ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୦୨- ୦୩, ୨୦୨୫ରେ ଘାନା ଗସ୍ତରେ ଯିବେ । ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ୱିପକ୍ଷୀୟ ଘାନା ଗସ୍ତ । ତିନି ଦଶନ୍ଧି ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ଘାନା ଗସ୍ତରେ ଯାଉଛନ୍ତି । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଘାନାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ । ଦୃଢ଼ ଦ୍ୱିପାକ୍ଷିକ ସହଯୋଗର ସେ ସମୀକ୍ଷା କରିବା ସହ ଆର୍ଥିକ, ଶକ୍ତି, ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କ ଏବଂ ସହଭାଗିତା ସହଯୋଗ ବୃଦ୍ଧିର ସୁଯୋଗ ବାବଦରେ ଆଲୋଚନା କରିବେ । ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବା ଦିଗରେ ଦୁଇ ଦେଶର ପ୍ରତିବଦ୍ଧତାକୁ ନିଶ୍ଚିତ କରିବା ସହ ଇକୋୱାସ (ଇକୋନୋମିକ କମୁ୍ୟନିଟି ଅଫ ୱେଷ୍ଟ ଆଫ୍ରିକା ଷ୍ଟେଟସ ) ଏବଂ ଆଫ୍ରିକାନ ୟୁନିଅନରେ ଭାରତର ସହଭାଗିତାକୁ ଦୃଢ଼ କରିବ ।

ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ତ୍ରିନିଦାଦ ଓ ଟୋବାଗୋ ରିପବ୍ଲିକର ପ୍ରଧାନମନ୍ତ୍ରୀ ମହାମହିମ କମଲା ପରସାଦ ବିସେସାରଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ ୦୩-୦୪, ୨୦୨୫ରେ ତ୍ରିନିଦାଦ ଓ ଟୋବାଗୋକୁ ସରକାରୀ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ଭାବେ ଏହା ତାଙ୍କର ତ୍ରିନିଦାଦ ଓ ଟୋବାଗୋକୁ ପ୍ରଥମ ଗସ୍ତ ହେବ । ୧୯୯୯ ମସିହା ପରେ ପ୍ରଥମ ଦ୍ୱିପକ୍ଷୀୟ ପ୍ରଧାନମନ୍ତ୍ରୀ ସ୍ତରୀୟ ଗସ୍ତ । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତ୍ରିନିଦାଦ ଓ ଟୋବାଗୋର ରାଷ୍ଟ୍ରପତି ମହାମହିମ ଖ୍ରୀଷ୍ଟିନେ କାର୍ଲା କଙ୍ଗାଲୋଙ୍କ ସହ ଭାରତ ଓ ତ୍ରିନିଦାଦ-ଟୋବାଗୋ ସମ୍ପର୍କକୁ ସୁଦୃଢ଼ କରିବାକୁ ଆଲୋଚନା କରିବେ । ତ୍ରିନିଦାଦ ଓ ଟୋବାଗୋ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ଆଶା କରାଯାଏ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ଗଭୀର ଓ ଐତିହାସିକ ସମ୍ପର୍କକୁ ତାଜା ପ୍ରେରଣା ଦେବ ।

ଗସ୍ତର ତୃତୀୟ ପର୍ଯ୍ୟାୟରେ ରିପବ୍ଲିକ ଅଫ ଆର୍ଜେଣ୍ଟିନାର ରାଷ୍ଟ୍ରପତି ମହାମହିମ ଜାଭିଏର ମିଲେଇଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ ୦୪-୦୫, ୨୦୨୫ରେ ସରକାରୀ ଗସ୍ତରେ ଆର୍ଜେଣ୍ଟିନା ଯିବେ । ରାଷ୍ଟ୍ରପତି ମିଲେଇଙ୍କ ସହ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।  ଏହି ଅବସରରେ ପ୍ରତିରକ୍ଷା, କୃଷି, ଖଣି, ତୈଳ ଏବଂ ଗ୍ୟାସ୍, ନବୀକରଣୀୟ ଶକ୍ତି, ବାଣିଜ୍ୟ ଏବଂ ନିବେଶ ଏବଂ ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ସହଯୋଗ ଓ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀଙ୍କ ଦ୍ୱିପକ୍ଷୀୟ ଗସ୍ତ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ବହୁମୁଖୀ ରଣନୀତିକ ସହଯୋଗିତାକୁ ଅଧିକ ଗଭୀର କରିବ ।

ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ଫେଡେରେଟିଭ ରିପବ୍ଲିକ ଅଫ ବ୍ରାଜିଲର ରାଷ୍ଟ୍ରପତି ମହାମହିମ ଲୁଇଜ ଇନାସିଡ ଲୁଲା ଦା ସିଲଭାଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ ୫୦୮, ୨୦୨୫ରେ ବ୍ରାଜିଲ ଗସ୍ତରେ ଯିବେ । ଏହି ସରକାରୀ ଗସ୍ତ ଅବସରରେ ସେ ସପ୍ତଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବେ । ଏହା ହେବ ପ୍ରଧାନମନ୍ତ୍ରୀଙ୍କ ଚତୁର୍ଥ ବ୍ରାଜିଲ ଗସ୍ତ । ସପ୍ତଦଶ ବ୍ରିକ୍ସ ନେତାଙ୍କ ଶିଖର ସମ୍ମିଳନୀ ରିଓ ଡି ଜେନେରୋରେ ଅନୁଷ୍ଠିତ ହେବ । ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ବୈଶ୍ୱିକ ପ୍ରଶାସନରେ ସଂସ୍କାର, ଶାନ୍ତି ଓ ନିରାପତ୍ତା, ବହୁପକ୍ଷବାଦକୁ ସୁଦୃଢ଼ କରିବା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସଦବ୍ୟବହାର, ଜଳବାୟୁ କାର୍ଯ୍ୟାନୁଷ୍ଠାନ, ବୈଶ୍ୱିକ ସ୍ୱାସ୍ଥ୍ୟ, ଆର୍ଥିକ ଏବଂ ବିତ୍ତୀୟ ବ୍ୟବସ୍ଥା ଆଦି ସମେତ ଅନେକ ବୈଶ୍ୱିକ ପ୍ରସଙ୍ଗରେ ମତ ବିନିମୟ କରିବେ । ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଅନେକ ଦ୍ୱିପାକ୍ଷିକ ବୈଠକରେ ମଧ୍ୟ ଯୋଗଦେବେ । ବ୍ରାଜିଲକୁ ସରକାରୀ ଗସ୍ତ ଭାବେ ପ୍ରଧାନମନ୍ତ୍ରୀ ବ୍ରାସିଲିଆ ଯିବେ, ଯେଉଁଠି କି ସେ ରାଷ୍ଟ୍ରପତି ଲୁଲାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଦୁଇ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,ମହାକାଶ, ପ୍ରଯୁକ୍ତି ବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଆଦି କ୍ଷେତ୍ରରେ ରଣନୀତିକ ସହଭାଗିତାକୁ ବିସ୍ତାର କରିବା ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇବ ।

ଗସ୍ତର ଶେଷ ପର୍ଯ୍ୟାୟରେ ନାମିବିୟା ରିପବ୍ଲିକର ରାଷ୍ଟ୍ରପତି ମହାମହିମ ଡ. ନେତୁମ୍ବୋ ନନ୍ଦି-ଦାୟିତ୍ୱାହଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ ୦୫, ୨୦୨୫ରେ ନାମିବିୟାକୁ ସରକାରୀ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ନାବିମିୟା ଗସ୍ତ ଏବଂ ଭାରତର ପ୍ରଧାନମନ୍ତ୍ରୀସ୍ତରୀୟ ତୃତୀୟ ଗସ୍ତ । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନାମିବିୟା ରାଷ୍ଟ୍ରପତି ନନ୍ଦି- ଦାୟିତ୍ୱାହଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ନାମିବିୟାର ପ୍ରତିଷ୍ଠାତା ଜନକ ତଥା ପ୍ରଥମ ରାଷ୍ଟ୍ରପତି ସ୍ୱର୍ଗତ ଡ. ସାମ ନୁଜୋମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ନାମିବିୟା ସଂସଦକୁ ମଧ୍ୟ ସେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ନାମିବିୟା ସହ ଭାରତର ଥିବା ଗଭୀର ଓ ଐତିହାସିକ ସମ୍ପର୍କକୁ ଦୋହରାଇବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FIIs pour over $1 billion into Indian stocks, biggest weekly buying since June 2025

Media Coverage

FIIs pour over $1 billion into Indian stocks, biggest weekly buying since June 2025
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives due to boat capsizing in South 24 Parganas district of West Bengal
July 13, 2026
Prime Minister announces ex-gratia

The Prime Minister, Shri Narendra Modi has expressed deep grief over the loss of lives due to the capsizing of a boat in the South 24 Parganas district of West Bengal.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

The Prime Minister announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

The Prime Minister’s Office posted on X;

“The loss of lives due to the capsizing of a boat in the South 24 Parganas district of West Bengal is deeply painful. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”