ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ମହାମହିମ ସାମଦେକ ଅକ୍କା ମୋହାସେନା ପଦଇ ତାକୋ ହୁନସେନଙ୍କ ମଧ୍ୟରେ ଆଜି ଏକ ଆଭାସି ବୈଠକ ଅନୁଷ୍ଠିତ ହୋଇଛି । 

ଦୁଇ ନେତାଙ୍କ ମଧ୍ୟରେ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ସହଯୋଗ, ମାନବ ସମ୍ବଳ ବିକାଶ, ପ୍ରତିରକ୍ଷା ଓ ସୁରକ୍ଷା, ବିକାଶ ସହଯୋଗ, ଯୋଗାଯୋଗ, ମହାମାରୀ ପରବର୍ତ୍ତୀ ଅର୍ଥନୈତିକ ସୁଧାର ଓ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସୁସମ୍ପର୍କ ଭଳି ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା । ସେମାନେ ଦ୍ୱିପାକ୍ଷିକ ସହଯୋଗର ଗତିରେ ସନ୍ତୋଷ ବ୍ୟକ୍ତ କରିଥିଲେ । 

ଭାରତ ସହ ସମ୍ପର୍କକୁ କାମ୍ବୋଡିଆ ବେଶ ଗୁରୁତ୍ୱ ପ୍ରଦାନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ହୁନସେନ ଜୋର ଦେଇଥିଲେ । ଏହି ଭାବନାକୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ମାନ ଦେବା ସହ ଭାରତର ଆକ୍ଟ ଇଷ୍ଟ ନୀତିରେ କାମ୍ବୋଡିଆର ଉପଯୋଗୀ ଭୂମିକା ତୁଲାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଦୁଇ ନେତା ମେକଂଗ-ଗଙ୍ଗା ସହଯୋଗ ଯୋଜନା ଅନ୍ତର୍ଗତ ଦକ୍ଷତା ନିର୍ମାଣ କାର୍ଯ୍ୟକ୍ରମ ଓ ତ୍ୱରିତ ପ୍ରଭାବ ପ୍ରକଳ୍ପ ସହିତ ଦୁଇ ଦେଶ ମଧ୍ୟରେ ଦୃଢ ବିକାଶ ଭାଗିଦାରୀର ସମୀକ୍ଷା କରିଥିଲେ ।  

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ଓ ସଭ୍ୟତାଗତ ଯୋଗାଯୋଗ ସମ୍ପର୍କରେ ଆଲୋକପାତ କରିବା ସହ ଅଙ୍ଗକୋର ଭାଟ ଓ ପ୍ରେହ ବିହାର ମନ୍ଦିରଗୁଡିକର ଜୀର୍ଣ୍ଣୋଦ୍ଧାରରେ ଭାଗିଦାର ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଓ ଭାଷାଗତ ସମ୍ବନ୍ଧକୁ ଦର୍ଶାଇଥାଏ । 

କ୍ୱାଡ ଟିକା ଉପକ୍ରମ ଅନ୍ତର୍ଗତ ୩.୨୫ ଲକ୍ଷ ଭାରତରେ ପ୍ରସ୍ତୁତ କୋଭିଶିଲ୍ଡ ଟିକା କାମ୍ବୋଡିଆକୁ ଯୋଗାଇ ଥିବାରୁ ପ୍ରଧାନମନ୍ତ୍ରୀ ହୁନସେନ ଭାରତକୁ ଧନ୍ୟବାଦ ପ୍ରଦାନ କରିଥିଲେ । 

ଭାରତ ଓ କାମ୍ବୋଡିଆ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୦ତମ ବର୍ଷ ପୂର୍ତ୍ତି ସମାରୋହ ଚଳିତ ବର୍ଷ ପାଳନ ହୋଇଥିବାରୁ ଦୁଇ ନେତା ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ । 

ସମାରୋହର ଅଂଶ ଭାବେ ପ୍ରଧାନମନ୍ତ୍ରୀ ମୋଦୀ କାମ୍ବୋଡିଆର ମହାମହିନ ରାଜା ଓ ରାଣୀଙ୍କୁ ପରସ୍ପରର ସୁବିଧାଜନକ ସମୟରେ ଭାରତ ଆସିବାକୁ ଆମନ୍ତ୍ରଣ ଜଣାଇଥିଲେ ।

ମିଳିତ ହିତ ଥିବା ବୈଶିକ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଦୁଇ ନେତା ପରସ୍ପରର ମତ ବିନିମୟ କରିଥିଲେ ।

ଆସିଆନ ଅଧ୍ୟକ୍ଷ ପଦ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ କାମ୍ବୋଡିଆକୁ ଶୁଭେଚ୍ଛା ଜଣାଇଥିଲେ ଓ ଅଧ୍ୟକ୍ଷ ଭାବେ ସଫଳ ହେବା ପାଇଁ କାମ୍ବୋଡିଆକୁ ଭାରତର ପୂର୍ଣ୍ଣ ସମର୍ଥନ ଓ ସହାୟତାର ଆଶ୍ୱାସନା ଦେଇଥିଲେ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India accelerates ‘semiconductor drive’ with Rs 1.64 lakh crore investment plan

Media Coverage

India accelerates ‘semiconductor drive’ with Rs 1.64 lakh crore investment plan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari