Marathi being recognised as a Classical Language is a moment of pride for everyone: PM
Along with Marathi, Bengali, Pali, Prakrit and Assamese languages ​​have also been given the status of classical languages, I also congratulate the people associated with these languages: PM
The history of Marathi language has been very rich: PM
Many revolutionary leaders and thinkers of Maharashtra used Marathi language as a medium to make people aware and united: PM
Language is not just a medium of communication, it is deeply connected with culture, history, tradition and literature: PM

ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଅଜିତ ପାୱାର, କେନ୍ଦ୍ରରେ ଥିବା ମୋର ସମସ୍ତ ସହଯୋଗୀ, ଅନେକ ପିଢି ଧରି ନିଜର ଗାୟକିର ଛାପ ଛାଡିଥିବା ଆଶା ପ୍ରସିଦ୍ଦ ଅଭିନେତା ଭାଇ ସଚିନ, ନାମଦେବ କାମ୍ବଲେ, ସଦାନନ୍ଦ ମୋରେ ଜୀ, ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଭାଇ ଦୀପକ, ମଙ୍ଗଳପ୍ରଭାତ ଲୋଧା, ମଙ୍ଗଲପ୍ରଭାତ ଲୋଧା, ବିଜେପିର ମୁମ୍ବାଇ ସଭାପତି ଭାଇ ଆଶିଷ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଭାଇ ଏବଂ ଭଉଣୀମାନେ !

ସର୍ବ ପ୍ରଥମେ, ମରାଠୀ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରାଯାଇଥିବାରୁ , ମରାଠୀ ଭାଷା କହୁଥିବା ମହାରାଷ୍ଟ୍ରର ଲୋକମାନଙ୍କୁ, ମହାରାଷ୍ଟ୍ର ବାହାରେ ରହୁଥିବା ଏବଂ ବିଶ୍ୱରେ ରହୁଥିବା ସମସ୍ତ ମରାଠୀ ଭାଷାକୁ ମୁଁ ହାର୍ଦ୍ଧିକ ଅଭିନନ୍ଦନ ଜଣାଉଛି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ମରାଠୀ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯାଇଛି । ମରାଠୀ ଭାଷାର ଇତିହାସକୁ ଆଜି ଏକ ସୁବର୍ଣ୍ଣ ସୁଯୋଗ ଏବଂ ଅଧିକ ଏହାକୁ ବହୁତ ଭଲ ଭାବରେ ବର୍ଣ୍ଣନା କରିଛନ୍ତି । ମହାରାଷ୍ଟ୍ରବାସୀ ଏବଂ ପ୍ରତ୍ୟେକ ମରାଠୀ ଭାଷୀ ଲୋକମାନେ, ଦଶନ୍ଧି ଧରି ଅପେକ୍ଷା କରିଥିଲେ। ମୁଁ ଖୁସି ଯେ ମହାରାଷ୍ଟ୍ରର ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ମୋତେ କିଛି କରିବାର ସୁଯୋଗ ମିଳିଛି । ଆଜି ର ଏହି ଖୁସିର ମୁହୂର୍ତ୍ତକୁ ବାଣ୍ଟିବା ପାଇଁ ମୁଁ ଆପଣମାନଙ୍କ ମଧ୍ୟରେ ଅଛି । ମରାଠୀ, ବଙ୍ଗଳା, ପାଲି, ପ୍ରାକୃତିି ଓ ଆସାମୀ ଭାଷାକୁ ମଧ୍ୟ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯାଇଛି। ମୁଁ ଏହି ଭାଷା ସହିତ ଜଡ଼ିତ ଲୋକଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି ।

 

ସାଥୀମାନେ,

ମରାଠୀ ଭାଷାର ଇତିହାସ ବହୁତ ସମୃଦ୍ଧ ରହିଛି । ଏହି ଭାଷାରୁ ବାହାରିଥିବା ଜ୍ଞାନର ଧାରା ଅନେକ ପିଢ଼ିକୁ ମାର୍ଗଦର୍ଶନ ଦେଇଛି, ଏବଂ ସେମାନେ ଆଜି ମଧ୍ୟ ଆମକୁ ବାଟ ଦେଖାଉଛନ୍ତି । ଏହି ଭାଷାରୁ ହିଁ ସନ୍ଥ ଜ୍ଞାନେଶ୍ୱର ବେଦାନ୍ତ ଆଲୋଚନା ସହିତ ଲୋକଙ୍କୁ ଯୋଡ଼ିଥିଲେ। ଜ୍ଞାନେଶ୍ୱରୀ ଗୀତାର ଜ୍ଞାନରେ ଭାରତର ଆଧ୍ୟାତ୍ମିକ ଜ୍ଞାନକୁ ପୁନର୍ଜୀବିତ କରିଥିଲେ । ଏହି ଭାଷା ମାଧ୍ୟମରେ ସନ୍ଥ ନାମଦେବ ଭକ୍ତି ପଥର ଚେତନାକୁ ସୁଦୃଢ଼ କରିଥିଲେ । ସେହିଭଳି ସନ୍ଥ ତୁକାରାମ ମରାଠୀ ଭାଷାରେ ଧାର୍ମିକ ସଚେତନତା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ଏବଂ ସନ୍ଥ ଚୋଖମେଳା ସାମାଜିକ ପରିବର୍ତ୍ତନ ର ଆନ୍ଦୋଳନକୁ ସୁଦୃଢ଼ କରିଥିଲେ ।

 

ଆଜି ମହାରାଷ୍ଟ୍ର ଓ ମରାଠୀ ଧର୍ମର ବିକାଶ ହେଉଛି

ମୁଁ ଥୋର ପିଲାମାନଙ୍କୁ ପ୍ରମାଣ

ସମଗ୍ର ମରାଠୀ ଭାଷାର ଯେଉଁ ମାନ୍ୟତା ମିଳିଛି

ଆଜି ମୁଁ ମହାନ୍ ସାଧୁମାନଙ୍କୁ ମୋର ଗଭୀର ପ୍ରଣାମ ଜଣାଉଛି ।

ଯେଉଁମାନେ ମହାରାଷ୍ଟ୍ର ଏବଂ ମରାଠୀ ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଛତ୍ରପତି ଶିବାଜୀ ମହାରାଜଙ୍କ ୩୫୦ତମ ରାଜ୍ୟଭିଷେକ ଅବସରରେ ମରୀଠୀ ଭାଷାର ସ୍ୱୀକୃତି ପାଇଁ ସମଗ୍ର ଦେଶକୁ ସମ୍ମାନର ସହ ସଲାମ ଜଣାଉଛି ।

ସାଥିମାନେ,

ମରାଠୀ ଭାଷାର ଅବଦାନ ଦ୍ୱାରା ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସ ସମୃଦ୍ଧ ହୋଇଛି । ମହାରାଷ୍ଟ୍ରର ଅନେକ ବିପ୍ଳବୀ ନେତା ଏବଂ ବିଜାରକ ମରାଠୀକୁ ଲୋକଙ୍କୁ ଜାଗ୍ରତ ଏବଂ ଏକଜୁଟ କରିବାପାଇଁ ଏକ ମାଧ୍ୟମ ଭାବରେ ବ୍ୟବହାର କରିଥିଲେ । ଲୋକମାନ୍ୟ ତିଲକ ତାଙ୍କ ମରାଠୀ ଖବରକାଗଜ 'କେଶରୀ' ଜରିଆରେ ବିଦେଶୀ ଶାସନର ମୂଳଦୁଆକୁ ଦୋହଲାଇ ଦେଇଥିଲେ। ମରାଠୀଭାଷାରେ ତାଙ୍କ ଭାଷଣ ଜନସାଧାରଣଙ୍କ ମଧ୍ୟରେ 'ସ୍ୱରାଜ' ପାଇଁ ଇଚ୍ଛା ଜାଗ୍ରତ କରିଥିଲା। ନ୍ୟାୟ ଏବଂ ସମାନତାର ଲଢ଼େଇ ପାଇଁ ଆଗକୁ ନେବାରେ ମରାଠୀ ଭାଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଗୋପାଳ ଗଣେଶ ଅଗରକର ତାଙ୍କ ମରାଠୀ ଖବରକାଗଜ 'ସୁଧାରକ' ଜରିଆରେ ସାମାଜିକ ସଂସ୍କାର ପାଇଁ ଅଭିଯାନକୁ ଘରେ ଘରେ ପହଞ୍ଚାଇଥିଲେ। ଗୋପାଳ କୃଷ୍ଣ ଗୋଖଲେ ମଧ୍ୟ ସ୍ୱାଧୀନତା ସଂଗ୍ରାମକୁ ମାର୍ଗଦର୍ଶନ କରିବା ପାଇଁ ମରାଠୀ ଭାଷା ବ୍ୟବହାର କରିଥିଲେ ।

ସାଥିମାନେ,

ମରାଠୀ ସାହିତ୍ୟ ହେଉଛି ଭାରତର ଏକ ଅମୂଲ୍ୟ ଐତିହ୍ୟ, ଯାହା ଆମ ସଭ୍ୟତାର ବିକାଶ ଏବଂ ସାଂସ୍କୃତିକ ଉତ୍କର୍ଷତାର କାହାଣୀକୁ ସଂରକ୍ଷିତ ରଖିଥାଏ । ମରାଠୀ ସାହିତ୍ୟ ମାଧ୍ୟମରେ ମହାରାଷ୍ଟ୍ରରେ 'ସ୍ୱରାଜ' (ଆତ୍ମଶାସନ), 'ସ୍ୱଦେଶୀ' (ଆତ୍ମନିର୍ଭରଶୀଳତା), 'ସ୍ୱାଭିମାନ' (ମାତୃଭାଷା) ଏବଂ 'ସ୍ୱ-ସଂସ୍କୃତି'ର ଚେତନା ବ୍ୟାପିଥିଲା। ସ୍ୱାଧୀନତା ଆନ୍ଦୋଳନ ସମୟରେ ଆରମ୍ଭ ହୋଇଥିବା ଗଣେଶ ଉତ୍ସବ ଏବଂ ଶିବ ଜୟନ୍ତୀ କାର୍ଯ୍ୟକ୍ରମ, ବୀର ସାବରକରଙ୍କ ଭଳି ବିପ୍ଳବୀଙ୍କ ଚିନ୍ତାଧାରା, ବାବାସାହେବ ଆମ୍ବେଦକରଙ୍କ ସାମାଜିକ ସମାନତା ଆନ୍ଦୋଳନ, ମହର୍ଷି କର୍ଭେଙ୍କ ମହିଳା ସଶକ୍ତୀକରଣ ଅଭିଯାନ, ମହାରାଷ୍ଟ୍ରର ଶିଳ୍ପାୟନ ଏବଂ କୃଷି ସଂସ୍କାର ପାଇଁ ପ୍ରୟାସ - ଏସବୁର ପ୍ରାଣଶକ୍ତି ଥିଲା, ଆମ ଦେଶରେ ସାଂସ୍କୃତିକ ବିବିଧତା ମରାଠୀ ମରାଠୀ ଭାଷା ସହ ଯୋଡ଼ି ହୋଇ ସମୃଦ୍ଧ ହୋଇଯାଇଥାଏ ।

 

ସାଥିମାନେ,

ଭାଷା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ । ସଂସ୍କୃତି, ଇତିହାସ, ପରମ୍ପରା ଓ ସାହିତ୍ୟ ସହିତ ଏହି ଭାଷାର ଗଭୀର ସମ୍ପର୍କ ରହିଛି। ଆମେ ଲୋକଗୀତ ପୋୱାଡାର ଉଦାହରଣ ନେଇପାରିବା । ପୋୱାଡା ମାଧ୍ୟମରେ ଛତ୍ରପତି ଶିବାଜୀ ମହାରାଜ ଏବଂ ଅନ୍ୟ ବୀରମାନଙ୍କ ବୀରତ୍ୱପୂର୍ଣ୍ଣ କାହାଣୀ ଅନେକ ଶତାବ୍ଦୀ ପରେ ମଧ୍ୟ ଆମ ପାଖରେ ପହଞ୍ଚିଛି । ଆଜିର ପିଢ଼ିକୁ ମରାଠୀ ଭାଷାର ଏହା ଏକ ଚମତ୍କାର ଉପହାର। ଯେତେବେଳେ ଆମେ ଭଗବାନ ଗଣେଶଙ୍କୁ ପୂଜା କରିଥାଉ, ସେତେବେଳେ ଆମ ମନରେ ସ୍ୱାଭାବିକ ଭାବରେ ଗୁଞ୍ଜରିତ ହେଉଥିବା ଶବ୍ଦଗୁଡ଼ିକ ହେଉଛି 'ଗଣପତି ବାପ୍ପା ମୋରିଆ'। ଏହା କେବଳ କିଛି ଶବ୍ଦର ମିଶ୍ରଣ ନୁହେଁ, ବରଂ ଭକ୍ତିର ଅନନ୍ତ ପ୍ରବାହ । ଏହି ଭକ୍ତି ସମଗ୍ର ଦେଶକୁ ମରାଠୀ ଭାଷା ସହିତ ଯୋଡିଥାଏ । ସେହିଭଳି ଯେଉଁମାନେ ଭଗବାନ ବିଠଲଙ୍କ 'ଅଭଙ୍ଗକୁ ମଧ୍ୟ ଶୁଣୁଥିବା ଭକ୍ତ ଅଛନ୍ତି, ସେମାନେ ମଧ୍ୟ ଆପେ ଆପେ ମରାଠୀ ସହ ଯୋଡ଼ି ହୋଇଯାଆନ୍ତି।

ସାଥିମାନେ,

ମରାଠୀ ଭାଷାକୁ ଗୌରବ ଆଣି ଦେବାରେ ମରାଠୀ ସାହିତ୍ୟିକ, ଲେଖକ, କବି ଏବଂ ଅଗଣିତ ମରାଠୀ ପ୍ରେମୀଙ୍କ ଦୀର୍ଘ ପ୍ରୟାସ କରିଛନ୍ତି । । ମରାଠୀ ପାଇଁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଅନେକ ପ୍ରତିଭାସମ୍ପନ୍ନ ସାହିତ୍ୟିକଙ୍କ ସେବାର ପ୍ରସାଦ ମିଳିଛି । ବାଲଶାସ୍ତ୍ରୀ ଜାମ୍ଭେକର, ମହାତ୍ମା ଜ୍ୟୋତିବା ଫୁଲେ, ସାବିତ୍ରୀବାଇ ଫୁଲେ, କ୍ରିଷ୍ଣାଜୀ ପ୍ରଭାକର ଖଦିଲକର, କେଶବସୁତ, ଶ୍ରୀପଦ ମହାଦେବ ମାଟେ, ଆଚାର୍ଯ୍ୟ ଅତ୍ରେ, ଶାନ୍ତାବାଇ ଶେଲକେ, ଗଜାନନ ଦିଗମ୍ବର ମାଡଗୁଲକର ଏବଂ କୁସୁମଗାଜ ଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଅବଦାନ ଅତୁଳନୀୟ ଅଟେ । ମରାଠୀ ସାହିତ୍ୟର ପରମ୍ପରା କେବଳ ପ୍ରାଚୀନ ନୁହେଁ ବରଂ ବହୁମୁଖୀ । ବିନୋବା ଭାବେ, ଶ୍ରୀପାଦ ଅମୃତ ଡାଙ୍ଗେ, ଦୁର୍ଗାବାଇ ଭାଗବତ, ବାବା ଆମ୍‌ଟେ, ଦଳିତ ଲେଖକ ଦୟା ପାୱାର ଏବଂ ବାବାସାହେବ ପୁରନ୍ଦରଙ୍କ ଭଳି ଅନେକ ମରାଠୀ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତିି। ଆଜି ମୁଁ ପୁରୁଷୋତ୍ତମ ଲକ୍ଷ୍ମଣ ଦେଶପାଣ୍ଡେ, ଡକ୍ଟର ଅରୁଣା ଧରେ, ଡ. ସଦାନନ୍ଦ ମୋରେ, ମହେଶ ଏଲକୁଞ୍ଚୱାର ଏବଂ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ନାମଦେବ କାମ୍ବଲେଙ୍କ ଭଳି ସାହିତ୍ୟିକଙ୍କ ଅବଦାନକୁ ମଧ୍ୟ ମନେ ପକାଉଛି। ଆଶା ବାଗେ, ବିଜୟା ରାଜାଧ୍ୟକ୍ଷ, ଡକ୍ଟର ଶରଣ କୁମାର ଲିମ୍ବାଲେ ଏବଂ ନାଟ୍ୟ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ କୁଲକର୍ଣ୍ଣିଙ୍କ ଭଳି ଅନେକ ମହାନ କଳାକାର ବର୍ଷ ବର୍ଷ ଧରି ଏହି ମୁହୂର୍ତ୍ତର ସ୍ୱପ୍ନ ଦେଖିଥିଲେ।

ସାଥିମାନେ,

ସାହିତ୍ୟ ଓ ସଂସ୍କୃତି ସହିତ ମରାଠୀ ସିନେମା ମଧ୍ୟ ଆମକୁ ଗୌରବାନ୍ୱିତ ଗର୍ବିତ କରିଛି। ଭାରତୀୟ ସିନେମାର ଯେଉଁ ସ୍ୱରୂପ ରହିଛି, ତାହାର ଆଧାର ମଧ୍ୟ ଆଜି ଆମେ ଦେଖୁଛୁ ଭି ଶାନ୍ତାରାମ ଏବଂ ଦାଦାସାହେବ ଫାଲକେଙ୍କ ଭଳି ବିଶିଷ୍ଟ କଳାକାରମାନେ ପ୍ରସ୍ତୁ କରିଥିଲେ । ମରାଠୀ ରଙ୍ଗଭୂମିର ସମାଜର ଅବହେଳିତ ଏବଂ ଅବହେଳିତ ବର୍ଗଙ୍କ ସ୍ୱରକୁ ବଢ଼ାଇଛି । ମରାଠୀ ରଙ୍ଗଭୂମି କିମ୍ବଦନ୍ତୀ କଳାକାରମାନେ ପ୍ରତ୍ୟେକ ମଞ୍ଚରେ ନିଜର ପ୍ରତିଭାର ପ୍ରମାଣ ଦେଇଛନ୍ତି। ମରାଠୀ ସଙ୍ଗୀତ, ଲୋକସଙ୍ଗୀତ ଏବଂ ଲୋକନୃତ୍ୟର ପରମ୍ପରା ଏକ ସମୃଦ୍ଧ ଐତିହ୍ୟକୁ ନେଇ ଆଗକୁ ବଢୁଛି । ପୋୱାଡାର। ବାଲ ଗାନ୍ଧର୍ବ, ଡ. ବସନ୍ତରାଓ ଦେଶପାଣ୍ଡେ, ଭୀମସେନ ଯୋଶୀ, ସୁଧୀର ଫଡ଼କେ, ମୋଗୁବାଇ କୁର୍ଦ୍ଦିକରଙ୍କ ଭଳି କିମ୍ବଦନ୍ତୀ ଏବଂ ପରବର୍ତ୍ତୀ ଯୁଗରେ ଲତା ଦିଦି, ଆଶା ତାଇ, ଶଙ୍କର ମହାଦେବନ ଏବଂ ଅନୁରାଧା ପୌଡୱାଲ ଙ୍କ ଭଳି କିମ୍ବଦନ୍ତୀ ମରାଠୀ ସଙ୍ଗୀତକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି । ମରାଠୀ ଭାଷାର ସେବା କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ଏତେ ଅଧିକ ଯେ ଯଦି ମୁଁ ସେମାନଙ୍କ ବିଷୟରେ କହିବି, ତେବେ ସାରା ରାତି ବିତିଯିବ ।

 

ସାଥିମାନେ,

ମୋର ସୌଭାଗ୍ୟ, - ଏଠାରେ କିଛି ଲୋକଙ୍କୁ ସଂଙ୍କେଚ ଯେ ସେ ମରାଠୀ କହିବୁ କି ହିନ୍ଦି କହିବୁ, ମୋର ମଝିରେ ମଝିରେ ଟିକେ ସମ୍ପର୍କ ନ ଥିଲା ନ ହେଲେ ମୁଁ ମରାଠୀରୁ ଗୁଜରାଟୀକୁ ଦୁଇ କିମ୍ବା ତିନୋଟି ପୁସ୍ତକ ଅନୁବାଦ କରିବାର ସୌଭାଗ୍ୟ ପାଇଥିଲି । ଗତ ୪୦ ବର୍ଷ ହେବ ମୁଁ ଏହି ଭାଷା ସହିତ ସମ୍ପର୍କ ହରାଇଲି, ନ ହେଲେ ମୁଁ ଏକଦା ଭଲ ଭାବରେ ମରାଠୀ କହିପାରୁଥିଲିି । କିନ୍ତୁ ଏବେ ମୁଁ ଅଧିକ ଅସୁବିଧା ଅନୁଭବ କରୁନାହିଁ। କାରଣ, ମୋର ପ୍ରାରମ୍ଭିକ ଜୀବନରେ ମୁଁ ଅହମ୍ମଦାବାଦରେ ଜଗନ୍ନାଥ ଜୀଙ୍କ ଯେଉଁ ମନ୍ଦିର ଅଛି ତାହା ନିକଟରେ, କାଲିକୋ ମିଲ ଅଛି । ସେହି ନିକଟରେ ରହୁଥିଲି । କାଲିକୋ ମିଲ୍ ଶ୍ରମିକ କ୍ୱାର୍ଟର୍ସରେ ଥିଲା ସେଠାରେ ଭିଡେ ନାମକ ଏକ ମହାରାଷ୍ଟ୍ର ପରିବାର ରହୁଥିଲେ। ଏବଂ ତାଙ୍କର ଶୁକ୍ରବାର ଦିନ ଛୁଟି ରହୁଥିଲା। ସେହି ସମୟରେ ବିଜୁଳି ଯୋଗାଣର ସମସ୍ୟା ରହୁଥିଲା । ମୁଁ କୌଣସି ରାଜନୈତିକ ମନ୍ତବ୍ୟ ଦେଉନାହିଁ, କିନ୍ତୁ ସେହି ଦିନଗୁଡ଼ିକ ସେପରି ଥିଲା । ଯେହେତୁ ଶୁକ୍ରବାର ତାଙ୍କର ଛୁଟି ଦିନ ଥିଲା, ତେଣୁ ମୁଁ ଶୁକ୍ରବାର ସେହି ପରିବାରକୁ ଭେଟିବାକୁ ଯାଉଥିଲି । ମୋର ମନେ ଅଛି ପାଖରେ ଜଣେ ଛୋଟ ଝିଅ ରହୁଥିଲା, ଏବଂ ସେ ମୋ ସହିତ ମରାଠୀରେ କଥା ହେଉଥିଲା । ସେ ମୋର ଗୁରୁ ହୋଇ ମୋତେ ମରାଠୀ ଶିଖାଇଥିଲେ ।

ସାଥିମାନେ,

ମରାଠୀକୁ ଶାସ୍ତ୍ରୀୟ ଭାଷା ଭାବରେ ସ୍ୱୀକୃତି ମିଳିବା ଦ୍ୱାରା ମରାଠୀ ର ଅଧ୍ୟୟନକୁ ପ୍ରୋତ୍ସାହନ ମିଳିବ । ଏହା ଦ୍ୱାରା ଗବେଷଣା ଓ ସାହିତ୍ୟ ସଂଗ୍ରହକୁ ପ୍ରୋତ୍ସାହିତ କରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଦ୍ୱାରା ଭାରତୀୟ ବିଶ୍ୱବିଦ୍ୟାଳୟରେ ମରାଠୀ ପାଠପଢ଼ା ସହଜ ହେବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ମରାଠୀ ଭାଷାର ବିକାଶ ପାଇଁ କାମ କରୁଥିବା ସଂଗଠନ, ବ୍ୟକ୍ତିବିଶେଷ ଏବଂ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରିବ । ଏହା ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ସାଥିମାନେ,

ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଏଭଳି ସରକାର ଆସିଛନ୍ତ ଯେ ମାତୃଭାଷାରେ ଶିକ୍ଷାକୁ ପ୍ରାଥମିକତା ଦେଇଛନ୍ତି । ମୋର ମନେ ଅଛି ଯେ ଅନେକ ବର୍ଷ ପୂର୍ବେ ଆମେରିକା ଯାଇଥିଲି ଗୋଟିଏ ପରିବାର ମଧ୍ୟରେ ମୋତେ ରହିବାର ଥିଲା ଏବଂ ମୋ ମୋତେ ସେହି ପରିବାରର ଗୋଟିଏ ଅଭ୍ୟାସ ମୋ ମଧ୍ୟକୁ ଛୁଇଁ ଗଲା, ଏହା ଏକ ତେଲୁଗୁ ପରିବାର ଥିଲା । ଆମେରିକୀୟ ଜୀବନଶୈଳୀ ସତ୍ୱେ ସେମାନଙ୍କର ଦୁଇଟି ପାରିବାରିକ ନିୟମ ଥିଲା: ପ୍ରଥମତଃ, ସମସ୍ତେ ସନ୍ଧ୍ୟାରେ ରାତ୍ରୀ ଭୋଜନ ପାଇଁ ଏକାଠି ବସିବେ ଏବଂ ଦ୍ୱିତୀୟ, ରାତ୍ରୀ ଭୋଜନ ସମୟରେ ତେଲୁଗୁ ବ୍ୟତୀତ ଅନ୍ୟ କିଛି କହିବେ ନାହିଁ। ଫଳରେ ଆମେରିକାରେ ଜନ୍ମ ଗ୍ରହଣ କରିଥିବା ସେମାନଙ୍କ ପିଲାମାନେ ମଧ୍ୟ ତେଲୁଗୁ ଭାଷା କହୁଥିଲେ। ମୁଁ ଲକ୍ଷ୍ୟ କରିଛି ଯେ ଯେତେବେଳେ ଆପଣ ମହାରାଷ୍ଟ୍ରୀୟ ପରିବାରକୁ ଯାଆନ୍ତି, ସେତେବେଳେ ମଧ୍ୟ ଆପଣ ସ୍ୱାଭାବିକ ଭାବରେ ମରାଠୀ କଥା ଶୁଣିପାରିବେ । କିନ୍ତୁ ଅନ୍ୟ ପରିବାରରେ ଏହା ହୁଏ ନାହିଁ, ଏବଂ ଲୋକମାନେ "ହେଲୋ" ଏବଂ "ହାୟ" କହିବାକୁ ଉପଭୋଗ କରିବା ଆରମ୍ଭ କରନ୍ତି ।

ସାଥିମାନେ

ନୂଆ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏବେ ମରାଠୀଭାଷାରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ପଢ଼ିବା ସମ୍ଭବ ହୋଇଛି। ଖାଲି ସେତିକି ନୁହେଁ, ସୁପ୍ରିମ୍ କୋର୍ଟର ବିଚାରପତିମାନଙ୍କୁ ମଧ୍ୟ ଅନୁରୋଧ କରିଥିଲି। ମୁଁ କହିଲି, ଯେତେବେଳେ ଜଣେ ଗରିବ ଲୋକ ଆପଣଙ୍କ ଦରବାରକୁ ଆସିବ ଏବଂ ଆପଣ ଇଂରାଜୀରେ ନିଷ୍ପତ୍ତି ଦେବେ, ଆପଣ ଯାହା କହିଛନ୍ତି ତାହା ସେ କିପରି ବୁଝିବ? ମୁଁ ଖୁସି ଯେ ଆଜି ବିଚାରଗୁଡିକ କାର୍ଯ୍ୟକାରୀ କରିବାବେଳେ ଅଂଶ ମାତୃଭାଷାରେ ପ୍ରଦାନ କରାଯାଇଛି। ମରାଠୀଭାଷାରେ ଲିଖିତ ବିଜ୍ଞାନ, ଅର୍ଥନୀତି, କଳା, କବିତା ଏବଂ ଅନ୍ୟାନ୍ୟ ବିଷୟ ଉପରେ ପୁସ୍ତକ ଉପଲବ୍ଧ ଅଛି ଏବଂ ଜାରି ରହିଛି । ଆମକୁ ଏହି ଭାଷାକୁ ଚିନ୍ତାଧାରାର ବାହକ କରିବା ଆବଶ୍ୟକ ଯାହା ଦ୍ୱାରା ଏହା ଜୀବନ୍ତ ରହିବ । ମରାଠୀ ସାହିତ୍ୟକୃତି ଯେପରି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ ତାହା ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ ହେବା ଉଚିତ, ଏବଂ ମୁଁ ଚାହେଁ ମରାଠୀ ଏକ ବିଶ୍ୱସ୍ତରୀୟ ଲୋକମାନଙ୍କ ପାଖରେ ପହଞ୍ôଚପାରୁଛି। ଅନୁବାଦ ପାଇଁ ସରକାରଙ୍କ 'ଭଷିନୀ' ଆପ୍ ବିଷୟରେ ଆପଣ ଜାଣିଥିବେ। ଆପଣ ଏହାକୁ ନିଶ୍ଚୟ ବ୍ୟବହାର କରିବା ଉଚିତ୍ । ଏହି ଆପ୍ ଜରିଆରେ ଆପଣ ଭାରତୀୟ ଭାଷାରେ ଥିବା ଜିନିଷଗୁଡ଼ିକୁ ସହଜରେ ବ୍ୟାଖ୍ୟା କରିପାରିବେ। ଅନୁବାଦ ବୈଶିଷ୍ଟ୍ୟ ଭାଷା ପ୍ରତିବନ୍ଧକକୁ ଭାଙ୍ଗିପାରେ। ଆପଣ ମରାଠୀରେ କଥା ହୁଅନ୍ତି ଏବଂ ଯଦି ମୋ ପାଖରେ 'ଭଶିନୀ' ଆପ୍ ଅଛି, ତେବେ ମୁଁ ଏହାକୁ ଗୁଜରାଟୀ କିମ୍ବା ହିନ୍ଦୀରେ ଶୁଣିପାରିବି । ଟେକ୍ନୋଲୋଜି ଏହାକୁ ବହୁତ ସହଜ କରିଛି ।

ଆଜି ଆମେ ଏହି ଐତିହାସିକ ଅବସର ଖୁସିର ସହ ପାଳନ କରୁଥିବା ବେଳେ ଏହା ସହିତ ଏକ ବଡ଼ ଦାୟିତ୍ୱ ମଧ୍ୟ ନେଇ ଆସିଛି । ମରାଠୀ କହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ତ୍ତବ୍ୟ ହେଉଛି ଏହି ସୁନ୍ଦର ଭାଷାର ଉନ୍ନତିରେ ଯୋଗଦାନ କରିବା । ମରାଠୀ ଲୋକମାନେ ଯେମିତି ସରଳ, ମରାଠୀ ଭାଷା ମଧ୍ୟ ବହୁତ ସରଳ। ଅଧିକରୁ ଅଧିକ ଲୋକ ଯେପରି ଏହି ଭାଷା ସହ ଯୋଡ଼ି ହୁଅନ୍ତି, ଏହା ଯେପରି ବିସ୍ତାରିତ ହୁଏ ଏବଂ ପରବର୍ତ୍ତୀ ପିଢ଼ି ଏହାକୁ ନେଇ ଗର୍ବ ଅନୁଭବ କରିବା ଆବଶ୍ୟକ, ସେଥିପାଇଁ ଆମେ ସମସ୍ତେ ପ୍ରୟାସ କରିବା ଉଚିତ। ଆପଣମାନେ ସମସ୍ତେ ମୋତେ ସ୍ୱାଗତ କରିଛନ୍ତି ଏବଂ ସମ୍ମାନିତ କରିଛନ୍ତି ଏବଂ ମୁଁ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞ । ଏହା ମୋର ଏକ ସୌଭାଗ୍ୟ କାରଣ ମୁଁ ଆଜି ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା, କିନ୍ତୁ ହଠାତ୍ ଏଠାରେ ସାଙ୍ଗମାନେ ମୋତେ ଅତିରିକ୍ତ ଏକ ଘଣ୍ଟା ଦେବାକୁ ଅନୁରୋଧ କରିଥିଲେ ତା’ ପରେ ଏହି କାର୍ଯ୍ୟକ୍ରମ ଯୋଜନା କରାଯାଇଥିଲା । ଆପଣ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତି, ଯେଉଁମାନଙ୍କ ଜୀବନ ସହିତ ଏହା ଘନିଷ୍ଠ ଭାବରେ ଜଡ଼ିତ, ସମସ୍ତେ ଏଠାରେ ଉପସ୍ଥିତ ହେବା ଏହା ନିଜ ପାଇଁ, ମରାଠୀ ଭାଷା ପାଇଁ ମହାନତାକୁ ଆଲୋକିତ କରୁଛି । ମୁଁ ସେଥିପାଇଁ ଅମରାଠୀକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥିବାରୁ ମୁଁ ଆପଣ ସମସ୍ତଙ୍କ ନିକଟରେ କୃତଜ୍ଞ । ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ମୁଁ ମହାରାଷ୍ଟ୍ର ଏବଂ ସାରା ବିଶ୍ୱର ସମସ୍ତ ମରାଠୀ ଭାଷୀ ଲୋକଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses anguish over the loss of lives due to tunnel collapse in Namchi, Sikkim
July 21, 2026
PM announces ex-gratia from PMNRF

Prime Minister Shri Narendra Modi today expressed anguish over the loss of lives due to the collapse of an under-construction tunnel in Namchi, Sikkim. He extended his deepest condolences to the bereaved families and prayed that those injured recover at the earliest.

The Prime Minister announced that an ex-gratia of Rs. 2 lakh from PMNRF would be given to the next of kin of each deceased. Shri Modi stated that the injured would be given Rs. 50,000.

In a post on X, the Prime Minister shared:

"Anguished by the loss of lives due to the collapse of an under-construction tunnel in Namchi, Sikkim. I extend my deepest condolences to the bereaved families. I pray that those injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi"