ମହାମହିମ ରାଷ୍ଟ୍ରପତି ଜୀ,

ଉପରାଷ୍ଟ୍ରପତି ଜୀ,

ପ୍ରଧାନମନ୍ତ୍ରୀ ଜୀ,

ବାମିବିୟାର ସମ୍ମାନନୀୟ ମନ୍ତ୍ରୀଗଣ,

ଉପସ୍ଥିତ ଗଣ୍ୟମାନ୍ୟ ଜନ,   

ରାଷ୍ଟ୍ରପତି ଜୀ ଙ୍କ ଦ୍ୱାରା ନାମିବିୟାର ସର୍ବୋଚ୍ଚ ରାଷ୍ଟ୍ରୀୟ ପୁରସ୍କାର “ଦି ଅର୍ଡର୍ ଅଫ୍ ଦି ମୋଷ୍ଟ ଏନ୍‌ସିଏଣ୍ଟ ବେଲ୍‌ବିଚିଆ ମିରାବିଲିସ୍” ରେ ସମ୍ମାନିତ ହେବା ମୋ ପାଇଁ ଅତ୍ୟନ୍ତ ଗର୍ବ ଓ ସମ୍ମାନର କଥା ।

ମୁଁ ରାଷ୍ଟ୍ରପତି ଜୀ ଙ୍କ, ନାମିବିୟା ସରକାର ଓ ନାମିବିୟାର ଲୋକଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି। ବିନମ୍ରତାର ସହିତ ୧୪୦କୋଟି ଭାରତୀୟଙ୍କ ତରଫରୁ ମୁଁ ଏହି ସମ୍ମାନ ଗ୍ରହଣ କରୁଛି।

 

ବନ୍ଧୁଗଣ,

ନାମିବିୟାର “ବେଲ୍‌ବିଚିୟା” ଯାହାଙ୍କ ନାମରେ ଏହି ପୁରସ୍କାରର ନାମ ରଖାଯାଇଛି, ଏହା କୌଣସି ସାଧାରଣ ଗଛ ନୁହେଁ। ଏହା ହେଉଛି ଘରର ଗୁରୁଜନଙ୍କ ସଦୃଶ ଯିଏ କରି ସମୟ କଡ଼ ଲେଉଟାଇବା ଦେଖିଛନ୍ତି। ଏହା ନାମିବିୟାର ଲୋକଙ୍କ ସଂଘର୍ଷ, ସାହସ ଓ ସଂସ୍କୃତିର ପ୍ରତୀକ ଅଟେ। ଏହା ହେଉଛି ଭାରତ ଓ ନାମିବିୟାର ସ୍ଥାୟୀ ଦୃଢ଼ ବନ୍ଧୁତ୍ୱର ସାକ୍ଷୀ।    

ଏବଂ ଆଜି ଏହା ସହିତ ଯୋଡ଼ି ହୋଇ ମୁଁ ନିଜକୁ ବହୁତ ଗୌରାବନ୍ୱିତ ମନେ କରୁଛି। ମୁଁ ଏହି ସମ୍ମାନକୁ ନାମିବିୟା ଓ ଭାରତର ସାଧାରଣ ଲୋକଙ୍କୁ, ସେମାନଙ୍କର ନିରନ୍ତର ପ୍ରଗତି ଓ ବିକାଶକୁ  ଏବଂ ଆମର ଅତୁଟ ମିତ୍ରତାକୁ ଉତ୍ସର୍ଗ କରୁଛି।

ବନ୍ଧୁଗଣ,

ଜଣେ ପ୍ରକୃତ ବନ୍ଧୁର ପରିଚୟ ହେଉଛି ଯିଏ କଠିନ ପରିସ୍ଥିତିରେ ଆପଣଙ୍କ ସହିତ ଛିଡ଼ା ହୁଏ। ଭାରତ ଓ ନାମିବିୟା ନିଜ ନିଜର ସ୍ୱାଧୀନତା ସଂଗ୍ରାମରେ ପରସ୍ପର ସହିତ ଛିଡ଼ା ହୋଇଥିଲେ। ଆମର ବନ୍ଧୁତ୍ୱ ରାଜନୀତିରୁ ନୁହେଁ, ବରଂ ସଂଘର୍ଷ ସହଯୋଗ ଓ ପରସ୍ପରର ବିଶ୍ୱାସରୁ ଜନ୍ମ ହୋଇଛି।

ପାରସ୍ପରିକ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଉଜ୍ଜ୍ୱଳ ଭବିଷ୍ୟତର ମିଳିତ ସ୍ୱପ୍ନ ଏହାକୁ ସୁଦୃଢ଼ କରିଛି। ଭବିଷ୍ୟତରେ ମଧ୍ୟ ଆମେ ପରସ୍ପରର ହାତ ଧରିବା, ବିକାଶ ପଥରେ ସାଙ୍ଗ ହୋଇ ଆଗକୁ ବଢ଼ି ଚାଲିବା।  

 

ବନ୍ଧୁଗଣ,

ନାମିବିୟା ହେଉଛି ବିଶ୍ୱର ସବୁଠୁ ବଡ଼ ହୀରା ଉତ୍ପାଦନକାରୀ ଦେଶ। ଏବଂ ଭାରତ ହେଉଛି ସବୁଠୁ ବଡ଼ ହୀରା ପଲିସିଂ ଇଣ୍ଡଷ୍ଟ୍ରି। ତା ପୁଣି ମୋର ନିଜ ରାଜ୍ୟ ଗୁଜରାଟରେ। ମୋର ବିଶ୍ୱାସ ଅଛି ଆଗାମୀ ଦିନରେ ଆମର ମିଳିତ ସହଯୋଗ ମଧ୍ୟ ଏପରି ହୀରା ଭଳି ଚକ୍‌ମକ୍‌ କରୁଥିବ।  

ତ ଆସନ୍ତୁ, ଆମେ ସମସ୍ତେ ମିଳିମିଶି:

ରାଷ୍ଟ୍ରପତିଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ, ନାମିବିୟାର ଲୋକଙ୍କ ପାଇଁ ଓ ସମୃଦ୍ଧି ପାଇଁ, ଭାରତ ଓ ନାମିବିୟାର ଅତୁଟ ବନ୍ଧୁତ୍ୱ ପାଇଁ ଶୁଭକାମନା ଜ୍ଞାପନ କରିବା।

ବହୁତ ବହୁତ ଧନ୍ୟବାଦ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2026
May 18, 2026

Norway to Netherlands: PM Modi's Leadership Turns Heritage, Honors & High-Tech Deals into India's Global Momen