1. ମୋର ପ୍ରିୟ ଦେଶବାସୀ, ଆଜିର ଏହି ଶୁଭ ଅବସରରେ ଆପଣମାନଙ୍କୁ ମୁଁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ।
  2. କରୋନା ମହାମାରୀର ଏହି ଅସାଧାରଣ ସମୟରେ କରୋନା ଯୋଦ୍ଧାମାନେ ସେବା ପରମ ଧର୍ମ ମନ୍ତ୍ରରେ କାର୍ଯ୍ୟ କରୁଛନ୍ତି । ଆମର ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ଆମ୍ବୁଲାନ୍ସ କର୍ମଚାରୀ, ସଫେଇ କର୍ମଚାରୀ, ପୁଲିସ କର୍ମଚାରୀ, ସେବା ଯୋଗାଣକାରୀ ବ୍ୟକ୍ତିବିଶେଷ ଏବଂ ଆହୁରି ଅନେକ ଲୋକ ଦିନରାତି 24 ଘଣ୍ଟା ନିରନ୍ତର କାର୍ଯ୍ୟ କରୁଛନ୍ତି ।
  3. ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଦେଶର ବିଭିନ୍ନ ଭାଗରେ ଘଟିଥିବା ଜୀବନହାନି ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ବିପନ୍ନ ଲୋକମାନଙ୍କୁ ଏହି ଅସୁବିଧା ସମୟରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପୁନଃ ପ୍ରତିଶ୍ରୁତି ଦେଇଛନ୍ତି ।
  4. ଭାରତର ମୁକ୍ତି ସଂଗ୍ରାମ ସମଗ୍ର ବିଶ୍ୱକୁ ଅନୁପ୍ରାଣିତ କରିଥିଲା । ବିସ୍ତାରବାଦୀ ବିଚାର ଅନେକ ଦେଶକୁ ଦାସତ୍ୱ ଶୃଙ୍ଖଳରେ ବାନ୍ଧି ରଖିଥିଲା । ଏପରିକି ପ୍ରଚଣ୍ଡ ଯୁଦ୍ଧ ସମୟରେ ଭାରତ ତାହାର ମୁକ୍ତି ସଂଗ୍ରାମକୁ ଦୁର୍ବଳ ଓ ପ୍ରଭାବିତ ହେବାକୁ ସୁଯୋଗ ଦେଇ ନ ଥିଲା ।
  5. କରୋନା ମହାମାରୀ ସମୟରେ 130 କୋଟି ଭାରତୀୟ ଆତ୍ମନିର୍ଭରଶୀଳ ହେବାର ସଂକଳ୍ପ ନେଇଥିଲେ ଏବଂ ଆତ୍ମନିର୍ଭରତା ଭାରତୀୟମାନଙ୍କ ମନରେ ରହିଛି । ଏହି ସ୍ୱପ୍ନ ଏକ ଶପଥରେ ପରିଣତ ହେଉଛି । ଆଜି 130 କୋଟି ଭାରତୀୟଙ୍କ ପାଇଁ ଆତ୍ମନିର୍ଭର ଭାରତ ଏକ ମନ୍ତ୍ର ପାଲଟିଛି । ମୋ ଦେଶବାସୀଙ୍କ ଦକ୍ଷତା, ବିଶ୍ୱାସ ଓ ସାମର୍ଥ୍ୟ ଉପରେ ମୁଁ ଦୃଢ ବିଶ୍ୱାସୀ । କିଛି ଗୋଟିଏ କରିବା ପାଇଁ ଆମେ ନିଷ୍ପତ୍ତି ନେଲେ ସେହି ଲକ୍ଷ୍ୟ ହାସଲ ନ ହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବାରେ ବିଶ୍ୱାସ କରୁନା ।
  6. ସାଂପ୍ରତିକ ବିଶ୍ୱ ଆନ୍ତଃ ସଂଯୋଜିତ ଏବଂ ଆନ୍ତଃ ନିର୍ଭରଶୀଳ । ଏବେ ବିଶ୍ୱ ଅର୍ଥନୀତିରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ସମୟ । ଏଥିପାଇଁ ଭାରତକୁ ଆତ୍ମନିର୍ଭର ହେବାକୁ ପଡିବ । କୃଷିଠାରୁ ଆରମ୍ଭ କରି ମହାକାଶ ଓ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଗଠନ କରିବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରିବା ଦ୍ୱାରା ନୂଆ ନିଯୁକ୍ତି ସୁଯୋଗ ଯୁବ ସମାଜ ପାଇଁ ସୃଷ୍ଟି ହେବ ଏବଂ ଏହାଦ୍ୱାରା ସେମାନଙ୍କର ଦକ୍ଷତା ଓ କୁଶଳତା ବୃଦ୍ଧି ପାଇଁ ନୂତନ ସମ୍ଭାବନାର ସୂତ୍ରପାତ ହେବ । ଏହା ଘେନି ମୁଁ ଦୃଢ ଆଶାବାଦୀ ।
  7. ଅଳ୍ପ କେଇମାସ ଆଗରୁ ଆମେ ଏନ୍‌-95 ମାସ୍କ, ପିପିଇ କିଟ୍ସ ଏବଂ ଭେଣ୍ଟିଲେଟର ଆଦି ବିଦେଶରୁ ଆମଦାନୀ କରୁଥିଲୁ । ଏବେ ଆମେ କେବଳ ଏନ୍‌-95 ମାସ୍କ, ପିପିଇ କିଟ୍‌ ଏବଂ ଭେଣ୍ଟିଲେଟର ଆଦି ଏହି ମହାମାରୀ ସମୟରେ ଉତ୍ପାଦନ କରୁନାହୁଁ, ବରଂ ସେସବୁକୁ ସମଗ୍ର ବିଶ୍ୱକୁ ରପ୍ତାନୀ କରିବାରେ ସକ୍ଷମ ହୋଇଛୁ ।
  8. ମେକ୍‌ ଇନ୍‌ ଇଣ୍ଡିଆ ବ୍ୟତୀତ ଆମକୁ ମଧ୍ୟ ମେକ୍‌ ଫର୍‌ ୱାଲର୍ଡ ମନ୍ତ୍ରକୁ ଗ୍ରହଣ କରିବାକୁ ପଡିବ ।
  9. ନ୍ୟାସନାଲ ଇନ୍‌ଫ୍ରାଷ୍ଟ୍ରକଚର ପାଇପ ଲାଇନ ପ୍ରୋଜେକ୍ଟ ମାଧ୍ୟମରେ 110 ଲକ୍ଷ କୋଟି ଟଙ୍କା ବିନିଯୋଗରେ ଆମର ଭିତ୍ତିଭୂମି ପ୍ରକଳ୍ପଗୁଡିକ ଅଧିକ ସୁଦୃଢ ହେବ । ଏବେ ଆମେ ମଲ୍‌ଟି ମଡେଲ କନେକ୍‌ଟିଭିଟି ଇନ୍‌ଫ୍ରାଷ୍ଟ୍ରକଚର ଉପରେ ଗୁରୁତ୍ୱ ଦେବୁ । ସାଇଲୋ ମଧ୍ୟରେ ଆଉ ଆମେ ସୀମିତ ହୋଇ କାମ କରିପାରିବୁ ନାହିଁ । ଆମକୁ ସମନ୍ୱିତ ଓ ପୂର୍ଣ୍ଣାଙ୍ଗ ଭିତ୍ତିଭୂମି ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ । ବିଭିନ୍ନ କ୍ଷେତ୍ରର ପ୍ରାୟ 7000 ପ୍ରକଳ୍ପକୁ ଚିହ୍ନଟ କରାଯାଇଛି । ଭିତ୍ତିଭୂମି କ୍ଷେତ୍ରରେ ଏହା ଏକ ନୂଆ ବିପ୍ଳବ ସୃଷ୍ଟି କରିବ ।
  10. କେତେକାଳ ଆମେ ଆଉ ଅପେକ୍ଷା କରିବା ଓ ଦେଶର ଖଣିଜ ସଂପଦ ଏକ ଫିନିସିଡ୍‌ ପ୍ରଡ୍‌କ୍ଟରେ ପରିଣତ ହୋଇ ଦେଶକୁ ଫେରିବ ସେ ପର୍ଯ୍ୟନ୍ତ ଅନାଇ ବସିବା ? ଏକଦା ଆମର କୃଷି ଅତ୍ୟନ୍ତ ପଛୁଆ ଥିଲା । ସେତେବେଳେ ସବୁଠୁ ବଡ ସମସ୍ୟା ଥିଲା ଦେଶର ଖାଦ୍ୟ ସମସ୍ୟା କିପରି ପୂରଣ କରିବା । ଏବେ ସମଗ୍ର ଭାରତକୁ ଆମେ ଖାଦ୍ୟଶସ୍ୟରେ ଆତ୍ମନିର୍ଭଶୀଳ କରି ବିଶ୍ୱର ଅନେକ ରାଷ୍ଟ୍ରର ଆବଶ୍ୟକତା ପୂରଣ କରିପାରୁଛୁ । ଆତ୍ମନିର୍ଭର ଭାରତର ଅର୍ଥ ନୁହେଁ, କେବଳ ଆମଦାନୀ ହ୍ରାସ କରିବା, ଏହା ମଧ୍ୟ ଆମର ଦକ୍ଷତା ଓ ସୃଜନଶୀଳତା ବୃଦ୍ଧି କରିବାକୁ ଉଦ୍ଦିଷ୍ଟ ।
  11. ଭାରତରେ ଏବେ ଯେଉଁ ସଂସ୍କାର ଚାଲିଛି ସମଗ୍ର ବିଶ୍ୱ ତାହାକୁ ଦେଖୁଛି । ଫଳରେ ଭାରତକୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ୍‌ଡିଆଇ) ପ୍ରଭାବ ବୃଦ୍ଧି ପାଇ ସବୁ ରେକର୍ଡ ଭାଙ୍ଗିଛି । କରୋନା ମହାମାରୀ ସମୟରେ ମଧ୍ୟ ଏଫ୍‌ଡିଆଇ କ୍ଷେତ୍ରରେ 18 ଶତାଂଶ ଅଭିବୃଦ୍ଧି ଘଟିଛି ।
  12. ଦେଶର ଗରିବଙ୍କ ଜନଧନ ଆକାଉଣ୍ଟରେ ଲକ୍ଷ ଲକ୍ଷ କୋଟି ଟଙ୍କା ସିଧାସଳଖ ଜମା ହେବ ଏକଥା କିଏ କେବେ କଳ୍ପନା କରିଥିଲା କି ? କିଏ କେବେ ଭାବିଥିଲା କି କୃଷକମାନଙ୍କୁ ଉପକୃତ କରିବା ପାଇଁ ଏପିଏମ୍‌ସି ଆଇନରେ ଏଭଳି ଏକ ବିରାଟ ପରିବର୍ତ୍ତନ ଆସିବ ବୋଲି ? ୱାନ୍‌ ନେସନ୍‌- ୱାନ୍‌ ରେସନ କାର୍ଡ, ୱାନ୍‌ ନେସନ୍‌ ୱାନ୍‌ ଟ୍ୟାକ୍‌ସ, ଇନ୍‌ସଲ୍‌ଭେନ୍‌ସି ଏଣ୍ଡ ବ୍ୟାଙ୍କରପ୍‌ସି କୋର୍ଡ, ବ୍ୟାଙ୍କ ମର୍ଜର ଆଦି ଦେଶରେ ଆଜି ବାସ୍ତବତାର ରୂପ ନେଇଛି ।
  13. ଆମେ ମହିଳା ସଶକ୍ତୀକରଣ କ୍ଷେତ୍ରରେ କାର୍ଯ୍ୟ କରିଛୁ । ନୌସେନା ଏବଂ ବାୟୁସେନାରେ ମହିଳାମାନଙ୍କୁ ଯୋଦ୍ଧାଭାବେ ସାମିଲ କରାଯାଇଛି । ମହିଳାମାନେ ଏବେ ନେତୃତ୍ୱ ନେଉଛନ୍ତି । ଆମେ ତିନିତଲାକର ଉଚ୍ଛେଦ କରିଛୁ । ମହିଳାମାନଙ୍କୁ ଏକ ଟଙ୍କା ମୂଲ୍ୟରେ ସାନିଟାରି ପ୍ୟାଡ୍‌ ଯୋଗାଉଛୁ ।

ପ୍ରିୟ ଦେଶବାସୀ,

  1. ଆମକୁ କୁହାଯାଇଛି ‘ସାମର୍ଥ୍ୟମୂଳ ସ୍ୱାତନ୍ତ୍ର୍ୟମ୍‌, ଶ୍ରମମୂଳମ୍‌ ବୈଭବମ୍‌’ । ଏକ ସମାଜର ଶକ୍ତି ଏବଂ ଯେକୌଣସି ରାଷ୍ଟ୍ରର ସ୍ୱାଧୀନତାର ଶକ୍ତି, ସମୃଦ୍ଧି ଓ ପ୍ରଗତିର ଉତ୍ସ ହେଲା ଶ୍ରମ ଶକ୍ତି ।
  2. ସାତ କୋଟିରୁ ଅଧିକ ଗରିବ ପରିବାରଙ୍କୁ ବିନା ମୂଲ୍ୟରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି । ରାସନ କାର୍ଡ ଥିବା ଏବଂ ନ ଥିବା 80 କୋଟିରୁ ଅଧିକ ଲୋକଙ୍କୁ ମାଗଣା ଖାଦଶସ୍ୟ ପ୍ରଦାନ କରାଯାଇଛି । ପ୍ରାୟ 90 କୋଟି ଲୋକଙ୍କ ବ୍ୟାଙ୍କ ଖାତାକୁ ଡାଇରେକ୍ଟ ଟ୍ରାନ୍ସଫର ବ୍ୟବସ୍ଥାରେ ଅର୍ଥ ପଠାଯାଇଛି । ଗରିବ ଲୋକମାନଙ୍କୁ ସେମାନଙ୍କ ଗାଁରେ ନିଯୁକ୍ତି ସୁଯୋଗ ଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରାଯାଇଛି ।
  3. ଭୋକାଲ ଫର୍‌ ଲୋକାଲ, ରି-ସ୍କିଲ୍‌, ଅପ୍‌ ସ୍କିଲ୍‌ ଆଦି ଅଭିଯାନ ଏକ ଆତ୍ମନିର୍ଭରଶୀଳ ଅର୍ଥନୀତି ସୃଷ୍ଟି କରିବ । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ଜୀବନ ଉପରେ ଏହାର ପ୍ରଭାବ ପଡିବ ।
  4. ବିକାଶ କ୍ଷେତ୍ରରେ ଦେଶର ଅନେକ ଅଞ୍ଚଳ ପଛରେ ପଡିଯାଇଛି । ଦେଶର ଏଭଳି 110ଟି ଆକାଂକ୍ଷୀ ଜିଲ୍ଲାକୁ ବଛାଯାଇ ସ୍ୱତନ୍ତ୍ର ଉଦ୍ୟମକ୍ରମେ ସେଠାରେ ବସବାସ କରୁଥିବା ଲୋକଙ୍କ ପାଇଁ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ନିଯୁକ୍ତି ବ୍ୟବସ୍ଥା ସୃଷ୍ଟି କରାଯାଉଛି ।
  5. ଆତ୍ମନିର୍ଭର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରାଧିକାର ରହିଛି । ତାହାହେଲା- ଆତ୍ମନିର୍ଭର କୃଷି ଏବଂ ଆତ୍ମନିର୍ଭର କୃଷକ । ଆଧୁନିକ ଭିତ୍ତିଭୂମି ଚାଷୀଙ୍କୁ ଯୋଗାଇଦେବା ପାଇଁ ଅଳ୍ପ ଦିନ ପୂର୍ବେ ଏକ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଗଠନ କରାଯାଇଛି ।
  6. ଏହି ଲାଲକିଲ୍ଲାରୁ ଗତବର୍ଷ ମୁଁ ଜଳ ଜୀବନ ମିଶନ କଥା ଘୋଷଣା କରିଥିଲି । ଆଜି ଏହି ମିଶନ ଅଧୀନରେ ପ୍ରତିଦିନ ଏକ ଲକ୍ଷ ଗୃହକୁ ଜଳ ସଂଯୋଗ ଯୋଗାଇ ଦିଆଯାଉଛି ।
  7. ମଧ୍ୟବିତ୍ତ ପରିବାରରୁ ସୃଷ୍ଟି ହେଉଥିବା ବୃତ୍ତିଧାରୀମାନେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ସୁନାମ ଅର୍ଜନ କରିଛନ୍ତି । ଏହି ମଧ୍ୟବିତ୍ତ ଶ୍ରେଣୀ ସୁଯୋଗ ଆବଶ୍ୟକ କରେ ଏବଂ ସରକାରୀ ହସ୍ତକ୍ଷେପରୁ ମୁକ୍ତି ଚାହେଁ ।
  8. ପ୍ରଥମ ଥର ପାଇଁ ମଧ୍ୟ ଆପଣମାନଙ୍କ ନିମନ୍ତେ ଗୃହ ଋଣର ଇଏମ୍‌ଆଇରେ ରିଆତି ପ୍ରଦାନ ବ୍ୟବସ୍ଥା କରାଯାଇଛି । 6 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପରିଶୋଧ ଉପରେ ଏହି ସୁବିଧା ମିଳୁଛି । ଗତବର୍ଷ 25 ହଜାର କୋଟି ଟଙ୍କାର ଏକ ପାଣ୍ଠି ସୃଷ୍ଟି କରାଯାଇ ଅସଂପୂର୍ଣ୍ଣ ରହିଥିବା ହଜାର ହଜାର ଘରକୁ ସଂପୂର୍ଣ୍ଣ କରିବାକୁ ଉଦ୍ୟମ ଚାଲୁ ରହିଛି ।
  9. ଏକ ଆତ୍ମନିର୍ଭର ଭାରତ ଗଠନ ପାଇଁ ଦେଶରେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ମଧ୍ୟ ଆଧୁନିକ ଭାରତ, ନୂଆ ଭାରତ ଓ ସମୃଦ୍ଧ ଭାରତ ନିର୍ମାଣରେ ବିଶେଷ ମହତ୍ୱ ରଖେ । ଏହି ବିଚାରରେ ଦେଶ ଏକ ନୂଆ ଶିକ୍ଷାନୀତି ପାଇଛି ।
  10. କରୋନା ମହାମାରୀ ସମୟରେ ଡିଜିଟାଲ ଇଣ୍ଡିଆ କ୍ୟାମ୍ପେନର ଭୂମିକା କ’ଣ ତାହା ଦେଖିବାକୁ ମିଳିଲା । ଗତ ମାସରେ ପ୍ରାୟ 3 ଲକ୍ଷ କୋଟି ଟଙ୍କାର କାରବାର କେବଳ ଭିମ୍‌ ୟୁପିଆଇ ମାଧ୍ୟମରେ ହୋଇଛି ।
  11. 2014 ପୂର୍ବରୁ ଦେଶର ମାତ୍ର 60ଟି ପଞ୍ଚାୟତରେ ଅପ୍‌ଟିକାଲ ଫାଇବର ବ୍ୟବସ୍ଥା ପହଞ୍ଚିଥିଲା । ଗତ 5 ବର୍ଷ ମଧ୍ୟରେ ଦେଶର 1.5 ଲକ୍ଷ ଗ୍ରାମପଞ୍ଚାୟତକୁ ଅପ୍‌ଟିକାଲ ଫାଇବର ସୁବିଧା ଯୋଗାଇ ଦିଆଯାଇଛି । ଆସନ୍ତା ଏକ ହଜାର ଦିନ ମଧ୍ୟରେ ଦେଶର ସବୁ 6 ଲକ୍ଷ ଗାଁକୁ ଅପ୍‌ଟିକାଲ ଫାଇବର ସଂଯୋଗ ଯୋଗାଇ ଦିଆଯିବ ।

ପ୍ରିୟ ଦେଶବାସୀ,

  1. ଆମ ଅଭିଜ୍ଞତା କହୁଛି ଯେ ନାରୀଶକ୍ତି ପାଇଁ ଦେଶରେ ଯେତେବେଳେ ଏକ ସୁଯୋଗ ଆସିଛି ସେମାନେ ଭାରତ ନିମନ୍ତେ ଗୌରବ ଆଣିଛନ୍ତି ଏବଂ ମାତୃଭୂମିକୁ ସୁଦୃଢ କରିଛନ୍ତି । ଆଜି ମହିଳାମାନେ କେବଳ କୋଇଲା ଖଣି ଭିତରେ କାମ କରୁନାହାନ୍ତି, ସେମାନେ ମଧ୍ୟ ଯୁଦ୍ଧ ବିମାନ ଉଡ଼ାଉଛନ୍ତି ଏବଂ ଆକାଶର ନୂଆ ଉଚ୍ଚତାକୁ ଛୁଉଁଛନ୍ତି ।
  2. ଦେଶରେ ଖୋଲିଥିବା 40 କୋଟି ଜନଧନ ଆକାଉଣ୍ଟ ମଧ୍ୟରୁ 22 କୋଟି ଆକାଉଣ୍ଟ କେବଳ ମହିଳାଙ୍କର । କରୋନା ମହାମାରୀ ସମୟରେ ଏପ୍ରିଲ, ମେ ଓ ଜୁନ୍‌ ମାସରେ ପ୍ରାୟ 3 ହଜାର କୋଟି ଟଙ୍କା ସିଧାସଳଖ ମହିଳାଙ୍କ ଜମାଖାତାକୁ 3 ମାସରେ ହସ୍ତାନ୍ତରିତ ହୋଇଛି ।
  3. କରୋନା ମହାମାରୀ ଯେତେବେଳେ ଆରମ୍ଭ ହେଲା ଏହି ରୋଗର ପରୀକ୍ଷା ପାଇଁ ଦେଶରେ ଗୋଟିଏ ମାତ୍ର ପରୀକ୍ଷାଗାର ଥିଲା । ଏବେ ଏହି ସଂଖ୍ୟା ସାରା ଦେଶରେ 1400ରେ ପହଞ୍ଚିଛି ।
  4. ଆଜିଠାରୁ ସମଗ୍ର ଦେଶରେ ଏକ ଅତି ବଡ଼ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହାର ନାମ ନ୍ୟାସନାଲ ଡିଜିଟାଲ ହେଲ୍‌ଥ ମିଶନ । ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଭାରତୀୟଙ୍କୁ ଏକ ହେଲ୍‌ଥ ଆଇଡି ପ୍ରଦାନ କରାଯିବ । ନ୍ୟାସନାଲ ଡିଜିଟାଲ ହେଲ୍‌ଥ ମିଶନ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବ । ଆମର ସବୁ ପରୀକ୍ଷା, ପ୍ରତ୍ୟେକ ରୋଗ, କେଉଁ ଡାକ୍ତର ଆପଣଙ୍କୁ କେଉଁ ଔଷଧ ଦେଇଛନ୍ତି, କେବେ ଦେଇଛନ୍ତି, ଆପଣଙ୍କର ରିପୋର୍ଟ କ’ଣ ଆଦି ସମସ୍ତ ତଥ୍ୟ ଏହି ହେଲ୍‌ଥ ଆଇଡିରେ ରହିବ ।
  5. ଆଜି ଏକ କିମ୍ବା ଦୁଇ ନୁହେଁ, ତିନୋଟି କରୋନା ଟିକା ଭାରତରେ ଟେଷ୍ଟିଂ ପର୍ଯ୍ୟାୟରେ ପହଞ୍ଚିଛି । ବୈଜ୍ଞାନିକମାନଙ୍କଠାରୁ ସବୁଜ ସଂକେତ ମିଳିବା ମାତ୍ରେ ଏସବୁ ଟିକାର ଗଣଉତ୍ପାଦନ ପ୍ରକ୍ରିୟା ଆରମ୍ଭ କରିବାକୁ ଭାରତ ପ୍ରସ୍ତୁତ ।
  6. ଚଳିତ ବର୍ଷଟି ମଧ୍ୟ ଜମ୍ମୁ କଶ୍ମୀର ପାଇଁ ଏକ ନୂଆ ବିକାଶ ଯାତ୍ରାର ବର୍ଷ । ଏହି ବର୍ଷଟି ମଧ୍ୟ ଜମ୍ମୁ କଶ୍ମୀରର ମହିଳା ଓ ଦଳିତଙ୍କ ପାଇଁ ଅଧିକାର ସାବ୍ୟସ୍ତର ବର୍ଷ । ଏହା ମଧ୍ୟ ଜମ୍ମୁ କଶ୍ମୀରର ଶରଣାର୍ଥୀମାନଙ୍କୁ ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ପ୍ରଦାନର ବର୍ଷ । ଏହା ଆମ ସମସ୍ତଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ଯେ ଜମ୍ମୁ କଶ୍ମୀରର ଲୋକାଲ ବଡି ପ୍ରତିନିଧିମାନେ ସକ୍ରିୟତା ଏବଂ ସମ୍ବେଦନଶୀଳତା ପ୍ରଦର୍ଶନ କରି ବିକାଶର ଏକ ନୂଆ ଯୁଗ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
  7. ଗତବର୍ଷ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ କରିବା ପରେ ଏହି ଅଞ୍ଚଳର ଲୋକଙ୍କ ପୁରୁଣା ଦାବି ପୂରଣ ହୋଇଛି । ହିମାଳୟର ସୁଉଚ୍ଚ କ୍ଷେତ୍ରରେ ଅବସ୍ଥିତ ଲଦାଖ ବିକାଶର ନୂଆ ଉଚ୍ଚତା ଛୁଇଁବାକୁ ଏବେ ଅଗ୍ରସର । ସିକ୍କିମ ଯେପରି ଜୈବିକ ରାଜ୍ୟ ବା ଅର୍ଗାନିକ ଷ୍ଟେଟ ହେବାର ମର୍ଯ୍ୟାଦା ପାଇଛି, ଆଗାମୀ ଦିନରେ ଲଦାଖ ମଧ୍ୟ ସେହିଭଳି ଏକ ଅଙ୍ଗାରମୁକ୍ତ ଅଞ୍ଚଳଭାବେ ନିଜର ପରିଚୟ ହାସଲ କରିବ । ଏ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।
  8. ଦେଶର 100ଟି ବଛାବଛା ସହରରେ ପ୍ରଦୂଷଣ ରୋକିବା ପାଇଁ ଏକ ସ୍ୱତନ୍ତ୍ର ସାମଗ୍ରିକ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ।
  9. ଜୈବ ବିବିଧତାର ସୁରକ୍ଷା ଓ ପ୍ରୋତ୍ସାହନ ପାଇଁ ଭାରତ ସଦାସର୍ବଦା ଯତ୍ନଶୀଳ । ନିକଟ ଅତୀତରେ ଭାରତର ବାଘ ସଂଖ୍ୟା ଦ୍ରୁତଗତିରେ ବଢିଛି । ଏସୀୟ ସିଂହଙ୍କ ବଂଶ ବୃଦ୍ଧି ଓ ସୁରକ୍ଷା ପାଇଁ ଦେଶରେ ଏବେ ପ୍ରୋଜେକ୍ଟ ଲାୟନ ବା ସିଂହ ସଂରକ୍ଷଣ ପ୍ରକଳ୍ପ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ । ଏହାଛଡା ପ୍ରୋଜେକ୍ଟ ଡଲ୍‌ଫିନକୁ ମଧ୍ୟ କାର୍ଯ୍ୟକାରୀ କରାଯିବ ।
  10. ନିୟନ୍ତ୍ରଣ ରେଖାରୁ ପ୍ରକୃତ ନିୟନ୍ତ୍ରଣ ରେଖା ଯାଏଁ ଆମ ଦେଶର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ଉପରେ ଯିଏ ଆଖି ପକାଇ ଥାଉନା କାହିଁକି, ସମଗ୍ର ଦେଶ ଏବଂ ପ୍ରତିରକ୍ଷା ବାହିନୀ ତାହାର ଉଚିତ ଜବାବ ଦେଇଛି । ଆମ ପାଇଁ ଦେଶର ସାର୍ବଭୌମତ୍ୱ ସର୍ବୋଚ୍ଚ । ଏହି ସଂକଳ୍ପ ପୂରଣ ପାଇଁ ଆମ ଯବାନ ଓ ଦେଶବାସୀ କ’ଣ କରିପାରନ୍ତି ତାହା ଲଦାଖରେ ସମଗ୍ର ବିଶ୍ୱ ଦେଖିଛି ।
  11. ଦକ୍ଷିଣ ଏସିଆରେ ବିଶ୍ୱ ଜନସଂଖ୍ୟାର ଏକ ଚତୁର୍ଥାଂଶ ଲୋକ ବାସ କରନ୍ତି । ସହଯୋଗ ଓ ଅଂଶୀଦାରୀ ଭିତ୍ତିରେ ଏହି ବିପୁଳ ଜନସଂଖ୍ୟାର ପ୍ରଗତି ଏବଂ ସମୃଦ୍ଧି ପାଇଁ ଆମେ ଅପାର ସମ୍ଭାବନା ସୃଷ୍ଟି କରିପାରିବା ।
  12. ଦେଶର ନିରାପତ୍ତାରେ ଆମ ସୀମାନ୍ତ ଓ ଆମ ଉପକୂଳ ଭିତ୍ତିଭୂମିର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ହିମାଳୟର ଉତ୍ତୁଙ୍ଗ ଶିଖର ହୋଇପାରେ କିମ୍ବା ଭାରତ ମହାସାଗରର ଦ୍ୱୀପପୁଞ୍ଜ ସମୂହ, ଆଜି ସବୁଠି ସଡ଼କ ଓ ଇଣ୍ଟରନେଟ ସଂଯୋଗର ଅଭୂତପୂର୍ବ ସଂପ୍ରସାରଣ ଘଟିଛି ।
  13. ଆମ ଦେଶରେ 1300ରୁ ଅଧିକ ଛୋଟବଡ ଦ୍ୱୀପ ରହିଛି । ସେଗୁଡିକର ଭୌଗୋଳିକ ସ୍ଥିତି ଏବଂ ଦେଶର ବିକାଶରେ ସେସବୁର ଗୁରୁତ୍ୱକୁ ବିଚାରକୁ ନେଇ ସେଥିମଧ୍ୟରୁ କେତେକ ବଛାବଛା ଦ୍ୱୀପରେ ନାନାପ୍ରକାର ବିକାଶମୂଳକ ଯୋଜନା ଆରମ୍ଭ କରାଯାଇଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ପରେ ଆଗାମୀ 1000 ଦିନ ମଧ୍ୟରେ ଲାକ୍ଷାଦ୍ୱୀପକୁ ମୁଖ୍ୟ ଭାରତୀୟ ଭୂଖଣ୍ଡ ସହ ଯୋଡିବା ପାଇଁ ସମୁଦ୍ର ତଳେ ଅପ୍‌ଟିକାଲ ଫାଇବର କେବୁଲ ବିଛାଯିବ ।
  14. ଦେଶର 173ଟି ସୀମାନ୍ତ ଓ ତଟବର୍ତ୍ତୀ ଜିଲ୍ଲାକୁ ଏନ୍‌ସିସିର ସଂପ୍ରସାରଣ କରାଯିବ । ଏହି ଯୋଜନାରେ ଏକ ଲକ୍ଷ ନୂଆ ଏନସିସି କ୍ୟାଡେଟଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ । ଏଥିରେ ମଧ୍ୟ ଏକ ତୃତୀୟାଂଶ ଝିଅ ସ୍ୱତନ୍ତ୍ର ତାଲିମ ପାଇବେ ।
  15. ଆମର ନୀତି, ଆମର ପ୍ରକ୍ରିୟା, ଆମର ଉତ୍ପାଦ- ଏ ସମସ୍ତ ଶ୍ରେଷ୍ଠ ହେବା ଉଚିତ । ତେବେ ଯାଇ ଆମେ ‘ଏକ ଭାରତ- ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ପୂରଣ କରିବାରେ ସଫଳ ହେବା ।
  16. ‘ଇଜ୍‌ ଅଫ୍‌ ଲିଭିଂ’ର ସବୁଠୁ ବଡ ହିତାଧିକାରୀ ହେଉଛନ୍ତି ମଧ୍ୟବିତ୍ତ ଶ୍ରେଣୀ । ଶସ୍ତା ଇଣ୍ଟରନେଟଠାରୁ ଆରମ୍ଭ କରି ସ୍ୱଳ୍ପ ମୂଲ୍ୟର ବିମାନ ଟିକେଟ, ହାଇୱେଠାରୁ ଆରମ୍ଭ କରି ଆଇ-ୱେଜ ଏବଂ ସୁଲଭ ମୂଲ୍ୟର ଗୃହଠାରୁ ଆରମ୍ଭ କରି ଟିକସ ହ୍ରାସ ଏ ସମସ୍ତ ପଦକ୍ଷେପ ଦେଶର ମଧ୍ୟବିତ୍ତ ଶ୍ରେଣୀକୁ ସଶକ୍ତ କରିବ ।
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses delight as Sarnath is inscribed on the UNESCO World Heritage List
July 25, 2026

Prime Minister Shri Narendra Modi today expressed that it is a proud moment for every Indian, sharing his delight that Sarnath in Uttar Pradesh has been inscribed on the UNESCO World Heritage List.

He noted that Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

Shri Modi highlighted that this recognition celebrates India’s profound civilisational and spiritual heritage. The Prime Minister observed that it will also inspire more people across the world to come to Sarnath and connect with the ideals of Lord Buddha.

In a post on X, the Prime Minister shared:

 "A proud moment for every Indian!

Delighted that Sarnath in Uttar Pradesh has been inscribed on the UNESCO World Heritage List.

Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

This recognition celebrates India’s profound civilisational and spiritual heritage. It will also inspire more people across the world to come to Sarnath and connect with the ideals of Lord Buddha.

@UNESCO"