ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗତ ୮ ବର୍ଷ ମଧ୍ୟରେ ସରକାର ମହିଳାଙ୍କ ସଶକ୍ତିକରଣରେ କୌଣସି ଢିଲା ଦେଇ ନାହାନ୍ତି । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ମହିଳା ନେତୃତ୍ୱାଧୀନ ବିକାଶର ପରିଣାମ ସ୍ୱରୂପ ଆମର କୋଟି କୋଟି ମା, ଭଉଣୀ ଏବଂ ଝିଅଙ୍କ ଜୀବନ ସହଜ ହୋଇଛି ଏବଂ ସେମାନେ ଦେଶର ପ୍ରଗତିରେ ବହୁତ ଅବଦାନ ରଖୁଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଗତ ୮ ବର୍ଷ ମଧ୍ୟରେ ମହିଳା ଶକ୍ତି ସଶକ୍ତିକରଣରେ ସରକାର କୌଣସି ଢିଲା ଦେଇ ନାହାନ୍ତି । ଆରମ୍ଭରୁ ମହିଳା ନେତୃତ୍ୱାଧୀନ ବିକାଶକୁ ପ୍ରାଥମିକତା ଦିଆଯାଇଛି । ଫଳସ୍ୱରୂପ ଆମର କୋଟି କୋଟି ମା, ଭଉଣୀ ଏବଂ ଝିଅଙ୍କ ଜୀବନ ସହଜ ହୋଇଛି ଏବଂ ସେମାନେ ଦେଶର ଉନ୍ନତିରେ ଅତୁଳନୀୟ ସହଯୋଗ କରୁଛନ୍ତି ।”
बीते 8 वर्षों में नारी शक्ति के सशक्तिकरण में सरकार ने कोई कोर-कसर नहीं छोड़ी है। महिलाओं के नेतृत्व में विकास को शुरू से ही प्राथमिकता दी गई है। इसी का परिणाम है कि हमारी करोड़ों माताओं, बहनों और बेटियों का जीवन आसान हुआ है और वे देश के उत्थान में बढ़-चढ़कर योगदान दे रही हैं। pic.twitter.com/zFc1wEAH3v
— Narendra Modi (@narendramodi) June 1, 2022


