ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇଥିବା ଅସଂଖ୍ୟ ନର-ନାରୀଙ୍କୁ ଏହି ଆନ୍ଦୋଳନର 75 ବର୍ଷ ପୂର୍ତ୍ତି ଅବସରରେ ଅଭିବାଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ 2022 ସୁଦ୍ଧା ଏକ ‘ନୂଆ ଭାରତ’ ଗଠନ କରିବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଜଣାଇଥିଲେ ।
“ଐତିହାସିକ ଭାରତ ଛାଡ଼ ଆନ୍ଦୋଳନର 75 ବର୍ଷ ପୂର୍ତ୍ତି ଅବସରରେ ଏହି ଆନ୍ଦୋଳନରେ ଭାଗ ନେଇଥିବା ମହାନ ନର-ନାରୀଙ୍କୁ ଆମେ ଅଭିବାଦନ ଜଣାଉଛୁ ।
ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସାରା ଦେଶ ସ୍ୱାଧୀନତାର ଲକ୍ଷ୍ୟ ହାସଲ କରିବା ଲାଗି ଏକଜୁଟ ହୋଇଥିଲା ।
1942ରେ, ଉପନିବେଶବାଦ କବଳରୁ ଭାରତକୁ ମୁକ୍ତି ଦେବା ଲାଗି ସମୟର ଆହ୍ୱାନ ଥିଲା । ଆଜି, 75 ବର୍ଷ ପରେ ପ୍ରସଙ୍ଗ ଭିନ୍ନ ଅଛି ।
ଆସନ୍ତୁ ଭାରତକୁ ଦାରିଦ୍ର୍ୟ, ଅସ୍ୱଚ୍ଛତା, ଦୁର୍ନୀତି, ଆତଙ୍କବାଦ, ଜାତିବାଦ, ସାମ୍ପ୍ରଦାୟିକତାବାଦ କବଳରୁ ମୁକ୍ତ କରିବା ଏବଂ 2022 ସୁଦ୍ଧା ଆମ ସ୍ୱପ୍ନର ‘ନବଭାରତ’ ନିର୍ମାଣ କରିବା ଲାଗି ସଂକଳ୍ପ ନେବା ।
ଆସନ୍ତୁ କାନ୍ଧକୁ କାନ୍ଧ ମିଶାଇ ଏପରି ଏକ ଭାରତର ନିର୍ମାଣ କରିବା ଯାହାକୁ ନେଇ ଆମର ସ୍ୱାଧୀନତା ସଂଗ୍ରାମୀମାନେ ଗର୍ବ କରିବେ # “ସଂକଳ୍ପରୁ ସିଦ୍ଧି ମିଳିବ”, ବୋଲି ପ୍ରଧାମନ୍ତ୍ରୀ କହିଥିଲେ ।
On the 75th anniversary of the historic Quit India movement, we salute all the great women & men who took part in the movement.
— Narendra Modi (@narendramodi) August 9, 2017
Under the leadership of Mahatma Gandhi, the entire nation came together with the aim of attaining freedom. https://t.co/ixJtixAQn0
— Narendra Modi (@narendramodi) August 9, 2017
In 1942, the need of the hour was to free India from colonialism. Today, 75 years later the issues are different.
— Narendra Modi (@narendramodi) August 9, 2017
Let us pledge to free India from poverty, dirt, corruption, terrorism, casteism, communalism & create a 'New India' of our dreams by 2022. pic.twitter.com/x4zbaxGKkN
— Narendra Modi (@narendramodi) August 9, 2017
Let us work shoulder to shoulder to create the India that our freedom fighters would be proud of. #SankalpSeSiddhi https://t.co/TYuxNNJfIf
— Narendra Modi (@narendramodi) August 9, 2017


