଜେ ମାଆ, ଅଜା- ଆଇଙ୍କୁ ଦିନକୁ ଦଶଥର ଏଠାରେ- ସେଠାରେ ଅଳିଆ ନ ପକାଇବା ପାଇଁ ବାରଣ କରିଛନ୍ତି, କହିଛନ୍ତି ମୋଦୀ ମହାଶୟ ମନା କରିଛନ୍ତି, ଏଠାରେ ପକାଅ ନାହିଁ। ମୋଦୀ ମହାଶୟଙ୍କୁ ଭଲ ଲାଗିବ ନାହିଁ। ଏହା ହେଉଛି ବହୁତ ବଡ଼ ଶକ୍ତି ଆଉ ତୁମେ ବୋଧହୁଏ ସେହି ପିଢ଼ୀର ହୋଇଥିବା କାରଣରୁ ତୁମେ ମଧ୍ୟ ସେହି ଭାବନା ସହିତ ପ୍ରଶ୍ନ ପଚାରିଛ । ମୁଁ ତୁମ ପ୍ରଶ୍ନକୁ ସ୍ୱାଗତ କରୁଛି। ଏ କଥା ସତ ଯେ ଆଜି ସମଗ୍ର ବିଶ୍ୱ ବିଶ୍ୱତାପନ ଯୋଗୁଁ ପର୍ଯ୍ୟାବରଣ ପାଇଁ ବହୁତ ସମସ୍ୟା ସୃଷ୍ଟି ହେଉଛି। ଆଉ ଏହାର ମୂଳ କାରଣ ହେଉଛି ଯେ ଆମେ ନିଜର ସଂସାଧନର ଦୁର୍ବ୍ୟବହାର କରିଛୁ। ଆମକୁ ପରମାତ୍ମା ଯେଉଁ ବ୍ୟବସ୍ଥାମାନ ଦେଇଛନ୍ତି ଆମେ ତାହାକୁ ନଷ୍ଟ କରି ଦେଇଛୁ। ଏବେ ଆମର ଦାୟିତ୍ୱ ହେଉଛି ଯଦି ଆଜି ଆମେ ଯେଉଁ ପାଣି ପିଉଛୁ, ଅବା ମୋ ଭାଗ୍ୟରେ ପାଣି ଅଛି, ଆଜି ଯଦି ମୁଁ କେଉଁଠାରେ ନଦୀ ଦେଖିପାରୁଛି, ଆଜି ଯଦି ମୁଁ ଯଦି କୌଣସି ବୃକ୍ଷର ଛାୟା ତଳେ ଠିଆ ହୋଇ ପାରୁଛି। ତେବେ ଏଥିରେ ମୋର କୌଣସି ଯୋଗଦାନ ନାହିଁ। ଏହା ମୋର ପୂର୍ବଜମାନେ ମୋ ପାଇଁ ଛାଡ଼ି ଯାଇଛନ୍ତି । କ’ଣ ମୋ ପରେ ଯେଉଁ ପିଢ଼ୀକୁ ମୋତେ ମଧ୍ୟ କିଛି ଦେବା ଉଚିତ ନା ଦେବା ଉଚିତ ନୁହେଁ ? ଦେବା ଉଚିତ ନା ଦେବା ଉଚିତ ନୁହେଁ? ଯଦି ମୁଁ ବଂଚାଇବି ନାହିଁ, ତେବେ ଦେବି କଣ? ଆଉ ଏଥିପାଇଁ ଯେପରି ଆମର ପୂର୍ବଜମାନେ ଆମକୁ ଦେଇଛନ୍ତି ସେମାନଙ୍କ ଋଣ ସ୍ୱୀକାର କରିବା ପାଇଁ ଆଉ ଆମର ଆଗାମୀ ପିଢ଼ୀକୁ ଦେବା ପାଇଁ ଦାୟିତ୍ୱ ସ୍ୱୀକାର କରି ଆମକୁ ନିଜର ଦାୟିତ୍ୱ ତୁଲାଇବାକୁ ପଡ଼ିବ। ଏହା ହେଉଛି ଆମର କର୍ତବ୍ୟ। ଏବେ ଏହା କୌଣସି ସରକାରୀ କାର୍ଯ୍ୟକ୍ରମ ଦ୍ୱାରା ସଫଳ ହୋଇ ନ ଥାଏ। ଯେପରି ଧରି ନିଅନ୍ତୁ, ମୁଁ କହୁଛି ଯେ ଭାଇ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ଏଥିରୁ ବଂଚିବା ଉଚିତ। କିନ୍ତୁ ଘରକୁ ଯଦି ଏକ ବିବାହ ନିମନ୍ତ୍ରଣ କାର୍ଡ ଆସିଥାଏ, ଘରେ ଆମେ ଦେଖିଥାଉ ତା’ଉପରେ ଏକ ସୁନ୍ଦର ପ୍ଲାଷ୍ଟିକ ଆବରଣ (ରାପର) ଲାଗିଥାଏ। ଆମେ ତାହାକୁ ବାହାର କରି ବାହାରକୁ ଫୋପାଡ଼ି ଦେଇଥାଉ। ଏବେ ଆମେ ଯାହା ଚିନ୍ତା କରୁଛୁ, ଏହା ହେଉଛି ତାହାର ବିପରୀତ। ତେଣୁ ସହଜ ସ୍ୱଭାବ କିପରି ହେବ, ଅତି କମ୍ରେ ମୋର ପରିବାରରେ ମୁଁ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ଆମ ଘରେ ଉପଯୋଗ ହେବାକୁ ଦେବି ନାହିଁ। ତେଣୁ ଆମେ ପର୍ଯ୍ୟାବରଣ ପାଇଁ କିଛି ନା କିଛି ମଧ୍ୟ ସାହାଯ୍ୟ କରୁଛୁ ଆଉ ଯଦି ଦେଶର ସବୁ ପିଲା ଏହି କାର୍ଯ୍ୟ କରିବାରେ ଲାଗିଗଲେ, ତେବେ ପୁଣି ଆଜି ଯେଉଁ ଆମର। ଆପଣମାନେ ଦେଖିଥିବେ, ଗୁଜରାଟରେ ପଶୁ ଆରୋଗ୍ୟ ମେଳା ହୋଇଥିଲା, ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି ଆଉ ପଶୁ ଆରୋଗ୍ୟ ମେଳା ହେଉଥିଲା, ଆପଣମାନେ ଆଶ୍ଚର୍ଯ୍ୟ ହେବେ ମୁଁ ଗୁଜରାଟରେ ପଶୁମାନଙ୍କର ଦାନ୍ତର ଚିକିତ୍ସା କରାଉଥିଲି। ପଶୁମାନଙ୍କୁ ମୋତିଆବିନ୍ଦୁ ହେଉଥିଲା, ମୋତିଆବିନ୍ଦୁର କାର୍ଯ୍ୟ କରୁଥିଲି ଆଉ କିଛି ପଶୁମାନଙ୍କର ଅପରେସନ୍ କରିବାକୁ ପଡ଼ୁଥିଲା। ସେତେବେଳେ ମୁଁ ଏକ ଗାଈକୁ ଦେଖିଲି ଯାହାର ପେଟରୁ ଅତି କମ୍ରେ 40 କେ.ଜି. ପ୍ଲାଷ୍ଟିକ ବାହାର କରାଯାଇଥିଲା। ଏବେ ଏହା ମାନବତାର ବିରୁଦ୍ଧର କାର୍ଯ୍ୟ। ଯଦି ଆମ ମଧ୍ୟରେ ସମ୍ବେଦନା ସୃଷ୍ଟି ହୋଇଥାଏ ଯେ ମୋତେ ତ ଭଲ ଲାଗୁଛି ଯେ ଚାଲ ଭାଇ ହାଲୁକା କମ୍ ଓଜନର ଥଳି ଅଛି, ନେଇକରି ଯିବା। ଭଲ ଲାଗିଥାଏ ଆଉ ପୁଣି ଫୋପାଡ଼ି ଦେଇଥାଏ। ଆମକୁ ଏବେ ବ୍ୟବହାର କର ଫିଙ୍ଗିଦିଅ (ୟୁଜ୍ ଆଣ୍ଡ୍ ଥ୍ରୋ) ସଂସ୍କୃତି ଠାରୁ ଦୂରରେ ରହିବାକୁ ପଡ଼ିବ। ଆଉ ଆମେ ପୁନଃବ୍ୟବହାର ଯୋଗ୍ୟ, ପୁନଃଚକ୍ରଣ ଆଉ ଏହା ଭାରତରେ କୌଣସି ନୂଆପଣ ନୁହେଁ । ଆମର ଏଠାରେ ତ ବର୍ଷ- ବର୍ଷ ଧରି ପରିବାରରେ ଏହି ଅଭ୍ୟାସ ରହିଛି। ଆମେ ଯେତେ ଅଧିକ ସଂସାଧନର ଉପଯୋଗ କରିବା ଆମେ ପର୍ଯ୍ୟାବରଣକୁ ନଷ୍ଟ କରିବା। ଆମେ ଯେତେ ସଂସାଧନର ସର୍ବାନିମ୍ନ ବ୍ୟବହାର କରିବା, ଆମେ ପର୍ଯ୍ୟାବରଣର ରକ୍ଷା କରିବା। ଆଜି ଦେଖନ୍ତୁ ଆମର ଇଲେକ୍ଟ୍ରୋନିକ୍ସ ଗାଜେଟ, ଏହା ମଧ୍ୟ ପର୍ଯ୍ୟାବରଣ ପାଇଁ ସଙ୍କଟ ପାଲଟିବାକୁ ଯାଉଛି। ଆପଣ ଦେଖିଥିବେ ଭାରତ ସରକାର ଏବେ ଯେଉଁ ସ୍କାର୍ପ ନୀତି ପ୍ରସ୍ତୁତ କରିଛନ୍ତି ଫଳରେ ପୁରୁଣା ଗାଡ଼ି ଯେଉଁମାନେ ପ୍ରଦୂଷଣ ସୃଷ୍ଟି କରୁଛନ୍ତି ତାହାର ଅନ୍ତ ଘଟାଇବା ସେଥିରୁ ମଧ୍ୟ କିଛି ଆୟ କରିବା ଆଉ ନୂଆ ଗାଡ଼ି ଆଣିବା। ସେହି ଦିଗରେ ମଧ୍ୟ ବହୁତ ବଡ଼ ମାତ୍ରାରେ କାମ ଆରମ୍ଭ ହେବାକୁ ଯାଉଛି। ସେହି ପ୍ରକାରରେ ଆମେ ଜାଣିଛେ ପାଣିର କ’ଣ ମହତ୍ୱ ଅଛି, ଗଛ-ଲତାର କ’ଣ ମହତ୍ୱ ଅଛି, ପ୍ରକୃତିର କ’ଣ ମହତ୍ୱ ଅଛି, ଆମେ ସେମାନଙ୍କ ପ୍ରତି ସମ୍ବେଦନଶୀଳ ଅଛେ କି? ଆଉ ଏହା ସହଜ ସ୍ୱଭାବ ହେବା ଉଚିତ। ଯଦି ଏହି ସ୍ୱଭାବ ସୃଷ୍ଟି ହୋଇଥାଏ, ଆପଣମାନେ ଦେଖିଥିବେ ସିଓପି-୨୬ରେ ମୁଁ ଏକ ବିଷୟ ରଖିଥିଲି। ୟୁକେରେ କନଫରେନ୍ସ ହୋଇଥିଲା, ମୁଁ କହିଥିଲି ସେଥିରେ ଜୀବନ ଶୈଳୀ ହେଉଛି ଏକ ସମସ୍ୟା। ଆମର ଯେଉଁ ଜୀବନ ଶୈଳୀ ରହିଛି ଆଉ କୁହାଯାଇଛି ଯେ ମିଶନ ଲାଇଫର ଆବଶ୍ୟକତା ରହିଛି ଆଉ ମୁଁ ମିଶନ ଲାଇଫ୍ ପାଇଁ ଏଠାରେ ଶବ୍ଦ ସ୍ଥିର କରିଥିଲି ଯେ ଜୀବନ ଶୈଳୀ ଏବଂ ପରିବେଶ ମଧ୍ୟରେ ମୁଁ ବୁଝି ପାରୁଛି ଆମେ ମଧ୍ୟ ନିଜର ଜୀବନରେ ବହୁତ କମ୍ ବୟସ ହୋଇଛି, ଚାରି ମହଲା ଘର ଅଛି ଆଉ ଆମେ ମଧ୍ୟ ଲିଫ୍ଟରେ ଯାଉଛୁ, ଆଉ ଆମେ ପ୍ରୟାସ କରିବା ଆମେ ସିଢ଼ୀ ଚଢ଼ି ଯାଇ ପାରିବା କି, ତେବେ ଆମର ସ୍ୱାସ୍ଥ୍ୟକୁ ମଧ୍ୟ ଲାଭ ହେବ, ଆମ ପରିବେଶକୁ ମଧ୍ୟ ସହାୟତା ମିଳିବ। ଛୋଟ- ଛୋଟ କଥା ଆମେ ଜୀବନରେ ଆଣିବା ଆଉ ଏଥିପାଇଁ ମୁଁ କହିଥିଲି ଯେ ଆମେ ବିଶ୍ୱରେ ପି-୩ ଆନ୍ଦୋଳନ ଚଳାଇବାର ଆବଶ୍ୟକତା ରହିଛି। ପ୍ରୋ- ପ୍ଲାନେଟ- ପିପୁଲ। ଏହି ପି-୩ ଆନ୍ଦୋଳନ ସହ ଅଧିକରୁ ଅଧିକ ଲୋକ ଯୋଡ଼ି ହୁଅନ୍ତୁ ଆଉ ସଚେତନ ହୋଇ ଏହା ପ୍ରୟାସ କରିବା ତେବେ ମୁଁ ବୁଝି ପାରୁଛି ଯେ ଆମେ ଏହି କଥାକୁ ସଫଳ କରି ପାରିବା। ଦ୍ୱିତୀୟରେ ଆଜି ଯେତେବେଳେ ଦେଶ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଛି, ସ୍ୱାଧୀନତାର 75 ବର୍ଷରେ ଆଜିର ଯେଉଁ ପିଢ଼ୀ ଅଛନ୍ତି ସେମାନେ ନିଜ ଜୀବନକୁ ସବୁଠାରୁ ସଫଳତାର ସହିତ ଅତିବାହିତ କରୁଛନ୍ତି ଆଉ ଦେଶ ଶତାବ୍ଦୀ ପାଳନ କରୁଥିବ। ଅର୍ଥାତ ଏହି 25 ବର୍ଷ ହେଉଛି ଆପଣଙ୍କ ଜୀବନର। ଆପଣଙ୍କ ପାଇଁ ହେଉଛି ଆପଣଙ୍କର ଯୋଗଦାନ ଏହି 25 ବର୍ଷରେ କ’ଣ ହେବ। ଫଳରେ ଆମ ଦେଶ ସେହି ସ୍ଥାନରେ ପହଂଚୁ, ଆମେ ଗର୍ବର ସହିତ ଦେଶର ଶତାବ୍ଦୀ ମାନ-ସମ୍ମାନ ଓ ଗୌରବର ସହିତ ବିଶ୍ୱ ସମ୍ମୁଖରେ ଏକ ଚେହେରା ଉଚ୍ଚରେ ରଖି ପାଳନ କରି ପାରିବେ, ଆମେ ନିଜ ଜୀବନକୁ ତା’ସହିତ ଯୋଡ଼ିବାର ଅଛି ଆଉ ତାହାର ଏକ ସାଧାରଣ ମାର୍ଗ ହେଉଛି କର୍ତବ୍ୟ ଉପରେ ଗୁରୁତ୍ୱ ଦେବା, ଯଦି ମୁଁ ମୋର କର୍ତବ୍ୟ ପାଳନ କରୁଛି। ଅର୍ଥାତ ମୁଁ ତାହାର ଅଧିକାରର ରକ୍ଷା କରୁଛି ପୁଣି କେବେ ତାହାର ଅଧିକାରର ଦାବୀ କରିବା ପାଇଁ ବାହାରିବାକୁ ପଡ଼ିବ ନାହିଁ। ଆଜି ସମସ୍ୟା ଏହା ହୋଇଛି ଯେ ଆମେ କର୍ତବ୍ୟ ପାଳନ କରୁ ନହେଁ। ଏଥିପାଇଁ ଅଧିକାର ଲାଗି ଲଢେଇ କରିବାକୁ ପଡ଼ୁଛି। ଏହା ହେଉଛି ଆମର କର୍ତବ୍ୟ ଯେ ଆଉ ସେହି କର୍ତବ୍ୟର ଉପାୟ ମଧ୍ୟ ହେଉଛି ଆମ କର୍ତବ୍ୟର ପାଳନ। ଯଦି ଆମେ କର୍ତବ୍ୟ ପାଳନ କରୁଛେ ଆମ ପାଇଁ ଯେଉଁ ଦାୟିତ୍ୱ ରହିଛି ତାହାକୁ ପୂରଣ କରିଥାଉ। ଏବେ ଦେଖନ୍ତୁ ଆମର ଦେଶ, ସମଗ୍ର ବିଶ୍ୱର ଲୋକ ଆମର ଏଠାରେ ଏହି କଥା ସମ୍ପର୍କରେ ଚର୍ଚ୍ଚା କରୁଛନ୍ତି, ତେବେ ଲୋକଙ୍କୁ ଡର ଲାଗୁଛି କେଜାଣି ଯଦି ମୋଦୀଙ୍କ ଖାତାରେ ପଡ଼ିଯିବ। ମୋଦୀଙ୍କ ଜୟ-ଜୟକାର ହୋଇଯିବ। ଏଥିପାଇଁ ଟିକେ ସଙ୍କୋଚ କରୁଛନ୍ତି। ଏହାର ଜୟ-ଜୟକାର କରିବାରେ କିନ୍ତୁ ଆମର ଏଠାରେ ଯେଉଁ ଟିକାକରଣ ହୋଇଛି, ସେଥିରେ ମଧ୍ୟ ଯେବେ ମୁଁ ସ୍କୁଲ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ କଲି ଆଉ ଯେଉଁ ଦ୍ରୁତ ଗତିରେ ଆମ ଦେଶରେ ପିଲାମାନେ ଧାଁ-ଧପଡ଼ କରି ଟିକା ନେଲେ ଏହା ନିଜକୁ ନିଜ ମଧ୍ୟରେ ହେଉଛି ବହୁତ ବଡ଼ ଘଟଣା ଆଜ୍ଞା। ଆପଣ ସମସ୍ତଙ୍କୁ ମଧ୍ୟ କାହାର ଟିକାକରଣ ହୋଇ ଯାଇଛି? ଯଦି ବିଶ୍ୱର କୌଣସି ଦେଶରେ ଏଭଳି ପ୍ରଶ୍ନ କେହି ପଚାରିବାକୁ ସାହାସ କରି ପାରନ୍ତି ନାହିଁ, ହିନ୍ଦୁସ୍ତାନର ପିଲାମାନେ ମଧ୍ୟ ଏହା କରି ଦେଖାଇଛନ୍ତି ଅର୍ଥାତ ଆମେ ନିଜର କର୍ତବ୍ୟ ପାଳନ କରିଛୁ ଏହି କର୍ତବ୍ୟ ପାଳନ ଭାରତର ମାନ-ସମ୍ମାନ ଓ ଗୌରବ ବଢ଼ାଇବାର କାରଣ ହୋଇ ଯାଇଛି, ସେହିଭଳି ଆମ ଦେଶକୁ ଆଗକୁ ବଢ଼ାଇବା ହେଉ, ପ୍ରକୃତିର ସୁରକ୍ଷା କରିବା ହେଉ, ପର୍ଯ୍ୟାବରଣର ରକ୍ଷା କରିବା ହେଉ, ତେଣୁ ମୋର ଦୃଢ଼ ବିଶ୍ୱାସ ଯେ ଆମେ ନିଜର କର୍ତବ୍ୟକୁ ସଚେତନତାପୂର୍ବକ ଯଦି ଲଗାଇବା, କାର୍ଯ୍ୟ କରିବା, ତେବେ ଆମେ ଇଚ୍ଛା କରୁଥିବା ପରିଣାମ ପ୍ରାପ୍ତ କରି ପାରିବା।

ଉପସ୍ଥାପକ- ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ପେ ଚର୍ଚ୍ଚା 2022ରେ ଆମ ଭଳି କୋଟି କୋଟି ପିଲାଙ୍କ ମନର ଅସ୍ଥିରତାକୁ ଉତ୍ସାହ, ଉଦ୍ଦିପନା ଏବଂ ସଫଳତାକୁ କ୍ଷଣକ ମଧ୍ୟରେ ବଦଳାଇ ଦେଲା । ଆମେ ଆମର ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସ୍ୱର୍ଣ୍ଣିମ ଉଦବୋଧନ ପାଇଁ ଅତ୍ୟନ୍ତ କୃତଜ୍ଞ। ଏହା ଏହି ଚମତ୍କାର ସକାଳକୁ ଉତ୍ସାହ ଓ ପ୍ରେରଣାରେ ପରିସମାପ୍ତି କରି ଦେଇଛ,ଯାହାକି ଆମର ସବୁଦିନ ପାଇଁ ମନେ ରହିବ। ଆମେ ଆମର  ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହୃଦୟର ସହିତ ଧନ୍ୟବାଦ ଜଣାଉଛୁ, ସେ ତାଙ୍କର ମୂଲ୍ୟବାନ ସମୟରୁ କିଛି ଆମ ସହିତ ଅତିବାହିତ କରି ତାଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ ଦ୍ୱାରା ପ୍ରେରିତ କଲେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍।

ପ୍ରଧାନମନ୍ତ୍ରୀ : ତୁମେ ସମସ୍ତେ, ତୁମର ସମସ୍ତ ଘୋଷକ ଏଠାକୁ ଚାଲିଆସ, ସମସ୍ତଙ୍କୁ ଡାକି ଆଣନ୍ତୁ। କିଛି ଏଠାକୁ ଚାଲି ଆସ, ଆଉ କିଛି ଏଠାକୁ ଚାଲି ଆସ। ଦେଖନ୍ତୁ ଆଜି ମୁଁ ସର୍ବପ୍ରଥମେ ଏହି ଲୋକମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି। ଏମାନେ ସମସ୍ତେ ଏତେ ଭଲ ଭାବେ ଏହି ସମସ୍ତ କଥାକୁ ପରିଚାଳିତ କରିଛନ୍ତି, କେଉଁଠାରେ ମଧ୍ୟ ଆତ୍ମ ବିଶ୍ୱାସର ଅଭାବ ଦୃଷ୍ଟି ଗୋଚର ହେଲା ନାହିଁ। ଆପଣମାନେ ମଧ୍ୟ ଅତି ସୂକ୍ଷ୍ମତାର ସହିତ ଅନୁଧ୍ୟାନ କରିଥିବେ, ମୁଁ ମଧ୍ୟ ବାରମ୍ବାର ନିରୀକ୍ଷଣ କରୁଥିଲି। ଏଭଳି ସାମର୍ଥ୍ୟ ଏଠାରେ ବସିଥିବା ପ୍ରତ୍ୟେକଙ୍କ ପାଖରେ ଥିବ, ଯେଉଁମାନେ ଟିଭିରେ ଦେଖୁଥିବେ ସେମାନଙ୍କ ମଧ୍ୟରେ ଥିବ ଆଉ ଯେଉଁମାନେ ଦେଖୁ ନ ଥିବେ, ସେମାନଙ୍କ ମଧ୍ୟରେ ଥିବ। ଜୀବନରେ ଯେଉଁମାନେ ପ୍ରଶ୍ନର ପରିସରରେ ନାହାନ୍ତି, ମୁଁ ପୁଣି ମଧ୍ୟ କହିବାକୁ ଚାହୁଁଛି ଆମକୁ ପ୍ରକୃତରେ ଜୀବନରେ ଆନନ୍ଦର ଅନୁଭୂତି କରିବାର ଅଛି ତେବେ ନିଜକୁ ନିଜ ମଧ୍ୟରେ ଏକ ଗୁଣାତ୍ମକ ବିକଶିତ କରିବାର ପ୍ରୟାସ କରିବାର ଅଛି। ଯଦି ଆମେ ସେହି ବିଦ୍ୟାକୁ ନିଜ ମଧ୍ୟରେ ବିକଶିତ କରିବା ତେବେ ଆପଣମାନେ ସଦା ସର୍ବଦା ଆନନ୍ଦିତ ରହିବେ ଆଉ ସେହି ଗୁଣର ପୁଜାରୀ ହୋଇ ରହିବେ। କାହା ମଧ୍ୟରେ ଆମେ ସୁଗୁଣ ଦେଖୁଛେ, ଗୁଣାତ୍ମକ ସ୍ୱଭାବ ଦେଖୁଛେ ଆଉ ଆମେ ତାହାର ପୁଜାରୀ ହୋଇ ଯାଉଛେ। ତାହା ଦ୍ୱାରା ତାହାକୁ ଶକ୍ତି ମିଳି ଥାଏ, ଆମକୁ ଶକ୍ତି ମିଳିଥାଏ ଆମର ସ୍ୱଭାବ ହୋଇଯାଇଥାଏ ଯେ, ଯେଉଁଠାରେ ଭଲ କଥା ଦେଖିବା ତାକୁ ଅନୁଧ୍ୟାନ କରିବା, ତାହା କିପରି ଭଲ ତାକୁ ନିରୀକ୍ଷଣ କରିବା, ତାକୁ ସ୍ୱୀକାର କରିବାର ପ୍ରୟାସ କରିବା, ନିଜକୁ ତାହା ମଧ୍ୟରେ ବିକଶିତ କରିବାର ପ୍ରୟାସ କରିବା, ନବସୃଜନ କରିବାର ପ୍ରୟାସ କରିବା, ଯୋଡିବାର ପ୍ରୟାସ କରିବା। ଯଦି ଆମେ ଇର୍ଷାଭାବ ଜାଗ୍ରତ କରିବାକୁ ଦେବା, ଦେଖ ବନ୍ଧୁ ଏହା ତ ମୋ ଠାରୁ ଆଗକୁ ଚାଲିଗଲା। ଦେଖ ତା ପୋଷାକ ମୋଠାରୁ ମଧ୍ୟ ହେଉଛି ବହୁତ ଭଲ, ଦେଖ ବନ୍ଧୁ ତାଙ୍କ ପରିବାରରେ ଏତେ ଭଲ ବାତାବରଣ ଅଛି, ତା’ର ତ କୌଣସି ଅସୁବିଧା ନାହିଁ। ଯଦି ଏହି ପ୍ରତିଦ୍ୱନ୍ଦିତା ମନରେ ପଡି ରହିଥାଏ, ତେବେ ଆମେ ଧୀରେ -ଧୀରେ -ଧୀରେ ନିଜକୁ ନିଜେ ବହୁତ ଛୋଟ କରି ଚାଲିବା, ଆମେ କେବେ ବଡ଼ ହୋଇ ପାରିବା ନାହିଁ। ଆମେ ଅନ୍ୟର ସାମର୍ଥ୍ୟକୁ, ଅନ୍ୟର ବିଶେଷତ୍ୱକୁ ଅନ୍ୟର ଶକ୍ତିକୁ ଜାଣିବାର ବୁଝିବାର ସାମର୍ଥ୍ୟକୁ ବିକଶିତ କରିବା, ତେବେ ତାଙ୍କର ସେହି ବିଶେଷତ୍ୱକୁ ନିଜ ମଧ୍ୟକୁ ଆଣିବାର ସାମର୍ଥ୍ୟ ନିଜ ମଧ୍ୟରେ ବିକଶିତ ହେବା ଆରମ୍ଭ ହୋଇଯିବ। ଆଉ ଏଥିପାଇଁ  ନିଜ ଜୀବନରେ ସଫଳ ହେବା ପାଇଁ ଆପଣ ସମସ୍ତଙ୍କୁ ଅନୁରୋଧ ଅନୁରୋଧ କରିବି ଯେ ଜୀବନରେ ଯେଉଁଠାରେ ମଧ୍ୟ ସୁଯୋଗ ମିଳିବ, ଯାହା ସ୍ୱତନ୍ତ୍ର, ଯାହା ଭଲ, ଯେଉଁମାନେ ସାମର୍ଥ୍ୟବାନ ସେମାନଙ୍କ ପ୍ରତି ଆପଣ ମଥାନତ କରିବା ଆବଶ୍ୟକ। ସେମାନଙ୍କୁ ଜାଣିବାର, ବୁଝିବା. ସ୍ୱୀକାର କରିବାର ବହୁତ ଉଚ୍ଚ ମନ ରହିବା ଆବଶ୍ୟକ। କେବେ ମଧ୍ୟ ଇର୍ଷା ଭାବ ନ ରଖିବା ଆବଶ୍ୟକ, କେବେ ମଧ୍ୟ ଆମ ମନରେ ପ୍ରତିଶୋଧର ଭାବନା ସୃଷ୍ଟି ହେବ ନାହିଁ। ଆମେ ମଧ୍ୟ ବଡ଼ ଆନନ୍ଦ ଏବଂ ସୁଖର ଜୀବନ ଜୀଇଁ ପାରିବା। ଏହି ଗୋଟିଏ ଅନୁରୋଧ ସହିତ ମୁଁ ପୁଣି ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି, ସମସ୍ତ ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଉଛି, ଆଉ ମୁଁ ଏବେ ଶିକ୍ଷା ବିଭାଗକୁ ମଧ୍ୟ ଅଭିନନ୍ଦନ ଜଣାଉଛି, କେତେ ଭଲ ସୁନ୍ଦର କାର୍ଯ୍ୟକ୍ରମ ଆପଣ ସମସ୍ତେ ଯୋଜନା କରିଥିଲେ, ଆଉ ଏବେ ସମସ୍ତ ଯୁବକମାନଙ୍କ ସହିତ ମୋତେ ସାକ୍ଷାତ କରିବାର ସୁଯୋଗ ମିଳିଲା। କିଛି ଲୋକଙ୍କୁ ଲାଗୁଥିବ ଯେ ମୋଦୀ ପରୀକ୍ଷା ପେ ଚର୍ଚ୍ଚା କାହିଁକି କରୁଛନ୍ତି, ପରୀକ୍ଷା ତ ଠିକ ଅଛି, ଶିକ୍ଷକମାନେ ସବୁ କିଛି ଭଲ ଭାବେ ବୁଝାଇ ଦେଇଥିବେ। ତୁମମାନଙ୍କୁ ଲାଭ ମିଳୁଛି ନା ମିଳୁ ନହିଁ, ମେତେ ଜଣା ନାହିଁ, ମୋର କିନ୍ତୁ ଲାଭ ହେଉଛି। ଆଉ ମୋର ଏହି ଲାଭ ହେଉଛି ଯେ ମୁଁ ଯେତେବେଳେ ତୁମ ମାନଙ୍କ ଗହଣକୁ ଆସୁଛି ସେତେବେଳେ ମୁଁ ୫୦ ବର୍ଷ ଛୋଟ ହୋଇ ଯାଉଛି। ଆଉ ମୁଁ ନିଜକୁ ନିଜେ ତୁମ ବୟସଠାରୁ କିଛି ଶିଖି ନିଜକୁ ବଢାଇବାକୁ ପ୍ରୟାସ କରୁଛି, ଅର୍ଥାତ ମୁଁ ମୋ ନିଜର ପିଢୀ ନ ବଦଳାଇ ତୁମ ସହିତ ଯୋଡି ହୋଇ ସଦା ସର୍ବଦା ତୁମ ମନକୁ ବୁଝିବାକୁ ଚେଷ୍ଟା କରୁଛି, ତୁମର ଆଶା, ଆକାଂକ୍ଷାକୁ ବୁଝିବାକୁ ଚେଷ୍ଟା କରୁଛି, ମୋ ଜୀବନକୁ ସେଥିରେ ପରିବର୍ତ୍ତିତ କରିବାକୁ ପ୍ରୟାସ କରୁଛି ଆଉ ଏଥିପାଇଁ ଏହି କାର୍ଯ୍ୟକ୍ରମ ମେତେ ନିଜକୁ ନିଜେ ପ୍ରସ୍ତୁତ କରିବାର କାର୍ଯ୍ୟରେ ଆସୁଛି, ମୋର ସାମର୍ଥ୍ୟକୁ ବୃଦ୍ଧି କରିବାର କାର୍ଯ୍ୟରେ ଆସୁଛି ଆଉ ଏଥିପାଇଁ ମୁଁ ତୁମ ଗହଣକୁ ଆସିଛି। ମୋତେ ଆଜି ନିଜକୁ ଗଢିବା ପାଇଁ, ନିଜକୁ କିଛି ଶିଖିବା ପାଇଁ, ନିଜେ କିଛି ଶିଖିବା ପାଇଁ । ଆପଣମାନେ ସମସ୍ତେ ସମୟ ଦେଲେ ଏଥି ପାଇଁ  ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ।

ବହୁତ ବହୁତ ଧନ୍ୟବାଦ।

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi shares 'breathtaking' images of Gujarat taken by EOS-06 satellite

Media Coverage

PM Modi shares 'breathtaking' images of Gujarat taken by EOS-06 satellite
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 3, 2022
December 03, 2022
ସେୟାର
 
Comments

India’s G20 Presidency: A Moment of Pride For All Indians

India Witnessing Transformative Change With The Modi Govt’s Thrust Towards Good Governance