ଜମ୍ମୁ ଓ କଶ୍ମୀରରେ ତୃଣମୂଳସ୍ତରର ଗଣତନ୍ତ୍ରକୁ ସୁଦୃଢ଼ କରିବା ଆମର ପ୍ରାଥମିକତା : ପ୍ରଧାନମନ୍ତ୍ରୀ
ସୀମା ପୁନଃନିର୍ଦ୍ଧାରଣ ଦ୍ରୁତଗତିରେ ହେବାର ଆବଶ୍ୟକତା ରହିଛି ଯାହାଫଳରେ ଜମ୍ମୁ ଓ କଶ୍ମୀରକୁ ଏକ ନିର୍ବାଚିତ ସରକାର ମିଳିପାରିବ : ପ୍ରଧାନମନ୍ତ୍ରୀ

ଜମ୍ମୁ ଓ କଶ୍ମୀରର ବିକାଶ ଏବଂ ପ୍ରଗତି ପାଇଁ ଜାରି ରହିଥିବା ପ୍ରୟାସ ଦିଗରେ ଜମ୍ମୁ ଓ କଶ୍ମୀରର ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହିତ ଆଜିର ବୈଠକ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏହାଫଳରେ ଜମ୍ମୁ ଓ କଶ୍ମୀରର ସାମଗ୍ରିକ ବିକାଶ ଆହୁରି ତ୍ବରାନ୍ବିତ ହୋଇପାରିବ।

ବୈଠକ ପରେ ଏକାଧିକ ଟ୍ବିଟ୍‌ରେ ପ୍ରଧାନମନ୍ତ୍ରୀ କହିଥିଲେ:

“ଜମ୍ମୁ ଓ କଶ୍ମୀରର ବିକାଶ ଏବଂ ପ୍ରଗତି ପାଇଁ ଜାରି ରହିଥିବା ପ୍ରୟାସ ଦିଗରେ ଜମ୍ମୁ ଓ କଶ୍ମୀରର ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହିତ ଆଜିର ବୈଠକ ଏକ ଗୁରୁତ୍ବପୂର୍ଣ୍ଣ। ଏହାଫଳରେ ଜମ୍ମୁ ଓ କଶ୍ମୀରର ସାମଗ୍ରିକ ବିକାଶ ଆହୁରି ତ୍ବରାନ୍ବିତ ହୋଇପାରିବ।”

ଜମ୍ମୁ ଓ କଶ୍ମୀରରେ ତୃଣମୂଳସ୍ତରର ଗଣତନ୍ତ୍ରକୁ ସୁଦୃଢ଼ କରିବା ଆମର ପ୍ରାଥମିକତା। ସୀମା ପୁନଃନିର୍ଦ୍ଧାରଣ ଦ୍ରୁତ ଗତିରେ ହେବା ଆବଶ୍ୟକ ଯାହାଫଳରେ ନିର୍ବାଚନ ଆୟୋଜନ କରାଯାଇପାରିବ ଏବଂ ଜମ୍ମୁ ଓ କଶ୍ମୀରକୁ ଏକ ନିର୍ବାଚିତ ସରକାର ମିଳିପାରିବ ଯାହାକି ଜମ୍ମୁ କଶ୍ମୀରର ବିକାଶଧାରାକୁ ସୁଦୃଢ଼ କରିବ।

ଆମ ଗଣତନ୍ତ୍ରର ସବୁଠୁ ବଡ଼ ସାମର୍ଥ୍ୟ ହେଉଛି ଗୋଟିଏ ଟେବୁଲ ଚତୁଃପାର୍ଶ୍ବରେ ବସି ମତ ବିନିମୟ କରିବା। ମୁଁ ଜମ୍ମୁ ଓ କଶ୍ମୀରର ନେତାମାନଙ୍କୁ କହିଲି ଯେ ଲୋକମାନେ, ବିଶେଷ କରି ଯୁବପିଢ଼ିମାନେ ଜମ୍ମୁ ଓ କଶ୍ମୀରକୁ ରାଜନୈତିକ ନେତୃତ୍ବ ପ୍ରଦାନ କରିବା ଆବଶ୍ୟକ ଏବଂ ସେମାନଙ୍କର ଆକାଂକ୍ଷା ନିଶ୍ଚିତ ଭାବେ ପୂରଣ ହେବା ଉଚିତ୍।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 10, 2026
August 10, 2026

History, Heritage & High Growth: Why India’s Youth Feel Unstoppable Under PM Modi’s Leadership