ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭୋଜପୁରର ମିଲେଟ ମହୋତ୍ସବ ଲୋକଙ୍କ ମଧ୍ୟରେ ଶ୍ରୀ ଅନ୍ନ ପ୍ରତି ସଚେତନତା ବୃଦ୍ଧି କରିବ । ଏହାକୁ ନିଜ ଖାଦ୍ୟରେ ସାମିଲ କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ ମଧ୍ୟ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ବିହାରର ଭୋଜପୁର ଜିଲ୍ଲାରେ ଫେବୃୟାରୀ ୨୮ରୁ ୧ ମାର୍ଚ୍ଚ, ୨୦୨୩ ପର୍ଯ୍ୟନ୍ତ ଦୁଇ ଦିନିଆ ମିଲେଟ ମହୋତ୍ସବ ଆୟୋଜିତ ହୋଇଥିଲା ।
କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଶ୍ରୀ ପଶୁପତି କୁମାର ପାରସଙ୍କ ଟ୍ୱିଟ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଭୋଜପୁରର ମିଲେଟ ମହୋତ୍ସବ ଶ୍ରୀ ଅନ୍ନ ପ୍ରତି ଲୋକଙ୍କ ସଚେତନତା ବଢାଇବା ସହିତ ଏହାକୁ ଖାଦ୍ୟପେୟରେ ସାମିଲ କରିବାକୁ ମଧ୍ୟ ପ୍ରେରିତ କରିବ ।
भोजपुर का मिलेट महोत्सव श्री अन्न के प्रति लोगों की जागरूकता तो बढ़ाएगा ही, साथ ही इसे खानपान में भी शामिल करने के लिए प्रेरित करेगा।https://t.co/7ow0ArjgIY https://t.co/KDJU890cPz
— Narendra Modi (@narendramodi) March 2, 2023


