ବିଳମ୍ବିତ ସୁଲଭ ଓ ମଧ୍ୟମ-ଆୟ ଆବାସିକ ପ୍ରକଳ୍ପକୁ ପାଣ୍ଠି ଯୋଗାଣ ପାଇଁ ସ୍ୱତନ୍ତ୍ର ୱିଣ୍ଡୋ ବ୍ୟବସ୍ଥାକୁ କ୍ୟାବିନେଟ ମଞ୍ଜୁରି
ଏହି ପାଣ୍ଠିର ଉଦ୍ଦେଶ୍ୟ ପୂରଣ କରିବା ପାଇଁ ସରକାର ଏକ ପ୍ରାୟୋଜକ ଭାବେ କାର୍ଯ୍ୟ କରିବେ ଏବଂ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ପ୍ରତିବଦ୍ଧତା 10,000 କୋଟି ଟଙ୍କା ପର୍ଯ୍ୟନ୍ତ ହେବ

ଅଟକି ରହିଥିବା ସୁଲଭ ଏବଂ ମଧ୍ୟମ-ଆୟ ଆବାସିକ କ୍ଷେତ୍ର ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ଲାଗି ପ୍ରାଥମିକତା ଆଧାରରେ ଋଣ ପ୍ରଦାନ କରାଯିବ । ଏଥିପାଇଁ ସ୍ଵତନ୍ତ୍ର ୱିଣ୍ଡୋ ପାଣ୍ଠି ସ୍ଥାପନା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଏହି ପାଣ୍ଠିର ଉଦ୍ଦେଶ୍ୟ ପୂରଣ କରିବା ପାଇଁ ସରକାର ଏକ ପ୍ରାୟୋଜକ ଭାବେ କାର୍ଯ୍ୟ କରିବେ ଏବଂ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ପ୍ରତିବଦ୍ଧତା 10,000 କୋଟି ଟଙ୍କା ପର୍ଯ୍ୟନ୍ତ ହେବ ।

ଏହି ପାଣ୍ଠି ସେବି ସହିତ ପଞ୍ଜିକୃତ ଶ୍ରେଣୀ-11 ଏଆଇଏଫ (ବୈକଳ୍ପିକ ନିବେଶ ପାଣ୍ଠି) ଋଣ ପାଣ୍ଠି ଭାବେ ସ୍ଥାପିତ କରାଯିବ ଏବଂ ପେସାଗତ ଭାବେ ଏହାର ଉପଯୋଗ କରାଯିବ ।

ସ୍ୱତନ୍ତ୍ର ୱିଣ୍ଡୋ ଅନ୍ତର୍ଗତ ପ୍ରଥମ ଏଆଇଏଫ ପାଇଁ ଏହି ପ୍ରସ୍ତାବ ପ୍ରଦାନ କରାଯାଇଛି ଯେ, ଏସବିଆଇସିଏପି ବେଂଚର୍ସ ଲିମିଟେଡ ନିବେଶ ପ୍ରବନ୍ଧକ ଭାବେ କାମ କରିବ ।

ଏହି ପାଣ୍ଠି ଜରିଆରେ ଅଧା ପଡିଥିବା ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ଅର୍ଥ ଆବଶ୍ୟକ କରୁଥିବା ଡେଭଲପରମାନଙ୍କୁ ରିହାତି ପ୍ରଦାନ କରାଯିବ । ଏହାର ପରିମାଣସ୍ୱରୂପ ଘର କିଣୁଥିବା ଲୋକଙ୍କୁ ଘର ମିଳିପାରିବ ।

ରିଅଲ ଇଷ୍ଟେଟ ଉଦ୍ୟୋଗ ଅନ୍ୟ ଉଦ୍ୟୋଗ ସହିତ ଜଡିତ ରହିଛି । ଏଥିପାଇଁ ଏହି କ୍ଷେତ୍ରର ବିକାଶ ଫଳରେ ଭାରତୀୟ ଅର୍ଥବ୍ୟବସ୍ଥାର ଅନ୍ୟ ପ୍ରମୁଖ କ୍ଷେତ୍ରରେ ଥିବା ଚାପ ଦୂର କରିବା ଦିଗରେ ସକାରାତ୍ମକ ପ୍ରଭାବ ପଡିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From school to PG, girls now outnumber boys

Media Coverage

From school to PG, girls now outnumber boys
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 1, 2026
May 01, 2026

From Stolen Treasures to Smart Trains: PM Modi’s Blueprint for a Proud, Connected, Self-Reliant India