ଭାରତ ଓ ନେଦରଲାଣ୍ଡସ ମଧ୍ୟରେ ଥିବା ଭରସାଯୋଗ୍ୟ ଓ ବହୁମୂଲ୍ୟ ସଂପର୍କ କଥା ଦୋହରାଇଲେ ଉଭୟ ନେତା
ଦ୍ବିପାକ୍ଷିକ ସହଯୋଗିତାକୁ ଆହୁରୁ ସୁଦୃଢ କରିବା ଉପରେ ଉଭୟ ନେତାଙ୍କ ଆଲୋଚନା

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି ନେଦରଲାଣ୍ଡସର ପ୍ରଧାନମନ୍ତ୍ରୀ ଡିକ୍ ସ୍କୁଫ । ଉଭୟ ନେତା ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ଥିବା ଭରସାଯୋଗ୍ୟ ଓ ବହୁମୂଲ୍ୟ ସଂପର୍କକୁ ଦୋହରାଇଥିଲେ ଯାହାକି ଗଣତନ୍ତ୍ର ଓ ଆଇନର ଶାସନ ପରି ସମାନ ମୂଲ୍ୟବୋଧ ଓ ବିଶ୍ବାସ ଉପରେ ପର୍ଯ୍ୟବସିତ। 

ଦୁଇଦେଶ ମଧ୍ୟରେ ବର୍ତ୍ତମାନ ଥିବା ସହଯୋଗିତାକୁ ଜଳ, କୃଷି ଓ ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ଆହୁରି ସୁଦୃଢ କରିବାକୁ ଉଭୟ ନେତା ଆଲୋଚନା କରିଥିଲେ । ଏହାସହିତ ଦ୍ବିପାକ୍ଷିକ ସଂପର୍କକୁ ଆହୁରି ସୁଦୃଢ କରିବାକୁ ଓ ବିବିଧ କ୍ଷେତ୍ର ଯେପରିକି ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା, ଉଦ୍ଭାବନ, ଗ୍ରୀନ ହାଇଡ୍ରୋଜେନ ଓ ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ଥିବା ସଂପର୍କକୁ ରଣନୈତିକ ସହଯୋଗିତାରେ ପରିଣତ କରିବାକୁ ଉଭୟ ରାଜି ହୋଇଥିଲେ । ଆହୁରି ମଧ୍ୟ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସଂପର୍କ ଓ ଆଦାନ ପ୍ରଦାନ ଉପରେ ଉଭୟ ନେତା ଗୁରୁତ୍ବ ଦେଇଥିଲେ।

ଉଭୟ ନେତା ଆଞ୍ଚଳିକ ଓ ବୈଶ୍ବିକ ଘଟଣାକ୍ରମ ଉପରେ ଆଲୋଚନା କରିବା ସହ ଶାନ୍ତି, ସୁରକ୍ଷା, ସହଯୋଗିତା ଓ ସ୍ଥିରତା ବୃଦ୍ଧି ନିମନ୍ତେ କାର୍ଯ୍ୟ କରିବାକୁ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ । ପରସ୍ପର ସହ ଯୋଗାଯୋଗ ବଜାୟ ରଖିବାକୁ ଉଭୟ ନେତା ସହମତ ହୋଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 27, 2026
June 27, 2026

Appreciation for PM Modi's Development-Focused and People-Centric Governance