ଆପଣ ମହାମହିମ,

ଉଭୟ ଦେଶର ପ୍ରତିନିଧିମାନେ,

ଆପଣ ମାନଙ୍କୁ ଭାରତରେ ସ୍ୱାଗତ କରିବା ମୋତେ ବହୁତ ଆନନ୍ଦିତ ଖୁସି ଲାଗୁଛି। 

ଆଜିର ଦିନ ଭାରତ ଓ ଓମାନ ମଧ୍ୟରେ ସମ୍ପର୍କରେ ଏକ ଐତିହାସିକ ଦିନ ।

ଆଜି ୨୬ ବର୍ଷ ପରେ ଓମାନର ସୁଲତାନ ଭାରତ ଗସ୍ତରେ ଆସିଛନ୍ତି ।

ଏବଂ ମୁଁ ୧୪୦ କୋଟି ଭାରତୀୟଙ୍କ ସହ ଆପଣଙ୍କୁ ସ୍ୱାଗତ କରିବାର ସୁଯୋଗ ପାଇଛି ।

ସମସ୍ତ ଦେଶବାସୀଙ୍କ ତରଫରୁ ମୁଁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

ସାଥୀମାନେ,

ଶତାବ୍ଦୀ ଧରି ଭାରତ ଓ ଓମାନ ମଧ୍ୟରେ ଗଭୀର ବନ୍ଧୁତ୍ୱର ଅତୁଟ ବନ୍ଧନ ରହିଛି।

ଆରବ ସାଗରର ଗୋଟିଏ ମୁଣ୍ଡରେ ଭାରତ ଓ ଅନ୍ୟ ମୁଣ୍ଡରେ ଓମାନ ରହିଛି ।

ଆମର ପାରସ୍ପରିକ ଘନିଷ୍ଠତା କେବଳ ଭୂଗୋଳ ରେ ସୀମିତ ନୁହେଁ, ବରଂ ହଜାର ହଜାର ବର୍ଷର ଆମର ବାଣିଜ୍ୟ,

ଆମ ସଂସ୍କୃତି ଏବଂ ଆମର ସାଧାରଣ ପ୍ରାଥମିକତାରେ ମଧ୍ୟ ପ୍ରତିଫଳିତ ହୁଏ |

ଏହି ଗୌରବମୟ ଇତିହାସ ବଳରେ ଆମେ ଆଗକୁ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରୁଛୁ।

ଆଜି ଆମେ ଏକ ନୂତନ 'ଭାରତ-ଓମାନ ମିଳିତ ଦୃଷ୍ଟିକୋଣ- ଭବିଷ୍ୟତ ପାଇଁ ଏକ ଭାଗିଦାରୀ' ଗ୍ରହଣ କରୁଛୁ।

ଏହି ମିଳିତ ଭିଜନରେ ୧୦ଟି ବିଭିନ୍ନ କ୍ଷେତ୍ର ଉପରେ ଠୋସ୍ ଆକ୍ସନ ପଏଣ୍ଟ ଉପରେ ସହମତି ପ୍ରକାଶ ପାଇଛି।

ମୋର ବିଶ୍ୱାସ ଯେ ଏହି ମିଳିତ ଦୃଷ୍ଟିକୋଣ ଆମର ଭାଗିଦାରୀକୁ ଏକ ନୂତନ ଏବଂ ଆଧୁନିକ ରୂପ ଦେବ ।

ମୁଁ ଖୁସି ଯେ ଦୁଇ ପକ୍ଷ ମଧ୍ୟରେ ସିଇପିଏ ଚୁକ୍ତି ଉପରେ ଆଲୋଚନା ଚାଲିଛି ।

ଏହି ଆଲୋଚନାର ଦୁଇ ପର୍ଯ୍ୟାୟ ସଫଳତାର ସହ ଶେଷ ହୋଇଛି ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହମତି ହୋଇଛି ।

ମୁଁ ଆଶା କରୁଛି ଯେ ଆମେ ଖୁବ୍ ଶୀଘ୍ର ଏହି ଚୁକ୍ତି ସ୍ୱାକ୍ଷର କରିବାକୁ ସକ୍ଷମ ହୋଇପାରିବୁ, ଯାହା ଆମର ଅର୍ଥନୈତିକ ସହଯୋଗରେ ଏକ ନୂତନ ଅଧ୍ୟାୟ ଯୋଡିବ ।

ବିଶ୍ୱସ୍ତରରେ ମଧ୍ୟ ଭାରତ ଓ ଓମାନ ଘନିଷ୍ଠ ସମନ୍ୱୟ ରକ୍ଷା କରି ଆଗକୁ ବଢ଼ୁଛନ୍ତି।

ଏକ ଅତିଥି ରାଷ୍ଟ୍ର ଭାବରେ ଓମାନ ଭାରତର ଜି-୨୦ ଅଧ୍ୟକ୍ଷତାର ସଫଳତାରେ ବହୁତ ମୂଲ୍ୟବାନ ଯୋଗଦାନ ଦେଇଛି ।

ବହୁ ସଂଖ୍ୟକ ଭାରତୀୟ ବଂଶୋଦ୍ଭବ ଲୋକ ଓମାନକୁ ନିଜର ଦ୍ୱିତୀୟ ଘର ବୋଲି ବିବେଚନା କରନ୍ତି ।

ଏହି ଲୋକମାନେ ଆମର ଘନିଷ୍ଠ ସମ୍ପର୍କ ଏବଂ ଆମର ବନ୍ଧୁତାର ଜୀବନ୍ତ ଉଦାହରଣ ଅଟନ୍ତି ।

ସୁଲତାନ ହାଇଥାମଙ୍କ କଲ୍ୟାଣ ପାଇଁ ମୁଁ ବ୍ୟକ୍ତିଗତ ଭାବେ ସେମାନଙ୍କୁ କୃତଜ୍ଞତା ଜଣାଉଛି।

ମୋର ବିଶ୍ୱାସ ଯେ ଆଜିର ବୈଠକ ପ୍ରତ୍ୟେକ କ୍ଷେତ୍ରରେ ଆମର ବହୁମୁଖୀ ସହଯୋଗକୁ ଆହୁରି ସୁଦୃଢ଼ କରିବ ।

ଆପଣ ମହାମହିମମାନଙ୍କୁ

ପୁଣି ଥରେ ଭାରତକୁ ସ୍ୱାଗତ ଜଣାଉଛି। ଗତ ମାସରେ ଓମାନ ୨୦୨୪ ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଏଥିପାଇଁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଶୁଭେଚ୍ଛା ଜଣାଉଛି ।

ଏବେ ମୁଁ ଆପଣଙ୍କୁ ଆପଣଙ୍କ ପ୍ରାରମ୍ଭିକ ମନ୍ତବ୍ୟ ପାଇଁ ନିମନ୍ତ୍ରଣ କରୁଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi