ଉତ୍ତରକାଶୀ ଟନେଲ ଉଦ୍ଧାର ଅଭିଯାନ ସହ ଜଡ଼ିତ ସମସ୍ତ ଲୋକଙ୍କ ମନୋବଳକୁ ପ୍ରଧାନମନ୍ତ୍ରୀ ସମ୍ମାନ ଜଣାଇଛନ୍ତି
ଉଦ୍ଧାର କାର୍ଯ୍ୟର ସଫଳତା ସମସ୍ତଙ୍କୁ ଭାବପ୍ରବଣ କରିଛି : ପ୍ରଧାନମନ୍ତ୍ରୀ
ଉଦ୍ଧାର ଶ୍ରମିକଙ୍କ ସାହସ ଓ ଧୈର୍ଯ୍ୟକୁ ସ୍ୱୀକାର କଲେ ପ୍ରଧାନମନ୍ତ୍ରୀ; ଶ୍ରମିକ ଭାଇମାନଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରକାଶୀ ଟନେଲ ଉଦ୍ଧାର ଅଭିଯାନ ସହ ଜଡିତ ସମସ୍ତ ଲୋକଙ୍କ ଉତ୍ସାହକୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରକାଶୀ ଟନେଲ ଉଦ୍ଧାର ଅଭିଯାନ ସହ ଜଡିତ ସମସ୍ତ ଲୋକଙ୍କ ଉତ୍ସାହକୁ ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ମୋଦୀ କହିଲେ ଯେ ଆମର ଶ୍ରମିକ ଭାଇ ମାନଙ୍କର ଉତ୍ତରକାଶୀ ଟନେଲ ଉଦ୍ଧାର ଅଭିଯାନର ସଫଳତା ସମସ୍ତଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ । ସୁଡ଼ଙ୍ଗରେ ଫସି ରହିଥିବା ଲୋକଙ୍କ ସାହସ ଏବଂ ଧୈର୍ଯ୍ୟକୁ ସ୍ୱୀକାର କରି ସେ ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅଭିଯାନରେ ସମ୍ପୃକ୍ତ ସମସ୍ତେ ମାନବିକତା ଏବଂ ଦଳଗତ କାର୍ଯ୍ୟର ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ ସୃଷ୍ଟି କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;

ଉତ୍ତରକାଶୀରେ ଆମର ଶ୍ରମିକ ଭାଇ ମାନଙ୍କର ଉଦ୍ଧାର କାର୍ଯ୍ୟର ସଫଳତା ସମସ୍ତଙ୍କୁ ଭାବପ୍ରବଣ କରି ଦେଇଛି । ସୁଡ଼ଙ୍ଗରେ ଫସି ରହିଥିବା ସାଥୀ ମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ ଆପଣ ମାନଙ୍କର ସାହସ ଏବଂ ଧୈର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ଦେଉଛି । ମୁଁ ସମସ୍ତଙ୍କ ସୁସ୍ଥତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି ।

ଏହା ଅତ୍ୟନ୍ତ ସନ୍ତୋଷର ବିଷୟ ଯେ, ଦୀର୍ଘ ସମୟ ଅପେକ୍ଷା କରିବା ପରେ ଏବେ ଆମର ଏହି ସାଥୀମାନେ ନିଜ ପ୍ରିୟଜନ ମାନଙ୍କୁ ଭେଟିବେ । ଏହି ଆହ୍ୱାନପୂର୍ଣ୍ଣ ସମୟରେ ସମସ୍ତଙ୍କ ପରିବାର ଯେଉଁ ଧୈର୍ଯ୍ୟ ଓ ସାହସ ଦେଖାଇଛନ୍ତି ତାହାକୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍ ହେବ ।

ମୁଁ ଏହି ଉଦ୍ଧାର କାର୍ଯ୍ୟରେ ସମ୍ପୃକ୍ତ ସମସ୍ତଙ୍କ ମନୋବଳକୁ ମଧ୍ୟ ପ୍ରଣାମ କରୁଛି । ସେମାନଙ୍କ ସାହସିକତା ଏବଂ ସଂକଳ୍ପ ଆମ ଶ୍ରମିକ ଭାଇମାନଙ୍କୁ ଏକ ନୂତନ ଜୀବନ ଦେଇଛି । ଏହି ମିଶନରେ ଜଡିତ ସମସ୍ତେ ମାନବିକତା ଏବଂ ସାମୂହିକ କାର୍ଯ୍ୟର ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ ସୃଷ୍ଟି କରିଛନ୍ତି ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI-ng the ante: PM Modi wants desi connect with global pay

Media Coverage

UPI-ng the ante: PM Modi wants desi connect with global pay
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 8, 2026
September 08, 2026

Viksit Bharat, Many Engines: Defence, Diplomacy, Growth & Green Power Under PM Modi