ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ଏକ କେନ୍ଦ୍ରୀୟ କ୍ଷେତ୍ରର ଯୋଜନା ଭାବେ ‘ପ୍ରସାରଣ ଭିତ୍ତିଭୂମି ଓ ନେଟୱର୍କ ବିକାଶ (ବ୍ରଡକାଷ୍ଟିଂ ଇନଫ୍ରାଷ୍ଟ୍ରକ୍ଚର ଏଣ୍ଡ ଟେନୱର୍କ ଡେଭଲପମେଣ୍ଟ-ବିଆଇଏନଡି)’କୁ ଅନୁମୋଦନ କରିଛି। ଏ ସଂକ୍ରାନ୍ତରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏହି ଯୋଜନା ମାଧ୍ୟମରେ ପ୍ରସାର ଭାରତୀ- ଅର୍ଥାତ୍‌ ଅଲ ଇଣ୍ଡିଆ ରେଡିଓ (ଏଆଇଆର) ଏବଂ ଦୂରଦର୍ଶନ (ଡିଡି) ପାଇଁ ଭିତ୍ତିଭୂମି ବିକାଶ କରାଯିବ। ଯୋଜନାରେ ମୋଟ୍‌ ୨୫୩୯.୬୧ କୋଟି ଟଙ୍କା ଖର୍ଚ୍ଚ ହେବ।  ପ୍ରସାର ଭାରତୀର ପ୍ରସାରଣ ଭିତ୍ତିଭୂମି ସମ୍ପ୍ରସାରଣ ଓ ଉନ୍ନତିକରଣ, ବିଷୟବସ୍ତୁ ବିକାଶ ଓ ସଂଗଠନର ସିଭିଲ କାର୍ଯ୍ୟ ଆଦି ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ମନ୍ତ୍ରଣାଳୟ ଦ୍ବାରା ବ୍ରଡକାଷ୍ଟିଂ ଇନଫ୍ରାଷ୍ଟ୍ରକ୍ଚର ଏଣ୍ଡ ଟେନୱର୍କ ଡେଭଲପମେଣ୍ଟ (ବିଆଇଏନଡି) ଯୋଜନାର ପରିକଳ୍ପନା କରାଯାଇଛି।

 

ପ୍ରସାର ଭାରତୀ ହେଉଛି ଦେଶର ସାର୍ବଜନୀନ ବା ଲୋକ ସେବା ପ୍ରସାରଣକାରୀ ସଂଗଠନ। ଏହି ସଂଗଠନ ଦୂରଦର୍ଶନ ଓ ଆକାଶବାଣୀ ମାଧ୍ୟମରେ ଦେଶର ଦୂର ସୁଦୂରବର୍ତ୍ତୀ କ୍ଷେତ୍ରରେ ଲୋକମାନଙ୍କୁ ଶିକ୍ଷା, ସୂଚନା, ମନୋରଞ୍ଜନ ଓ ସହଭାଗିତାର ସବୁଠୁ ବଡ଼ ସାଧନ ଯୋଗାଇ ଦେଉଛି। ପ୍ରସାର ଭାରତୀ କୋଭିଡ ମହାମାରୀ ସମୟରେ ସାର୍ବଜନୀନ ସ୍ବାସ୍ଥ୍ୟ ବାର୍ତ୍ତାର ପ୍ରସାରଣ ଓ ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।

ବିଆଇଏନଡି ଯୋଜନା ଏହି ସାର୍ବଜନୀନ ପ୍ରସାରଣକାରୀ ସଂଗଠନକୁ ଉନ୍ନତ ମୌଳିକ ଭିତ୍ତିଭୂମି ସହିତ ନିଜସ୍ବ ସୁବିଧାକୁ ବ୍ୟାପକ ଭାବେ ଉନ୍ନତିକରଣ କରିବା ଲାଗି ସକ୍ଷମ କରିବ। ଫଳରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ କ୍ଷେତ୍ର, ସୀମାବର୍ତ୍ତୀ ଓ ରଣନୈତିକ କ୍ଷେତ୍ରରେ ଏହାର ପ୍ରସାରଣ ବୃଦ୍ଧି ପାଇବ। ଶ୍ରୋତା ଓ ଦର୍ଶକମାନେ ଉଚ୍ଚ ଗୁଣବତ୍ତାଯୁକ୍ତ କଣ୍ଟେଣ୍ଟ ବା ବିଷୟବସ୍ତୁ ପାଇପାରିବେ। ଏହି ଯୋଜନାର ଆଉ ଏକ ପ୍ରାଥମିକତା ଆଧାରିତ କ୍ଷେତ୍ର ହେଉଛି - ଘରୋଇ ଓ ଅନ୍ତର୍ଜାତୀୟ ଉଭୟ ଦର୍ଶକଙ୍କ ପାଇଁ ଉଚ୍ଚ ଗୁଣବତ୍ତାଯୁକ୍ତ କଣ୍ଟେଣ୍ଟ ବିକଶିତ କରିବା ଏବଂ ଅଧିକ ଘରୋଇ ଚ୍ୟାନେଲକୁ ସାମିଲ କରିବା ଲାଗି ଡିଟିଏଚ ପ୍ଲାଟଫର୍ମର କ୍ଷମତା ବିକାଶ। ଏହାଦ୍ବାରା ଦର୍ଶକଙ୍କ ପାଇଁ ବିବିଧ ବିଷୟବସ୍ତୁ ଓ କାର୍ଯ୍ୟକ୍ରମର ଉପଲବ୍ଧତା ସୁନିଶ୍ଚିତ ହୋଇପାରିବ। ଓଭି ଭ୍ୟାନ୍‌ କ୍ରୟ ଏବଂ ଡିଡି ଓ ଆକାଶବାଣୀ ଷ୍ଟୁଡିଓକୁ ଏଚଡି ସ୍ତରରେ ପ୍ରସ୍ତୁତ କରିବା ଲାଗି ଡିଜିଟାଲ ଉନ୍ନତିକରଣକୁ ମଧ୍ୟ ଏହି ପରିଯୋଜନାର ଅଂଶବିଶେଷ ଭାବେ ସାମିଲ କରାଯିବ।

ବର୍ତ୍ତମାନ, ଦୂରଦର୍ଶନ ୨୮ଟି ଆଞ୍ଚଳିକ ଚାନେଲ ସହିତ ୩୬ଟି ଟିଭି ଚାନେଲ ପରିଚାଳନା କରୁଛି ଏବଂ ଅଲ ଇଣ୍ଡିଆ ରେଡିଓ ୫୦୦ରୁ ଅଧିକ ପ୍ରସାରଣ କେନ୍ଦ୍ର ପରିଚାଳନା କରିଥାଏ। ଏହି ଯୋଜନା ଦେଶରେ ଏଆଇଆର ଏଫଏମ ଟ୍ରାନ୍ସମିଟର କଭରେଜକୁ ଭୌଗଳିକ କ୍ଷେତ୍ର ଅନୁସାରେ ୫୯ ପ୍ରତିଶତରୁ ବଢ଼ାଇ ୬୬ ପ୍ରତିଶତ ଏବଂ ଜନସଂଖ୍ୟା ହିସାବରେ ୬୮ ପ୍ରତିଶତରୁ ବଢ଼ାଇ ୮୦ ପ୍ରତିଶତ କରି ଦେବ। ଏହି ଯୋଜନାରେ ଦୂରବର୍ତ୍ତୀ, ଜନଜାତୀୟ, ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ପ୍ରଭାବିତ, ସୀମାବର୍ତ୍ତୀ କ୍ଷେତ୍ର ଓ ଆକାଂକ୍ଷୀ ଜିଲ୍ଲାରେ ରହୁଥିବା ଲୋକମାନଙ୍କୁ ୮ ଲକ୍ଷ ଡିଡି ଫ୍ରି ଡିଶ ଡିଟିଏଚ ସେଟଅପ ବକ୍ସ (ଡିଟିବି) ନିଃଶୁଳ୍କ ବିତରଣ କରାଯିବାକୁ ପରିକଳ୍ପନା କରାଯାଇଛି।

ସାର୍ବଜନୀନ ପ୍ରସାରଣ ପରିଧିକୁ ବଢ଼ାଇବା ବ୍ୟତୀତ, ପ୍ରସାରଣ ଉପକରଣ ଯୋଗାଣ ଓ ପ୍ରତିଷ୍ଠା ସହ ଜଡ଼ିତ ନିର୍ମାଣ ଓ ସେବା ମାଧ୍ୟମରେ ପରୋକ୍ଷ ରୋଜଗାର ସୃଷ୍ଟି ହେବାର ସମ୍ଭାବନା ରହିଛି। ଟିଭି/ରେଡିଓ ପ୍ରଯୋଜନା, ଟ୍ରାନ୍ସମିଶନ ଓ ଆନୁସଙ୍ଗିକ ମିଡିଆ ସହ ଜଡ଼ିତ ସେବା ସମେତ ବିଭିନ୍ନ ବିଷୟବସ୍ତୁ ଓ କାର୍ଯ୍ୟକ୍ରମ ପ୍ରସ୍ତୁତି କ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପରୋକ୍ଷ ରୋଜଗାର ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାବ୍ୟତୀତ, ଡିଡି ଫ୍ରି ଡିଶର ପ୍ରସାର ବିସ୍ତାର ପ୍ରକଳ୍ପ ଜରିଆରେ ଡିଡି ଫ୍ରି’ ଡିଶ ଡିଟିଏଚ ବକ୍ସ ନିର୍ମାଣରେ ମଧ୍ୟ ରୋଜଗାର ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ଭାରତ ସରକାର ଦୂରଦର୍ଶନ ଓ ଆକାଶବାଣୀ (ପ୍ରସାରଣ ଭାରତୀ)ର ମୌଳିକ ଭିତ୍ତିଭୂମି ଓ ସେବାର ବିକାଶ, ଆଧୁନିକୀକରଣ ଓ ଦୃଢ଼ତା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଉଛନ୍ତି ଏବଂ ଏହା ଏକ ନିରନ୍ତର ପ୍ରକ୍ରିୟା ଅଟେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s march towards self-reliance in med-tech

Media Coverage

India’s march towards self-reliance in med-tech
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Chamba, Himachal Pradesh
August 08, 2026

The Prime Minister, Shri Narendra Modi, condoled loss of lives due to a mishap in Chamba, Himachal Pradesh. "My thoughts are with the families who have lost their loved ones. May those injured recover at the earliest", Shri Modi stated.

The Prime Minister posted on X:

The loss of lives due to a mishap in Chamba, Himachal Pradesh, is deeply saddening. My thoughts are with the families who have lost their loved ones. May those injured recover at the earliest: PM @narendramodi