1. ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶର ତିନୋଟି ପ୍ରମୁଖ ରେଳ ଷ୍ଟେସନର ବିକାଶ ନିମନ୍ତେ ଭାରତୀୟ ରେଳବାଇ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏସବୁ ଷ୍ଟେସନର ବିକାଶ ପାଇଁ ପ୍ରାୟ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ରେଳ ଷ୍ଟେସନଗୁଡ଼ିକ ହେଲେ:

     

    1. ନୂଆଦିଲ୍ଲୀ ରେଳ ଷ୍ଟେସନ;

    2. ଅହମ୍ମଦାବାଦ ରେଳ ଷ୍ଟେସନ; ଏବଂ

    3. ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସଏମଟି) ମୁମ୍ବାଇ

     

    ଯେକୌଣସି ସହର ପାଇଁ ରେଳ ଷ୍ଟେସନ ଏକ ଗୁରୁତ୍ବପୂର୍ଣ୍ଣ ଏବଂ କେନ୍ଦ୍ରୀୟ ସ୍ଥାନ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରେଳବାଇର ରୂପାନ୍ତରଣରେ ଷ୍ଟେସନଗୁଡ଼ିକର ବିକାଶ ଉପରେ ଗୁରୁତ୍ବ ଦେଇଛନ୍ତି । ଆଜିର କ୍ୟାବିନେଟ ନିଷ୍ପତ୍ତି ରେଳ ଷ୍ଟେସନଗୁଡ଼ିକର ବିକାଶ ପାଇଁ ଏକ ନୂତନ ମାର୍ଗ ପ୍ରଶସ୍ତ କରିବ । ଦେଶରେ ୧୯୯ଟି ଷ୍ଟେସନର ପୁନଃବିକାଶ କାର୍ଯ୍ୟ ଜାରି ରହିଛି । ଏଥିମଧ୍ୟରୁ ୪୭ଟି ଷ୍ଟେସନର ବିକାଶ ପାଇଁ ଟେଣ୍ଡର ଜାରି କରାଯାଇ ସାରିଛି । ଅବଶିଷ୍ଟ ଷ୍ଟେସନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତି ଏବଂ ଡିଜାଇନ କାର୍ଯ୍ୟ ଜାରି ରହିଛି । ଏବେ ସୁଦ୍ଧା ୩୨ଟି ଷ୍ଟେସନର ବିକାଶ କାର୍ଯ୍ୟରେ ଅଗ୍ରଗତି ଜାରି ରହିଛି । ଦେଶର ତିନୋଟି ବଡ଼ ରେଳ ଷ୍ଟେସନ ଯଥା ନୂଆଦିଲ୍ଲୀ ରେଳ ଷ୍ଟେସନ , ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସଏମଟି) ମୁମ୍ବାଇ ଏବଂ ଅହମ୍ମଦାବାଦ ରେଳ ଷ୍ଟେସନର ବିକାଶ ପାଇଁ ଆଜି କେନ୍ଦ୍ର କ୍ୟାବିନେଟ ୧୦ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

    ଷ୍ଟେସନ ଡିଜାଇନରେ ମାନକ ଉପାଦାନ ଗୁଡ଼ିକ ହେବ:

    • ପ୍ରତ୍ୟେକ ଷ୍ଟେସନରେ ଏକ ପ୍ରଶସ୍ତ ପରିସର ବା ରୁଫ ପ୍ଲାଜା (୩୬/୭୨/୧୦୮ ମିଟର) ରହିବା ସହିତ ଖୁଚୁରା ବ୍ୟବସାୟ, କ୍ୟାଫେଟେରିଆ, ଅବସର ବିନୋଦନ ସମେତ ସବୁ ଯାତ୍ରୀ ସୁବିଧା ଗୋଟିଏ ସ୍ଥାନରେ ଉପଲବ୍ଧ ହେବ ।
    • ସହରର ଉଭୟ ପାର୍ଶ୍ବ ଷ୍ଟେସନ ସହିତ ଯୋଡ଼ି ହେବ, ରେଳ ଟ୍ରାକର ଉଭୟ ପାର୍ଶ୍ବରେ ଷ୍ଟେସନ ବିଲ୍ଡିଂ ରହିବ ।
    • ଫୁଡ କୋର୍ଟ, ଯାତ୍ରୀ ପ୍ରତୀକ୍ଷାଳୟ, ପିଲାମାନଙ୍କ ଖେଳିବା ସ୍ଥାନ, ସ୍ଥାନୀୟ ଉତ୍ପାଦ ପାଇଁ ସ୍ଥାନ ଆଦି ସୁବିଧା ଷ୍ଟେସନରେ ଉପଲବ୍ଧ ହେବ।
    • ସହର ଭିତରେ ରହିଥିବା ଷ୍ଟେସନଗୁଡ଼ିକରେ ଏକ ସିଟି ସେଣ୍ଟର ବା ସହର କେନ୍ଦ୍ରସ୍ଥଳୀ ଭଳି ସ୍ଥାନ ରହିବ ।
    • ଷ୍ଟେସନଗୁଡ଼ିକୁ ଆରାମଦାୟକ କରିବା ଲାଗି ଯଥେଷ୍ଟ ଆଲୋକୀକରଣ, ମାର୍ଗ ସନ୍ଧାନ ସଙ୍କେତ/ଚିହ୍ନ, ଆକାଉଷ୍ଟିକ୍ସ, ଲିଫ୍ଟ/ଏସ୍କେଲେଟର୍ସ/ଟ୍ରାଭେଲେଟର୍ସ ରହିବ। 
    • ଯଥେଷ୍ଟ ପାର୍କିଂ ସୁବିଧା ସହିତ ସୁଗମ ଟ୍ରାଫିକ ଗତିବିଧି ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି ।
    • ମେଟ୍ରୋ, ବସ ଆଦି ଅନ୍ୟ ପରିବହନ ମାଧ୍ୟମ ସହିତ ସଂଯୋଗୀକରଣ ପାଇଁ ବ୍ୟବସ୍ଥା କରାଯିବ।
    • ସୌର ଶକ୍ତି, ଜଳ ସଂରକ୍ଷଣ/ଜଳ ପୁନଃଚକ୍ରଣ ଏବଂ ବୃକ୍ଷ ଘନତାରେ ସୁଧାର ସହିତ ସବୁଜ ଅଟ୍ଟାଳିକା ଜ୍ଞାନକୌଶଳ ବ୍ୟବହାର କରାଯିବ ।
    • ଦିବ୍ୟାଙ୍ଗଙ୍କ ପାଇଁ ଅନୁକୂଳ ସୁବିଧା ଯୋଗାଇ ଦେବା ଲାଗି ବିଶେଷ ଧ୍ୟାନ ଦିଆଯିବ ।
    • ଇଣ୍ଟେଲିଜେଣ୍ଟ ବିଲ୍ଡିଂ ଅବଧାରଣା ସହିତ ଏସବୁ ଷ୍ଟେସନଗୁଡ଼ିକର ବିକାଶ କରାଯିବ ।
    • ଆଗମନ/ପ୍ରସ୍ଥାନ ପାଇଁ ଅଲଗା ବ୍ୟବସ୍ଥା ରହିବ, କୋଳାହଳ ମୁକ୍ତ ପ୍ଲାଟଫର୍ମ, ଉନ୍ନତ ପୃଷ୍ଠଭୂମି, ସମ୍ପୂର୍ଣ୍ଣ ଛାତ ଆଚ୍ଛାଦିତ ପ୍ଲାଟଫର୍ମ ନିର୍ମାଣ କରାଯିବ।
    • ସିସିଟିଭି ଏବଂ ଆକ୍ସେସ କଣ୍ଟ୍ରୋଲ ସଂଯୋଗ କରାଯିବା ସହିତ ଷ୍ଟେସନଗୁଡ଼ିକୁ ନିରାପଦ କରାଯିବ।
    • ଏଗୁଡ଼ିକ ଆଦର୍ଶ ଷ୍ଟେସନ ଅଟ୍ଟାଳିକା ହେବ ।
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
PM Modi arrives in Paris
June 18, 2026

PM Modi arrived in Paris, France, to a warm welcome by the Indian diaspora.

During the visit, PM Modi will attend the VivaTech 2026 alongside President Macron. India will have the largest national pavilion at this edition, a fitting symbol of the enormous potential for partnership between Indian and European innovation ecosystems. The PM will also meet the members of the vibrant Indian community in Paris.