Her address encapsulates the vision for an India where youth have the best opportunities to flourish: PM

ସଂସଦର ଉଭୟ ଗୃହକୁ ମାନ୍ୟବର ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ଏବଂ ଏହାକୁ ବିକଶିତ ଭାରତ ନିର୍ମାଣ ଦିଗରେ ଭାରତର ଯାତ୍ରା ପାଇଁ ଏକ ବ୍ୟାପକ ଦୃଷ୍ଟିକୋଣ ବୋଲି କହିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ ମାନ୍ୟବର ରାଷ୍ଟ୍ରପତି ସରକାରଙ୍କ ପ୍ରମୁଖ ପଦକ୍ଷେପଗୁଡିକୁ ଆଲୋକପାତ କରିଛନ୍ତି ଏବଂ ଭବିଷ୍ୟତର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଏକ ଏପରି ଭାରତର ପରିକଳ୍ପନା କରାଯାଇଛି ଯେଉଁଠାରେ ଯୁବକମାନଙ୍କର ଉନ୍ନତି ପାଇଁ ସର୍ବୋତ୍ତମ ସୁଯୋଗ ରହିଛି।

ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ମାନ୍ୟବର ରାଷ୍ଟ୍ରପତିଙ୍କ ଅଭିଭାଷଣ ଗତ ଦଶନ୍ଧିରେ ଆମ ଦେଶର ସାମୂହିକ ସଫଳତାକୁ ସୁନ୍ଦର ଭାବରେ ବ୍ୟାଖ୍ୟା କରିବା ସହ ଆମର ଭବିଷ୍ୟତର ଆକାଂକ୍ଷାକୁ ମଧ୍ୟ ଉଲ୍ଲେଖ କରିଛି  ।

ପ୍ରଧାନମନ୍ତ୍ରୀ  ଏକ୍ସରେ ପୋଷ୍ଟ କରିଛନ୍ତି;

ଆଜି ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତିଜୀଙ୍କର ଅଭିଭାଷଣ ଏକ ବିକଶିତ ଭରତ ନିର୍ମାଣ ଦିଗରେ ଆମ ଦେଶର ଦୃଷ୍ଟିକୋଣକୁ ଦର୍ଶାଇଥିଲା । ସେ ବିଭିନ୍ନ କ୍ଷେତ୍ର ଉପରେ ଆଲୋକପାତ କରିଥିଲେ ଏବଂ ଭବିଷ୍ୟତର ବିକାଶ ସହିତ ସବୁ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରିଥିଲେ ।

‘‘ତାଙ୍କ ଅଭିଭାଷଣରେ ଏପରି ଏକ ଭାରତର ପରିକଳ୍ପନା କରାଯାଇଛି ଯେଉଁଠାରେ ଯୁବକମାନଙ୍କର ଉନ୍ନତି ପାଇଁ ସର୍ବୋତ୍ତମ ସୁଯୋଗ ରହିଛି। ଏକତା ଏବଂ ନିଷ୍ଠାର ଆବେଗ ​​ସହିତ ଆମେ ସ୍ଥିର କରିଥିବା ଲକ୍ଷ୍ୟ ହାସଲ ପାଇଁ ପ୍ରେରଣାଦାୟକ ରୋଡମ୍ୟାପ୍ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ”

“ମାନ୍ୟବର ରାଷ୍ଟ୍ରପତିଙ୍କ ଅଭିଭାଷଣ ଗତ ଦଶନ୍ଧିରେ ଆମ ଦେଶର ସାମୂହିକ ସଫଳତାକୁ ସୁନ୍ଦର ଭାବରେ ବ୍ୟାଖ୍ୟା କରିବା ସହ ଆମ ଭବିଷ୍ୟତର ଆକାଂକ୍ଷାକୁ ମଧ୍ୟ ଉଲ୍ଲେଖ କରିଛି । ଏହି ଅଭିଭାଷଣ ଅର୍ଥନୈତିକ ସଂସ୍କାର, ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟସେବା, ଶିକ୍ଷା, ଅକ୍ଷୟ ଶକ୍ତି, ଗ୍ରାମୀଣ ଅଭିବୃଦ୍ଧି, ଉଦ୍ୟୋଗ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋକପାତ କରିଥିଲା।’’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's strong growth outlook intact despite global volatility: Govt

Media Coverage

India's strong growth outlook intact despite global volatility: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over mishap in Coimbatore
April 17, 2026

The Prime Minister, Shri Narendra Modi, has expressed deep anguish over the mishap in Coimbatore, Tamil Nadu.

Shri Modi said that he is distressed to hear about the incident and extended his heartfelt condolences to those who have lost their loved ones. He also prayed for the speedy recovery of those injured in the mishap.

The Prime Minister’s Office posted on X;

“Distressed to hear about the mishap in Coimbatore, Tamil Nadu. I extend my heartfelt condolences to those who have lost their loved ones in the mishap. Prayers for the speedy recovery of those injured: PM @narendramodi”