ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପୁନର୍ଗଠିତ ପାଣିପାଗ ଆଧାରିତ ଫସଲ ବୀମା ଯୋଜନାକୁ ୨୦୨୧-୨୨ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ଜାରି ରଖିବାକୁ ମଞ୍ଜୁର କରିଛି । ଏହି ନିଷ୍ପତ୍ତି ୨୦୨୫-୨୬ ପର୍ଯ୍ୟନ୍ତ ସାରା ଦେଶର କୃଷକମାନଙ୍କ ପାଇଁ ଅଣ-ପ୍ରତିରୋଧଯୋଗ୍ୟ ପ୍ରାକୃତିକ ବିପର୍ଯ୍ୟୟରୁ ଫସଲ ପ୍ରତି ସୃଷ୍ଟି ହେଉଥିବା ବିପଦ ବିରୋଧରେ ବୀମା ଯୋଗାଇବାରେ ସାହାଯ୍ୟ କରିବ।

ଏହାବ୍ୟତୀତ, ଏହି ଯୋଜନାର କାର୍ଯ୍ୟାନ୍ୱୟନରେ ବ୍ୟାପକ ମାତ୍ରାରେ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଜରିଆରେ ସ୍ୱଚ୍ଛତା ବୃଦ୍ଧି, ବୀମା ଦାବି ଆକଳନ ଏବଂ ସମାଧାନ ଦିଗରେ ଅଗ୍ରସର ହେବା ଲାଗି କେନ୍ଦ୍ର କ୍ୟାବିନେଟ ୮୨୪.୭୭ କୋଟି ଟଙ୍କାର ବ୍ୟୟବରାଦ ସହିତ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ପାଣ୍ଠି (ଏଫ୍.ଆଇ.ଏ.ଟି.) ସୃଷ୍ଟି କରିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ଦେଇଛନ୍ତି।

ଏହି ପାଣ୍ଠିର ଉପଯୋଗ ୟେସ୍-ଟେକ୍, ୱିଣ୍ଡସ୍ ଇତ୍ୟାଦି ଯୋଜନା ଅଧୀନରେ ବୈଷୟିକ ପଦକ୍ଷେପ ତଥା ଗବେଷଣା ଓ ବିକାଶ ଅଧ୍ୟୟନ ପାଇଁ ପାଣ୍ଠି ଯୋଗାଇ ଦିଆଯିବ।

ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଥିବା ଅମଳ ଆକଳନ ପ୍ରଣାଳୀ (ୟେସ-ଟେକ) ଟେକ୍ନୋଲୋଜି ଆଧାରିତ ଅମଳ ଆକଳନ ନିମନ୍ତେ ସର୍ବନିମ୍ନ ୩୦ ପ୍ରତିଶତ ଭାର ସହିତ ଅମଳ ଆକଳନ କରିବା ଲାଗି ରିମୋଟ ସେନ୍ସିଂ ଟେକ୍ନୋଲୋଜି ବ୍ୟବହାର କରେ। ବର୍ତ୍ତମାନ, ନଅଟି ପ୍ରମୁଖ ରାଜ୍ୟ (ଯଥା ଆନ୍ଧ୍ର ପ୍ରଦେଶ, ଆସାମ, ହରିୟାଣା, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ତାମିଲନାଡ଼ୁ ଏବଂ କର୍ଣ୍ଣାଟକ) ଏହାକୁ କାର୍ଯ୍ୟକାରୀ କରୁଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଏହି ପ୍ରକ୍ରିୟାରେ ଦ୍ରୁତ ଗତିରେ ସାମିଲ ହେଉଛନ୍ତି। ୟେସ୍-ଟେକ୍ ର ବ୍ୟାପକ କାର୍ଯ୍ୟକାରିତା ସହିତ, ଅମଳ ସହିତ ଜଡିତ ପରୀକ୍ଷଣ ଏବଂ ଆନୁସଙ୍ଗିକ ପ୍ରସଙ୍ଗ ଧୀରେ ଧୀରେ ସମାପ୍ତ ହେବ। ୨୦୨୩-୨୪ ପାଇଁ ଦାବି ଗଣନା କରାଯାଇଛି ଏବଂ ୟେସ-ଟେକ ଅଧୀନରେ ସମାଧାନ କରାଯାଇଛି। ମଧ୍ୟପ୍ରଦେଶ ୧୦୦% ପ୍ରଯୁକ୍ତି ଆଧାରିତ ଉତ୍ପାଦନ ଆକଳନକୁ ଗ୍ରହଣ କରିଛି।

ପାଣିପାଗ ସୂଚନା ଏବଂ ନେଟୱର୍କ ଡାଟା ସିଷ୍ଟମ (ୱିଣ୍ଡ୍ସ) ବ୍ଲକ ସ୍ତରରେ ସ୍ୱୟଂକ୍ରିୟ ପାଣିପାଗ କେନ୍ଦ୍ର (ଏଡବ୍ଲୁଏସ) ଏବଂ ପଞ୍ଚାୟତ ସ୍ତରରେ ସ୍ୱୟଂକ୍ରିୟ ବର୍ଷା ମାପକ (ଏଆରଜି) ସ୍ଥାପନ ପାଇଁ ପରିକଳ୍ପନା କରିଛି। ୱିଣ୍ଡସ୍ ଅଧୀନରେ, ହାଇପର୍ ସ୍ଥାନୀୟ ପାଣିପାଗ ତଥ୍ୟ ବିକଶିତ କରିବା ପାଇଁ ବର୍ତ୍ତମାନର ନେଟୱାର୍କ ଘନତ୍ୱରେ ପାଞ୍ଚ ଗୁଣ ବୃଦ୍ଧି ପାଇଁ ପରିକଳ୍ପନା କରାଯାଇଛି। ଏହି ପଦକ୍ଷେପ ଅଧୀନରେ, କେବଳ ଡାଟା ଭଡ଼ା ଖର୍ଚ୍ଚ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ। ନଅଟି ପ୍ରମୁଖ ରାଜ୍ୟ (କେରଳ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ପୁଡୁଚେରୀ, ଆସାମ, ଓଡ଼ିଶା, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଏବଂ ରାଜସ୍ଥାନ) ୱିଣ୍ଡ୍ସ କାର୍ଯ୍ୟକାରୀ କରିବା ପ୍ରକ୍ରିୟାରେ ଥିବାବେଳେ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ବିଭିନ୍ନ ପୃଷ୍ଠଭୂମି ପ୍ରସ୍ତୁତି ଏବଂ ଟେଣ୍ଡର ପୂର୍ବରୁ ଆବଶ୍ୟକ ଯୋଜନା କାର୍ଯ୍ୟ ହେତୁ ରାଜ୍ୟଗୁଡ଼ିକ ଦ୍ୱାରା ୨୦୨୩-୨୪ (ଇ.ଏଫ୍.ସି. ଅନୁଯାୟୀ ପ୍ରଥମ ବର୍ଷ) ସମୟରେ ୱିଣ୍ଡ୍ସ କାର୍ଯ୍ୟକାରୀ ହୋଇପାରି ନାହିଁ। ତଦନୁସାରେ, କେନ୍ଦ୍ର କ୍ୟାବିନେଟ ୯୦:୧୦ ଅନୁପାତରେ ଅଧିକ କେନ୍ଦ୍ରୀୟ ପାଣ୍ଠି ଅଂଶ ସହିତ ରାଜ୍ୟ ସରକାରଙ୍କୁ ଉପକୃତ କରିବା ଉଦ୍ଦେଶ୍ୟରେ ୨୦୨୩-୨୪ ପରିବର୍ତ୍ତେ ୨୦୨୪-୨୫କୁ ୱିଣ୍ଡସର କାର୍ଯ୍ୟକାରିତାର ପ୍ରଥମ ବର୍ଷ ଭାବରେ ଅନୁମୋଦନ କରିଛନ୍ତି।

ଉତ୍ତର-ପୂର୍ବ ରାଜ୍ୟର ସମସ୍ତ କୃଷକଙ୍କୁ ପ୍ରାଥମିକତା ଭିତ୍ତିରେ ପରିପୂର୍ଣ୍ଣ କରିବା ପାଇଁ ସମସ୍ତ ପ୍ରୟାସ କରାଯାଇଛି ଏବଂ ଆଗକୁ ମଧ୍ୟ ଜାରି ରହିବ। ଏହି ପରିପ୍ରେକ୍ଷୀରେ, କେନ୍ଦ୍ର ସରକାର ପ୍ରିମିୟମ ସବସିଡିର ୯୦ ପ୍ରତିଶତ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସହିତ ବିତରଣ କରିଥାନ୍ତି। ତେବେ, ଏହି ଯୋଜନା ସ୍ୱେଚ୍ଛାକୃତ ହୋଇଥିବାରୁ ଏବଂ ଉତ୍ତର-ପୂର୍ବାଞ୍ଚଳର ରାଜ୍ୟଗୁଡ଼ିକରେ ମୋଟ ଶସ୍ୟ କ୍ଷେତ୍ର କମ୍ ଥିବାରୁ, ପାଣ୍ଠିର ଅପବ୍ୟବହାର ଓ ପାଣ୍ଠିର ଆବଶ୍ୟକତା ଥିବା ଅନ୍ୟ ବିକାଶମୂଳକ ପ୍ରକଳ୍ପ ଓ ଯୋଜନାଗୁଡ଼ିକୁ ଏହାର ପୁନଃ ଆବଣ୍ଟନକୁ ଏଡ଼ାଇବା ପାଇଁ ଏକ ନମନୀୟ ଆଭିମୁଖ୍ୟ ଗ୍ରହଣ କରାଯାଇଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modiji, Aap Ka Aura Hi Alag Hai’: Gen Z ‘Friends’ Click With PM At Vadodara Event

Media Coverage

‘Modiji, Aap Ka Aura Hi Alag Hai’: Gen Z ‘Friends’ Click With PM At Vadodara Event
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the value and transformative power of knowledge
September 09, 2026

The Prime Minister, Shri Narendra Modi, shared a Sanskrit Subhashitam highlighting that wisdom teaches the art of living in harmony with society. He said that knowledge imparts wisdom and prosperity, fills the heart with joy and enhances one’s dignity.

The Prime Minister shared a Sanskrit Subhashitam-

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”

The Subhashitam conveys that wisdom teaches the art of living in harmony with society. It grants knowledge and prosperity, fills the heart with joy, and raises one's dignity. Thus, wisdom is as precious as service to righteous governance, beloved by the heart, and a force that uplifts life.

The Prime Minister wrote on X;

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”