1. ପଳାତକ ଅର୍ଥନୈତିକ ଅପରାଧର ପ୍ରଭାବୀ ଏବଂ ବିସ୍ତୃତ ମୁକାବିଲା ଲାଗି ଜି-20 ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଦୃଢ଼ ଏବଂ ସକ୍ରିୟ ସହଯୋଗ ।

2. ଅପରାଧୀକ କାର୍ଯ୍ୟାନୁଷ୍ଠାନକୁ ପ୍ରଭାବୀ ଢଙରେ ଲାଗୁ କରିବା ନିମନ୍ତେ ନ୍ୟାୟିକ ପ୍ରକ୍ରିୟାରେ ସହଯୋଗ; ଅପରାଧୀଙ୍କ ତ୍ୱରିତ ପ୍ରତ୍ୟର୍ପଣ ଏବଂ ଅପରାଧୀକ କାର୍ଯ୍ୟାନୁଷ୍ଠାନର ପ୍ରଭାବୀ ପ୍ରବେଶୀକରଣକୁ ବ୍ୟବସ୍ଥିତ ଏବଂ ସମ୍ପ୍ରସାରିତ କରାଯିବା ଉଚିତ ।

3. ସମସ୍ତ ପଳାତକ ଅର୍ଥନୈତିକ ଅପରାଧୀଙ୍କ ପ୍ରବେଶକୁ ନିଷିଦ୍ଧ କରିବା ଏବଂ ସେମାନଙ୍କ ଅଭୟ ଶରଣକୁ ରୋକିବା ଲାଗି ଏକ ବ୍ୟବସ୍ଥା ବିକଶିତ କରିବା ଦିଗରେ ଜି-20 ରାଷ୍ଟ୍ରଗୁଡ଼ିକର ମିଳିତ ଉଦ୍ୟମଜରୁରୀ ।

4. ମିଳିତ ଜାତିସଂଘ ଦୁର୍ନୀତି ନିରୋଧୀ ସମ୍ମେଳନ (ୟୁଏନସିଏସି), ମିଳିତ ଜାତିସଂଘ ଅନ୍ତର୍ଜାତୀୟ ସଂଗଠିତ ଅପରାଧ ବିରୋଧୀ ସମ୍ମେଳନ (ୟୁଏନଓଟିସି)ର ନୀତି ବିଶେଷ କରି “ଅନ୍ତର୍ଜାତୀୟ ସହଯୋଗ” ସଂକ୍ରାନ୍ତରେ ପ୍ରଭାବୀ ଢଙ୍ଗରେ ଲାଗୁ ହେବା ଆବଶ୍ୟକ ।

5.  ପ୍ରାଥମିକତା ଦାୟିତ୍ୱ ଅର୍ପଣ କରିବା ଲାଗି ଏଫଏଟିଏଫ ଆହ୍ୱାନ କରାଯିବା ଉଚିତ ଏବଂ ଅନ୍ତର୍ଜାତୀୟ ସହଯୋଗ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ଯାହା କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ଏବଂ ଏଫଆଇୟୁର ସମୟବଦ୍ଧ ଏବଂ ବିସ୍ତୃତ ସୂଚନା ବିନିମୟ ଦିଗରେ ନେଇଥିବ ।

6. ପଳାତକ ଅର୍ଥନୈତିକ ଅପରାଧୀମାନଙ୍କ ମାନକ ମାନ୍ୟତା ସୃଷ୍ଟି କରିବା ଲାଗି ଏଫଏଟିଏଫକୁ ଦାୟିତ୍ୱ ଦିଆଯିବା ଉଚିତ ।

7. ଜି-20 ରାଷ୍ଟ୍ରଗୁଡ଼ିକୁ ସେମାନଙ୍କ ଦେଶୀୟ ଆଇନ ଅନୁରୂପ ପଳାତକ ଅର୍ଥନୈତିକ ଅପରାଧୀଙ୍କ ଚିହ୍ନଟ, ପ୍ରତ୍ୟର୍ପଣ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସଂକ୍ରାନ୍ତରେ ପରାମର୍ଶ ଦେବା ଲାଗି ଏଫଏଟିଏଫ ସାଧାରଣ ଭାବେ ସହମତ ଏବଂ ମାନକ ପ୍ରକ୍ରିୟାର ଏକ ଧାରା ବିକଶିତ କରିବା ଉଚିତ ।

8. ସଫଳ ପ୍ରତ୍ୟର୍ପଣ ମାମଲା, ପ୍ରତ୍ୟର୍ପଣର ପ୍ରଚଳିତ ବ୍ୟବସ୍ଥାରେ ରହିଥିବା ଶୂନ୍ୟସ୍ଥାନ ଦୂର କରିବା ଏବଂ ଆଇନଗତ ସହାୟତା ଆଦି  ସମେତ ସଫଳ ମାମଲାଗୁଡ଼ିକର ଅଭିଜ୍ଞତା ଓ ସଫଳ ପ୍ରଚଳନ ବାଂଟିବା ଲାଗି ଏକ ସାଧାରଣ ମଂଚ ପ୍ରତିଷ୍ଠା କରାଯିବା ଆବଶ୍ୟକ ।

9. ଅର୍ଥନୈତିକ ଅପରାଧୀମାନଙ୍କୁ ସେମାନଙ୍କ ନିବାସ ରାଷ୍ଟ୍ରର ଟିକସ ଋଣ ପରିଶୋଧ କରିବା ଲାଗି ସେମାନଙ୍କ ସମ୍ପତ୍ତିଗୁଡ଼ିକୁ ଠାବ କରିବା ଦିଗରେ ଜି-20 ମଂଚ ନିଶ୍ଚିତ ଭାବେ କାର୍ଯ୍ୟ କରିବା ଉଚିତ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's high-flying ambitions: How policy overhaul doubled nation's MRO footprint from 96 to 166

Media Coverage

India's high-flying ambitions: How policy overhaul doubled nation's MRO footprint from 96 to 166
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 16, 2026
May 16, 2026

Petroleum Reserves Secured, Dollars Pouring In, AI Supercluster Rising — Welcome to PM Modi’s New India