Work is on for developing 21st century attractions in Delhi: PM

ଛୋଟ ବଡ ନିର୍ବିଶେଷରେ ପ୍ରତ୍ୟେକ ସହର ଦେଶର ଆର୍ଥିକ କେନ୍ଦ୍ରବିନ୍ଦୁ ହେବାକୁ ଯାଉଛନ୍ତି । ମାତ୍ର ଦେଶର ରାଜଧାନୀ ହୋଇଥିବା ଦୃଷ୍ଟିରୁ ଦିଲ୍ଲୀର ମହତ୍ଵ ଏକବିଂଶ ଶତାବ୍ଦୀରେ ପ୍ରତିଫଳିତ ହୋଇ ବିଶ୍ଵରେ ତାର ଉତ୍କର୍ଷ ପ୍ରତିପାଦନ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହି ପ୍ରାଚୀନ ସହରକୁ ଆଧୁନିକ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ସମ୍ମିଳନୀ ଜରିଆରେ ପ୍ରଥମ ଚାଳକବିହୀନ ମେଟ୍ରୋ ସେବା ଓ ଦିଲ୍ଲୀ ମେଟ୍ରୋର ଏୟାର ପୋର୍ଟ ଏକ୍ସପ୍ରେସଲାଇନ ନ୍ୟାସନାଲ କମନ ମୋବିଲିଟି କାର୍ଡ ସଂପ୍ରସାରଣ ଉଦଘାଟନ କରିବା ଅବସରରେ ଏହା ପ୍ରକାଶ କରିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ, ସରକାର ଇଲେକ୍ଟ୍ରିକ ମୋବିଲିଟିକୁ ପ୍ରୋତ୍ସାହନ ଦେଉଛନ୍ତି । ରାଜଧାନୀର ପୁରାତନ ଭିତ୍ତିଭୂମି ଆଧୁନିକ ପ୍ରଯୁକ୍ତିଜ୍ଞାନ ବଳରେ ପରିବର୍ତ୍ତିତ ହୋଇଛି । ପୁରୁଣା ସରକାରୀ କୋଠାବାଡିଗୁଡିକୁ ପରିବେଶ ଅନୁକୂଳ କରିବା ସହ ବସ୍ତିବାସିନ୍ଦାଙ୍କୁ ଶହ ଶହ କଲୋନୀଗୁଡ଼ିକୁ  ନିୟମିତ କରି ସେମାନଙ୍କୁ ଉନ୍ନତ ଜୀବନ ବଞ୍ଚିବାର ସୁଯୋଗ ଦେବା ଚିନ୍ତାଧାରାକୁ କାର୍ଯ୍ୟକାରୀ କରାଯାଇଛି ।

ଦିଲ୍ଲୀ ଏକ ପୁରାତନ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ଏକବିଂଶ ଶତାବ୍ଦୀରେ ଏହାକୁ ବିକଶିତ କରି ଅଧିକ ଆକର୍ଷଣ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି । ଦିଲ୍ଲୀ ଆନ୍ତର୍ଜାତିକ ସମ୍ମିଳନୀ, ପ୍ରଦର୍ଶନୀ ଏବଂ ବ୍ୟବସାୟ ପର୍ଯ୍ୟଟନର ଆକର୍ଷଣ ହୋଇଥିବା ପରିପ୍ରେକ୍ଷୀରେ ଦେଶର ଏଭଳି ବୃହତ କେନ୍ଦ୍ର ରାଜଧାନୀର ଦ୍ଵାରକା ଅଞ୍ଚଳରେ ପ୍ରତିଷ୍ଠା କରାଯାଉଛି । ବିଶାଳ ଭାରତ ବନ୍ଧନ ଉଦ୍ୟାନ ସହ ନୂତନ ସଂସଦ ଭବନ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ହଜାର ହଜାର ଦିଲ୍ଲୀବାସୀଙ୍କୁ ରୋଜଗାର ସୁଯୋଗ ଦେବା ସହ ଦିଲ୍ଲୀର କଳେବର ବୃଦ୍ଧିରେ ମଧ୍ୟ ସହାୟକ ହେବ ।

ଦିଲ୍ଲୀର ନାଗରିକମାନଙ୍କୁ ପ୍ରଥମ ନ୍ୟାସନାଲ ମେଟ୍ରୋ ସେବା ତଥା ଦିଲ୍ଲୀ ମେଟ୍ରୋର ଏୟାର ପୋର୍ଟ ଏକ୍ସପ୍ରେସ ଲାଇନକୁ ନ୍ୟାସନାଲ କମନ ମୋବିଲିଟି ବା ଜାତୀୟ ସାଧାରଣ ଭ୍ରମଣ କାର୍ଡ ସମ୍ପ୍ରସାରଣର ଶୁଭାରମ୍ଭ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, 130 କୋଟି ଦେଶବାସୀଙ୍କ ପାଇଁ ଦିଲ୍ଲୀ ହେଉଛି ବୃହତ ଆର୍ଥିକ ଓ କ୍ଷମତାର କେନ୍ଦ୍ର । ଏହାର ମହତ୍ଵ ସୁସ୍ପଷ୍ଟ ହେବା ଉଚିତ ବୋଲି ସେ କହିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi urges people to take 9 pledges on health, saving water, others

Media Coverage

PM Modi urges people to take 9 pledges on health, saving water, others
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 16, 2026
April 16, 2026

From Bullet Trains to Billion-Dollar Apple Exports: How PM Modi is Scripting India’s Golden Chapter