ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ୨୦୨୫-୨୬ ବିପଣନ ଋତୁ ପାଇଁ ରବି ଫସଲ ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି।

କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସରକାର ୨୦୨୫-୨୬ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବଢ଼ାଇଛନ୍ତି । କଳା ଓ ଧଳା ସୋରିଷ ପାଇଁ ଏମଏସପିରେ ସର୍ବାଧିକ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ମସୁର ଏମଏସପି କ୍ୱିଣ୍ଟାଲ ପିଛା ୨୭୫ ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି । ଚଣା, ଗହମ, କୁସୁମ ଓ ଯଅ ପାଇଁ କ୍ୱିଣ୍ଟାଲ ପିଛା ଏମଏସପି ଯଥାକ୍ରମେ ୨୧୦ ଟଙ୍କା, ୧୫୦ ଟଙ୍କା, ୧୪୦ ଟଙ୍କା ଓ ୧୩୦ ଟଙ୍କା ବୃଦ୍ଧି କରାଯାଇଛି ।

୨୦୨୫-୨୬ ବିପଣନ ଋତୁ ପାଇଁ ସମସ୍ତ ରବି ଫସଲର ଏମଏସପି ନିମ୍ନରେ ଦିଆଗଲା

(କୁଇଣ୍ଟାଲ୍‌ ପିଛା ଟଙ୍କା)

 

S. No.

Crops

MSP RMS 2025-26

Cost*of Production RMS 2025-26

Margin over cost

(in percent)

MSP RMS 2024-25

Increase in MSP

(Absolute)

1

Wheat

2425

1182

105

2275

150

2

Barley

1980

1239

60

1850

130

3

Gram

5650

3527

60

5440

210

4

Lentil (Masur)

6700

3537

89

6425

275

5

Rapeseed & Mustard

5950

3011

98

5650

300

6

Safflower

5940

3960

50

5800

140

 

*ନିୟୋଜିତ ମାନବ ଶ୍ରମ, ବଳଦ ଶ୍ରମିକ/ମେସିନ୍ ଶ୍ରମିକ, ଭାଗରେ ଜମି ନେବା ପାଇଁ ଦିଆଯାଇଥିବା ଭଡ଼ା, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଯନ୍ତ୍ରପାତି ଓ କୃଷି କୋଠା ବାବଦରେ କରାଯାଇଥିବା ବ୍ୟୟ, ଚଳନ୍ତି ପୁଞ୍ଜି ଉପରେ ସୁଧ, ପମ୍ପ ସେଟ୍ ଚଳାଇବା ପାଇଁ ଡିଜେଲ/ବିଦ୍ୟୁତ୍ ଇତ୍ୟାଦି ସମସ୍ତ ଦେୟ ବାବଦରେ ହୋଇଥିବା ବ୍ୟୟ ଆଦି ସହିତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପାରିବାରିକ ଶ୍ରମର ମୂଲ୍ୟକୁ ମିଶାଇ ଉତ୍ପାଦନ ଖର୍ଚ୍ଚ ହିସାବ କରାଯାଏ।

କେନ୍ଦ୍ର ବଜେଟ ୨୦୧୮-୧୯ ଘୋଷଣା ଅନୁଯାୟୀ, ସର୍ବଭାରତୀୟ ଭାରପ୍ରାପ୍ତ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମରେ ୧.୫ ଗୁଣ ସ୍ତରରେ ଏମଏସପି ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଅନୁସରଣ କରି, ବିପଣନ ଋତୁ ୨୦୨୫-୨୬ ପାଇଁ ବାଧ୍ୟତାମୂଳକ ରବି ଫସଲଗୁଡ଼ିକ ଏମଏସପି ବୃଦ୍ଧି କରାଯାଇଛି । ସର୍ବଭାରତୀୟ ଭାରପ୍ରାପ୍ତ ହାରାହାରି ଉତ୍ପାଦନ ଖର୍ଚ୍ଚ ତୁଳନାରେ ପ୍ରତ୍ୟାଶିତ ଅନ୍ତର ଗହମ ପାଇଁ ୧୦୫ ପ୍ରତିଶତ ଥିବା ବେଳେ କଳା ଓ ଧଳା ସୋରିଷ ପାଇଁ ୯୮ ପ୍ରତିଶତ; ଡାଲି ପାଇଁ ୮୯ ପ୍ରତିଶତ; ଚଣା ପାଇଁ ୬୦ ପ୍ରତିଶତ; ଯଅ ପାଇଁ ୬୦ ପ୍ରତିଶତ; ଏବଂ କୁସୁମ ପାଇଁ ୫୦ ପ୍ରତିଶତ ହେବ। ରବି ଫସଲର ଏହି ବର୍ଦ୍ଧିତ ଏମଏସପି କୃଷକମାନଙ୍କ ପାଇଁ ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବ ଏବଂ ଫସଲ ବିବିଧତାକୁ ପ୍ରୋତ୍ସାହିତ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
States benefit from GST reform

Media Coverage

States benefit from GST reform
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Sachin Siwach on winning Gold in Men’s 60 kg Boxing
August 02, 2026

The Prime Minister, Shri Narendra Modi, has congratulated Sachin Siwach on winning the Gold medal in the Men’s 60 kg Boxing event at the Commonwealth Games 2026 in Glasgow.

The Prime Minister said that Sachin Siwach’s achievement will inspire several young boxers.

Shri Modi extended his best wishes to him for his future endeavours and expressed hope that he would continue to make India proud.

The Prime Minister wrote on X;

“Sachin Siwach strikes Gold at Glasgow!

Congrats to him for the success in the Men's 60 kg Boxing event. He will motivate several young boxers. All the best for his endeavours ahead. May he always make India proud.

#CWG2026”