Revamping cloth industry in Kashi

Published By : Admin | March 2, 2017 | 18:50 IST

“We have to transform India’s economy. On one hand manufacturing sector is to be enhanced, while on the other side, we have to make sure it directly benefits the youth. They must get jobs so that lives of poorest of the poor stands transformed and they come out of the poverty line. Enhancing their purchasing power would increase the number of manufacturers, manufacturing growth, employment opportunities and expand the market.” –Narendra Modi 

The cloth industry in Varanasi was badly hit due to lack of basic facilities. It was only after Prime Minister Narendra Modi’s efforts that the weaver community in the region have a reason to rejoice. The Centre has allotted a corpus of Rs. 347 crore for revamping the cloth and handicraft industries in Varanasi.

The impact of Centre’s ‘Make in India’ and ‘Skill India’ is clearly visible in Varanasi. A dedicated textile facilitation centre has been developed worth Rs. 305 crores for technical advancement and other facilities for the handicraft and weaver industries. Also, common facilitation centres have been set up to further aid the weavers.

A branch of National Institute of Fashion Technology and a regional silk technological research station have come up. Alongside, with a corpus of Rs. 31 crore, a scheme has been initiated for overall development of handicraft industry.

The cloth industry offers maximum opportunities in the manufacturing sector. Employment opportunities are set to grow in the region under Prime Minister Modi’s ‘Make In India’ initiative.

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’

Media Coverage

PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’
NM on the go

Nm on the go

Always be the first to hear from the PM. Get the App Now!
...
ବାରାଣସୀରେ ୭୨ତମ ଜାତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 04, 2026
ଭାରତର ବିକାଶ କାହାଣୀ ଓ ଭଲିବଲ ଖେଳ ମଧ୍ୟରେ ଅନେକ ସମାନତା ରହିଛି । ଭଲିବଲ ଆମକୁ ଶିଖାଏ ଯେ କୌଣସି ବିଜୟ ଏକୁଟିଆ ହାସଲ କରିହେବ ନାହିଁ ଓ ଆମର ସଫଳତା ସମନ୍ବୟ, ବିଶ୍ବାସ ଓ ଦଳ ପାଇଁ ପ୍ରସ୍ତୁତି ଉପରେ ନିର୍ଭର କରେ : ପ୍ରଧାନମନ୍ତ୍ରୀ
ପ୍ରତ୍ୟେକଙ୍କ ନିଜସ୍ୱ ଭୂମିକା ଏବଂ ଦାୟିତ୍ୱ ଅଛି, ଏବଂ ଆମେ ସେତେବେଳେ ସଫଳ ହେଉ ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ନିଜ ଦାୟିତ୍ୱକୁ ଗମ୍ଭୀରତାର ସହିତ ନିଅନ୍ତି; ଠିକ୍ ଏହିପରି ଭାବରେ ଆମ ଦେଶ ପ୍ରଗତି କରୁଛି: ପ୍ରଧାନମନ୍ତ୍ରୀ
୨୦୧୪ ପରଠାରୁ, ବିଭିନ୍ନ କ୍ରୀଡ଼ାରେ ଭାରତର ପ୍ରଦର୍ଶନରେ ନିରନ୍ତର ଉନ୍ନତ ଆସିଛି ଏବଂ ଯେତେବେଳେ ଆମେ ‘ଜେନ-ଜି’ଙ୍କୁ ଖେଳ ପଡ଼ିଆରେ ତ୍ରିରଙ୍ଗା ଉଡ଼ାଉଥିବାର ଦେଖୁ, ସେତେବେଳେ ଆମେ ଅତ୍ୟନ୍ତ ଗର୍ବ ଅନୁଭବ କରୁ : ପ୍ରଧାନମନ୍ତ୍ରୀ
୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ଏବଂ ଦେଶ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ମଧ୍ୟ ସମସ୍ତ ପ୍ରୟାସ କରୁଛି: ପ୍ରଧାନମନ୍ତ୍ରୀ

 

ହର ହର ମହାଦେବ। 

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ୟୁପି ସରକାରଙ୍କ ମନ୍ତ୍ରୀ- ଭାଇ  ରବିନ୍ଦ୍ର ଜୟସୱାଲ, ଦୟାଶଙ୍କର, ଗିରିଶ ଯାଦବ, ବାରାଣସୀର ମେୟର ଅଶୋକ ତିୱାରୀ, ଅନ୍ୟାନ୍ୟ ଜନପ୍ରତିନିଧି, ଭଲିବଲ୍ ଆସୋସିଏସନର ସମସ୍ତ ପଦାଧିକାରୀ, ସାରା ଦେଶର ସମସ୍ତ ଖେଳାଳି ଏବଂ ମୋର କାଶୀ ପରିବାର ସଦସ୍ୟଙ୍କୁ ନମସ୍କାର।

କାଶୀର ସାଂସଦ ଭାବରେ, ଆଜି  ମୁଁ ଆପଣ ସମସ୍ତ ଖେଳାଳିଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ବହୁତ ଆନନ୍ଦ ଅନୁଭବ କରୁଛି। ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ଆଜି କାଶୀରେ ଆରମ୍ଭ ହେଉଛି। ବହୁତ କଠିନ ପରିଶ୍ରମ ପରେ ଆପଣ ସମସ୍ତ ଖେଳାଳି ଏହି ଜାତୀୟ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଛନ୍ତି। ଆଗାମୀ ଦିନରେ କାଶୀ ଭୂମିରେ ଆପଣଙ୍କ କଠିନ ପରିଶ୍ରମର ପରୀକ୍ଷା ନିଆଯିବ। ପୂର୍ବରୁ, ମୋତେ ଅବଗତ କରାଯାଇଛି ଯେ, ଦେଶର ୨୮ଟି ରାଜ୍ୟର ଦଳ ଏଠାରେ ଏକତ୍ରିତ ହୋଇଛନ୍ତି। ଏହାର ଅର୍ଥ ହେଉଛି ଆପଣ ସମସ୍ତେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଏକ ବହୁତ ସୁନ୍ଦର ଚିତ୍ର ଉପସ୍ଥାପନ କରୁଛନ୍ତି। ଏହି ଚାମ୍ପିଅନସିପରେ ଅଂଶଗ୍ରହଣ କରୁଥିବା ସମସ୍ତ ଖେଳାଳିଙ୍କୁ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି।

ବନ୍ଧୁଗଣ,
ଆମର ବନାରସୀ ଭାଷାରେ କୁହାଯାଏ, "ଯଦି ତୁମେ ବନାରସକୁ ଜାଣିବାକୁ ଚାହୁଁଛ, ତେବେ ତୁମକୁ ଏଠାକୁ ଆସିବାକୁ ପଡିବ।" ତୁମେ ବନାରସ ଆସିଛ, ଏବେ ତୁମେ ବନାରସକୁ ନିଶ୍ଚୟ ଜାଣିପାରିବ। ବନାରସ କ୍ରୀଡା ପ୍ରେମୀଙ୍କ ସହର। କୁସ୍ତି, ଆଖଡ଼ା, ମୁଷ୍ଟିଯୁଦ୍ଧ, ନୌକା ଦୌଡ଼, କବାଡି, ଏବଂ ଏପରି ଅନେକ ଖେଳ ଏଠାରେ ବହୁତ ଲୋକପ୍ରିୟ। ବନାରସ ବିଭିନ୍ନ ପ୍ରକାର କ୍ରୀଡାରେ ଜାତୀୟ ସ୍ତରୀୟ ଖେଳାଳି ମଧ୍ୟ ସୃଷ୍ଟି କରିପାରିଛି। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ୟୁପି କଲେଜ ଏବଂ କାଶୀ ବିଦ୍ୟାପୀଠ ଭଳି ଶିକ୍ଷାନୁଷ୍ଠାନର ଖେଳାଳିମାନେ ରାଜ୍ୟ ଏବଂ ଜାତୀୟ ସ୍ତରରେ ଉତ୍କର୍ଷତା ପ୍ରଦର୍ଶନ କରିଛନ୍ତି। ହଜାର ହଜାର ବର୍ଷ ଧରି, ଜ୍ଞାନ ଏବଂ କଳା ଅଧ୍ୟୟନ କରିବାକୁ ଏଠାକୁ ଆସୁଥିବା ଲୋକଙ୍କୁ କାଶୀ ସ୍ୱାଗତ କରିଆସୁଛି। ତେଣୁ, ମୁଁ ବିଶ୍ୱାସ କରେ ଯେ, ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ସମୟରେ ବନାରସର ଆତ୍ମିକ ଭାବନା ଉଚ୍ଚରେ ରହିବ। ଆପଣ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ ଦର୍ଶକ ଏବଂ କାଶୀର ଆତିଥ୍ୟ ପରମ୍ପରାକୁ ଅନୁଭବ କରିବାର ସୁଯୋଗ ମିଳିବ।
 

ବନ୍ଧୁଗଣ,
ଭଲିବଲ୍ ଏକ ସରଳ ଖେଳ ନୁହେଁ। ଏହା ସନ୍ତୁଳନ, ସହଯୋଗର ଖେଳ, ଏହା ଦୃଢ଼ତାକୁ ମଧ୍ୟ ପ୍ରଦର୍ଶନ କରେ। ଏହି ଖେଳର ଏକମାତ୍ର ଲକ୍ଷ୍ୟ ହେଉଛି ଯେକୌଣସି ପ୍ରକାରରେ ବଲ୍‌କୁ ଉପରକୁ ଉଠାଇବା। ଭଲିବଲ୍ ଆମକୁ ଦଳଗତ ମନୋଭାବ ସହିତ ଯୋଡିଥାଏ। ପ୍ରତ୍ୟେକ ଭଲିବଲ୍ ଖେଳାଳିଙ୍କ ମନ୍ତ୍ର ହେଉଛି "ଟିମ୍ ଫାଷ୍ଟ"। ଯଦିଓ ପ୍ରତ୍ୟେକ ଖେଳାଳିଙ୍କ ପାଖରେ ଭିନ୍ନ ଭିନ୍ନ ଦକ୍ଷତା ଅଛି, ସମସ୍ତ ଖେଳାଳି ନିଜ ଦଳର ବିଜୟ ହାସଲ ପାଇଁ ଖେଳ ପ୍ରଦର୍ଶନ କରନ୍ତି। ମୁଁ ଭାରତର ବିକାଶ କାହାଣୀ ଏବଂ ଭଲିବଲ୍ ମଧ୍ୟରେ ଅନେକ ସମାନତା ଲକ୍ଷ୍ୟ କରୁଛି। ଭଲିବଲ୍ ଆମକୁ ଶିଖାଏ ଯେ, କୌଣସି ବିଜୟ ଲକ୍ଷ୍ୟ ଏକା ଏକା ହାସଲ କରି ହୁଏ ନାହିଁ। ବିଜୟ ହାସଲ କରିବାକୁ ହେଲେ ଦଳ ମଧ୍ୟରେ ଆମର ସମନ୍ୱୟ, ଆମର ଆତ୍ମବିଶ୍ୱାସ ଏବଂ ଆମ ଦଳର ଉପଯୁକ୍ତ ପ୍ରସ୍ତୁତି ଆବଶ୍ୟକ। ପ୍ରତ୍ୟେକଙ୍କ ନିଜସ୍ୱ ଭୂମିକା ଏବଂ ଦାୟିତ୍ୱ ଅଛି। ଆମେ ସେତେବେଳେ ସଫଳ ହେଉ ଯେତେବେଳେ ସମସ୍ତେ ନିଜର ଦାୟିତ୍ୱକୁ ସଠିକ୍‌ ଏବଂ ଗମ୍ଭୀରତାର ସହିତ ପାଳନ କରନ୍ତି। ଆମର ଦେଶ ଏହି ଭାବରେ ପ୍ରଗତି କରୁଛି। ସ୍ୱଚ୍ଛତା ଠାରୁ ଆରମ୍ଭ କରି ଡିଜିଟାଲ୍ ପେମେଣ୍ଟ, ଏକ ପେଡ୍ ମା’ କେ ନାମ ଓ ବିକଶିତ ଭାରତ ଭଳି ବିଭିନ୍ନ ଅଭିଯାନ ମାଧ୍ୟମରେ ଆମେ ପ୍ରଗତି କରୁଛୁ। କାରଣ ‘ଦେଶ ପ୍ରଥମ’ ଭାବନା ସହିତ ଦେଶର ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ରାଜ୍ୟ ସାମୂହିକ ଭାବରେ ଦେଶ ପାଇଁ କାର୍ଯ୍ୟ କରୁଛି। 

ବନ୍ଧୁଗଣ,
ଆଜିକାଲି ବିଶ୍ୱ ଭାରତର ଅଭିବୃଦ୍ଧି ଏବଂ ଆମର ଅର୍ଥନୀତିକୁ ପ୍ରଶଂସା କରୁଛି। କିନ୍ତୁ ଯେତେବେଳେ ଏକ ଦେଶ ବିକାଶ କରେ, ଏହି ପ୍ରଗତି କେବଳ ଆର୍ଥିକ କ୍ଷେତ୍ରରେ ସୀମିତ ନୁହେଁ। ଏହି ଆତ୍ମବିଶ୍ୱାସ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହୋଇଥାଏ। ଗତ କିଛି ବର୍ଷ ମଧ୍ୟରେ ଆମେ ପ୍ରତ୍ୟେକ କ୍ରୀଡ଼ାରେ ଏହା ଦେଖିଆସୁଛୁ। ୨୦୧୪ ପରଠାରୁ, ବିଭିନ୍ନ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ନିରନ୍ତର ଭାବରେ ଉନ୍ନତ ହୋଇଛି। ଯେତେବେଳେ ଆମେ ଜେନ-ଜି ଖେଳାଳିମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ପତାକା ଉତ୍ତୋଳନ କରୁଥିବାର ଦେଖୁ, ଆମେ ଅତ୍ୟନ୍ତ ଗର୍ବ ଅନୁଭବ କରୁ।

ବନ୍ଧୁଗଣ,
ଏକ ସମୟ ଥିଲା ଯେତେବେଳେ ସରକାର ଏବଂ ସମାଜ ଉଭୟ କ୍ରୀଡ଼ା ପ୍ରତି ଉଦାସୀନତାର ଭାବନା ଅନୁଭବ କରୁଥିଲେ। ଏହି କାରଣରୁ, ଖେଳାଳିମାନେ ମଧ୍ୟ ସେମାନଙ୍କର ଭବିଷ୍ୟତ ବିଷୟରେ ଚିନ୍ତିତ ଥିଲେ। ବହୁତ କମ୍ ଯୁବକ କ୍ରୀଡ଼ାକୁ କ୍ୟାରିୟର ଭାବରେ ଗ୍ରହଣ କରୁଥିଲେ। କିନ୍ତୁ ଗତ ଦଶନ୍ଧିରେ, କ୍ରୀଡ଼ା ସମ୍ପର୍କରେ ସରକାର ଏବଂ ସମାଜ ଉଭୟଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି। ସରକାର କ୍ରୀଡ଼ା ବଜେଟକୁ ଯଥେଷ୍ଟ ପରିମାଣରେ ବୃଦ୍ଧି କରିଛନ୍ତି। ଆଜି, ଭାରତର କ୍ରୀଡ଼ା ମଡେଲ୍ ଖେଳାଳି-କୈନ୍ଦ୍ରିକ ହୋଇଯାଇଛି। ପ୍ରତିଭା ଚିହ୍ନଟ, ବୈଜ୍ଞାନିକ ତାଲିମ, ସେମାନଙ୍କ ପୁଷ୍ଟିସାର ପ୍ରତି ଧ୍ୟାନ ଏବଂ ସ୍ୱଚ୍ଛ ଚୟନ ଠାରୁ ଆରମ୍ଭ କରି, ଖେଳାଳିଙ୍କ ସ୍ୱାର୍ଥକୁ ଏବେ ପ୍ରତ୍ୟେକ ସ୍ତରରେ ସର୍ବାଧିକ ପ୍ରାଥମିକତା ଦିଆଯାଉଛି।

ବନ୍ଧୁଗଣ,
ଆଜି ଦେଶର ସଂସ୍କାର ଯାତ୍ରା ଦ୍ରୁତ ଗତିରେ ଅଗ୍ରସର ହେଉଛି। ଦେଶର ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ ବିକାଶ ଗନ୍ତବ୍ୟସ୍ଥଳ ଏହି ସଂସ୍କାର ଯାତ୍ରାରେ ସାମିଲ ହେଉଛି, ଏବଂ କ୍ରୀଡ଼ା ସେମାନଙ୍କ ମଧ୍ୟରୁ ଅନ୍ୟତମ। ସରକାର କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ପ୍ରମୁଖ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି। ଜାତୀୟ କ୍ରୀଡ଼ା ଶାସନ ଆଇନ ଏବଂ ଖେଲୋ ଇଣ୍ଡିଆ ନୀତି ୨୦୨୫ ଭଳି ଅଭିଯାନ ପ୍ରକୃତ ପ୍ରତିଭାକୁ ସୁଯୋଗ ପ୍ରଦାନ କରିବ ଏବଂ କ୍ରୀଡ଼ା ସଂଗଠନଗୁଡ଼ିକରେ ସ୍ୱଚ୍ଛତା ବୃଦ୍ଧି କରିବ। ଦେଶର ଯୁବପିଢ଼ି କ୍ରୀଡ଼ା ଏବଂ ଶିକ୍ଷା ଉଭୟରେ ଏକକାଳୀନ ଆଗକୁ ବଢ଼ିବାର ସୁଯୋଗ ପାଇବେ।
 

ବନ୍ଧୁଗଣ,
ଆଜି, ଟପ୍‌ସ୍‌ (TOPs) ଭଳି ପଦକ୍ଷେପ ଭାରତରେ କ୍ରୀଡ଼ା ଇକୋସିଷ୍ଟମକୁ ପରିବର୍ତ୍ତନ କରୁଛି। ଗୋଟିଏ ପଟେ, ଆମେ ଉତ୍ତମ ଭିତ୍ତିଭୂମି ତଥା ପାଣ୍ଠି ବ୍ୟବସ୍ଥା ବିକଶିତ କରୁଛୁ, ଏବଂ ଯୁବକମାନଙ୍କୁ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରିବା ପାଇଁ ମଧ୍ୟ କାମ କରୁଛୁ। ଆପଣମାନେ ହୁଏତ ଲକ୍ଷ୍ୟ କରିଥିବେ ଯେ, ଗତ ଦଶନ୍ଧି ମଧ୍ୟରେ, ଫିଫା (FIFA) ୧୭ ବର୍ଷରୁ କମ୍ ବିଶ୍ୱକପ୍, ହକି ବିଶ୍ୱକପ୍ ଏବଂ ପ୍ରମୁଖ ଚେସ୍ ଇଭେଣ୍ଟ ସମେତ ୨୦ରୁ ଅଧିକ ପ୍ରମୁଖ ଅନ୍ତର୍ଜାତୀୟ ଇଭେଣ୍ଟ ବିଭିନ୍ନ ସହରରେ ଆୟୋଜନ କରିଛି। ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମଧ୍ୟ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି। ଭାରତ ୨୦୩୦ ଅଲିମ୍ପିକ୍ସ ଆୟୋଜନ ପାଇଁ ମଧ୍ୟ ଜୋରଦାର ପ୍ରସ୍ତୁତି କରୁଛି। ଯଥାସମ୍ଭବ ଅଧିକ ଖେଳାଳିଙ୍କୁ ଖେଳିବାର ସର୍ବାଧିକ ସୁଯୋଗ ପ୍ରଦାନ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ।

ବନ୍ଧୁଗଣ,
ଆମେ ଖେଳାଳିମାନଙ୍କୁ ଅଲିମ୍ପିକ୍ କ୍ରୀଡା ସହିତ ପରିଚିତ କରାଇବା ପାଇଁ ବିଦ୍ୟାଳୟ ସ୍ତରରେ ମଧ୍ୟ କାର୍ଯ୍ୟ କରୁଛୁ। ଖେଲୋ ଇଣ୍ଡିଆ ଅଭିଯାନ ଶହ ଶହ ଯୁବକଙ୍କୁ ଜାତୀୟ ସ୍ତରରେ ଆଗକୁ ବଢ଼ିବାର ସୁଯୋଗ ଦେଇଛି। ସାଂସଦ ଖେଳ ମହୋତ୍ସବ କିଛି ଦିନ ପୂର୍ବରୁ ଶେଷ ହୋଇଛି, ପ୍ରାୟ ୧୦ ନିୟୁତ ଯୁବକ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ମୁଁ କାଶୀର ସାଂସଦ, ତେଣୁ, ମୁଁ ଆପଣଙ୍କୁ ଗର୍ବର ସହ କହୁଛି ଯେ, ସାଂସଦ ଖେଳ ମହୋତ୍ସବ ସମୟରେ, ମୋ କାଶୀର ପ୍ରାୟ ୩୦୦,୦୦୦ ଯୁବକ ପଡ଼ିଆରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ।

ବନ୍ଧୁଗଣ,
କ୍ରୀଡା ଭିତ୍ତିଭୂମିରେ ପରିବର୍ତ୍ତନ ଫଳରେ କାଶୀ ମଧ୍ୟ ଉପକୃତ ହେଉଛି। କାଶୀରେ ଆଧୁନିକ କ୍ରୀଡା ସୁବିଧା ବିକଶିତ କରାଯାଉଛି, ଏବଂ ବିଭିନ୍ନ କ୍ରୀଡା ପାଇଁ ଉତ୍ସର୍ଗୀକୃତ ଷ୍ଟାଡିୟମ ନିର୍ମାଣ କରାଯାଉଛି। ଆଖପାଖ ଜିଲ୍ଲାର ଖେଳାଳିମାନେ ମଧ୍ୟ ନୂତନ କ୍ରୀଡା ପାଇଁ ତାଲିମ ନେବାର ସୁବଧା ସୁଯୋଗ ପାଉଛନ୍ତି। ସିଗ୍ରା ଷ୍ଟାଡିୟମ, ଯେଉଁଠାରେ ଆପଣ ଆଜି ଠିଆ ହୋଇଛନ୍ତି, ତାହା ମଧ୍ୟ ଅନେକ ଆଧୁନିକ ସୁବିଧାରେ ସଜ୍ଜିତ ହୋଇଛି।
 

ବନ୍ଧୁଗଣ,
ମୁଁ ଆନନ୍ଦିତ ଯେ, କାଶୀ ପ୍ରମୁଖ ଇଭେଣ୍ଟ ପାଇଁ ପ୍ରସ୍ତୁତି କରୁଛି। ଦେଶର କ୍ରୀଡା ମାନଚିତ୍ରରେ କାଶୀର ସ୍ଥାନ ପାଇଁ ଜାତୀୟ ଭଲିବଲ୍ ପ୍ରତିଯୋଗିତା ଆୟୋଜନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କ୍ରୀଡା ଇଭେଣ୍ଟ ପୂର୍ବରୁ ମଧ୍ୟ, କାଶୀ ଅନେକ ଇଭେଣ୍ଟ ଆୟୋଜନ କରିଛି, ଯାହା ଏହାର ଲୋକମାନଙ୍କୁ ଏବଂ ସ୍ଥାନୀୟ ଅର୍ଥନୀତିକୁ ପ୍ରଦର୍ଶନ କରିବା ପାଇଁ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିଛି। ବାରାଣାସୀରେ ଗୁରୁତ୍ୱପୂର୍ଣ୍ଣ ଜି-୨୦ ବୈଠକ ଅନୁଷ୍ଠିତ ହୋଇଛି, କାଶୀ ତାମିଲ ସଙ୍ଗମମ ଏବଂ କାଶୀ ତେଲୁଗୁ ସଙ୍ଗମମ ପରି ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏଥିସହିତ ଭାରତୀୟ ପ୍ରବାସୀମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି, ଏବଂ କାଶୀ ଏକ ସାଂସ୍କୃତିକ ରାଜଧାନୀ ଭାବରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ସାମୂହିକ ରାଜଧାନୀ ମଧ୍ୟ ହୋଇଛି। ଆଜି, ଏହି ଚାମ୍ପିଅନସିପ୍ ଏହି ସଫଳତାରେ ଯୋଡି ହେଉଛି। ଏହି ସମସ୍ତ ଇଭେଣ୍ଟ ମାଧ୍ୟମରେ, କାଶୀ ପ୍ରମୁଖ ପ୍ଲାଟଫର୍ମରେ ଏପରି ଇଭେଣ୍ଟ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବରେ ଉଭା ହୋଇଛି।

ବନ୍ଧୁଗଣ,
ବର୍ତ୍ତମାନ ବନାରସରେ ଶୀତର ଅନୁଭବ ହେଉଛି। ଏହି ଋତୁରେ ଆପଣମାନେ ଏଠାରେ ସର୍ବୋତ୍ତମ ପାରମ୍ପରିକ ସ୍ୱାଦିଷ୍ଟ ଖାଦ୍ୟର ସ୍ୱାଦ ମଧ୍ୟ ପାଇପାରିବେ। ଯଦି ଆପଣଙ୍କ ପାଖରେ ସମୟ ଅଛି, ତେବେ ମଲାଇଓର ମଜା ନିଶ୍ଚୟ ନିଅନ୍ତୁ। ବାବା ବିଶ୍ୱନାଥଙ୍କ ଆଶୀର୍ବାଦ ଗ୍ରହଣ କରନ୍ତୁ, ଗଙ୍ଗା ନଦୀରେ ନୌକାବିହାର କରନ୍ତୁ - ଏହି ସମସ୍ତ ଅଭିଜ୍ଞତାକୁ ନିଶ୍ଚୟ ଅନୁଭବ କରନ୍ତୁ। ଏହା ବ୍ୟତୀତ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ, ଏହି ପ୍ରତିଯୋଗିତାରେ ଆପଣମାନେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ। କାଶୀର ପବିତ୍ର ଭୂମିରୁ, ଆପଣଙ୍କର ପ୍ରତ୍ୟେକ ସ୍ପାଇକ୍, ପ୍ରତ୍ୟେକ ବ୍ଲକ ଏବଂ ପ୍ରତ୍ୟେକ ପଏଣ୍ଟ ଭାରତର କ୍ରୀଡ଼ା ଆକାଂକ୍ଷାକୁ ଆହୁରି ଶିଖରକୁ ନେଇଯାଉ। ଏହି ଆଶା ସହିତ, ମୁଁ ପୁଣି ଥରେ, ଆପଣମାନଙ୍କୁ ମୋର ସହୃଦୟ ଶୁଭକାମନା ଜଣାଉଛି। 

ଧନ୍ୟବାଦ। ବନ୍ଦେ ମାତରମ୍!