ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାଧୀନତା ଦିବସ ଭାଷଣରେ ଚାଉଳରେ ଭିଟାମିନ୍ ମିଶାଇ ଏହାକୁ ସମୃଦ୍ଧ (ଫଟିଫିକେସନ) କରିବା କଥା ଘୋଷଣା କରିଥିଲେ
ଏ ବାବଦ (ଫଟିଫିକେସନ) ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ଏବଂ ଏଥିପାଇଁ ବର୍ଷକୁ ୨୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ
ଭିଟାମିନ୍‌ଯୁ୍‌କ୍ତ ଚାଉଳ ଦେଶର ପ୍ରତ୍ୟେକ ଦରିଦ୍ୟ ବ୍ୟକ୍ତିଙ୍କୁ ଉପଯୁକ୍ତ ପୁଷ୍ଟି ଯୋଗାଇବ ଏବଂ ସେମାନେ ଆବଶ୍ୟକ ପୋଷକ ତତ୍ୱ ପାଇବେ । ଏହା ଦ୍ୱାରା ମହିଳା, ଶିଶୁ ଓ ପ୍ରସୂତିମାନେ କୁପୋଷଣ ଜନିତ ସମସ୍ୟାରୁ ମୁକ୍ତ ହେବେ
ଭାରତୀୟ ଖାଦ୍ୟ ନିଗମ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥା ଇତିମଧ୍ୟରେ ୮୮.୬୫ଲକ୍ଷ ମେଟ୍ରିକ ଟନ ଫଟିଫାଏଡ ଚାଉଳ ସଂଗ୍ରହ କରିସାରିଲେଣି ଏବଂ ତାହାର ଯୋଗାଣ ଓ ବଣ୍ଟନ ଖୁବଶୀଘ୍ର ଆରମ୍ଭ ହେବ

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଗତ ଲକ୍ଷ୍ୟଭିତ୍ତିକ ସାଧାରଣ ବଂଟନ ବ୍ୟବସ୍ଥା (ଟିପିଡିଏସ୍‌), ସମନ୍ୱିତ ଶିଶୁ ବିକାଶ ସେବା ଆଇସିଡିଏସ, ପ୍ରଧାନମନ୍ତ୍ରୀ ପୋଷଣଶକ୍ତି ନିର୍ମାଣ -ପିଏମ୍ ପେ।।ଷଣ(ପୂର୍ବରୁ ମଧ୍ୟାହ୍ନଭୋଜନ ଯୋଜନା)ଏବଂ ଭାରତ ସରକାର ଅନ୍ୟାନ୍ୟ କଲ୍ୟାଣ ମୂଳକ କାର୍ଯ୍ୟକ୍ରମରେ ଫଟିଫାଏଡ ଚାଉଳ ଯୋଗାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଉପରୋକ୍ତ ଯୋଜନା ନିମନ୍ତେ ଏହି ଚାଉଳ ୨୦୨୪ ସୁଦ୍ଧା ପର୍ଯ୍ୟାୟକ୍ରମେ ଯୋଗାଇ ଦିଆଯିବ ।

ଏହି ଚାଉଳକୁ ଭିଟାମିନ ଯୁକ୍ତ କରିବା ପାଇଁ ବର୍ଷକୁ ପ୍ରାୟ ୨୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ସେ ବାବଦ ସମସ୍ତ ବ୍ୟୟ କେନ୍ଦ୍ର ସରକାର ବହନ କରିବେ । ଏହି ଯୋଗାଣ ବ୍ୟବସ୍ଥା ୨୦୨୪ ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବା ଯାଏ ଏଥିପାଇଁ ଯେଉଁ ଅତିରିକ୍ତ ଖର୍ଚ୍ଚ (ଫଟିଫିକେସନ ବାବଦ) ପଡିବ ତାହାକୁ ଖାଦ୍ୟ ସବ୍‌ସିଡି ଆକାରରେ ଭରଣା କରାଯିବ ।

ନିମ୍ନରେ ପ୍ରଦତ୍ତ ତିନିଟି ପର୍ଯ୍ୟାୟରେ ଏହି ଭିଟାମିନ୍‌ଯୁକ୍ତ ଚାଉଳ ଯୋଗାଇ ଦିଆଯିବ ।

ପର୍ଯ୍ୟାୟ-୧

ପ୍ରଥମ ପର୍ଯ୍ୟାୟରେ ଏହି ଫଟିଫାଏଡ ଚାଉଳ ସମସ୍ତ ଆଇସିଡିଏସ୍ ଓ ପିଏମ୍ ପୋଷଣ ଯୋଜନାରେ ସମଗ୍ର ଦେଶରେ ମାର୍ଚ୍ଚ ୨୦୨୨ ସୁଦ୍ଧା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ଏହି ପର୍ଯ୍ୟାୟ ଏବେ କାର୍ଯ୍ୟକାରୀ ଅବସ୍ଥାରେ ରହିଛି ।

ପର୍ଯ୍ୟାୟ-୨- ମାର୍ଚ୍ଚ ୨୦୨୩ ସୁଦ୍ଧା ଏହି ଚାଉଳ ଦେଶର ମୋଟ ୨୯୧ ଆକାଂକ୍ଷୀ ଜିଲ୍ଲାରେ ତଥା ଟିଡିପିଏସ  ଏବଂ ଓଡବ୍ଲ୍ୟୁଏସ୍ ଯୋଜନାରେ ଯୋଗାଇ ଦିଆଯିବ ।

ପର୍ଯ୍ୟାୟ-୩ 

୨୦୨୪ ମାର୍ଚ୍ଚ ସୁଦ୍ଧା ଦେଶର ଅବଶିଷ୍ଟ ସବୁ ଜିଲ୍ଲାରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଏହି ଭିଟାମିନ୍‌ଯୁକ୍ତ ଚାଉଳ ହିତାଧିକାରୀଙ୍କୁ ଉପଲବ୍ଧ ହେବ ।

ଏହି ଯୋଜନାର କାର୍ଯ୍ୟକାରିତାକୁ  ସୁସଂହତ ଓ ସଫଳ କରିବାକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ତାହାର ଉଦ୍ୟମକୁ ଜୋରଦାର କରିଛି । ଏଥିପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନ ସହ ସମନ୍ୱୟ ବ୍ୟବସ୍ଥାକୁ ସୁଦୃଢ କରାଯାଉଛି । ଏହାଛଡା ଏଥିର ସମ୍ପୃକ୍ତ ସମସ୍ତ ପକ୍ଷ ଯଥା-ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ବିକାଶ ଅଂଶୀଦାର, ଉଦ୍ୟୋଗ, ଗବେଷଣା ପ୍ରତିଷ୍ଠାନ ସମୂହର ସହଯୋଗକୁ ସୁନିଶ୍ଚିତ କରାଯାଇଛି । ଏହି ଭିଟାମିନ୍‌ଯୁକ୍ତ ଚାଉଳ ସଂଗ୍ରହ କରିବାକୁ ଭାରତୀୟ ଖାଦ୍ୟ ନିଗମ ଏଫସିଆଇ ଓ ଅନ୍ୟାନ୍ୟ ସରକାରୀ ସଂଗ୍ରହକାରୀ ସଂସ୍ଥାମାନେ ମଧ୍ୟ ଲାଗିପଡିଛନ୍ତି । ବର୍ତ୍ତମାନ ସୁଦ୍ଧା ୮୮. ୬୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ କରାଯାଇ ଯୋଗାଣ ଓ ବଣ୍ଟନ ପାଇଁ ରଖାଗଲାଣି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୧ର ସ୍ୱାଧୀନତା ଦିବସ ଭାଷଣରେ ଗରିବ ଲୋକଙ୍କୁ ସରକାରୀ ଯୋଜନାରେ ଯୋଗାଇ ଦିଆଯାଉଥିବା ଚାଉଳକୁ ଭିଟାମିନଯୁକ୍ତ କରିବାକୁ ଘୋଷଣା କରିଥିଲେ । ଏହା ଦ୍ୱାରା ସମ୍ପୃକ୍ତ ହିତାଧିକାରୀଙ୍କ ପୁଷ୍ଟିସାଧନ ଆବଶ୍ୟକତା  ପୂରଣ ହୋଇପାରିବ ବୋଲି ସେ କହିଥିଲେ । ଦେଶରେ ଗରିବ ଜନତା, ବିଶେଷକରି ମହିଳା, ଶିଶୁ ଓ ପ୍ରସୂତି ଖାଦ୍ୟରେ ଉପଯୁକ୍ତ ପୋଷକ ତତ୍ୱ ପାଉ ନ ଥିବାରୁ କୁପୋଷଣର ସମ୍ମୁଖୀନ ହେବା ସହିତ  ଶାରୀରିକ ବିକାଶରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପ୍ରତିବନ୍ଧକ ହଟାଇବାକୁ ପ୍ରଧାନମନ୍ତ୍ରୀ ଭିଟାମିନ୍‌ଯୁକ୍ତ ଚାଉଳ ଯୋଗାଣକୁ ଗୁରୁତ୍ୱ ଦେଇଥିଲେ । ପୂର୍ବରୁ ଭିଟାମିନ୍‌ଯୁକ୍ତ ଚାଉଳ ପ୍ରସ୍ତୁତି ଓ ଏହାର ଯୋଗାଣ ପାଇଁ ୨୦୧୯-୨୦ରେ ଦେଶରେ କେନ୍ଦ୍ରୀୟ ଯୋଜନାରେ ଏକ ତିନିବର୍ଷିଆ ପାଇଲଟ୍ ଯୋଜନା ଭିତ୍ତିରେ ଆରମ୍ଭ ହୋଇଥିଲା ।

ଏଥିରେ ଗୋଟିଏ ରାଜ୍ୟରେ ଅତି କମ୍‌ରେ ଗୋଟିଏ ଜିଲ୍ଲାକୁ ସାମିଲ କରାଯାଇଥିଲା । ଓଡିଶା, ଆନ୍ଧ୍ରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, ଛତିଶଗଡ, ଉତ୍ତରପ୍ରଦେଶ, ଝାଡଖଣ୍ଡ, ତେଲଙ୍ଗାନା, ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡ ଆଦି ୧୧ଟି ରାଜ୍ୟରେ ଏହି ପାଇଲଟ ଯୋଜନା ସଫଳତାର ସହିତ କାର୍ଯ୍ୟକାରୀ ହୋଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଏହି ଚାଉଳ ସେସବୁ ଜିଲ୍ଲାରେ ଯୋଗାଇ ଦିଆଯାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi