चीन में रहने वाले मेरे सभी मित्रों को मेरा नमस्कार!

नी हाओ!

आज "Visit India Year 2015" के अवसर पर Video के माध्यम से आपको संबोधित करते हुए मुझे बहुत ही ख़ुशी हो रही है।

भारत और चीन के रिश्तों की डोर कुछ ऐसी है, जो हजारों वर्षों से हमें अटूट बंधन में बांधे हुए है। हम दोनों की विरासत प्राचीन सभ्यता हैं, जिनके बीच गहरे संबंध भी हैं।

चीन के साथ मेरा निजी रूप से भी एक विशेष नाता है; मैं उसे बहुत गहरा रिश्ता समझता हूँ।

मेरा जन्म जहाँ हुआ, वो गुजरात प्रदेश का एक छोटा सा गांव वडनगर; वो वह स्थान है जहाँ चीन के प्रसिद्द यात्री, शुआन जांग जब भारत आये थे, तो मेरे गांव भी आये थे। और कहते हैं कि बहुत लम्बे अरसे तक वो मेरे गांव में रहे थे।

और जब भारत से वापस जा कर चीन में शुआन जांग के शिआन क्षेत्र गए थे, और जब मुझे इस बात की जानकारी हुई तो मुझे बड़ा आनंद हुआ कि वो राष्ट्रपति शी जिनपिंग जी का क्षेत्र है। ये भी एक बड़ा विशेष प्रकार का संकेत मैं समझता हूँ।

ये सब सिर्फ इतिहास की बातें नहीं हैं। वर्तमान में भी हम उसी अटूट डोर से बंधे हैं।

राष्ट्रपति शी जिनपिंग जब पिछले साल भारत आये, तो सबसे पहले उनसे, मैं गुजरात में ही मिला था।

मैं स्वयं भी चीन की यात्रा कर चुका हूं। आपके देश में मेरा अनुभव बहुत ही अच्छा रहा। किताबों में चीन के बारे में बहुत कुछ पढ़ा था, लेकिन चीन जा कर जो अनुभव मैंने पाया, वो अद्वितीय था। जब भी मैं चीन गया, मेरी हमेशा मन में एक कसक रह जाती थी कि काश मेरे पास ज्यादा समय होता तो मैं चीन के हर क्षेत्र में जाता, हर इलाके में जाता, अधिकतम लोगों से मिलता, बहुत कुछ देखता।

हमारी पुरातन सभ्यताओं ने दुनिया को बहुत कुछ दिया है। आने वाली सदी Asia की होगी। इस सदी में हमें एक बार फिर दुनिया को बहुत कुछ देना है, बहुत कुछ बताना है।

इसके लिए ज़रूरी है कि हम एक दूसरे को देखें, जाने, और समझें। और यह तब होगा जब हम, एक दूसरे के यहाँ और बड़ी संख्या में आएँ-जाएँ... People to People Exchange।

मैंने और राष्ट्रपति शी जिनपिंग ने पिछले साल ये फैसला लिया था कि 2015 चीन में "Visit India Year" होगा और 2016 भारत में "Visit China Year" होगा।

इस साल आप भारत आइए, और शुआन जांग और फ़ा शिएन के कदमों में चलने का अनुभव कीजिये।

बोधगया, सारनाथ, नालंदा और कुशीनगर जैसे अनगिनित स्थान हैं; आप इतिहास के पन्ने पलटिये।

योग की जन्मभूमि भारत में गंगा नदी के किनारे कुछ आसन लगाइए।

भारत की संस्कृति, विविधता और सौन्दर्य को अनुभव कीजिये।

"अतिथि देवो भवः" - भारत में अतिथि को भगवान् का रूप माना जाता है।

Incredible India के Incredible आदर सत्कार का अनुभव करने के लिए मैं आपको भारत आने का आमंत्रण देता हूं।

अंत में, सभी चीन वासियों को मैं नव वर्ष की शुभकामनाएं देना चाहता हूँ।

चु चुंगो रेनमीन यांग निएन हाओ।

शै शै!

धन्यवाद!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Chai Pe Charcha' With Xi, Putin: Unseen Footage From BRICS Summit Show PM Modi's Moments With Leaders

Media Coverage

'Chai Pe Charcha' With Xi, Putin: Unseen Footage From BRICS Summit Show PM Modi's Moments With Leaders
NM on the go

Nm on the go

Always be the first to hear from the PM. Get the App Now!
...

ମହାମହିମ,

ସମ୍ମାନନୀୟ ଅତିଥିବୃନ୍ଦ,

ନମସ୍କାର!

ବ୍ରିକ୍ସର ବିସ୍ତୃତ ପରିବାରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ।

ଆଜି ଏହି ସଭାଗୃହ ବିଭିନ୍ନ ମହାଦେଶ, ସଂସ୍କୃତି ଏବଂ ବିକାଶ ଯାତ୍ରାକୁ ଏକତ୍ରିତ କରିଛି । ଏହା ବ୍ରିକ୍ସର ବର୍ଦ୍ଧିତ ଶକ୍ତି, ଆକର୍ଷଣ ଏବଂ ଅଭୂତପୂର୍ବ ବିଶ୍ୱାସର ପ୍ରମାଣ।

ବନ୍ଧୁଗଣ,

ଭାରତର ଅଧ୍ୟକ୍ଷତାରେ ଆମେ ଆମର ସମସ୍ତ ପ୍ରୟାସକୁ ସ୍ଥିରତା , ନବସୃଜନ , ସହଯୋଗ ଏବଂ ସ୍ଥାୟିତ୍ୱ ,ଏହି ଚାରିଟି ସ୍ତମ୍ଭ ଉପରେ କେନ୍ଦ୍ରିତ କରିଛୁ। ମୁଁ ଖୁସି ଯେ ଆପଣଙ୍କ ସହଯୋଗ ଏବଂ ସମର୍ଥନ ସହିତ, ଆମେ ଆମର ସାମୂହିକ ଦୃଷ୍ଟିକୋଣକୁ ପରସ୍ପର ଲାଭଦାୟକ ସହଯୋଗରେ ପରିଣତ କରିପାରିଛୁ ।

ଆଜି, ବିଶ୍ୱରେ ଉତ୍ତେଜନାର ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି, ଏବଂ ଏହା ସାଧାରଣ ଲୋକଙ୍କ ଜୀବନ ଉପରେ ଏକ ଅତ୍ୟନ୍ତ ନକାରାତ୍ମକ ଏବଂ ବ୍ୟାପକ ପ୍ରଭାବ ପକାଉଛି।

ମହାମାରୀ, ଜଳବାୟୁ ବିପର୍ଯ୍ୟୟ ଏବଂ ଯୋଗାଣ-ଶୃଙ୍ଖଳାରେ ବାଧା ଆମକୁ ଦେଖାଇଦେଇଛି ଯେ, ଆଜିର ପରସ୍ପର ସଂଯୁକ୍ତ ବିଶ୍ୱରେ କୌଣସି ସଙ୍କଟ କେବଳ ଗୋଟିଏ ଅଞ୍ଚଳ ମଧ୍ୟରେ ସୀମିତ ରହେ ନାହିଁ। ସେଥିପାଇଁ ବ୍ରିକ୍ସ ଗୋଷ୍ଠୀରେ ସ୍ଥିରତା ବୃଦ୍ଧି ଉପରେ ଆମେ ବିଶେଷ ଗୁରୁତ୍ୱ ଦେଇଛୁ। ସମସ୍ୟାଗୁଡ଼ିକୁ ସମୟ ପୂର୍ବରୁ ଚିହ୍ନଟ କରିବା, ସେଥିପାଇଁ ପ୍ରସ୍ତୁତ ରହିବା ଏବଂ ତୁରନ୍ତ ପଦକ୍ଷେପ ନେବା ମଧ୍ୟ ସେତିକି ଆବଶ୍ୟକ।

ଏହାକୁ ଦୃଷ୍ଟିରେ ରଖି, ସଂକ୍ରାମକ ରୋଗର ପ୍ରତିରୋଧ ଏବଂ ପ୍ରତିକ୍ରିୟା ପାଇଁ ବ୍ରିକ୍ସ ସମନ୍ୱିତ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ଉପରେ ସହମତ ହୋଇଛି। ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରାରମ୍ଭିକ ସତର୍କତା ତଥ୍ୟ ସମନ୍ୱୟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ବ୍ରିକ୍ସ ଲଜିଷ୍ଟିକ୍ସ ଯୋଗାଣ-ଶୃଙ୍ଖଳା ସହଯୋଗ ଢାଞ୍ଚା ଆମର ଯୋଗାଣ ଶୃଙ୍ଖଳାକୁ ଅଧିକ ବିଶ୍ୱସନୀୟ ଏବଂ ସ୍ଥିର କରିବାରେ ସହାୟକ ହେବ।

ବନ୍ଧୁଗଣ,

ନବସୃଜନ କ୍ଷେତ୍ରରେ ବ୍ରିକ୍ସ ଇନ୍‌କ୍ୟୁବେଟର ନେଟୱର୍କ ଆମର ଷ୍ଟାର୍ଟଅପ୍ ଏବଂ ଇନ୍‌କ୍ୟୁବେଟରଗୁଡ଼ିକୁ ପରସ୍ପର ସହିତ ଯୋଡ଼ିବ। ନବସୃଜନଶୀଳ ଏବଂ ବ୍ୟାପକ ଭାବେ ପ୍ରୟୋଗଯୋଗ୍ୟ ସମାଧାନକୁ ପ୍ରୋତ୍ସାହନ ଦେବା ପାଇଁ ଆମେ ବ୍ରିକ୍ସ ଷ୍ଟାର୍ଟଅପ୍ ଇନୋଭେସନ୍ ଫଣ୍ଡର ପ୍ରସ୍ତାବ ରଖିଛୁ।

ବ୍ରିକ୍ସ ଡିଜିଟାଲ କୃଷି ନେଟୱର୍କ କୃଷକମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ। ଏହା ମାଧ୍ୟମରେ କୃତ୍ରିମ ବୁଦ୍ଧିମତ୍ତା , ଭୂସ୍ଥାନିକ ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିକୁ କୃଷକମାନଙ୍କ ପ୍ରକୃତ ଆବଶ୍ୟକତା ସହିତ ଯୋଡ଼ାଯିବ।

ପ୍ରଯୁକ୍ତିବିଦ୍ୟା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଅସ୍ତ୍ରୀକରଣ ଆମର ସହଭାଗୀ ପ୍ରଗତିକୁ ବାଧା ଦେଇପାରେ। ତେଣୁ, ଆମେ ପ୍ରଯୁକ୍ତିବିଦ୍ୟା ଗ୍ରହଣରେ ଅନ୍ତର୍ଭୁକ୍ତି ଉପରେ ଗୁରୁତ୍ୱାରୋପ କରିଛୁ।

ବନ୍ଧୁଗଣ,

ଭାରତ ବ୍ରିକ୍ସର ମଞ୍ଚ ମାଧ୍ୟମରେ ବନ୍ଧୁତ୍ୱ, ସହଭାଗିତା ଏବଂ ସହଯୋଗକୁ ଆଗକୁ ବଢ଼ାଇଛି।

ଆମର ପ୍ରୟାସ ରହିଛି ଯେ, ବ୍ରିକ୍ସ ସହଯୋଗ କେବଳ ସରକାରମାନଙ୍କ ମଧ୍ୟରେ ସୀମିତ ନ ରହୁ। ଆମର ଉଦ୍ୟୋଗୀ, କୃଷକ, ଗବେଷକ, ମହିଳା, ଯୁବବର୍ଗ ଏବଂ ସାଧାରଣ ନାଗରିକମାନେ ମଧ୍ୟ ଏହାର ସକ୍ରିୟ ଅଂଶୀଦାର ହୁଅନ୍ତୁ।

ଆମେ ବ୍ରିକ୍ସ ସଂଯୋଗ ମାଧ୍ୟମରେ ଦକ୍ଷତା ବିକାଶ, ନିଯୁକ୍ତିଯୋଗ୍ୟତା, କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ, ସାମାଜିକ ସୁରକ୍ଷା ଏବଂ କ୍ଷମତା ବିକାଶକୁ ପ୍ରୋତ୍ସାହିତ କରିଛୁ।

କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଜ୍ଞାନ, ଅର୍ଥ ଏବଂ ନୂତନ ବଜାର ସହିତ ଯୋଡ଼ିବା ପାଇଁ ବ୍ରିକ୍ସ ଏମଏସଏମଇ ସହଯୋଗ ପୋର୍ଟାଲ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି।

ଆମ ସହରଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ପ୍ରଚଳନଗୁଡ଼ିକର ଆଦାନ-ପ୍ରଦାନ ପାଇଁ ବ୍ରିକ୍ସ ଅର୍ବାନ୍ ମୋବିଲିଟି ହବ୍ ପ୍ରତିଷ୍ଠା କରାଯାଇଛି।

ବନ୍ଧୁଗଣ,

ଭାରତୀୟ ସଭ୍ୟତାରେ ପ୍ରକୃତିକୁ ମା’ର ସ୍ଥାନ ଦିଆଯାଇଛି। ଶତାବ୍ଦୀ ଧରି ଆମର ବିଶ୍ୱାସ ରହିଆସିଛି ଯେ ବିକାଶ ଏବଂ ପରିବେଶ ପରସ୍ପରର ବିକଳ୍ପ ନୁହନ୍ତି, ବରଂ ପରସ୍ପରର ପରିପୂରକ। ବ୍ରିକ୍ସରେ ମଧ୍ୟ ଆମେ ମାନବ ବିକାଶ ଏବଂ ପରିବେଶ ମଧ୍ୟରେ ସନ୍ତୁଳନ ଉପରେ ଗୁରୁତ୍ୱ ଦେଇଛୁ।

ଏହା ହିଁ ସ୍ଥାୟିତ୍ୱର ମୂଳଦୁଆ। ଏହା ଭବିଷ୍ୟତ ପିଢ଼ି ପ୍ରତି ଆମର ଦାୟିତ୍ୱ ମଧ୍ୟ। ଏହି ଦିଗରେ ଆମେ ଅନେକ କ୍ଷେତ୍ରରେ ଅଗ୍ରଗତି କରିଛୁ।

ସ୍ମାର୍ଟ ଗ୍ରିଡ୍ ଏବଂ ଶକ୍ତି ସଂରକ୍ଷଣ ପାଇଁ ଆମେ ବ୍ରିକ୍ସ ଡିଜିଟାଲ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରିଛୁ। ଏହା ଆମର ସ୍ୱଚ୍ଛ ଶକ୍ତି ବ୍ୟବସ୍ଥାକୁ ଅଧିକ ବିଶ୍ୱସନୀୟ, ଦକ୍ଷ ଏବଂ ସୁଗମ କରିବାରେ ସହାୟକ ହେବ।

କୃଷି-ପରିସଂସ୍ଥାନ ଏବଂ ପୁନର୍ଜୀବନଶୀଳ କୃଷି ପାଇଁ ସେଣ୍ଟର୍ସ ଅଫ୍ ଏକ୍ସଲେନ୍ସ ପାରମ୍ପରିକ ଜ୍ଞାନକୁ ଆଧୁନିକ ବିଜ୍ଞାନ ସହିତ ଯୋଡ଼ିବ। ସମୁଦାୟଭିତ୍ତିକ ଜଳବାୟୁ ଅନୁକୂଳନ ପାଇଁ ପ୍ରସ୍ତୁତ କରାଯାଇଥିବା ସିଦ୍ଧାନ୍ତଗୁଡ଼ିକ ସ୍ୱଦେଶୀ ଜ୍ଞାନକୁ ଜଳବାୟୁ କାର୍ଯ୍ୟାନୁଷ୍ଠାନର ଏକ ଗୁରୁତ୍ୱପୂର୍ଣ୍ଣ ଆଧାରରେ ପରିଣତ କରିବ।

ବନ୍ଧୁଗଣ,

ଏହି ଚାରିଟି ସ୍ତମ୍ଭ ଉପରେ ଆଗକୁ ବଢ଼ି, ବ୍ରିକ୍ସ ମାଧ୍ୟମରେ ଆମେ ସମାବେଶୀ ବିଶ୍ୱ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବାର ପ୍ରୟାସ କରିଛୁ। କାରଣ ଆମର ବିଶ୍ୱାସ ଯେ, ବ୍ରିକ୍ସରେ ବିକଶିତ ସମାଧାନଗୁଡ଼ିକର ଲାଭ କେବଳ ବ୍ରିକ୍ସ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ଏଗୁଡ଼ିକୁ ଗ୍ଲୋବାଲ୍ ସାଉଥ୍‌ର ଆବଶ୍ୟକତା ଅନୁରୂପ ଅନୁକୂଳନଯୋଗ୍ୟ ଏବଂ ସୁଗମ କରାଯିବା ଉଚିତ।

ବନ୍ଧୁଗଣ,

ମୋର ବ୍ୟକ୍ତିଗତ ଅନୁଭବରୁ ମୁଁ କହିପାରେ ଯେ, ବ୍ରିକ୍ସ ପ୍ରତି ଗ୍ଲୋବାଲ୍ ସାଉଥ୍‌ର ଦେଶଗୁଡ଼ିକର ବିଶ୍ୱାସ ବୃଦ୍ଧି ପାଇଛି, କାରଣ ବ୍ରିକ୍ସରେ ସେମାନଙ୍କର ସ୍ୱର ଶୁଣାଯାଏ। ସେମାନଙ୍କ ଅଭିଜ୍ଞତାକୁ ସମ୍ମାନ ଦିଆଯାଏ ଏବଂ ସମାଧାନ ସେମାନଙ୍କ ପାଇଁ ନୁହେଁ, ବରଂ ସେମାନଙ୍କ ସହିତ ସୃଷ୍ଟି କରାଯାଏ।

ବ୍ରିକ୍ସର ଶକ୍ତି ଆମର ବିବିଧତା ଏବଂ ସହଯୋଗରେ ନିହିତ।

ଆମେ ଭିନ୍ନ ବାସ୍ତବତାରେ ମୂଳ ହୋଇପାରୁ, କିନ୍ତୁ ସହଯୋଗ ମାଧ୍ୟମରେ ଆମେ ଏକାଠି ଆଗକୁ ବଢ଼ୁ ଏବଂ ସମଗ୍ର ମାନବତା ପାଇଁ ବିକଶିତ ହେଉ।

ଆମର ବିବିଧତା ଆମର ପରିଚୟ ହୋଇ ରହୁ, ଆମର ସହଯୋଗ ଆମର ପ୍ରେରଣା ହେଉ ଏବଂ ଆମର ପ୍ରଗତି ସମଗ୍ର ମାନବତାର କଲ୍ୟାଣରେ ଆସୁ।

ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ।