1.     73ତମ ସ୍ୱାଧୀନତା ଦିବସ ଏବଂ ପବିତ୍ର ରକ୍ଷା ବନ୍ଧନ ପର୍ବ ଅବସରରେ ମୋର ସମସ୍ତ ଦେଶବାସୀ,ଭାଇ ଓ ଭଉଣୀମାନଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ।

2.     ଦେଶ ସ୍ୱାଧୀନତାର ପର୍ବ ପାଳନ କରିବା ସମୟରେ ଦେଶର ଅନେକ ଭାଗରେ ବନ୍ୟା କାରଣରୁ ଲୋକମାନେ ସମସ୍ୟା ସହ ସଂଘର୍ଷ କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଅନ୍ୟାନ୍ୟ ସଂଗଠନ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଲାଗି କଠିନ ପ୍ରୟାସ କରୁଛନ୍ତି ।

3.     ନୂଆ ସରକାର ଗଠନ ହେବାର 10 ସପ୍ତାହ ମଧ୍ୟରେ ଅନୁଚ୍ଛେଦ 370 ଏବଂ 35 ଏ ଉଚ୍ଛେଦ ଜରିଆରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ୱପ୍ନ ପୂରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଯେଉଁକାମ ଗତ 70 ବର୍ଷ ମଧ୍ୟ ହୋଇନଥିଲା, ତାହା ମାତ୍ର 70 ଦିନ ମଧ୍ୟରେ ପୂରଣ ହୋଇଛି । ଅନୁଚ୍ଛେଦ 370 ଏବଂ 35 ଏ ଉଚ୍ଛେଦ ପ୍ରସ୍ତାବ ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ଦୁଇ ତୃତୀୟାଂଶ ମତରେ ଅନୁମୋଦନ ଲାଭ କରିଥିଲା ।

4.     ଯଦି ଆମେ ସତୀ ଦାହ ପ୍ରଥା ଉଚ୍ଛେଦ କରିପାରିବା, କନ୍ୟାଭ୍ରୂଣ ହତ୍ୟା ବିରୋଧରେ କଠୋର ଆଇନ ପ୍ରଣୟନ କରିପାରିବା ଏବଂ ବାଲ୍ୟ ବିବାହ ଓ ଯୌତୁକ ପ୍ରଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବା ତା’ହେଲେ କାହିଁକି ଆମେ ତିନି ତଲାକ ବିରୋଧରେ ସ୍ୱର ଉତ୍ତୋଳନ କରିବା ନାହିଁ । ସେହିପରି ଆମେ ମୁସଲିମ ମହିଳାମାନଙ୍କ ଅଧିକାର ସୁରକ୍ଷା ଲାଗି ତିନି ତଲାକ ବିରୋଧରେ ଆଇନ ଆଣିଛୁ ।

5.     ଆତଙ୍କବାଦ ମୁକାବିଲା ସହ ଜଡ଼ିତ ଆଇନ ଆଇନରେ କଠୋର ସଂଶୋଧନ ଆଣି ଏହାକୁ ଆହୁରି ପ୍ରଭାବୀ ଏବଂ ଶକ୍ତିଶାଳୀ କରାଯାଇଛି ।

6.     ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ 90 ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଛି ।

7.     କୃଷକ ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ପେନସନ ଯୋଜନା ଆରମ୍ଭ କରାଯାଇଛି, ଯାହାକୁ ପୂର୍ବରୁ କେହି କେବେ କଳ୍ପନା କରିନଥିଲେ ।

8.     ଜଳ ସଂକଟର ସମାଧାନ ଲାଗି ଏକ ନୂଆ ସମର୍ପିତ ଜଳ ଶକ୍ତି ମନ୍ତ୍ରଣାଳୟ ଗଠନ କରାଯାଇଛି ।

9.     ଆଗାମୀ ଦିନରେ, କେନ୍ଦ୍ର ଓ ରାଜ୍ୟ ସରକାର ଜଳ ଜୀବନ ମିଶନକୁ ମିଳିତ ଭାବେ ଆଗେଇ ନେବେ ଏବଂ ଏଥିପାଇଁ 3.5 ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

10.   ଆମ ଦେଶରେ ଡାକ୍ତର, ସ୍ୱାସ୍ଥ୍ୟ ସୁବିଧା ଏବଂ ବ୍ୟବସ୍ଥାର ଜରୁରି ଆବଶ୍ୟକତା ରହିଛି । ଡାକ୍ତରୀ ଶିକ୍ଷଶକୁ ପାରଦର୍ଶୀ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରଣୟନ କରାଯାଇଛି ।

11.   ଶିଶୁଙ୍କ ସୁରକ୍ଷା ଲାଗି ଦେଶ କଠୋର ଆଇନ ପ୍ରଣୟନ କରିଛି ।

12.   2014-19 ଆବଶ୍ୟକତା ପୂରଣ କରିବାର ସମୟ ହୋଇଥିବା ବେଳେ 2019 ପରବର୍ତ୍ତୀ ସମୟ ଆଶା ଆକାଂକ୍ଷା ପୂରଣ କରିବା ଲାଗି ଉଦ୍ଦିଷ୍ଟ

13.   ଜାମ୍ମୁ-କଶ୍ମୀର ଓ ଲଦାଖରେ ନାଗରିକମାନଙ୍କ ଆଶା-ଆକାଂକ୍ଷା ପୂରଣ ହେଉ, ଏହା ଆମ ସମସ୍ତଙ୍କ ଦାୟିତ୍ୱ । ସେଠାରେ ଥିବା ଦଳିତମାନଙ୍କୁ ଅନ୍ୟ ଦଳିତଙ୍କଯେଉଁ ଅଧିକାର ଭଳି ଅଧିକାର ମିଳୁ । ସେହିପରି ଗୁର୍ଜ୍ଜର ହୁଅନ୍ତୁ, ବକରୱାଲ ହୁଅନ୍ତୁ, ଗଦ୍ଦୀ ହୁଅନ୍ତୁ, ସିପ୍ପି ହୁଅନ୍ତୁ, ବାଲ୍ଟି ହୁଅନ୍ତୁ-ଏପରି ଅନେକ ଜନଜାତି, ସେମାନଙ୍କୁ ରାଜନୈତିକ ଅଧିକାର ମଧ୍ୟ ମିଳିବା ଉଚିତ । ଦେଶ ବିଭାଜନ ପରେ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇ ଜାମ୍ମୁ-କଶ୍ମୀରରେ ଆସି ରହିଲେ । ସେମାନେ ମୌଳିକ ମାନବ ଅଧିକାର ଓ ନାଗରିକଙ୍କ ଅଧିକାର ମଧ୍ୟ ବଂଚିତ ରହିଲେ ।

14.   ଜାମ୍ମୁ-କଶ୍ମୀର ଏବଂ ଲଦାଖର ସୁଖ-ସମୃଦ୍ଧି ଏବଂ ଶାନ୍ତି ଭାରତ ଲାଗି ପ୍ରେରଣା ହୋଇପାରିବେ । ଭାରତର ବିକାଶ ଯାତ୍ରାରେ ବହୁତ ବଡ଼ ଯୋଗଦାନ ଦେଇପାରିବେ । ଆଜି ପ୍ରତ୍ୟେକ ଭାରତବାସୀ କହିପାରିବଯେ “ଏକ ରାଷ୍ଟ୍ର, ଏକ ସମ୍ବିଧାନ ।”

15.   ଜିଏସଟି ମାଧ୍ୟମରେ ଆମେ ଏକ ରାଷ୍ଟ୍ର, ଏକ ଟିକସ ସ୍ୱପ୍ନକୁ ସାକାର କରିଛୁ । ଆମେ ସଫଳତା ପୂର୍ବକ ଶକ୍ତି କ୍ଷେତ୍ରରେ ଏକ ରାଷ୍ଟ୍ର, ଏକ ଗ୍ରୀଡ କରିପାରିଛୁ । ସେହିପରି ଏକ ରାଷ୍ଟ୍ର, ଏକ ପରିବହନ କାର୍ଡ-ଏହି ବ୍ୟବସ୍ଥାକୁ ମଧ୍ୟ ଆମେ ବିକଶିତ କରିଛୁ । ଆହୁରି ଆଜି ଦେଶରେ ବ୍ୟାପକ ଭାବେ ଆଲୋଚନା ହେଉଛି ଯେ, “ଏକ ଦେଶ, ଏକ ସଙ୍ଗେ ନିର୍ବାଚନ” । ଏହା ଗଣତାନ୍ତ୍ରିକ ଢଙ୍ଗରେ ହେବା ଉଚିତ ।

16.   ଜନସଂଖ୍ୟା ବିସ୍ଫୋରଣ, ବିଶେଷ କରି ଆମର ଆଗାମୀ ପିଢ଼ି ପାଇଁ ଅନେକ ନୂଆ ସଂକଟ ସୃଷ୍ଟି କରିବ । କିନ୍ତୁ ଏ କଥା ସ୍ୱୀକାର କରିବାକୁ ହେବ ଯେ ଆମ ଦେଶରେ ଏକ ସଚେତନବର୍ଗ ରହିଛି । ସମାଜର ସବୁବର୍ଗଙ୍କ ନିକଟରେ ଏହି ପ୍ରସଙ୍ଗକୁ ନେଇ  ଆମକୁ ଚିନ୍ତା କରିବାକୁ ହେବ ।

17.   ଭ୍ରଷ୍ଟାଚାର, ପରିବାରବାଦ ଆମ ଦେଶକୁ କଳ୍ପନାତୀତ ଭାବେ କ୍ଷତିଗ୍ରସ୍ତ କରିଛି । ଆମେ ନିରନ୍ତର ପ୍ରଯୁକ୍ତିର ଉପଯୋଗ କରି ଏହାର ମୁକାବିଲା ଦିଗରେ ଅନେକ ପଦକ୍ଷେପ ନେଇଛୁ ।

18.   ସହଜ ଜୀବନ ଧାରଣ ସ୍ୱାଧୀନ ଭାରତର ଏକ ଆବଶ୍ୟକତା । ଲୋକମାନଙ୍କ ଦୈନନ୍ଦିନ ଜୀବନରେ କମ ସରକାରୀ ହସ୍ତକ୍ଷେପ ଲାଗି ଏକ ବ୍ୟବସ୍ଥା ବିକଶିତ କରିବା ଦିଗରେ ଆମକୁ ପ୍ରୟାସ କରିବାକୁ ହେବ ।

19.   ଧୀର ପ୍ରଗତି ଉପରେ ଦେଶ ଆଉ ଭରସା କରିପାରିବ ନାହିଁ ବରଂ ଆମକୁ ଦ୍ରୁତ ପ୍ରଗତି ହାସଲ କରିବାକୁ ହେବ ।

20.   ଆଧୁନିକ ଭିତ୍ତିଭୂମି ପାଇଁ ଏହି ଅବଧି ମଧ୍ୟରେ 100 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବର ବ୍ୟବସ୍ଥା କରାଯାଇଛି ଏହା ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଜୀବନଧାରଣର ମାନରେ ଉନ୍ନତି ଆଣିବ ।

21.   ଭାରତ 5 ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥ ବ୍ୟବସ୍ଥା ହେବାର ସ୍ୱପ୍ନ ଦେଖୁଛି । ସ୍ୱାଧୀନତାର 70 ବର୍ଷ ପରେ ଦେଶ 2 ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ ହୋଇଥିଲା । ଗତ ପାଞ୍ଚ ବର୍ଷରେ ଆମେ 3 ଟ୍ରିଲୟନ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥାର ଲକ୍ଷ୍ୟ ହାସଲ କଲୁ ଏବଂ ଏହି ଗତିରେ ଆମେ 5 ଟ୍ରିଲିୟନ ଅର୍ଥବ୍ୟବସ୍ଥା ହୋଇପାରିବା ।

22.   ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ ହେବା ଆବଶ୍ୟକ, ପ୍ରତ୍ୟେକ ଗରିବ ନିକଟରେ ପକ୍କା ଘର ରହିବା ଆବଶ୍ୟକ, ପ୍ରତ୍ୟେକ ପରିବାରକୁ ବିଦ୍ୟୁତ ସଂଯୋଗ ଏବଂ ପ୍ରତ୍ୟେକ ଗ୍ରାମରେ ଅପ୍ଟିକାଲ ଫାଇଭର ନେଟୱାର୍କ ଓ ବ୍ରଡବ୍ୟାଣ୍ଡ ସଂଯୋଗ ରହିବା ସହିତ ଦୂରନିରନ୍ତର ଶିକ୍ଷାର ବ୍ୟବସ୍ଥା ଥିବା ଜରୁରୀ ।

23.   ଆମେ ନୀଳ ଅର୍ଥବ୍ୟବସ୍ଥା (ସାମୁଦ୍ରିକ ସମ୍ପଦ) ଉପରେ ଗୁରୁତ୍ୱାରୋପ କରିଛୁ । ଆମର କୃଷକମାନେ ରପ୍ତାନିକାରୀ ହେବା ଉଚିତ ଏବଂ ପ୍ରତ୍ୟେକ ଜିଲ୍ଲା ରପ୍ତାନି କେନ୍ଦ୍ରରେ ପରିଣତ ହେବା ଆବଶ୍ୟକ । ପ୍ରତ୍ୟେକ ଜିଲ୍ଲାରୁ ମୂଲ୍ୟ ସଂଯୁକ୍ତ ଉତ୍ପାଦ ବିଶ୍ୱ ବଜାରରେ ପହଁଚିବା ଆବଶ୍ୟକ ।

24.   ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀ ଭାବେ ଭାରତ ବିଶ୍ୱର ଆଶ୍ଚର୍ଯ୍ୟ ହୋଇପାରିବ । ପ୍ରତ୍ୟେକ ଭାରତୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଉଚିତ, କାରଣ ପର୍ଯ୍ୟଟନ କ୍ଷେତ୍ର କମ ନିବେଶରେ ଅଧିକ ରୋଜଗାର ଦେଇଥାଏ ଏବଂ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିଥାଏ ।

25.   ଏକ ସ୍ଥିର ସରକାର ଆକଳନଯୋଗ୍ୟ ନୀତି ଯୋଗାଇ ଦେଇଥାଏ ଏବଂ ସ୍ଥିର ବ୍ୟବସ୍ଥା ଅନ୍ତର୍ଜାତୀୟ ବିଶ୍ୱାସ ସୃଷ୍ଟି କରିଥାଏ । ରାଜନୈତିକ ସ୍ଥିରତା ପାଇଁ ଆଜି ସାରା ବିଶ୍ୱ ସମ୍ମାନର ସହ ଭାରତକୁ ଦେଖୁଛି ।

26.   ମୁଦ୍ରାସ୍ଫିତି ନିୟନ୍ତ୍ରଣରେ ରହିବା ସହିତ ଭାରତ ଉଚ୍ଚ ଅଭିବୃଦ୍ଧି ହାର ହାସଲ କରିବା ଆମ ପାଇଁ ଗର୍ବର ବିଷୟ

27.   ଆମ ଅର୍ଥବ୍ୟବସ୍ଥାର ମୂଳଦୁଆ ବେଶ ସୁଦୃଢ଼ ରହିଛି । ଜିଏସଟି ଓ ଆଇବିସି ଭଳି ସଂସ୍କାର ବ୍ୟବସ୍ଥା ପ୍ରତି ବିଶ୍ୱାସ ସୃଷ୍ଟି କରିଛି । ଆମର ନିବେଶକମାନେ ଅଧିକ ନିବେଶ କରିବା, ଅଧିକ ରୋଜଗାର ଏବଂ ଅଧିକ ନିଯୁକ୍ତିସୁଯୋଗ ସୃଷ୍ଟି କରିବା ଉଚିତ । ଆମେ ଆମର ସମ୍ପତି ସୃଷ୍ଟିକାରୀମାନଙ୍କୁ ସନେ୍ଦହ ଚକ୍ଷୁରେ ଦେଖିବା ଅନୁଚିତ; ସେମାନଙ୍କୁ ଅଧିକ ସମ୍ମାନ ମିଳିବା ଆବଶ୍ୟକ । ଅଧିକ ସମ୍ପତି ସୃଷ୍ଟି ହେଲେ ଅଧିକ ବଂଟନ ହେବ ଏବଂ ଏହା ଗରିବ ଲୋକମାନଙ୍କ କଲ୍ୟାଣ ଦିଗରେ ସହାୟକ ହେବ ।

28.   ଆତଙ୍କବାଦର ପ୍ରସାର କରୁଥିବା ଶକ୍ତି ବିରୋଧରେ ଭାରତ ଦୃଢ଼ ଭାବେ ଲଢ଼ୁଛି । ଆତଙ୍କବାଦର ପାଳନ, ପୋଷଣ ଏବଂ ରପ୍ତାନି କରୁଥିବା ଲୋକମାନଙ୍କ ମୁଖା ଖୋଲିବା ପାଇଁ ଭାରତ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ସହ ଏକଜୁଟ ହୋଇଛି । ଆତଙ୍କବାଦର କଳାବାଦଲ ଦୂର କରିବା ଲାଗି ଆମର ସୁରକ୍ଷାବାହିନୀ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି, ମୁଁ ସେମାନଙ୍କୁ ଅଭିବାଦନ ଜଣାଉଛି ।

29.   ଭାରତର ପଡ଼ୋଶୀ ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଆତଙ୍କବାଦ ସମସ୍ୟା ସହ ସଂଘର୍ଷ କରୁଛନ୍ତି । ଆଫଗାନିସ୍ତାନ ଆଉ 4 ଦିନ ପରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ । ସ୍ୱାଧୀନତାର 100 ବର୍ଷ ପୂରଣ କରୁଥିବା ଆଫଗାନିସ୍ତାନର ଲୋକମାନଙ୍କୁ ଲାଲକିଲାର ପ୍ରାଚୀର ଉପରୁ ମୁଁ ଶୁଭକାମନା ଜଣାଉଛି ।

30.   2014ରେ ଲାଲକିଲ୍ଲାର ପ୍ରାଚୀରରୁ ମୁଁ ସ୍ୱଚ୍ଛତା ପାଇଁ ଆହ୍ୱାନ ଦେଇଥିଲି ଏବଂ ଆଜିଠାରୁ କିଛି ସପ୍ତାହ ପରେ 2 ଅକ୍ଟୋବର, ମହାତ୍ମା ଗାନ୍ଧୀଙ୍କ ଜନ୍ମର 150 ବର୍ଷ ପୂର୍ତ୍ତି ଅବସରରେ ଭାରତ ଏକ ଖୋଲା ଶୌଚ ମୁକ୍ତ ରାଷ୍ଟ୍ରରେ ପରିଣତ ହୋଇପାରିବ ।

31.   ଦୀର୍ଘ ଦିନ ଧରି ସଶସ୍ତ୍ର ସେନାବାହିନୀରେ ସଂସ୍କାର ଆଣିବା ଲାଗି ଆମ ଦେଶରେ ବିତର୍କ ହୋଇଚାଲିଛି ଏବଂ ବିଭିନ୍ନ କମିଶନ ଓ ସେମାନଙ୍କର ରିପୋର୍ଟ ମଧ୍ୟ ଏ ସମ୍ପର୍କରେ ଆଲୋକପାତ କରିଛନ୍ତି । ସେନାବାହିନୀରେ ଆହୁରି ଅଧିକ ସମନ୍ୱୟ ଆଣିବା ଲାଗି ଭାରତ ଚିଫ ଅଫ ଡିଫେନ୍ସ ଷ୍ଟାଫ,ସିଡିଏସ ପଦବୀ ସୃଷ୍ଟି କରିବ ଯାହା ସେନାବାହିନୀକୁ ଆହୁରି ପ୍ରଭାବୀ କରିବ ।

32.   ଅକ୍ଟୋବର 2 ତାରିଖ ସୁଦ୍ଧା ଭାରତକୁ ଗୋଟିଏ ଥର ବ୍ୟବହୃତ ହୋଇପାରୁଥିବା ପ୍ଲାଷ୍ଟିକରୁ ମୁକ୍ତି ପାଇଁ ଶପଥ ନେବା ଲାଗି ମୁଁ ଆମ ଦେଶବାସୀଙ୍କୁ ଅନୁରୋଧ କରୁଛି । ଏଥିପାଇଁ ପ୍ରତ୍ୟେକ ନାଗରିକ,ପୌରପାଳିକା ଓ ଗ୍ରାମ ପଞ୍ଚାୟତ ଆଗେଇ ଆସିବା ଉଚିତ ।

33.   ଆମେ ଭାରତ ନିର୍ମିତ ଉତ୍ପାଦ ଉପରେ ଗୁରୁତ୍ୱ ଦେବା ଉଚିତ । ଉନ୍ନତ ଭବିଷ୍ୟତ ପାଇଁ ଆମେ ସ୍ଥାନୀୟ ଉତ୍ପାଦର ଉପଯୋଗ କରି ଗ୍ରାମୀଣ ଅର୍ଥବ୍ୟବସ୍ଥା ଓ ଏମଏସଏମଇ କ୍ଷେତ୍ରର ଉନ୍ନତି ବିଷୟରେ ଚିନ୍ତା କରିବା ଆବଶ୍ୟକ ।

34.   ଆମର ଡିଜିଟାଲ ପଇଠ ବ୍ୟବସ୍ଥା ଦ୍ରୁତଗତିରେ ବିକଶିତ ହୋଇଚାଳିଛି । ଆମେ ଗାଁରେ ଥିବା ଦୋକାନ, ଛୋଟ ଆଉଟଲେଟ ଏବଂ ଛୋଟ ସହରାଂଚଳ ମଲରେ ଡିଜିଟାଲ ପଇଠ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ।

35.   ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରି ଆମେ ମୃତ୍ତିକାର ସ୍ୱାସ୍ଥ୍ୟକୁ ବିଗାଡ଼ିଚାଲିଛୁ । ଗାନ୍ଧୀଜୀ ଆମକୁ ମାର୍ଗ ଦେଖାଇଯାଇଛନ୍ତି, ଆମେ କ’ଣ ରାସାୟନିକ ସାରର ଉପଯୋଗ 25, 20, 10 ପ୍ରତିଶତକୁ ହ୍ରାସ କରିପାରିବା ନାହିଁ । ମୁଁ ନିଶ୍ଚିତ ଯେ ଆମ ଚାଷୀମାନେ ମୋର ଏହି ଇଚ୍ଛା ପୂରଣ କରିବେ ।

36.   ଭାରତୀୟ ପେସାଦାରଙ୍କର ସାରା ବିଶ୍ୱରେ ପରିଚୟ ରହିଛି । ଚନ୍ଦ୍ରାୟଣରେ ଆମର ବୈଜ୍ଞାନିକମାନେ ସେମାନଙ୍କ ସାମର୍ଥ୍ୟ ପ୍ରତିପାଦିତ କରିଛନ୍ତି, ଯାହା ଚନ୍ଦ୍ରର ଅପହଁଚ ଇଲାକାରେ ପହଁଚିବାକୁ ଯାଉଛି ।

37.   ଆଗାମୀ ଦିନରେ 1.5 ଲକ୍ଷ ଆରୋଗ୍ୟ କେନ୍ଦ୍ର ଗ୍ରାମାଂଚରେ ପ୍ରତିଷ୍ଠା କରାଯିବ । ପ୍ରତ୍ୟେକ ତିନୋଟି ଲୋକସଭା କ୍ଷେତ୍ରରେ ଗୋଟିଏ ମେଡ଼ିକାଲ କଲେଜ, ଦୁଇ କୋଟି ଲୋକଙ୍କୁ ଆବାସ, 15 କୋଟି ଗ୍ରାମୀଣ ପରିବାରକୁ ଜଳ ଯୋଗାଣ ଏବଂ 1.25 ଲକ୍ଷ କିମି ଗ୍ରାମୀଣ ସଡ଼କ ନିର୍ମାଣ କରାଯିବ । ଏହାଛାଡ଼ା ପ୍ରତ୍ୟେକ ଗ୍ରାମକୁ ବ୍ରଡବ୍ୟାଣ୍ଡ ଓ ଅପ୍ଟିକାଳ ଫାଇବର ନେଟୱାର୍କ ସହ ଯୋଡ଼ିବା ଲକ୍ଷ୍ୟ ମଧ୍ୟ ହାସଲ କରାଯିବ । 50 ହଜାରରୁ ଅଧିକ ଷ୍ଟାର୍ଟଅପ୍ ପାଇଁ ଯୋଜନା କରାଯାଇଛି ।

38.   ବାବା ସାହେବ ଆମ୍ବେଦକରଙ୍କ ସ୍ୱପ୍ନ, ଭାରତୀୟ ସମ୍ବିଧାନ 70 ବର୍ଷ ପୂରଣ କରିବାକୁ ଯାଉଛି । ଗୁରୁ ନାନକ ଦେବଙ୍କ 550ତମ ଜନ୍ମ ବାର୍ଷିକୀ ପାଇଁ ଚଳିତ ବର୍ଷ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଚାଲନ୍ତୁ ବାବା ସାହେବ ଏବଂ ଗୁରୁ ନାନକ ଦେବଙ୍କ ଶିକ୍ଷାକୁ ପାଥେୟ କରି ଏକ ଉନ୍ନତ ସମାଜ ଏବଂ ଉନ୍ନତ ରାଷ୍ଟ୍ର ଗଠନ ଦିଗରେ ଆମେ ଅଗ୍ରସର ହେବା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
PM expresses happiness at enthusiasm of young friends from Uzbekistan
August 29, 2026

The Prime Minister, Shri Narendra Modi expressed happiness at the enthusiasm of young friends from Uzbekistan ahead of his visit to the country. Sharing a video showcasing their enthusiasm, the Prime Minister said that it was especially heartwarming to see them express themselves so beautifully in Hindi.

Shri Modi posted on X:

As I am about to begin my Uzbekistan visit, I am very happy to see the enthusiasm of my young friends from Uzbekistan, beautifully expressed in this video.

What makes it even more special is the fact that they did it in Hindi and they did it so well!