ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶର ଯେଉଁ ସବୁ କ୍ଷେତ୍ର ଯୋଗାଯୋଗ ସୁବିଧାରୁ ବଞ୍ଚିତ ହୋଇ ରହିଥିଲା ଏବଂ ପଛରେ ପଡ଼ିଯାଇଥିଲା, ସେଗୁଡ଼ିକୁ ଆମେ ରେଳବାଇ ମାଧ୍ୟମରେ ଯୋଡ଼ିବା ଆରମ୍ଭ କରିଛୁ। ଶ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ବିଭିନ୍ନ କ୍ଷେତ୍ରକୁ ଗୁଜରାଟର କେଓ୍ବଡ଼ିୟା ସହ ଯୋଡ଼ୁଥିବା ଆଠଟି ଟ୍ରେନ ଚଳାଚଳକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ରାଜ୍ୟରେ ରେଳବାଇ ସହ ଜଡ଼ିତ ଅନେକଗୁଡ଼ିଏ ପ୍ରକଳ୍ପର ଉଦଘାଟନ କରିବା ଅବସରରେ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ବଡ଼ ଲାଇନ ଏବଂ ବିଦ୍ୟୁତିକରଣ କାର୍ଯ୍ୟରେ ଦ୍ରୁତ ଅଗ୍ରଗତି ହୋଇଛି ଏବଂ ଦ୍ରୁତ ଗତିରେ ରେଳଧାରଣା ନିର୍ମାଣ କରାଯାଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାଫଳରେ ସେମି ହାଇସ୍ପିଡ ଟ୍ରେନ ଚଳାଚଳ ହୋଇପାରିଛି ଏବଂ ଆମେ ହାଇସ୍ପିଡ କ୍ଷମତା ଆଡ଼କୁ ଆଗକୁ ବଢ଼ୁଛୁ, ଏହି କାର୍ଯ୍ୟ ଲାଗି ବଜେଟକୁ ଅନେକଗୁଣା ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ରେଳବାଇକୁ ପରିବେଶ ଅନୁକୂଳ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। କେଓ୍ବଡ଼ିଆ ଷ୍ଟେସନ ଭାରତର ପ୍ରଥମ ଷ୍ଟେସନ, ଯାହାକୁ ଗ୍ରୀନ ବିଲ୍ଡିଂ ପ୍ରମାଣପତ୍ର ସହିତ ଆରମ୍ଭ କରାଯାଇଛି।

ସେ ରେଳବାଇ ସହ ସଂଯୁକ୍ତ ବିନିର୍ମାଣ ଏବଂ ପ୍ରଯୁକ୍ତିରେ ଆତ୍ମନିର୍ଭରଶୀଳତାର ଗୁରୁତ୍ୱ ଉପରେ ମଧ୍ୟ ଜୋର ଦେଇଥିଲେ ଯାହାର ଏବେ ଭଲ ପରିଣାମ ଦେଖିବାକୁ ମିଳିଛି। ଉଚ୍ଚ ହର୍ଷ ପାୱାରଯୁକ୍ତ ଇଲେକ୍ଟ୍ରୋନିକ ଇଞ୍ଜିନର ସ୍ଥାନୀୟ ନିର୍ମାଣ କାରଣରୁ ଏହା ସମ୍ଭବ ହୋଇପାରୁଛି ଏବଂ ଭାରତ ବିଶ୍ଵର ପ୍ରଥମ ଦେଶ ଭାବେ ଡବଲ ଷ୍ଟାକ୍ଡ ଲଙ୍ଗ ହଲ୍ କଣ୍ଟେନର ଟ୍ରେନ (ଦୁଇ ଥାକ ବିଶିଷ୍ଟ ଖୁବ ଲମ୍ବ କଣ୍ଟେନର ଟ୍ରେନ) ଚଳାଚଳ ଆରମ୍ଭ କରିପାରିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସ୍ୱଦେଶ ନିର୍ମିତ ଆଧୁନିକ ରେଳଗାଡ଼ିର ଏକ ଶୃଙ୍ଖଳା ଭାରତୀୟ ରେଳର ଅଂଶବିଶେଷ ହୋଇପାରିଛି।

ପ୍ରଧାନମନ୍ତ୍ରୀ ରେଳବାଇରେ ପରିବର୍ତ୍ତନର ଆବଶ୍ୟକତାକୁ ପୂରଣ କରିବା ଲାଗି ଦକ୍ଷ ବିଶେଷଜ୍ଞ ଏବଂ ପେସାଦାରଙ୍କ ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଏହି ଆବଶ୍ୟକତା କାରଣରୁ ବଡ଼ୋଦରା ଠାରେ ଏକକ ରେଳବାଇ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଭାରତ ସେସବୁ ହାତଗଣତି ରାଷ୍ଟ୍ର ମଧ୍ୟରୁ ଅନ୍ୟତମ ହୋଇପାରିଛି ଯେଉଁଠି ଏପରି କ୍ଷମତା ଥିବା ଶିକ୍ଷାନୁଷ୍ଠାନ ରହିଛି। ରେଳ ପରିବହନ ଲାଗି ଆଧୁନିକ ସୁବିଧା, ବହୁ-ବିଷୟକ ଗବେଷଣା, ପ୍ରଶିକ୍ଷଣ ଉପଲବ୍ଧ କରାଯାଉଛି। 20ଟି ରାଜ୍ୟର ପ୍ରତିଭାଶାଳୀ ଯୁବକମାନଙ୍କୁ ରେଳବାଇର ବର୍ତ୍ତମାନ ଏବଂ ଭବିଷ୍ୟତକୁ ଚଳାଇବା ଲାଗି ପ୍ରଶିକ୍ଷିତ କରାଯାଉଛି। ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ ଏହା ନବୋନ୍ମେଷ ଏବଂ ଗବେଷଣା ମାଧ୍ୟମରେ ରେଳବାଇକୁ ଆଧୁନିକ କରିବା ଦିଗରେ ସହାୟକ ହୋଇପାରିବ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Budget 2026-27 lays blueprint for a future-ready digital ecosystem

Media Coverage

Budget 2026-27 lays blueprint for a future-ready digital ecosystem
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 2, 2026
February 02, 2026

Citizens Celebrate PM Modi's Roadmap to Prosperity: Budget 2026 Drives Investment, Jobs, and Sustainable Growth for Every Indian