“୧୦୦କୋଟି ଟିକାକରଣ କେବଳ ମାତ୍ର ସଂଖ୍ୟା ନୁହେଁ ବରଂ ଦେଶର ଶକ୍ତିର ପ୍ରତିଫଳନ”
“ଏହା ଭାରତ ଓ ପ୍ରତ୍ୟେକ ଦେଶବାସୀଙ୍କ ସଫଳତା”
“ଯେତେବେଳେ ରୋଗ କୌଣସି ବାଛବିଚାର ଦେଖେ ନାହିଁ ଟିକାକରଣ ପାଇଁ ମଧ୍ୟ କୌଣସି ତାରତମ୍ୟ ରହିବ ନାହିଁ । ସେ ଦୃଷ୍ଟିରୁ ଟିକାକରଣ ଅଭିଯାନରେ କୌଣସି ଭିଆଇପି ସଂସ୍କୃତି ଯେପରି ନ ରହେ ତାହା ସୁନିଶ୍ଚିତ କରାଯାଇଛି”
“ବିଶ୍ୱରେ ଭାରତର ଭେଷଜ କ୍ଷେତ୍ରରେ ଯେଉଁ ପ୍ରସିଦ୍ଧି ରହିଛି ତାହା ଆହୁରି ମଜବୁତ ହୋଇଛି”
“ଦେଶରେ ବୈଶ୍ୱିକ ମହାମାରୀ ବିରୁଦ୍ଧ ସଂଗ୍ରାମରେ ଜନସାଧାରଣଙ୍କ ଅଂଶୀଦାରୀତାକୁ ପ୍ରାଥମିକତା ଦେଇଛନ୍ତି ସରକାର” “ଭାରତର ସମଗ୍ର ଟିକାକରଣ କାର୍ଯ୍ୟକ୍ରମ ବିଜ୍ଞାନ ସମ୍ଭୁତ, ବିଜ୍ଞାନଭିତ୍ତିକ ଓ ବିଜ୍ଞାନ ପରିଚାଳିତ”
“ଆଜି ଭାରତୀୟ କମ୍ପାନୀଗୁଡିକରେ ରେକର୍ଡ ପୁଞ୍ଜି ବିନିଯୋଗ ସହିତ ଯୁବସମାଜ ପାଇଁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେଉଛି ।
ଷ୍ଟାର୍ଟଅପ୍‌ରେ ରେକର୍ଡ ପୁଞ୍ଜିନିବେଶ ଯୋଗୁଁ ନୂତନ କାହାଣୀମାନ ସୃଷ୍ଟି ହେଉଛି”
“ଯେପରି ସ୍ୱଚ୍ଛ ଭାରତ ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି, ସେହିଭଳି ଭାରତରେ ତିଆରି ଜିନିଷ କ୍ରୟ, ଭାରତୀୟମାନଙ୍କ ଦ୍ୱାରା ତିଆରି ଜିନିଷ କିଣିବା, ଭୋକାଲ ଫର ଲୋକାଲକୁ କାମରେ ଲଗାଯାଇଛି”
“ପ୍ରଚ୍ଛଦ ଯେତେ ଭଲ ସେଥିରେ କିଛି ଯାଏ ଆସେନା, ଅସ୍ତ୍ରୋପକରଣଭାବେ ଯେତେ ଆଧୁନିକ ହେଉ ପଛେ ଓ ଅସ୍ତ୍ରଶସ୍ତ୍ର ନିରାପତ୍ତାର ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ଦେଲେ ମଧ୍ୟ ଯୁଦ୍ଧବେଳେ ଅସ୍ତ୍ରଶସ୍ତ୍ରକୁ ଫୋପାଡି ଦିଆଯାଏ ନାହିଁ, ଲଗାମଛଡା ହେବାର କୌଣସି କାରଣ ନାହିଁ, ଆମର ପର୍ବପର୍ବାଣୀ ଖୁବ୍ ସତର୍କତାର ସହ ପାଳନ କରନ୍ତୁ”

ନମସ୍କାର, ମୋର ପ୍ରିୟ ଦେଶବାସୀଗଣ!

ଆଜି ମୁଁ ଏକ ବେଦ ବାକ୍ୟ ସହିତ ମୋ କଥାର ଆରମ୍ଭ କରିବାକୁ ଚାହୁଁଛି।

କୃତମ ମେ ଦକ୍ଷିଣ ହସ୍ତେ,

ଜୟୋ ମେ ସବ୍ୟ ଅହିତଃ।

ଏ କଥାକୁ ଭାରତ ସନ୍ଦର୍ଭରେ ଦେଖିଲେ ଏହାର ଅର୍ଥ ହେବ- ଆମ ଦେଶ ଗୋଟିଏ ପଟେ କର୍ତ୍ତବ୍ୟ ପାଳନ କଲା ଏବଂ ଅନ୍ୟପଟେ ଏହାକୁ ବଡ଼ ସଫଳତା ମିଳିଲା। ଆସନ୍ତାକାଲି ୨୧ ଅକ୍ଟୋବରରେ ଭାରତ ୧ ବିଲିୟନ, ୧୦୦ କୋଟି ଟିକା ଡୋଜ୍ ଦେବାର କଠିନ କିନ୍ତୁ ଅସାଧାରଣ ଲକ୍ଷ୍ୟ ହାସଲ କରିଛି। ଏହି ଉପଲବ୍ଧି ପଛରେ 130 କୋଟି ଦେଶବାସୀଙ୍କର କର୍ତ୍ତବ୍ୟଶକ୍ତି ରହିଛି, ସେଥିପାଇଁ ଏ ସଫଳତା ଭାରତର ସଫଳତା। ପ୍ରତ୍ୟେକ ଦେଶବାସୀଙ୍କର ସଫଳତା। ମୁଁ ଏଥିପାଇଁ ସମସ୍ତ ଦେଶବାସୀଙ୍କୁ ହୃଦୟରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।

ସାଥୀଗଣ,

୧୦୦ କୋଟି ଟିକା ଡୋଜ, ଏହା କେବଳ ଏକ ତଥ୍ୟ ନୁହେଁ। ଏହା ଦେଶର ସାମର୍ଥ୍ୟର ପ୍ରତିବିମ୍ବ ଅଟେ, ଇତିହାସରେ ଏକ ନୂତନ ଅଧ୍ୟାୟ ରଚନା ହୋଇଛି। ଏହା ସେହି ନୂତନ ଭାରତର ଛବି ଯାହାକି କଠିନ ଲକ୍ଷ୍ୟ ନିର୍ଦ୍ଧାରଣ କରି, ତାହାକୁ ହାସଲ କରିବା ଜାଣିଥାଏ। ଏହା ସେହି ନୂତନ ଭାରତର ଛବି ଯାହାକି ନିଜ ସଂକଳ୍ପର ସିଦ୍ଧି ନିମନ୍ତେ ପରିଶ୍ରମର ପରାକାଷ୍ଠା ପ୍ରଦର୍ଶନ କରିଛି।

ସାଥୀମାନେ,

ଆଜି ଅନେକ ଲୋକ ଭାରତର ଟିକାକରଣ କାର୍ଯ୍ୟକ୍ରମର ତୁଳନା ଦୁନିଆର ଅନ୍ୟ ଦେଶଗୁଡ଼ିକ ସହିତ କରୁଛନ୍ତି।  ଭାରତ ଯେଉଁ ଗତିରେ ୧୦୦ କୋଟି, ଏକ ବିଲିୟନ ସଂଖ୍ୟା ଅତିକ୍ରମ କଲା, ତାହାର ମଧ୍ୟ ପ୍ରଶଂସା କରାଯାଉଛି। କିନ୍ତୁ, ଏହି ବିଶ୍ଳେଷଣରେ ଗୋଟିଏ କଥା ସବୁବେଳେ ଆମେ ଛାଡ଼ି ଦେଇଥାଉ ଯେ ଆମେ ଏହି ଆରମ୍ଭ କେଉଁଠୁ କରିଥିଲୁ! ବିଶ୍ୱର ଅନ୍ୟ ବଡ଼ ଦେଶମାନେ, ଟିକା ଉପରେ ଗବେଷଣା କରିବା, ଟିକା ଖୋଜିବା, ଏହି କାର୍ଯ୍ୟରେ ବହୁ ଦଶନ୍ଧି ଧରି ବିଶେଷଜ୍ଞତା ହାସଲ କରିଥିଲେ। ଭାରତ ଅଧିକାଂଶ ସମୟରେ ଏସବୁ ଦେଶଗୁଡ଼ିକ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଟିକା ଉପରେ ନିର୍ଭର କରୁଥିଲା। ଏହି କାରଣରୁ  ୧୦୦ ବର୍ଷ ମଧ୍ୟରେ ସବୁଠୁ ବଡ଼ ମହାମାରୀ ଯେତେବେଳେ ଆସିଲା, ଭାରତ ଉପରେ ନାନା ପ୍ରଶ୍ନ ଉଠିଲା। ଭାରତ କ’ଣ ଏହି ବିଶ୍ୱ ମହାମାରୀର ମୁକାବିଲା କରିପାରିବ? ଭାରତ ଅନ୍ୟ ଦେଶମାନଙ୍କ ଠାରୁ ଟିକା କିଣିବା ଲାଗି ଏତେ ଟଙ୍କା ଆଣିବ କେଉଁଠୁ? ଭାରତକୁ ଟିକା କେବେ ମିଳିବ? ଭାରତର ଲୋକମାନଙ୍କୁ ଟିକା ମିଳିବ ନା ନାହିଁ? ଭାରତର ଏତେ ସଂଖ୍ୟକ ଲୋକମାନଙ୍କୁ କ’ଣ ଟିକା ଦେଇପାରିବ କି ଯାହାଫଳରେ ମହାମାରୀ ବ୍ୟାପିବା ଉପରେ ଅଙ୍କୁଶ ଲାଗିପାରିବ? ଭିନ୍ନ ଭିନ୍ନ ପ୍ରଶ୍ନ ଥିଲା, କିନ୍ତୁ ଆଜି ଏହି ୧୦୦ କୋଟି ଟିକା ଡୋଜ, ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଉଛି। ଭାରତ ନିଜ ନାଗରିକମାନଙ୍କୁ ୧୦୦ କୋଟି ଟିକା ଡୋଜ୍ ଦେଇସାରିଛି, ତାହା ପୁଣି ମାଗଣାରେ। ବିନା ଖର୍ଚ୍ଚରେ।

ସାଥୀଗଣ,

୧୦୦ କୋଟି ଟିକା ଡୋଜ ଦେବାର ଆଉ ଏକ ପ୍ରଭାବ ପଡ଼ିବ, ବିଶ୍ୱ ଏବେ ଭାରତକୁ  କରୋନାଠାରୁ ଅଧିକ ସୁରକ୍ଷିତ ବୋଲି ବିବେଚନା କରିବ। ଏକ ଫାର୍ମା ହବ୍ ରୂପରେ ଭାରତକୁ ବିଶ୍ୱରେ ଯେଉଁ ସ୍ୱୀକୃତି ମିଳିଛି, ତାହା ଆହୁରି ସୁଦୃଢ଼ ହେବ। ସାରା ବିଶ୍ୱ ଆଜି ଭାରତର ଏହି ଶକ୍ତିକୁ ଦେଖୁଛି, ଅନୁଭବ କରୁଛି।

ବନ୍ଧୁଗଣ,

ଭାରତର ଟିକାକରଣ ଅଭିଯାନ ‘ସବକା ସାଥ,  ସବକା ବିକାଶ ସବକା ବିଶ୍ୱାସ, ଏବଂ ସବକା ପ୍ରୟାସ’ର ସବୁଠୁ ବଡ଼ ଜୀବନ୍ତ ଉଦାହରଣ। କରୋନା ମହାମାରୀ ଆରମ୍ଭରେ ଏହା ମଧ୍ୟ ଆଶଙ୍କା ବ୍ୟକ୍ତ କରାଯାଉଥିଲା ଯେ ଭାରତ ଭଳି ଗଣତନ୍ତ୍ରରେ ଏହି ମହାମାରୀର ମୁକାବିଲା କରିବା ଅତ୍ୟନ୍ତ କଷ୍ଟକର ହେବ। ଭାରତ ପାଇଁ, ଭାରତର ଲୋକମାନଙ୍କ ପାଇଁ ଏହା ମଧ୍ୟ କୁହାଯାଉଥିଲା ଯେ ଏତେ ସଂଯମ, ଏତେ ଅନୁଶାସନ ଏଠି କେମିତି ଚାଲିବ? କିନ୍ତୁ ଆମ ପାଇଁ ଗଣତନ୍ତ୍ରର ଅର୍ଥ ହେଉଛି- ‘ସବକା ସାଥ’। ସମସ୍ତଙ୍କୁ ସାଥୀରେ ନେଇ ଦେଶ, ‘ସମସ୍ତଙ୍କୁ ଟିକା’, ‘ମାଗଣାରେ ଟିକା’ ଦେବାର ଅଭିଯାନ ଆରମ୍ଭ କଲା। ଗରିବ-ଧନୀ, ଗାଁ-ସହର, ଦୂର-ସୁଦୂର, ଦେଶର ଗୋଟିଏ ମନ୍ତ୍ର

ରହିଲା ଯେ- ଯଦି ରୋଗ ଭେଦଭାବ କରେ ନାହିଁ, ତା’ହେଲେ ଟିକାରେ ମଧ୍ୟ ଭେଦଭାବ ହେବା ଉଚିତ୍ ନୁହେଁ! ସେଥିପାଇଁ, ଏହା ସୁନିଶ୍ଚିତ କରାଗଲା ଯେ ଟିକାକରଣ ଅଭିଯାନ ଉପରେ ଯେମିତି ଭିଆଇପି ସଂସ୍କୃତି ପ୍ରଭାବୀ ନହେଉ। ଯିଏ ଯେତେ ବଡ଼ ପଦବୀରେ ଥାଉ ନା କାହିଁକି, ଯେତେ ଧନୀ ହୋଇଥାଉ ପଛେ, ତାଙ୍କୁ ସାଧାରଣ ନାଗରିକମାନଙ୍କ ଭଳି ଟିକା ନେବାକୁ ହେବ।

ସାଥୀମାନେ,

ଆମ ଦେଶ ପାଇଁ ଏହା ମଧ୍ୟ କୁହାଯାଉଥିଲା ଯେ ଏଠାକାର ଅଧିକାଂଶ ଲୋକ ଟିକା ନେବାକୁ ଆସିବେ ନାହିଁ। ବିଶ୍ୱର ଅନେକ ବଡ଼ ବଡ଼ ବିକଶିତ ଦେଶରେ ଆଜି ମଧ୍ୟ ଟିକାକୁ ନେଇ ଦ୍ୱନ୍ଦ୍ୱ ଏକ ବଡ଼ ସମସ୍ୟା ଭାବେ ରହିଛି। କିନ୍ତୁ ଭାରତର ଲୋକମାନେ 100 କୋଟି ଟିକା ଡୋଜ ନେଇ ଏପରି ଲୋକମାନଙ୍କୁ ନିରୁତ୍ତର କରି ଦେଇଛନ୍ତି।

ସାଥୀମାନେ,

ଯେକୌଣସି ଅଭିଯାନରେ ଯେତେବେଳେ ‘ସମସ୍ତଙ୍କ ପ୍ରୟାସ’ ଯୋଡ଼ି ହୋଇଯାଇଥାଏ  ସେତେବେଳେ ଅଦ୍ଭୂତ ପରିଣାମ ମିଳିଥାଏ। ଆମେ ମହାମାରୀ ବିରୋଧରେ ଦେଶର ଲଢ଼େଇରେ ଜନଭାଗିଦାରୀକୁ ନିଜର ପ୍ରଥମ ଶକ୍ତି ଭାବେ ଗ୍ରହଣ କଲେ, ଫର୍ଷ୍ଟ ଲାଇନ ଅଫ ଡିଫେନ୍ସରେ ପରିଣତ କଲେ। ଦେଶ ନିଜର ଏକତାକୁ ଶକ୍ତି ଦେବା ଲାଗି ତାଳି, ଥାଳି ବଜାଇଲା, ଦୀପ ଜଳାଇଲା। ସେତେବେଳେ କିଛି ଲୋକ ପ୍ରଶ୍ନ କରିଥିଲେ, ଏଥିରେ କ’ଣ ରୋଗ ଚାଲିଯିବ? କିନ୍ତୁ ଆମ ସମସ୍ତଙ୍କୁ ଏଥିରେ ଦେଶର ଏକତା ଦେଖିବାକୁ ମିଳିଲା, ସାମୂହିକ ଶକ୍ତିର ଜାଗରଣ ଦେଖିବାକୁ ମିଳିଲା। ଏହି ଶକ୍ତି କୋଭିଡ ଟିକାକରଣରେ ଆଜି ଦେଶକୁ ଏତେ କମ ସମୟ ମଧ୍ୟରେ ୧୦୦ କୋଟି ପର୍ଯ୍ୟନ୍ତ ପହଞ୍ଚାଇପାରିଛି। ବହୁବାର ଆମ ଦେଶ ଗୋଟିଏ ଦିନରେ ୧ କୋଟିରୁ ଅଧିକ ଟିକାକରଣ ସଂଖ୍ୟା ହାସଲ କରିଛି। ଏହା ବହୁତ ବଡ଼ ସାମର୍ଥ୍ୟ, ପରିଚାଳନା କୌଶଳ, ପ୍ରଯୁକ୍ତିର ଏହା ଏକ ଚମତ୍କାର ଉପଯୋଗ, ଯାହା ବଡ଼ ବଡ଼ ଦେଶ ପାଖରେ ସୁଦ୍ଧା ନାହିଁ।

ସାଥୀମାନେ,

ଭାରତର ସମ୍ପୂର୍ଣ୍ଣ ଟିକାକରଣ କାର୍ଯ୍ୟକ୍ରମ ବିଜ୍ଞାନର କୋଳରେ ଜନ୍ମ ନେଇଛି, ବୈଜ୍ଞାନିକ ଆଧାର ଉପରେ ବଢ଼ିଛି ଏବଂ ବୈଜ୍ଞାନିକ ପଦ୍ଧତିରେ ଚତୁର୍ଦ୍ଦିଗରେ ପହଞ୍ଚି ପାରିଛି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟରେ ଭାରତର ସମ୍ପୂର୍ଣ୍ଣ ଟିକାକରଣ କାର୍ଯ୍ୟକ୍ରମ, ବିଜ୍ଞାନରୁ ଜନ୍ମିତ, ବିଜ୍ଞାନ ଦ୍ୱାରା ପରିଚାଳିତ ଏବଂ ବିଜ୍ଞାନ ଆଧାରିତ ରହି ଆସିଛି। ଟିକା ପ୍ରସ୍ତୁତ କରିବା ପୂର୍ବରୁ ଏବଂ ଟିକା ଦେବା ପର୍ଯ୍ୟନ୍ତ,ଏହି ସମ୍ପୂର୍ଣ୍ଣ ଅଭିଯାନରେ ପ୍ରତ୍ୟେକ ସ୍ଥାନରେ ସାଇନ୍ସ ଓ ସାଇଣ୍ଟିଫିକ୍ ଆପ୍ରୋଚ୍ ସାମିଲ ରହିଛି। ଆମ ସମ୍ମୁଖରେ ଉତ୍ପାଦନକୁ ନେଇ ମଧ୍ୟ ସମସ୍ୟା ରହିଥିଲା, ଉତ୍ପାଦନକୁ ବଢ଼ାଇବାକୁ ନେଇ ମଧ୍ୟ ଥିଲା। ଏତେ ବଡ଼ ଦେଶ, ଏତେ ବଡ଼ ଜନସଂଖ୍ୟା! ଏହାପରେ ଭିନ୍ନ ଭିନ୍ନ ରାଜ୍ୟରେ ଦୂର-ଉପାନ୍ତ ଅଞ୍ଚଳରେ ଠିକ୍ ସମୟରେ ଟିକା ପହଞ୍ଚାଇବା! ଏହା ମଧ୍ୟ କୌଣସି ଭଗୀରଥ କାର୍ଯ୍ୟ ଠାରୁ କମ୍ ନଥିଲା। କିନ୍ତୁ, ବୈଜ୍ଞାନିକ ପଦ୍ଧତି ଏବଂ ନୂଆ ନୂଆ ନବୋନ୍ମେଷ ବଳରେ ଦେଶ ଏହି ସମସ୍ୟାର ସମାଧାନ ବାହାର କଲା। ଅସାଧାରଣ ଗତିରେ ସମ୍ବଳ ବୃଦ୍ଧି କରାଗଲା। କେଉଁ ରାଜ୍ୟକୁ କେତେ ଟିକା କେବେ ମିଳିବା ଉଚିତ୍, କେଉଁ ଅଞ୍ଚଳରେ କେତେ ଟିକା ପହଞ୍ଚିବା ଆବଶ୍ୟକ, ସେଥିପାଇଁ ମଧ୍ୟ ବୈଜ୍ଞାନିକ ଫର୍ମୁଲା ଆଧାରରେ‍ କାମ ଆରମ୍ଭ ହେଲା। ଆମ ଦେଶରେ କୋୱିନ ପ୍ଲାଟଫର୍ମର ଯେଉଁ ବ୍ୟବସ୍ଥା ତିଆରି କରାଗଲା, ତାହା ମଧ୍ୟ ବିଶ୍ୱରେ ଆକର୍ଷଣର କେନ୍ଦ୍ର ପାଲଟିଛି। ଭାରତରେ ତିଆରି ହୋଇଥିବା କୋୱିନ ପ୍ଲାଟଫର୍ମ, କେବଳ ସାଧାରଣ ଲୋକଙ୍କୁ ସୁବିଧା ଦେଲା ନାହିଁ, ବରଂ ଆମ ମେଡ଼ିକାଲ କର୍ମଚାରୀମାନଙ୍କର କାମକୁ ମଧ୍ୟ ସହଜ କଲା।

ସାଥୀଗଣ,

ଆଜି ଚତୁର୍ଦ୍ଦିଗରେ ଏକ ବିଶ୍ୱାସ ରହିଛି, ଉତ୍ସାହ ରହିଛି। ସମାଜ ଠାରୁ ନେଇ ଅର୍ଥବ୍ୟବସ୍ଥାରେ, ଏକ ଆଶ୍ୱାସନା ରହିଛି, ଏକ ଆଶାବାଦ ରହିଛି। ବିଶେଷଜ୍ଞ ଏବଂ ଦେଶ-ବିଦେଶର ବିଭିନ୍ନ ଏଜେନ୍ସି  ଭାରତର ଅର୍ଥବ୍ୟବସ୍ଥାକୁ ନେଇ ଅତ୍ୟନ୍ତ ସକାରାତ୍ମକ ମତପୋଷଣ କରୁଛନ୍ତି। ଆଜି ଭାରତୀୟ କମ୍ପାନୀରେ କେବଳ ରେକର୍ଡ ପରିମାଣର ନିବେଶ ହେଉ ନାହିଁ ବରଂ ଯୁବକମାନଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ମଧ୍ୟ ସୃଷ୍ଟି ହେଉଛି। ଷ୍ଟାର୍ଟ-ଅପ୍ସରେ ରେକର୍ଡ ନିବେଶ ସହିତ ରେକର୍ଡ ସଂଖ୍ୟକ ଷ୍ଟାର୍ଟ-ଅପ୍ସ, ୟୁନିକର୍ଣ୍ଣ ହେଉଛନ୍ତି। ହାଉସିଂ କ୍ଷେତ୍ରରେ ମଧ୍ୟ ନୂତନ ଉତ୍ସାହ ଦେଖିବାକୁ ମିଳୁଛି। ବିଗତ ମାସଗୁଡ଼ିକରେ ଗ୍ରହଣ କରାଯାଇଥିବା ଅନେକ ସଂସ୍କାର ବିଭିନ୍ନ ପ୍ରକାରର ଯୋଜନା, ଗତି ଶକ୍ତି ଠାରୁ ଆରମ୍ଭ କରି ନୂତନ ଡ୍ରୋନ ନୀତି ପର୍ଯ୍ୟନ୍ତ ଭାରତର ଅର୍ଥବ୍ୟବସ୍ଥାକୁ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବା ଲାଗି ବଡ଼ ଭୂମିକା ନିର୍ବାହ କରିବ। କରୋନା କାଳରେ କୃଷି କ୍ଷେତ୍ର ଆମ ଅର୍ଥବ୍ୟବସ୍ଥାକୁ ଦୃଢ଼ତା ପୂର୍ବକ ସମର୍ଥନ ଯୋଗାଇ ଦେଇଥିଲା। ଆଜି ରେକର୍ଡ ପରିମାଣର ଶସ୍ୟ ସରକାରୀ ସ୍ତରରେ କ୍ରୟ କରାଯାଉଛି, କୃଷକମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଯାଉଛି। ଟିକାର ବୃଦ୍ଧି ପାଉଥିବା କଭରେଜ୍ ସହିତ ଆର୍ଥିକ-ସାମାଜିକ ଗତିବିଧି ହେଉ, ଖେଳ ଜଗତ ହେଉ, ପର୍ଯ୍ୟଟନ ହେଉ, ସବୁଆଡ଼େ ସକାରାତ୍ମକ ଗତିବିଧି ଦ୍ରୁତ ହେଉଛି। ଆଗାମୀ ପାର୍ବଣର ଋତୁ ଏହାକୁ ଆହୁରି ଗତିଶୀଳ କରିବ, ଶକ୍ତି ପ୍ରଦାନ କରିବ।

ସାଥୀମାନେ,

ଏପରି ଏକ ସମୟ ଥିଲା ଯେତେବେଳେ ମେଡ୍ ଇନ୍ ଅମୁକ କଣ୍ଟ୍ରି, ମେଡ଼ ଇନ୍ ସମୁକ କଣ୍ଟ୍ରିର ବହୁ ଚାହିଦା ଥିଲା। କିନ୍ତୁ ଆଜି ପ୍ରତ୍ୟେକ ଦେଶବାସୀ ପ୍ରତ୍ୟକ୍ଷ ଭାବେ ଅନୁଭବ କରିପାରୁଛନ୍ତି ଯେ ମେଡ୍ ଇନ ଇଣ୍ଡିଆର ଶକ୍ତି ଖୁବ୍ ଅଧିକ ବୃଦ୍ଧି ପାଇଛି। ସେଥିପାଇଁ  ଆଜି ମୁଁ ଆପଣମାନଙ୍କୁ ପୁଣିଥରେ କହିବି ଯେ ଆମକୁ ପ୍ରତ୍ୟେକ ଛୋଟରୁ ଛୋଟ ଜିନିଷ, ଯାହା ମେଡ୍ ଇନ୍ ଇଣ୍ଡିଆ ହୋଇଥିବ, ଯାହାକୁ ତିଆରି କରିବା ଲାଗି କୌଣସି ଭାରତବାସୀଙ୍କ ଝାଳ ବୋହିଥିବ, ତାହାକୁ କିଣିବା ଉପରେ ଜୋର ଦେବା ଆବଶ୍ୟକ। ଏହା ସମସ୍ତଙ୍କ ପ୍ରୟାସ କାରଣରୁ ସମ୍ଭବ ହୋଇପାରିବ। ଯେମିତି ସ୍ୱଚ୍ଛ ଭାରତ ଅଭିଯାନ, ଏକ ଜନ-ଆନ୍ଦୋଳନ ପାଲଟିଛି, ସେମିତି ଭାରତରେ ନିର୍ମିତ ସାମଗ୍ରୀ କିଣିବା, ଭାରତୀୟମାନଙ୍କ ଦ୍ୱାରା ତିଆରି ଜିନିଷ କିଣିବା, ଭୋକାଲ ଫର ଲୋକାଲ ହେବା, ଏହା ଆମକୁ ଉପଯୋଗ କରିବାକୁ ହେବ। ତେଣୁ ମୋର ବିଶ୍ୱାସ ରହିଛି,  ସମସ୍ତଙ୍କ ପ୍ରୟାସ ବଳରେ ଆମେ ଏହା ମଧ୍ୟ କରିପାରିବା। ଆପଣମାନେ ମନେ ପକାନ୍ତୁ। ଗତ ଦୀପାବଳିରେ, ପ୍ରତ୍ୟେକଙ୍କ ମନ-ମସ୍ତିଷ୍କରେ ଏକ ଚାପ ରହିଥିଲା। କିନ୍ତୁ ଏହି ଦୀପାବଳିରେ, ୧୦୦ କୋଟି ଟିକା ଡୋଜ କାରଣରୁ, ଏକ ବିଶ୍ୱାସର ଭାବ ରହିଛି। ଯଦି ମୋ ଦେଶର ଟିକା ମୋତେ ସୁରକ୍ଷା ଦେଇପାରୁଛି ତା’ହେଲେ ମୋ ଦେଶର ଉତ୍ପାଦନ, ମୋ ଦେଶରେ ତିଆରି ସାମଗ୍ରୀ, ମୋ ଦୀପାବଳିକୁ ଆହୁରି ଭବ୍ୟ କରିପାରିବ। ଦୀପାବଳି ସମୟରେ ବିକ୍ରି ଗୋଟିଏ ପଟେ ଏବଂ ଅବଶିଷ୍ଟ ସମୟରେ ବିକ୍ରି ଅନ୍ୟପଟେ ରହିଥାଏ। 100 କୋଟି ଟିକା ଡୋଜ, ଆମର ଛୋଟ ଛୋଟ ଦୋକାନୀମାନଙ୍କ ପାଇଁ ଆମର ଛୋଟ ଉଦ୍ୟୋଗୀମାନଙ୍କ ପାଇଁ ଆମର ଉଠାଦୋକାନୀ ଭାଇ-ଭଉଣୀମାନଙ୍କ ପାଇଁ ସମସ୍ତଙ୍କ ପାଇଁ ଆଶାର ଏକ କିରଣ ହୋଇ ଆସିଛି।

ସାଥୀମାନେ,

ଆଜି ଆମ ସାମ୍ନାରେ, ଅମୃତ ମହୋତ୍ସବର ସଂକଳ୍ପ ଅଛି, ଏଭଳି ସ୍ଥିତିରେ ଆମର ଏ ସଫଳତା ଆମକୁ ଏକ ନୂତନ ଆତ୍ମବିଶ୍ୱାସ ପ୍ରଦାନ କରିଥାଏ। ଆମେ ଆଜି କହିପାରିବା ଯେ ଦେଶ ବଡ଼ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଏବଂ ତାହାକୁ ହାସଲ କରିବା ଶିଖିଛି। କିନ୍ତୁ ଏଥିପାଇଁ ଆମକୁ ନିରନ୍ତର ସାବଧାନ ରହିବାର ଆବଶ୍ୟକତା ରହିଛି। ଆମେ ବେପରୁଆ ହେବା ଉଚିତ୍ ନୁହେଁ। କବଚ ଯେତେ ଉତ୍ତମ ହେଉ, କବଚ ଯେତେ ଆଧୁନିକ ହେଉ, କବଚରୁ ସୁରକ୍ଷାର ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ମିଳୁ, ତଥାପି, ଯେପର୍ଯ୍ୟନ୍ତ ଯୁଦ୍ଧ ଚାଲିଛି, ଅସ୍ତ୍ର ତ୍ୟାଗ କରିବା ଉଚିତ୍ ନୁହେଁ। ମୋର ଅନୁରୋଧ ଆମେ ସମସ୍ତେ ଆମ ପର୍ବପର୍ବାଣୀକୁ ସମ୍ପୂର୍ଣ୍ଣ ସତର୍କତାର ସହିତ ପାଳନ କରିବା। ଯେଉଁମାନେ ବର୍ତ୍ତମାନସୁଦ୍ଧା ଟିକା ନେଇନାହାନ୍ତି। ସେମାନେ ଏହାକୁ ସର୍ବୋଚ୍ଚ ପ୍ରାଥମିକତା ଦିଅନ୍ତୁ। ଯେଉଁମାନେ ଟିକା ନେଇସାରିଛନ୍ତି, ସେମାନେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରନ୍ତୁ। ମୋର ସମ୍ପୂର୍ଣ୍ଣ ଭରସା ରହିଛି ଯେ ଆମେ ସମସ୍ତେ ମିଶି ପ୍ରୟାସ କଲେ, କରୋନାକୁ ଖୁବଶୀଘ୍ର ପରାଜିତ କରିପାରିବା। ଆପଣ ସମସ୍ତଙ୍କୁ ଆଗାମୀ ପର୍ବପର୍ବାଣୀ ପାଇଁ ପୁଣିଥରେ ଅନେକ ଅନେକ ଶୁଭକାମନା। ବହୁତ ବହୁତ ଧନ୍ୟବାଦ।

ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi, Guterres Stress Multipolarity, Need To Reform UN Institutions Including UNSC

Media Coverage

PM Modi, Guterres Stress Multipolarity, Need To Reform UN Institutions Including UNSC
NM on the go

Nm on the go

Always be the first to hear from the PM. Get the App Now!
...
Prime Minister offers prayers to Bhagwan Shri Ganesh during Ganpati Darshan at Union Minister Piyush Goyal’s residence
September 14, 2026

The Prime Minister, Shri Narendra Modi has visited the residence of Union Minister Shri Piyush Goyal for Ganpati Darshan.

The Prime Minister prayed for the blessings of Bhagwan Shri Ganesh for everyone.

The Prime Minister wrote on X;

“Went for Ganpati Darshan at the residence of Union Minister Shri Piyush Goyal Ji.

May Bhagwan Shri Ganesh bless everyone!

@PiyushGoyal”