ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଜାନୁୟାରୀ ୨୦୨୨ ରେ ଏକ ଭର୍ଚୁଆଲ୍ ବ୍ୟବସ୍ଥାରେ ଭାରତ-ମଧ୍ୟ ଏସିଆ ସମ୍ମିଳନୀର ପ୍ରଥମ ବୈଠକ ଆୟୋଜନ କରିବେ । ଏହି ବୈଠକରେ କାଜାଖସ୍ତାନ, ର୍କିଗିଜ୍ ଗଣତନ୍ତ୍ର, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ କରିବେ । ଏହା ହେଉଛି ଭାରତ ଏବଂ ମଧ୍ୟ ଏସୀୟ ଦେଶର ନେତାଙ୍କ ମଧ୍ୟରେ ଏହି ଧରଣର ପ୍ରଥମ ବୈଠକ ।

ପ୍ରଥମ ଭାରତ-ମଧ୍ୟ ଏସିଆ ସମ୍ମିଳନୀ ହେଉଛି କେନ୍ଦ୍ରୀ ଏସୀୟ ଦେଶମାନଙ୍କ ସହିତ ଭାରତର ବଢୁଥିବା ଯୋଗଦାନର ପ୍ରତିଫଳନ, ଯାହା ଭାରତର “ବିସ୍ତାରିତ ପଡୋଶୀ” ର ଏକ ଅଂଶ ଅଟେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ରେ ସମସ୍ତ ମଧ୍ୟ ଏସୀୟ ଦେଶକୁ ଏକ ଐତିହାସିକ ଗସ୍ତ କରିଥିଲେ । ପରବର୍ତ୍ତୀ ସମୟରେ, ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ଫୋରମରେ ଉଚ୍ଚ ସ୍ତରୀୟ ମତ ବିନିମୟ ହୋଇଛି ।

ବୈଦେଶିକ ମନ୍ତ୍ରୀ ସ୍ତରରେ ଭାରତ-ମଧ୍ୟ ଏସିଆ ଆଲୋଚନାର ଆରମ୍ଭ, ଯାହାର ତୃତୀୟ ବୈଠକ ୧୮-୨୦ ଡିସେମ୍ବର ୨୦୨୧ ମଧ୍ୟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା, ଏହା ଭାରତ-ମଧ୍ୟ ଏସିଆ ସମ୍ପର୍କକୁ ଏକ ପ୍ରେରଣା ଯୋଗାଇ ଦେଇଛି । ୧୦ ନଭେମ୍ବର ୨୦୨୧ ରେ ନୂଆଦିଲ୍ଲୀରେ ଆୟୋଜିତ ଆଫଗାନିସ୍ତାନ ଉପରେ ଆଞ୍ଚଳିକ ସୁରକ୍ଷା ବାର୍ତ୍ତାଳାପରେ ମଧ୍ୟ ଏସୀୟ ଦେଶର ଜାତୀୟ ସୁରକ୍ଷା ପରିଷଦର ସଚିବମାନଙ୍କ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଆଫଗାନିସ୍ତାନ ଉପରେ ଏକ ସାଧାରଣ ଆଞ୍ଚଳିକ ଆଭିମୁଖ୍ୟ ଦର୍ଶାଇଥିଲା ।

ପ୍ରଥମ ଭାରତ-ମଧ୍ୟ ଏସିଆ ସମ୍ମିଳନୀରେ ନେତାମାନେ ଭାରତ-ମଧ୍ୟ ଏସିଆ ସମ୍ପର୍କକୁ ନୂତନ ଶିଖରକୁ ଆଣିବା ପାଇଁ ପଦକ୍ଷେପ ବିଷୟରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି । ସେମାନେ ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ବିଶେଷକରି ଆଞ୍ଚଳିକ ଏବଂ ଆର୍ନ୍ତଜାତିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ ବୋଲି ଆଶା କରାଯାଉଛି ।

ଏହି ସମ୍ମିଳନୀ ଭାରତ-ମଧ୍ୟ ଏସିଆର ଏକ ବିସ୍ତୃତ ତଥା ସ୍ଥାୟୀ ସହଭାଗିତା ପାଇଁ ଭାରତ ଏବଂ ମଧ୍ୟ ଏସୀୟ ଦେଶଗୁଡିକର ନେତାଙ୍କ ଦ୍ୱାରା ଗୁରୁତ୍ୱ ଦିଆଯାଇଥିବା ପ୍ରତୀକାତ୍ମକ ଅଟେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win