We want to move ahead from consumer protection towards best consumer practices & consumer prosperity: PM
Due to GST, various indirect and hidden taxes have ceased to exist; biggest beneficiaries of GST will be the consumers: PM
Effective grievance redressal systems are vital for a democracy: PM Narendra Modi
The Government has devoted effort and resources towards digital empowerment of the rural consumer: PM

ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ରାମବିଳାସ ପାଶୱାନ ମଦୋଦୟ, ଶ୍ରୀ ସି.ଆର.ଚୌଧୁରୀ ମହୋଦୟ, UNCTAD ର ମହାସଚିବ ଡାକ୍ତର ମୁଖିସା କିଟ୍ୱି ମହୋଦୟ ଓ ଏଠି ଉପସ୍ଥିତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ।

ସର୍ବପ୍ରଥମେ ଆପଣ ସମସ୍ତଙ୍କୁ ଖାଉଟି ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆନ୍ତର୍ଜାତିକ ସମ୍ମିଳନୀ ପାଇଁ ବହୁତ ବହୁତ ଧନ୍ୟବାଦ ।

ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ଏସିଆ, ଦକ୍ଷିଣ-ପୂର୍ବ ଏସିଆ ଓ ପୂର୍ବ ଏସିଆର ସମସ୍ତ ଦେଶର ପ୍ରତିନିଧିମାନେ ସାମିଲ ହୋଇଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ।

ଦକ୍ଷିଣ ଏସିଆରେ ଏଭଳି ଆୟୋଜନ ପ୍ରଥମଥର ପାଇଁ ହୋଇଛି । ମୁଁ UNCTADକୁ ମଧ୍ୟ କୃତଜ୍ଞତା ଜଣାଉଛି ଯିଏକି ଭାରତର ଏହି ପ୍ରୟାସକୁ ଦୃଢ଼ତାର ସହ ଆଗକୁ ନେଇଛନ୍ତି ଆଉ ଏହାକୁ ଏହି ପର୍ଯ୍ୟାୟକୁ ଆଣିବାରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି ।

ବନ୍ଧୁଗଣ ବିଶ୍ୱର ଏହି ଭୂଭାଗ ଯେଭଳି ଭାବେ ପରସ୍ପର ସହ ଐତିହାସିକ ଦୃଷ୍ଟିରୁ ଜଡ଼ିତ ଅଛି ସେଭଳି ଅନ୍ୟ ସ୍ଥାନରେ କମ୍ ହିଁ ଦେଖିବାକୁ ମିଳିଥାଏ । ହଜାର ହଜାର ବର୍ଷ ଧରି ଆମେ ବାଣିଜ୍ୟ, ସଂସ୍କୃତି ଓ ଧର୍ମ ସହ ଜଡ଼ିତ ଅଛୁ । ସାମୁଦ୍ରିକ ଅର୍ଥବ୍ୟବସ୍ଥା ଏହି ଭୂଭାଗକୁ ସଂଯୋଗ କରିବାରେ ଶହ ଶହ ବର୍ଷ ଧରି ପ୍ରମୁଖ ଭୂମିକା ଗ୍ରହଣ କରିଛି । ଲୋକଙ୍କ ଯିବାଆସିବା, ବୈଚାରିକ ଆଦାନପ୍ରଦାନର ଏହା ଉଭୟ ପଟୁ ପ୍ରକ୍ରିୟା ରହିଛି । ଯାହାର ଲାଭ ଏହି ଅଚଂଳର ପ୍ରତ୍ୟେକ ଦେଶକୁ ମିଳିଛି । ଆମେ ଆଜି ବି କେବଳ ଆର୍ଥିକ ନୁହେଁ ବରଂ ସାଂସ୍କୃତିକ ଦୃଷ୍ଟିରୁ ଏକ ଭାଗିଦାର ଓ ମିଳିତ ଐତିହ୍ୟର ପ୍ରତୀକ ।

ବନ୍ଧୁଗଣ, ଆଜିର ଆଧୁନିକ ଯୁଗରେ ଆମେ ପାରସ୍ପରିକ ସମ୍ବନ୍ଧର ଏକ ନୂଆ ପର୍ଯ୍ୟାୟରେ ରହିଛୁ । ଏସିଆର ଦେଶ ନା କେବଳ ନିଜ ଦେଶରେ ବସ୍ତୁ ଓ ସେବାର ମାର୍କେଟକୁ ସୀମିତ କରିଛି ବରଂ ଏହାର ସମ୍ପ୍ରସାରଣ ଅନ୍ୟ ମହାଦ୍ୱୀପ ପର୍ଯ୍ୟନ୍ତ ବି ବ୍ୟାପିଛି ।

ଏଭଳି ସ୍ଥିତିରେ ଖାଉଟି ସୁରକ୍ଷା ଏଭଳି ବିଷୟ ଯାହା ଏହି କ୍ଷେତ୍ରରେ ବ୍ୟବସାୟକୁ ବୃଦ୍ଧି ଓ ଏହାକୁ ଅଧିକ ସୁଦୃଢ କରିବାର ମୁଖ୍ୟ ଉପାଦାନ ଅଟେ ।

 

ଆଜିର ଏହି ଆୟୋଜନ ଏକଥାର ପ୍ରତୀକ କି ଆମେ ନିଜର ନାଗରିକଙ୍କ ଆବଶ୍ୟକତାକୁ କିଭଳି ଭାବେ ଗୁରୁତ୍ୱର ସହ ବୁଝୁଛୁ । ସେମାନଙ୍କର ସମସ୍ୟାକୁ ଦୂର କରିବା ପାଇଁ କିଭଳି ଗୁରୁତ୍ୱର ସହ ପ୍ରୟାସ କରୁଛୁ । ପ୍ରତ୍ୟେକ ନାଗରିକ ଜଣେ ଖାଉଟି ମଧ୍ୟ । ତେଣୁ ଏହି ଆୟୋଜନ ଆମର ସାମୁହିକ ପ୍ରତିବଦ୍ଧତାର ପ୍ରତୀକ ମଧ୍ୟ ।

ବନ୍ଧୁଗଣ ଏହି ପୁରା ପ୍ରକ୍ରିୟାରେ ଜାତିସଂଘ ଏକ ସହଯୋଗୀ ଭାବେ ଆଗକୁ ଆସିବା ମଧ୍ୟ ସୁଖଦ କଥା । 1985 ମସିହାରେ ପ୍ରଥମଥର ଖାଉଟି ସୁରକ୍ଷା ଉପରେ ଜାତିସଂଘ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥିଲା । ଦୁଇବର୍ଷ ପୂର୍ବରୁ ହିଁ ଏଥିରେ ଅଧିକ ସଂସ୍କାର ଅଣାଯାଇଥିଲା । ଏହି ସଂସ୍କାର ପ୍ରକ୍ରିୟାରେ ଭାରତର ମଧ୍ୟ ସକ୍ରିୟ ଭୂମିକା ଥିଲା । ବିକାଶଶୀଳ ରାଷ୍ଟ୍ରରେ ଚିରସ୍ଥାୟୀ ଉପଯୋଗ, ଇ-ବାଣିଜ୍ୟ ଓ ଆର୍ଥିକ ସେବା ସମ୍ବନ୍ଧରେ ବି ଏହି ମାର୍ଗଦର୍ଶିକା ମହତ୍ୱପୂର୍ଣ୍ଣ ଥିଲା ।

ବନ୍ଧୁଗଣ, ଭାରତରେ ଶହ ଶହ ହଜାର ହଜାର ବର୍ଷ ଧରି ପ୍ରଶାସନର ଅଭିନ୍ନ ଅଙ୍ଗ ଭାବେ ଖାଉଟି ସୁରକ୍ଷା ରହିଛି । ହଜାର ହଜାର ବର୍ଷ ପୂର୍ବରୁ ରଚିତ ଆମର ବେଦରେ ଉପଭୋକ୍ତାଙ୍କ ସୁରକ୍ଷା ନେଇ ଉଲ୍ଲେଖ ରହିଛି । ଅଥର୍ବ ବେଦରେ କୁହାଯାଇଛି କି-

“ଇମା ମାତ୍ରା ମିମୀମ୍ ହେ ଯଥ ପରା ନ ମାସାତୈ”

("इमा मात्रा मिमीम हे यथ परा न मासातै")

ଅର୍ଥାତ ବସ୍ତୁସ୍ଥିତି ଏବଂ ଓଜନରେ କୌଣସି ପ୍ରକାରର ତ୍ରୁଟି କରନ୍ତୁ ନାହିଁ । ହଜାର ବର୍ଷ ପୂର୍ବରୁ ଲିଖିତ ଗ୍ରନ୍ଥରେ ଖାଉଟି ସୁରକ୍ଷାର ଆନୁଷ୍ଠାନିକ ନିୟମ ବୁଝାଇ ଦିଆଯାଇଛି କି ଭୁଲ୍ ଶୈଳୀରେ ବାଣିଜ୍ୟ କରୁଥିବା ବ୍ୟକ୍ତିଙ୍କୁ କିଭଳି ଦଣ୍ଡ ଦିଆଯାଏ, ତାହା ମଧ୍ୟ ଉଲ୍ଲେଖ ରହିଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରାୟ ଅଢ଼େଇ ହଜାର ବର୍ଷ ପୂର୍ବରୁ କୌଟିଲ୍ୟଙ୍କ ସମୟରେ ଶାସନ ପାଇଁ ଆନୁଷ୍ଠାନିକ ଗାଇଡଲାଇନ ବା ମାର୍ଗଦର୍ଶିକା ପରିଭାଷିତ କରାଯାଇଥିଲା । କିଭଳି ବାଣିଜ୍ୟକୁ ନିୟନ୍ତଣ କରାଯିବ ଓ କିଭଳି ସରକାର ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା କରିବେ । କୌଟିଲ୍ୟଙ୍କ କାଳରେ ଶାସନ ଦ୍ୱାରା ଯେଉଁଭଳି ବ୍ୟବସ୍ଥା ଥିଲା ବର୍ତ୍ତମାନ ହିସାବରେ ଉକ୍ତ ପଦକୁ ବାଣିଜ୍ୟ ନିର୍ଦ୍ଦେଶକ ଓ ସୁପରିଂଟେଣ୍ଡେଣ୍ଟ ଅଫ୍ ଷ୍ଟାଣ୍ଡାର୍ସ କୁହାଯାଇପାରେ ।

ଆମର ଏଠି ଗ୍ରାହକଙ୍କୁ ଭଗବାନ ବୋଲି ବିବେଚନା କରାଯାଏ । କେତେକ ଦୋକାନରେ ଆପଣଙ୍କୁ ଲେଖା ମିଳିଯିବ - ଯେଉଁଠି ଲେଖାଯାଇଥି - ଗ୍ରାହକ ଦେବୋ ଭବଃ । ଯେକୌଣସି ବ୍ୟବସାୟୀ ହୁଅନ୍ତୁ, ତା’ର ଏକମାତ୍ର ଉଦ୍ଦେଶ୍ୟ ଖାଉଟି ସନ୍ତୁଷ୍ଟ ହେବା ଉଚିତ୍ ।

ବନ୍ଧୁଗଣ, ଭାରତ ଏଭଳି କିଛି ଦେଶରେ ସାମିଲ ଅଛି ଯିଏକି ଜାତିସଂଘ ମାର୍ଗଦର୍ଶିକା  ଗ୍ରହଣ ହେବାର ପରବର୍ତ୍ତୀ ବର୍ଷରୁ ଅର୍ଥାତ 1986 ମସିହାରୁ ନିଜର ଖାଉଟି ସୁରକ୍ଷା ଆଇନ ଲାଗୁ କରି ଦେଇଥିଲା ।

ଖାଉଟିଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ରଖିବା ହେଉଛି ଏହି ସରକାରଙ୍କ କେତେକ ପ୍ରାଥମିକତା ମଧ୍ୟରୁ ଗୋଟିଏ । ସରକାରଙ୍କ ଏହି ପ୍ରାଥମିକତା ନିଉ ଇଣ୍ଡିଆ ବା ନୂଆ ଭାରତର ସଂକଳ୍ପ ସହ ମଧ୍ୟ ଜଡ଼ିତ ହୋଇଛି । ନିଉ ଇଣ୍ଡିଆ ଯେଉଁଠି ଖାଉଟି ସୁରକ୍ଷାରୁ ଆଗକୁ ଆଗେଇ ଶ୍ରେଷ୍ଠ ଖାଉଟି କାର୍ଯ୍ୟପଦ୍ଧତି ଓ ଖାଉଟି ସମୃଦ୍ଧିର କଥା କୁହାଯିବ ।

ବନ୍ଧୁଗଣ, ଆମେ ଏବେ ଦେଶର ଆବଶ୍ୟକତା, ବର୍ତ୍ତମାନର ଆଧୁନିକ ବ୍ୟବସାୟ ଶୈଳୀକୁ ଦୃଷ୍ଟିରେ ରଖି ଏକ ନୂଆ ଖାଉଟି ସୁରକ୍ଷା ଆଇନ ପ୍ରସ୍ତୁତ କରୁଛୁ । ନୂଆ ଆଇନରେ ଖାଉଟି ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଖାଉଟିଙ୍କ ସମସ୍ୟା କମ ସମୟରେ କମ୍ ଖର୍ଚ୍ଚରେ ଦୂର ହେବ । ଏଥିପାଇଁ ନିୟମ ସରଳ କରାଯାଉଛି । ବିଭ୍ରାନ୍ତିକର ବିଜ୍ଞାପନ ବିରୁଦ୍ଧରେ କଡ଼ା ପ୍ରାବଧାନ କରାଯାଉଛି । ତୁରନ୍ତ ଶୁଣାଣି ପାଇଁ ଏକ୍ଜିକ୍ୟୁଟିଭ କ୍ଷମତା ସହ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ ଗଠନ ମଧ୍ୟ କରାଯିବ ।

ଆମେ ରିଏଲ୍ ଇଷ୍ଟେଟ୍ ନିୟାମକ ଆଇନ ତିଆରି କରିଛୁ । ଯେଉଁଥିରେ ଘର କିଣୁଥିବା ଖାଉଟିଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଆଯାଇଛି । ପୂର୍ବରୁ ବିଲ୍ଡରଙ୍କ ମନମାନୀ ଯୋଗୁ ବର୍ଷ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ନିଜ ଘର ପାଇଁ ଅପେକ୍ଷା କରିବାକୁ ପଡ଼ୁଥିଲା । ଫ୍ଲାଟ୍ ର ଏରିଆକୁ ନେଇ ମଧ୍ୟ ଭ୍ରମାତ୍ମକ ସ୍ଥିତି ଲାଗି ରହୁଥିଲା । ଏବେ ନିୟାମକ ବ୍ୟବସ୍ଥା ପରେ କେବଳ ପଞ୍ଜିକୃତ ଡେଭଲପର୍ସ ହିଁ ସମସ୍ତ ଆବଶ୍ୟକ ଅନୁମତି ପ୍ରାପ୍ତ କରିବା ପରେ ହିଁ ଘରର ବୁକିଂ କରାଇପାରିବ । ଏହା ସହିତ ସରକାର ବୁକିଂ ଅର୍ଥର ସୀମାକୁ ମଧ୍ୟ 10 ପ୍ରତିଶତ ଭିତରେ ସୀମିତ କରିଦେଇଚନ୍ତି ।

ପୂର୍ବରୁ ଏଭଳି ହେଉଥିଲା କି ବିଲ୍ଡର, ଘରର ବୁକିଂଙ୍ଗ କରିବା ପରେ ମିଳୁଥିବା ଟଙ୍କାକୁ ଅନ୍ୟ ପ୍ରୋଜେକ୍ଟରେ ଲଗାଇ ଦେଉଥିଲା । ଏବେ ସରକାର ଯେଉଁ ପ୍ରାବଧାନ କରିଛନ୍ତି ସେଥିରେ କ୍ରେତାଙ୍କଠାରୁ ମିଳୁଥିବା 70 ପ୍ରତିଶତ ରାଶି ‘ଏସ୍କ୍ରୋ’ ଏକାଉଣ୍ଟରେ ରଖିବାକୁ ପଡ଼ିବ । ଉକ୍ତ ରାଶି ସେହି ପ୍ରୋଜେକ୍ଟରେ ଖର୍ଚ୍ଚ କରିବାକୁ ହିଁ ପଡ଼ିବ । ଏଭଳି ଭାବେ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଆଇନ ମଧ୍ୟ ପ୍ରସ୍ତୁତ ହୋଇଛି । ଏବେ ପବ୍ଲିକ୍ ଅବା ଖାଉଟି ସ୍ୱାର୍ଥ ସହ ଜଡ଼ିତ କୌଣସି ସାମଗ୍ରୀ ଅବା ସେବାକୁ ବାଧ୍ୟତାମୂଳକ ପ୍ରମାଣପତ୍ର ଅନ୍ତର୍ଗତ ଅଣାଯାଇପାରିବ । ଏହା ଆଧାରରେ ଖରାପ ମାନର ବସ୍ତୁକୁ ବଜାରରୁ ଫେରସ୍ତ ଆଣିବା ଓ  ତା’ଦ୍ୱାରା ଯଦି ଖାଉଟିଙ୍କୁ କ୍ଷତି ହୋଇଛି, ସେଥିପାଇଁ କ୍ଷତିପୂରଣ ପ୍ରଦାନର ମଧ୍ୟ ପ୍ରାବଧାନ କରାଯାଇଛି ।

 

 

ଏବେ ନିକଟରେ ଭାରତ ବସ୍ତୁ ଓ ସେବା କର - GSTକୁ ମଧ୍ୟ ଲାଗୁ କରିଛି । ଜିଏସଟି ପରେ ଦେଶରେ ଭିନ୍ନ ଭିନ୍ନ ପ୍ରକାରର ଡଜନେ ପ୍ରତ୍ୟକ୍ଷ ଟିକସ ସମାପ୍ତ ହୋଇଛି । ଅନେକ ପ୍ରକାରର ଲୁକ୍କାୟିତ ଟିକସ ମଧ୍ୟ ସମାପ୍ତ ହୋଇଯାଇଛି । ଖାଉଟି ଏବେ ରସିଦରେ ଦେଖିପାରୁଛି କି କେତେ ଟିକସ ରାଜ୍ୟ ସରକାରଙ୍କୁ ଦେଇଛି ଓ କେତେ କେନ୍ଦ୍ର ସରକାରଙ୍କୁ । ସୀମାରେ ଲାଗୁଥିବା ଟ୍ରକ୍ ର ଲମ୍ବା ଧାଡ଼ି ମଧ୍ୟ ସମାପ୍ତ ହୋଇଯାଇଛି ।

GST ଦ୍ୱାରା ଦେଶକୁ ଏବେ ଏକ ନୂଆ ବ୍ୟବସାୟିକ ସଂସ୍କୃତି ମିଳିଛି । ଆଉ ଦୀର୍ଘକାଳୀନ ଭାବେ GSTର ସବୁଠାରୁ ବଡ଼ ଫାଇଦା ଖାଉଟିଙ୍କୁ ହିଁ ମିଳିବ । ଏହା ଏକ ପାରଦର୍ଶୀ ବ୍ୟବସ୍ଥା ଯେଉଁଥିରେ କୌଣସି ଖାଉଟିଙ୍କ ସ୍ୱାର୍ଥ ସହ କେହି ଖେଳିପାରିବେ ନାହିଁ । କେବଳ ସେତିକି ନୁହେଁ, ଜିଏସଟି ଯୋଗୁ ଯେତେବେଳେ କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ବଢ଼ିବ, ସେତେବେଳେ ସାମଗ୍ରୀର ଦର ମଧ୍ୟ ହ୍ରାସ ପାଇବ । ଏହାର ସିଧାସଳଖ ଫାଇଦା ଗରିବ ଓ ମଧ୍ୟମ ବର୍ଗଙ୍କୁ ହେବ ।

ବନ୍ଧୁଗଣ, ଆଇନ ମାଧ୍ୟମରେ ଖାଉଟିଙ୍କ ସ୍ୱାର୍ଥ ରକ୍ଷାକୁ ସୁଦୃଢ଼ କରିବା ସହ ଲୋକଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ବି ବହୁତ ଜରୁରୀ । ଗତ 3ବର୍ଷ ମଧ୍ୟରେ ଟେକ୍ନୋଲଜିର ଉପଯୋଗ କରି ଆମର ସରକାର ଅଭିଯୋଗ ସମାଧାନର ଏକ ନୂଆ ଇକୋ-ସିଷ୍ଟମ ପ୍ରସ୍ତୁତ କରିଛନ୍ତି ।

ଜାତୀୟ ଖାଉଟି ହେଲପ୍-ଲାଇନର କ୍ଷମତାକୁ 4ଗୁଣ ବୃଦ୍ଧି କରାଯାଇ ସାରିଛି । ଖାଉଟି ସୁରକ୍ଷା ସହ ଜଡ଼ିତ ପୋର୍ଟାଲ ଓ ସୋସିଆଲ ମିଡିଆକୁ ମଧ୍ୟ ସମନ୍ୱିତ କରାଯାଇଛି । ପୋର୍ଟାଲରେ ଘରୋଇ କମ୍ପାନୀଗୁଡ଼ିକ ମଧ୍ୟ ବହୁ ସଂଖ୍ୟାରେ ଯୋଡିହୋଇ ରହିଛନ୍ତି । ପୋର୍ଟାଲ ମାଧ୍ୟମରେ ପ୍ରାୟ 40 ପ୍ରତିଶତ ଅଭିଯୋଗ ସିଧାସଳଖ କମ୍ପାନୀଗୁଡ଼ିକ ପାଖରେ ସ୍ୱୟଂଚାଳିତ ଭାବେ ଟ୍ରାନ୍ସଫର ହୋଇଯାଉଛି । ଯାହା ଉପରେ ଦ୍ରୁତ ଗତିରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉଛି । ଜାଗୋ ଗ୍ରାହକ ଜାଗୋ ଅଭିଯାନ ମାଧ୍ୟମରେ ବି ଉପଭୋକ୍ତାଙ୍କୁ ସଚେତନ କରାଯାଉଛି । ମୁଁ ଦୃଢ଼ତାର ସହ କହିପାରିବି କି ଖାଉଟି ସୁରକ୍ଷାରେ ଯେଉଁଭଳି ଭାବେ ସୋସିଆଲ ମିଡିଆକୁ ଅନୁକୂଳ ଶୈଳୀରେ ଉପଯୋଗ ଏ ସରକାର କରୁଛନ୍ତି, ସେଭଳି ଦେଶରେ ପୂର୍ବରୁ କେବେ ହୋଇନଥିଲା ।

ବନ୍ଧୁଗଣ, ମୋ ଦୃଷ୍ଟିରେ ଆମ ସରକାରର ନଜରରେ ଖାଉଟି ସୁରକ୍ଷାର ପରିସର ବ୍ୟାପକ  ଓ ବିସ୍ତୃତ । କୌଣସି ଦେଶର ବିକାଶ ଓ ଖାଉଟି ସୁରକ୍ଷା ପରସ୍ପର ସହ ପରିପୂରକ । ବିକାଶର ଫାଇଦା ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଂଚିବା ପାଇଁ ଉତ୍ତମ ପ୍ରଶାସନର ବଡ଼ ଭୂମିକା ରହିଛି ।

ଯେତେବେଳେ ଆପଣ ସରକାର ଭାବେ ଏହା ସୁନିଶ୍ଚିତ କରିବେ କି ନାଗରିକକୁ ତା’ର ଅଧିକାର ମିଳୁ, ନାଗରିକ ପାଖରେ ସେବା ପହଂଚୁ ଯେଉଁଥିରେ ସିଏ ବଂଚିତ ରହିଛି । ସେତେବେଳେ ବି ଆପଣ ନାଗରିକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେଇଥାନ୍ତି । ଦେଶର ଲୋକଙ୍କୁ ସ୍ୱଚ୍ଛ ଜାଳେଣୀ ପାଇଁ ଉଜ୍ୱଳା ଯୋଜନା, ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ, ଆର୍ଥିକ ସମାବେଶନ ପାଇଁ ଜନଧନ ଯୋଜନା ଆଦି ହେଉଛି ଏହି ଭାବନାର ପ୍ରତିବିମ୍ବ । 2022 ସୁଦ୍ଧା ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ନିଜର ଘର ଥିବ, ସେହି ଲକ୍ଷ୍ୟରେ ମଧ୍ୟ ସରକାର କାମ କରୁଛି ।

ଏବେ ନିକଟରେ ଦେଶର ପ୍ରତ୍ୟେକ ଘରେ ବିଦ୍ୟୁତ ସଂଯୋଗ ପହଂଚାଇବା ପାଇଁ ଏକ ନୂଆ ଯୋଜନା ଆରମ୍ଭ କରାଯାଇଛି । ଏହି ସମସ୍ତ ପ୍ରୟାସ ଲୋକଙ୍କୁ ମୌଳିକ ଜୀବନନିର୍ବାହକୁ ସହାୟତା ଦେବା ସହ ସେମାନଙ୍କର ଜୀବନକୁ ସହଜ କରିବା ମଧ୍ୟ ଉଦ୍ଦିଷ୍ଟ ।

ଖାଉଟିଙ୍କ ସ୍ୱାର୍ଥ ରକ୍ଷା କେବଳ ତାକୁ ଅଧିକାର ଦେବା ଦ୍ୱାରା ହୋଇନଥାଏ । ଭାରତରେ ଆମେ ସେ ଦିଗରେ ମଧ୍ୟ କାମ କରୁଛି କି ଯେଉଁଠି ସରକାରଙ୍କ ଯୋଜନାଗୁଡ଼ିକ ଖାଉଟିଙ୍କ ଅର୍ଥ ସଂଚୟରେ ସହାୟକ ସାବ୍ୟସ୍ତ ହେଉଛି । ଏହି ଯୋଜନାଗୁଡ଼ିକରେ ସବୁଠାରୁ ଅଧିକ ଫାଇଦା ଦେଶର ଗରିବ ଓ ମଧ୍ୟମ ବର୍ଗକୁ ମିଳୁଛି ।

ଆପଣମାନେ ଅବଗତ ଥିବେ କି ସଂପ୍ରତି ୟୁନିସେଫ୍ ଭାରତରେ ହୋଇଥିବା ଏକ ସର୍ଭେର ଫଳାଫଳ ଘୋଷଣା କରିଛି । ସର୍ଭେ ଅନୁସାରେ ସ୍ୱଚ୍ଛ ଭାରତ ମିଶନ ପରେ ଯେଉଁ ଗାଁ ଖୋଲାରେ ଶୌଚ କରିବାରୁ ମୁକ୍ତ ହୋଇଛି, ସେହି ଗାଁର ପ୍ରତ୍ୟେକ ପରିବାର ବାର୍ଷିକ 50ହଜାର ଟଙ୍କା ସଂଚୟ କରିପାରିଛୁ । ନଚେତ୍ ଏହି ରାଶି ତା’ର ପରିବାରକୁ ରୋଗର ଚିକିତ୍ସା, ହସ୍ପିଟାଲ ନେବାଆଣିବା ଓ ଅଫିସରୁ ନିଆଯାଇଥିବା ଛୁଟି ଆଦିରେ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।

ବନ୍ଧୁଗଣ ଗରିବଙ୍କୁ ଶସ୍ତା ଔଷଧ ପ୍ରଦାନ ପାଇଁ ଭାରତୀୟ ଜନଔଷଧି ପରିଯୋଜନା ଆରମ୍ଭ ହୋଇଛି । 500ରୁ ଉର୍ଦ୍ଧ୍ଵ ଔଷଧର ମୂଲ୍ୟକୁ ହ୍ରାସ କରି ତାକୁ ଆବଶ୍ୟକ ଔଷଧ ତାଲିକାରେ ରଖାଯାଇଛି । ଷ୍ଟେଣ୍ଟ (ହୃତପିଣ୍ଡରେ ଆଞ୍ଜିଓପ୍ଲାଷ୍ଟି ପାଇଁ ଆବଶ୍ୟକ Stent) ମୂଲ୍ୟକୁ କ୍ୟାପିଙ୍ଗ୍ କରି ଏହାକୁ 85 ପ୍ରତିଶତ ପର୍ଯ୍ୟନ୍ତ ଶସ୍ତା କରାଯାଇ ସାରିଛି । ନିକଟରେ ଆଣ୍ଠୁ ପ୍ରତିରୋପଣର ମୂଲ୍ୟକୁ ମଧ୍ୟ ସରକାର ନିୟନ୍ତ୍ରିତ କରିଦେଇଛନ୍ତି । ଏହାଦ୍ୱାରା ଗରିବ ଓ ମଧ୍ୟବିତ୍ତ ବର୍ଗ ସହ ଜଡ଼ିତ ଖାଉଟିଙ୍କ କୋଟି କୋଟି ଟଙ୍କା ସଂଚୟ ହୋଇପାରିଛି ।

 

ଆମର ଚିନ୍ତାଧାରା ଖାଉଟି ସୁରକ୍ଷାକୁ ଆଗକୁ ଯାଇ ଖାଉଟି ସ୍ୱାର୍ଥକୁ ପ୍ରୋତ୍ସାହିତ କରିବା । ଖାଉଟି ସ୍ୱାର୍ଥରେ ଲୋକଙ୍କ ଅର୍ଥ ସଂଚୟ କରିବାର ଆଉ ଏକ ଉଦାହରଣ ହେଉଛି ଆମର ଉଜାଲା ଯୋଜନା । ସାଧାରଣ ମନେ ହେଉଥିବା ଏହି ଯୋଜନା ହେଉଛି ଏଲ୍ଇଡି ବଲ୍ବ ବିତରଣ କାର୍ଯ୍ୟକ୍ରମ । କିନ୍ତୁ ପରିଣାମ ବହୁତ ଅସାଧାରଣ । ଯେତେବେଳେ ଏ ସରକାର କ୍ଷମତାକୁ ଆସିଲା ଗୋଟିଏ ଏଲ୍ଇଡି ବଲବ୍ 350ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଥିଲା । ସରକାରଙ୍କ ପ୍ରୟାସ ପରେ ଏବେ ଏହି ବଲ୍ବ ଉଜାଲା ଯୋଜନା ଆଧାରରେ କେବଳ 40ରୁ 45 ଟଙ୍କା ଦରରେ ଉପଲବ୍ଧ ହେଉଛି । ସରକାର ଏଲଇଡି ବଲ୍ବ ମୂଲ୍ୟ ହ୍ରାସ କରି ଲୋକଙ୍କ ବିଜୁଳି ବିଲ୍ ରେ ସଂଚୟ କରାଇଛନ୍ତି । ଏହି ଯୋଜନାରେ ଖାଉଟିଙ୍କ 20ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ସଂଚୟ ହୋଇଛି ।

ବନ୍ଧୁଗଣ, ମୁଦ୍ରାସ୍ପୀତି ଉପରେ ନିୟନ୍ତ୍ରଣ ଯୋଗୁ ମଧ୍ୟ ଗରିବ ଓ ମଧ୍ୟବିତ୍ତ ବର୍ଗର ଖାଉଟିଙ୍କୁ ଆର୍ଥିକ ଫାଇଦା ମିଳିଛି । ନଚେତ୍ ଗତ ସରକାରରେ ଯେଉଁ ଗତିରେ ମୁଦ୍ରାସ୍ପୀତି ବଢ଼ୁଥିଲା, ସେହି ଗତିରେ ବଢ଼ି ଚାଲିଥିଲେ ଦେଶର ସାଧାରଣ ନାଗରିକଙ୍କ ରୋଷେଇ ବଜେଟ ବହୁତ ବଢ଼ିସାରନ୍ତାଣି ।

ଟେକ୍ନୋଲଜି ମାଧ୍ୟମରେ ସାର୍ବଜନୀନ ବିତରଣ ପ୍ରଣାଳୀକୁ ସୁଦୃଢ଼ କରି ଏହା ସୁନିଶ୍ଚିତ କରାଯାଉଛି କି ଯେଉଁ ଗରିବର ଶସ୍ତା ଖାଦ୍ୟଶସ୍ୟ ଉପରେ ଅଧିକାର, ତାକୁ ହିଁ ଏହି ଖାଦ୍ୟଶସ୍ୟ ମିଳୁ ।

ଡାଇରେକ୍ଟ ବେନିଫିଟ୍ ସ୍କିମ୍ ଆଧାରରେ ହିତାଧିକାରୀଙ୍କ ବ୍ୟାଙ୍କ ଏକାଉଣ୍ଟରେ ସିଧାସଳଖ ଟଙ୍କା ଟ୍ରାନ୍ସଫର କରି ସରକାର 57ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଅର୍ଥ ଭୁଲ୍ ଲୋକଙ୍କ ହାତକୁ ଯିବା ଅଥବା ବାଟମାରଣା ରୋକିବାରେ ସକ୍ଷମ ହୋଇଛନ୍ତି । ବନ୍ଧୁଗଣ, ଚିରସ୍ଥାୟୀ ବିକାଶ ଲକ୍ଷ୍ୟକୁ ହାସଲ ନିମନ୍ତେ ଏହା ଜରୁରୀ ଯେ ଖାଉଟି ମଧ୍ୟ ନିଜର ମିଳିତ ଉତ୍ତରଦାୟିତ୍ୱକୁ ବୁଝି ନିଜ କର୍ତ୍ତବ୍ୟର ନିର୍ବାହ କରିବା ଉଚିତ୍ ।

ଏଠି ଏହି ଅବସରରେ ମୁଁ ଅନ୍ୟ ଦେଶରୁ ଆସିଥିବା ନିଜ ସହଯୋଗୀଙ୍କୁ ଗିଭ୍-ଇଟ୍-ଅପ୍ ସ୍କିମ୍ ସମ୍ପର୍କରେ ବିଶେଷ ଭାବେ କହିବାକୁ ଚାହୁଁଛି । ଆମର ଏଠି ରୋଷେଇ ଗ୍ୟାସର ସିଲିଣ୍ଡରରେ ଲୋକଙ୍କୁ ସବ୍ସିଡି ଦିଆଯାଏ । ମୋର ଏକ ଛୋଟିଆ ଅନୁରୋଧରେ ବର୍ଷକ ଭିତରେ ଏକ କୋଟିରୁ ଉର୍ଦ୍ଧ୍ଵ ଲୋକ ଗ୍ୟାସ ସବସିଡି ପରିତ୍ୟାଗ କରିଥିଲେ । ଲୋକମାନେ ଯେଉଁ ଗ୍ୟାସ ସବସିଡି ଛାଡ଼ିଥିଲେ ତା’ର ଉପଯୋଗ ଏପର୍ଯ୍ୟନ୍ତ 3 କୋଟି ପରିବାରଙ୍କୁ ମାଗଣା ଗ୍ୟାସ ସଂଯୋଗ ଦେବାରେ କରାଯାଇ ପାରିଛି । ଏହା ହେଉଛି ଏକ ଉଦାହରଣ କି କିଭଳି ପ୍ରତ୍ୟେକ ଖାଉଟିଙ୍କ ମିଳିତ ସହଯୋଗରେ ଅନ୍ୟକୁ ଫାଇଦା ହୋଇଥାଏ ଓ ସମାଜରରେ ବି ନିଜର କର୍ତ୍ତବ୍ୟ ପ୍ରତି ଜଣେ ଅନୁକୂଳ ପରିବେଶ ତିଆରି କରିଥାଏ ।

ବନ୍ଧୁଗଣ, ସରକାର ଦେଶର ଗ୍ରାମାଂଚଳରେ ରହୁଥିବା ଖାଉଟିଙ୍କ ଡିଜିଟାଲ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ ଚଳାଇଛନ୍ତି । ଏହା ଆଧାରରେ 6 କୋଟି ପରିବାରରେ ପ୍ରତ୍ୟେକ ପରିବାରରୁ ଜଣେ ବ୍ୟକ୍ତିଙ୍କୁ ଡିଜିଟାଲ ସାକ୍ଷର କରାଇବା ଉପରେ କାମ ଚାଲିଛି । ଏହି ଅଭିଯାନ ଦ୍ୱାରା ଗାଁର ଲୋକଙ୍କୁ ଡିଜିଟାଲ ଦେଣନେଣ, ଡିଜିଟାଲ ଶୈଳୀରେ ସରକାରୀ ସେବାକୁ ପ୍ରାପ୍ତ କରିବା ଅଧିକ ସହଜ ହେବ ।

ଭାରତର ଗାଁରେ ଡିଜିଟାଲ ସଚେତନତା ଭବିଷ୍ୟତ ପାଇଁ ଏକ ବହୁତ ବଡ଼ ଇ-ବାଣିଜ୍ୟର ମାର୍କେଟ ବି ପ୍ରସ୍ତୁତ କରାଉଛି । ୟୁନିଫାଏଡ ପେମେଣ୍ଟ ଇଂଟରଫେସ-ୟୁପିଆଇ ଦ୍ୱାରା ଇ-ବାଣିଜ୍ୟ ଇଣ୍ଡଷ୍ଟ୍ରିକୁ ବହୁତ ବଡ଼ ଶକ୍ତି ଦିଆଯାଉଛି । ଭାରତ ଇଂଟରଫେସ୍ ଫର ମନି ଅର୍ଥାତ୍ ଭୀମ ଆପ୍ ସହର ବ୍ୟତୀତ ଗ୍ରାମାଂଚଳରେ ମଧ୍ୟ ଡିଜିଟାଲ ପେମେଣ୍ଟର ସମ୍ପ୍ରସାରଣ କରୁଛି ।

 

 

ବନ୍ଧୁଗଣ, 125କୋଟିରୁ ଉର୍ଦ୍ଧ୍ଵ ଜନସଂଖ୍ୟା ଓ ଦ୍ରୁତଗତିରେ ବଢ଼ୁଥିବା ମଧ୍ୟବିତ୍ତ ବର୍ଗ ଯୋଗୁ ଭାରତ ବିଶ୍ୱର ସବୁଠାରୁ ବଡ଼ ବଜାର ମଧ୍ୟରୁ ଏକ ହୋଇପାରିଛି । ଆମର ଉନ୍ମୁକ୍ତ ଅର୍ଥବ୍ୟବସ୍ଥା ବିଶ୍ୱର ପ୍ରତ୍ୟେକ ଦେଶକୁ ସ୍ୱାଗତ କରୁଛି । ଭାରତୀୟ ଉପଭୋକ୍ତାଙ୍କୁ ଆନ୍ତର୍ଜାତିକ ବ୍ୟବସାୟୀଙ୍କ ଅଧିକ ନିକଟତର କରାଉଛି । ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ଆମେ ଆନ୍ତର୍ଜାତିକ କମ୍ପାନୀଗୁଡ଼ିକୁ ଭାରତରେ ହିଁ ଉତ୍ପାଦନ ଓ ବିନିର୍ମାଣ କରିବା ଓ ଏଠାର ବିଶାଳ ମାନବ ସମ୍ବଳକୁ ଭଲଭାବେ ଉପଯୋଗ କରିବାର ଏକ ପ୍ଲାଟଫର୍ମ ଦେଉଛି ।

ବନ୍ଧୁଗଣ, ପୃଥିବୀର ଏହି ଭାଗରେ ଏଭଳି ସମ୍ମିଳନୀ ପ୍ରଥମ । ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ରାଷ୍ଟ୍ର ନିଜ ନିଜ ଶୈଳୀରେ ନିଜର ଦେଶର ଖାଉଟିଙ୍କ ସ୍ୱାର୍ଥ ରକ୍ଷା କରିବାରେ ଲାଗିଛି । କିନ୍ତୁ ଆମକୁ ଏହା ବି ଧ୍ୟାନ ରଖିବାକୁ ପଡ଼ିବ କି ଏବେ ବୃଦ୍ଧି ପାଉଥିବା ଉଦାରୀକରଣ ସହ ସମଗ୍ର ବିଶ୍ୱ ଏକକ ବଜାରରେ ପରିବର୍ତ୍ତନ ହେଉଛି । ତେଣୁ ଏଭଳି ଆୟୋଜନ ମାଧ୍ୟମରେ ପରସ୍ପରର ଅନୁଭବରୁ ଶିଖିବା, ସାଧାରଣ ବୁଝାମଣାର ଦିଗକୁ ଖୋଜିବା ଓ ଖାଉଟି ସୁରକ୍ଷା ସହ ଜଡ଼ିତ କୌଣସି ଆଂଚଳିକ ମେଣ୍ଟ ନିର୍ମାଣର ସମ୍ଭାବନା ଉପରେ ଆଲୋଚନା ବହୁତ ଗୁରୁତ୍ୱପୂର୍ଣ୍ଣ ।

400 କୋଟିରୁ ଉର୍ଦ୍ଧ୍ଵ ଖାଉଟି, କ୍ରମବର୍ଦ୍ଧିଷ୍ଣୁ କ୍ରୟ ଶକ୍ତି, ଯୁବ ସଂଖ୍ୟା ଆମ ଏସୀୟ ରାଷ୍ଟ୍ରରେ ବ୍ୟବସାୟର ସବୁଠୁ ବଡ଼ ଆଧାର । ଇ-ବାଣିଜ୍ୟ ଓ ଲୋକଙ୍କ ଦ୍ଵାରା ବିଭିନ୍ନ ଦେଶ-ବିଦେଶକୁ ବୃଦ୍ଧି ପାଉଥିବା ଗମନାଗମନ ଯୋଗୁ ଏବେ ସୀମାପାର ଦେଣନେଣ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ଖାଉଟିଙ୍କ ଭରସା ବଜାୟ ରଖିବା ପାଇଁ ବହୁତ ଆବଶ୍ୟକ ହେଉଛି ପ୍ରତ୍ୟେକ ରାଷ୍ଟ୍ରରେ ଏକ ସୁଦୃଢ଼ ନିୟାମକ ଓ ନିୟନ୍ତ୍ରଣ ବ୍ୟବସ୍ଥା । ଆଉ ଏହି ପ୍ରଣାଳୀ ସମ୍ପର୍କରେ ଅନ୍ୟ ଦେଶକୁ ମଧ୍ୟ ଆବଶ୍ୟକ ସୂଚନା ରହିବା ଜରୁରୀ । ଅନ୍ୟ ଦେଶର ଖାଉଟିଙ୍କ ସହ ଜଡ଼ିତ ମାମଲାରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସହଭାଗୀ ଫ୍ରେମୱାର୍କ ହେବା  ଜରୁରୀ । ଏଥିରେ ପାରସ୍ପରିକ ବିଶ୍ୱାସ ଓ ବ୍ୟବସାୟ ବି ବଢ଼ିବ ।

ଯୋଗାଯୋଗ ପାଇଁ ବ୍ୟବସ୍ଥିତ ମେକାନିଜିମ୍ ପ୍ରସ୍ତୁତ, ଶ୍ରେଷ୍ଠ କାର୍ଯ୍ୟପଦ୍ଧତି ପାରସ୍ପରିକ ଭାଗିଦାରୀ କରିବା, ସାମର୍ଥ୍ୟ ବୃଦ୍ଧି ପାଇଁ ନୂଆ ପଦକ୍ଷେପ ନେବା ଓ ମିଳିତ ଅଭିଯାନ ଆରମ୍ଭ କରିବା ହେଉଛି ଏଭଳି ବିଷୟ ଯାହା ଉପରେ ପାରସ୍ପରିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯାଇପାରିବ ।

ବନ୍ଧୁଗଣ, ଆମର ସାଂସ୍କୃତିକ ଓ ବ୍ୟବସାୟର ମିଳିତ ସାମ୍ରାଜ୍ୟ ଭବିଷ୍ୟତରେ ସେତେ ସୁଦୃଢ଼ ହେବ ଯେତିକି ଆମ ମଧ୍ୟରେ ଭାବନାତ୍ମକ ସମ୍ବନ୍ଧ ସୁଦୃଢ଼ ହେବ । ନିଜ ସଂସ୍କୃତିକୁ ନେଇ ଗର୍ବ କରିବା ସହ ଅନ୍ୟର ସଂସ୍କୃତିକୁ ସମ୍ମାନ ହେଉଛି ଆମ ପରମ୍ପରାର ଅଂଶବିଶେଷ । ଯୁଗଯୁଗ ଧରି ଆମେ ପରସ୍ପରଠାରୁ ଶିକ୍ଷା କରୁଛୁ ଓ ବାଣିଜ୍ୟ ଓ ଖାଉଟି ସୁରକ୍ଷା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ ।

ମୁଁ ଆଶା କରୁଛି କି ଏହି ସମ୍ମିଳନୀରେ ଭବିଷ୍ୟତର ଆହ୍ୱାନକୁ ଦୃଷ୍ଟିରେ ରଖି ଏକ ସ୍ପଷ୍ଟ ଭିଜନ୍ ସହ ଆଗକୁ ବଢ଼ିବାର ମାର୍ଗଚିତ୍ର (Roadmap) ପ୍ରସ୍ତୁତ ହେବ । ମୋତେ ଆଶା ଅଛି ଯେ ଆମେ ଏହି ସମ୍ମିଳନୀ ମାଧ୍ୟମରେ ଏକ ଆଚଂଳିକ ସହଯୋଗକୁ ବ୍ୟବସ୍ଥିତକରଣ କରିବାରେ ସଫଳ ହେବା । ଏହି ସମ୍ମିଳନୀରେ ସାମିଲ ହୋଇଥିବା ଯୋଗୁ ମୁଁ ପୁଣିଥରେ ଆପଣମାନଙ୍କୁ ବହୁତ ବହୁତ କୃତଜ୍ଞତା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ !!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Women’s employment rate rises to 39% in 2025 from 22% in 2017: Mansukh Mandaviya

Media Coverage

Women’s employment rate rises to 39% in 2025 from 22% in 2017: Mansukh Mandaviya
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the true resolve of a representative
April 29, 2026

Prime Minister Shri Narendra Modi shared a Sanskrit Subhashitam today highlighting the true resolve of a representative.

The Prime Minister remarked that as vigilant citizens of the country, it is our duty to ensure record voting to make democracy even stronger.

The Prime Minister wrote on X:

"देश के एक सजग नागरिक के रूप में हमारा कर्तव्य है कि हम लोकतंत्र को और अधिक सशक्त बनाने के लिए रिकॉर्ड मतदान सुनिश्चित करें। इस तरह हम न केवल भारतवर्ष के नवनिर्माण में अपनी सक्रिय भागीदारी निभा सकते हैं, बल्कि एक समर्थ और समृद्ध राष्ट्र की नींव को और मजबूत कर सकते हैं।

राज्ञो हि व्रतमुत्थानं यज्ञः कार्यानुशासनम्।

दक्षिणा वृत्तिसाम्यं च दीक्षितस्याभिषेचनम्॥"

From the perspective of the welfare of the people, continuously uplifting them, faithfully performing duties as a sacred responsibility, ensuring fair judgment, giving generously, treating everyone with equality, and keeping oneself pure, disciplined and dedicated with a consecrated spirit, this is the true resolve of a representative.