“କୌଶଳ ଦୀକ୍ଷାନ୍ତ ସାମରୋହ ଆଜିକାର ଭାରତର ଅଗ୍ରାଧିକାର ପ୍ରତିଫଳିତ କରୁଛି”
‘ସଶକ୍ତ ଯୁବ ଶକ୍ତି ଦ୍ୱାରା ଦେଶ ଅଧିକ ଉନ୍ନତି କରେ, ଏହା ଦ୍ୱାରା ରାଷ୍ଟ୍ରର ସମ୍ବଳ ପ୍ରତି ଉପଯୁକ୍ତ ନ୍ୟାୟ ଦେଇ ହୁଏ”
“ଏବେ ସମଗ୍ର ବିଶ୍ୱ ବିଶ୍ୱାସ କରୁଛି ଯେ ଏହି ଶତାବ୍ଦୀ ଭାରତର ଶତାବ୍ଦୀ ହେବାକୁ ଯାଉଛି”
“ଆମ ସରକାର କୁଶଳତା ଓ ଦକ୍ଷତାର ମହତ୍ୱ ବୁଝିପାରିଛନ୍ତି; ସେଥିପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରିଛନ୍ତି । ଏଥି ନିମନ୍ତେ ସ୍ୱତନ୍ତ୍ର ବଜେଟ୍‌ର ବ୍ୟବସ୍ଥା କରାଯାଇଛି”
ଗବେଷଣା ଓ ଦକ୍ଷତା ବିକାଶ ଉଭୟ ଉଦ୍ୟୋଗ ପାଇଁ ଗୁରୁତ୍ୱପୂର୍ଣ୍ଣର୍; ସେଥି ନିମନ୍ତେ ଏହି କ୍ଷେତ୍ରର ଅନୁଷ୍ଠାନଗୁଡିକୁ ସମୟ ଉପଯୋଗୀ କରିବାକୁ ପଡିବ”
“ଭାରତର ବେକାରୀ ହାର ବିଗତ ୬ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ଅଛି”
“ଆସନ୍ତା ୩-୪ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତି ବିଶ୍ୱର ଶ୍ରେଷ୍ଠ ତିନି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବା ଘେନି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଦୃଢ ବିଶ୍ୱାସୀ”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କୌଶଳ ଦୀକ୍ଷାନ୍ତ ସମାରୋହରେ ଉଦ୍‌ବୋଧନ ଦେଇଛନ୍ତି ।

ନମସ୍କାର !

ଦକ୍ଷତା ବିକାଶର ଏହି ଉତ୍ସବ ହେଉଛି ନିଜକୁ ନିଜ ମଧ୍ୟରେ ଅଦ୍ୱିତୀୟ । ସମଗ୍ର ଦେଶରେ କୌଶଳ ବିକାଶ ସହିତ ଜଡ଼ିତ ସଂସ୍ଥାନଗୁଡ଼ିକର ଏଭଳି ପାରସ୍ପରିକ କୌଶଳ ଦୀକ୍ଷାନ୍ତ ସମାରୋହ, ହେଉଛି ଏକ ବହୁତ ହିଁ ପ୍ରଶଂସନୀୟ ଶୁଭାରମ୍ଭ । ଏହା ଆଜିକାର ଭାରତର ପ୍ରାଥମିକତା ଗୁଡ଼ିକୁ ମଧ୍ୟ ଦର୍ଶାଉଛି । ଏହି ଆୟୋଜନରେ ଦେଶର ହଜାର- ହଜାର ଯୁବକ ଟେକ୍ନୋଲୋଜି ମାଧ୍ୟମରେ ଯୋଡ଼ି ହୋଇଛନ୍ତି । ମୁଁ ସମସ୍ତ ଯୁବକଙ୍କୁ ଉନ୍ନତ ଭବିଷ୍ୟତ ପାଇଁ ବହୁତ- ବହୁତ ଶୁଭକାମନା ଜଣାଉଛି ।

ମୋର ଯୁବ ସାଥୀଗଣ,

ପ୍ରତ୍ୟେକ ଦେଶ ପାଖରେ ଭିନ୍ନ- ଭିନ୍ନ ପ୍ରକାରର ସାମର୍ଥ୍ୟ ରହିଥାଏ, ଯେଭଳି ପ୍ରାକୃତିକ ସଂସାଧନ, ଖଣିଜ ସଂସାଧନ କିମ୍ବା ଦୀର୍ଘ ସମୁଦ୍ର ତଟ । କିନ୍ତୁ ଏହି ସାମର୍ଥ୍ୟକୁ ଉପଯୋଗରେ ଆଣିବା ପାଇଁ ଯେଉଁ ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତିର ଆବଶ୍ୟକତା ହୋଉଛି, ତାହା ହେଉଛି ଯୁବଶକ୍ତି । ଆଉ ଏହି ଯୁବଶକ୍ତି ଯେତିକି ସଶକ୍ତ ହୋଇଥାଏ, ଦେଶର ବିକାଶ ସେତେ ପରିମାଣରେ ହୋଇଥାଏ, ଦେଶର ସଂସାଧନ ସହିତ ନ୍ୟାୟ ହୋଇଥାଏ । ଆଜି ଭାରତ ଏହି ଚିନ୍ତାଧାରା ସହିତ ନିଜର ଯୁବଶକ୍ତିକୁ ସଶକ୍ତ କରୁଅଛି, ସମଗ୍ର ଇକୋ- ସିଷ୍ଟମରେ ଅଦ୍ଭୂତପୂର୍ବ ପରିବର୍ତନ କରୁଛି । ଆଉ ଏଥିରେ ମଧ୍ୟ ଦେଶର ଅଭିବ୍ୟକ୍ତି ହେଉଛି ଦୁଇତରଫା । ଆମେ ଆମର ଯୁବକମାନଙ୍କୁ ସ୍କିଲିଙ୍ଗ ଏବଂ ଶିକ୍ଷା ଦ୍ୱାରା ନୂତନ ସୁଯୋଗଗୁଡ଼ିକର ଲାଭ ଉଠାଇବା ପାଇଁ ପ୍ରସ୍ତୁତ କରୁଛୁ । ପ୍ରାୟତଃ 4 ଦଶକ ପରେ ଆମେ ନୂତନ ଜାତୀୟ ଶିକ୍ଷା ନୀତି ନେଇକରି ଆସିଛୁ । ବ୍ୟାପକ ସଂଖ୍ୟାରେ ଆମେ ନୂତନ ମେଡିକାଲ କଳେଜ, ଆଇଆଇଟି, ଆଇଆଇଏମ ଏବଂ ଆଇଟିଆଇ ଭଳି କୌଶଳ ବିକାଶ ସଂସ୍ଥାନ ଖେଲିଛୁ । କୋଟି- କୋଟି ଯୁବକମାନଙ୍କୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ ପ୍ରଶିକ୍ଷଣ ଦିଆଯାଇଛି । ସେହିଭଳି ଅନ୍ୟପକ୍ଷରେ, ଆମେ ନିଯୁକ୍ତି ପ୍ରଦାନ କରୁଥିବା ପାରମ୍ପରିକ କ୍ଷେତ୍ରକୁ ମଧ୍ୟ ସୁଦୃଢ କରୁଛୁ । ଆମେ ରୋଜଗାର ଏବଂ ଉଦ୍ୟମିତାକୁ ପ୍ରୋତ୍ସାହନ ଦେଉଥିବା ନୂତନ କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହିତ କରୁଛୁ । ଆଜି ଭାରତ, ସାମଗ୍ରୀ ରପ୍ତାନି, ମୋବାଇଲ ରପ୍ତାନି, ଇଲୋକ୍ଟ୍ରାନିକ ରପ୍ତାନି, ସେବା ରପ୍ତାନି, ପ୍ରତିରକ୍ଷା ରପ୍ତାନି ଏବଂ ବିନିର୍ମାଣରେ ନୂଆ ରେକର୍ଡ ପ୍ରତିଷ୍ଠା କରୁଛି । ଆଉ ଏହା ସହିତ, ଭାରତ, ମହାକାଶ, ଷ୍ଟାର୍ଟଅପ୍ସ, ଡ୍ରୋନ, ଏନିମେସନ, ବୈଦ୍ୟୁତିକ ଯାନ, ସେମିକଣ୍ଡକ୍ଟର, ଭଳି ଅନେକ କ୍ଷେତ୍ରରେ ଆପଣମାନଙ୍କ ଭଳି ଯୁବକମାନଙ୍କ ପାଇଁ ବ୍ୟାପକ ସଂଖ୍ୟାରେ ନୂତନ ସୁଯୋଗ ମଧ୍ୟ ପ୍ରସ୍ତୁତ କରୁଛି।

ସାଥୀଗଣ,

ଆଜି ସାରା ବିଶ୍ୱ ସ୍ୱୀକାର କରୁଛି ଯେ, ଏହି ଶତାବ୍ଦୀ ଭାରତର ଶତାବ୍ଦୀ ହେବାକୁ ଯାଉଛି । ଆଉ ଏହା ପଛରେ ମଧ୍ୟ ବହୁତ ବଡ଼ କାରଣ ହେଉଛି ଭାରତର ଯୁବ ଜନସଂଖ୍ୟା । ଯେତେବେଳେ ବିଶ୍ୱର ଅନେକ ଦେଶରେ ବୟସ୍କ ଜନସଂଖ୍ୟା ବୃଦ୍ଧି ପାଉଛି, ସେତେବେଳେ ଭାରତ ଦିନକୁ- ଦିନ ଯୁବକ ହେଉଛି । ଭାରତ ପାଖରେ ବହୁତ ବଡ଼ ସୁବିଧା ସୁଯୋଗ ରହିଛି । ସାରା ବିଶ୍ୱ ଦକ୍ଷ ଯୁବକମାନଙ୍କ ପାଇଁ ଭାରତ ଆଡକୁ ଦେଖୁଛି । ନିକଟରେ G-20 ଶିଖର ସମ୍ମିଳନୀରେ ବୈଶ୍ୱିକ ସ୍କିଲ ମ୍ୟାପିଙ୍ଗକୁ ନେଇ ଭାରତର ପ୍ରସ୍ତାବକୁ ସ୍ୱୀକାର କରାଯାଇଛି । ଏହା ଦ୍ୱାରା ଆପଣମାନଙ୍କ ଭଳି ଯୁବକମାନଙ୍କ ପାଇଁ ଆଗାମୀ ସମୟରେ ଆହୁରି ଉନ୍ନତ ସୁଯୋଗ ସୃଷ୍ଟି ହେବ । ଦେଶ ଏବଂ ବିଦେଶରେ ସୃଷ୍ଟି ହେଉଥିବା କୌଣସି ମଧ୍ୟ ସୁଯୋଗକୁ ଆମକୁ ହାତଛଡା କରିବାର ନାହିଁ । ଭାରତ ସରକାର ଆପଣମାନଙ୍କ ସହିତ, ଆପଣମାନଙ୍କର ପ୍ରତ୍ୟେକ ଆବଶ୍ୟକତାରେ ଆପଣମାନଙ୍କ ସହିତ ଅଛି । ଆମର ଏଠାରେ ପୂର୍ବ ସରକାର ଅମଳରେ ଦକ୍ଷତା ଉପରେ ସେତେ ଅଧିକ ଧ୍ୟାନ ଦିଆଯାଇ ନ ଥିଲା । ଆମ ସରକାର ଦକ୍ଷତାର ଗୁରୁତ୍ୱ ବୁଝିଲେ ଏବଂ ଏଥିପାଇଁ ଏକ ଭିନ୍ନ ମନ୍ତ୍ରଣାଳୟ ଗଠନ କଲେ, ସ୍ୱତନ୍ତ୍ର ବଜେଟ ଦେଲେ । ଭାରତ, ଆଜି ନିଜର ଯୁବକମାନଙ୍କର ସ୍କିଲ ଉପରେ ଯେତେ ନିବେଶ କରୁଛି, ତାହା ପୂର୍ବରୁ କେବେ କରାଯାଇ ନ ଥିଲା । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ତୃଣମୂଳ ସ୍ତରରେ ଯୁବ ସାଥୀମାନଙ୍କୁ ବହୁତ ଶକ୍ତି ପ୍ରଦାନ କରିଛି । ଏହି ଯୋଜନା ଅଧୀନରେ ଏ ପର୍ଯ୍ୟନ୍ତ ପାଖାପାଖି ଦେଢ କୋଟି ଯୁବକମାନଙ୍କୁ ତାଲିମ ଦିଆଯାଇ ସାରିଛି । ଏବେ ତ’ ଶିଳ୍ପ ପୁଞ୍ଜର ଆଖପାଖରେ ହିଁ ନୂତନ କୌଶଳ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଉଛି । ଏହା ଦ୍ୱାରା ଉଦ୍ୟୋଗ ଗୁଡିକ ନିଜର ଆବଶ୍ୟକତା ସଂପର୍କରେ ଦକ୍ଷତା ବିକାଶ ସଂସ୍ଥାନଗୁଡିକ ସହିତ ସେୟାର କରି ପାରିବେ । ଏବଂ ସେହି ଅନୁସାରେ ହିଁ, ଆବଶ୍ୟକ ସ୍କିଲ ଟେଷ୍ଟ, ଯୁବକମାନଙ୍କ ମଧ୍ୟରେ ବିକାଶ କରି, ସେମାନଙ୍କୁ ରୋଜଗାର ସହିତ ସାମିଲ କରି ପାରିବେ ।

ସାଥୀଗଣ,

ଆପଣମାନେ ମଧ୍ୟ ଜାଣିଛନ୍ତି ଯେ, ଏବେ ଆଉ ସେହି ସମୟ ନାହିଁ ଯେ, ଗୋଟିଏ କାର୍ଯ୍ୟ ଶିକ୍ଷା କରି ନେଲେ ତେବେ, ସାରା ଜୀବନ ସେଥିରେ କାମ ଚଳାଇ ନେବେ । ଏବେ ହେଉଛି ସ୍କିଲିଂ, ଅପ ସ୍କିଲିଂ ଏବଂ ରି- ସ୍କିଲିଂ ନମୁନାର ସମୟ, ଯାହାକୁ ଆମ ସମସ୍ତଙ୍କୁ ଅନୁସରଣ କରିବାକୁ ହେବ । ଚାହିଦା ଧିରେ ଧିରେ ବଦଳିବାରେ ଲାଗିଛି, ନିଯୁକ୍ତିର ପ୍ରକୃତି ବା ସଂସ୍କୃତି ମଧ୍ୟ ବଦଳୁଛି । ସେହି ହିସାବରେ ଆମର ସ୍କିଲକୁ ମଧ୍ୟ ଆମକୁ ଉନ୍ନତ କରି ଚାଲିବାକୁ ହେବ । ଏଥିପାଇଁ ଉଦ୍ୟୋଗ, ଗବେଷଣା ଏବଂ ଦକ୍ଷତା ବିକାଶ ସଂସ୍ଥାନ ଗୁଡିକୁ ସମୟ ଅନୁରୂପ ହେବା ହେଉଛି ବହୁତ ଆବଶ୍ୟକ । କେଉଁ ସ୍କିଲରେ ନୂତନତ୍ୱ ଆସି ଯାଇଛି, କାହାର କେତେ ଆବଶ୍ୟକତା ରହିଛି, ପ୍ରଥମେ ତାହା ଉପରେ ମଧ୍ୟ କମ୍ ଦୃଷ୍ଟି ଦିଆଯାଉଥିଲା । ଏବେ ଏହି ସ୍ଥିତି ମଧ୍ୟ ବଦଳି ଯାଇଛି । ବିଗତ 9 ବର୍ଷରେ ପାଖାପାଖି 5 ହଜାର ନୂତନ ଆଇଟିଆଇ ଦେଶରେ ପ୍ରତିଷ୍ଠା କରାଯାଇଛି । ଏହାଦ୍ୱାରା ଦେଶରେ ଆଇଟିଆଇର 4 ଲକ୍ଷରୁ ଅଧିକ ନୂତନ ଆସନ ଯୋଡି ହୋଇଛି । ଏହି ସଂସ୍ଥାନଗୁଡିକୁ ମଡେଲ ଭାବେ ଅପଗ୍ରେଡ କରାଯାଉଛି । ଲକ୍ଷ୍ୟ ଏହା ରହିଛି ଯେ, ଶ୍ରେଷ୍ଠ ଅଭ୍ୟାସ ସହିତ ହିଁ ଏଥିରେ ଦକ୍ଷ ଏବଂ ଉନ୍ନତମାନର ତାଲିମ ଦିଆଯାଇ ପାରୁଛି ।

ସାଥୀଗଣ,

ଭାରତରେ ଦକ୍ଷତା ବିକାଶର ବ୍ୟାପକତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆମେ କେବଳ ମେକାନିକ, ଇଞ୍ଜିନିୟର, ଟେକ୍ନୋଲୋଜି ଅବା ଅନ୍ୟ ସେବା, ଏତିକି ମଧ୍ୟରେ ସୀମିତ ନାହୁଁ । ଏବେ ଯେଭଳି ମହିଳାମାନଙ୍କ ସହିତ ଜଡିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି । ଏବେ ଡ୍ରୋନ ଟେକ୍ନୋଲୋଜି ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରସ୍ତୁତ କରାଯାଉଛି । ସେହିପରି ଆମର ବିଶ୍ୱକର୍ମା ସାଥୀ ଅଛନ୍ତି । ଏମାନେ ଆମ ଜୀବନରେ ଗୁରୁତ୍ୱପୁର୍ଣ୍ଣ ଅଂଶ ହୋଇ ରହିଛନ୍ତି । ଏମାନଙ୍କ ବିନା କୌଣସି ମଧ୍ୟ କାର୍ଯ୍ୟ ହୋଇପାରେ ନାହିଁ । କିନ୍ତୁ ପରମ୍ପରାଗତ ଭାବେ, ନିଜ ଗୁରୁଜନମାନଙ୍କଠାରୁ ଏମାନେ ଯେଉଁ କାର୍ଯ୍ୟ ଶିକ୍ଷାଲାଭ କରିଥାଆନ୍ତି, ସେହିଥିରେ ଆଗକୁ ବଢିଥାନ୍ତି । ଏବେ ପିଏମ୍ ବିଶ୍ୱକର୍ମା ଯୋଜନା ଦ୍ୱାରା ଏମାନଙ୍କର ଏହି ପରମ୍ପରାଗତ କୌଶଳକୁ ଆଧୁନିକ ଟେକ୍ନୋଲୋଜି ସହିତ ଏବଂ ଉପକରଣ ସହିତ ଯୋଡା ଯାଉଛି ।

ମୋର ଯୁବ ସାଥୀଗଣ,

ଯେମିତି- ଯେଭଳି ଭାରତର ଅର୍ଥ ବ୍ୟବସ୍ଥାର ସଂପ୍ରସାରଣ ହେଉଛି, ଆପଣମାନଙ୍କ ଭଳି ଯୁବକମାନଙ୍କ ପାଇଁ ନୂତନ ସମ୍ଭାବନା ମଧ୍ୟ ସୃଷ୍ଟି ହେଉଛି । ଏବେ ନିକଟରେ ହୋଇଥିବା ଏକ ସର୍ଭେରୁ ସାମ୍ନାକୁ ଆସିଛି ଯେ, ଭାରତରେ ରୋଜଗାର ସୃଷ୍ଟି ଏକ ନୂତନ ଶିଖରରେ ପହଂଚିଛି । ଭାରତରେ ବେକାରୀ ହାର ନିଜର 6 ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ସ୍ତରରେ ରହିଛି । ଏହା ମୁଁ ବେରୋଜଗାରୀ କଥା କହୁଛି । ଭାରତର ଗ୍ରାମୀଣ ଏବଂ ସହରୀ ଅଂଚଳରେ, ଉଭୟ କ୍ଷେତ୍ରରେ ବେକାରୀ ଦ୍ରୁତ ଗତିରେ କମ୍ ହେବାରେ ଲାଗିଛି । ଏହାର ଅର୍ଥ ଏହା ଯେ, ବିକାଶର ଲାଭ ଗାଁ ଏବଂ ସହର, ଉଭୟ ସ୍ଥାନରେ ସମାନ ଭାବରେ ପହଂଚୁଛି । ଏହାଦ୍ୱାର ଏହା ମଧ୍ୟ ଜଣାପଡୁଛି ଯେ, ଗାଁ ଏବଂ ସହର, ଉଭୟ ସ୍ଥାନରେ ନୂତନ ସୁଯୋଗ ମଧ୍ୟ ସମାନ ଭାବରେ ବୃଦ୍ଧି ପାଉଛି । ଏହି ସର୍ଭେର ଆଉ ଏକ ପ୍ରମୁଖ କଥା ହେଉଛି । ସର୍ଭେରୁ ସାମ୍ନାକୁ ଆସିଛି ଯେ, ଭାରତର କାର୍ଯ୍ୟ ବଳରେ ମହିଳାମାନଙ୍କର ଭାଗିଦାରୀରେ ଅଦ୍ଭୁତପୂର୍ବ ବୃଦ୍ଧି ହୋଇଛି । ନାରୀ ସଶକ୍ତିକରଣକୁ ନେଇ ଭାରତରେ ବିଗତ ବର୍ଷମାନଙ୍କରେ ଯେଉଁ ଯୋଜନାଗୁଡିକ କାର୍ଯ୍ୟକାରୀ ହୋଇଛି, ଯେଉଁ ଅଭିଯାନ ଚଳାଯାଇଛି, ଏହା ହେଉଛି ତାହାର ପ୍ରଭାବ ।

ସାଥୀଗଣ,

ଅନ୍ତରାଷ୍ଟ୍ରୀୟ ସଂସ୍ଥା- ଆଇଏମଏଫ୍ ମଧ୍ୟ ଯେଉଁ ପରିସଂଖ୍ୟାନ ଜାରି କରିଛି, ତାହା ମଧ୍ୟ ଆପଣ ସମସ୍ତ ଯୁବକମାନଙ୍କର ଉତ୍ସାହ ବୃଦ୍ଧି କରିବା ଭଳି । ଆଇଏମଏଫ୍  କହିଛି ଯେ, ଭାରତ ଆଗାମୀ ବର୍ଷ ଗୁଡିକରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ପ୍ରମୁଖ ଅର୍ଥବ୍ୟବସ୍ଥା ହୋଇ ରହିବ । ଆପଣମାନଙ୍କର ମନେ ଥିବ, ମୁଁ ଭାରତକୁ ବିଶ୍ୱର ଶ୍ରେଷ୍ଠ ତିନି ଅର୍ଥବ୍ୟବସ୍ଥାକୁ ଆଣିବାର ଗ୍ୟାରେଂଟି ଦେଇଛି । ଆଇଏମଏଫକୁ ଏହି କଥା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ, ଭାରତ ଆଗାମୀ 3-4 ବର୍ଷରେ ବିଶ୍ୱର ଶ୍ରେଷ୍ଠ ତିନି ଅର୍ଥବ୍ୟବସ୍ଥା ମଧ୍ୟରେ ସାମିଲ ହୋଇଯିବ । ଅର୍ଥାତ ଆପଣମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ । ଆପଣମାନଙ୍କୁ ରୋଜଗାର- ସ୍ୱରୋଜଗାରର ଆହୁରି ଅଧିକ ସୁଯୋଗ ମିଳିବ ।

ସାଥୀଗଣ,

ଆପଣମାନଙ୍କ ଆଗରେ ସୁଯୋଗ ହିଁ ସୁଯୋଗ ରହିଛି । ଆମକୁ ଭାରତକୁ ବିଶ୍ୱରେ ଦକ୍ଷ ମାନବ ସମ୍ବଳର ମଧ୍ୟ ସବୁଠାରୁ ବଡ଼ ଶକ୍ତି କେନ୍ଦ୍ର କରିବାର ଅଛି । ଆମକୁ ବିଶ୍ୱକୁ ସ୍ମାର୍ଟ ଏବଂ ଦକ୍ଷ ମାନବ ଶକ୍ତିର ସମାଧାନ ଦେବାର ଅଛି । ଶିଖିବା ଏବଂ ଶିଖାଇବା ଓ ଆଗକୁ ବଢିବାର ଏହି ଧାରା ଚାଲୁ ରହୁ । ଆପଣମାନଙ୍କ ଜୀବନର ପ୍ରତ୍ୟେକ ପଦକ୍ଷେପରେ ସଫଳତା ମିଳୁ । ଏହା ହେଉଛି ମୋର ଶୁଭ କାମନା । ଆପଣ ସମସ୍ତଙ୍କୁ ଅନେକ- ଅନେକ ଶୁଭକାମନା ଜଣାଇ ମୁଁ ଆନ୍ତରିକତାର ସହିତ ଧନ୍ୟବାଦ ଦେଉଛି !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit

Media Coverage

PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends birthday greetings to Vice President Thiru CP Radhakrishnan Ji
May 04, 2026

Prime Minister Shri Narendra Modi today extended warm birthday greetings to Vice President Thiru CP Radhakrishnan Ji.

The Prime Minister noted that the Vice President is making numerous efforts to strengthen the collective dream of building a Viksit Bharat. Shri Modi highlighted that his consistent efforts to enhance the productivity and effectiveness of Parliamentary proceedings reflect his deep commitment to democratic values.

The Prime Minister further stated that the Vice President's unwavering passion for all-round development, with a concern for the poor and marginalised, is equally inspiring. Emphasising that his public life continues to be guided by dedication, discipline, and a clear sense of purpose, Shri Modi prayed for his good health, happiness, and a long life in the service of the nation.

The Prime Minister posted on X:

"Warm birthday greetings to Vice President Thiru CP Radhakrishnan Ji. He is making numerous efforts to strengthen our collective dream of building a Viksit Bharat. His consistent efforts to enhance the productivity and effectiveness of our Parliamentary proceedings reflect his deep commitment to democratic values. Equally inspiring is his unwavering passion for all-round development, with a concern for the poor and marginalised. His public life continues to be guided by dedication, discipline and a clear sense of purpose. I pray for his good health, happiness and a long life in the service of the nation."