ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦ୍ୱାଦଶ ସ୍ୱାଧୀନତା ଦିବସ ଅଭିଭାଷଣ ଅବସରରେ, ଭାରତ ଅଭ୍ୟୁତ୍ଥାନର ନୂତନ ଅଧ୍ୟାୟ ଘୋଷଣା ପାଇଁ ଲାଲକିଲ୍ଲାର ପ୍ରାଚୀରକୁ ଏକ ଲଞ୍ଚପ୍ୟାଡରେ ପରିଣତ କରିଥିଲେ। ୭୯ତମ ସ୍ୱାଧୀନତା ଦିବସରେ, ସେ ଏମିତି ଘୋଷଣା ସବୁ କରିଛନ୍ତି ଯେଉଁଗୁଡ଼ିକ ଦେଶକୁ ପାହାଚ ପରେ ପାହାଚ ଚଢ଼ି ଶିଖର ଛୁଇଁବା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଭବିଷ୍ୟତର ଆହ୍ୱାନଗୁଡ଼ିକୁ ସମ୍ମୁଖୀନ ହୋଇ ଡିଆଁ ମାରିବାକୁ ସଙ୍କେତ ଦେଇଛି।

ଦେଶବାସୀଙ୍କୁ ଏହି ଅଭିଭାଷଣରେ ଭାରତର ପ୍ରଥମ ସେମିକଣ୍ଡକ୍ଟର ଚିପ୍ ତିଆରି କରିବାଠାରୁ ଆରମ୍ଭ କରି ଜେଟ୍ ଇଞ୍ଜିନ୍ ନିର୍ମାଣ କରିବା ପର୍ଯ୍ୟନ୍ତ, ପରମାଣୁ କାର୍ଯ୍ୟକ୍ରମର ୧୦ ଗୁଣା ବିସ୍ତାର ଠାରୁ ଆରମ୍ଭ କରି ଯୁବକମାନଙ୍କୁ ନିଯୁକ୍ତି ଦେବା ଲାଗି ୧ ଲକ୍ଷ କୋଟି ଟଙ୍କାର ଯୋଜନା ପର୍ଯ୍ୟନ୍ତ, ତାଙ୍କର ବାର୍ତ୍ତା ସ୍ପଷ୍ଟ ରହିଛି। ୨୦୪୭ ସୁଦ୍ଧା ଏକ ବିକଶିତ ଦେଶରେ ପରିଣତ ହେବା ସହ ଭାରତ ନିଜର ଭାଗ୍ୟ ନିଜେ ନିର୍ଦ୍ଧାରଣ କରିବ, ନିଜସ୍ୱ ସର୍ତ୍ତାବଳୀ ସ୍ଥିର କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରମୁଖ ଘୋଷଣା:

ସେମି କଣ୍ଡକ୍ଟର: ହଜିଯାଇଥିବା ଦଶନ୍ଧିରୁ ମିଶନ ମୋଡ୍

୫୦-୬୦ ବର୍ଷ ପୂର୍ବେ ସେମି କଣ୍ଡକ୍ଟର କାରଖାନା ସ୍ଥାପନ ପାଇଁ ପ୍ରୟାସର କଳ୍ପନାକୁ କିପରି ‘ଜନ୍ମରୁ ହିଁ ହତ୍ୟା’ କରାଯାଇଥିଲା" ତାହାକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ। ଏହାସହ ଶ୍ରୀ ମୋଦୀ ଘୋଷଣା କରିଛନ୍ତି ଯେ ଭାରତ ଏବେ ମିଶନ ମୋଡ୍ ରେ ଏହି କାର୍ଯ୍ୟରେ ନିୟୋଜିତ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା, ଦେଶ ଏହାର ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ ତିଆରି ଆରମ୍ଭ କରିବ।

 

୨୦୪୭ ସୁଦ୍ଧା ପରମାଣୁ ଶକ୍ତି କ୍ଷମତା ଦଶଗୁଣ ବୃଦ୍ଧି ପାଇବ

ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଦେଶର ପରମାଣୁ ଶକ୍ତି ଉତ୍ପାଦନ କ୍ଷମତା ଦଶଗୁଣରୁ ଅଧିକ ବୃଦ୍ଧି କରିବା ପାଇଁ ଆରମ୍ଭ ହୋଇଥିବା ମିଶନର ଅଂଶ ସ୍ୱରୂପ ୧୦ଟି ନୂତନ ପରମାଣୁ ରିଆକ୍ଟର ନିର୍ମାଣ ପାଇଁ କାର୍ଯ୍ୟ ଚାଲିଛି।

 

ଜିଏସ୍‍ଟି ସଂସ୍କାର - ଏକ ଦୀପାବଳି ଉପହାର

ଦେଶରେ ଜିଏସ୍‍ଟି ବ୍ୟବସ୍ଥାର ସଂସ୍କାର ହେବ। ଏହାକୁ ପରବର୍ତ୍ତୀ ପିଢ଼ିର ସଂସ୍କାର ବୋଲି କହିଛନ୍ତି ଶ୍ରୀ ମୋଦୀ। ଦୀପାବଳି ଅବସରରେ ଏହି ନୂଆ ନୀତି ଉନ୍ମୋଚିତ ହେବ, ଯାହା ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଟିକସ ହ୍ରାସ କରିବ ଏବଂ ଏମ୍‍ଏସ୍‍ଏମ୍‍ଇ, ସ୍ଥାନୀୟ ବିକ୍ରେତା ଏବଂ ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।

 

ଭାରତ ପାଇଁ ସଂସ୍କାର ଟାସ୍କଫୋର୍ସ

ପ୍ରଧାନମନ୍ତ୍ରୀ ମୋଦୀ ପରବର୍ତ୍ତୀ ପିଢ଼ିର ସଂସ୍କାରକୁ ଚଳାଇବା ପାଇଁ ଏକ ଉତ୍ସର୍ଗୀକୃତ ସଂସ୍କାର ଟାସ୍କଫୋର୍ସ ଗଠନ ଘୋଷଣା କରିଛନ୍ତି। ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ଲାଲ ଫିତା ପ୍ରତିବନ୍ଧକକୁ ହଟାଇବା ଏବଂ ଶାସନକୁ ଆଧୁନିକୀକରଣ କରିବା ହେଉଛି ଏହାର ଲକ୍ଷ୍ୟ।

 

ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପାଇଁ ୧ ଲକ୍ଷ କୋଟି

ପ୍ରଧାନମନ୍ତ୍ରୀ ମୋଦୀ ୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ଏକ ପ୍ରମୁଖ ନିଯୁକ୍ତି ଯୋଜନା ଆରମ୍ଭ କରିଛନ୍ତି, ଯାହା ଅଧୀନରେ ନୂତନ ନିଯୁକ୍ତିପ୍ରାପ୍ତ ଯୁବକ ଯୁବତୀମାନେ ୧୫ ହଜାର ଟଙ୍କା ପାଇବେ। ଏହି ଯୋଜନାର ଲକ୍ଷ୍ୟ ୩କୋଟି ଯୁବ ଭାରତୀୟଙ୍କୁ ଲାଭ ପହଞ୍ଚାଇବ, ସ୍ୱତନ୍ତ୍ର ଭାରତରୁ ସମୃଦ୍ଧ ଭାରତ ପର୍ଯ୍ୟନ୍ତ ସେତୁକୁ ମଜବୁତ କରିବ।

 

ଉଚ୍ଚ-ଶକ୍ତିଶାଳୀ ଜନସଂଖ୍ୟା ମିଶନ

ପ୍ରଧାନମନ୍ତ୍ରୀ ମୋଦୀ ସୀମାନ୍ତ ଅଞ୍ଚଳରେ ଅନୁପ୍ରବେଶ ଏବଂ ଅବୈଧ ପ୍ରବାସ ଯୋଗୁଁ ଜନସଂଖ୍ୟାଗତ ଅସନ୍ତୁଳନର ବିପଦ ଉପରେ ଆଲୋକପାତ କରିଛନ୍ତି। ଏହାକୁ ଜାତୀୟ ସୁରକ୍ଷା ପାଇଁ ଏକ ଆହ୍ୱାନ ବୋଲି ବିବେଚନା କରିବା ସହ ଏହାର ମୁକାବିଲା ପାଇଁ ସେ ଏକ ଉଚ୍ଚ-ଶକ୍ତିଶାଳୀ ଜନସଂଖ୍ୟା ମିଶନ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଏହି ମିଶନ ଦ୍ୱାରା ଭାରତର ନାଗରିକମାନଙ୍କର ଏକତା, ଅଖଣ୍ଡତା ଏବଂ ଅଧିକାର ସୁରକ୍ଷିତ ରହିବ।

 

ଶକ୍ତି ସ୍ୱାଧୀନତା - ସମୁଦ୍ର ମନ୍ଥନର ଆରମ୍ଭ

ପ୍ରଧାନମନ୍ତ୍ରୀ ମୋଦୀ ସୂଚାଇଥିଲେ ଯେ ଭାରତର ବଜେଟର ଏକ ବଡ଼ ଅଂଶ ଏବେ ବି ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଆମଦାନୀ କରିବାରେ ଖର୍ଚ୍ଚ ହେଉଛି। ସେ ସୌର, ହାଇଡ୍ରୋଜେନ, ଜଳ ଏବଂ ପରମାଣୁ ଶକ୍ତିର ପ୍ରମୁଖ ପ୍ରସାର ସହିତ ସମୁଦ୍ର ସମ୍ପଦକୁ ବ୍ୟବହାର କରିବା ପାଇଁ ଜାତୀୟ ଗଭୀର ଜଳ ଅନୁସନ୍ଧାନ ମିଶନ ଆରମ୍ଭ ଘୋଷଣା କରିଥିଲେ।

 

ଭାରତରେ ନିର୍ମିତ ଜେଟ୍ ଇଞ୍ଜିନ୍ - ଏକ ଜାତୀୟ ଆହ୍ୱାନ

ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ ଯେ ଯେପରି ଆମେ କୋଭିଡ୍‍ ସମୟରେ ଟିକା ଏବଂ ଡିଜିଟାଲ୍ ନେଣଦେଣ ପାଇଁ ୟୁପିଆଇ ତିଆରି କରିଥିଲୁ, ସେହିପରି ଆମେ ମଧ୍ୟ ଆମର ନିଜସ୍ୱ ଜେଟ୍ ଇଞ୍ଜିନ୍ ନିର୍ମାଣ କରିବା ଉଚିତ ଏବଂ ଆମର ବୈଜ୍ଞାନିକ ଏବଂ ଯୁବପିଢ଼ିଙ୍କୁ ଏହାକୁ ଏକ ସିଧାସଳଖ ଆହ୍ୱାନ ଭାବରେ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026