ଅଟକି ରହିଥିବା ସୁଲଭ ଏବଂ ମଧ୍ୟମ-ଆୟ ଆବାସିକ କ୍ଷେତ୍ର ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ଲାଗି ପ୍ରାଥମିକତା ଆଧାରରେ ଋଣ ପ୍ରଦାନ କରାଯିବ । ଏଥିପାଇଁ ସ୍ଵତନ୍ତ୍ର ୱିଣ୍ଡୋ ପାଣ୍ଠି ସ୍ଥାପନା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।
ଏହି ପାଣ୍ଠିର ଉଦ୍ଦେଶ୍ୟ ପୂରଣ କରିବା ପାଇଁ ସରକାର ଏକ ପ୍ରାୟୋଜକ ଭାବେ କାର୍ଯ୍ୟ କରିବେ ଏବଂ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ପ୍ରତିବଦ୍ଧତା 10,000 କୋଟି ଟଙ୍କା ପର୍ଯ୍ୟନ୍ତ ହେବ ।
ଏହି ପାଣ୍ଠି ସେବି ସହିତ ପଞ୍ଜିକୃତ ଶ୍ରେଣୀ-11 ଏଆଇଏଫ (ବୈକଳ୍ପିକ ନିବେଶ ପାଣ୍ଠି) ଋଣ ପାଣ୍ଠି ଭାବେ ସ୍ଥାପିତ କରାଯିବ ଏବଂ ପେସାଗତ ଭାବେ ଏହାର ଉପଯୋଗ କରାଯିବ ।
ସ୍ୱତନ୍ତ୍ର ୱିଣ୍ଡୋ ଅନ୍ତର୍ଗତ ପ୍ରଥମ ଏଆଇଏଫ ପାଇଁ ଏହି ପ୍ରସ୍ତାବ ପ୍ରଦାନ କରାଯାଇଛି ଯେ, ଏସବିଆଇସିଏପି ବେଂଚର୍ସ ଲିମିଟେଡ ନିବେଶ ପ୍ରବନ୍ଧକ ଭାବେ କାମ କରିବ ।
ଏହି ପାଣ୍ଠି ଜରିଆରେ ଅଧା ପଡିଥିବା ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ଅର୍ଥ ଆବଶ୍ୟକ କରୁଥିବା ଡେଭଲପରମାନଙ୍କୁ ରିହାତି ପ୍ରଦାନ କରାଯିବ । ଏହାର ପରିମାଣସ୍ୱରୂପ ଘର କିଣୁଥିବା ଲୋକଙ୍କୁ ଘର ମିଳିପାରିବ ।
ରିଅଲ ଇଷ୍ଟେଟ ଉଦ୍ୟୋଗ ଅନ୍ୟ ଉଦ୍ୟୋଗ ସହିତ ଜଡିତ ରହିଛି । ଏଥିପାଇଁ ଏହି କ୍ଷେତ୍ରର ବିକାଶ ଫଳରେ ଭାରତୀୟ ଅର୍ଥବ୍ୟବସ୍ଥାର ଅନ୍ୟ ପ୍ରମୁଖ କ୍ଷେତ୍ରରେ ଥିବା ଚାପ ଦୂର କରିବା ଦିଗରେ ସକାରାତ୍ମକ ପ୍ରଭାବ ପଡିବ ।


