ସୁସ୍ଥ ଭାରତ
September 06, 2018
ସେୟାର
 
Comments
ସୁସ୍ଥ ଭାରତ 
 
'' 50 କୋଟି ଭାରତୀୟଙ୍କ ଉପରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ସେବା ପଦକ୍ଷେପର ସକାରାତ୍ମକ ପ୍ରଭାବ ପଡ଼ିବ ।  ଆମ ପାଇଁ ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେ ଆମେ ଭାରତର ଗରିବଙ୍କୁ ଗରିବତାର ବନ୍ଧନୀରୁ ମୁକ୍ତ କରିବା ଯେଉଁ କାରଣରୁ ସେମାନେ ସ୍ୱାସ୍ଥ୍ୟ ସେବାର ଖର୍ଚ୍ଚ ଉଠାଇପାରୁନାହାନ୍ତି ।'' -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  
 
ପ୍ରତ୍ୟେକ ଭାରତୀୟଙ୍କ ଶସ୍ତାରେ ,ସୁଲଭ ଏବଂ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପାଇବାର ଅଧିକାର ଅଛି । ସ୍ୱାସ୍ଥ୍ୟ ସେବାକୁ ଏକ ସମାବେଶୀ ସମାଜ ନିର୍ମାଣର ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ବିଚାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ସୁସ୍ଥ ଭାରତ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । 
 
ମାଁ ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ 
 
'ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ' ,ଯାହା ପ୍ରତି ଗର୍ଭବତୀ ମହିଳାଙ୍କୁ ପ୍ରତି ମାସର 9 ତାରିଖରେ ବିଶ୍ୱସନୀୟ ,ବ୍ୟାପକ ଏବଂ ଉନ୍ନତ ପ୍ରସବ-ପୂର୍ବ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା । ମାଁ ଏବଂ ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ପାଇଁ 13,078 ରୁ ଅଧିକ ସ୍ୱାସ୍ଥ୍ୟ କେନ୍ଦ୍ରରେ 1.3 କୋଟିରୁ ଅଧିକ ପ୍ରସବ-ପୂର୍ବ ଚେକ-ଅପ କରାଯାଇଛି । ଏହା ବ୍ୟତୀତ 80.63 ଲକ୍ଷରୁ ଅଧିକ ଗର୍ଭବତୀ ମହିଳାଙ୍କ ଟୀକାକରଣ ମଧ୍ୟ କରାଯାଇଛି । ଏହି ଚେକ-ଅପର ସ୍କ୍ରିନିଙ୍ଗ ଅବସରରେ 6.5 ଲକ୍ଷରୁ ଅଧିକ ହାଇ-ରିକ୍ସ ଗର୍ଭଧାରଣର ମଧ୍ୟ ଚିହ୍ନଟ କରାଯାଇଛି ।
'ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା' ଅଧୀନରେ ଗର୍ଭବତୀ ଏବଂ ସ୍ତନ୍ୟପାନ କରୁଥିବା ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କାରାଯାଉଛି ଯାହାଫଳରେ ସେମାନଙ୍କୁ ସନ୍ତାନ ହେବା ପୂର୍ବରୁ ଏବଂ ପରେ ପର୍ଯ୍ୟାପ୍ତ ଆରାମ କରିବାର ସୁଯୋଗ ପାଇପାରିବେ ।  ଏହି ଯୋଜନାରେ ପ୍ରତିବର୍ଷ 50 ଲକ୍ଷରୁ ଅଧିକ ଗର୍ଭବତୀ ମହିଳାଙ୍କୁ 6,000 ଟଙ୍କାର ନଗଦ ସହାୟତାର ଲାଭାନ୍ଵିତ ହେବାର ଆଶା କରାଯାଉଛି  ।
 
ଛୋଟ ସମୟରେ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନିର୍ଦ୍ଧାରିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି । 'ମିଶନ ଇନ୍ଦ୍ରଧନୁଷ' ର ଉଦ୍ଦେଶ୍ୟ ବର୍ଷ 2020 ପର୍ଯ୍ୟନ୍ତ ସେହି ସମସ୍ତ ପିଲାମାନଙ୍କ ଟୀକାକରଣ କରିବା ଯାହାଙ୍କ ଟୀକାକରଣ ହୋଇନାହିଁ ଅବା ଯାହାଙ୍କର ଆଂଶିକ ଟୀକାକରଣ ହୋଇଛି ,ସେମାନଙ୍କୁ 7 ନିବାରଣୀୟ ରୋଗ-ଡିପଥେରିଆ ,ହୁପିଂ କାଶ,ଟିଟାନସ,ପୋଲିଓ,ହେପାଟାଇଟିସ -ବି, ଟିବି ଏବଂ ମିଳିମିଳାରୁ ପିଲାଙ୍କୁ ରକ୍ଷା କରିବା ପାଇଁ ଟିକା ଦିଆଯାଏ  ।
 
'ମିଶନ ଇନ୍ଦ୍ରଧନୁଷ' 528 ଜିଲ୍ଲା ପର୍ଯ୍ୟନ୍ତ ପହଞ୍ଚାଇବାର କାମ 4ଟି ପର୍ଯ୍ୟାୟରେ ପୁରା କରାଯାଇଛି ଯାହା ଅଧୀନରେ  81.78 ଲକ୍ଷ ଗର୍ଭବତୀ ମହିଳା ଏବଂ 3.19 କୋଟି ଶିଶୁଙ୍କ ଟୀକାକରଣ କରାଯାଇଛି ।  ପୋଲିଓ ନୀରାକରଣ ଟୀକା (ଆଇପିଭି) ଯାହା ଓରାଲ ଟିକାରୁ ଅଧିକ ପ୍ରଭାବୀ ଏବଂ ଯାହାକୁ ନଭେମ୍ବର 2015 ରେ ଆରମ୍ଭ କରାଯାଇଥିଲା । ଏହି ଟୀକାର ପାଖାପାଖି 4 କୋଟି ଡୋଜ ଶିଶୁମାନଙ୍କୁ ଦିଆଯାଇସାରିଛି । ମାର୍ଚ୍ଚ 2016 ରେ ରୋଟାଭାଇରସ ଟୀକା ଆରମ୍ଭ କରାଯାଇଥିଲା ଏବଂ ଯାହାର ପାଖାପାଖି 1.5 କୋଟି ଡୋଜ ଶିଶୁଙ୍କୁ ଦିଆଯାଇସାରିଛି । ଫେବୃୟାରୀ 2017 ରେ ଆରମ୍ଭ କରାଯାଇଥିବା ମିଜିଲସ ରୁବେଲା (ଏମଆର) ଟିକାକରଣ ଅଭିଯାନ ଅଧୀନରେ ପାଖାପାଖି 8 କୋଟି ଶିଶୁଙ୍କ ଟୀକାକରଣ କରାଯାଇଛି । ମେ' 2017 ରେ ନ୍ୟୂମୋକୋକଲ କଞ୍ଜୁଗେଟ ଭାକସିନ (ପିଭିସି) ଆରମ୍ଭ ହୋଇଥିଲା ,ଯାହା ଅଧୀନରେ ପାଖାପାଖି 15 ଲକ୍ଷ ଡୋଜ ଶିଶୁମାନଙ୍କୁ ଦିଆଯାଇସାରିଛି   ।
 
ନିବାରକ ସ୍ୱାସ୍ଥ୍ୟ ସେବା 
 
ଆଜି ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ଲାଇଫଷ୍ଟାଇଲ ରୋଗ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସଂଘର୍ଷ ଭାବେ ଆବିର୍ଭୁତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶଳ ନେତୃତ୍ୱର ଅନ୍ତର୍ଗତ ,ଯୋଗ ବିଶ୍ୱବ୍ୟାପି ଲୋକମାନଙ୍କ ପାଇଁ ଅନେକ ବିଭିନ୍ନ ସ୍ୱାସ୍ଥ୍ୟ ଲାଭର ଏକ ଜନ ଆନ୍ଦୋଳନ ହୋଇଯାଇଛି । ବର୍ଷ 2015ରୁ ପ୍ରତି ବର୍ଷ ଜୁନ 21 ତାରିଖରେ '' ଆନ୍ତର୍ଜାତିକ ଯୋଗ ଦିବସ' ଭାବେ ପାଳନ କରାଯାଉଛି ଏବଂ ଏହି ଦିବସ ବିଶ୍ଵବ୍ୟାପୀ ବ୍ୟାପକ ରୁଚି ଏବଂ ଭାଗିଦାରୀର ଉତ୍ସ ହେଉଛି । 
 
କୁପୋଷଣକୁ ସମାପ୍ତ କରିବାର କଠିନ ପ୍ରୟାସ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଦ୍ୱାରା ଆରମ୍ଭ କରାଯାଇଥିବା ପୋଷଣ ଅଭିଯାନ । ବିଭିନ୍ନ ସ୍ତରରେ ମଧ୍ୟକ୍ଷେପ ମାଧ୍ୟମରେ କୁପୋଷଣର ମୁକାବିଲାର ଏହା ଅଦଭୂତ ଅଭିଯାନ । ଏହା କନଭରଜେନ୍ସ ,ଟେକ୍ନୋଲୋଜି ଏବଂ ଲକ୍ଷ୍ୟ ଆଧାରିତ ପ୍ରଣାଳୀ ଦ୍ୱାରା କୁପୋଷଣକୁ କମ କରିବା ପାଇଁ ଆରମ୍ଭ କରାଯାଇଛି ।
ଶସ୍ତାରେ ଏବଂ ଉନ୍ନତ ସ୍ୱାସ୍ଥ୍ୟ ସେବା 
 
ଶସ୍ତାରେ ଏବଂ ଉନ୍ନତ ଗୁଣବତ୍ତାଯୁକ୍ତ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରି ଜୀବନରକ୍ଷା ଔଷଧ ସହିତ 1084 ଆବଶ୍ୟକ ଔଷଧକୁ ମେ' 2014 ପରେ ମୂଲ୍ୟ ନିୟନ୍ତ୍ରଣ ବ୍ୟବସ୍ଥାର ଅନ୍ତର୍ଗତ ଅଣାଯାଇଛି ,ଯାହା ଫଳରେ ଦେଶର ଉପଭୋକ୍ତାଙ୍କୁ ପାଖାପାଖି 10,000 କୋଟି ଟଙ୍କାର ଲାଭ ମିଳିଛି ।
 
ପ୍ରଧାନମନ୍ତ୍ରୀ ଭାରତୀୟ ଜନ-ଔଷଧି  କେନ୍ଦ୍ରର କଥା କୁହାଯାଏ ତୋ ଭାରତରେ ଏହାର ଅନ୍ତର୍ଗତ 3,000 ରୁ ଅଧିକ ଆଉଟଲେଟ ଚାଲୁଛି ,ଯାହାର ପରିଣାମସ୍ୱରୂପ ଉପଭୋକ୍ତାମାନଙ୍କୁ ଔଷଧ ଉପରେ ହେଉଥିବା ଖର୍ଚରେ  50% ରୁ ଅଧିକ ସଂଚୟ ହୋଇଛି  ।  AMRIT (Affordable Medicines and Reliable Implants for Treatment)  ଔଷଧି କେନ୍ଦ୍ର କର୍କଟ ଏବଂ ହୃଦରୋଗୀଙ୍କ ପାଇଁ ଔଷଧ ବ୍ୟତୀତ ହୃଦ ପ୍ରତିରୋପଣ ବର୍ତ୍ତମାନର ବଜାର ମୂଲ୍ୟରେ 60% ରୁ 90% ରିହାତି ପ୍ରଦାନ କରୁଛି ।
 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବର୍ତ୍ତମାନ ସରକାରଙ୍କ ଅନ୍ତର୍ଗତ କାଡିଆକ ଷ୍ଟେଣ୍ଟ ଏବଂ ଆଣ୍ଠୁର ପ୍ରତିରୋପଣର ମୂଲ୍ୟରେ  50-70% ହ୍ରାସ ଘଟିଛି । ଏଥିରୁ ରୋଗୀଙ୍କୁ ବଡ଼ ଆର୍ଥିକ ସହାୟତା ମିଳିଛି ।
 
ବର୍ଷ 2016 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଡାଇଲେସିସ ଯୋଜନା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଆସୁଥିବା ସମସ୍ତ ଗରିବ ରୋଗୀଙ୍କୁ ମୁକ୍ତରେ ଡାଇଲେସିସ ସେବା ପ୍ରଦାନ କରୁଛି । ଏହା ଅଧୀନରେ ପାଖାପାଖି 2.5 ଲକ୍ଷ ରୋଗୀ  ଏହି ସେବାର ଲାଭ ଉଠାଇଛନ୍ତି ଏବଂ ଏପର୍ଯ୍ୟନ୍ତ ପାଖାପାଖି 25 ଲକ୍ଷ ଡାଇଲେସିସ ସେସନ ଆୟୋଜିତ କରାଯାଇଛି । ଦେଶରେ 497 ଡାଇଲେସିସ ୟୁନିଟ/କେନ୍ଦ୍ର ରହିଛି ଯେଉଁଠି ମୋଟ 3330 ପରିଚାଳିତ ଡାଇଲେସିସ ମେସିନ ରହିଛି ।
 
ଆୟୁଷ୍ମାନ ଭାରତ 
 
ସ୍ୱାସ୍ଥ୍ୟ ଉପରେ ଅଭିବୃଦ୍ଧିଶୀଳ ବ୍ୟୟ କାରଣରୁ ଲକ୍ଷ ଲକ୍ଷ ଭାରତୀୟ ଗରିବୀ ଜାଲରେ ଫସିଯାଉଛନ୍ତି । ସ୍ୱାସ୍ଥ୍ୟ ସେବାକୁ ବଢ଼ାଇବାରେ ସରକାରୀ ଏବଂ ବେସରକାରୀ ଉଭୟ କ୍ଷେତ୍ରରେ ବଡ଼ କ୍ଷମତା ରହିଛି । ଏହା ପ୍ରତି ବର୍ଷ ପରିବାରକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରି 500 କୋଟି ହିତାଧିକାରୀ ପର୍ଯ୍ୟନ୍ତ ପହଂଚାଇବାର ବିଶ୍ୱର ସବୁଠୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନା ହେବ  । ବ୍ୟାପକ ପ୍ରାଥମିକତା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ସାରା ଭାରତରେ 1.5 ଲକ୍ଷ ଉପ-କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱାସ୍ଥ୍ୟ ଏବଂ ଉପଶମ କେନ୍ଦ୍ର (ଏଚଡବ୍ଲ୍ୟୁସି)  ଭାବରେ ପରିବର୍ତ୍ତନ କରାଯିବାକୁ ପ୍ରସ୍ତାବିତ କରାଯାଇଛି । 
ଦେଶବ୍ୟାପୀ ସ୍ୱାସ୍ଥ୍ୟର ମୌଳିକ ଢାଞ୍ଚାରେ ବଡ଼ ପରିବର୍ତ୍ତନ କରାଯାଉଛି :
20 ନୂଆ ସୁପର ସ୍ପେସିଆଲିଟି-ଏମ୍ସ ଭଳି ହସ୍ପିଟାଲର ସ୍ଥାପନ କରାଯାଉଛି 
ଗତ ଚାରି ବର୍ଷରେ ମୋଟ 92 ମେଡିକାଲ କଲେଜ ସ୍ଥାପନ କରାଯାଇଛି ,ଯାହାର ପରିଣାମସ୍ୱରୂପ ଦେଶରେ 15,354  ଏମବିବିଏସ ସିଟ ସଂଖ୍ୟା ବଢ଼ିଛି 
73 ସରକାରୀ ମେଡିକାଲ କଲେଜକୁ ଅପଗ୍ରେଡ କରାଯାଉଛି 
ଜୁଲାଇ 2014 ରୁ ସମସ୍ତ ଛଅଟି ଏମ୍ସରେ 1675  ହସ୍ପିଟାଲ ବେଡ ଯୋଡ଼ାଯାଇଛି 
ବର୍ଷ 2017-18 ରେ ଝାଡ଼ଖଣ୍ଡ ଏବଂ ଗୁଜରାଟରେ 2 ନୂଆ ଏମ୍ସର ଘୋଷଣା କରାଯାଇଛି ।
ଗତ 4 ବର୍ଷରେ ମୋଟ 12,646 ପିଜି ସିଟ (ବ୍ରଡ ଏବଂ ସୁପର ସ୍ପେସିଆଲିଟି କୋର୍ସ) ଯୋଡାଯାଇଛି  ।
 
ନୀତି ଏବଂ ଆଇନ 
 
15 ବର୍ଷର ଅନ୍ତରାଳ ପରେ ବର୍ଷ 2017 ରେ ''ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତି'' ପ୍ରସ୍ତୁତ କରାଯାଇଛି । ଏହି ସାମାଜିକ-ଆର୍ଥିକ ପରିଦୃଶ୍ୟ ପରିବର୍ତ୍ତନର କାରଣ ବର୍ତ୍ତମାନ ଏବଂ ଆବିର୍ଭୁତ ସଂଘର୍ଷକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି ।
 
ମାନସିକ ସ୍ୱାସ୍ଥ୍ୟ ,ଯାହା ଉପରେ ଆଗରୁ ଏତେ ଧ୍ୟାନ ଦିଆଯାଉନଥିଲା ,ପ୍ରଧାନମନ୍ତ୍ରୀ ମୋଦୀ ନେତୃତ୍ୱାଧୀନ ଏନଡିଏ ସରକାର କାର୍ଯ୍ୟକାଳରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଇଛି । ମେଣ୍ଟାଲ ହେଲ୍ଥକେୟାର ଆକ୍ଟ ,2017 ଭାରତରେ ମାନସିକ ସ୍ୱାସ୍ଥ୍ୟ ପାଇଁ ଏକ ଅଧିକାରୀ-କେନ୍ଦ୍ରିତ ସାମ୍ବିଧାନିକ ଢାଞ୍ଚା ଆପାଣାଇ ଏବଂ ମାନସିକ ଭାବେ ରୋଗଗ୍ରସ୍ତ ଲୋକମାନଙ୍କ ଅଧିକାରର ରକ୍ଷା ପାଇଁ ମାନସିକ ସ୍ୱାସ୍ଥ୍ୟ ସେବାର ପ୍ରାବଧାନରେ ସମାନତାକୁ ମଜବୁତ କରେ ।
 
ରୋଗ ନିରାକରଣ 
 
ଯକ୍ଷ୍ମା (ଟିବି) ରୋଗ ଏକ ସଂକ୍ରାମକ ରୋଗ । ଭାରତର ଯକ୍ଷ୍ମାର ବିଶ୍ୱ ଘଟଣାମାନଙ୍କରୁ ଏକ ଚତୁର୍ଥାଂଶ । ସନ୍ତୁଳନ ବିକାଶ ଲକ୍ଷ୍ୟ ଯକ୍ଷ୍ମାର ମହାମାରୀକୁ ବର୍ଷ 2030 ସୁଦ୍ଧା ସମାପ୍ତ କରିବାର ଲକ୍ଷ୍ୟ ନିର୍ଦ୍ଧାରିତ କରିଛି । ବିଶ୍ୱ ଲକ୍ଷ୍ୟର ପୂର୍ବରୁ ଭାରତରେ ଯକ୍ଷ୍ମାକୁ ସମାପ୍ତ କରିବାର ପ୍ରୟାସକୁ ତୀବ୍ର କରି ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ଅଧୀନରେ 4 ଲକ୍ଷ ଡିଓଟି କେନ୍ଦ୍ରର ମାଧ୍ୟମରେ ଡ୍ରଗ୍ସ ସେନସିଟିଭ ଯକ୍ଷ୍ମା ପାଇଁ ଉପଚାର ପ୍ରଦାନ କରାଯାଉଛି । ସରକାର ଯକ୍ଷ୍ମାର ଲକ୍ଷଣ ଯାଞ୍ଚ କରିବାର ପଦକ୍ଷେପ ଗ୍ରହଣ କରିଛନ୍ତି ,ଯେଉଁଠି ଆକ୍ଟିଭ କେସ ଫାଇଣ୍ଡିଙ୍ଗ ମାଧ୍ୟମରେ 5.5 କୋଟି ଲୋକମାନଙ୍କ ଜନସଂଖ୍ୟା ସାମିଲ ଅଛି । ଯକ୍ଷ୍ମା ସଂକ୍ରମିତ ଯୋଗୁ ରୋଗୀଙ୍କ ଗତିଶୀଳତା କମ ହୋଇଯାଏ ,ଯାହା ଫଳରେ ରୋଗୀଙ୍କ ପୋଷଣ ଏବଂ ଆୟ ମଧ୍ୟ ପ୍ରଭାବିତ ହୁଏ ; ଏଥିପାଇଁ ଏହାର ଉପଚାର ସମୟରେ 500 ଟଙ୍କାର ମାସିକ ପୋଷଣ ସହାୟତ ଡିବିଟି ଦ୍ୱାରା ପ୍ରଦାନ କରାଯାଉଛି ।
 
ବର୍ଷ 2018 ସୁଦ୍ଧା କୁଷ୍ଠ ରୋଗକୁ ସମାପ୍ତ କରିବାର ଲକ୍ଷ୍ୟ ,ବର୍ଷ 2020 ସୁଦ୍ଧା ମିଳିମିଳା ଏବଂ 2025 ସୁଦ୍ଧା ଯକ୍ଷ୍ମା ରୋଗ ସମାପ୍ତ କରିବାର ଲକ୍ଷ୍ୟକୁ କାର୍ଯ୍ୟନ୍ଵିତ କରାଯାଇଛି । ଡିସେମ୍ବର 2015 ର ବିଶ୍ୱ ଲକ୍ଷ୍ୟର ପୂର୍ବରୁ ଭାରତ ମେ' 2015 ରେ ମାତୃ ଏବଂ ନବ-ପ୍ରସବ ଟିଟାନସକୁ ସମାପ୍ତ କରିବାର କାଏମକରଣ ମଧ୍ୟ କରିଛି ।
ଦାନ
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
‘Modi Should Retain Power, Or Things Would Nosedive’: L&T Chairman Describes 2019 Election As Modi Vs All

Media Coverage

‘Modi Should Retain Power, Or Things Would Nosedive’: L&T Chairman Describes 2019 Election As Modi Vs All
...

Nm on the go

Always be the first to hear from the PM. Get the App Now!
...
ସେୟାର
 
Comments
କୌଣସି ଦେଶର ଭିତ୍ତିଭୂମି ଏବଂ ସଂଯୋଗୀକରଣ ଦେଶର ବିକାଶ ପାଇଁ ଧମନୀ ଭଳି ହୋଇଥାଏ । ଏହା ସ୍ପଷ୍ଟ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଦ୍ୱାରା ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଇଛି । ନୂଆ ଭାରତର ସ୍ୱପ୍ନକୁ ପୁରା କରିବା ପାଇଁ ଏନଡିଏ ସରକାର ରେଳପଥ ,ସଡ଼କପଥ ,ଜଳପଥ ,ବିମାନଚଳାଚଳ ଏବଂ ଶସ୍ତା ଆବାସକୁ ବିକଶିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି । 
ରେଳପଥ 
 
ଭାରତୀୟ ରେଳ ନେଟୱର୍କ ବିଶ୍ୱର ବଡ଼ ନେଟୱର୍କରୁ ଗୋଟିଏ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାରଙ୍କ କାର୍ଯ୍ୟକାଳ ଟ୍ରାକ ନବୀକରଣର ଗତି ,ମାନବବିହୀନ ଲେବେଲ କ୍ରସିଂ ହଟାଇବା ଏବଂ ବ୍ରୋଡ ଗେଜ ଲାଇନକୁ ଆରମ୍ଭ କରିବା ଦିଗରେ ଅଧିକ ସୁଧାର ହୋଇଛି ।
 
ଭାରତୀୟ ରେଳପଥ ବର୍ଷ 2017-18 ରେ 100 ରୁ ମଧ୍ୟ କମ ଦୁର୍ଘଟଣାର ସହିତ ନିଜର ସର୍ବଶ୍ରେଷ୍ଠ ସୁରକ୍ଷା ରେକର୍ଡ ଦାଖଲ କରିଛି । ପରିସଂଖ୍ୟାନ ଅନୁସାରେ ,ବର୍ଷ 2013-14 ରେ 118 ରେଳ ଦୁର୍ଘଟଣା ଦାଖଲ କରାଯାଇଥିଲା ,ଯାହା ବର୍ଷ 2017-18 ରେ ହ୍ରାସ ଘଟି 73 ପର୍ଯ୍ୟନ୍ତ ହୋଇଯାଇଛି । ବର୍ଷ 2009-14 ର ତୁଳନାରେ 20% ଅଧିକ ହାରାହାରି ଗତି ସହିତ ବର୍ଷ 2017-18 ରେ 5,469 ମାନବବିହୀନ ଲେବେଲ କ୍ରସିଂ ହଟାଇ ଦିଆଯାଇଛି । ବ୍ରୋଡ ଗେଜ ରାସ୍ତାରେ ସମସ୍ତ ମାନବବିହୀନ କ୍ରସିଂକୁ ଉତ୍ତମ ସୁରକ୍ଷା ପାଇଁ ବର୍ଷ 2020 ସୁଦ୍ଧା ସମାପ୍ତ କରିଦିଆଯିବା  । 
ରେଳପଥର ବିକାଶକୁ ନୂଆ ଗତି ଦେଇ ବର୍ଷ  2017-18 ଅବସରରେ ଟ୍ରାକ ନବୀକରଣ କାର୍ଯ୍ୟରେ 50% ବୃଦ୍ଧି ଦାଖଲ ହୋଇଛି ,ଯାହା ବର୍ଷ 2013-14 ର 2,926 କିଲୋମିଟରର ତୁଳନାରେ ଏବେ  4,405 କିଲୋମିଟର ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ 4 ବର୍ଷ କାଳରେ ଆରମ୍ଭ କରାଯାଇଥିବା ବ୍ରୋଡ଼ ଗେଜ  (9,528 କିଲୋମିଟର) ବର୍ଷ 2009-14 ସମୟରେ  ଆରମ୍ଭ କରାଯାଇଥିବା ବ୍ରୋଡ଼ ଗେଜ (7,600 କିଲୋମିଟର) ରୁ ବହୁ ଅଧିକ ଅଛି ।
 
ଏଭଳି ପ୍ରଥମଥର ପାଇଁ ହୋଇଛି ଯେ ଦେଶର ପୂର୍ବୋତ୍ତର ବାକି ରାଜ୍ୟ ସହିତ ସମ୍ପୂର୍ଣ୍ଣ ଭାବେ ଏକୀକୃତ ,କାରଣ ସେଠାରେ ସମ୍ପୂର୍ଣ୍ଣ ରେଳପଥ ବ୍ରୋଡ଼ ଗେଜରେ ପରିବର୍ତ୍ତନ କରାଯାଇଛି । ସ୍ୱାଧୀନତାର 70 ବର୍ଷ ପରେ ମେଘାଳୟ ,ତ୍ରିପୁରା ଏବଂ ମିଜୋରାମ ରାଜ୍ୟକୁ ଭାରତୀୟ ରେଳର ଅନ୍ତର୍ଗତ ଅଣାଯାଇଛି !
 
ନୂଆ ଭାରତର ବିକାଶ ପାଇଁ ଆମକୁ ଉଚ୍ଚ ଟେକ୍ନୋଲୋଜିର ମଧ୍ୟ ଆବଶ୍ୟକତା ରହିଛି । ବୁଲେଟ ଟ୍ରେନ ,ଯେଉଁଥିରୁ ମୁମ୍ବାଇରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଚାଲୁ କରିବାର ଯୋଜନା ରହିଛି ,ଏହା ଏହି ମାର୍ଗରେ ଲାଗୁଥିବା ବର୍ତ୍ତମାନର 8 ଘଣ୍ଟା ସମୟକୁ ପାଖାପାଖି 2 ଘଣ୍ଟା ପର୍ଯ୍ୟନ୍ତରେ କମ କରିବ ।
 
ବିମାନ ଚଳାଚଳ କ୍ଷେତ୍ର ମଧ୍ୟ ତୀବ୍ର ପ୍ରଗତି ହେଉଛି । UDAN (Ude Desh ka Aam Nagrik) ଭଳି ଶସ୍ତାରେ ବିମାନ ଯାତ୍ରାର ପ୍ରତିଶୃତି ଦେବା ପରେ, ଆହୁରି ଗୋଟିଏ ଯେଉଁଠି ସ୍ୱାଧୀନତା ପରଠାରୁ 2014 ମଧ୍ୟରେ 75 ବିମାନବନ୍ଦରକୁ ଆରମ୍ଭ କରାଯାଇଛି, ସେଠାରେ ଆମେ କେବଳ 4 ବର୍ଷରେ 25ଟି ବିମାନବନ୍ଦରକୁ ପରିଚାଳିତ କରିଛନ୍ତି । ଯେଉଁ ଆଞ୍ଚଳିକ ବିମାନବନ୍ଦରରେ ତାହାର କ୍ଷମତାରୁ କମ ଯାତ୍ରୀ ଆସୁଥିଲେ ଅବା ଯେଉଁଠି ଯାତ୍ରୀ ଆସୁ ମଧ୍ୟ ନଥିଲେ, ସେସବୁକୁ 2,500 ଟଙ୍କା ପ୍ରତି ଘଣ୍ଟାର ସବସିଡି ଯୁକ୍ତ ଭଡ଼ା ଅନେକ ଭାରତୀୟଙ୍କୁ ବିମାନଯାତ୍ରା କରିବାର ସ୍ୱପ୍ନକୁ ପୁରା କରିବାରେ ସାହାଯ୍ୟ କରିଛି । ଏହାର ପରିଣାମସ୍ୱରୂପ ପ୍ରଥମଥର ଏଭଳି ଏସି ଟ୍ରେନର ତୁଳନାରେ ଅଧିକ ଲୋକେ ବିମାନ ଯୋଗେ ଯାତ୍ରା କରୁଛନ୍ତି ।
 
ଗତ 3 ବର୍ଷରେ ଯାତ୍ରୀ ଯାତାୟତ ହାରରେ 18-20% ବୃଦ୍ଧିର ସହିତ ,ଭାରତ ବିଶ୍ୱର ତୃତୀୟ ସବୁଠୁ ବଡ଼ ବିମାନ ଚଳାଚଳ ବଜାର ହୋଇ ଆବିର୍ଭୁତ ହୋଇଛି । ବର୍ଷ 2017 ରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା 10 କୋଟି ପାର ହୋଇଛି ।
 
ପରିବହନ  
 
ଭାରତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଅଧୀନରେ ପୋତ ପରିବହନ କ୍ଷେତ୍ରରେ ମଧ୍ୟ ତୀବ୍ରତାର ସହ ନିଜ ପାଦ ଆଗକୁ ବଢ଼ାଉଛି । ବନ୍ଦର-କେନ୍ଦ୍ରିତ ବିକାଶରେ ତୀବ୍ରତା ଆଣି ,ପ୍ରମୁଖ ବନ୍ଦରଗୁଡିକର ଟର୍ଣ୍ଣ ଆରାଉଣ୍ଡ ଟାଇମ ଯାହା ବର୍ଷ  2013-14 ରେ 94 ଘଣ୍ଟା ଥିଲା ,ତାହା ଏବେ ଏକ ତୃତୀଆଂଶ ହ୍ରାସ ଘଟି ବର୍ଷ 2017-18 ରେ 64 ଘଣ୍ଟା ପର୍ଯ୍ୟନ୍ତ ହୋଇଛି ।
 
ପ୍ରମୁଖ ବନ୍ଦରଗୁଡ଼ିକରେ ମାଲଗାଡ଼ିର ଯାତାୟାତରେ ଦୃଷ୍ଟି ଦିଆଯାଏ ତ ବର୍ଷ  2010-11 ରେ ଏହା  570.32 ମେଟ୍ରିକ ଟନରୁ ହ୍ରାସ ଘଟି ବର୍ଷ 2012-13 ରେ 545.79 ମେଟ୍ରିକ ଟନ ହୋଇଯାଇଥିଲା । କିନ୍ତୁ ଏନଡିଏ ସରକାରଙ୍କ ଅନ୍ତର୍ଗତ ବର୍ଷ 2017-18 ରେ ଏହା 679.367  ମେଟ୍ରିକ ଟନ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି ,ଯାହା 100 ମେଟ୍ରିକ ଟନରୁ ମଧ୍ୟ ଅଧିକ ବୃଦ୍ଧି ଘଟିଛି  !
 
ଅନ୍ତର୍ଦେଶୀୟ ଜଳମାର୍ଗ ପରିବହନ ଖର୍ଚକୁ ଅଧିକ କମ କରୁଛି ଏବଂ କାର୍ବନ ଫୁଟ ପ୍ରିଣ୍ଟ କମ କରିବା ସହିତ ଅର୍ଥବ୍ୟବସ୍ଥାକୁ ମଧ୍ୟ ବଢ଼ାଉଛି । ଗତ 30 ବର୍ଷରେ 5ଟି ରାଷ୍ଟ୍ରୀୟ ଜଳମାର୍ଗର ତୁଳନାରେ ଗତ 4 ବର୍ଷରେ 106 ରାଷ୍ଟ୍ରୀୟ ଜଳମାର୍ଗ ଯୋଡ଼ାଯାଇଛି ।
ସଡ଼କ ବିକାଶ 
 
ମଲ୍ଟି-ମୋଡେଲ ଏକୀକରଣ ସହିତ ରାଜମାର୍ଗଗୁଡ଼ିକର ବିସ୍ତାର ଭାରତମାଳା ପରିଯୋଜନା ଅଧୀନରେ କରାଯାଉଛି । ବର୍ଷ 2013-14 ର ରାଷ୍ଟ୍ରୀୟ ରାଜମାର୍ଗର 92,851 କିଲୋମିଟର ନେଟୱର୍କକୁ ବର୍ଷ 2017-18 ବଢ଼ାଇ 1,20,543 କିଲୋମିଟର କରିଦିଆଯାଇଛି ।
 
ସୁରକ୍ଷିତ ସଡ଼କ ପାଇଁ ,ସେତୁ ଭାରତମ ପ୍ରକଳ୍ପରେ 20,800 କୋଟି ଟଙ୍କାର ମୋଟ ବଜେଟ ସହିତ ସମସ୍ତ ରାଷ୍ଟ୍ରୀୟ ରାଜମାର୍ଗକୁ ରେଳ କ୍ରସିଂରୁ ମୁକ୍ତ କରିବା ପାଇଁ ରେଳପଥ ଓଭରବ୍ରିଜ ନିର୍ମାଣ ପାଇଁ ଲାଗୁ କରାଯାଇଛି ।
 
ସଡ଼କ ନିର୍ମାଣର ଗତି ପାଖାପାଖି ଦ୍ଵିଗୁଣ ହୋଇଯାଇଛି । ଯେଉଁଠି ବର୍ଷ  2013-14 ସମୟରେ ରାଜମାର୍ଗ ନିର୍ମାଣର ଗତି ପ୍ରତିଦିନ 12 କିଲୋମିଟର ଥିଲା ,ତାହା ବର୍ଷ 2017-18 ରେ 27 କିଲୋମିଟର ପ୍ରତିଦିନ ହୋଇଯାଇଛି । 

 

 

ଅରୁଣାଚଳ ପ୍ରଦେଶର ବୃଦ୍ଧି ସଂଯୋଗୀକରଣ ପାଇଁ ଭାରତର ସବୁଠୁ ଲମ୍ବା ସୁଡ଼ଙ୍ଗ ,ଚେନାନୀ-ନାଶ୍ରୀ,ଜମ୍ମୁରେ ଭାରତର ସବୁଠୁ ଲମ୍ବା ସୁଡ଼ଙ୍ଗ କରିବା ,ଢୋଲା-ସାଦିୟା ସେତୁ ରୂପେ ଅରୁଣାଚଳ ପ୍ରଦେଶରୁ ସଂଯୋଗୀକରଣ ବଢ଼ାଇବା ପାଇଁ ଭାରତର ସବୁଠୁ ଲମ୍ବା ପୋଲ ନିର୍ମାଣ ,ଏପର୍ଯ୍ୟନ୍ତ ଅନୁପଯୁକ୍ତ କ୍ଷେତ୍ର ପର୍ଯ୍ୟନ୍ତ ବିକାଶ ପହଞ୍ଚାଇବାର ପ୍ରତିବଦ୍ଧତାର ନିଦର୍ଶନ । ଭରୁଚରେ ନର୍ମଦାରେ ଏବଂ କୋଟାରେ ଚମ୍ବଲରେ ସେତୁ ନିର୍ମାଣାରୁ ମଧ୍ୟ ସେହି କ୍ଷେତ୍ରମାନଙ୍କରେ ସଡ଼କ ସଂଯୋଗୀକରଣରେ ସୁଧାର ଆସିଛି ।
 
ସଡ଼କ ଗ୍ରାମୀଣ ବିକାଶର ଗତିକୁ ବଢ଼ାଉଛି । ଏହାର ଗୁରୁତ୍ୱକୁ ଧ୍ୟାନରେ ରଖି ପାଖାପାଖି 1.69 ଲକ୍ଷ କିଲୋମିଟର ଗ୍ରାମୀଣ ସଡ଼କଗୁଡ଼ିକର ନିର୍ମାଣ ଗତ 4 ବର୍ଷରେ କରାଯାଇଛି । ସଡକ ନିର୍ମାଣର ହାରାହାରି ଗତି ଯାହା ବର୍ଷ 2013-14 ରେ ପ୍ରତିଦିନ 69 କିଲୋମିଟର ଥିଲା ତାହା ବର୍ଷ 2017-18 ରେ ବୃଦ୍ଧି ଘଟି 134 କିଲୋମିଟର ପ୍ରତିଦିନ ହୋଇଯାଇଛି । ସମ୍ପ୍ରତି ,ବର୍ଷ 2014 ର 56% ର ତୁଳନାରେ ଗ୍ରାମୀଣ ସଡ଼କ ସଂଯୋଗୀକରଣ 82% ରୁ ଅଧିକ ,ଯେଉଁଥିରୁ ଗ୍ରାମୀଣ ଭାରତର ବିକାଶ ଗାଥାର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି ।
ରୋଜଗାର ସୃଷ୍ଟିରେ ପର୍ଯ୍ୟଟନ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ସହିତ ତୀର୍ଥଯାତ୍ରାର ଅନୁଭବକୁ ସୁଧାର କରିବା ପାଇଁ ,ଚାରିଧାମ ମହାମାର୍ଗ ବିକାଶ ପ୍ରକଳ୍ପର ଆରମ୍ଭ କରାଯାଇଛି । ଏହା ଯାତ୍ରାକୁ ଆହୁରି ଅଧିକ ସୁରକ୍ଷିତ ,ତୀବ୍ର ଏବଂ ସୁବିଧାଜନକ କରିବାର କାମ କରିବ । ଏହା ମାଧ୍ୟମରେ 12,000 କୋଟି ଟଙ୍କାର ବ୍ୟୟ ଅଟକଳରେ 900 କିଲୋମିଟରର ରାଷ୍ଟ୍ରୀୟ ରାଜମାର୍ଗର ନିର୍ମାଣର ଯୋଜନା ରହିଛି ।
 
ଭିତ୍ତିଭୂମିକୁ ପ୍ରୋତ୍ସାହନ ମିଳିବାରେ ,ମାଲ ପରିବହନ ତୀବ୍ରରେ ହେଉଛି ,ଯାହାଫଳରେ ଅର୍ଥବ୍ୟବସ୍ଥାକୁ ଶକ୍ତି ମିଳୁଛି । ଏନଡିଏ ସରକାରଙ୍କ ପ୍ରୟାସ ଫଳରେ ,ବର୍ଷ 2017-18 ରେ ସବୁଠୁ ଅଧିକ ମାଲ ପରିବହନ (1,160 ମେଟ୍ରିକ ଟନ ) ଦର୍ଜ କରାଯାଇଛି ।
 
ସହରୀ ରୂପାନ୍ତରଣ 
 
ସ୍ମାର୍ଟ ସିଟି ମାଧ୍ୟମରେ ସହରୀ ରୂପାନ୍ତରଣ ପାଇଁ ପାଖାପାଖି 100 ସହରୀ କ୍ଷେତ୍ରଗୁଡ଼ିକୁ ଚୟନ କରାଯାଇଛି ଯେଉଁଠୁ ବଂଚିବାର ଗୁଣବତ୍ତା ,ସହରୀ ନିୟୋଜନ ଏବଂ ବିକାଶ ପ୍ରକ୍ରିୟାରେ ସୁଧାର ହେବ । ଏହି ସହରମାନଙ୍କରେ ବିଭିନ୍ନ ବିକାଶ ପ୍ରକଳ୍ପଗୁଡ଼ିକରୁ ପାଖାପାଖି 10 କୋଟି ଭାରତୀୟଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପଡ଼ିବ । ଏହି ପ୍ରକଳ୍ପଗୁଡ଼ିକର ଖର୍ଚ୍ଚ 2,01,979 କୋଟି ଟଙ୍କା ରହିଛି ।
 
ଗ୍ରାମୀଣ ଏବଂ ସହରୀ ଉଭୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପାଖାପାଖି 1 କୋଟି ଶସ୍ତା ଆବାସ ନିର୍ମାଣ କରାଯାଇଛି । ମଧ୍ୟବିତ୍ତ ଏବଂ ନବ୍ୟମଧ୍ୟବିତ୍ତ ବର୍ଗମାନଙ୍କ ଲାଭପ୍ରଦ ପାଇଁ 9 ଲକ୍ଷ ଟଙ୍କା ଏବଂ 12 ଲକ୍ଷ ଟଙ୍କାର ଆବାସ ଋଣ 4% ଏବଂ 3% ର ସୁଧହାର ଅନୁଦାନ ପାଇଁ ଯୋଗ୍ୟ ଅଟନ୍ତି ।