ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ହେଉଛି ଭାରତର ନିରାପତ୍ତା ଏବଂ ସୁରକ୍ଷାରେ ନିୟୋଜିତ ଲୋକମାନଙ୍କର କଲ୍ୟାଣ । ଏହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ କରିବା ପରେ ପ୍ରଥମ ନିଷ୍ପତ୍ତି ସ୍ୱରୂପ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧୀନ ପ୍ରଧାନମନ୍ତ୍ରୀ ବୃତ୍ତି ଯୋଜନାରେ ବୃହତ ପରିବର୍ତ୍ତନକୁ ମଞ୍ଜୁର କରିଛନ୍ତି ।

ପ୍ରଧାନମନ୍ତ୍ରୀ ନିମ୍ନୋକ୍ତ ପରିବର୍ତ୍ତନକୁ ମଞ୍ଜୁରି ଦେଇଛନ୍ତି :

  1. ବୃତ୍ତିର ପରିମାଣ ଛାତ୍ରଙ୍କ ପାଇଁ ମାସିକ 2000 ଟଙ୍କାରୁ 2500 ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଛାତ୍ରୀଙ୍କ ପାଇଁ ମାସିକ 2250ରୁ 3000 ଟଙ୍କାକୁ ବୃଦ୍ଧି କରିଛନ୍ତି ।
  2. ଏହି ବୃତ୍ତିର ପରିଧିକୁ ବୃଦ୍ଧି କରାଯାଇ ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକର ପୋଲିସ କର୍ମଚାରୀଙ୍କୁ ସାମିଲ କରାଯାଇଛି । ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ପିଲାମାନେ ଏହି ବୃତ୍ତି ପାଇପାରିବେ । ବର୍ଷକୁ 500 ଜଣ ପୋଲିସ କର୍ମଚାରୀଙ୍କ ପିଲାମାନେ ନୂଆ ବୃତ୍ତି ପାଇପାରିବେ । ଏହି ଯୋଜନା ପାଇଁ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ ।

ସୂଚନାଯୋଗ୍ୟ ଯେ  ଜାତୀୟ ପ୍ରତିରକ୍ଷା ପାଣ୍ଠି 1962ରେ ପ୍ରତିଷ୍ଠା ହୋଇଥିଲା । ଜାତୀୟ ପ୍ରତିରକ୍ଷା ପ୍ରୟାସରେ ସହଯୋଗ ନିମନ୍ତେ ଅର୍ଥ ଏବଂ ସାମଗ୍ରୀ ପ୍ରଦାନ କରିବାକୁ ପ୍ରୋତ୍ସାହନ ଦେବା ନିମନ୍ତେ ପାଣ୍ଠିର ଉପଯୋଗ କରାଯାଉଥିଲା । ବର୍ତମାନ ଏହି ପାଣ୍ଠି ସେନାବାହିନୀ, ଅର୍ଦ୍ଧସାମରିକ ବାହିନୀ ଏବଂ ରେଳ ସୁରକ୍ଷା ବାହିନୀ ଓ ସେମାନଙ୍କ ଆତ୍ମୀୟଙ୍କ କଲ୍ୟାଣ ନିମନ୍ତେ ଉପଯୋଗ ହେଉଛି । ଏହି ପାଣ୍ଠି ଏକ ପରିଚାଳନା ସମିତି ଦ୍ୱାରା କାର୍ଯ୍ୟକାରୀ ହେଉଛି । ଯାହାର ଅଧ୍ୟକ୍ଷ ହେଉଛନ୍ତି ପ୍ରଧାନମନ୍ତ୍ରୀ ଏବଂ ସଦସ୍ୟ ହେଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରୀ ।

ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧୀନରେ ପ୍ରଧାନମନ୍ତ୍ରୀ ବୃତ୍ତି ଯୋଜନା କାର୍ଯ୍ୟକାରୀ ହୋଇଥାଏ । ଏହି ଯୋଜନାରେ ସହିଦ/ସେବାନିବୃତ ସେନାବାହିନୀ, ଅର୍ଦ୍ଧସାମରିକ ବାହିନୀ, ରେଳ ସୁରକ୍ଷା ବାହିନୀର ସହିଦ କର୍ମଚାରୀମାନଙ୍କ ବିଧବା ପତ୍ନୀ ଓ ପିଲାମାନଙ୍କ ବୈଷୟିକ କିମ୍ବା ସ୍ନାତୋକୋତର ଶିକ୍ଷା ନିମନ୍ତେ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଥାଏ । ଡାକ୍ତରୀ, ଦନ୍ତ ଚିକିତ୍ସା ବିଜ୍ଞାନ, ପଶୁଚିକିତ୍ସା ବିଜ୍ଞାନ, ଇଞ୍ଜିନିୟରିଂ, ଏମବିଏ, ଏମସିଏ ଭଳି ମାନ୍ୟତାପ୍ରାପ୍ତ ପାଠ୍ୟକ୍ରମ ନିମନ୍ତେ ବୃତ୍ତି ଯୋଗାଇ ଦିଆଯାଇଥାଏ ।

ପ୍ରଧାନମନ୍ତ୍ରୀ ବୃତ୍ତି ଯୋଜନାରେ ପ୍ରତିବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ସେନାବାହିନୀର 5500 ପିଲାମାନଙ୍କୁ ବୃତ୍ତି ଯୋଗାଇ ଦିଆଯାଇଥାଏ । ସେହିପରି ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଅଧୀନ ଅର୍ଦ୍ଧସାମରିକ ବାହିନୀର 2ହାଜାର ପିଲାମାନଙ୍କୁ ଏବଂ ରେଳ ମନ୍ତ୍ରଣାଳୟ ଅଧୀନ ରେଳ ସୁରକ୍ଷା ବାହିନୀର 150 ପିଲାମାନଙ୍କୁ ଏହି ବୃତ୍ତି ଯୋଗାଇ ଦିଆଯାଇଥାଏ ।

ଅନଲାଇନ ଜରିଆରେ ndf.gov.in. ଜାତୀୟ ପ୍ରତିରକ୍ଷା ପାଣ୍ଠିରେ ଯୋଗଦାନ ଗ୍ରହଣ କରାଯାଇଥାଏ ।

ପ୍ରଧାନମନ୍ତ୍ରୀ ଦେଶ ପ୍ରତି ଆମ ପୋଲିସ ବାହିନୀର ଯୋଗଦାନକୁ ବିଭିନ୍ନ ସମୟରେ ପ୍ରଶଂସା କରିଆସିଛନ୍ତି । ଖରା, ବର୍ଷା ହେଉ କି ଶୀତ ଆମର ପୋଲିସ କର୍ମଚାରୀମାନେ ନିଷ୍ଠାର ସହ କଠିନ ପରିଶ୍ରମ କରୁଛନ୍ତି । ଏପରିକ ବଡ଼ ପର୍ବପର୍ବାଣୀକୁ ସମଗ୍ର ରାଷ୍ଟ୍ର ପାଳନ କରୁଥିବା ପୋଲିସ କର୍ମଚାରୀମାନେ କର୍ତବ୍ୟରତ ଥାଆନ୍ତି ।

ପୋଲିସ କର୍ମଚାରୀ ଏବଂ ସେମାନଙ୍କ ପରିବାର କଲ୍ୟାଣ ପାଇଁ କାର୍ଯ୍ୟ କରିବା କେବଳ ଆମର ଦାୟିତ୍ୱ ନୁହେଁ ବରଂ ସେମାନଙ୍କ ପ୍ରତି ଆମର କୃତଜ୍ଞତା ବ୍ୟକ୍ତ କରିବାର ଅବସର । ଏହି ଭାବନାକୁ ଆଖିଆଗରେ ରଖି ପ୍ରଧାନମନ୍ତ୍ରୀ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି । ବୃତ୍ତି ଉପଲବ୍ଧ ହେବା ପରେ ପୋଲିସ ପରିବାରର ପିଲାମାନେ ବିଦ୍ୟାର୍ଜନ ଏବଂ ବିଭିନ୍ନ କ୍ଷେତ୍ରରେ ଉକ୍ରର୍ଷ ହାସଲ କରିବାର ସୁଯୋଗ ପାଇପାରିବେ । ଏହା ବହୁ ଯୁବ ମସ୍ତିଷ୍କରେ ଏକ ସଶକ୍ତ ପ୍ରଭାବ ପକାଇବ ।

ଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ହିଁ ଜାତୀୟ ପୋଲିସ ସ୍ମାରକୀ ନିର୍ମାଣ କରାଯାଇଥିଲା ଏବଂ ରାଷ୍ଟ୍ରକୁ ସମର୍ପିତ କରାଯାଇଥିଲା । ଏହି ସ୍ମାରକୀ ଆମ ପୋଲିସ ବାହିନୀର ସାହସ ଏବଂ ବଳିଦାନର ପ୍ରତୀକ ଏବଂ ଏହା କୋଟି କୋଟି ଭାରତୀୟଙ୍କୁ ପ୍ରେରଣା ଯୋଗାଇ ଚାଲିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Odisha’s Dhenkanal farmers export 3 tonne of mango to London

Media Coverage

Odisha’s Dhenkanal farmers export 3 tonne of mango to London
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India