ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନ୍ୟାସନାଲ ଇଣ୍ଟର କଲେଜ କ୍ରସୱାର୍ଡ ଏକ୍ସପେଡିସନ ୨୦୨୩ (ନାଇସ- ୨୩) ଯୁବପୀଢି ବିଶେଷ କରି କ୍ରସୱାର୍ଡ ଆଗ୍ରହୀଙ୍କୁ ଆକର୍ଷିତ କରିବ ।
ଶିକ୍ଷା ମନ୍ତ୍ରୀଙ୍କ ଏକ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏହା ଏମିତି କିଛି ଯାହା ଯୁବପୀଢି, ବିଶେଷ କରି କ୍ରସୱାର୍ଡ ଆଗ୍ରହୀଙ୍କୁ ଆକର୍ଷିତ କରିବ ।”
This is something that would interest youngsters, particularly crossword enthusiasts. https://t.co/MuST3NIOLS
— Narendra Modi (@narendramodi) March 31, 2023


