ଟାଇମ୍ସ ନାଓ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ,ପ୍ରତ୍ୟେକ ସରକାର ଟିକସ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି କୁଣ୍ଠାବୋଧ କରିଥାନ୍ତି । ଏହି କାରଣ ପାଇଁ ବହୁବର୍ଷ ଧରି ଏଥିରେ କୌଣସି ପରିବର୍ତ୍ତନ ହୋଇନଥିଲା । ବର୍ତ୍ତମାନ ଆମେ ଏକ ପ୍ରକ୍ରିୟା ଆଧାରିତ ଟିକସ ବ୍ୟବସ୍ଥାରୁ ନାଗରିକ କୈନ୍ଦ୍ରିକ ଟିକସ ବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛୁ ।

ପ୍ରଧାନମନ୍ତ୍ରୀ ମୋଦୀ ଜିଏସଟି ଭଳି ସୁଧାର ,ଚଳିତବର୍ଷର ବଜେଟରେ ବିକଳ୍ପ ଆୟକର ସ୍ଲାବ ଆରମ୍ଭ କରିବା ଏବଂ କର୍ପୋରେଟ ଟିକସରେ ହ୍ରାସ ଭଳି ବିଭିନ୍ନ ବିଷୟରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ ସରକାର ହାରାହାରି ଜିଏସଟି ହାରକୁ ହ୍ରାସ କରି 14.4% ରୁ 11.8% କରିଦେଇଛନ୍ତି । ଟିକସ ଚୋରି ଏବଂ ସଚ୍ଚୋଟ ଟିକସଦାତାଙ୍କ ଉପରେ ଏହାର ଦ୍ୱିଗୁଣିତ କୁପ୍ରଭାବ ସମ୍ପର୍କରେ ଚିନ୍ତା କରିବା ଲାଗି ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଭାରତୀୟଙ୍କୁ ଅନୁରୋଧ କରିଥିଲେ । ସେ ସମସ୍ତ ନାଗରିକମାନଙ୍କୁ ଉତ୍ତରଦାୟୀ ନାଗରିକ ହେବା ଏବଂ ନିଜର ଟିକସ ପଇଠ କରିବା ଲାଗି ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଟିକସ ପୈଠର ମହତ୍ୱ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଏହା କିଭଳି ମୌଳିକ ଢାଞ୍ଚାର ବିକାଶ ସହିତ ସମସ୍ତଙ୍କ ପାଇଁ ମୌଳିକ ସୁବିଧାକୁ ସୁନିଶ୍ଚିତ  କରିବାରେ ସାହାଯ୍ୟ କରୁଛି । ଲୋକମାନଙ୍କୁ ଦେଶର ବିକାଶ ପାଇଁ ଟିକସ ପୈଠ କରିବା ପାଇଁ ଆଗ୍ରହ କରି ,ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,''3 କୋଟିରୁ ଅଧିକ ଲୋକେ ବ୍ୟବସାୟ ଅବା ପର୍ଯ୍ୟଟକ ଭାବେ ବିଦେଶ ଯାଇଛନ୍ତି ।  ଅନେକ ଲୋକେ କାର କ୍ରୟ କରିଛନ୍ତି । କିନ୍ତୁ ଦୁଃଖର କଥା ଏହା ଯେ ,ଦେଶର 130 କୋଟି ଜନସଂଖ୍ୟାରୁ କେବଳ 1.5 କୋଟି ଲୋକେ ଟିକସ ପୈଠ କରିଛନ୍ତି । ସେ କହିଛନ୍ତି ଯେ , ଅବିଶ୍ୱସନୀୟ କିନ୍ତୁ ସତ୍ୟ ,କେବଳ 2200 ପେଶାଦାର 1 କୋଟି ଟଙ୍କାର ଆୟ ଘୋଷଣା କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Since 2019, a total of 1,106 left wing extremists have been 'neutralised': MHA

Media Coverage

Since 2019, a total of 1,106 left wing extremists have been 'neutralised': MHA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 14, 2025
December 14, 2025

Empowering Every Indian: PM Modi's Inclusive Path to Prosperity