ଉଦଘାଟନୀ ଉତ୍ସବ:

୧.ଭାରତ ସରକାର ଏବଂ ଭୂଟାନର ରାଜକୀୟ ସରକାରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ରାଜିନାମା ଅନୁଯାୟୀ ନିର୍ମିତ ୧୦୨୦ ମେଗାୱାଟ କ୍ଷମତାସମ୍ପନ୍ନ ପୁନାତ୍ସଙ୍ଗଚୁ-୨ ଜଳବିଦ୍ୟୁତ ପ୍ରକଳ୍ପର ଉଦଘାଟନ।

ଘୋଷଣା:

୨.୧୨୦୦ ମେଗାୱାଟ କ୍ଷମତାସମ୍ପନ୍ନ ପୁନାତ୍ସଙ୍ଗଚୁ-୧ ଜଳବିଦ୍ୟୁତ ପ୍ରକଳ୍ପର ମୁଖ୍ୟ ଡ୍ୟାମ ଢାଞ୍ଚାର କାର୍ଯ୍ୟ ପୁଣି ଆରମ୍ଭ କରିବା ଲାଗି ବୁଝାମଣା।

୩. ଏକ ଭୂଟାନୀ ମନ୍ଦିର/ମଠ ଏବଂ ଅତିଥି ଗୃହ ନିର୍ମାଣ ପାଇଁ ବାରାଣସୀରେ ଜମି ମଞ୍ଜୁର

୪. ଗେଲେଫୁରେ ହାତିସାରରେ ଏକ ଇମିଗ୍ରେସନ୍ ଚେକ୍ ପୋଷ୍ଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି

୫.ଭୂଟାନକୁ ୪,୦୦୦ କୋଟି ଟଙ୍କାର ଲାଇନ୍ ଅଫ୍ କ୍ରେଡିଟ୍ (ଏଲଓସି)

ବୁଝାମଣା ପତ୍ର (ଏମଓୟୁ):

କ୍ରମିକ ନଂ

ବୁଝାମଣା ପତ୍ରର ନାମ

ବର୍ଣ୍ଣନା

ଭୂଟାନ ପକ୍ଷରୁ ଦସ୍ତଖତ କରିଥିବା ଅଧିକାରୀ

ଭାରତ ପକ୍ଷରୁ ଦସ୍ତଖତ କରିଥିବା ଅଧିକାରୀ

ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣାପତ୍ର

ଏହି ଏମଓୟୁ ଅକ୍ଷୟ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସଂସ୍ଥାଗତ କରିବା ପାଇଁ ଉଦ୍ଦିଷ୍ଟ ଏବଂ ଏହାର ଉଦ୍ଦେଶ୍ୟ ହେଉଛି ସୌର ଶକ୍ତି, ପବନ ଶକ୍ତି, ବାୟୋମାସ, ଶକ୍ତି ସଂରକ୍ଷଣ, ସବୁଜ ହାଇଡ୍ରୋଜେନ ଏବଂ ଏହି କ୍ଷେତ୍ରରେ କ୍ଷମତା ନିର୍ମାଣ ଭଳି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା।

ଲିୟନପୋ ଜେମ ସେରିଙ୍ଗ, ଶକ୍ତି ଏବଂ ପ୍ରାକୃତିକ ସମ୍ବଳ ମନ୍ତ୍ରୀ, ଆରଜିଓବି

ଶ୍ରୀ ପ୍ରହ୍ଲାଦ ଭେଙ୍କଟେଶ ଯୋଶୀ, ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ, ଭାରତ ସରକାର

ସ୍ୱାସ୍ଥ୍ୟ ଏବଂ ଔଷଧ କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣାପତ୍ର

ଏହି ଏମଓୟୁ ଦ୍ୱାରା ଔଷଧ, ନିଦାନ ଏବଂ ଉପକରଣ; ମାତୃ ସ୍ୱାସ୍ଥ୍ୟ; ସଂକ୍ରାମକ/ଅଣସଂକ୍ରାମକ ରୋଗର ପ୍ରତିରୋଧ ଏବଂ ଚିକିତ୍ସା; ପାରମ୍ପରିକ ଔଷଧ; ଟେଲିମେଡିସିନ୍ ସମେତ ଡିଜିଟାଲ ସ୍ୱାସ୍ଥ୍ୟ ହସ୍ତକ୍ଷେପ; ଏବଂ ବୈଷୟିକ ସହଯୋଗ, ମିଳିତ ଗବେଷଣା ଏବଂ ସ୍ୱାସ୍ଥ୍ୟ ପେସାଦାରଙ୍କ ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସ୍ୱାସ୍ଥ୍ୟ ସହଯୋଗକୁ ସଂସ୍ଥାଗତ ରୂପ ଦେବାକୁ ଲକ୍ଷ୍ୟ ରଖାଯାଇଛି।

ଶ୍ରୀ ପେମ୍ବା ୱାଙ୍ଗଚୁକ, ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆର. ଜି. ଓ. ବି

ଶ୍ରୀ ସନ୍ଦୀପ ଆର୍ଯ୍ୟ, ଭୂଟାନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ

ପେମା ସଚିବାଳୟ, ଭୂଟାନ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ମେଣ୍ଟାଲ ହେଲଥ୍‍ ଆଣ୍ଡ ନ୍ୟୁରୋ ସାଇନ୍ସେସ୍ (ନିମହାନ୍ସ) ଇଣ୍ଡିଆ ମଧ୍ୟରେ ଅନୁଷ୍ଠାନିକ ଯୋଗାଯୋଗ ସ୍ଥାପନ ଲାଗି ବୁଝାମଣା

ଏହି ଏମଓୟୁ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ପେସାଦାରଙ୍କ ଦକ୍ଷତା ବୃଦ୍ଧି ଏବଂ ସେବା ବୃଦ୍ଧି ଏବଂ ଗବେଷଣା ପାଇଁ ଦେଶରେ ମାନସିକ ସ୍ୱାସ୍ଥ୍ୟ ପାଠ୍ୟକ୍ରମ ବିକଶିତ କରିବାରେ ସହଯୋଗ ପାଇଁ ଦୁଇ ସଂସ୍ଥା ମଧ୍ୟରେ ସହଯୋଗ ସୁଦୃଢ଼ ହେବ।

ଭୂଟାନର ପେମା ସଚିବାଳୟର ମୁଖ୍ୟ ସୁଶ୍ରୀ ଡେଚେନ୍ ୱାଙ୍ଗମୋ

ଶ୍ରୀ ସନ୍ଦୀପ ଆର୍ଯ୍ୟ, ଭୂଟାନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The Middle Class Story: How governance reforms are powering India’s next growth engine

Media Coverage

The Middle Class Story: How governance reforms are powering India’s next growth engine
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 6, 2026
June 06, 2026

Viksit Bharat Rising: PM Modi's Vision Powers Energy, Defense & Digital Dominance