ଓମାନ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ୟୁସୁଫ୍ ବିନ୍ ଆଲାୱି ବିନ୍ ଅବଦୁଲ୍ଲା ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଏହି ସାକ୍ଷାତ କାଳରେ ପ୍ରଧାନମନ୍ତ୍ରୀ ଓ ଓମାନର ବୈଦେଶିକ ମନ୍ତ୍ରୀ ଆଲାୱି ବିନ୍ ଅବଦୁଲ୍ଲା ଭାରତ ଏବଂ ଓମାନ ମଧ୍ୟରେ ରହି ଆସିଥିବା ଘନିଷ୍ଠ ଦ୍ୱିପାକ୍ଷିକ ସଂପର୍କ ଉପରେ ମତ ବିନିମୟ କରିଥିଲେ । ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସଂପର୍କ ବୃଦ୍ଧିପାଇବାରେ ଲାଗିଛି ।

ଶ୍ରୀ ଆଲାୱି ସେ ଦେଶର ଶାସକ ମହାନୁଭବ ସୁଲତାନ କାବୁସ୍ ବିନ୍ ସୈଦ ଅଲ୍ ସୈଦଙ୍କ ଠାରୁ ଆଣିଥିବା ଶୁଭେଚ୍ଛା ବାର୍ତ୍ତାକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଜବାବରେ ପ୍ରଧାନମନ୍ତ୍ରୀ ଓମାନର ଶାସକଙ୍କୁ ଶ୍ରୀ ଆଲାୱିଙ୍କ ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିଥିଲେ ।


