India is eager to become developed, India is eager to become self-reliant: PM
India is not just an emerging market, India is also an emerging model: PM
Today, the world sees the Indian Growth Model as a model of hope: PM
We are continuously working on the mission of saturation; Not a single beneficiary should be left out from the benefits of any scheme: PM
In our new National Education Policy, we have given special emphasis to education in local languages: PM

ବିବେକ ଗୋଏଙ୍କାଜୀ, ଭାଇ ଅନନ୍ତ, ଜର୍ଜ ଭର୍ଗିଜଜୀ, ରାଜକମଲ ଝା, ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପର ସମସ୍ତ ଅନ୍ୟ ସାଥୀଗଣ, ମହାନୁଭବଗଣ, ଏଠାରେ ଉପସ୍ଥିତ ଥିବା ଅନ୍ୟ ମହାନୁଭବଗଣ, ଭଦ୍ରମହିଳା ଏବଂ ସଜ୍ଜନ ମଣ୍ଡଳୀ!

ଆଜି ଆମେ ସଭିଏଁ ଏଭଳି ଜଣେ ବିଭୂତିଙ୍କୁ ସମ୍ମାନ ପ୍ରଦର୍ଶନ କରିବା ନିମନ୍ତେ ଏଠାରେ ଆସି ଉପସ୍ଥିତ ହୋଇଛେ, ଯିଏ ଭାରତୀୟ ଲୋକତନ୍ତ୍ରରେ, ସାମ୍ବାଦିକତା କ୍ଷେତ୍ରରେ, ଅଭିବ୍ୟକ୍ତି ଏବଂ ଜନ ଆନ୍ଦୋଳନର ଶକ୍ତିକୁ ନୂତନ ଶୀର୍ଷରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ରାମନାଥ ଗୋଏଙ୍କାଜୀ ଏଭଳି ଜଣେ ଦୂରଦ୍ରଷ୍ଟା ଭାବରେ, ଜଣେ ଅନୁଷ୍ଠାନ ନିର୍ମାତା ଭାବରେ, ଜଣେ ରାଷ୍ଟ୍ରବାଦୀ ରୂପରେ ଏବଂ ଜଣେ ଗଣମାଧ୍ୟମ ନେତୃତ୍ୱ ଭାବରେ, ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପକୁ, କେବଳ ଗୋଟିଏ ସମ୍ବାଦପତ୍ର ଭାବରେ ନୁହେଁ ବରଂ ଏକ ମିଶନ ଭାବରେ, ଭାରତର ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିପାରିଥିଲେ । ଅନେକ ନେତୃତ୍ୱରେ ଏହି ଗୋଷ୍ଠୀ, ଭାରତର ଲୋକତାନ୍ତ୍ରିକ ମୂଲ୍ୟବୋଧ ଏବଂ ରାଷ୍ଟ୍ରୀୟ ହିତ ସାଧନର ସ୍ୱର ରୂପରେ ମଧ୍ୟ ଗୁଞ୍ଜରିତ ହୋଇପାରିଥିଲା । ସେଥି ନିମନ୍ତେ ଏକବିଂଶ ଶତାବ୍ଦୀର ଏହି କାଳଖଣ୍ଡରେ ଯେତେବେଳେ ଭାରତ ବିକଶିତ ହେବାର ସଂକଳ୍ପର ସହିତ ଆଗକୁ ଅଗ୍ରସର ହୋଇଚାଲିଛି, ସେତେବେଳେ ରାମନାଥ ଗୋଏଙ୍କାଜୀଙ୍କ ପ୍ରତିବଦ୍ଧତା, ତାଙ୍କର ପ୍ରୟାସ, ତାଙ୍କର ପରିକଳ୍ପନା, ଆମକୁ ଢେର୍ ପ୍ରେରଣା ଯୋଗାଉଛି । ମୁଁ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ ନିକଟରେ କୃତଜ୍ଞତା ବ୍ୟକ୍ତ କରୁଛି ଯେ ଆପଣମାନେ ମୋତେ ଏହି ବ୍ୟାଖ୍ୟାନ ନିମନ୍ତେ ଆମନ୍ତ୍ରିତ କରିଛନ୍ତି, ମୁଁ ଆପଣମାନଙ୍କ ସମସ୍ତଙ୍କୁ ଏଥି ସକାଶେ ଅଭିନନ୍ଦନ ଜ୍ଞାପନ କରୁଛି ।

ସାଥୀଗଣ,

ରାମନାଥ ଗୋଏଙ୍କାଜୀ ଶ୍ରମଦ୍ ଭଗବଦଗୀତାର ଗୋଟିଏ ଶ୍ଳୋକରୁ ଢେର୍ ପ୍ରେରଣା ଆହରଣ କରିଥିଲେ, ସୁଖ ଦୁଃଖ ସମେତ କୃତ୍ୱା, ଲାଭା- ଲାଭୌ ଜୟା- ଜୟୌ । ତତୋ ଯୁଦ୍ଧା ଯୁଜ୍ୟସ୍ୱ, ନୈବଂ ପାପଂ ଅବାପ୍ପ୍ୟାସି । ଅର୍ଥାତ୍, ସୁଖ- ଦୁଃଖ, ଲାଭ- କ୍ଷତି ଏବଂ ଜୟ- ପରାଜୟକୁ ସମାନ ଭାବରେ ଦେଖିକରି ନିଜର କର୍ତ୍ତବ୍ୟ ପାଳନ ନିମନ୍ତେ ଯୁଦ୍ଧରେ ଅବତୀର୍ଣ୍ଣ ହୁଅ, ଏଭଳି ଭାବନା ଗ୍ରହଣ କରିବା ଫଳରେ ତୁମେ ପାପରେ ଭାଗୀଦାର ହେବନାହିଁ । ରାମନାଥଜୀ ସ୍ୱାଧୀନତା ଆନ୍ଦୋଳନ ସମୟରେ କଂଗ୍ରେସର ସମର୍ଥକ ରହିଆସିଥିଲେ, ପରେ ସେ ଜନତା ପାର୍ଟିର ସମର୍ଥକ ବନିଥିଲେ, ପୁଣି ଜନସଂଘର ଟିକଟରେ ସେ ନିର୍ବାଚନ ମଧ୍ୟ ଲଢ଼ିଥିଲେ । ବିଚାରଧାରା ଯାହା କିଛି ହୋଇଥାଉ ନା କାହିଁକି, ସେ ସଦାସର୍ବଦା ଦେଶହିତକୁ ହିଁ ପ୍ରାଥମିକତା ପ୍ରଦାନ କରିଆସୁଥିଲେ । ଯେଉଁ ଲୋକମାନେ ରାମନାଥଜୀଙ୍କ ସହିତ ବର୍ଷ ବର୍ଷ ଧରି କାର୍ଯ୍ୟ କରିଥିଲେ, ସେମାନେ ତାଙ୍କ ସମ୍ପର୍କରେ କେତେ କେତେ କାହାଣୀ, ଘଟଣାମାନ କହନ୍ତି ଯାହା ରାମନାଥଜୀ ସେମାନଙ୍କୁ କହିଥିଲେ । ସ୍ୱାଧୀନତା ଆନ୍ଦୋଳନ ପରେ ଯେତେବେଳେ ହାଇଦ୍ରାବାଦ ଏବଂ ରଜାକରମାନଙ୍କ ଅତ୍ୟାଚାର ପ୍ରସଙ୍ଗ ସମସ୍ୟା ଭାବରେ ଉଭା ହୋଇଥିଲା, ସେତେବେଳେ ରାମନାଥଜୀ କିପରି ସର୍ଦ୍ଦାର ବଲ୍ଲଭଭାଇ ପଟେଲକୁ ସହାୟତା କରିଥିଲେ, ସତୁରୀ ଦଶକରେ ଯେତେବେଳେ ବିହାରରେ ଛାତ୍ର ଆନ୍ଦୋଳନକୁ ନେତୃତ୍ୱର ଆବଶ୍ୟକତା ପଡ଼ିଥିଲା, ସେତେବେଳେ କିପରି ନାନାଜୀ ଦେଶମୁଖଙ୍କ ସହିତ ମିଶି ରାମନାଥଜୀ ଜୟପ୍ରକାଶଙ୍କୁ ସେହି ଆନ୍ଦୋଳନର ନେତୃତ୍ୱ ନେବା ସକାଶେ ପ୍ରସ୍ତୁତ କରିଥିଲେ । ଜରୁରୀକାଳୀନ ପରିସ୍ଥିତି ସମୟରେ, ଯେତେବେଳେ ରାମନାଥଜୀଙ୍କୁ ଇନ୍ଦିରା ଗାନ୍ଧୀଙ୍କର ଜଣେ ଅତି ନିକଟତର ମନ୍ତ୍ରୀ ଡକାଇ ପଠାଇ ଧମକ ଦେଇଥିଲେ ଯେ ମୁଁ ତୁମକୁ ଜେଲରେ ଠୁଙ୍କିଦେବି, ସେତେବେଳେ ଏହି ଧମକର ଜବାବରେ ରାମନାଥ ଗୋଏଙ୍କାଜୀ ତାଙ୍କୁ ପାଲଟା ଜବାବ ଦେଇଥିଲେ, ଏସବୁ ଇତିହାସ ତଳେ ଛପି ରହିଥିବା ନଥି । କିଛି କଥା ସାର୍ବଜନୀନ ହୋଇଛି, ଆଉ କିଛି ହୋଇନାହିଁ । କିନ୍ତୁ ଏସବୁ ଘଟଣା ସୂଚୀତ କରେ ଯେ  ରାମନାଥଜୀ ସଦାସର୍ବଦା ସତ୍ୟର ସଙ୍ଗ ଦେଇଥିଲେ,  ସଦାବେଳେ କର୍ତ୍ତବ୍ୟକୁ ସର୍ବୋପରି ବୋଲି ହେତୁ କରିଥିଲେ, ତେଣିକି ସାମ୍ନାରେ କେତେ ବଡ଼ ଶକ୍ତି ଠିଆ ହୋଇଥାଉ ନା କାହିଁକି ।

 

ସାଥୀଗଣ,

ରାମନାଥଜୀଙ୍କ ସମ୍ପର୍କରେ ଏକଥା କୁହାଯାଉଥିଲା ଯେ ସେ ଖୁବ୍ ଅଧୀର ଅସ୍ଥିର ଥିଲେ । ଏଭଳି ଅଧୀରତା କିନ୍ତୁ ନକାରାତ୍ମକ ଦୃଷ୍ଟିଭଙ୍ଗୀରୁ ନୁହେଁ, ବରଂ ତାହା ସକାରାତ୍ମକ ଦୃଷ୍ଟିରୁ ବିଚାର କରାଯାଇପାରେ । ତାହା ସେହିଭଳି ଅଧୀରତା ଥିଲା ଯାହା ପରିବର୍ତ୍ତନ ନିମନ୍ତେ ପରିଶ୍ରମର ପରାକାଷ୍ଠା କରିଥାଏ, ଯେଉଁ ଅଧୀରତା ସ୍ଥିର ଜଳରେ ତରଙ୍ଗ ସୃଷ୍ଟି କରିଥାଏ । ଠିକ୍ ସେହିଭଳି ଭାବରେ ଆଜିର ଭାରତ ମଧ୍ୟ ଅଧିର ଅବସ୍ଥାରେ ରହିଛି । ଭାରତ ବିକଶିତ ହେବା ସକାଶେ ଅଧୀର ହେଉଛି, ଭାରତ ଆତ୍ମନିର୍ଭର ହେବା ସକାଶେ ଅସ୍ଥିର ହୋଇ ଉଠୁଛି । ଆମେମାନେ ସମସ୍ତେ ତାହା ଲକ୍ଷ୍ୟ କରିପାରୁଛୁ । ଏକବିଂଶ ଶତାବ୍ଦୀର ପଚିଶ ବର୍ଷ କେତେ କ୍ଷିପ୍ର ଗତିରେ ବିଗତ ହୋଇ ସାରିଛି । ଏକରୁ ବଳି ଆରେକ ସମସ୍ୟା ଆମ ସମ୍ମୁଖକୁ ଆସିଛି, କିନ୍ତୁ ତାହା ଭାରତର ଗତି ଓ ବେଗକୁ ରୋକିବାକୁ ସକ୍ଷମ ହୋଇପାରିନାହିଁ ।

ସାଥୀଗଣ,

ଆପଣମାନେ ଦେଖିଛନ୍ତି ଯେ ବିଗତ ଚାରି ପାଞ୍ଚ ବର୍ଷ କିପରି ଭାବରେ ସାରା ଦୁନିଆ ପାଇଁ ସମସ୍ୟାରେ ଭରି ରହିଆସିଥିଲା । ୨୦୨୦ ମସିହାରେ ବୈଶ୍ୱିକ ମହାମାରୀ କରୋନାର ସଂକଟ ବିଶ୍ୱରେ ଦେଖା ଦେଇଥିଲା, ଯାହା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଥିଲା । ବୈଶ୍ୱିକ ଯୋଗାଣ ଶୃଙ୍ଖଳ ଉପରେ ଏହାର ବିରାଟ ପ୍ରତିକୂଳ ପ୍ରଭାବ ପଡ଼ିଥିଲା ଏବଂ ସମଗ୍ର ବିଶ୍ୱ ଏକ ନିରାଶାର ଅବଧି ଭିତରକୁ ସତେକି ପ୍ରବେଶ କରିଥିଲା । ଏହାର କିଛି ସମୟ ପରେ ସ୍ଥିତି ସମ୍ଭାଳିବା ପାଇଁ ଧୀରେ ଧୀରେ ଯେତେବେଳେ ପ୍ରୟାସ କରାଯାଉଥିଲା ଏବଂ ତାହା ଆରମ୍ଭ ହୋଇଥିଲା, ସେତେବେଳେ ଆମର ପଡ଼ୋଶୀ ଦେଶମାନଙ୍କରେ ଅସ୍ଥିରତା ଆରମ୍ଭ ହୋଇଯାଇଥିଲା । ଏହିସବୁ ସଂକଟଗୁଡ଼ିକ ଭିତରେ, ଆମର ଅର୍ଥବ୍ୟବସ୍ଥା ଉଚ୍ଚ ଦରର ବିକାଶ ହାର ହାସଲ କରି ସମସ୍ତଙ୍କୁ ତାହା ପ୍ରଦର୍ଶିତ କରିପାରିଥିଲା । ୨୦୨୨ ମସିହାରେ ୟୁରୋପୀୟ ସଂକଟ କାରଣରୁ ସମଗ୍ର ବିଶ୍ୱର ଯୋଗାଣ ଶୃଙ୍ଖଳ ଏବଂ ଶକ୍ତି ବଜାର ପ୍ରଭାବିତ ହୋଇଥିଲା । ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିଥିଲା । ଏହା ସତ୍ତ୍ୱେ ୨୦୨୨-୨୩ ମସିହାରେ ଆମର ଅର୍ଥନୀତିର ବିକାଶ କ୍ଷିପ୍ର ଗତିରେ ହିଁ ସାଧିତ ହୋଇଥିଲା । ୨୦୨୩ ମସିହାରେ ପଶ୍ଚିମ ଏସିଆରେ ସ୍ଥିତି ବିଗିଡ଼ିବାକୁ ଲାଗିଥିଲା । ସେତେବେଳେ ମଧ୍ୟ ଆମର ବିକାଶ ହାର କ୍ଷିପ୍ରତା ଜାରି ରଖିଥିଲା ଏବଂ ଚଳିତ ବର୍ଷ ମଧ୍ୟ ଯେତେବେଳେ ବିଶ୍ୱରେ ଅସ୍ଥିରତା ଲାଗି ରହିଛି, ସେତେବେଳେ ସୁଦ୍ଧା ଆମର ବିକାଶ ହାର ସାତ ପ୍ରତିଶତର ପାଖାପାଖି ରହିଛି ।

ସାଥୀଗଣ,

ଆଜି ଯେତେବେଳେ ଦୁନିଆ ଏଭଳି ଅବ୍ୟବସ୍ଥାକୁ ଡରି ଚାଲିଛି, ଭାରତ ଭାଇବ୍ରାଣ୍ଟ ଫ୍ୟୁଚର ଦିଗରେ ଆଗକୁ ଅଗ୍ରସର ହୋଇ ଚାଲିଛି । ଆଜି ଇଣ୍ଡିଆନ ଏକ୍ସପ୍ରେସର ଏହି ମଞ୍ଚରୁ ମୁଁ ଏକଥା ସୂଚୀତ କରିବାକୁ ଚାହୁଁଛି ଯେ ଭାରତ କେବଳ ଏକ ଉଦୀୟମାନ ବଜାର ବ୍ୟବସ୍ଥା ନୁହେଁ, ଭାରତ ଏକ ଉଦୀୟମାନ ମଡ଼େଲ ରୂପରେ ମଧ୍ୟ ଉଭା ହୋଇଛି । ଆଜି ସାରା ବିଶ୍ୱରେ ଭାରତୀୟ ବିକାଶ ମଡେଲକୁ ଆଶାର ମଡେଲ ଭାବରେ ବିବେଚନା କରାଯାଉଛି ।

 

ସାଥୀଗଣ,

ଗୋଟିଏ ସଶକ୍ତ ଗଣତନ୍ତ୍ରର ଅନେକ କଷଟି ରହିଥାଏ ଏବଂ ଏହିଭଳି ଗୋଟିଏ ବଡ଼ କଷଟି ଲୋକତନ୍ତ୍ରରେ ଲୋକମାନଙ୍କ ଅଂଶଗ୍ରହଣ ମଧ୍ୟ ହୋଇଥାଏ । ଲୋକତନ୍ତ୍ରକୁ ନେଇ ଲୋକମାନେ କେତେ ମାତ୍ରାରେ ଆଶ୍ୱସ୍ତ ରହିଥାଆନ୍ତି, ଲୋକମାନେ କେତେ ମାତ୍ରାରେ ଆଶାବାଦୀ ରହିଥାଆନ୍ତି, ତାହା ନିର୍ବାଚନ ସମୟରେ ହିଁ ସବୁଠାରୁ ଅଧିକ ମାତ୍ରାରେ ଦୃଶ୍ୟମାନ ହୋଇଥାଏ । ବର୍ତ୍ତମାନ ନଭେମ୍ବର ୧୪ ତାରିଖ ଦିନ ଯେଉଁ ନିର୍ବାଚନ ଫଳାଫଳ ଆସିଛି, ତାହା ଆପଣମାନଙ୍କର ଅବଶ୍ୟ ସ୍ମରଣ ଥିବ ଏବଂ ରାମନାଥଜୀଙ୍କର ମଧ୍ୟ ବିହାର ସହିତ ବେଶ୍ ଘନିଷ୍ଠ ସମ୍ପର୍କ ଥିଲା, ତେଣୁ ଏଠାରେ ତାହା ଉଲ୍ଲେଖ କରିବା ଅବଶ୍ୟ ସ୍ୱାଭାବିକ ହେବ । ଏହି ଐତିହାସିକ ଫଳାଫଳ ସହିତ ଆଉ ଗୋଟିଏ କଥା ମଧ୍ୟ ବିଶେଷ ମହତ୍ତ୍ୱ ବହନ କରେ । ବିଶ୍ୱର ଯେକୌଣସି ଗଣତନ୍ତ୍ରରେ ଲୋକମାନଙ୍କ ବର୍ଦ୍ଧିତ ଭାଗୀଦାରୀକୁ କଦାପି ଅଣଦେଖା କରାଯାଇ ପାରିବନାହିଁ । ଚଳିତ ଥର ବିହାର ଇତିହାସରେ ସବୁଠାରୁ ଅଧିକ ଭୋଟରଙ୍କ ମତଦାନ ପରିଲକ୍ଷିତ ହୋଇଛି । ଆପଣମାନେ ଚିନ୍ତାକରି ଦେଖନ୍ତୁ, ମହିଳାମାନଙ୍କ ଟର୍ଣ୍ଟ ଆଉଟ୍, ପୁରୁଷମାନଙ୍କ ତୁଳନାରେ ପାଖାପାଖି ୯ ପ୍ରତିଶତ ଅଧିକ ହୋଇଥିଲା । ଏହା ମଧ୍ୟ ଲୋକତନ୍ତ୍ରର ବିଜୟ ବୋଲି କୁହାଯାଇପାରେ ।

ସାଥୀଗଣ,

ବିହାରର ନିର୍ବାଚନ ଫଳାଫଳ ପୁଣି ଥରେ ପ୍ରଦର୍ଶନ କରିଛି ଯେ ଭାରତର ଜନସାଧାରଣଙ୍କ ଆକାଂକ୍ଷା  ସେମାନଙ୍କର ପ୍ରତ୍ୟାଶା କେତେ ମାତ୍ରାରେ ଅଧିକ । ଭାରତର ଜନସାଧାରଣ ଆଜି ସେହି ରାଜନୈତିକ ଦଳମାନଙ୍କ ଉପରେ ବିଶ୍ୱାସ କରୁଛନ୍ତି, ଯିଏ ସତ୍ୟ ଓ ନିଷ୍ଠାର ସହିତ ଲୋକମାନଙ୍କର ସେହି ଆଶା ଆକାଂକ୍ଷାକୁ ପୂରଣ କରିପାରିବ, ବିକାଶକୁ ପ୍ରାଥମିକତା ପ୍ରଦାନ କରେ । ଆଜି ଇଣ୍ଡିଆନ ଏକ୍ସପ୍ରେସର ଏହି ମଞ୍ଚରୁ ମୁଁ ଦେଶର ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ, ପ୍ରତ୍ୟେକ ଦଳର ରାଜ୍ୟ ସରକାରଙ୍କୁ ଅନେକ ଅନେକ ବିନମ୍ରତାର ସହିତ କହିବାକୁ ଚାହିଁବି, ଲେଫ୍ଟ- ରାଇଟ୍ – ସେଣ୍ଟର, ପ୍ରତ୍ୟେକ ବିଚାରଧାରାର ସରକାରଙ୍କୁ ମୁଁ ନିବେଦନ କରିବି, ବିହାରର ଫଳାଫଳ ଆମକୁ ଏହା ଶିକ୍ଷା ଦେଉଛି ଯେ ଆପଣମାନେ ଆଜି କେଉଁ ପ୍ରକାର ସରକାର ପରିଚାଳନା କରୁଛନ୍ତି । ତାହା ଆଗାମୀ ବର୍ଷମାନଙ୍କରେ ଆପଣମାନଙ୍କର ରାଜନୈତିକ ଦଳଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ । ଆର.ଜେ.ଡି. ସରକାରକୁ ବିହାରର ଲୋକମାନେ ଦୀର୍ଘ ୧୫ ବର୍ଷ ଧରି ସୁଯୋଗ ଦେଲେ, ଲାଲୁ ଯାଦବଜୀ ଯଦି ଚାହିଁ ଥାଆନ୍ତେ, ତେବେ ବିହାରର ବିକାଶ ନିମନ୍ତେ ଢେର୍ କିଛି କରିପାରିଥାଆନ୍ତେ, କିନ୍ତୁ ସେ ଜଙ୍ଗଲରାଜର ମାର୍ଗ ଆପଣାଇଲେ । ବିହାରର ଜନତା ଏଭଳି ବିଶ୍ୱାସଘାତକତାକୁ କଦାପି ଭୁଲି ପାରିବେ ନାହିଁ । ସେଥିପାଇଁ ଆଜି ଦେଶରେ ଯେଉଁ ଦଳ ସରକାରରେ ଥାଉ ନା କାହିଁକି, ତାହା କେନ୍ଦ୍ରରେ ଆମ ସରକାର ହୋଇଥାଉ କିମ୍ବା ପୁଣି ରାଜ୍ୟମାନଙ୍କରେ ଭିନ୍ନ ଭିନ୍ନ ଦଳମାନଙ୍କର ସରକାର ହୋଇଥାଉ, ଆମମାନଙ୍କର ସବୁଠାରୁ ବଡ଼ ପ୍ରାଥମିକତା କେବଳ ମାତ୍ର ଗୋଟିଏ ହେବା ଉଚିତ ଏବଂ ତାହା ହେଉଛି ବିକାଶ । ବିକାଶ ଏବଂ କେବଳ ବିକାଶ । କେବଳ ସେଥି ନିମନ୍ତେ ମୁଁ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ କହଛି, ଆପଣମାନେ ନିଜ ନିଜ ରାଜ୍ୟରେ ଉତ୍ତମ ଇଣ୍ଟରନେଟ ଉପଲବ୍ଧ କରିବାର ବାତାବରଣ ସୃଷ୍ଟି କରିବା ସକାଶେ ପ୍ରତିଯୋଗିତା କରନ୍ତୁ, ଆପଣମାନେ ଇଜ୍ ଅଫ୍ ଡୁଇଂ ବିଜିନେସ ସକାଶେ ପ୍ରତିଯୋଗିତା କରନ୍ତୁ, ବିକାଶ ପାରାମିଟରରେ ଆଗକୁ ବଢ଼ିବା ସକାଶେ ପ୍ରତିଯୋଗିତା କରନ୍ତୁ । ତା'ପରେ ଦେଖନ୍ତୁ, ଜନତା କେମିତି ଭାବରେ ଆପଣମାନଙ୍କ ଉପରେ ନିଜର ଆସ୍ଥା ଓ ବିଶ୍ୱାସ ସ୍ଥାପନ କରୁଛନ୍ତି ।

ସାଥୀଗଣ,

ବିହାର ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ କିଛି ଲୋକ ଗଣମାଧ୍ୟମରେ କିଛି ମୋଦୀପ୍ରେମୀ ପୁଣି ଥରେ ଏକଥା କହିବା ଆରମ୍ଭ କରିଦେଇଛନ୍ତି ଯେ ଭାରତୀୟ ଜନତା ପାର୍ଟି, ସଦାବେଳେ, ମାନେ ୨୪X୭ ଇଲେକ୍ସନ ମୋଡରେ ରହିଥାଏ । ମୁଁ ଯାହା ବୁଝେ ନିର୍ବାଚନରେ ବିଜୟୀ ହେବା ନିମନ୍ତେ ଇଲେକ୍ସନ ମୋଡ୍ ନୁହେଁ, ଚବିଶ ଘଣ୍ଟା ଇଲେକ୍ସନ ମୋଡରେ ରହିବା ଜରୁରି ହୋଇଥାଏ, ଇମୋସନାଲ ମୋଡରେ ରହିବା ଜରୁରି ହୋଇଥାଏ, ଇଲେକ୍ସନ ମୋଡ୍ ନୁହେଁ । ଯେତେବେଳେ ମନ ଭିତରେ ଗୋଟିଏ ପ୍ରକାର ଅସ୍ଥିର ଭାବ ରହିଥାଏ ଯେ ଜୀବନର ଗୋଟିଏ ମୁହୂର୍ତ୍ତ ସୁଦ୍ଧା ଅଯଥାରେ ନଷ୍ଟ କରିବା ଉଚିତ ନୁହେଁ, ଗରିବ ଲୋକମାନଙ୍କ ଜୀବନକୁ କିପରି ସମସ୍ୟାକୁ ହ୍ରାସ କରାଯିବ, ଗରିବ ଲୋକମାନଙ୍କୁ କିପରି ରୋଜଗାର ସୁବିଧା ମିଳିପାରିବ, ଗରିବ ଲୋକମାନଙ୍କ ଚିକିତ୍ସା ସକାଶେ, ମଧ୍ୟମ ବର୍ଗର ଲୋକମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ନିମନ୍ତେ, ବାସ୍, କେବଳ କାର୍ଯ୍ୟ କରିବାକୁ ପଡ଼ିଥାଏ । ଏଭଳି ସମ୍ବେଦନୀ ଭାବନାର ସହିତ, ଏହିଭଳି ଚିନ୍ତାଧାରାର ସହିତ ସରକାର ନିରବଚ୍ଛିନ୍ନ ଭାବରେ ଜଡ଼ିତ ରହିଆସିଛି । ସେତେବେଳେ ଏହାର ପରିଣାମ ଆମକୁ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଦିନ ଅବଶ୍ୟ ଦୃଶ୍ୟମାନ ହେଉଛି । ବିହାରରେ ମଧ୍ୟ ଆମେ ସଦ୍ୟ ଏହି ଘଟଣା ପ୍ରତିଫଳିତ ହେବାର ଦେଖିଲୁ ।

 

ସାଥୀଗଣ,

ରାମନାଥ ଗୋଏଙ୍କାଜୀଙ୍କ ସହିତ ଜଡ଼ିତ ଆଉ ଗୋଟିଏ କଥନିକା ମୋତେ କେହି ଜଣେ ପଚାରିଥିଲେ । ଏକଥା ସେହି ସମୟର ଥିଲା ଯେତେବେଳେ ରାମନାଥଜୀଙ୍କୁ ବିଦିଶାରୁ ଜନସଂଘ ଦଳର ଟିକଟ ମିଳିଥିଲା । ସେହି ସମୟରେ ନାନାଜୀ ଦେଶମୁଖଜୀଙ୍କ ସହିତ ତାଙ୍କର ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା ଯେ ସଂଗଠନ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ନା ଚେହେରା । ସେତେବେଳେ ନାନାଜୀ ଦେଶମୁଖ ରାମନାଥଜୀଙ୍କୁ କହିଥିଲେ ଯେ ଆପଣ କେବଳ ନାମାଙ୍କନ ପତ୍ର ଦାଖଲ କରିଆସନ୍ତୁ ଏବଂ ତା'ପରେ ନିର୍ବାଚନରେ ବିଜୟ ଲାଭ କରିବା ପରେ ଆପଣ ସାର୍ଟିଫିକେଟ ନେବାକୁ ଆସିଯିବେ । ଏହା ପରେ ନାନାଜୀ ପାର୍ଟି କାର୍ଯ୍ୟକର୍ତ୍ତାମାନଙ୍କ ସାମର୍ଥ୍ୟ ଉପରେ ରାମନାଥଜୀଙ୍କ ନିର୍ବାଚନ ଲଢ଼ିଥିଲେ ଏବଂ ତାଙ୍କୁ ବିଜୟୀ କରି ଦେଖାଇଥିଲେ । ତେବେ ଏହି କାହାଣୀ ବର୍ଣ୍ଣନା କରିବା ପଛରେ ମୋର ଉଦ୍ଦେଶ୍ୟ ନୁହେଁ ଯେ କୌଣସି ଜଣେ ପ୍ରତ୍ୟାଶୀ କେବଳ ନାମାଙ୍କନ ପତ୍ର ଦାଖଲ କରିଯାଆନ୍ତୁ । ମୋର କହିବାର ଉଦ୍ଦେଶ୍ୟ ହେଲା, ଭାଜପାର ଅସଂଖ୍ୟ କର୍ତ୍ତବ୍ୟନିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସମର୍ପଣ ଭାବ ଆଡ଼କୁ ଆପଣମାନଙ୍କ ଧ୍ୟାନ ଆକର୍ଷିତ କରିବା ।

ସାଥୀଗଣ,

ଭାରତୀୟ ଜନତା ପାର୍ଟିର ଲକ୍ଷ ଲକ୍ଷ, କୋଟି କୋଟି କାର୍ଯ୍ୟକର୍ତ୍ତାଗଣ ନିଜର ଶ୍ରମ ଓ ସ୍ୱେଦରେ ଭାଜପାର ଦ୍ରୁମରେ ପାଣି ଛିଞ୍ଚିଛନ୍ତି ଏବଂ ଛିଞ୍ଚି ଚାଲିଛନ୍ତି । କେବଳ ସେତିକି ନୁହେଁ, କେରଳ, ପଶ୍ଚିମ ବଙ୍ଗ, ଜମ୍ମୁ ଓ କାଶ୍ମୀର ଭଳି କିଛି ରାଜ୍ୟମାନଙ୍କରେ ଆମର ଶହ ଶହ କାର୍ଯ୍ୟକର୍ତ୍ତା ନିଜର ରକ୍ତ ମଧ୍ୟ ଭାଜପାର ଏହି ମୂଳପିଣ୍ଡକୁ ବଞ୍ଚାଇ ରଖିବା ସକାଶେ ଛିଞ୍ଚି ଚାଲିଛନ୍ତି । ଯେଉଁ ଦଳ ନିକଟରେ ଏଭଳି ସମର୍ପିତ କାର୍ଯ୍ୟକର୍ତ୍ତାଗଣ ଅଛନ୍ତି, ତା'ପାଇଁ କେବଳ ନିର୍ବାଚନ ଜିଣିବା ଧେୟ ହୋଇ ନ ଥାଏ ବରଂ ସେମାନେ ଜନସାଧାରଣଙ୍କ ହୃଦୟକୁ ମଧ୍ୟ ଜିଣି ପାରିଥାଆନ୍ତି, ସେବାର ଭାବନା ସେମାନଙ୍କ ହୃଦୟରେ ନିରନ୍ତର ଭାବରେ କାର୍ଯ୍ୟ କରିଥାଏ ।

ସାଥୀଗଣ,

ଦେଶର ବିକାଶ ନିମନ୍ତେ ବହୁତ କିଛି ଜରୁରି । ତାହା ହେଲେ ବିକାଶର ସୁଫଳ ସମସ୍ତଙ୍କ ନିକଟରେ ପହଞ୍ଚି ପାରିବ । ଦଳିତ, ପୀଡ଼ିତ, ଶୋଷିତ, ବଞ୍ଚିତ, ସମସ୍ତଙ୍କ ପର୍ଯ୍ୟନ୍ତ ଯେତେବେଳେ ସରକାରୀ ଯୋଜନାଗୁଡ଼ିକର ସୁଫଳ ପହଞ୍ଚାଯିବ, ସେତେବେଳେ ସାମାଜିକ ନ୍ୟାୟ ସୁନିଶ୍ଚିତ ହୋଇପାରିବ । କିନ୍ତୁ ଆମେ ଦେଖିଛୁ ଯେ ବିଗତ ଦଶକମାନଙ୍କରେ କିଭଳି ସାମାଜିକ ନ୍ୟାୟ ନାମରେ କିଛି ଦଳ, କିଛି ପରିବାର ନିଜର ସ୍ୱାର୍ଥ ସିଦ୍ଧି କରିଚାଲିଥିଲେ ।

 

ସାଥୀଗଣ,

ମୁଁ ଆଜି ସନ୍ତୋଷର ସହିତ କହିବାକୁ ଚାହେଁ ଯେ ସାମାଜିକ ନ୍ୟାୟକୁ ସତ୍ୟରେ ପରିଣତ ହେବାର ମୁଁ ଜଳଜଳ ହୋଇ ଦେଖିପାରୁଛି । ବାସ୍ତବ ସାମାଜିକ ନ୍ୟାୟ କହିଲେ କ'ଣ ବୁଝାଏ, ତାହା ମୁଁ ଆପଣମାନଙ୍କ ନିକଟରେ ଉପସ୍ଥାପନ କରିବାକୁ ଚାହେଁ । ୧୨ କୋଟି ଶୌଚାଳୟ ନିର୍ମାଣ କରିବାର ଅଭିଯାନ, ସେହିସବୁ ଗରିବ ଲୋକମାନଙ୍କ ଜୀବନରେ ଗାରିମା ନେଇ ଆସିଛି,  ଯେଉଁମାନେ ମୁକ୍ତାକାଶ ତଳେ ଶୌଚକାର୍ଯ୍ୟ ସଂପାଦନ କରିବାକୁ ଏଯାବତ୍ ମଜବୁର ହେଉଥିଲେ । ୫୭ କୋଟି ଜନ ଧନ ବ୍ୟାଙ୍କ ଜମାଖାତା ଖୋଲାଯିବା ଫଳରେ ସେହିସବୁ ଲୋକମାନଙ୍କୁ ଆର୍ଥିକ ସମାଯୋଜନ କରାଯାଇ ପାରିଛି, ଯେଉଁମାନେ ଏପର୍ଯ୍ୟନ୍ତ ବ୍ୟାଙ୍କରେ ଜମାଖାତାଟିଏ ଖୋଲିପାରିବେ ବୋଲି ନିଜକୁ କେବେ ଯୋଗ୍ୟ ମଣୁ ନ ଥିଲେ । ୪ କୋଟି ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଛି ଯାହା ଫଳରେ ସେମାନଙ୍କୁ ନୂଆ ନୂଆ  ସ୍ୱପ୍ନ ଦେଖିବାର ସୁଯୋଗ ପ୍ରଦାନ କରିଛି, ସେମାନଙ୍କ ମନରେ ରିସ୍କ ଟେକିଂ କ୍ଷମତା ବୃଦ୍ଧି ପାଇପାରିଛି ।

ସାଥୀଗଣ,

ବିଗତ ୧୧ ବର୍ଷ ମଧ୍ୟରେ ସାମାଜିକ ନିରାପତ୍ତା ଉପରେ ଯେଉଁସବୁ କାର୍ଯ୍ୟ ସଂପାଦନ କରାଯାଇଛି, ତାହା ଅଭୂତପୂର୍ବ ବୋଲି କୁହାଯାଇପାରେ । ଆଜି ଭାରତର ପାଖାପାଖି ୯୪ କୋଟି ଲୋକ ସାମାଜିକ ନିରାପତ୍ତା ନେଟ ଅଧୀନରେ ଆସିବାକୁ ସକ୍ଷମ ହୋଇପାରିଛନ୍ତି । ଆପଣମାନେ ଏକଥା ମଧ୍ୟ ଜାଣନ୍ତି ଯେ ୧୦ ବର୍ଷ ପୂର୍ବରୁ ଦେଶର ସ୍ଥିତି କ'ଣ ଥିଲା । କେବଳ ୨୫ କୋଟି ଲୋକ ସାମାଜିକ ନିରାପତ୍ତା ଅଧୀନରେ ଥିଲେ, ଆଜି ସେମାନଙ୍କ ସଂଖ୍ୟା ବୃଦ୍ଧିପାଇ ୯୪ କୋଟିରେ ପହଞ୍ଚିଛି, ଅର୍ଥାତ୍, କେବଳ ୨୫ କୋଟି ଲୋକଙ୍କ ପର୍ଯ୍ୟନ୍ତ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକର ଲାଭ ସୀମିତ ରହିଥିଲା । ଏବେ ସେହି ସଂଖ୍ୟ ବୃଦ୍ଧିପାଇ ୯୪ କୋଟିରେ ପହଞ୍ଚିଛି ଏବଂ ଏହାକୁ ହିଁ ତ ବାସ୍ତବ ସାମାଜିକ ନ୍ୟାୟ ବୋଲି କୁହାଯାଇପାରିବ । ଆଉ ଆମେ ସାମାଜିକ ନିରାପତ୍ତା ନେଟର ପରିସରକୁ କେବଳ ବୃଦ୍ଧି କରିନାହୁଁ, ଆମେ ନିରବଚ୍ଛିନ୍ନ ଭାବରେ ତାହାର ପୂର୍ଣ୍ଣ ବିନିଯୋଗ ଅର୍ଥାତ୍, ସେଚୁରେସନ ଛୁଇଁବା ମିଶନ ଉପରେ ହିଁ କାର୍ଯ୍ୟ କରିଚାଲିଛୁ । ଅର୍ଥାତ୍, ଯେକୌଣସି ଯୋଜନାର ସୁଫଳରୁ ଯେମିତି କୌଣସି ଜଣେ ହେଲେ ଲାଭାର୍ଥୀ ବାଦ୍ ନ ପଡ଼ନ୍ତୁ । ତା'ଛଡ଼ା, ଯେତେବେଳେ କୌଣସି ସରକାର ଏହି ଲକ୍ଷ୍ୟ ହାସଲ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରିଥାଏ ପ୍ରତ୍ୟେକ ଲାଭାର୍ଥୀଙ୍କ ପର୍ଯ୍ୟନ୍ତ ପହଞ୍ଚିବାକୁ ଚାହିଁଥାଏ ସେତେବେଳେ କୌଣସି ପ୍ରକାର ଭେଦଭାବ ରହିବାର ଅବସର ଆଉ ରହେନାହିଁ, ସେସବୁ ବୈଷମ୍ୟ ସମ୍ପୂର୍ଣ୍ଣ ରୂପେ ନିଃଶେଷ ହୋଇଯାଇଥାଏ । ଏହିଭଳି ପ୍ରୟାସଗୁଡ଼ିକ କାରଣରୁ ବିଗତ ୧୧ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଗରିବୀକୁ ପରାସ୍ତ କରିବାର ସାମର୍ଥ୍ୟ ଦେଖାଇ ପାରିଛନ୍ତି । ଏବଂ ତାହାର ପରିଣାମ ଆଜି ସାରା ବିଶ୍ୱ ସ୍ୱୀକାର କରୁଛି – ଡେମୋକ୍ରାସି ଡେଲିଭର୍ସ ।

ସାଥୀଗଣ,

ମୁଁ ଆପଣମାନଙ୍କ ନିକଟରେ ଆଉ ଗୋଟିଏ ଉଦାହରଣ ଉପସ୍ଥାପନ କରିବାକୁ ଚାହିଁବି । ଆଣମାନେ ଆମର ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମକୁ ଉତ୍ତମ ରୂପେ ଅଧ୍ୟୟନ କରନ୍ତୁ । ଦେଶର ଶହେଟିରୁ ଅଧିକ ଜିଲ୍ଲା ଏଭଳି ଥିଲା, ଯେଉଁଠାରେ ପୂର୍ବବର୍ତ୍ତୀ ସରକାରମାନେ ସେସବୁକୁ ପଛୁଆ ଜିଲ୍ଲା ବୋଲି ଘୋଷଣା କରି ସେକଥା ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଥିଲେ । ଚିନ୍ତା କରାଯାଉଥିଲା ଯେ ସେହିସବୁ ଜିଲ୍ଲାଗୁଡ଼ିକରେ ବିକାଶ ଘଟାଇବା ବଡ଼ ମୁସ୍କିଲ କାମ । ତେଣୁ ସେସବୁ ଜିଲ୍ଲାମାନଙ୍କରେ ବିକାଶ କାର୍ଯ୍ୟକ୍ରମ କରିବାକୁ କିଏ ମୁଣ୍ଡ ପୂରାଇବ । ଯେତେବେଳେ କୌଣସି ଜଣେ ଅଧିକାରୀଙ୍କୁ ପନିସମେଣ୍ଟ ପୋଷ୍ଟିଂ ଦେବାକୁ ପଡ଼ୁଥିଲା, ସେତେବେଳେ ସେମାନଙ୍କୁ ସେହିସବୁ ପଛୁଆ ଜିଲ୍ଲାକୁ ପଠେଇ ଦିଆଯାଉଥିଲା ଯେ ଯାଅ, ସେଇଠି ପଡ଼ିଥାଅ । ଆପଣମାନଙ୍କୁ ସମସ୍ତଙ୍କୁ ଏକଥା ଉତ୍ତମ ରୂପେ ଜଣା ଯେ ସେହିସବୁ ପଛୁଆ ଜିଲ୍ଲାମାନଙ୍କରେ କେତେ ସଂଖ୍ୟକ ଲୋକ ବସବାସ କରୁଥିଲେ ? ଦେଶର ୨୫ କୋଟିରୁ ଅଧିକ ଲୋକ ସେହିସବୁ ପଛୁଆ ଜିଲ୍ଲାରେ ବସବାସ କରୁଥିଲେ ।

 

ସାଥୀଗଣ,

ଯଦି ଏହିସବୁ ପଛୁଆ ଜିଲ୍ଲା ପଛୁଆ ରହିଯାଇ ଥାଆନ୍ତା, ତେବେ ଭାରତ ଆଗାମୀ ୧୦୦ ବର୍ଷ ଭିତରେ ସୁଦ୍ଧା କେବେ ବିକଶିତ ହୋଇପାରି ନଥାଆନ୍ତା । ସେଥି ନିମନ୍ତେ ଆମ ସରକାର ଗୋଟିଏ ନୂଆ ରଣନୀତିର ସହିତ କାର୍ଯ୍ୟ କରିବାକୁ ଆରମ୍ଭ କରିଥିଲା । ଆମେ ରାଜ୍ୟ ସରକାରମାନଙ୍କୁ ଅନ ବୋର୍ଡ ନେଲୁ, କେଉଁ ଜିଲ୍ଲା, କେଉଁ ବିକାଶ ମାପଦଣ୍ଡରେ କେତେ ମାତ୍ରାରେ ପଛୁଆ ରହିଛି, ସେସବୁର ଅଧ୍ୟୟନ କଲୁ ଏବଂ ପ୍ରତି ଜିଲ୍ଲା ନିମନ୍ତେ ଏକ ଅଲଗା ରଣନୀତି ପ୍ରସ୍ତୁତ କଲୁ । ଦେଶର ବଛା ବଛା ଅଧିକାରୀମାନଙ୍କୁ, ଯେଉଁମାନେ ବ୍ରାଇଟ୍ ଏବଂ ଇନୋଭେଟିଭ୍ ୟଙ୍ଗ୍ ମାଇଣ୍ଡସ୍, ସେମାନଙ୍କୁ ସେହିସବୁ ଜିଲ୍ଳାମାନଙ୍କରେ ନିଯୁକ୍ତ କଲୁ । ସେହିସବୁ ଜିଲ୍ଲାମାନଙ୍କୁ ଆମେ ପଛୁଆ ନୁହେଁ, ଆକାଂକ୍ଷୀ  ବୋଲି ବିବେଚନା କଲୁ ଏବଂ ଆଜି ଆପଣମାନେ ଦେଖନ୍ତୁ, ଦେଶର ଏହିସବୁ ଆକାଂକ୍ଷୀ ଜିଲ୍ଲାଗୁଡ଼ିକ, ଅନେକ ବିକାଶ ମାପଦଣ୍ଡରେ ନିଜ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କ ଠାରୁ ଅଧିକ ଉତ୍ତମ କାର୍ଯ୍ୟ କରି ଦେଖାଇ ଚାଲିଛନ୍ତି । ଛତିଶଗଡ଼ର ବସ୍ତର, ସେହି ଜିଲ୍ଲା ତ ଆପଣମାନଙ୍କର ସବୁଠାରୁ ପ୍ରିୟ ଜିଲ୍ଲା ହୋଇ ରହିଆସିଛି । ଏପରି ଏକ ସମୟ ଥିଲା ଯେତେବେଳେ ଆପଣମାନଙ୍କ ପରି ପତ୍ରକାରମାନଙ୍କୁ ସେଠାକୁ ଯିବାକୁ ପଡ଼ୁଥିଲା । ସେତେବେଳେ ପ୍ରଶାସନ ବଦଳରେ ଅଧିକତର ଅନ୍ୟ ସଂଗଠନମାନଙ୍କ ଠାରୁ ଆପଣମାନଙ୍କୁ ଅନୁମତି ନେବାକୁ ପଡ଼ୁଥିଲା । କିନ୍ତୁ ଆଜି ସେହି ବସ୍ତର ଜିଲ୍ଲା ବିକାଶ ପଥରେ ଦ୍ରୁତ ଗତିରେ ଆଗକୁ ଅଗ୍ରସର ହୋଇଚାଲିଛି । ମୋତେ ଏକଥା ଜଣା ନଥିଲା ଯେ ଇଣ୍ଡିଆନ ଏକ୍ସପ୍ରେସ ବସ୍ତର ଅଲିମ୍ପିକକୁ କେତେ ମାତ୍ରାରେ କଭରେଜ୍ ଦେଇଛି, କିନ୍ତୁ ଆଜି ରାମନାଥଜୀ ଏହା ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇଥାଆନ୍ତେ ଯେ ବସ୍ତର ଜିଲ୍ଲାରେ କେମିତି ବର୍ତ୍ତମାନ ସେଠାକାର ଯୁବ ବସ୍ତରବାସୀ ଅଲିମ୍ପିକ୍ ଭଳି ଆୟୋଜନ କରୁଛନ୍ତି ।

ସାଥୀଗଣ,

ଯେତେବେଳେ ଆମେ ବସ୍ତର ଜିଲ୍ଲା କଥା ଆଲୋଚନା କରୁଛେ, ସେତେବେଳେ ମୁଁ ଏହି ମଞ୍ଚ ଉପରୁ ନକ୍ସଲବାଦ ଅର୍ଥାତ ମାଓବାଦୀ ଆତଙ୍କ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିବାକୁ ଚାହିଁବି । ସାରା ଦେଶରେ ନକ୍ସଲବାଦ- ମାଓବାଦୀ ଆତଙ୍କର ପ୍ରଭାବ କ୍ଷିପ୍ର ବେଗରେ ହ୍ରାସ ପାଇବାରେ ଲାଗିଛି । କିନ୍ତୁ କଂଗ୍ରେସ ଦଳ ଭିତରେ ତାହା ସେତିକି ମାତ୍ରରେ ସକ୍ରିୟ ହେବାରେ ଲାଗିଛି । ଆପଣମାନଙ୍କ ମଧ୍ୟ ଏକଥା ଭଲ ଭାବରେ ଜଣା, ଯେ ବିଗତ ପାଞ୍ଚ ଦଶକ ପର୍ଯ୍ୟନ୍ତ ଦେଶର ପାଖାପାଖି ପ୍ରତ୍ୟେକ ବଡ଼ ବଡ଼ ରାଜ୍ୟ, ମାଓବାଦୀ ଆତଙ୍କ ପ୍ରଭାବରେ ଥିଲେ ଏବଂ ଏହା ଦ୍ୱାରା ଆକ୍ରାନ୍ତ ହୋଇଆସୁଥିଲେ । କିନ୍ତୁ ଏହା ଦେଶର ଦୁର୍ଭାଗ୍ୟ ଥିଲା ଯେ କଂଗ୍ରେସ ଭାରତର ସମ୍ବିଧାନକୁ ଅସ୍ୱୀକାର କରୁଥିବା ମାଓବାଦୀ ଆତଙ୍କବାଦୀଙ୍କୁ ପାଳି ପୋଷି ଚାଲିଥିଲା ଏବଂ କେବଳ ଦୂର ଦୂରାନ୍ତ କ୍ଷେତ୍ରରେ ଘନ ବଣଜଙ୍ଗଲ କ୍ଷେତ୍ରରେ ନୁହେଁ, କଂଗ୍ରେସ ଦଳ ସହରମାନଙ୍କରେ ମଧ୍ୟ ନକ୍ସଲବାଦର ଚେରକୁ ଉର୍ବରକ ଓ ଜଳ ଦେଇଚାଲିଥିଲା । କଂଗ୍ରେସ ଦଳ ବଡ଼ ବଡ଼ ସଂସ୍ଥାମାନଙ୍କରେ ଅର୍ବାନ ନକ୍ସଲବାଦୀମାନଙ୍କୁ ଅବସ୍ଥାପିତ କରିଥିଲା ।

ସାଥୀଗଣ,

୧୦-୧୫ ବର୍ଷ ପୂର୍ବରୁ କଂଗ୍ରେସ ଦଳରେ ଯେଉଁ ଅର୍ବାନ ନକ୍ସଲବାଦୀ, ମାଓବାଦୀ ପାଦ ସ୍ଥାପନ କରିସାରିଥିଲେ, ସେମାନେ ବର୍ତ୍ତମାନ କଂଗ୍ରେସକୁ ଭାରି ଅଡ଼ୁଆ ଲାଗୁଛନ୍ତି – ମାଓବାଦୀ କଂଗ୍ରେସ, ଏମ.ଏମ.ସି. ବନେଇ ସାରିଛନ୍ତି । ଆଉ ମୁଁ ଆଜି ସମ୍ପୂର୍ଣ୍ଣ ଦାୟିତ୍ୱବୋଧର ସହିତ କହିବାକୁ ଚାହେଁ ଯେ ଏ ଯେଉଁ ମୁସଲିମ୍ ଲିଗ- ମାଓବାଦୀ କଂଗ୍ରେସ, ନିଜର ସ୍ୱାର୍ଥ ସାଧନ ନିମନ୍ତେ ଦେଶର ହିତକୁ ତିଳାଞ୍ଜଳି ଦେଇ ସାରିଛନ୍ତି । ଆଜିର ମୁସଲିମ ଲିଗ୍- ମାଓବାଦୀ କଂଗ୍ରେସ ଦେଶର ଏକତା ସମ୍ମୁଖରେ ବହୁତ ବଡ଼ ବିପଦ ଭାବରେ ଦଣ୍ଡାୟମାନ ହେବାରେ ଲାଗିଛି ।

 

ସାଥୀଗଣ,

ଆଜି ଭାରତ ଯେତେବେଳେ ବିକଶିତ ହେବାର ଏକ ନୂତନ ଯାତ୍ରା ପଥରେ ଆଗକୁ ଅଗ୍ରସର ହୋଇଛି, ସେତେବେଳେ ରାମନାଥ ଗୋଏଙ୍କାଜୀଙ୍କ ଚିନ୍ତାଧାରା ଆହୁରି ଅଧିକ ପ୍ରାସଙ୍ଗିତ ହୋଇପଡ଼ିଛି । ରାମନାଥଜୀ ବ୍ରିଟିଶ ଶାସନର ଗୋଲାମୀ ବିରୁଦ୍ଧରେ ଦୃଢ଼ ଭାବରେ ଟକ୍କର ନେଇଥିଲେ । ସେ ନିଜର ଏକ ସଂପାଦକୀୟରେ ଲେଖିଥିଲେ, ମୁଁ ଇଂରେଜମାନଙ୍କ ଆଦେଶ ଉପରେ ଧ୍ୟାନ ଦେବା ପରିବର୍ତ୍ତେ, ନିଜର ସମ୍ବାଦପତ୍ରକୁ ବନ୍ଦ୍ କରିଦେବାକୁ ଅଧିକ ପସନ୍ଦ କରିବି । ଏହିଭଳି ଭାବରେ ଯେତେବେଳେ ଜରୁରି ପରିସ୍ଥିତି ରୂପରେ ଦେଶକୁ ଗୋଲାମ ବନାଯିବାର ଆଉ ଏକ ପ୍ରୟାସ କରାଯାଇଥିଲା, ସେତେବେଳେ ମଧ୍ୟ ରାମନାଥ ଗୋଏଙ୍କାଜୀ ତୁରନ୍ତ ଅଣ୍ଟା ଭିଡ଼ିଥିଲେ  ଏବଂ ଚଳିତ ବର୍ଷ ତ ଜରୁରି ପରିସ୍ଥିତି ଜାରିର ପଚାଶ ବର୍ଷ ପୂରଣ ହେବାକୁ ଯାଉଛି । ପୁଣି ଇଣ୍ଡିଆନ ଏକ୍ସପ୍ରେସ ୫୦ ବର୍ଷ ପୂର୍ବେ ଦର୍ଶଇଥିଲା ଯେ ବ୍ଲାକ୍ ଏଡିଟୋରିଆଲ୍ ମଧ୍ୟ ଜନତାଙ୍କୁ ଗୋଲାମୀ ବନେଇବାର ମାନସିକତାକୁ ଟକ୍କର ଦେଇପାରେ ।

ସାଥୀଗଣ,

ଆଜି ଆପଣମାନଙ୍କର ଏହି ସମ୍ମାନିତ ମଞ୍ଚ ଉପରୁ, ମୁଁ ଗୋଲାମୀ ମାନସିକତାରୁ ମୁକ୍ତିର ଏହି ପ୍ରସଙ୍ଗ ଉପରେ ମଧ୍ୟ ବିସ୍ତାରିତ ଭାବରେ ଆପଣମାନଙ୍କ ସହିତ ଆଲୋଚନା କରିବା ପ୍ରସଙ୍ଗରେ ନିଜର ଭାବନାକୁ ରଖିବାକୁ ଚାହିଁବି । କିନ୍ତୁ ଏଥି ନିମନ୍ତେ ଆମକୁ ୧୯୦ ବର୍ଷ ପୂର୍ବକୁ ଯିବାକୁ ପଡ଼ିବ । ୧୮୫୭ ମସିହାରେ ସର୍ବପ୍ରଥମ ସ୍ୱାଧୀନତା ସଂଗ୍ରାମ ପୂର୍ବକୁ ସୁଦ୍ଧା ଫେରି ଯିବାକୁ ପଡ଼ିବ । ତାହା ଥିଲା ୧୮୩୫ ସାଲର କଥା । ୧୮୩୫ ମସିହାରେ ବ୍ରିଟିଶ୍ ସାଂସଦ ଥୋମାସ ୱେିବିଂଟନ ମାକେଲେ ଭାରତକୁ ନିଜର ଚେରରୁ ଓପାଡ଼ି ଫୋପାଡ଼ି ଦେବା ସକାଶେ ବହୁତ ବଡ଼ ପ୍ରୟାସ ଆରମ୍ଭ କରିଥିଲେ ।  ସେ ଘୋଷଣା କରିଥିଲେ ଯେ ମୁଁ ଏଭଳି ଏକ ଭାରତ ଗଠନ କରିବି ତାହା ଦେଖିବାକୁ ତ ଭାରତୀୟ ପରି ଲାଗୁଥିବ, କିନ୍ତୁ ଆତ୍ମାରେ ତାହା ଇଂରେଜ ହୋଇଥିବ । ଏବଂ ସେଥି ପାଇଁ ମାକେଲେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ନୁହେଁ, ବରଂ ଏହାକୁ ସମୂଳେ ନାଶ କରି ଦେଇଥିଲେ । ସ୍ୱୟଂ ଗାନ୍ଧୀଜୀ ମଧ୍ୟ ଏକଥା କହିଥିଲେ ଯେ ଭାରତର ପ୍ରାଚୀନ ଶିକ୍ଷା ବ୍ୟବସ୍ଥା ଏକ ସୁନ୍ଦର ବୃକ୍ଷ ସଦୃଶ, ଯାହାକୁ ମୂଳରୁ ଓପାଡ଼ି ନଷ୍ଟ କରିଦିଆ ଯାଇଛି ।

ସାଥୀଗଣ,

ଭାରତର ଶିକ୍ଷା ବ୍ୟବସ୍ଥା ଆମମାନଙ୍କୁ ନିଜର ସଂସ୍କୃତିକୁ ନେଇ ଗର୍ବ କରିବାର ଶିକ୍ଷା ପ୍ରଦାନ କରିଥାଏ । ଭାରତର ଶିକ୍ଷା ବ୍ୟବସ୍ଥାରେ ବିଦ୍ୟାଧ୍ୟୟନ ସହିତ କୌଶଳ ଉପରେ ମଧ୍ୟ ସେତିକି ଜୋର ଦିଆଯାଉଥିଲା । ସେଥିପାଇଁ ମାକଲେ ଭାରତର ଶିକ୍ଷା ବ୍ୟବସ୍ଥାର ଅଣ୍ଟା ଭାଙ୍ଗିଦେବା ନିମନ୍ତେ ଏପରି ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ ଏବଂ ସେଥିରେ ସଫଳ ମଧ୍ୟ ହୋଇଥିଲେ । ମାକଲେ ଏହା ସୁନିଶ୍ଚିତ କରିଥିଲେ ଯେ ସେହି ଅବଧିରେ ବ୍ରିଟିଶ ଭାଷା, ବ୍ରିଟିଶ୍ ଚିନ୍ତାଧାରାକୁ କିପରି ଅଧିକ ମାନ୍ୟତା ମିଳିବ ଏବଂ ଏହାର ପ୍ରଭାବ ଭାରତବାସୀ ଆଗାମୀ ଶହ ଶହ ବର୍ଷ ଧରି କିପରି ପାଇପାରିବେ ।

ସାଥୀଗଣ,

ମାକଲେ ଆମର ଆତ୍ମବିଶ୍ୱାସକୁ ସମ୍ପୂର୍ଣ୍ଣ ରୂପେ ତୁଟାଇ ଦେଇଥିଲେ । ଆମ ଭିତରେ ଥିବା ହୀନ ଭାବନାକୁ ଅଧିକ ସଞ୍ଚାରିତ କରିଥିଲେ । ମାକଲେ ଗୋଟିଏ ଝଟକାରେ ହଜାର ହଜାର ବର୍ଷ ଧରି ଆମର ଜ୍ଞାନ ବିଜ୍ଞାନକୁ, ଆମର କଳା ସଂସ୍କୃତିକୁ, ଆମର ସାରା ଜୀବନଶୈଳୀକୁ ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ । ସେଠାରେ ସେ ଯେଉଁ ବୀଜଟିକୁ ବପନ କରିଥିଲେ ଯେଉଁଥିରୁ ଭାରତୀୟମାନଙ୍କୁ ଯଦି ଆଗକୁ ବଢ଼ିବାକୁ ହେବ, କିମ୍ବା କିଛି ବଡ଼ କାମ କରିବାକୁ ପଡ଼ିବ, ସେତେବେଳେ ସେମାନେ ବିଦେଶୀ ରଙ୍ଗ ଢ଼ଙ୍ଗ ଏବଂ ଚିନ୍ତାଧାରା ମାଧ୍ୟମରେ ହିଁ ତାହା କରିବାକୁ ପଡ଼ିବ । ଆଉ ଏହିଭଳି ଯେଉଁ ଭାବନା ଥିଲା, ତାହା ସ୍ୱାଧୀନତା ପ୍ରାପ୍ତ ହେବା ପରେ ସୁଦ୍ଧା ଆହୁରି ମଜଭୁତ ହୋଇଥିଲା । ଆମର ଶିକ୍ଷା, ଆମର ଅର୍ଥନୀତି, ଆମର ସମାଜର ଆଶା ଆକାଂକ୍ଷା, ସବୁକିଛି ବିଦେଶୀମାନଙ୍କ ସହିତ ଜଡ଼ିତ ହୋଇଗଲା । ଆଉ ଆମର ବୋଲି ଯାହା ଥିଲା, ତାହାକୁ ନେଇ ଗର୍ବ କରିବାର ଭାବନା ହ୍ରାସ ହୋଇ ଚାଳିଥିଲା । ଗାନ୍ଧୀଜୀ ଯେଉଁ ସ୍ୱଦେଶୀକୁ ସ୍ୱାଧୀନତାର ଆଧାର ବନାଇଥିଲେ, ତାହାକୁ ପଚାରିବା ଲୋକ ଆଉ କେହି ରହିଲେ ନାହିଁ । ଆମେ ଗଭର୍ଣ୍ଣାନ୍ସର ମଡେଲ ବିଦେଶରେ ଯାଇ ଖୋଜିବାରେ ଲାଗିଲେ । ଆମେ ନବସୃଜନ ନିମନ୍ତେ ବିଦେଶ ଆଡ଼କୁ ଚାହିଁବାକୁ ଲାଗିଲେ । ଏଭଳି ମାନସିକତା ରହିଲା, ଯେଉଁ କାରଣରୁ ବିଦେଶରୁ ଆମଦାନୀ କରାଯାଉଥିବା ଚିନ୍ତାଧାରା, ବିଦେଶରୁ ଆମଦାନୀ କରାଯାଉଥିବା ସାମଗ୍ରୀ ଏବଂ ସେବା, ସବୁକୁ ଶ୍ରେଷ୍ଠ ବୋଲି ମାନିବାର ପ୍ରବୃତ୍ତି ସମାଜରେ ସ୍ଥାପିତ ହୋଇ ଯାଇଥିଲା ।

ସାଥୀଗଣ,

ଯେତେବେଳେ ନିଜର ଦେଶକୁ ଆମେ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବାନାହିଁ, ସେତେବେଳ ପର୍ଯ୍ୟନ୍ତ ଆମେ କଦାପି ସ୍ୱଦେଶୀ ଇକୋସିଷ୍ଟମକୁ ପ୍ରତ୍ୟାଖ୍ୟାନ କରି ଚାଲିଥିବା । ମେଡ୍ ଇନ୍ ଇଣ୍ଡିଆ ମେନୁଫେକ୍ଚରିଂ ଇକୋସିଷ୍ଟମକୁ ପ୍ରତ୍ୟାଖ୍ୟାନ କରିଚାଲିଥିବା । ମୁଁ ଆପଣମାନଙ୍କୁ ଆଉ ଗୋଟିଏ ଉଦାହରଣ ଦେଉଛି । ତାହା ହେଉଛି ପର୍ଯ୍ୟଟନ କ୍ଷେତ୍ରର କଥା । ଆପଣମାନେ ଲକ୍ଷ୍ୟ କରିବେ ଯେ ଯେଉଁସବୁ ଦେଶରେ ପର୍ଯ୍ୟଟନ ଶିଳ୍ପର ବ୍ୟାପକ ପ୍ରସାର ଲାଭ କରିଛି, ସେ ଦେଶ ସେଠାକାର ଲୋକ, ନିଜର ଐତିହାସିକ ସମୃଦ୍ଧିକୁ ନେଇ ଗର୍ବ ଅନୁଭବ କରିଥାଆନ୍ତି । ଆମର ଏଠାରେ କିନ୍ତୁ ଓଲଟା କଥା ଘଟିଥିଲା । ଭାରତରେ ସ୍ୱାଧୀନତା ପ୍ରାପ୍ତି ପରେ, ନିଜର ଐତିହ୍ୟ ଓ ପରମ୍ପରାକୁ ପ୍ରତ୍ୟାଖ୍ୟାନ କରିବାର ହିଁ ପ୍ରୟାସ କରାଯାଇଥିଲା । ଯଦ୍ୟପି ନିଜର ପରମ୍ପରାକୁ ନେଇ ଗର୍ବ ଅନୁଭବ କରାଯିବ ନାହିଁ ସେତେବେଳେ ଏହାର ଉପଯୁକ୍ତ ସଂରକ୍ଷଣ ମଧ୍ୟ ହୋଇପାରିବ ନାହିଁ । ଯେତେବେଳେ ସଂରକ୍ଷଣ ହେବ ନାହିଁ, ସେତେବେଳେ ଆମେ ଏହାକୁ ଇଟା ପଥରର ଭଗ୍ନାବଶେଷ ଭଳି ବିବେଚନା କରିଚାଲିବା ଏବଂ ବାସ୍ତବ ପକ୍ଷେ ତାହା ହିଁ ହୋଇଥିଲା । ନିଜର ଭବ୍ୟ ଐତିହ୍ୟକୁ ନେଇ ଗର୍ବ ଅନୁଭବ କରିବା, ପର୍ଯ୍ୟଟନର ବିକାଶ ନିମନ୍ତେ ଏକାନ୍ତ ଜରୁରି ସର୍ତ୍ତ ଅଟେ ।

ସାଥୀଗଣ,

ସ୍ଥାନୀୟ ଭାଷା ପ୍ରସଙ୍ଗ ମଧ୍ୟ ଠିକ୍ ଏହିଭଳି ହୋଇଥାଏ । ଯେକୌଣସି ଦେଶରେ ଏଭଳି ହୋଇଥାଏ, ସେଠାକାର ଭାଷାଗୁଡ଼ିକୁ କଦାପି ଅବହେଳା ପ୍ରଦର୍ଶନ କରାଯାଇ ନଥାଏ । ଜାପାନ, ଚୀନ ଏବଂ କୋରିଆ ଭଳି ଦେଶ, ଯେଉଁମାନେ ପାଶ୍ଚାତ୍ୟ ସଭ୍ୟତାର ଅନେକ କିଛି ରୀତି ନୀତି ଆପଣାଇଛନ୍ତି, ସେଠାରେ କିନ୍ତୁ ନିଜ ଭାଷାକୁ ଅକ୍ଷୁର୍ଣ୍ଣ ରଖିଆସିଛନ୍ତି । ନିଜର ଭାଷାକୁ ନେଇ କୌଣସି ପ୍ରକାର ସାଲିସ କରିନାହାନ୍ତି । ସେଥିପାଇଁ ଆମେ ଏହି ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ସ୍ଥାନୀୟ ଭାଷା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛୁ ଏବଂ ମୁଁ ଏକଥା ସ୍ପଷ୍ଟ ଭାବରେ କହିବାକୁ ଚାହିଁବି ଯେ ଆମର ବିରୋଧ ଇଂରେଜୀ ଭାଷା ସହିତ ନୁହେଁ, ଆମ ଭାରତୀୟ ଭାଷାଗୁଡ଼ିକୁ ସମର୍ଥନ କରିବା ହେଲା ଆମର ଉଦ୍ଦେଶ୍ୟ ।

ସାଥୀଗଣ,

ମାକଲେଙ୍କ ଦ୍ୱାରା କରାଯାଇଥିବା ଅପରାଧକୁ ୧୮୩୫ ମସିହାରେ ଯେଉଁ ଅପରାଧ କରାଯାଇଥିଲା, ୨୦୩୫ ମସିହାରେ, ୧୦ ବର୍ଷ ପରେ ୨୦୦ ବର୍ଷ ହେବାକୁ ଯାଉଛି ଏବଂ ସେଥିପାଇଁ ଆଜି ଆପଣମାନଙ୍କ ମାଧ୍ୟମରେ ସମଗ୍ର ଦେଶକୁ ମୁଁ ଏକ ଆହ୍ୱାନ ଜଣାଇବାକୁ ଚାହେଁ ଯେ ଆଗାମୀ ୧୦ ବର୍ଷ ମଧ୍ୟରେ ଆମମାନଙ୍କୁ ଏହି ସଂକଳ୍ପ ନେଇ ଚାଲିବାକୁ ହେବ ଯେ ମାକଲେ ଭାରତୀୟମାନଙ୍କ ମନରେ ଯେଉଁ ଦାସତ୍ୱର ମାନସିକତା ଭରି ଦେଇଥିଲେ, ଆସନ୍ତା ୧୦ ବର୍ଷ ଭିତରେ ଆମକୁ ସେହିଭଳି ଚିନ୍ତାଧାରାରୁ ମୁକ୍ତି ପାଇବାକୁ ହେବ । ତେଣୁ ଆଗାମୀ ୧୦ ବର୍ଷ ଆମମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ମୋର ଗୋଟିଏ ଛୋଟ ଘଟଣା ସ୍ମରଣ ଅଛି । ଗୁଜରାଟରେ କୁଷ୍ଠରୋଗ ଚିକିତ୍ସା ନିମନ୍ତେ ଗୋଟିଏ ହସ୍ପିଟାଲ ନିର୍ମାଣ କରାଯାଉଥିଲା । ସେତେବେଳେ ସେହିସବୁ ଲୋକ ମହାତ୍ମା ଗାନ୍ଧୀଜୀଙ୍କୁ ଏହାର ଉଦ୍ଘାଟନ କରିବା ସକାଶେ ତାଙ୍କ ପାଖରେ ପହଞ୍ଚି ଅନୁରୋଧ କଲେ । ଗାନ୍ଧିଜୀ ସେମାନଙ୍କୁ କହିଲେ, ମୁଁ କୁଷ୍ଠରୋଗୀମାନଙ୍କ ହସ୍ପିଟାଲର ଉଦ୍ଘାଟନ ସପକ୍ଷରେ ଆଦୌ ନୁହେଁ । ମୁଁ ସେଠାକୁ କଦାପି ଯାଇପାରିବି ନାହିଁ । କିନ୍ତୁ ଯଦି ସେଥିରେ ତାଲା ପକାଇବାକୁ ଦରକାର ପଡ଼େ, ତେବେ ମୋତେ ଆମଣନ୍ତ୍ର କରିବ, ମୁଁ ସେଥିରେ ତାଲା ପକାଇବାକୁ ଅବଶ୍ୟ ଆସିବି । ଗାନ୍ଧୀଜୀଙ୍କ ଜୀବଦ୍ଦଶା ମଧ୍ୟରେ ସେହି ହସପିଟାଲରେ ତ ତାଲା ପକାଇବା ଭଳି ଅବସର ଆସି ନଥିଲା, କିନ୍ତୁ ସାରା ଗୁଜରାଟ ଯେତେବେଳେ କୁଷ୍ଠରୋଗରୁ ମୁକ୍ତିଲାଭ କଲା ଏବଂ ମୋତେ ସେହି ହସ୍ପିଟାଲରେ ତାଲା ପକାଇବାର ସୁଯୋଗ ମିଳିଲା, ସେତେବେଳେ ମୁଁ ସୌଭାଗ୍ୟକୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି । ୧୮୩୫ ମସିହାରୁ ଆରମ୍ଭ ହୋଇଥିବା ଯାତ୍ରା ୨୦୩୫ ସୁଦ୍ଧା ଆମକୁ ଶେଷ କରିବାକୁ ପଡ଼ିବ, ଗାନ୍ଧୀଜୀଙ୍କର ଯେଉଁ ସ୍ୱପ୍ନ ଥିଲା ଯେ ସେ ତାଲା ପକାଇବେ, ମୋର ମଧ୍ୟ ଏହି ସ୍ୱପ୍ନ ମନରେ ରହିଛି ଯେ ଆମେ ସେଥିରେ ଅବଶ୍ୟ ତାଲା ପକାଇବୁ ।

ସାଥୀଗଣ,

ପରସ୍ପର ମଧ୍ୟରେ ଢେର୍ କଥା ଆଲୋଚନା ହୋଇସାରିଛି । ବର୍ତ୍ତମାନ ଆପଣମାନଙ୍କର ଆଉ ବେଶୀ ସମୟ ମୁଁ ନେବାକୁ ଚାହିଁବିନାହିଁ । ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ୍ ଦେଶର ପ୍ରତ୍ୟେକ ପରିବର୍ତ୍ତନର, ଦେଶର ପ୍ରତିଟି ବିକାଶ ଗାଥାର ସାକ୍ଷୀ ରହିଆସିଛି ଏବଂ ଆଜି ଯେତେବେଳେ ଭାରତ ବିକଶିତ ଭାରତର ଲକ୍ଷ୍ୟ ନେଇ ଆଗକୁ ଅଗ୍ରସର ହେଉଛି, ସେତେବେଳେ ମଧ୍ୟ ଏହି ଯାତ୍ରାର ସହଭାଗୀ ହୋଇ ରହିଛି । ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି ଯେ ରାମନାଥଜୀଙ୍କ ବିଚାରକୁ, ଆପଣମାନେ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ସଂରକ୍ଷିତ ରଖିବାର ପୂର୍ଣ୍ଣ ପ୍ରୟାସ କରୁଛନ୍ତି । ପୁଣି ଥରେ, ଆଜି ଏହି ଅଦ୍ଭୁତ ଆୟୋଜନ ନିମନ୍ତେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଢେର୍ ସାରା ଶୁଭକାମନା । ଏବଂ ରାମନାଥ ଗୋଏଙ୍କାଜୀଙ୍କୁ ଆଦରପୂର୍ବକ ମୁଁ ନମନ କରି ମୋର ବକ୍ତବ୍ୟକୁ ବିରାମ ଦେଉଛି । ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
As we build opportunities, we'll put plenty of money to work in India: Blackstone CEO Stephen Schwarzman at Davos

Media Coverage

As we build opportunities, we'll put plenty of money to work in India: Blackstone CEO Stephen Schwarzman at Davos
NM on the go

Nm on the go

Always be the first to hear from the PM. Get the App Now!
...
Today, India has embarked on the Reform Express, aimed at making both life and business easier: PM Modi at the 18th Rozgar Mela
January 24, 2026
In recent years, the Rozgar Mela has evolved into an institution and through it, lakhs of young people have received appointment letters in various government departments: PM
Today, India stands among the youngest nations in the world; Our government is consistently striving to create new opportunities for the youth of India, both within the country and across the globe: PM
Today, the Government of India is entering into trade and mobility agreements with numerous countries which will open up countless new opportunities for the youth of India: PM
Today, the nation has embarked on the Reform Express, with the purpose to make both life and business easier across the country: PM

सभी युवा साथियों, आप सबको मेरा नमस्कार! साल 2026 का आरंभ, आपके जीवन में नई खुशियों का आरंभ कर रहा है। इसके साथ ही जब वसंत पंचमी कल ही गई है, तो आपके जीवन में भी ये नई वसंत का आरंभ हो रहा है। आपको ये समय, संविधान के प्रति अपने दायित्वों से भी जोड़ रहा है। संयोग से इस समय देश में गणतंत्र का महापर्व चल रहा है। कल 23 जनवरी को हमने नेताजी सुभाष की जयंती पर पराक्रम दिवस मनाया, और अब कल 25 जनवरी को राष्ट्रीय मतदाता दिवस है, फिर उसके बाद 26 जनवरी को गणतंत्र दिवस है। आज का दिन भी विशेष है। आज के ही दिन हमारे संविधान ने ‘जन गण मन’ को राष्ट्रीय गान और ‘वंदे मातरम’ को राष्ट्रीय गीत के रूप में अपनाया था। आज के इस महत्वपूर्ण दिन, देश के इकसठ हज़ार से ज्यादा नौजवान जीवन की नई शुरुआत कर रहे हैं। आज आप सबको सरकारी सेवाओं के नियुक्ति पत्र मिल रहे हैं, ये एक तरह से Nation Building का Invitation Letter है। ये विकसित भारत के निर्माण को गति देने का संकल्प पत्र है। आप में बहुत सारे साथी, देश की सुरक्षा को मज़बूत करेंगे, हमारे एजुकेशन और हेल्थकेयर इकोसिस्टम को और सशक्त करेंगे, कई साथी वित्तीय सेवाओं और एनर्जी सिक्योरिटी को मज़बूती देंगे, तो कई युवा हमारी सरकारी कंपनियों की ग्रोथ में महत्वपूर्ण भूमिका निभाएंगे। मैं आप सभी युवाओं को बहुत-बहुत बधाई और शुभकामनाएं देता हूं।

साथियों,

युवाओं को कौशल से जोड़ना और उन्हें रोजगार-स्वरोजगार के अवसर देना, ये हमारी सरकार की प्राथमिकता रही है। सरकारी भर्तियों को भी कैसे मिशन मोड पर किया जाए, इसके लिए रोज़गार मेले की शुरुआत की गई थी। बीते वर्षों में रोज़गार मेला एक इंस्टीट्यूशन बन गया है। इसके जरिए लाखों युवाओं को सरकार के अलग-अलग विभागों में नियुक्ति पत्र मिल चुके हैं। इसी मिशन का और विस्तार करते हुए, आज देश के चालीस से अधिक स्थानों पर ये रोजगार मेला चल रहा है। इन सभी स्थानों पर मौजूद युवाओं का मैं विशेष तौर पर अभिनंदन करता हूं।

साथियों,

आज भारत, दुनिया के सबसे युवा देशों में से एक है। हमारी सरकार का निरंतर प्रयास है कि भारत की युवाशक्ति के लिए देश-दुनिया में नए-नए अवसर बनें। आज भारत सरकार, अनेक देशों से ट्रेड और मोबिलिटी एग्रीमेंट कर रही है। ये ट्रेड एग्रीमेंट भारत के युवाओं के लिए अनेकों नए अवसर लेकर आ रहे हैं।

साथियों,

बीते समय में भारत ने आधुनिक इंफ्रास्ट्रक्चर के लिए अभूतपूर्व निवेश किया है। इससे कंस्ट्रक्शन से जुड़े हर सेक्टर में रोजगार बहुत बढ़े हैं। भारत के स्टार्ट-अप इकोसिस्टम का दायरा भी तेज़ गति से आगे बढ़ रहा है। आज देश में करीब दो लाख रजिस्टर्ड स्टार्ट-अप हैं। इनमें इक्कीस लाख से ज्यादा युवा काम कर रहे हैं। इसी प्रकार, डिजिटल इंडिया ने, एक नई इकॉनॉमी को विस्तार दिया है। एनिमेशन, डिजिटल मीडिया, ऐसे अनेक क्षेत्रों में भारत एक ग्लोबल हब बनता जा रहा है। भारत की क्रिएटर इकॉनॉमी बहुत तेज़ गति से ग्रो कर रही है, इसमें भी युवाओं को नई-नई अपॉरचुनिटीज मिल रही हैं।

मेरे युवा साथियों,

आज भारत पर जिस तरह दुनिया का भरोसा बढ़ रहा है, वो भी युवाओं के लिए अनेक नई संभावनाएं बना रहा है। भारत दुनिया की एकमात्र बड़ी इकॉनॉमी है, जिसने एक दशक में GDP को डबल किया है। आज दुनिया के सौ से अधिक देश, भारत में FDI के जरिए निवेश कर रहे हैं। वर्ष 2014 से पहले के दस वर्षों की तुलना में भारत में ढाई गुना से अधिक FDI आया है। और ज्यादा विदेशी निवेश का अर्थ है, भारत के युवाओं के लिए रोजगार के अनगिनत अवसर।

साथियों,

आज भारत एक बड़ी मैन्युफेक्चरिंग पावर बनता जा रहा है। Electronics, दवाएं और वैक्सीन, डिफेंस, ऑटो, ऐसे अनेक सेक्टर्स में भारत के प्रोडक्शन और एक्सपोर्ट, दोनों में अभूतपूर्व वृद्धि हो रही है। 2014 के बाद से भारत की electronics manufacturing में छह गुना वृद्धि हुई है, छह गुना। आज ये 11 लाख करोड़ रुपए से अधिक की इंडस्ट्री है। हमारा इलेक्ट्रॉनिक्स एक्सपोर्ट भी चार लाख करोड़ रुपए को पार कर चुका है। भारत की ऑटो इंडस्ट्री भी सबसे तेजी से ग्रो करने वाले सेक्टर्स में से एक बन गई है। वर्ष 2025 में टू-व्हीलर की बिक्री दो करोड़ के पार पहुंच चुकी है। ये दिखाता है कि देश के लोगों की खरीद शक्ति बढ़ी है, इनकम टैक्स और GST कम होने से उन्हें अनेक लाभ हुए हैं, ऐसे अनेक उदाहरण हैं, जो बताते हैं कि देश में बड़ी संख्या में रोजगार का निर्माण हो रहा है।

साथियों,

आज के इस आयोजन में 8 हजार से ज्यादा बेटियों को भी नियुक्ति पत्र मिले हैं। बीते 11 वर्षों में, देश की वर्कफोर्स में वीमेन पार्टिसिपेशन में करीब-करीब दोगुनी बढ़ोतरी हुई है। सरकार की मुद्रा और स्टार्ट अप इंडिया जैसी योजनाओं का, बहुत बड़ा फायदा हमारी बेटियों को हुआ है। महिला स्व-रोजगार की दर में करीब 15 परसेंट की बढ़ोतरी हुई है। अगर मैं स्टार्ट अप्स और MSMEs की बात करूं, तो आज बहुत बड़ी संख्या में वीमेन डायरेक्टर, वीमेन फाउंडर्स हैं। हमारा जो को-ऑपरेटिव सेक्टर है, जो हमारे सेल्फ हेल्प ग्रुप्स गांवों में काम कर रहे हैं, उनमें बहुत बड़ी संख्या में महिलाएं नेतृत्व कर रही हैं।

साथियों,

आज देश रिफॉर्म एक्सप्रेस पर चल पड़ा है। इसका उद्देश्य, देश में जीवन और कारोबार, दोनों को आसान बनाने का है। GST में नेक्स्ट जेनरेशन रिफॉर्म्स का सभी को फायदा हुआ है। इससे, हमारे युवा आंत्रप्रन्योर्स को लाभ हो रहा है, हमारे MSMEs को फायदा हो रहा है। हाल में देश ने ऐतिहासिक लेबर रिफॉर्म्स लागू किए हैं। इससे, श्रमिकों, कर्मचारियों और बिजनेस, सबको फायदा होगा। नए लेबर कोड्स ने, श्रमिकों के लिए, कर्मचारियों के लिए, सामाजिक सुरक्षा का दायरा और सशक्त किया है।

साथियों,

आज जब रिफॉर्म एक्सप्रेस की चर्चा हर तरफ हो रही है, तो मैं आपको भी इसी विषय में एक काम सौंपना चाहता हूं। आप याद कीजिए, बीते पांच-सात साल में कब-कब आपका सरकार से किसी न किसी रूप में संपर्क हुआ है? कहीं किसी सरकारी दफ्तर में काम पड़ा हो, किसी और माध्यम से संवाद हुआ हो और आपको इसमें परेशानी हुई हो, कुछ कमी महसूस हुई हो, आपको कुछ न कुछ खटका हो, जरा ऐसी बातों को याद करिए। अब आपको तय करना है, कि जिन बातों ने आपको परेशान किया, कभी आपके माता पिता को परेशान किया, कभी आपके यार दोस्तों को परेशान किया, और वो जो आपको अखरता था, बुरा लगता था, गुस्सा आता था, अब वो कठिनाइयां, आपके अपने कार्यकाल में आप दूसरे नागरिकों को नहीं होने देंगे। आपको भी सरकार का हिस्सा होने के नाते, अपने स्तर पर छोटे-छोटे रिफॉर्म करने होंगे। इस अप्रोच को लेकर के आपको आगे बढ़ना है, ताकि ज्यादा से ज्यादा लोगों का भला हो। Ease of living, Ease of doing business, इसको ताकत देने का काम, जितनी नीति से होता है, उससे ज्यादा स्थानीय स्तर पर काम करने वाले सरकारी कर्मचारी की नीयत से होता है। आपको एक और बात याद रखनी है। तेज़ी से बदलती टेक्नॉलॉजी के इस दौर में, देश की ज़रूरतें और प्राथमिकताएं भी तेज़ी से बदल रही हैं। इस तेज़ बदलाव के साथ आपको खुद को भी अपग्रेड करते रहना है। आप iGOT कर्मयोगी जैसे प्लेटफॉर्म का जरूर सदुपयोग करें। मुझे खुशी है कि इतने कम समय में, करीब डेढ़ करोड़ सरकारी कर्मचारी iGOT के इस प्लेटफॉर्म से जुड़कर खुद को नए सिरे से ट्रेन कर रहे हैं, Empower कर रहे हैं।

साथियों,

चाहे प्रधानमंत्री हो, या सरकार का छोटा सा सेवक, हम सब सेवक हैं और हम सबका एक मंत्र समान है, उसमें न कोई ऊपर है, न कोई दाएं बाएं है, और हम सबके लिए, मेरे लिए भी और आपके लिए भी मंत्र कौन सा है- ‘’नागरिक देवो भव’’ ‘’नागरिक देवो भव’’ के मंत्र के साथ हमें काम करना है, आप भी करते रहिए, एक बार फिर आपके जीवन में ये जो नई वसंत आई है, ये नया जीवन का युग शुरू हो रहा है और आप ही के माध्यम से 2047 में विकसित भारत बनने वाला है। आपको मेरी तरफ से बहुत-बहुत शुभकामनाएं। बहुत-बहुत धन्यवाद।