ଏହି ନିଷ୍ପତ୍ତି ଦ୍ୱାରା ୫ କୋଟି ଆଖୁ ଚାଷୀ ଏବଂ ଚିନି କଳ ଓ ଆନୁସଙ୍ଗିକ କ୍ଷେତ୍ରରେ କାମ କରୁଥିବା ୫ ଲକ୍ଷରୁ ଅଧିକ ଶ୍ରମିକ ହେବେ ଲାଭାନ୍ୱିତ

ଆଖୁ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକରେ ଆଖୁର ଉଚିତ୍‌ ଏବଂ ଲାଭକାରୀ ମୂଲ୍ୟ (ଏଫଆରପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି। ୨୦୨୬-୨୭ ଋତୁ (ଅକ୍ଟୋବର-ସେପ୍ଟେମ୍ବର) ପାଇଁ ଆଖୁ କ୍ୱିଣ୍ଟାଲ ପିଛା ୩୬୫ ଟଙ୍କାରେ କିଣାଯିବାକୁ ନିଷ୍ପତ୍ତି ହୋଇଛି। ଏହି ଦର ୧୦.୨୫% ମୂଳ ଅସୁଲି ଦର ଉପରେ ଆଧାରିତ । ଏହା ଅଧୀନରେ ୧୦.୨୫% ଠାରୁ ଅଧିକ ଅସୁଲିରେ ହେଉଥିବା ପ୍ରତ୍ୟେକ ୦.୧% ବୃଦ୍ଧି ଲାଗି କ୍ୱିଣ୍ଟାଲ ପିଛା ୩.୬୫ ଟଙ୍କା ପ୍ରିମିୟମ ପ୍ରଦାନ କରାଯିବ। ଅସୁଲିରେ ହେଉଥିବା ପ୍ରତ୍ୟେକ ୦.୧% ହ୍ରାସ ଲାଗି ଏଫଆରପିରେ କ୍ୱିଣ୍ଟାଲ ପିଛା ୩.୫୬ ଟଙ୍କା କାଟି ଦିଆଯିବ ।

ଯେଉଁ ଚିନି କଳରେ ଅସୁଲି ହାର ୯.୫% ରୁ କମ୍ ଅଛି ସେଠାରେ କୌଣସି ପ୍ରକାର କାଟ୍‌ କରାଯିବ ନାହିଁ । ଆଖୁ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଚାଷୀମାନେ ଆଗାମୀ ଚିନି ଋତୁ ୨୦୨୬-୨୭ରେ ଆଖୁ ପାଇଁ କ୍ୱିଣ୍ଟାଲ ପିଛା ୩୩୮.୩ ଟଙ୍କା ପାଇବେ ।

୨୦୨୬-୨୭ ଚିନି ଋତୁ ପାଇଁ ଆଖୁର ଉତ୍ପାଦନ ଖର୍ଚ୍ଚ (ଏଟୁ +ଏଫଏଲ) କ୍ୱିଣ୍ଟାଲ ପିଛା ୧୮୨ ଟଙ୍କା ରହିଛି । ୧୦.୨୫% ଅସୁଲି ହାରରେ ଏହି ଏଫଆରପି କ୍ୱିଣ୍ଟାଲ ପିଛା ୩୬୫ ଟଙ୍କା ଧାର୍ଯ୍ୟ ହୋଇଥିବାରୁ ଏହା ଉତ୍ପାଦନ ଖର୍ଚ୍ଚ ତୁଳନାରେ ୧୦୦.୫% ଅଧିକ। ୨୦୨୬-୨୭ ଚିନି ଋତୁ ପାଇଁ ଏଫଆରପି ଚଳିତ ଚିନି ଋତୁ ୨୦୨୫-୨୬ ତୁଳନାରେ ୨.୮୧% ଅଧିକ ।

ଅନୁମୋଦିତ ଏଫଆରପି ଚିନି କଳଗୁଡ଼ିକ ଦ୍ୱାରା ଚିନି ଋତୁ ୨୦୨୬-୨୭ (୧ ଅକ୍ଟୋବର, ୨୦୨୬ ରୁ ଆରମ୍ଭ) ରେ ଚାଷୀଙ୍କଠାରୁ ଆଖୁ କ୍ରୟ ପାଇଁ ପ୍ରଯୁଜ୍ୟ ହେବ। ଚିନି କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ କୃଷିଭିତ୍ତିକ କ୍ଷେତ୍ର । ଏହା ଉପରେ ପ୍ରାୟ ୫ କୋଟି ଆଖୁ ଚାଷୀ ଏବଂ ସେମାନଙ୍କ ପରିବାରବର୍ଗ ସହିତ ଚିନି କଳରେ କାର୍ଯ୍ୟରତ ପ୍ରାୟ ୫ ଲକ୍ଷରୁ ଅଧିକ ଶ୍ରମିକ ନିର୍ଭରଶୀଳ। ଏହାବ୍ୟତୀତ କୃଷି ଶ୍ରମ ଓ ପରିବହନ ସମେତ ଆନୁସଙ୍ଗିକ କାର୍ଯ୍ୟକଳାପରେ ବହୁ ଲୋକଙ୍କ ଜୀବିକା ମଧ୍ୟ ଏହି କ୍ଷେତ୍ର ସହ ଜଡ଼ିତ ।

ପୃଷ୍ଠଭୂମି

ସୂଚନାଯୋଗ୍ୟ, କୃଷି ବ୍ୟୟ ଏବଂ ମୂଲ୍ୟ ଆୟୋଗ (ସିଏସିପି) ର ସୁପାରିସ ଆଧାରରେ ଏବଂ ରାଜ୍ୟ ସରକାର ତଥା ଅନ୍ୟ ଅଂଶୀଦାରମାନଙ୍କ ସହିତ ପରାମର୍ଶ ପରେ ଏଫଆରପି ନିର୍ଦ୍ଧାରଣ କରାଯାଇଛି।

ପୂର୍ବ ଚିନି ଋତୁ ୨୦୨୪-୨୫ରେ, ୧,୦୨,୬୮୭ କୋଟି ଟଙ୍କା ଆଖୁ ବକେୟା ମଧ୍ୟରୁ ୨୦ ଏପ୍ରିଲ ୨୦୨୬ ସୁଦ୍ଧା ଚାଷୀମାନଙ୍କୁ ପ୍ରାୟ ୧,୦୨,୨୦୯ କୋଟି ଟଙ୍କା ଆଖୁ ବକେୟା ପରିଶୋଧ କରାଯାଇଛି । ସେହିପରି, ପ୍ରାୟ ୯୯.୫% ଆଖୁ ବକେୟା ପରିଶୋଧ କରାଯାଇଛି। ଚଳିତ ଚିନି ଋତୁ ୨୦୨୫-୨୬ରେ, ୧,୧୨,୭୪୦ କୋଟି ଟଙ୍କା ଆଖୁ ବକେୟା ମଧ୍ୟରୁ ୨୦ ଏପ୍ରିଲ ୨୦୨୬ ସୁଦ୍ଧା ଚାଷୀମାନଙ୍କୁ ପ୍ରାୟ ୯୯,୯୬୧ କୋଟି ଟଙ୍କା ଆଖୁ ବକେୟା ପରିଶୋଧ କରାଯାଇଛି; ଏହିପରି, ପ୍ରାୟ ୮୮.୬% ଆଖୁ ବକେୟା ପରିଶୋଧ କରାଯାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026