ସାର୍କ ନେତା ତଥା ପ୍ରତିନିଧୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ପାଇଁ ଭାରତର ପ୍ରୟାସଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ,ପ୍ରସ୍ତୁତ ହେବା, ହେଲେ ଆତଙ୍କିତ ହେବା ନାହିଁ ଆମର ମାର୍ଗଦର୍ଶୀ ମନ୍ତ୍ର ସାଜିଛି । ଏହି ସମସ୍ୟାକୁ ଛୋଟ ନଭାବିବା ପାଇଁ ସତର୍କ ଥିଲୁ ଓ ଏହାର ମୁକାବିଲା ପାଇଁ ଆଖିବୁଜା ପଦକ୍ଷେପ ନେଇ ନଥିଲୁ । ଶ୍ରେଣୀବଦ୍ଧ ପ୍ରତିକ୍ରିୟା ତନ୍ତ୍ର ସହ ସକ୍ରିୟ ପଦକ୍ଷେପ ନେବାକୁ ଉଦ୍ୟମ କରିଥିଲୁ ।''

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ,ଜାନୁୟାରୀ ମଧ୍ୟ ଭାଗରୁ ଭାରତକୁ ପ୍ରବେଶ ବେଳେ ସ୍କ୍ରିନିଂ ଆରମ୍ଭ କରିଥିବା ବେଳେ ଧୀରେ ଧୀରେ ଭ୍ରମଣ ଉପରେ ପ୍ରତିବନ୍ଧକ ଜାରି କରିଥିଲୁ । କ୍ରମାନ୍ୱୟରେ ପଦକ୍ଷେପ ନେଇଥିବାରୁ ଆମେ ଆତଙ୍କିତ ହେବାରୁ ବର୍ତ୍ତି ପାରିଥିଲୁ । ସେ ଏହା ମଧ୍ୟ କହିଛନ୍ତି ଯେ ,ଟିଭି, ଛାପା ଓ ସାମାଜିକ ଗଣମାଧ୍ୟମରେ ଜନ ସଚେତନତା ଅଭିଯାନକୁ ପ୍ରୋତ୍ସାହନ ଦେଇଥିଲୁ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,ସରକାର ସମ୍ବେଦନଶୀଳ ଗୋଷ୍ଠୀଙ୍କ ନିକଟରେ ପହଁଚିବାକୁ ପ୍ରୟାସ କରିଛନ୍ତି । ସାରା ଦେଶରେ ମେଡିକାଲ କର୍ମଚାରୀଙ୍କୁ ପ୍ରଶିକ୍ଷିତ କରିବା ସହ ଭିତ୍ତିଭୂମି ମଜବୁତ କରିବାକୁ ଉଦ୍ୟମ କରିଥିଲେ । ନିଦାନ ଦକ୍ଷତା ମଧ୍ୟ ବୃଦ୍ଧି କରିଛନ୍ତି । ଦୁଇ ମାସ ମଧ୍ୟରେ ଆମେ ସାରା ଦେଶରେ 60ରୁ ଅଧିକ ପ୍ରୟୋଗଶାଳାରେ ପରୀକ୍ଷଣ ବ୍ୟବସ୍ଥା କରିପାରିଛୁ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,ଏହି ମହାମାରୀର ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ପ୍ରୋଟୋକଲ ତିଆରି କରିଛୁ । ଯେପରିକି ପ୍ରବେଶ ସ୍ଥାନରେ ଯାଞ୍ଚ, ସନ୍ଦିଗ୍ଧ ମାମଲା ସମ୍ପର୍କରେ ସନ୍ଧାନ, କ୍ୱାରାଣ୍ଟାଇନ ଓ ପୃଥକ ରହିବା ସୁବିଧା ବ୍ୟବସ୍ଥା ଓ ସନ୍ଦେହମୁକ୍ତ ମାମଲାରେ ଡିସଚାର୍ଜ କରିବା ଆଦି ।

ଏହା ବ୍ୟତୀତ ,ଭାରତ ବିଦେଶରେ ଥିବା ଭାରତୀୟଙ୍କ ସମସ୍ୟା ଶୁଣିଥିଲା । ବିଭିନ୍ନ ଦେଶରେ ଥିବା ପ୍ରାୟ 1400 ଭାରତୀୟଙ୍କୁ ଉଦ୍ଧାର କରିଥିଲା । ପଡୋଶୀର ପ୍ରଥମ ନୀତି ଅନୁଯାୟୀ ଆମେ ଆପଣଙ୍କ ଦେଶର କିଛି ନାଗରିକଙ୍କୁ ସାହାଯ୍ୟ କରିଥିଲୁ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw

Media Coverage

Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 7, 2026
July 07, 2026

PM Modi Elevating India’s Global Standing Through Diplomacy and Development