“ୱାଟର ଭିଜନ @୨୦୪୭ଅମୃତ କାଳର ଆଗାମୀ ୨୫ବର୍ଷ ନିମନ୍ତେ ଏକ ଗୁରୁ୍‌ତ୍ୱପୂର୍ଣ୍ଣ ଯାତ୍ରା ମୋଡ”
“ଯେତେବେଳେ ଜନସାଧାରଣ ଏକ ଅଭିଯାନ ସହ ଯୋଡି ହୋଇଥାନ୍ତି, ସେତେବେଳେ କାର୍ଯ୍ୟର ଗମ୍ଭୀରତା ନେଇ ମଧ୍ୟ ସେମାନେ ଜାଣିବାକୁ ଚାହିଁଥାନ୍ତି”
“ଯେତେବେଳେ ଜନସାଧାରଣ ସ୍ୱଚ୍ଛଭାରତ ଅଭିଯାନର ଯୋଗଦେଲେ, ସେତେବେଳେ ମଧ୍ୟ ସେମାନଙ୍କ ମଧ୍ୟରେ ଏକ ଚେତନାର ଉଦ୍ରେକ ହୋଇଥିଲା”
“ଦେଶ ଦେଶର ସବୁ ଜିଲ୍ଲାରେ ୭୫ଟି ଲେଖାଏଁ ଅମୃତ ସରୋବର ନିର୍ମାଣ କରୁଛି ଓ ସେଥିରୁ ୨୫ହଜାର ଅମୃତ ସରୋବର ନିର୍ମାଣ ସରିଛି”
“ପ୍ରତ୍ୟେକ ଘରକୁ ଜଳ ଯୋଗାଇ ଦେବା ପାଇଁ ଜଳ ଜୀବନ ମିଶନ ଗୋଟିଏ ରାଜ୍ୟ ନିମନ୍ତେ ଏକ ପ୍ରମୁଖ ମାନଦଣ୍ଡ”
“ ‘ଗୋଟିଏ ବୁନ୍ଦା ଅଧିକ ଶସ୍ୟ’ ଅଭିଯାନରେ ଦେଶର ୭୦ଲକ୍ଷ ହେକ୍ଟର ଜମି ଏପର୍ଯ୍ୟନ୍ତ ଅଣୁ ଜଳସେଚନ ଅଧୀନକୁ ଅଣାଯାଇଛି”
“ଗ୍ରାମ ପଞ୍ଚାୟତ ଗୁଡିକ ଆଗାମୀ ପାଞ୍ଚ ବର୍ଷ ନିମନ୍ତେ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରିବା ଉଚିତ ଯେଉଁଥିରେ ଜଳଯୋଗାଣ ଠାରୁ ସ୍ୱଚ୍ଛତା ଏବଂ ବର୍ଜ୍ୟ ପରିଚାଳନାକୁ ମଧ୍ୟ ବିଚାରକୁ ନିଆଯିବ”
“ଆମର ନଦୀ, ଆମର ଜଳଉତ୍ସ ସମସ୍ତ ଜଳ ଉତ୍ସ ପଦ୍ଧତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ”
“ନମାମି ଗଙ୍ଗେ ଅଭିଯାନକୁ ଦୃଷ୍ଟାନ୍ତ ବିବଚେନା କରି ଅନ୍ୟ ରାଜ୍ୟଗୁଡିକ ମଧ୍ୟ ନଦୀ ସଂରକ୍ଷଣ ନିମନ୍ତେ ସେହିଭଳି ଅଭିଯାନ ଆରମ୍ଭ କରିପାରିବେ”

ଦେଶର ପ୍ରଥମ ଅଖିଳ ଭାରତୀୟ ସମ୍ମିଳନୀ ନିଜେ ଜଳ ମନ୍ତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ଜଳ ସୁରକ୍ଷା ଉପରେ ଭାରତ ଅଦୃଶ୍ୟ ଭାବରେ କାର୍ଯ୍ୟ କରୁଛି ଏବଂ ଅଦ୍ଭୁତପୂର୍ବ ପୁଞ୍ଜି ବିନିଯୋଗ କରୁଛି । ଆମର ସାମ୍ବିଧାନିକ ବ୍ୟବସ୍ଥାରେ ଜଳର ବିଷୟ, ରାଜ୍ୟମାନଙ୍କ ନିୟନ୍ତ୍ରଣରେ ଆସିଥାଏ । ଜଳ ସଂରକ୍ଷଣ ପାଇଁ ରାଜ୍ୟଗୁଡ଼ିକର ପ୍ରୟାସ ଦେଶର ସାମୁହିକ ଲକ୍ଷ୍ୟ ହାସଲ କରିବାରେ ବହୁତ ସହାୟକ ହେବ । ତେଣୁ ‘ୱାଟର ଭିଜନ ୨୦୪୭’ ଆଗାମୀ ୨୫ ବର୍ଷର ଅମୃତ ଯାତ୍ରାକୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ ।

ସାଥୀମାନେ,

ଏହି ସମ୍ମିଳନୀରେ ‘ସମଗ୍ର ସରକାର’ ଏବଂ ‘ସମଗ୍ର ଦେଶ’ ଏହି ଦୃଷ୍ଟିକୋଣକୁ ଆଗରେ ରଖି ଆଲୋଚନା ହେବା ବହୁତ ସ୍ୱାଭାବିକ ଅଟେ ଏବଂ ଆବଶ୍ୟକ ମଧ୍ୟ ହେବ । ‘ସମଗ୍ର ସରକାରଙ୍କ’ର ଗୋଟିଏ କଥା ଏହା ମଧ୍ୟ ଅଟେ ଯେ ସମସ୍ତ ସରକାରମାନେ ଗୋଟିଏ ନୀତିରେ ଏକ ଜୈବିକ ବାସ୍ତବିକତା ଭଳି କାର୍ଯ୍ୟ କରିବା ଉଚିତ । ରାଜ୍ୟଗୁଡ଼ିକରେ ମଧ୍ୟ ବିଭିନ୍ନ ମନ୍ତ୍ରଣାଳୟ ଭଳି ଜଳ ମନ୍ତ୍ରଣାଳୟ ହେଉ, ସିଞ୍ଚାଇ ମନ୍ତ୍ରଣାଳୟ ହେଉ, କୃଷି ମନ୍ତ୍ରଣାଳୟ ହେଉ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ହେଉ, ପଶୁପାଳନର ବିଭାଗ ହେଉ । ସେହିଭଳି ଭାବରେ ସହରୀ ବିକାଶ ମନ୍ତ୍ରଣାଳୟ, ସେହିଭଳି ଭାବରେ ଆପଦା ପ୍ରବନ୍ଧନ ଅର୍ଥାତ ସମସ୍ତଙ୍କ ମଧ୍ୟରେ ଲଗାତର ସମ୍ପର୍କ ଏବଂ ସମ୍ବାଦ ଏବଂ ଗୋଟିଏ ସ୍ୱଚ୍ଛ ଦୃଷ୍ଟିରେ ହେବା ବହୁତ ଆବଶ୍ୟକ ଅଟେ । ଯଦି ବିଭାଗଗୁଡ଼ିକୁ ଗୋଟିଏ ଅନ୍ୟଗୋଟିଏ ସହିତ ଜଡ଼ିତ ସଚୂନା ଥିବ, ତାଙ୍କ ନିକଟରେ ମଧ୍ୟ ପୁରା ଡାଟା ଥିବ, ତାଙ୍କୁ ତାଙ୍କ ନିଜ ପ୍ଳାନିଂରେ ମଧ୍ୟ ସାହାଯ୍ୟ ମିଳିବ ।

ସାଥୀମାନେ,

ଆମକୁ ଏହା ମଧ୍ୟ ବୁଝିବାକୁ ହେବ ଯେ ସରକାରଙ୍କ ଏକୁଟିଆ ପ୍ରୟାସ ଦ୍ୱାରା ସଫଳତା ଆସେ ନାହିଁ । ଯେଉଁ ସରକାରଙ୍କ ନିକଟରେ ଅଛି, ତାଙ୍କୁ ସେହି ଭାବନାରୁ ବାହାରକୁ ହେବ ଯେ ତାଙ୍କର ନିଜ ପ୍ରୟାସରୁ ଉପେକ୍ଷିତ ପରିଣାମ ମିଳିଯିବ । ଏଥିପାଇଁ ଜଳ ସଂରକ୍ଷଣ ସହିତ ଜଡ଼ିତ ଅଭିଯାନଗୁଡ଼ିକରେ ଜନତା ଜନାର୍ଦନକୁ, ସାମାଜିକ ସଂଗଠନକୁ, ସିଭିଲ ସୋସାଇଟିକୁ ମଧ୍ୟ ଅଧିକରୁ ଅଧିକ ଆମକୁ ଯୋଡ଼ିବାକୁ ହେବ, ସାଥୀରେ ନେବାକୁ ହେବ । ଜନଭାଗିଦାରୀର ଆହୁରି ଗୋଟିଏ ପକ୍ଷ ହେଉଛି ତାହାକୁ ଆହୁରି ମଧ୍ୟ ବୁଝିବା ବହୁତ ଆବଶ୍ୟକ । କିଛି ଲୋକମାନେ ଭାବନ୍ତି ଯେ ଜନଭାଗିଦାରୀ ଅର୍ଥାତ ଲୋକମାନଙ୍କ ଉପରେ ସମସ୍ତ ଦାୟିତ୍ୱ ଛାଡ଼ିନେବା । ଜନଭାଗିଦାରୀକୁ ପ୍ରୋତ୍ସାହନ ଦେବାରେ ସରକାରଙ୍କ ଦାୟିତ୍ୱ କମ୍ ହୋଇଯାଇଥାଏ । ପ୍ରକୃତରେ ଏମିତି ନୁହେଁ, ଉତ୍ତରଦାୟୀତ୍ୱ କମ୍ ହୋଇଯାଇ ନ ଥାଏ । ଜନଭାଗିଦାରୀର ସବୁଠାରୁ ବଡ଼ ଲାଭ ଏହା ହୋଇଥାଏ ଯେ ଜନତା ଜନାର୍ଦନଙ୍କୁ ମଧ୍ୟ ଏହା ଜଣାପଡ଼ିଥାଏ ଯେ ଏହି ଅଭିଯାନରେ କେତେ ପରିଶ୍ରମ ହେଉଛି, କେତେ ପଇସା ଲାଗୁଛି । ଏହାର କେତୋଟି ଦିଗ ରହିଛି । ଯେତେବେଳେ କୌଣସି ଅଭିଯାନ ଦ୍ୱାରା ଜନତା ଯୋଡ଼ି ହୋଇ ରହିଥାନ୍ତି, ତାହାଦ୍ୱାରା କାର୍ଯ୍ୟର ଗମ୍ଭୀରତା ଜଣାପଡ଼ି ଯାଇଥାଏ । ତାହାର ସାମର୍ଥ୍ୟର ମଧ୍ୟ ଜଣା ପଡ଼ିଥାଏ, ତାହାର ମାପ ଜଣା ପଡ଼ିଥାଏ, ସଂସାଧନ କେତେ ଲାଗିଥାଏ ତାହା ଜଣା ପଡ଼ିଥାଏ । ଏହାଦ୍ୱାରା ଜନତାଙ୍କ ମଧ୍ୟରେ ଯେତେବେଳେ ଏହା ସବୁ ଦେଖିଥାଉ ଜଡ଼ିତ ହୋଇଥାଉ ତେବେ ଏହି ପ୍ରକାରର ଯୋଜନା ହେଉ, କିମ୍ବା ଅଭିଯାନ ହେଉ ଗୋଟିଏ ସ୍ୱାମୀତ୍ୱର ଭାବନା ଆସିଥାଏ ଏବଂ ସ୍ୱାମୀତ୍ୱର ଭାବନା ଯାହା ଅଛି ତାହା କେବଳ ସଫଳତାର ବଡ଼ ପୁଞ୍ଜି ନୁହେଁ । ବର୍ତ୍ତମାନ ଆପଣ ଦେଖନ୍ତୁ ସ୍ୱଚ୍ଛ ଭାରତ ଅଭିଯାନ କେତେ ବଡ଼ ଉଦାହରଣ ଅଟେ । ସ୍ୱଚ୍ଛ ଭାରତ ଅଭିଯାନରେ ଯେତେବେଳେ ଲୋକମାନେ ଯୋଡ଼ି ହେଲେ, ସେତେବେଳେ ଜନତାଙ୍କ ମଧ୍ୟରେ ମଧ୍ୟ ଏକ ଚେତନା ଆସିଲା, ଜାଗ୍ରତ ହେଲେ । ମଇଳା ଦୂର କରିବା ପାଇଁ ଯେଉଁ ସଂସାଧନ ଯୋଗାଡ଼ିବାର ଥିଲା, ଯେଉଁ ବିଭିନ୍ନ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କରିବାର ଥିଲା, ଶୌଚାଳୟ କରିବାର ଥିଲା, ଏଭଳି ଅନେକ କାର୍ଯ୍ୟ ସରକାରଙ୍କ ଦ୍ୱାରା ହେଲା କିନ୍ତୁ ଏହି ଅଭିଯାନ ଦ୍ୱାରା ସଫଳତା ସେତେବେଳେ ସୁନିଶ୍ଚିତ ହେଲା । କିନ୍ତୁ ଏହି ଅଭିଯାନ ଦ୍ୱାରା ସଫଳତା ସେତେବେଳେ ସୁନିଶ୍ଚିତ ହେଲା ଯେତେବେଳେ ଜନତାଙ୍କ ମଧ୍ୟରେ, ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ଭାବନା ଆସିଲା ଯେ ଅପରିଷ୍କାର କରିବା ନାହିଁ, ଅପରିଷ୍କାର ହେବ ନାହିଁ । ମଇଳା ପ୍ରତି ଗୋଟିଏ ଘୃଣା ଭାବ ଲୋକମାନଙ୍କ ମଧ୍ୟରେ ଆସିବାକୁ ଲାଗିଲା । ବର୍ତ୍ତମାନ ଜନଭାଗିଦାରୀର ଏହି ଭାବନା ଆମକୁ ଜଳ ସଂରକ୍ଷଣ ପାଇଁ ଜନତାଙ୍କ ମନରେ ସୃଷ୍ଟି କରିବାକୁ ହେବ । ଏଥିପାଇଁ ଜନତାଙ୍କୁ ଆମେ ଯେତେ ଅଧିକ ଜାଗ୍ରତ କରାଇବା, ସେତିକି ହିଁ ପ୍ରଭାବ ସୃଷ୍ଟି ହେବ । ଯେମିତି ଆମେ ‘ଜଳ ସଚେତନତା ମହୋତ୍ସବ’ର ଆୟୋଜନ କରିପାରିବା । ସ୍ଥାନୀୟ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ମେଳାରେ ପାଣିକୁ ନେଇ ସଚେତନତା ସମ୍ବନ୍ଧୀୟ କୌଣସି ଆୟୋଜନକୁ ସାମିଲ କରିପାରିବା । ବିଶେଷ କରି, ନୂତନ ପିଢ଼ି ଏହି ବିଷୟ ପ୍ରତି ସଚେତନ ହୁଅନ୍ତୁ, ଏଥିପାଇଁ ଆମକୁ ପାଠ୍ୟକ୍ରମରୁ ନେଇ ବିଦ୍ୟାଳୟ ଆକର୍ଷଣ ପର୍ଯ୍ୟନ୍ତ ଅଭିନବ ଉପାୟ ଚିନ୍ତା କରିବାକୁ ହେବ । ଆପଣ ମାନୁଛନ୍ତି ଯେ ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ ଅମୃତ ସରୋବର ନିର୍ମାଣ କରାଯାଉଛି । ଆପଣ ମଧ୍ୟ ଆପଣଙ୍କ ରାଜ୍ୟରେ ଏଥିପାଇଁ ବହୁତ କିଛି କାର୍ଯ୍ୟ କରିଛନ୍ତି । ଏତେ କମ ସମୟରେ ୨୫ ହଜାର ଅମୃତ ସରୋବର ନିର୍ମାଣ ମଧ୍ୟ ହୋଇପାରିଛି । ଜଳ ସଂରକ୍ଷଣର ଦିଗରେ ପୁରା ବିଶ୍ୱରେ ନିଜସ୍ୱର ଏହି ଅପୂର୍ବ ଅଭିଯାନ ଅଟେ ଏବଂ ଏହା ଜନଭାଗିଦାରୀ ଏହା ସହିତ ଜଡ଼ିତ ହୋଇ ରହିଛି । ଲୋକମାନେ ପଦକ୍ଷେପ ନେଉଛନ୍ତି, ଲୋକମାନେ ଏହା ସହିତ ଯୋଡ଼ି ହୁଅନ୍ତି, ଆମକୁ ଏହି ଦିଗରେ ନିରନ୍ତର ପ୍ରୟାସ ବୃଦ୍ଧି କରିବାକୁ ପଡ଼ିବ ।

ସାଥୀମାନେ,

ନୀତି ସ୍ତରରେ ମଧ୍ୟ ଜଳ ସହିତ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଆମକୁ ସରକାରୀ ନୀତି ଏବଂ ଅମଲାତାନ୍ତ୍ରିକ ପ୍ରଣାଳୀରୁ ବାହାରକୁ ଆସିବାକୁ ପଡିବ । ସମସ୍ୟା ଚିହ୍ନଟ କରିବା ଏବଂ ସମାଧାନ ଖୋଜିବା ପାଇଁ ଆମକୁ ଟେକ୍ନୋଲୋଜୀ, ଶିଳ୍ପ ଏବଂ ବିଶେଷ କରି ଷ୍ଟାର୍ଟଅପ୍ ସଂଯୋଗ କରିବାକୁ ପଡ଼ିବ । ଜିଓ - ସେଜ୍ସିଂ ଏବଂ ଜିଓ ମ୍ୟାପିଂ ଭଳି ଟେକ୍ନୋଲୋଜି ଆମକୁ ଏହି ଦିଗରେ ବହୁତ ସାହାଯ୍ୟ କରିପାରିବ ।

ସାଥୀମାନେ

ନୀତି ସ୍ତରରେ ମଧ୍ୟ ଜଳ ସହିତ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଆମକୁ ସରକାରୀ ନୀତି ଏବଂ ଅମଲାତାନ୍ତ୍ରିକ ପ୍ରଣାଳୀରୁ ବାହାରକୁ ଆସିବାକୁ ପଡ଼ିବ । ସମସ୍ୟା ଚିହ୍ନଟ କରିବା ଏବଂ ସମାଧାନ ଖୋଜିବା ପାଇଁ ଆମକୁ ଟେକ୍ନୋଲୋଜି, ଶିଳ୍ପ ଏବଂ ବିଶେଷକରି ଷ୍ଟାର୍ଟଅପ ସଂଯୋଗ କରିବାକୁ ପଡ଼ିବ । ଜିଓ - ସେଜ୍ସିଂ ଏବଂ ଜିଓ ମ୍ୟାପି ଭଳି ଟେକ୍ନୋଲୋଜି ଆମକୁ ଏଇ ଦିଗରେ ବହୁତ ସାହାଯ୍ୟ କରିପାରିବ ।

ସାଥୀମାନେ,

ପ୍ରତ୍ୟେକ ଘରକୁ ଜଳ ଯୋଗାଇବା ପାଇଁ ‘ଜଲ ଜୀବନ ମିଶନ’ ଆପଣଙ୍କ ରାଜ୍ୟର ଏକ ପ୍ରମୁଖ ବିକାଶ ପାରାମିଟର ଅଟେ । ଅନେକ ରାଜ୍ୟ ଏଥିରେ ଭଲ କାମ କରିଛନ୍ତି, ଅନେକ ରାଜ୍ୟ ଏହି ଦିଗରେ ଆଗକୁ ବଢୁଛନ୍ତି । ବର୍ତ୍ତମାନ ଆମକୁ ସୁନିଶ୍ଚିତ କରିବାକୁ ପଡ଼ିବ ଯେ ଥରେ ଏହି ବ୍ୟବସ୍ଥା ଆସିବା ପରେ, ସେତେବେଳେ ଆମକୁ ତାଙ୍କର ଦେଖାରେଖା ମଧ୍ୟ ସେତିକି ଭଲ ଭାବରେ ଚାଲିଥାଏ । ଗ୍ରାମ ପଞ୍ଚାୟତଗୁଡ଼ିକ ଜଳ ଜୀବନ ମିଶନର ନେତୃତ୍ୱ ନେବା ଉଚିତ ଏବଂ କାର୍ଯ୍ୟ ସମାପ୍ତ ହେବା ପରେ ସେମାନେ ମଧ୍ୟ ପ୍ରମାଣ କରିବା ଉଚିତ ଯେ ପର୍ଯ୍ୟାପ୍ତ ଏବଂ ବିଶୁଦ୍ଧ ଜଳ ଉପଲବ୍ଧ ହୋଇଛି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ମଧ୍ୟ ଅନଲାଇନରେ ମାସିକ କିମ୍ବା ତ୍ରୈମାସିକ ରିପୋର୍ଟ ଦାଖଲ କରିପାରିବେ ଯେ ତାଙ୍କ ଗାଁରେ କେତେ ଘରକୁ ଟ୍ୟାପରୁ ପାଣି ଆସୁଛି । ଜଳର ଗୁଣବତ୍ତା ନିଶ୍ଚିତ କରିବାକୁ ପର୍ଯ୍ୟାୟକ୍ରମେ ଜଳ ପରୀକ୍ଷଣର ବ୍ୟବସ୍ଥାକୁ ମଧ୍ୟ ବିକଶିତ କରାଯିବା ଉଚିତ ।

ସାଥୀମାନେ,

ଆମେ ସମସ୍ତେ ଜାଣୁ ଯେ ଶିଳ୍ପ ଏବଂ କୃଷି ଏହିପରି ଦୁଇଟି କ୍ଷେତ୍ର ଯାହା ସ୍ୱାଭାବିକ ଭାବରେ ବହୁ ଜଳ ଆବଶ୍ୟକ କରେ । ସେମାନଙ୍କୁ ଜଳ ସୁରକ୍ଷା ବିଷୟରେ ଅବଗତ କରାଇବା ପାଇଁ ଉଭୟ କ୍ଷେତ୍ର ସହିତ ଜଡ଼ିତ ଲୋକଙ୍କ ମଧ୍ୟରେ ଆମେ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇବା ଉଚିତ । ଜଳର ଉପଲବ୍ଧତା ଆଧାରରେ ଫସଲ ବିବିଧକରଣ କରାଯିବା ଉଚି, ପ୍ରାକୃତିକ ଚାଷ ହେଉ, ଜୈବିକ ଚାଷକୁ ପ୍ରୋତ୍ସାହିତ କରାଯିବା ଉଚିତ । ଅନେକ ସ୍ଥାନରେ ଏହା ଦେଖାଯାଇଛି ଯେ ଯେଉଁଠାରେ ପ୍ରାକୃତିକ ଚାଷ କରାଯାଏ, ସେଠାରେ ଜଳ ସଂରକ୍ଷଣ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥାଏ ।

ସାଥୀମାନେ,

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧିନରେ ସମସ୍ତ ରାଜ୍ୟରେ ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି । ଏହା ଅନ୍ତର୍ଗତ ‘ପର ଡ୍ରପ ମୋର କ୍ରପ’ ବା ପ୍ରତି ବୁନ୍ଦା ଅଧକ ଫସଲ ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ଯୋଜନା ଅଧିନରେ ଦେଶରେ ୭ଠ ଲକ୍ଷ ହେକ୍ଟରରୁ ଅଧିକ ଜମି ମାଇକ୍ରୋ ଜଳସେଚନ ଅଧିନରେ ଅଣାଯାଇଛି । ସମସ୍ତ ରାଜ୍ୟଗୁଡ଼ିକୁ ମାଇକ୍ରୋ ଜଳସେଚନକୁ କ୍ରମାଗତ ପ୍ରୋତ୍ସାହିତ କରିବା ଉଚିତ । ଜଳ ସଂରକ୍ଷଣ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା । ବର୍ତ୍ତମାନ ସିଧାସଳଖ କେନାଲ ସ୍ଥାନରେ ପାଇପଲାଇନ ଆଧାରିତ ନୂତନ ଯୋଜନା ପ୍ରଣୟନ କରାଯାଉଛି । ଏହାକୁ ଆହୁରି ଆଗକୁ ନେବା ଆବଶ୍ୟକ ।

ସାଥୀମାନେ,

ଜଳ ସଂରକ୍ଷଣ ପାଇଁ କେନ୍ଦ୍ର ଅଟଳ ଭୂତଳ ଜଳ ସଂରକ୍ଷଣ ଯୋଜନା ଆରମ୍ଭ କରିଛି । ଏହା ଏକ ସମ୍ବେଦନଶୀଳ ଅଭିଯାନ ଏବଂ ଏହାକୁ ସେତିକି ସମ୍ବେଦନଶୀଳତାର ସହ ଆଗକୁ ନେବା ଆବଶ୍ୟକ । ଭୂତଳ ଜଳ ପରିଚାଳନା ପାଇଁ କର୍ତ୍ତୃପକ୍ଷ ଏହି ଦିଗରେ କଠୋର କାର୍ଯ୍ୟ କରିବା ମଧ୍ୟ ଆବଶ୍ୟକ ଅଟେ । ଭୂତଳ ଜଳ ରିଚାର୍ଜ ପାଇଁ ସମସ୍ତ ଜିଲ୍ଲାରେ ବୃହତ ପରିମାଣରେ ଜଳ ନିଷ୍କାସନ କାର୍ଯ୍ୟ ଆବଶ୍ୟକ । ଏବଂ ମୁଁ ଚାହେଁ ଯେ ମନରେଗାରେ ଜଳ ପାଇଁ ସର୍ବାଧିକ କାର୍ଯ୍ୟ କରାଯିବା ଉଚିତ । ପାହାଡ଼ ଅଞ୍ଚଳରେ ସ୍ପ୍ରିଙ୍ଗ ସେଡକୁ ପୁନର୍ଜୀବିତ କରିବାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି, ଏହା ଉପରେ ଶୀଘ୍ର କାର୍ଯ୍ୟ କରିବାକୁ ପଡ଼ିବ । ଜଳ ସଂରକ୍ଷଣ ପାଇଁ ଆପଣଙ୍କ ରାଜ୍ୟରେ ଜଙ୍ଗଲ କ୍ଷେତ୍ର ବୃଦ୍ଧି କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ପରିବେଶ ମନ୍ତ୍ରଣାଳୟ ଏବଂ ଜଳ ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ । ସ୍ଥାୟୀ ଭାବରେ ଜଳ ଯୋଗାଇବା ପାଇଁ, ସମସ୍ତ ସ୍ଥାନୀୟ ଜଳ ଉତ୍ସଗୁଡ଼ିକର ସଂରକ୍ଷଣ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ଗ୍ରାମ ପଞ୍ଚାୟତଗୁଡ଼ିକ ମଧ୍ୟ ନିଜ ପାଇଁ ଆଗାମୀ ୫ ବର୍ଷ ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଉଚିତ । ଯେଉଁଥିରେ ଜଳ ଯୋଗାଣ ଠାରୁ ସ୍ୱଚ୍ଛତା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପର୍ଯ୍ୟନ୍ତ ଏକ ରୋଡ୍ମ୍ୟାପ ରହିବା ଉଚିତ । କେଉଁ ଗ୍ରାମରେ କେତେ ଜଳ ଆବଶ୍ୟକ ଏବଂ ଏଥିପାଇଁ କେଉଁ କାର୍ଯ୍ୟ କରାଯାଇପାରିବ ସେହି ଆଧାରରେ କେତେକ ରାଜ୍ୟରେ ପଞ୍ଚାୟତ ସ୍ତରରେ ଜଳ ବଜେଟ୍ ପ୍ରସ୍ତୁତ କରାଯାଇଛି । ଏହାକୁ ଅନ୍ୟ ରାଜ୍ୟମାନେ ମଧ୍ୟ ଗ୍ରହଣ କରିପାରିବେ । ସାମ୍ପ୍ରତିକ ବର୍ଷଗୁଡ଼ିକରେ ଆମେ ଦେଖିଛୁ ଯେ ବର୍ଷା ଧରିବା ଅଭିଯାନ ଏକ ଆକର୍ଷଣ ସୃଷ୍ଟି କରିଛି । କିନ୍ତୁ ସଫଳତା ପାଇଁ ବହୁତ କିଛି ଆବଶ୍ୟକ । ଏଭଳି ଅଭିଯାନ ରାଜ୍ୟ ସରକାରଙ୍କ ଦୈନନ୍ଦୀନ କାର୍ଯ୍ୟକଳାପର ଏକ ପ୍ରାକୃତିକ ଅଂଶ ହେବା ଉଚିତ । ଏହା ରାଜ୍ୟ ସରକାରଙ୍କର ବାର୍ଷିକ ଅଭିଯାନର ଏକ ଆବଶ୍ୟକ ଅଂଶ ହେବା ଉଚିତ । ଏବଂ ଏପରି ଅଭିଯାନ ପାଇଁ ବର୍ଷାକୁ ଅପେକ୍ଷା କରିବା ପରିବର୍ତ୍ତେ ବର୍ଷା ପୂର୍ବରୁ ସମସ୍ତ ଯୋଜନା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସାଥୀମାନେ,

ଏହି ବଜେଟରେ ସରକାର ସର୍କୁଲାର ଇକୋନମୀ ଉପରେ ବହୁତ ଗୁରୁତ୍ୱ ଦେଇଛନ୍ତି । ଜଳ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ସର୍କୁଲାର ଇକୋନମୀର ବଡ଼ ଭୂମିକା ରହିଛି । ଯେତେବେଳେ ଉପଚାରିତ ପାଣଇକୁ ପୁନଃ-ବ୍ୟବହାର କରାଯାଇଥାଏ, ସ୍ୱଚ୍ଛ ପାଣିକୁ ସଂରକ୍ଷଣ କରାଯାଇଥାଏ, ସେତେବେଳେ ସେଥିରେ ସମ୍ପୂର୍ଣ୍ଣ ଇକୋ-ସିଷ୍ଟମକୁ ବହୁତ ଲାଭ ହୋଇଥାଏ । ସେଥିପାଇଁ ପାଣିର ଉପଚାର, ପାଣିର ପୁନଃ ପ୍ରକ୍ରିୟାକରଣ ଆବଶ୍ୟକ ଅଟେ । ରାଜ୍ୟ ଦ୍ୱାରା ବିଭିନ୍ନ କାର୍ଯ୍ୟରେ ‘ଉପଚାରିତ ପାଣି’ର ବ୍ୟବହାରକୁ ବୃଦ୍ଧି କରିବାର ଯୋଜନା ଏବଂ ସେଥିରେ ଅନୁପଯୋଗୀ ବର୍ଜ୍ୟବସ୍ତୁ ମଧ୍ୟ ରହିଥାଏ । ଆପଣଙ୍କୁ ସ୍ଥାନୀୟ ଆବଶ୍ୟକତାର ମ୍ୟାପିଂ କରିବାକୁ ହେବ, ସେହି ହିସାବରେ ଯୋଜନାମାନ କରିବାକୁ ହେବ । ଆମକୁ ଆହୁରି ଗୋଟିଏ କଥା ଧ୍ୟାନ ରଖିବାକୁ ହେବ । ଆମର ନଦୀ, ଆମର ଜଳ ସମିତି ପୁରା ଜଳ ପରିସ୍ଥିତିମାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ । ଆମର କୌଣସି ନଦୀ କିମ୍ବା ଜଳ ସମିତି ବାହ୍ୟକାରଣ ଯୋଗୁଁ ପ୍ରଦୂଷିତ ନ ହେଉ, ଏଥିପାଇଁ ଆମକୁ ପ୍ରତ୍ୟେକ ରାଜ୍ୟରେ ବର୍ଜ୍ୟ ମ୍ୟାନେଜମେଣ୍ଟ ଏବଂ ସିୱେଜ ଟ୍ରିଟମେଣ୍ଟର ନେଟୱର୍କ କରିବାକୁ ହେବ । ଉପଚାରିତ ଜଳର ପୁନଃ ବ୍ୟବହାର ହେଉ, ଏଥିପାଇଁ ମଧ୍ୟ ଆମକୁ ପ୍ରଭାବୀ ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ହେବ । ନମାମି ଗଙ୍ଗେ ମିଶନକୁ ନମୁନା କରି ବାକି ରାଜ୍ୟ ମଧ୍ୟ ନିଜ ସ୍ଥାନରେ ନିଜ ରାଜ୍ୟରେ ନଦୀଗୁଡ଼ିକର ସଂରକ୍ଷଣ ଏବଂ ପୁନର୍ଜୀବନ ପାଇଁ ଏମିତି ଅଭିଯାନ ଆରମ୍ଭ କରିପାରିବେ ।

ସାଥୀମାନେ,

ଜଳ ସହଯୋଗ ଏବଂ ସମନ୍ୱୟର ବିଷୟ ହେବା ଉଚିତ, ରାଜ୍ୟଗୁଡ଼ିକ ମଧ୍ୟରେ ସହଯୋଗର ବିଷୟ ହେବା ଉଚିତ । ଏହା ଆମ ସମସ୍ତଙ୍କର ଦାୟିତ୍ୱ ଅଟେ । ଏବଂ ଆପଣ ଅନ୍ୟ ଏକ ସମସ୍ୟା ଦେଖୁଛନ୍ତି, ସହରୀକରଣ ବହୁତ ଦ୍ରୁତ ଗତିରେ ବଢୁଛି । ସହୀକରଣ ଦିଗରେ ଆମର ଜଳ ସଂଖ୍ୟା ଅତି ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଯାଉଛି । ସହରୀ ବିକାଶ ଏତେ ଦ୍ରୁତ ଗତିରେ ଘଟୁଛି, ତେଣୁ ଆମକୁ ବର୍ତ୍ତମାନ ଠାରୁ ଜଳ ବିଷୟରେ ଚିନ୍ତା କରିବାକୁ ପଡ଼ିବ । ଜଳ ନିଷ୍କାସନ ବ୍ୟବସ୍ଥାକୁ ବର୍ତ୍ତମାନ ଠାରୁ ଚିନ୍ତା କରିବାକୁ ପଡ଼ିବ । ସହରଗୁଡ଼ିକ ବୃଦ୍ଧି ହେବାର ଯେଉଁ ଗତି ଅଛି ସେହି ଗତିରେ ଆମକୁ ଆହୁରି ଗତି ବଢ଼ାଇବାକୁ ହେବ । ମୁଁ ଆଶା କରୁଛି ଏହି ଶିଖର ସମ୍ମିଳନୀରେ ଆମେ ସମସ୍ତଙ୍କ ଅଭିଜ୍ଞତା ବାଣ୍ଟିଛୁ । ସେଠାରେ ବହୁତ ଆଲୋଚନା ଫଳପ୍ରଦ ହେବ । ଏକ ନିଶ୍ଚିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହେବ ଏବଂ ଏକ ରିଜୋଲୁସନ ପ୍ରସ୍ତୁତ କରି ଆପଣ ଏହାକୁ ହାସଲ କରିବାକୁ ଆଗକୁ ବଢ଼ିବେ । ପ୍ରତ୍ୟେକ ରାଜ୍ୟ ନିଜର ରାଜ୍ୟରା ନାଗରିକମାନଙ୍କର ସୁଖ ସୁବିଧା ପାଇଁ, ନାଗରିକଙ୍କ କର୍ତ୍ତବ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦେବା ସହ ଏବଂ ସରକାରଙ୍କ ପାଣି ପ୍ରତି ପ୍ରାଥମିକତା ଥିବା କାର୍ଯ୍ୟ ଯଦି ଆମେ କରିବୁ ତେବେ ମୁଁ ବିଶ୍ୱାସର ସହିତ କହିପାରିବି ଯେ ଏହି ଜଳ ସମ୍ମିଳନୀ ପାଇଁ ଆମେ ବହୁତ ଆଶା ସହିତ ଆଗକୁ ବଢ଼ିବା, ମୋର ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cotton duty relief: Textile industry welcomes import tax waiver, sees boost for exports and MSMEs

Media Coverage

Cotton duty relief: Textile industry welcomes import tax waiver, sees boost for exports and MSMEs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Lokmata Ahilyabai Holkar on her birth anniversary
May 31, 2026

The Prime Minister, Shri Narendra Modi has paid tributes to Lokmata Ahilyabai Holkar on her birth anniversary.

Shri Modi said that the entire nation remembers Lokmata Ahilyabai Holkar with deep respect and reverence for her wisdom, compassion and unwavering commitment to public welfare.

The Prime Minister noted that her life remains an exemplary model of good governance, patriotism and cultural pride. He said that she always led with courage and a strong sense of duty.

The Prime Minister highlighted her unparalleled contribution to ensuring justice and welfare for all, as well as her efforts towards the reconstruction of sacred temples and pilgrimage sites across the country. He remarked that her work further strengthened India’s cultural consciousness.

The Prime Minister stated that Lokmata Ahilyabai Holkar’s dedication to society, culture and nation-building will continue to inspire every generation of the country.

The Prime Minister wrote on X;

“लोकमाता अहिल्याबाई होल्कर जी को उनकी जयंती पर कोटि-कोटि नमन! बुद्धिमत्ता, करुणा और जनकल्याण के प्रति अटूट निष्ठा को लेकर पूरा देश उन्हें आदर और सम्मान के साथ स्मरण करता है। उनका जीवन सुशासन, राष्ट्रभक्ति और सांस्कृतिक गौरव का एक उत्कृष्ट उदाहरण है। उन्होंने सदैव साहस और कर्तव्यनिष्ठा के साथ नेतृत्व किया। देशभर में पावन मंदिरों और तीर्थस्थलों के पुनर्निर्माण से लेकर सभी के लिए न्याय और कल्याण सुनिश्चित करने में उन्होंने अतुलनीय योगदान दिया। उन्होंने भारत की सांस्कृतिक चेतना को और सशक्त बनाया। समाज, संस्कृति और राष्ट्र निर्माण के प्रति उनका समर्पण भाव देश की हर पीढ़ी को प्रेरित करता रहेगा।”