ସେ କହିଛନ୍ତି ଯେ ବିଶ୍ୱକର୍ମା ଯୋଜନାକୁ ପ୍ରାୟ ୧୩-୧୫ ହଜାର କୋଟି ଟଙ୍କାରେ ଶୁଭାରମ୍ଭ କରାଯିବ ଆମେ ଦିବ୍ୟାଙ୍ଗଜନଙ୍କ ଲାଗି ଏକ ସୁଗମ ଭାରତର ନିର୍ମାଣ ପାଇଁ କାର୍ଯ୍ୟ କରୁଛୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେ ପାରା ଅଲମ୍ପିକରେ ମଧ୍ୟ ହିନ୍ଦୁସ୍ଥାନର ତ୍ରିରଙ୍ଗା ପତାକା ଉଡାଇବା ପାଇଁ ଆମର ଦିବ୍ୟାଙ୍ଗଜନଙ୍କୁ ସାମର୍ଥ୍ୟବାନ କରୁଛୁ, ଏଥି ଲାଗି ଖେଳାଳୀମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି : ପିଏମ୍ ନରେନ୍ଦ୍ର ମୋଦୀ

77ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ପ୍ରାଚୀରରୁ ନିଜ ସମ୍ବୋଧନରେ କହିଛନ୍ତି ଯେ, ଆସନ୍ତା ମାସରେ ବିଶ୍ୱକର୍ମା ଜୟନ୍ତୀରେ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରାଯିବ । ସେ କହିଛନ୍ତି ଯେ, ଏହି ଯୋଜନା ପରମ୍ପରାଗତ କୁଶଳୀ ଶ୍ରମିକ ଅର୍ଥାତ ଯେଉଁ ଲୋକମାନେ ହାତ ହତିଆରରେ ଏବଂ ନିଜ ହାତରେ କାର୍ଯ୍ୟକରୁଥିବା ବର୍ଗ ଅର୍ଥାତ ଯେଉଁମାନେ କି ଅଧିକାଂଶ ହେଉଛନ୍ତି ଓବିସି ସମୁଦାୟର । ଯେପରିକି କାର୍ପେଂଟର ହୁଅନ୍ତୁ, ସ୍ୱର୍ଣ୍ଣକାର ହୁଅନ୍ତୁ, ରାଜମିସ୍ତ୍ରୀ ହୁଅନ୍ତୁ, ଲୁଗା ଧୋଇବା କାର୍ଯ୍ୟ କରୁଥିବା ଲୋକ ହୁଅନ୍ତୁ, ଚୁଟି କାଟୁଥିବା ଭାଇ- ଭଉଣୀଙ୍କ ପରିବାର, ଏଭଳି ଲୋକମାନଙ୍କୁ ଏକ ନୂତନ ଶକ୍ତି ପ୍ରଦାନ କରିବାର କାର୍ଯ୍ୟ କରିବ । ଏହି ଯୋଜନାର ଆରମ୍ଭ ପାଖାପାଖି 13-15 ହଜାର କୋଟି ଟଙ୍କାର ବଜେଟରେ କରାଯିବ ।

 

ଲାଲକିଲ୍ଲା ପ୍ରାଚୀରରୁ ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମେ ଦିବ୍ୟାଙ୍ଗଜନଙ୍କ ଲାଗି ଏକ ସୁଗମ ଭାରତର ନିର୍ମାଣ ପାଇଁ କାର୍ଯ୍ୟ କରୁଛୁ । ସେ କହିଛନ୍ତି ଯେ, ଆମେ ପାରା ଅଲମ୍ପିକରେ ମଧ୍ୟ ହିନ୍ଦୁସ୍ଥାନର ତ୍ରିରଙ୍ଗା ପତାକା ଉଡାଇବା ପାଇଁ ଆମର ଦିବ୍ୟାଙ୍ଗଜନଙ୍କୁ ସାମର୍ଥ୍ୟବାନ କରୁଛୁ । ଏଥିପାଇଁ ଖେଳାଳୀମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି ।

ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଜି ଭାରତ ପାଖରେ ଜନସଂଖ୍ୟା ଅଛି, ଗଣତନ୍ତ୍ର ଅଛି, ଏବଂ ବିବିଧତା ଅଛି । ସେ କହିଛନ୍ତି ଯେ, ଜନସଂଖ୍ୟା, ଗଣତନ୍ତ୍ର, ଏବଂ ବିବିଧତାର ଏହି ତ୍ରିବେଣୀ ଭାରତର ପ୍ରତ୍ୟେକ ସ୍ୱପ୍ନକୁ ସାକାର କରିବାର ସାମର୍ଥ୍ୟ ରଖିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre launches Bhavya scheme to set up 100 industrial parks across country

Media Coverage

Centre launches Bhavya scheme to set up 100 industrial parks across country
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 24, 2026
May 24, 2026

Strength, Growth & Global Trust: How PM Modi is Transforming India Across Frontiers