“ଶିକ୍ଷା କେବଳ ଭିତ୍ତିଭୂମି ନୁହେଁ ଯାହା ଉପରେ ଆମର ସଭ୍ୟତା ର୍ନିମିତ ହୋଇଛି, ଏହା ଆମ ଭବିଷ୍ୟତ ପାଇଁ ମଧ୍ୟ ଆୟୁଦ୍ଧ ଅଟେ”
“ପ୍ରକୃତ ଜ୍ଞାନ ନମ୍ରତା ପ୍ରଦାନ କରେ, ନମ୍ରତାଠାରୁ ମୂଲ୍ୟବୋଧ ଆସେ, ମୂଲ୍ୟବୋଧରୁ ଧନ ପ୍ରାପ୍ତ ହୁଏ, ଧନ ଜଣେ ବ୍ୟକ୍ତିଙ୍କୁ ଭଲ କାର୍ଯ୍ୟ କରିବାକୁ ସକ୍ଷମ କରେ, ଏବଂ ଏହା ହିଁ ଆନନ୍ଦ ଆଣିଥାଏ”
“ଉନ୍ନତ ଶାସନ ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଆମର ଉଦ୍ଦେଶ୍ୟ ହେବା ଆବଶ୍ୟକ”
“ଆମର ଯୁବକମାନଙ୍କୁ ଭବିଷ୍ୟତ ଲାଗି ପ୍ରସ୍ତୁତ କରିବା ପାଇଁ ଆମେ ସେମାନଙ୍କୁ ନିରନ୍ତର ଭାବେ ଦକ୍ଷ, ପୁନଃ ଦକ୍ଷ ଏବଂ ଅଧିକ ଦକ୍ଷ କରିବା ଆବଶ୍ୟକ”
“ଶିକ୍ଷାର ବିକାଶ ତଥା ଭବିଷ୍ୟତର ଆବଶ୍ୟକତା ସହିତ ଖାପ ଖୁଆଇବା ପାଇଁ ଡିଜିଟାଲ୍ ଟେକ୍ନୋଲୋଜି ହେଉଛି ଏକ ଅମୋଘ ଶକ୍ତି”

ମାନ୍ୟଗଣ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ , ନମସ୍କାର!

ଜି -୨୦ ଶିକ୍ଷା ମନ୍ତ୍ରୀ ବୈଠକ ପାଇଁ ମୁଁ ଆପଣ ସମସ୍ତଙ୍କୁ ଭାରତକୁ ସ୍ୱାଗତ କରୁଛି । ଶିକ୍ଷା କେବଳ ଯାହା ଉପରେ ଆମର ସଭ୍ୟତା ନିର୍ମିତ ହୋଇଛି ତାହାର ଭିତ୍ତିଭୂମି ନୁହେଁ, ଏହା ମାନବିକତାର ଭବିଷ୍ୟତର ସ୍ଥାପତ୍ୟ ମଧ୍ୟ ଅଟେ । ଶିକ୍ଷା ମନ୍ତ୍ରୀ ଭାବରେ, ଆପଣ ବିକାଶ, ଶାନ୍ତି ଏବଂ ସମୃଦ୍ଧତା ପାଇଁ ଆମର ପ୍ରୟାସ କ୍ଷେତ୍ରରେ ଶେର୍ପା ଭାବେ ମାନବିକତାକୁ ଆଗେଇ ନେଉଛନ୍ତି । ଭାରତୀୟ ଶାସ୍ତ୍ରରେ ଶିକ୍ଷାର ଭୂମିକାକୁ ଆନନ୍ଦ ଆଣିବା କ୍ଷେତ୍ରରେ ପ୍ରମୁଖ ବୋଲି ବର୍ଣ୍ଣନା କରାଯାଇଛି । ବିଦ୍ୟା ଦଦାତି ବିନୟଂ ବିୟାଦ୍ ପାତ୍ରତାମ୍‌ । ପାତ୍ରତ୍ୱାତ୍ ଧନମାପ୍ନୋତି ଧନାର୍ଦ୍ଧମ୍ ତତଃ / विद्या ददाति विनयं विनयाद् पात्रताम् । पात्रत्वात् धनमाप्नोति धनाद्धर्मं ततः।। ଏହାର ଅର୍ଥ ହେଉଛି : “ପ୍ରକୃତ ଜ୍ଞାନ ନମ୍ରତା ପ୍ରଦାନ କରେ । ନମ୍ରତା ଠାରୁ ମୂଲ୍ୟବୋଧ ଆସେ । ମୂଲ୍ୟବୋଧରୁ ଜଣେ ଧନ ପ୍ରାପ୍ତ ହୁଏ । ଧନ ଜଣେ ବ୍ୟକ୍ତିଙ୍କୁ ଭଲ କାର୍ଯ୍ୟ କରିବାକୁ ସକ୍ଷମ କରେ । ଏବଂ, ଏହା ହିଁ ଆନନ୍ଦ ଆଣିଥାଏ । ଏହି କାରଣରୁ, ଭାରତରେ, ଆମେ ଏକ ସାମଗ୍ରିକ ଏବଂ ବ୍ୟାପକ ଯାତ୍ରା ଆରମ୍ଭ କରିଛୁ । ଆମେ ବିଶ୍ୱାସ କରୁ ଯେ ଭିତ୍ତିଭୂମି ସାକ୍ଷରତା ଆମର ଯୁବକ ମାନଙ୍କ ପାଇଁ ଏକ ମଜଭୁତ ଆଧାର ଅଟେ । ଏବଂ, ଆମେ ଏହାକୁ ପ୍ରଯୁକ୍ତି ସହିତ ମିଶ୍ରଣ କରୁଛୁ । ଏଥି ପାଇଁ ଆମେ “ବୁଝିବା ଏବଂ ସାଂଖ୍ୟିକତା ସହିତ ପଠନରେ ଦକ୍ଷତା ପାଇଁ ଜାତୀୟ ପଦକ୍ଷେପ'' କିମ୍ବା '' ନିପୁଣ ଭାରତ'' ପଦକ୍ଷେପ ଆରମ୍ଭ କରିଛୁ । ମୁଁ ଖୁସି ଯେ “ଭିତ୍ତିଭୂମି ସାକ୍ଷରତା ଏବଂ ସାଂଖ୍ୟିକତା '' ଆପଣ ମାନଙ୍କ ଗୋଷ୍ଠୀ ଦ୍ୱାରା ପ୍ରାଥମିକତା ଭାବରେ ଚିହ୍ନଟ ହୋଇଛି । ୨୦୩୦ ସୁଦ୍ଧା ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହା ଉପରେ କାର୍ଯ୍ୟ କରିବାକୁ ଆମେ ସଂକଳ୍ପବଦ୍ଧ ହେବା ଆବଶ୍ୟକ ।

ମାନ୍ୟଗଣ,

ଉନ୍ନତ ଶାସନ ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଆମର ଉଦ୍ଦେଶ୍ୟ ହେବା ଆବଶ୍ୟକ । ଏଥିରେ, ଆମକୁ ନୂତନ ଇ- ଶିକ୍ଷଣକୁ ଅଭିନବ ଢଙ୍ଗରେ ଗ୍ରହଣ ଏବଂ ବ୍ୟବହାର କରିବାକୁ ପଡିବ । ଭାରତରେ, ଆମେ ନିଜର ଅନେକ ପଦକ୍ଷେପ ନେଇଛୁ । ଏହିପରି ଏକ କାର୍ଯ୍ୟକ୍ରମ ହେଉଛି “ଷ୍ଟଡି ୱେବ୍ସ ଅଫ୍ ଆକ୍ଟିଭ୍ - ଲର୍ନିଂ ଫର୍ ୟଙ୍ଗ ଆସ୍ପିରିଙ୍ଗ୍ ମାଇଣ୍ଡସ୍‌'', କିମ୍ବା “ସ୍ୱୟଂ” । ଏହି ଅନଲାଇନ୍ ପ୍ଲାଟଫର୍ମ ନବମ ଶ୍ରେଣୀ ଠାରୁ ସ୍ନାତକୋତ୍ତର ସ୍ତର ପର୍ଯ୍ୟନ୍ତ ସମସ୍ତ ପାଠ୍ୟକ୍ରମ ଆୟୋଜନ କରେ । ଏହା ଛାତ୍ର ମାନଙ୍କୁ ଦୂରରେ ରହି ମଧ୍ୟ ଶିଖିବାକୁ ସକ୍ଷମ କରେ ଏବଂ ପ୍ରବେଶ, ନିଷ୍ପକ୍ଷତା ଏବଂ ଗୁଣବତ୍ତା ଉପରେ ଧ୍ୟାନ ଦେଇଥାଏ । ୩୪ ନିୟୁତରୁ ଅଧିକ ନାମଲେଖା ଏବଂ ନଅ ହଜାରରୁ ଅଧିକ ପାଠ୍ୟକ୍ରମ ସହିତ ଏହା ଏକ ପ୍ରଭାବଶାଳୀ ଶିକ୍ଷଣ ଉପକରଣ ହୋଇ ପାରିଛି । ଆମ ପାଖରେ “ଜ୍ଞାନ ବଂଟନ କରିବା ପାଇଁ ଡିଜିଟାଲ୍ ଭିତ୍ତିଭୂମି'' କିମ୍ବା ଦୀକ୍ଷା ପୋର୍ଟାଲ୍ ମଧ୍ୟ ରହିଛି । ଏହା ଦୁର୍ଗମ ଅଞ୍ଚଳର ଛାତ୍ର ଏବଂ ନିୟମିତ ଶ୍ରେଣୀକୁ ଆସି ପଢ଼ିବାକୁ ଅସମର୍ଥ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ । ଦୂର ଶିକ୍ଷା ମାଧ୍ୟମରେ ବିଦ୍ୟାଳୟ ଶିକ୍ଷା ପ୍ରଦାନ କରିବାକୁ ଶିକ୍ଷକମାନେ ଏହାକୁ ବ୍ୟବହାର କରନ୍ତି । ଏହା ଅଣତିରିଶଟି ଭାରତୀୟ ଭାଷା ଏବଂ ସାତଟି ବିଦେଶୀ ଭାଷାରେ ଶିଖିବାକୁ ସମର୍ଥନ କରେ । ଏଥିରେ ୧୩୭ ମିଲିୟନରୁ ଅଧିକ ପାଠ୍ୟକ୍ରମ ସମାପ୍ତ ହୋଇଛି । ଏହି ଅନୁଭୂତି ଏବଂ ଉତ୍ସ ଗୁଡିକୁ . ବିଶେଷ କରି ବୈଶ୍ୱିକ ଦକ୍ଷିଣ କ୍ଷେତ୍ର  ସହିତ ବଂଟନ କରି ଭାରତ ଖୁସି ହେବ ।

ମାନ୍ୟଗଣ,

ଆମର ଯୁବ ଭବିଷ୍ୟତକୁ ପ୍ରସ୍ତୁତ କରିବା ପାଇଁ, ଆମକୁ ନିରନ୍ତର ଦକ୍ଷତା, ପୁନଃ- ଦକ୍ଷତା ଏବଂ ଦକ୍ଷତାକୁ ଅଧିକ କରିବା ଆବଶ୍ୟକ । ଆମେ ସେମାନଙ୍କର ଦକ୍ଷତା ବିକାଶ ସହିତ ଜଡିତ କାର୍ଯ୍ୟ ପ୍ରୋଫାଇଲ୍ ଏବଂ ଅଭ୍ୟାସ ସହିତ ସଂରେଖିତ କରିବା ଆବଶ୍ୟକ । ଭାରତରେ, ଆମେ ଦକ୍ଷତା ନିରୂପଣ କରୁଛୁ । ଆମର ଶିକ୍ଷା, ଦକ୍ଷତା ଏବଂ ଶ୍ରମ ମନ୍ତ୍ରଣାଳୟ ଏହି ପଦକ୍ଷେପ ଉପରେ କାର୍ଯ୍ୟ କରୁଛନ୍ତି । ଜି -୨୦ ଦେଶଗୁଡିକ ବିଶ୍ୱ ସ୍ତରରେ ଦକ୍ଷତା ନିରୂପଣ କରି ପାରିବେ ଏବଂ ପୂରଣ ହେବା ଆବଶ୍ୟକ କରୁଥିବା ଫାଟଗୁଡିକ ଖୋଜି ପାରିବେ ।

ମାନ୍ୟଗଣ,

ଡିଜିଟାଲ୍ ଟେକ୍ନୋଲୋଜି ଏକ ସମାନତାକାରୀ ଭାବରେ କାର୍ଯ୍ୟ କରେ ଏବଂ ଅନ୍ତର୍ଭୂକ୍ତିକୁ ପ୍ରୋତ୍ସାହିତ କରେ । ଶିକ୍ଷାର ପ୍ରବେଶ ବୃଦ୍ଧି ଏବଂ ଭବିଷ୍ୟତର ଆବଶ୍ୟକତା ସହିତ ଖାପ ଖୁଆଇବାରେ ଏହା ଏକ ଶକ୍ତି ଗୁଣକ । ଆଜି, କୃତ୍ରିମ ବୌଦ୍ଧିକ ଶିକ୍ଷା, ଦକ୍ଷତା ଏବଂ ଶିକ୍ଷା କ୍ଷେତ୍ରରେ ବହୁତ ସମ୍ଭାବନା ପ୍ରଦାନ କରୁଛି । ଅନେକ ସୁଯୋଗ ସହିତ, ପ୍ରଯୁକ୍ତି ମଧ୍ୟ ଆହ୍ୱାନ ସୃଷ୍ଟି କରେ । ଆମକୁ ସଠିକ୍ ସନ୍ତୁଳନ ରକ୍ଷା କରିବାକୁ ପଡିବ । ଜି -୨୦ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ପାରିବ ।

ମାନ୍ୟଗଣ,

ଭାରତରେ ଆମେ ଗବେଷଣା ଏବଂ ନବସୃଜନ ଉପରେ ମଧ୍ୟ ଗୁରୁତ୍ୱ ଦେଇଛୁ । ଆମେ ସମଗ୍ର ଦେଶରେ ଦଶ ହଜାର “ଅଟଳ ଟିଙ୍କରିଂ ଲ୍ୟାବ୍‌''  ସ୍ଥାପିତ କରିଛୁ । ଏଗୁଡିକ ଆମ ସ୍କୁଲ ପିଲାମାନଙ୍କ ପାଇଁ ଗବେଷଣା ଏବଂ ଅଭିନବ ନର୍ସରୀ ଭାବରେ କାର୍ଯ୍ୟ କରୁଛନ୍ତି । ଏହି ଲ୍ୟାବ୍ ଗୁଡିକରେ ୭.୫  ଲକ୍ଷ ଛାତ୍ରଛାତ୍ରୀ ୧.୨ ଲକ୍ଷ ଅଭିନବ ପ୍ରକଳ୍ପରେ କାର୍ଯ୍ୟ କରୁଛନ୍ତି । ଜି - ୨୦ ଦେଶଗୁଡିକ, ସେମାନଙ୍କର ନିଜସ୍ୱ ଶକ୍ତି ସହିତ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବାରେ, ବିଶେଷ କରି ବୈଶ୍ୱିକ ଦକ୍ଷିଣ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ପାରନ୍ତି । ବୃଦ୍ଧି ପାଉଥିବା ଗବେଷଣା କ୍ଷେତ୍ରରେ ସହଯୋଗ ପାଇଁ ଏକ ମାର୍ଗ  ସୃଷ୍ଟି କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ।

ମାନ୍ୟଗଣ,

ଆପଣ ମାନଙ୍କର ଏହି ବୈଠକ ଆମ ପିଲା ମାନଙ୍କର ଏବଂ ଯୁବକ ମାନଙ୍କର ଭବିଷ୍ୟତ ପାଇଁ ଅନେକ ମହତ୍ତ୍ୱ ରଖେ । ମୁଁ ଖୁସି ଯେ ଆପଣଙ୍କ ଗୋଷ୍ଠୀ ସବୁଜ ବିକାଶ, ଡିଜିଟାଲ୍ ପରିବର୍ତ୍ତନ ଏବଂ ମହିଳା ସଶକ୍ତିକରଣକୁ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ତ୍ୱରାନ୍ୱିତକାରୀ ଭାବରେ ଚିହ୍ନଟ କରିଛି । ଏହି ସମସ୍ତ ପ୍ରୟାସର ମୂଳ ହେଉଛି ଶିକ୍ଷା । ମୁଁ ନିଶ୍ଚିତ ଯେ ଏହି ଗୋଷ୍ଠୀ ଏକ ସମାବେଶୀ, କାର୍ଯ୍ୟ - ଆଧାରିତ ଏବଂ ଭବିଷ୍ୟତ - ପ୍ରସ୍ତୁତ ଶିକ୍ଷା ଯୋଜନା ସହିତ ଆଗକୁ ବଢ଼ିବ । ବସୁଧୈବ କୁଟୁମ୍ବକମ୍ - ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ଦ୍ୱାରା ଏହା ସମଗ୍ର ବିଶ୍ୱକୁ ଉପକୃତ କରିବ । ମୁଁ ସମସ୍ତଙ୍କୁ ଏକ ଫଳପ୍ରଦ ଏବଂ ସଫଳ ବୈଠକର କାମନା କରୁଛି ।

ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Women’s employment rate rises to 39% in 2025 from 22% in 2017: Mansukh Mandaviya

Media Coverage

Women’s employment rate rises to 39% in 2025 from 22% in 2017: Mansukh Mandaviya
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the true resolve of a representative
April 29, 2026

Prime Minister Shri Narendra Modi shared a Sanskrit Subhashitam today highlighting the true resolve of a representative.

The Prime Minister remarked that as vigilant citizens of the country, it is our duty to ensure record voting to make democracy even stronger.

The Prime Minister wrote on X:

"देश के एक सजग नागरिक के रूप में हमारा कर्तव्य है कि हम लोकतंत्र को और अधिक सशक्त बनाने के लिए रिकॉर्ड मतदान सुनिश्चित करें। इस तरह हम न केवल भारतवर्ष के नवनिर्माण में अपनी सक्रिय भागीदारी निभा सकते हैं, बल्कि एक समर्थ और समृद्ध राष्ट्र की नींव को और मजबूत कर सकते हैं।

राज्ञो हि व्रतमुत्थानं यज्ञः कार्यानुशासनम्।

दक्षिणा वृत्तिसाम्यं च दीक्षितस्याभिषेचनम्॥"

From the perspective of the welfare of the people, continuously uplifting them, faithfully performing duties as a sacred responsibility, ensuring fair judgment, giving generously, treating everyone with equality, and keeping oneself pure, disciplined and dedicated with a consecrated spirit, this is the true resolve of a representative.