“ଆମ ସରକାରଙ୍କ ଲକ୍ଷ୍ୟ ହେଉଛି ନାଗରିକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସ୍ଥାୟୀ ସମାଧାନ ଯୋଗାଇବା ଏବଂ ସେମାନଙ୍କୁ ସଶକ୍ତ କରିବା”
“ଏକ ଆଧୁନିକ ଭାରତ ର୍ନିମାଣ ପାଇଁ ଭିତ୍ତିଭୂମି ଏବଂ ଗତିର ଗୁରୁତ୍ୱ ଆମେ ବୁଝିଛୁ”
“ଆମର ଚିନ୍ତାଧାରା ବିଖଣ୍ଡିତ ନୁହେଁ ଆମେ ପ୍ରତିକାତ୍ମକରେ ବିଶ୍ୱାସ କରୁନାହୁଁ”
“ଆମେ ସଫଳ ହୋଇଛୁ ଏବଂ ସାଧାରଣ ନାଗରିକଙ୍କ ସଶକ୍ତିକରଣ ପାଇଁ ଆମେ ଜ୍ଞାନକୌଶଳ ବ୍ୟବହାର କରୁଛୁ”
“ଡିଜିଟାଲ ଇଣ୍ଡିଆର ସଫଳତା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି”
“ଆମେ ଜାତୀୟ ପ୍ରଗତି ଉପରେ ଧ୍ୟାନ ଦେଇଛୁ ଏବଂ ଆଞ୍ଚଳିକ ଆକାଂକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେଇଛୁ”
“୨୦୪୭ ସୁଦ୍ଧା ଭାରତ "ବିକଶିତ ଭାରତ'” ହେବା ଆମର ସଂକଳ୍ପ ବୋଲି ସେ କହିଛନ୍ତି”

ଆଦରଣୀୟ ସଭାପତି ମହାଶୟ,

ରାଷ୍ଟ୍ରପତି ମହାଶୟାଙ୍କର ଅଭିଭାଷଣ ସଂକ୍ରାନ୍ତ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଯେଉଁ ଚର୍ଚ୍ଚା ଚାଲୁ ରହିଛି । ସେହି ଚର୍ଚ୍ଚାରେ ସାମିଲ ହୋଇ ମୁଁ ଆଦରଣୀୟ ରାଷ୍ଟ୍ରପତି ମହାଶୟାଙ୍କୁ ଆଦରପୂର୍ବକ ଧନ୍ୟବାଦ ଜଣାଉଛି । ଆଦରଣୀୟ ରାଷ୍ଟ୍ରପତି ମହାଶୟାଙ୍କୁ ଅଭିନନ୍ଦନ ଜଣାଉଛି । ଆଦରଣୀୟ ସଭାପତି ମହାଶୟ, ଦୁଇଟି ଯାକ ସଦନକୁ ସମ୍ବୋଧନ କରି ସେ ବିକଶିତ ଭାରତର ଏକ ସ୍ୱତନ୍ତ୍ର ଏବଂ ବିକଶିତ ଭାରତର ସଂକଳ୍ପ ପାଇଁ ଏକ ରୋଡ଼ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ।

ଆଦରଣୀୟ ସଭାପତି ମହାଶୟ,

ମୁଁ ସେହି ସମସ୍ତ ସଦସ୍ୟମାନଙ୍କ ପ୍ରତି ମୋର କୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛି, ଯେଉଁମାନେ ଏହି ଚର୍ଚ୍ଚାରେ ଅଂଶଗ୍ରହଣ କରିଛନ୍ତି । ନିଜସ୍ୱ କଳ୍ପନା ଅନୁଯାୟୀ ଚର୍ଚ୍ଚାକୁ ବିସ୍ତାରିତ କରିବାର ପ୍ରୟାସ ମଧ୍ୟ କରିଛନ୍ତି ଆଉ ଏଥିପାଇଁ ମୁଁ ସଦନରେ ଅଂଶଗ୍ରହଣ କରିଥିବା ଏବଂ ଚର୍ଚ୍ଚାରେ ଭାଗ ନେଇଥିବା ସମସ୍ତ ଆଦରଣୀୟ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଉଛି ।

ଆଦରଣୀୟ ସଭାପତି ମହାଶୟ, ଏହି ସଦନ ହେଉଛି ରାଜ୍ୟଗୁଡ଼ିକର ସଦନ । ବିଗତ ଦଶକମାନଙ୍କରେ ଅନେକ ବୁଦ୍ଧିଜୀବୀ ଏହି ସଦନରୁ ଦେଶକୁ ଦିଗ ପ୍ରଦାନ କରିଛନ୍ତି, ଦେଶର ମାର୍ଗଦର୍ଶନ କରିଛନ୍ତି । ଏହି ସଦନରେ ଏଭଳି ଅନେକ ସାଥୀ ଅଛନ୍ତି, ଯେଉଁମାନେ ନିଜର ବ୍ୟକ୍ତିଗତ ଜୀବନରେ ମଧ୍ୟ ବହୁତ କିଛି ସିଦ୍ଧି ପ୍ରାପ୍ତ କରିଛନ୍ତି, ନିଜର ବ୍ୟକ୍ତିଗତ ଜୀବନରେ ମଧ୍ୟ ବହୁତ କିଛି କାର୍ଯ୍ୟ ସବୁ କରି ଯାଇଛନ୍ତି, ଆଉ ଏଥିପାଇଁ ଏହି ସଦନରେ ଯାହା କିଛି ମଧ୍ୟ କଥା ହୋଇଥାଏ, ସେହି ସବୁକଥାକୁ ଦେଶ ଖୁବ୍ ଗମ୍ଭୀରତାର ସହିତ ଶୁଣିଥାଏ ଆଉ ଦେଶ ତାହାକୁ ଖୁବ୍ ଗମ୍ଭୀରତାର ସହିତ ମଧ୍ୟ ଗ୍ରହଣ କରିଥାଏ ।

ମାନନୀୟ ସଦସ୍ୟଗଣଙ୍କୁ ମୁଁ ଏହା କହିବାକୁ ଚାହିଁବି ତା’ପାଖରେ କାଦୁଅ ଥିଲା, ମୋ ପାଖରେ ଥିଲା ଗୁଲାଲ, ଯାହା ପାଖରେ ଯାହା ଥିଲା, ସେ ତାହାକୁ ଫୋପାଡ଼ି ଦେଲା । ଆଉ ଭଲ ହିଁ ହେଲା ଯେତେ ପରିମାଣରେ କାଦୁଅ ଫୋପାଡ଼ିବେ ପଦ୍ମ ସେତେ ପରିମାଣରେ ପ୍ରସ୍ଫୁଟିତ ହେବ । ଆଉ ଏଥିପାଇଁ ପଦ୍ମ ଫୁଟିବାରେ ପ୍ରତ୍ୟକ୍ଷ ଭାବରେ ହେଉ କିମ୍ବା ପରୋକ୍ଷ ଭାବରେ ହେଉ ଆପଣମାନଙ୍କର ଯାହା ମଧ୍ୟ ଯୋଗଦାନ ରହିଛି, ସେଥିପାଇଁ ମୁଁ ସେମାନଙ୍କ ନିକଟରେ ମଧ୍ୟ କୃତଜ୍ଞତା ଜ୍ଞାପନ କରୁଛି ।

ଆଦରଣୀୟ ସଭାପତି ମହାଶୟ,

ଗତକାଲି ବିରୋଧୀ ଦଳର ଆମର ବରିଷ୍ଠ ସାଥୀ ଆଦରଣୀୟ ଖଡ଼ଗେ ମହାଶୟ କହିଥିଲେ ଯେ ଆମେ 60ବର୍ଷରେ ସୁଦୃଢ଼ ମୂଳଦୁଆ ପ୍ରସ୍ତୁତ କରିଛୁ ଏଭଳି କାଲି ଆପଣ କହିଲେ ଆଉ ତାଙ୍କର ଅଭିଯୋଗ ଥିଲା ଯେ ମୂଳଦୁଆ ତ ଆମେ ଗଢ଼ିଛୁ ଆଉ ମୋଦି ମହାଶୟ ଶ୍ରେୟ ନେଇ ଯାଉଛନ୍ତି। କିନ୍ତୁ ଆଦରଣୀୟ ସଭାପତି ମହାଶୟ 2014ରେ ଆସି ଯେତେବେଳେ ମୁଁ ସୂକ୍ଷ୍ମ ଭାବରେ ଜିନିଷଗୁଡ଼ିକୁ ବଡ଼ ଗଭୀରତାର ସହିତ ଦେଖିବାକୁ ପ୍ରୟାସ କଲି, ବ୍ୟକ୍ତିଗତ ତଥ୍ୟ ନେବାକୁ ପ୍ରୟାସ କଲି, ସେତେବେଳେ ମୋତେ ଦୃଷ୍ଟିଗୋଚର ହେଲା ଯେ 60 ବର୍ଷ କଂଗ୍ରେସ ପରିବାର ହୋଇପାରେ ସେମାନଙ୍କର ଉଦେ୍ଦଶ୍ୟ ସୁଦୃଢ଼ ମୂଳଦୁଆ ଗଠନ କରିବାର ହୋଇପାରେ, ମୁଁ ତାହାକୁ ନେଇ କୌଣସି ଟିପ୍ପଣୀ ଦେବାକୁ ଚାହୁଁନାହିଁ । କିନ୍ତୁ 2014 ପରେ ମୁଁ ଆସି ଦେଖିଲି ଯେ ସେମାନେ ଗାତ ହିଁ ଗାତ ଖାଲ ଖମା କରି ଦେଇଥିଲେ । ଆଉ ଆଦରଣୀୟ ସଭାପତି ମହାଶୟ ଯେତେବେଳେ ସେମାନେ ଗାତ ଖୋଳୁଥିଲେ 6-6 ଦଶକ ନଷ୍ଟ କରି ଦେଇଥିଲେ, ସେହି ସମୟରେ ବିଶ୍ୱର ଛୋଟ- ଛୋଟ ଦେଶ ମଧ୍ୟ ସଫଳତାର ଶୀଖରକୁ ଛୁଉଁଥିଲେ, ଆଗକୁ ବଢ଼ୁଥିଲେ ।

ଆଦରଣୀୟ ସଭାପତି ମହାଶୟ,

ସେମାନଙ୍କର ସେହି ବର୍ଷ ଏତେ ଭଲ ବାତାବରଣ ରହିଥିଲା ଯେ ପଂଚାୟତରୁ ନେଇ ସଂସଦ ପର୍ଯ୍ୟନ୍ତ ସେହିମାନଙ୍କର ହିଁ ଦୁନିଆ ଚାଲୁଥିଲା । ଏଭଳି ଯେ ଦେଶ ମଧ୍ୟ ଆଖି ବନ୍ଦ କରି ତାଙ୍କ ତାଙ୍କୁ ସମର୍ଥନ କରୁଥିଲା । କିନ୍ତୁ ସେମାନେ ଏହି ପ୍ରକାରର କାର୍ଯ୍ୟଶୈଳୀ ବିକଶିତ କଲେ, ଏହି ପ୍ରକାରର ସଂସ୍କୃତି ବିକଶିତ କଲେ ଯେ ଯେଉଁ କାରଣରୁ ସେମାନେ ଗୋଟିଏ ହେଲେ ମଧ୍ୟ ଆହ୍ୱାନର ସ୍ଥାୟୀ ସମାଧାନ କରିବା କଥା ଚିନ୍ତା କଲେ ନାହିଁ, ନା କେବେ ତାଙ୍କ ମନକୁ ଆସିଲା, ନା କେବେ ସେମାନେ ପ୍ରୟାସ କଲେ । ତାହା ବହୁମାତ୍ରାରେ ହୋ- ହାଲ୍ଲା ହୋଇ ଯାଉଥିଲା ତେବେ ଜିନିଷଗୁଡ଼ିକୁ ଛୁଇଁ ଦେଉଥିଲେ, ସମଗ୍ରତା କରି ନେଉଥିଲେ, ସେତେବେଳେ ପୁଣି ଆଗକୁ ଚାଲି ଯାଉଥିଲେ । ସମସ୍ୟା ଗୁଡ଼ିକର ସମାଧାନ କରିବା ଏହା ତାଙ୍କ ଦାୟିତ୍ୱ ଥିଲା । ଦେଶର ଜନତା ସମସ୍ୟା ଘେରରେ ରହି ସଂଘର୍ଷ କରୁଥିଲେ । ଦେଶର ଜନତା ଦେଖୁଥିଲେ ଯେ ସମସ୍ୟାର ସମାଧାନ କେତେ ବଡ଼ ଲାଭ କରି ପାରିବ । କିନ୍ତୁ ସେମାନଙ୍କର ପ୍ରାଥମିକତା ଭିନ୍ନ ଥିଲା, ସେମାନଙ୍କର ଉଦ୍ଦେଶ୍ୟ ଭିନ୍ନ ଥିଲା ଆଉ ସେହି କାରଣରୁ କୌଣସି ମଧ୍ୟ କଥାର ସ୍ଥାୟୀ ସମାଧାନର ପ୍ରୟାସ କଲେ ନାହିଁ ।

ଆଦରଣୀୟ ସଭାପତି ମହାଶୟ,

ଆମ ସରକାରଙ୍କର ଯେଉଁ ପରିଚୟ ସୃଷ୍ଟି ହୋଇଛି ତାହା ଆମର ପୁରୁଷାର୍ଥ କାରଣରୁ ସୃଷ୍ଟି ହୋଇ ପାରିଛି, ଗୋଟିଏ ପରେ ଗୋଟିଏ ନିଆଯାଇଥିବା ପଦକ୍ଷେପ କାରଣରୁ ସୃଷ୍ଟି ହୋଇଛି ଆଉ ଆଜି ଆମେ ସ୍ଥାୟୀ ସମାଧାନ ଦିଗରେ ଆଗକୁ ବଢ଼ୁଛୁ । ଆମେ ଏକ- ଏକ ବିଷୟକୁ ଛୁଇଁ ଦୌଡ଼ି ଚାଲିଯିବା ଭଳି ଲୋକ ନୋହୁଁ, କିନ୍ତୁ ଦେଶର ମୌଳିକ ଆବଶ୍ୟକତାଗୁଡ଼ିକର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ ଦେଇ ଆମେ ଆଗକୁ ବଢ଼ୁଛୁ ।

ଆଦରଣୀୟ ସଭାପତି ମହାଶୟ,

ଯଦି ମୁଁ ପାଣିର ଉଦାହରଣ ନେବି ତେବେ ସେହି ସମୟ ଥିଲା ଯେ କୌଣସି ଗାଁରେ ଏକ ହ୍ୟାଣ୍ଡ ପମ୍ପ ଲଗାଇ ଦେଲେ ତେବେ ସପ୍ତାହ ଯାଏ ସେ କଥାକୁ ନେଇ ଉତ୍ସବ ପାଳନ କରାଯାଉଥିଲା ଆଉ ସେହି ପ୍ରତୀକାତ୍ମକ ଭାବେ ପାଣିର କାର୍ଯ୍ୟ କରି ଗାଡ଼ି ଚଳା ଯାଉଥିଲା । କାଲି ଏଠାରେ ଗୁଜରାଟର ଚର୍ଚ୍ଚା କରାଯାଉଥିଲା, ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ସବୁଠାରୁ ଅଧିକ ସିଟରେ ଜିତିବାର ତାଙ୍କର ଯେଉଁ ଗର୍ବ ରହିଥିଲା ଏମିତିରେ ଜଣେ ମୁଖ୍ୟମନ୍ତ୍ରୀ ଗୋଟିଏ ସହରରେ ପାଣି ଟାଙ୍କିର ଉଦଘାଟନ କରିବାକୁ ଯାଇଥିଲେ । ଆଉ ତାହା ପ୍ରଥମ ପୃଷ୍ଠାରେ ମୁଖ୍ୟ ଖବର ଥିଲା । ଅର୍ଥାତ ସମସ୍ୟାର ପ୍ରତୀକବାଦ କ’ଣ ହୋଇଥାଏ, କିଭଳି ଭାବେ ହଟା ଯାଇଥାଏ, ଏହି ସଂସ୍କୃତି ଦେଶ ଦେଖିଛି । ଆମେ ମଧ୍ୟ ପାଣିର ସମସ୍ୟା ସମାଧାନ କରିବା ପାଇଁ ରାସ୍ତା ପ୍ରସ୍ତୁତ କଲୁ । ଆମେ ଜଳ ସଂରକ୍ଷଣ, ଜଳ ସିଂଚନ ପ୍ରତ୍ୟେକଟି ଦିଗ ଉପରେ ଧ୍ୟାନ ଦେଲୁ । ଆମେ ବର୍ଷାକୁ ଧରି ରଖ(କ୍ୟାଚ୍ ଦି ରେନ୍) ଅଭିଯାନ ସହିତ ଜନତାଙ୍କୁ ଯୋଡ଼ିଲୁ । କେବଳ ଏତିକି ହିଁ ନୁହେଁ ସ୍ୱାଧୀନତା ପୂର୍ବରୁ ଏ ପର୍ଯ୍ୟନ୍ତ ଆମ ସରକାର ଆସିବା ପର୍ଯ୍ୟନ୍ତ ୩ କୋଟି ଘରକୁ ପାଇପ୍ ଯୋଗେ ପାଣି ମିଳୁଥିଲା ।

ଆଦରଣୀୟ ସଭାପତି ମହାଶୟ,

ଗତ 3-4 ବର୍ଷରେ ଆଜି 11 କୋଟି ଘରକୁ ପାଇପ୍ ଯୋଗେ ପାଣି ମିଳୁଛି । ପାଣିର ସମସ୍ୟା ତ ପ୍ରତ୍ୟେକ ପରିବାରର ସମସ୍ୟା ହୋଇଥାଏ, ଜୀବନ ତା’ବିନା ଚାଲି ପାରିବ ନାହିଁ ଆଉ ମଧ୍ୟ ଭବିଷ୍ୟତର ସମ୍ଭାବନାଗୁଡ଼ିକୁ ଦେଖି ଆମେ ତାହାର ସମାଧାନର ରାସ୍ତା ବାଛିଲୁ ।

ଆଦରଣୀୟ ସଭାପତି ମହାଶୟ,

ମୁଁ ଆଉ ଗୋଟିଏ ବିଷୟ ଉପରକୁ ମଧ୍ୟ ଯିବାକୁ ଚାହୁଁଛି ସାଧାରଣ ଜନତାଙ୍କର ସଶକ୍ତିକରଣ । ବ୍ୟାଙ୍କଗୁଡ଼ିକର ରାଷ୍ଟ୍ରୀୟକରଣ ହୋଇଥିଲା, ଏହି କଥାରେ ହୋଇଥିଲା ଯେ ଗରିବଙ୍କୁ ବ୍ୟାଙ୍କର ଅଧିକାର ମିଳୁ ଏଭଳି ବାହାନାବାଜି କରାଯାଇଥିଲା । କିନ୍ତୁ ଏହି ଦେଶର ଅଧାରୁ ଅଧିକ ଲୋକ ବ୍ୟାଙ୍କର ଦ୍ୱାର ପର୍ଯ୍ୟନ୍ତ ପହଂଚି ପାରି ନ ଥିଲେ । ଆମେ ସ୍ଥାୟୀ ସମାଧାନ ବାହାର କଲୁ ଆଉ ଜନଧନ ଆକାଉଂଟର ଅଭିଯାନ ଚଳାଇଲୁ, ବ୍ୟାଙ୍କଗୁଡ଼ିକୁ ଉତ୍ସାହିତ କଲୁ, ଅନ୍ ବୋର୍ଡ ନେଲୁ । ଗତ 9 ବର୍ଷ ମଧ୍ୟରେ ହିଁ 48 କୋଟି ଜନଧନ ବ୍ୟାଙ୍କ ଖାତା ଖୋଲାଗଲା । ଏଥିରେ 32 କୋଟି ବ୍ୟାଙ୍କ ଖାତା ଗ୍ରାମୀଣ ଏବଂ ବସ୍ତିଅଂଚଳରେ ହେଲା । ଅର୍ଥାତ ଦେଶର ଗାଁ ପର୍ଯ୍ୟନ୍ତ ପ୍ରଗତିର ଉଦାହରଣକୁ ଉଦାହରଣ ଭାବେ ନେଇଯିବାର ପ୍ରୟାସ ହୋଇଛି । କାଲି ଖଡ଼ଗେ ମହାଶୟ ଅଭିଯୋଗ କରୁଥିଲେ ଯେ ମୋଦି ମହାଶୟ ବାରମ୍ବାର ମୋ ନିର୍ବାଚନ ଅଂଚଳକୁ ଆସୁଛନ୍ତି, ସେ କହୁଥିଲେ- ମୋଦି ମହାଶୟ କଲବୁର୍ଗୀ ଆସି ଯାଉଛନ୍ତି, ମୁଁ ଟିକେ ଖଡ଼ଗେ ମହାଶୟଙ୍କୁ କହିବାକୁ ଚାହୁଁଛି, ମୁଁ ଆସୁଛି ଏହି କଥାର ଅଭିଯୋଗ କରିବା ପୂର୍ବରୁ ଏହା ମଧ୍ୟ ଦେଖନ୍ତୁ ଯେ କର୍ଣ୍ଣାଟକରେ 1 କୋଟି 70 ଲକ୍ଷ ଜନଧନ ବ୍ୟାଙ୍କ ଆକାଂଉଟ ଖୋଲିଛି । ଏତିକି ହିଁ ନୁହେଁ ତାଙ୍କରି ହିଁ ଅଂଚଳରେ କଲବୁର୍ଗୀରେ 8 ଲକ୍ଷରୁ ଅଧିକ ଜନଧନ ବ୍ୟାଙ୍କ ଆକାଂଉଟ ଖୋଲିଛି ।

ଏବେ ସଭାପତି ମହାଶୟ କୁହନ୍ତୁ, ଏତେ ବ୍ୟାଙ୍କ ଖାତା ଖୋଲିଯିବ, ଏତେ ସଶକ୍ତିକରଣ ହୋଇଯିବ, ଲୋକମାନେ ଏତେ ଜାଗ୍ରତ ହୋଇଯିବେ ଆଉ ଏତେ ବର୍ଷ ପରେ କାହାର ଖାତା ବନ୍ଦ ହୋଇଯିବ ତେବେ ତାଙ୍କର କଷ୍ଟ, ମୁଁ ବୁଝି ପାରୁଛି । ଏବେ ବାରମ୍ବାର ସେମାନଙ୍କର କଷ୍ଟ ଜଣା ପଡ଼ିଯାଉଛି ଆଉ ମୁଁ ତ ଆଶ୍ଚର୍ଯ୍ୟ ହୋଇ ଯାଉଛି, କେବେ- କେବେ ଏହିଭଳି ମଧ୍ୟ କହି ଦେଉଛନ୍ତି ଯେ ଜଣେ ଦଳିତଙ୍କୁ ହରାଇ ଦେଲେ, ଆରେ ଭାଇ ସେହି ଅଂଚଳର ଜନତା ଜନାର୍ଦ୍ଦନ ଅଛନ୍ତି, ଜଣେ ଅନ୍ୟ ଦଳିତଙ୍କୁ ଜିତାଇଦେଲେ । ଏବେ ଆପଣଙ୍କୁ ଜନତା ଅସ୍ୱୀକାର କରିଛନ୍ତି, ଆପଣଙ୍କୁ ହଟାଉଛନ୍ତି, ଆପଣଙ୍କର ଖାତା ବନ୍ଦ କରୁଛନ୍ତି ଆଉ ଆପଣ ଏଠାରେ ନିଜର କାନ୍ଦ କାନ୍ଦୁଛନ୍ତି ।

ଆଦରଣୀୟ ସଭାପତି ମହାଶୟ,

ଜନ ଧନ, ଆଧାର, ମୋବାଇଲ ଏ ଯେଉଁ ତ୍ରିଶକ୍ତି ରହିଛି ଆଉ ତାହା ସିଧାସଳଖ ଭାବେ (ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର) ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ସେହି ଯୋଜନା ମାଧ୍ୟମରେ ବିଗତ କିଛି ବର୍ଷ ମଧ୍ୟରେ 27 ଲକ୍ଷ କୋଟି ଟଙ୍କା ଏହି ଦେଶର ନାଗରିକମାନଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯାଇଛି, ହିତାଧିକାରୀଙ୍କ ଖାତାକୁ ହସ୍ତାନ୍ତର କରାଯାଇଛି ଆଉ ମୁଁ ଖୁସି ଯେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଏହି ଟେକ୍ନୋଲୋଜିର ଉପଯୋଗ କରିବା କାରଣରୁ ଏହି ଦେଶର 2 ଲକ୍ଷ କୋଟିରୁ ମଧ୍ୟ ଅଧିକ ଟଙ୍କା ଯାହା କୌଣସି ଇକୋ-ସିଷ୍ଟମର ଭୁଲ ହାତକୁ ଯାଉଥିଲା ସେଥିରୁ ତାହା ରକ୍ଷା ହୋଇଗଲା, ଦେଶର ବହୁତ ବଡ଼ ସେବା କରିଛୁ । ଆଉ ମୁଁ ଜାଣିଛି ଯେଉଁ ଇକୋ-ସିଷ୍ଟମର ଶିଷ୍ୟମାନଙ୍କୁ, ଚେଲା-ଚାମୁଣ୍ଡାମାନଙ୍କୁ ଯାହା ସେମାନଙ୍କୁ 2 ଲକ୍ଷ କୋଟିର ଲାଭ ଏହିଭଳି ଭାବେ ହିଁ ମିଳି ଯାଉଥିଲା, ସେମାନଙ୍କର ଚିଲ୍ଲେଇବା ମଧ୍ୟ ହେଉଛି ବହୁତ ସ୍ୱାଭାବିକ କଥା ।

ଆଦରଣୀୟ ସଭାପତି ମହାଶୟ,

ପୂର୍ବରୁ ଆମ ଦେଶରେ ପ୍ରକଳ୍ପଗୁଡ଼ିକ ଅଟକିବା, ଲଟକିବା, ଭଟକିବା ଏହା ସେମାନଙ୍କର କାର୍ଯ୍ୟସଂସ୍କୃତିର ଅଂଶ ପାଲଟି ଯାଇଥିଲା । ସଚ୍ଚୋଟ ଟିକସ-ଦାତାଙ୍କ ଝାଳବୁହା ଧନର କ୍ଷତି ହେଉଥିଲା । ଆମେ ଟେକ୍ନୋଲୋଜିର ପ୍ଲାଟଫର୍ମ ପ୍ରସ୍ତୁତ କଲୁ, ପିଏମ ଗତି ଶକ୍ତିର ମାଷ୍ଟର ପ୍ଲାନ ନେଇ ଆସିଲୁ ଆଉ 1600 ଲେୟାରର ଡାଟା ମାଧ୍ୟମରେ ଭିତିଭୂମିର ଏହି ପ୍ରକଳ୍ପଗୁଡ଼ିକୁ ଗତି ପ୍ରଦାନ କରିବାର କାର୍ଯ୍ୟ ହେଉଛି । ଯେଉଁ ଯୋଜନାଗୁଡ଼ିକ ପ୍ରସ୍ତୁତ ହେବା ପାଇଁ ମାସ ମାସ ଲାଗି ଯାଉଥିଲା, ସେଗୁଡ଼ିକ ଆଜି ସପ୍ତାହକ ଭିତରେ- ଭିତରେ ତାହାକୁ ଆଗକୁ ବଢ଼ାଇ ଦିଆଯାଉଛି । କାରଣ ଆଧୁନିକ ଭାରତର ନିର୍ମାଣ ପାଇଁ ଭିତିଭୂମିର ଗୁରୁତ୍ୱକୁ ଆମେ ଭଲ ଭାବେ ବୁଝୁଛୁ । ସ୍କେଲର ମଧ୍ୟ ଗୁରୁତ୍ୱକୁ ଆମେ ବୁଝୁଛୁ । ଗତିର ମଧ୍ୟ ଗୁରୁତ୍ୱକୁ ଆମେ ବୁଝୁଛୁ ଆଉ ଟେକ୍ନୋଲୋଜି ମାଧ୍ୟମରେ ସ୍ଥାୟୀ ସମାଧାନ ଏବଂ ସ୍ଥାୟୀ ଆକାଂକ୍ଷାକୁ ସାମାଧାନ କରିବାର ପ୍ରୟାସ ଆଦରଣୀୟ ସଭାପତି ମହାଶୟ ଆମେ କରୁଛୁ ।

ଆଦରଣୀୟ ସଭାପତି ମହାଶୟ,

କେହି ହେଲେ ମଧ୍ୟ ଯେତେବେଳେ ସରକାର ଗଠନ କରି ଥାଆନ୍ତି ତେବେ ଦେଶ ପାଇଁ କିଛି କରିବା ପରେ କରି ଆସନ୍ତି । କିନ୍ତୁ କେବଳ ଭାବନାମାନ ବ୍ୟକ୍ତ କରିବା ଦ୍ୱାରା କାର୍ଯ୍ୟ ହାସଲ ହୋଇ ନ ଥାଏ । ଆପଣ କହିଦେବେ ଯେ ଆମେ ଏଭଳି ଚାହୁଁଛୁ, ଆମେ ଏଭଳି ଚାହୁଁଛୁ ଯେପରି ପୂର୍ବରୁ କୁହା ଯାଉଥିଲା ଗରିବୀ ହଟାଓ, 4-4 ଦଶକ ହୋଇଗଲା, କିଛି ହେଲା ନାହିଁ । ଏଥିପାଇଁ ବିକାଶର ଗତି ହେଉଛି କ’ଣ, ବିକାଶର ଲକ୍ଷ୍ୟ ହେଉଛି କ’ଣ, ବିକାଶର ପ୍ରୟାସ ହେଉଛି କ’ଣ, ପରିଣାମ ହେଉଛି କ’ଣ, ଏହା ବହୁତ ଗୁରୁତ୍ୱ ରଖିଥାଏ । ଆପଣ କେବଳ କହି ଚାଲୁଥିଲେ ଯେ ଆମେ ମଧ୍ୟ କିଛି କରୁଥିଲୁ, ଏତିକିରେ ହୋଇ ଯିବ ନାହିଁ ।

ଆଦରଣୀୟ ସଭାପତି ମହାଶୟ,

ଯେତେବେଳେ କି ଆମେ ଜନତାଙ୍କୁ ସେମାନଙ୍କର ପ୍ରାଥମିକତାଗୁଡ଼ିକ ଆଧାରରେ ସେମାନଙ୍କର ଆବଶ୍ୟକତା ଏବଂ ଯେତେବେଳେ ଜନତାଙ୍କର ଏତେ ବଡ଼ ଆବଶ୍ୟକତା ପୂରଣ ପାଇଁ ଆମେ ପରିଶ୍ରମ କରୁଛୁ, ସେତେବେଳେ ଆମ ଉପରେ ଚାପ ମଧ୍ୟ ବଢ଼ିଥାଏ । ଆମକୁ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିଥାଏ । କିନ୍ତୁ ଆମକୁ ଯେପରି ମହାତ୍ମାଗାନ୍ଧି ଜୀ କହୁଥିଲେ, ଶ୍ରେୟ ଏବଂ ପ୍ରିୟ । ଆମେ ଶ୍ରେୟର ପଥକୁ ବାଛିଚୁ, ପ୍ରିୟଭାଜନ ହୋଇଯିବୁ ଆରାମ କରିନେବୁ, ଆମେ ସେହି ରାସ୍ତାକୁ ବାଛି ନାହୁଁ । ପରିଶ୍ରମ କରିବାକୁ ପଡ଼ିବ ତେବେ ଆମ୍ଭେମାନେ କରିବୁ । ଦିନ ରାତି ସମୟ ଦେବାକୁ ପଡ଼ିବ ତେବେ ଦେବୁ, କିନ୍ତୁ ଜନତା ଜନାର୍ଦ୍ଦନଙ୍କ ଆକାଂକ୍ଷାକୁ ଆଘାତ ଲାଗିବାକୁ ଦେବୁ ନାହିଁ ଆଉ ତାଙ୍କର ଆକାଂକ୍ଷାଗୁଡ଼ିକ ସିଦ୍ଧିରେ ପରିବର୍ତନ ହୋଇ ଯାଉ ଆଉ ଦେଶ ବିକାଶର ଯାତ୍ରାକୁ ଅତିକ୍ରମ କରୁ, ଏଥିପାଇଁ ଆମେ କାର୍ଯ୍ୟ କରି ଚାଲିବୁ । ଏହି ସବୁ ସ୍ୱପ୍ନଗୁଡ଼ିକୁ ନେଇକରି ଚାଲିବାବାଲା ଲୋକ ହେଉଛୁ ଆମ୍ଭେମାନେ ଆଉ ଆମେ ତାହା କରି ଦେଖାଇଛୁ ।

ଆଦରଣୀୟ ସଭାପତି ମହାଶୟ,

ଏବେ ଆପଣ ଦେଖନ୍ତୁ, ଦେଶ ସ୍ୱାଧୀନ ହେଲା ସେବେଠାରୁ 2014 ପର୍ଯ୍ୟନ୍ତ 14କୋଟି ଏଲପିଜି ସଂଯୋଗ ଥିଲା ଆଉ ଲୋକମାନଙ୍କର ଦାବି ମଧ୍ୟ ରହିଥିଲା । ଲୋକମାନେ ସାଂସଦମାନଙ୍କ ପାଖକୁ ଯାଉଥିଲେ ଯେ ଆମକୁ ଏଲପିଜି ସଂଯୋଗ ମିଳିଯାଉ ଆଉ ସେହି ସମୟରେ 14 କୋଟି ଘରେ ଥିଲା, ଚାହିଦା ମଧ୍ୟ କମ୍ ଥିଲା, ଚାପ ମଧ୍ୟ କମ୍ ଥିଲା, ଆପଣଙ୍କୁ ଗ୍ୟାସ ନେବା ପାଇଁ ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ୁ ନ ଥିଲା, ଆପଣଙ୍କ ପାଖରେ ଗ୍ୟାସ ପହଂଚାଇବାର ବ୍ୟବସ୍ଥା, ଆପଣଙ୍କ ଗାଡ଼ି ମଜାରେ ଚାଲି ଯାଉଥିଲା, କାମ ହେଉ ନ ଥିଲା । ଲୋକମାନେ ଅପେକ୍ଷା କରି ରହୁଥିଲେ । କିନ୍ତୁ ଆମେ ସମ୍ମୁଖକୁ ଆସି ସ୍ଥିର କଲୁ ଯେ ପ୍ରତ୍ୟେକଙ୍କ ଘରକୁ ଏଲପିଜି ସଂଯୋଗ ଦିଆଯିବ । ଆମକୁ ଜଣାଥିଲା ଯେ ଆମେ କରୁଛୁ, ଆମକୁ ପରିଶ୍ରମ କରିବାକୁ ପଡ଼ିବ । ଆମକୁ ଜଣାଥିଲା ଯେ ଆମକୁ ଧନ ଖର୍ଚ୍ଚ କରିବାକୁ ପଡ଼ିବ । ଆମକୁ ଜଣାଥିଲା ଆମକୁ ସାରା ବିଶ୍ୱରୁ ଗ୍ୟାସ ଆଣିବାକୁ ପଡ଼ିବ । ଏକା ସହିତ ଚାପ ପଡ଼ିବାର ସମ୍ଭାବନାକୁ ଜାଣିବା ପରେ ମଧ୍ୟ ଆମର ପ୍ରାଥମିକତାରେ ମୋ ଦେଶର ନାଗରିକମାନେ ଥିଲେ । ଆମର ପ୍ରାଥମିକତା ଆମ ଦେଶର ସାଧାରଣ ଜନତା ଥିଲେ ଆଉ ଏଥିପାଇଁ ଆମେ 32 କୋଟିରୁ ଅଧିକ ପରିବାରଙ୍କ ପାଖରେ ଗ୍ୟାସ ସଂଯୋଗ ପହଂଚାଇଲୁ । ନୂତନ ଭିତିଭୂମି ପ୍ରସ୍ତୁତ କରିବାକୁ ପଡ଼ିଲା, ଧନ ଖର୍ଚ୍ଚ କରିବାକୁ ପଡ଼ିଲା ।

ଆଦରଣୀୟ ସଭାପତି ମହାଶୟ,

ଏହି ଏକ ଉଦାହରଣରୁ ଆପଣ ବୁଝି ପାରୁଥିବେ ଯେ ଆମକୁ କେତେ ପରିଶ୍ରମ କରିବାକୁ ପଡ଼ିଥିବ । କିନ୍ତୁ ଆମେ ଆନନ୍ଦର ସହିତ, ସନ୍ତୋଷର ସହିତ, ଗର୍ବର ସହିତ ଏହି ପରିଶ୍ରମ କଲୁ ଆଉ ମୁଁ ଖୁସି ଯେ ସାଧାରଣ ଜନତାଙ୍କୁ ସେମାନଙ୍କୁ ସନ୍ତୋଷ ମିଳିଲା । ଏହାଠାରୁ ବଡ଼ ଆତ୍ମସନ୍ତୋଷ ଗୋଟିଏ ସରକାର ପାଇଁ ଆଉ କ’ଣ ହୋଇପାରେ?

ଆଦରଣୀୟ ସଭାପତି ମହାଶୟ,

ସ୍ୱାଧୀନତାର ଅନେକ ଦଶକ ପରେ ମଧ୍ୟ ଏହି ଦେଶରେ 18 ହଜାରରୁ ଅଧିକ ଗାଁ ଏପରି ଥିଲେ, ଯେଉଁଠାରେ ବିଜୁଳି ପହଂଚି ପାରୁ ନ ଥିଲା ଆଉ ଅଧିକାଂଶ ଏହି ଗାଁ ଆମର ଆଦିବାସୀ ବସ୍ତିର ଗାଁ ଥିଲା । ଆମର ପାହାଡ଼ଗୁଡ଼ିକ ଉପରେ ଜୀବନ ଅତିବାହିତ କରୁଥିବା ଲୋକମାନଙ୍କର ଗାଁ ଥିଲା । ଜନଜାତିଙ୍କ ଗାଁ ଥିଲା । ଉତର-ପୂର୍ବଂଚଳର ଗାଁ ଥିଲା, କିନ୍ତୁ ଏହା ତାଙ୍କର ନିର୍ବାଚନୀ ହିସାବ- କିତାବରେ ସଠିକ୍ ଖାପ ଖାଉ ନ ଥିଲା । ତେଣୁ ତାଙ୍କର ପ୍ରାଥମିକତା ନ ଥିଲା । ଆମେ ଜାଣିଥିଲୁ, ଏହି କଠିନ କାର୍ଯ୍ୟକୁ ସେମାନେ ଛାଡ଼ି ଦେଇଛନ୍ତି । ଆମେ କହିଲୁ ଆମେ ତ ଲହୁଣୀ ଉପରେ ଗାର ପକାଇବାବାଲା ନୁହେଁ, ଆମେ ହେଉଛୁ ପଥର ଉପରେ ଗାର ପକାଇବାବାଲା । ଆମେ ଏହି ଆହ୍ୱାନକୁ ମଧ୍ୟ ଗ୍ରହଣ କଲୁ ଆଉ ଆମେ ପ୍ରତ୍ୟେକ ଗାଁରେ ବିଜୁଳି ପହଂଚାଇବାର ସଂକଳ୍ପ ନେଲୁ । ସମୟସୀମା ମଧ୍ୟରେ 18 ହଜାର ଗାଁରେ ବିଜୁଳି ପହଂଚାଇଲୁ ଆଉ ସେହି ଆହ୍ୱାନପୂର୍ଣ୍ଣ କାର୍ଯ୍ୟ କରିବା ପରେ ଗାଁରେ ଏକ ନୂତନ ଜୀବନ ଶୁଭାରମ୍ଭର ଅନୁଭୂତି ହେଲା । ସେମାନଙ୍କର ବିକାଶ ତ ହେଲା କିନ୍ତୁ ସବୁଠାରୁ ବଡ଼ କଥା ହେଲା ଦେଶର ବ୍ୟବସ୍ଥା ଉପରେ ସେମାନଙ୍କର ବିଶ୍ୱାସ ବୃଦ୍ଧି ପାଇଲା ଆଉ ବିଶ୍ୱାସ ବହୁତ ବଡ଼ ଶକ୍ତି ହୋଇଥାଏ । ଯେତେବେଳେ ଦେଶର ନାଗରିକମାନଙ୍କର ବିଶ୍ୱାସ ସୃଷ୍ଟି ହୋଇଥାଏ, ସେତେବେଳେ ତାହା ଲକ୍ଷ ଲକ୍ଷ କୋଟି କୋଟି ଗୁଣରେ ଏକ ସାମର୍ଥ୍ୟରେ ପରିବର୍ତିତ ହୋଇ ଯାଇଥାଏ । ଆମେ ସେହି ବିଶ୍ୱାସକୁ ଜିତିଛୁ ଆଉ ଆମେ ପରିଶ୍ରମ କଲୁ, ଆମକୁ ପରିଶ୍ରମ କରିବାକୁ ପଡ଼ିଲା, କିନ୍ତୁ ମୁଁ ଖୁସି ଯେ ସେହି ଦୂର ଦୂରାନ୍ତର ଗାଁକୁ ସ୍ୱାଧୀନତାର ଏତେ ବର୍ଷ ପରେ ଆସିଥିବା ନୂତନ ଆଶାର କିରଣ ଦେଖାଗଲା, ସନ୍ତୋଷର ଭାବ ପ୍ରକଟ ହେଲା ଆଉ ସେହି ଆଶୀର୍ବାଦ ଆଜି ଆମକୁ ମିଳୁଛି ।

ଆଦରଣୀୟ ସଭାପତି ମହାଶୟ,

ପୂର୍ବର ସରକାରମାନଙ୍କ ସମୟରେ କିଛି ଘଂଟା ପାଇଁ ବିଜୁଳି ଆସୁଥିଲା । କହିବାକୁ ତ ଲାଗୁଥିଲା ଯେ ବିଜୁଳି ଆସିଗଲା । ଗାଁ ମଝିରେ ଗୋଟିଏ ଖୁଂଟି ପୋତିଦେଲେ ତେବେ ପ୍ରତ୍ୟେକ ବର୍ଷ ତାହାର ବାର୍ଷିକୀ ପାଳନ କରୁଥିଲେ । ଅମୁକ ତାରିଖରେ ଖୁଂଟ ପୋତା ଯାଇଥିଲା । ବିଜୁଳି ତ ଆସୁ ନ ଥିଲା । ଆଜି ବିଜୁଳି ପହଂଚିଛି କେବଳ ଏତିକି ନୁହେଁ, ହାରାହାରି ଆମ ଦେଶରେ 22, 22 ଘଂଟା ବିଜୁଳି ଦେବାର ପ୍ରୟାସରେ ଆମେ ସଫଳ ହୋଇଛୁ । ଆମକୁ ଏହି କାର୍ଯ୍ୟ କରିବା ପାଇଁ ନୂତନ ପରିବହନ ଲାଇନ ଲଗାଇବାକୁ ପଡ଼ିଲା । ଆମକୁ ନୂତନ ଉର୍ଜ୍ଜା ଉତ୍ପାଦନ ପାଇଁ କାର୍ଯ୍ୟ କରିବାକୁ ପଡ଼ିଲା । ଆମକୁ ସୌର ଉର୍ଜ୍ଜା ଆଡ଼କୁ ଯିବାକୁ ପଡ଼ିଲା । ଆମକୁ ନବୀକରଣୀୟ ଶକ୍ତିର ଅନେକ କ୍ଷେତ୍ର ଖୋଜିବାକୁ ପଡ଼ିଲା । ଆମେ ଲୋକମାନଙ୍କୁ ସେମାନଙ୍କର ଭାଗ୍ୟ ଉପରେ ଛାଡ଼ି ଦେଲୁ ନାହିଁ । ରାଜନୈତିକ ଲାଭ କ୍ଷତି ସମ୍ପର୍କରେ ଚିନ୍ତା କଲୁ ନାହିଁ । ଆମେ ଦେଶର ଆଗାମୀ କାଲିକୁ ଉଜ୍ଜ୍ୱଳ କରିବାର ରାସ୍ତା ବାଛିଲୁ । ଆମେ ନିଜ ପାଇଁ ଚାପ ବୃଦ୍ଧି କଲୁ । ଲୋକମାନଙ୍କର ଦାବୀ ବୃଦ୍ଧି ପାଇବାକୁ ଲାଗିଲା, ଚାପ ବଢ଼ିବାକୁ ଲାଗିଲା । ଆମେ ପରିଶ୍ରମ ଭଳି ରାସ୍ତା ବାଛିଲୁ ଆଉ ତାହାର ପରିଣାମ ଆଜି ଦେଶ ଦେଖୁଛି । ଦେଶ ଉର୍ଜ୍ଜା କ୍ଷେତ୍ରରେ ପ୍ରଗତିର ଶୀଖରକୁ ପ୍ରାପ୍ତ କରୁଛି ।

ଆଦରଣୀୟ ସଭାପତି ମହାଶୟ,

ଆମେ ସ୍ୱାଧୀନତାର ଅମୃତ କାଳରେ ଏକ ବହୁତ ବଡ଼ ସାହସିକତା ଭରା ପଦକ୍ଷେପ ଉଠାଇଛୁ । ମୁଁ ଜାଣିଛି ଏହା ସହଜ ନୁହେଁ, ଆମକୁ ବହୁତ ପରିଶ୍ରମ କରିବାକୁ ପଡ଼ିଛି । ଆଉ ସେହି ରାସ୍ତା ଆମେ ବାଛିଚୁ ପୂର୍ଣ୍ଣତାର । ପ୍ରତ୍ୟେକ ଯୋଜନାର ଯେଉଁ ସବୁ ହିତାଧିକାରୀ ଅଛନ୍ତି, ଶତ ପ୍ରତିଶତ ଲାଭ କିଭଳି ଭାବେ ପହଂଚି ପାରିବ, ଶତ ପ୍ରତିଶତ ଲାଭ କିଭଳି ହିତାଧିକାରୀଙ୍କ ପାଖରେ ପହଂଚି ପାରିବ, ପ୍ରତିବନ୍ଧକ ବିନା ଲାଭ ପହଂଚି ପାରିବ ଆଉ ମୁଁ କହୁଛି, ଯଦି ପ୍ରକୃତ ପନ୍ଥ ହେଉଛି ନିରପେକ୍ଷତା ତେବେ ତାହା ହେଉଛି ଏହା, ପ୍ରକୃତ ଧର୍ମନିରପେକ୍ଷତା ଅଛି ତେବେ ତାହା ହେଉଛି ଏହା ଆଉ ସରକାର ପ୍ରକୃତ ସଚ୍ଚୋଟତାର ସହିତ ସେହି ପଥରେ ଚାଲିଛନ୍ତି । ଅମୃତ କାଳରେ ଆମେ ପୂର୍ଣ୍ଣତାର ସଂକଳ୍ପ ନେଇଛୁ । ଶତ ପ୍ରତିଶତ ହିତାଧିକାରୀଙ୍କ ପର୍ଯ୍ୟନ୍ତ ପହଂଚିବାର ସଂକଳ୍ପ ଭାଜପାର ଏନଡିଏ ସରକାରଙ୍କର ରହିଛି ।

ଆଦରଣୀୟ ସଭାପତି ମହାଶୟ,

ଏହି ଶତ ପ୍ରତିଶତ ବାଲା କଥା, ଏହି ପୂର୍ଣ୍ଣତାର କଥା ହେଉଛି ଦେଶର ଅନେକ ସମସ୍ୟାଗୁଡ଼ିକର ହିଁ ସମାଧାନ । ସେହି ନାଗରିକଙ୍କ ସମସ୍ୟାଗୁଡ଼ିକର ସମାଧାନ କେବଳ ଏତିକି ହିଁ ନୁହେଁ, ହେଉଛି ଦେଶର ସମସ୍ୟାଗୁଡ଼ିକର ସମାଧାନ । ଏଭଳି ଏକ ନୂତନ କାର୍ଯ୍ୟ ସଂସ୍କୃତିକୁ ନେଇ ଆମେ ଆସିଛୁ ଯାହା ଦେଶରେ ମୋର- ତୋର, ନିଜର- ପରର, ହେଉଛି ଏ ସମସ୍ତ ଶବ୍ଦଗୁଡ଼ିକୁ ଲିଭେଇ ଦେବା ଭଳି ରାସ୍ତା, ସାଚୁରେସନ ବା ପୂର୍ଣ୍ଣତା ଆମେ ନେଇ କରି ଆସିଛୁ ।

ପୂର୍ଣ୍ଣତା ପର୍ଯ୍ୟନ୍ତ ପହଂଚିବାର ଅର୍ଥ ହୋଇଥାଏ ଭେଦଭାବର ସବୁ ପ୍ରକାରର ଆଶଂକାକୁ ଶେଷ କରିବା । ଯେତେବେଳେ ପ୍ରଭେଦ ରହିଥାଏ, ସେତେବେଳେ ଦୁର୍ନୀତି ପାଇଁ ମଧ୍ୟ ସମ୍ଭାବନା ବୃଦ୍ଧି ପାଇଁ ସୁଯୋଗ ମିଳିଥାଏ । କେହି କହିବେ ମୋତେ ଶୀଘ୍ର ଦିଅ, ସେ କହେ ଏତିକି ଦେବ ତେବେ ଦେବି, କିନ୍ତୁ ଶତ ପ୍ରତିଶତ ଯିବାକୁ ଅଛି ତେବେ ତାହାର ବିଶ୍ୱାସ ରହିଥାଏ ହୁଏତ ଏହି ମାସରେ ମୋ ପାଖରେ ପହଂଚି ନାହିଁ, ତିନି ମାସ ପରେ ପହଂଚିବ, କିନ୍ତୁ ପହଂଚିବ, ବିଶ୍ୱାସ ବୃଦ୍ଧି ହୋଇଥାଏ । ଏହା ତୁଷ୍ଟିକରଣର ଆଶଙ୍କାକୁ ସମାପ୍ତ କରି ଦେଇଥାଏ । ଅମୁକ ଜାତିକୁ ମିଳିବ, ଅମୁକ ପରିବାରକୁ ମିଳିବ, ଅମୁକ ଗାଁକୁ ମିଳିବ, ଅମୁକ ସମ୍ପ୍ରଦାୟକୁ ମିଳିବ, ଅମୁକ ପନ୍ଥ- ସମ୍ପ୍ରଦାୟର ଲୋକମାନଙ୍କୁ ମିଳିବ; ଏହି ସମସ୍ତ ତୁଷ୍ଟିକରଣର ଆଶଙ୍କାକୁ ଶେଷ କରି ଦେଇଥାଏ । ସ୍ୱାର୍ଥ ଆଧାରରେ ଲାଭ ପହଂଚାଇବାର ପ୍ରବୃତିକୁ ସମ୍ପୂର୍ଣ୍ଣ ଭାବେ ଶେଷ କରି ଦେଇଥାଏ ଆଉ ସମାଜର ଶେଷ ବ୍ୟକ୍ତିଙ୍କୁ, ଯିଏ ହେଉଛନ୍ତି ଶେଷ ଧାଡ଼ିରେ ଠିଆ ହୋଇଥିବା ବ୍ୟକ୍ତି ଏବଂ ମହାତ୍ମାଗାନ୍ଧି ଯେଉଁଥିପାଇଁ ସବୁବେଳେ ଓକିଲାତି କରୁଥିଲେ, ସେମାନଙ୍କର ଅଧିକାରର ରକ୍ଷା ଏହା ଭିତରେ ସମାହିତ ହୋଇ ରହିଥାଏ ଆଉ ଆମେ ତାହାକୁ ସୁନିଶ୍ଚିତ କରିଛୁ । ଆଉ ସମସ୍ତଙ୍କ ସହିତ- ସମସ୍ତଙ୍କର ବିକାଶ, ଏହାର ଅର୍ଥ ହେଉଛି ଏହା ଯେ ଶତ ପ୍ରତିଶତ ସେମାନଙ୍କର ଅଧିକାର ସେମାନଙ୍କ ନିକଟରେ ପହଂଚାଇବା ।

ଯେତେବେଳେ ସରକାରୀ କଳର ଲକ୍ଷ୍ୟ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ପହଂଚାଇବାର ହେଉ ସେତେବେଳେ ଭେଦଭାବ, ପକ୍ଷପାତିତା ନିଜର ଅସ୍ତିତ୍ୱ ବଜାୟ ରଖି ପାରିବ ନାହିଁ । ଏଥିପାଇଁ ଆମର ଏହି 100 ପ୍ରତିଶତ ସେବା ଅଭିଯାନ ସାମାଜିକ ନ୍ୟାୟ, ହେଉଛି ଏହାର ବହୁତ ବଡ଼ ସଶକ୍ତ ମାଧ୍ୟମ । ଏହା ହେଉଛି ସାମାଜିକ ନ୍ୟାୟର ପ୍ରକୃତ ଗ୍ୟାରେଂଟି । ଏହା ହେଉଛି ପ୍ରକୃତ ପନ୍ଥ ନିରପେକ୍ଷତା । ଏହା ହେଉଛି ପ୍ରକୃତ ଧର୍ମନିରପେକ୍ଷତା ।

ଆମେ ଦେଶକୁ ବିକାଶର ଏହି ମଡେଲ ପ୍ରଦାନ କରିଛୁ, ଯେଉଁଥିରେ ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କର ଅଧିକାର ମିଳିପାରୁ । ଦେଶ ଆମ ସହିତ ରହିଛି, କଂଗ୍ରେସକୁ ବାରମ୍ବାର ଦେଶ ପ୍ରତ୍ୟାଖ୍ୟାନ କରୁଛି, କିନ୍ତୁ କଂଗ୍ରେସ ଏବଂ ସେମାନଙ୍କର ସାଥୀ ନିଜସ୍ୱ ଷଡଯନ୍ତ୍ରରୁ ଓହରୁ ନାହାନ୍ତି ଆଉ ଜନତା ଏହାକୁ ଦେଖୁଛନ୍ତି ମଧ୍ୟ ଆଉ ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମଧ୍ୟ ଦଣ୍ଡ ପ୍ରଦାନ କରୁଛନ୍ତି  ।

ଆଦରଣୀୟ ସଭାପତି ମହାଶୟ,

ଆମ ଦେଶର ସ୍ୱାଧୀନତାରେ 1857ରୁ ନେଇ ସ୍ୱାଧୀନତା ସଂଗ୍ରାମର ଯେ କୌଣସି ଦଶକକୁ ଦେଖି ନିଅନ୍ତୁ, ହିନ୍ଦୁସ୍ତାନର ଯେ କୌଣସି ଭୂଭାଗକୁ ଦେଖି ନିଅନ୍ତୁ, ମୋ ଦେଶର ସ୍ୱାଧୀନତାର ଲଢ଼େଇରେ ମୋ ଦେଶର ଆଦିବାସୀମାନଙ୍କର ଯୋଗଦାନ ସ୍ୱର୍ଣ୍ଣିମ ପୃଷ୍ଠାରେ ଭରି ହୋଇ ରହିଛି। ଗର୍ବ ହୋଇଥାଏ ଦେଶର ମୋର ଆଦିବାସୀ ଭାଇମାନେ ସ୍ୱାଧୀନତାର ମାହାତ୍ମ୍ୟକୁ ବୁଝିଥିଲେ । କିନ୍ତୁ ଦଶକ ଦଶକ ପର୍ଯ୍ୟନ୍ତ ମୋର ଆଦିବାସୀ ଭାଇ ବିକାଶରୁ ବଂଚିତ ରହିଥିଲେ ଆଉ ବିକାଶର ସେତୁ କେବେ ହେଲେ ମଧ୍ୟ ନିର୍ମାଣ ହୋଇ ପାରିଲା ନାହିଁ, ଆଶଙ୍କାରେ ଭରି ରହିଥିବା ବ୍ୟବସ୍ଥା ହେଲା । ଆଉ ସେହି ଯୁବକମାନଙ୍କ ମନରେ ବାରମ୍ବାର ସରକାରଙ୍କ ପାଇଁ ପ୍ରଶ୍ନ ଉଠାଇ ଚାଲିଲା । କିନ୍ତୁ ସେମାନେ ଯଦି ସଠିକ୍ ଉଦେ୍ଦଶ୍ୟ ନେଇ କାର୍ଯ୍ୟ କରି ଥାଆନ୍ତେ, ମହତ୍ ଉଦେ୍ଦଶ୍ୟରେ କାର୍ଯ୍ୟ କରି ଥାଆନ୍ତେ, ଆଦିବାସୀମାନଙ୍କର କଲ୍ୟାଣ ପ୍ରତି ସମର୍ପଣ ଭାବ ନେଇ କାର୍ଯ୍ୟ କରି ଥାଆନ୍ତେ ତେବେ ଆଜି ଏକବିଂଶ ଶତାବ୍ଦୀର ତୃତୀୟ ଦଶକରେ ମୋତେ ଏତେ ପରିମାଣରେ ପରିଶ୍ରମ କରିବାକୁ ପଡ଼ି ନ ଥାଆନ୍ତା, କିନ୍ତୁ ସେମାନେ କରି ନ ଥିଲେ । ଅଟଳ ବିହାରୀ ବାଜପେୟୀଙ୍କର ସରକାର ଥିଲା । ପ୍ରଥମ ଥର ଏହି ଦେଶରେ ଆଦିବାସୀମାନଙ୍କର ବିକାଶ ପାଇଁ ଭିନ୍ନ ମନ୍ତ୍ରଣାଳୟ ଗଠନ କଲେ, ପ୍ରଥମ ଥର ପାଇଁ ଆଦିବାସୀମାନଙ୍କର କଲ୍ୟାଣ ପାଇଁ, ଉପକାର ପାଇଁ, ବିକାଶ ପାଇଁ ଭିନ୍ନ ବଜେଟର ବ୍ୟବସ୍ଥା ହେଲା ।

ଆଦରଣୀୟ ସଭାପତି ମହାଶୟ,

ଆମେ 110ଟି ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ହିସାବରେ ଚିହ୍ନଟ କରିଛୁ, ଯେଉଁଗୁଡ଼ିକ ବିକାଶରେ ପଛରେ ରହି ଯାଇଛନ୍ତି । ସାମାଜିକ ନ୍ୟାୟ ଭଳି ଗୁରୁତ୍ୱ ଏବଂ ଭୌଗୋଳିକ ରୂପରେ ମଧ୍ୟ ଯେଉଁଗୁଡ଼ିକ ପଛରେ ରହି ଯାଇଛନ୍ତି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ହେଉଛି ସେତିକି ମାତ୍ରାରେ ଆବଶ୍ୟକ । ଆଉ ଏଥିପାଇଁ ଆମେ 110ଟି ଆକାଂକ୍ଷୀ ଜିଲ୍ଲା ଆଉ 110ରୁ ଅଧାରୁ ଅଧିକ ସେହିଭଳି ଅଂଚଳ ରହିଛି, ଯେଉଁଠାରେ ବହୁଳ ସଂଖ୍ୟାରେ ଜନଜାତୀୟ ରହିଛନ୍ତି, ମୋର ଆଦିବାସୀ ଭାଇ ଭଉଣୀ ରହିଛନ୍ତି । ତିନି କୋଟିରୁ ଅଧିକ ଆଦିବାସୀ ଭାଇ ଭଉଣୀଙ୍କୁ ଏହାର ସିଧାସଳଖ ଲାଭ ମିଳିଛି । ତାଙ୍କ ଜୀବନରେ ପରିବର୍ତନ ଆସିଛି । ଏହି ଅଂଚଳଗୁଡ଼ିକରେ ଶିକ୍ଷା, ସ୍ୱାସ୍ଥ୍ୟ, ଭିତିଭୂମି, ଏଥିରେ ଅଦ୍ଭୁତପୂର୍ବ ପରିବର୍ତନ ଆସିଛି କାରଣ ଆମେ 110ଜିଲ୍ଲା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛୁ, ତାହାର ନିୟମିତ ନୀରିକ୍ଷଣ କରୁଛୁ ।

ଏଠାରେ ଆମର କିଛି ମାନନୀୟ ସଦସ୍ୟଗଣ ଆଦିବାସୀ ଉପ ଯୋଜନା ବିଷୟରେ ଆଲୋଚନା କରିଥିଲେ । ମୁଁ ଏପରି ସାଥୀମାନଙ୍କୁ ଅନୁରୋଧ କରୁଛି ଯେ ଟିକେ ସମୟ ବାହାର କରି କୌଣସି ପଢ଼ାଲେଖା ଜାଣିଥିବା ବ୍ୟକ୍ତିଙ୍କର ସାହାଯ୍ୟ ନେଇ ବସନ୍ତୁ ଯିଏ ବଜେଟର ଅଧ୍ୟୟନ କରି ପାରିବେ, ଟିକେ ବୁଝାଇ ପାରିବେ । ଆଉ ଆପଣ ଦେଖିବେ ସେତେବେଳେ ଜଣାପଡିବ ଯେ ବଜେଟରେ ଅନୁସୂଚିତ ଜନଜାତି ଉପାଦାନ ପାଣ୍ଠି ଅଧିନରେ 2014 ପୂର୍ବ ତୁଳନାରେ ପାଂଚଗୁଣ ଅଧିକ ବୃଦ୍ଧି ହୋଇଛି ।

ଆଦରଣୀୟ ସଭାପତି ମହାଶୟ,

2014 ପୂର୍ବରୁ ଯେତେବେଳେ ସେମାନଙ୍କର ସରକାର ଥିଲା, ସେତେବେଳେ ଅନୁଦାନ 20-15 ହଜାର କୋଟି ଟଙ୍କା ପାଖାପାଖି ରହୁଥିଲା, ବହୁତ ପୁରୁଣା କଥା ନୁହେଁ, ମାତ୍ର 20-15 ହଜାର କୋଟି ଟଙ୍କା । ଆଜି ଏଠାରେ ଆସି ଗୀତ ଗାଉଛନ୍ତି । ଆମେ ଆସିବା ପରେ ଚଳିତ ବର୍ଷ 1 ଲକ୍ଷ 20 ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛୁ । ଆମେ ବିଗତ 9 ବର୍ଷରେ ଆମର ଜନଜାତୀୟ ଭାଇ-ଭଉଣୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ସେହି ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ 500 ନୂତନ ଏକଲବ୍ୟ ମଡେଲ ସ୍କୁଲକୁ ମଞ୍ଜୁରୀ ଦିଆଯାଇଛି ଏବଂ ଏହା ହେଉଛି ଚାରିଗୁଣ ଅଧିକ ବୃଦ୍ଧି । କେବଳ ଏତିକି ନୁହେଁ ଶିକ୍ଷକ, କର୍ମଚାରୀ, ଚଳିତ ଥର ଆମେ 38 ହଜାର ନୂତନ ଲୋକଙ୍କ ନିଯୁକ୍ତି ପାଇଁ, ଆମେ ସେମାନଙ୍କ ନିଯୁକ୍ତି ପାଇଁ ବଜେଟରେ ବ୍ୟବସ୍ଥା କରିଛୁ । ଆଦିବାସୀମାନଙ୍କର କଲ୍ୟାଣ ପାଇଁ ସମର୍ପିତ ଆମ ସରକାର,ମୁଁ ଟିକେ ଆପଣମାନଙ୍କୁ ଜଙ୍ଗଲ ଅଧିକାର ଆଇନ କଥା ଆଡକୁ ଆପଣମାନଙ୍କୁ ନେଇ ଯିବାକୁ ଚାହୁଁଛି ।

ଆଦରଣୀୟ ସଭାପତି ମହାଶୟ,

ଦେଶ ସ୍ୱାଧୀନ ହେବା ପରଠାରୁ ଆମର ଆସିବା ପୂର୍ବ ପର୍ଯ୍ୟନ୍ତ, 2014 ପୂର୍ବରୁ ଆଦିବାସୀ ପରିବାରମାନଙ୍କୁ 14 ଲକ୍ଷ ଜମି ପଟ୍ଟା ପ୍ରଦାନ କରାଯାଇ ଥିଲା । ବିଗତ 7-8 ବର୍ଷରେ ଆମେ 60 ଲକ୍ଷ ନୂତନ ପଟ୍ଟା ଦେଇଛୁ । ଏହି ଅଦ୍ଭୁତପୂର୍ବ କାର୍ଯ୍ୟ ହୋଇଛି । ଆମେ ଆସିବା ପୂର୍ବରୁ 23 ହଜାର ଗୋଷ୍ଠିଗତ ପଟ୍ଟା ଦିଆଯାଇଥିଲା, ଆମେ ଆସିବା ପରେ 80 ହଜାରରୁ ଅଧିକ ଗୋଷ୍ଠିଗତ ପଟ୍ଟା ଦିଆଯାଇଛି । ଗଭୀର ସମବେଦନା କଥା କହି ଆଦିବାସୀମାନଙ୍କ ଭାବନା ସହିତ ଖେଳିବାର ଯଦି କେହି ବଜାର କରିଛନ୍ତି ତେବେ ମୋତେ ଆଜି ଏତେ ପରିଶ୍ରମ କରିବାକୁ ପଡି ନଥାନ୍ତା ଆଉ ଏହି କାର୍ଯ୍ୟ ପୂର୍ବରୁ ସହଜରେ ହୋଇଯାଇ ଥାଆନ୍ତା । କିନ୍ତୁ ଏହା ସେମାନଙ୍କର ଅଗ୍ରାଧିକାରରେ ନ ଥିଲା ।

ଆଦରଣୀୟ ସଭାପତି ମହାଶୟ,

ଏମାନଙ୍କର ଅର୍ଥନୀତି, ଏମାନଙ୍କର ସମାଜ ନୀତି, ଏମାନଙ୍କର ରାଜନୀତି ଭୋଟ ବ୍ୟାଙ୍କ ବ୍ୟାଙ୍କ ଆଧାରରେ ହିଁ ଚାଲୁଥିଲା । ଆଉ ସେହି କାରଣରୁ ସମାଜର ଯେଉଁ ମୌଳିକ ଶକ୍ତି ଥାଏ, ସ୍ୱରୋଜଗାର କାରଣରୁ ଦେଶର ଆର୍ଥିକ କାର୍ଯ୍ୟକଳାପକୁ ବୃଦ୍ଧି କରିବାର ଯେଉଁ ସାମର୍ଥ୍ୟ ଥିଲା, ଏମାନେ ସର୍ବଦା ତାହାକୁ ଅଣଦେଖା କରିଦେଲେ । ଏମାନଙ୍କୁ ସେମାନେ ଏତେ ଛୋଟ ଲାଗୁଥିଲେ, ଏତେ ବିଭାଜିତ ବୋଲି ଲାଗୁଥିଲେ ଯେ ଏମାନେ ସେମାନଙ୍କର କୌଣସି ମୂଲ୍ୟ ରହିଥିବା ଭଳି ଭାବୁ ନ ଥିଲେ ଯେହେତୁ ସେମାନେ ଛୋଟ ଛୋଟ କାମରେ ନିୟୋଜିତ ରହିଥିଲେ। ସେମାନେ ସ୍ୱରୋଜଗାର ଉପରେ ସମାଜ ଉପରେ ବୋଝ ନ ହୋଇ ସମାଜରେ କିଛି ନା କିଛି ମୂଲ୍ୟ ବର୍ଦ୍ଧନ କାର୍ଯ୍ୟ କରୁଥିଲେ, ଛୋଟ ଛୋଟ କାମରେ ଜଡ଼ିତ ରହି ଏହି କୋଟି କୋଟି ଲୋକଙ୍କୁ ଭୁଲାଇ ଦିଆଗଲା । ମୁଁ ଗର୍ବିତ ଯେ ମୋ ସରକାର ରାସ୍ତା କଡ଼ ବୁଲା ବିକାଳି, ଉଠା ଦୋକାନୀ ଫୁଟପାଥ୍ରେ ଠେଲା ଲଗାଇ ବିକ୍ରି କରୁଥିବା ଲୋକମାନଙ୍କର ଉପକାର ପାଇଁ, ସୁଧ ଚକ୍କରରେ ଯେଉଁମାନଙ୍କର ଜୀବନ ନଷ୍ଟ ହୋଇ ଯାଉଥିଲା, ସାରା ଦିନର ଝାଳ ସୁଧଖୋରମାନଙ୍କର ଘରକୁ ଯାଇ ଦେବାକୁ ପଡ଼ୁଥିଲା, ସେହି ଗରିବମାନଙ୍କର ଚିନ୍ତାକୁ ଆମେ ହ୍ରାସ କରିଛୁ, ସେହି ରାସ୍ତା କଡ ଉଠା ଦୋକାନୀ ଠେଲା ବିକାଳୀମାନଙ୍କ ପାଇଁ ଆମେ ଚିନ୍ତା କରିଛୁ। ଆଉ ଆଦରଣୀୟ ସଭାପତି ମହାଶୟ, ଆମେ କେବଳ ଏତିକି ନୁହେଁ, ଆମର ବିଶ୍ୱକର୍ମା ସମୁଦାୟ ଯେଉଁମାନଙ୍କର ସମାଜ ନିର୍ମାଣ କ୍ଷେତ୍ରରେ ଭୂମିକା ରହିଛି, ଯେଉଁମାନେ ନିଜ ହାତରେ ଯନ୍ତ୍ରପାତିର ସହାୟତାରେ କିଛି ନା କିଛି ସୃଷ୍ଟି କରି ଚାଲିଛନ୍ତି, ସମାଜର ଆବଶ୍ୟକତାଗୁଡ଼ିକୁ ବହୁତ ବଡ଼ ମାତ୍ରାରେ ପୂରଣ କରିଛନ୍ତି । ସେ ଆମର ବଞ୍ଜାରା ସମୁଦାୟ ହୁଅନ୍ତୁ, ଆମର ଘୁମନ୍ତୁ ଜାତି, ଯାଯାବର ସମ୍ପ୍ରଦାୟର ଲୋକ ହୁଅନ୍ତୁ, ଆମେ ସେମାନଙ୍କର ଚିନ୍ତା କରିବା ଭଳି କାର୍ଯ୍ୟ କରିଛୁ । ପିଏମ ସ୍ୱନିଧି ଯୋଜନା ହେଉ, ପିଏମ ବିଶ୍ୱକର୍ମା ଯୋଜନା ହେଉ, ଯାହାଦ୍ୱାରା ଆମେ ସମାଜର ଏହି ଲୋକଙ୍କ ଦୃଢ଼ତା ପାଇଁ କାର୍ଯ୍ୟ କରିଛୁ, ଏମାନଙ୍କର ସାମର୍ଥ୍ୟକୁ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରିଛୁ ।

ଆଦରଣୀୟ ସଭାପତି ମହାଶୟ,

ଆପଣ ତ ସ୍ୱୟଂ ହେଉଛନ୍ତି ଜଣେ କୃଷକଙ୍କ ପୁତ୍ର, ଏହି ଦେଶର କୃଷକଙ୍କ ସହିତ କ’ଣ ବିତିଥାଏ । ଉପରେ- ଉପରେ କିଛି ଗୋଟିଏ ବର୍ଗଙ୍କୁ ସମ୍ଭାଳିନେବା ଏବଂ ସେହିମାନଙ୍କୁ ନେଇ ନିଜର ରାଜନୀତି ଜାରି ରଖିବା, ଏହି ପ୍ରକି୍ରୟା ଚାଲୁ ରହିଲା । ଏହି ଦେଶର କୃଷିର ପ୍ରକୃତ ଶକ୍ତି ହେଉଛନ୍ତି କ୍ଷୁଦ୍ର ଚାଷୀ । ଏକ ଏକର, ଦୁଇ ଏକର ଜମିରେ ବହୁ କଷ୍ଟରେ ଉତ୍ପାଦନ କରୁଥିବା 80-85 ପ୍ରତିଶତ ହେଉଛନ୍ତି ଏହି ବର୍ଗର କୃଷକ । ଏହି କ୍ଷୁଦ୍ର ଚାଷୀ ଉପେକ୍ଷିତ ଥିଲେ, ସେମାନଙ୍କ ସ୍ୱର ଶୁଣିଲାବାଲା କେହି ନ ଥିଲେ । ଆମ ସରକାର କ୍ଷୁଦ୍ର ଚାଷୀଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କଲେ। କ୍ଷୁଦ୍ର ଚାଷୀଙ୍କୁ ଆନୁଷ୍ଠାନିକ ଭାବେ ବ୍ୟାଙ୍କ ସହିତ ଯୋଡାଗଲା । ଆଜି ବର୍ଷକୁ 3 ଥର ସିଧାସଳଖ ପିଏମ କିଷାନ ସମ୍ମାନ ନିଧି କ୍ଷୁଦ୍ର ଚାଷୀଙ୍କ ଖାତାରେ ଜମା ହେଉଛି । କେବଳ ଏତିକି ନୁହେଁ, ଆମେ ପଶୁପାଳକମାନଙ୍କୁ ମଧ୍ୟ ବ୍ୟାଙ୍କ ସହିତ ଯୋଡ଼ିଲୁ । ଆମେ ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ବ୍ୟାଙ୍କ ସହିତ ଯୋଡ଼ିଲୁ ଆଉ ସେମାନଙ୍କୁ ସୁଧରେ ରିହାତି ଦେଇ ସେମାନଙ୍କର ଆର୍ଥିକ ସାମର୍ଥ୍ୟ ବୃଦ୍ଧି କଲୁ । ଫଳରେ ସେମାନେ ନିଜର ବ୍ୟବସାୟ ବିକଶିତ କରି ପାରନ୍ତୁ, ନିଜର କୃଷି ପଦ୍ଧତି ବଦଳାଇ ପାରନ୍ତୁ, ନିଜର ଉତ୍ପାଦିତ ସାମଗ୍ରୀକୁ ଗଚ୍ଛିତ ରଖି ଉଚିତ ମୂଲ୍ୟ ମିଳିବା ସମୟରେ ବଜାରକୁ ନେଇ ଯାଇ ପାରନ୍ତୁ । ସେହି ଦିଗରେ କାର୍ଯ୍ୟ କଲୁ ।

ଆଦରଣୀୟ ସଭାପତି ମହାଶୟ,

ଆମେ ଜାଣିଛୁ, ଆମ ଦେଶର ଏପରି ବହୁତ କୃଷକ ରହିଛନ୍ତି ଯେଉଁମାନଙ୍କୁ ବର୍ଷାପାଣି ଉପରେ ନିର୍ଭର କରି ଚଳିବାକୁ ପଡ଼ିଥାଏ । ଜଳସେଚନ ବ୍ୟବସ୍ଥା ବିଗତ ସରକାର କଲେ ନାହିଁ । ଆମେ ଆଉ ମଧ୍ୟ ଦେଖିଛେ ଯେ କ୍ଷୁଦ୍ର ଚାଷୀ ବର୍ଷାପାଣି ଭରସାରେ  ବଗଡ଼ା ଶସ୍ୟର ଚାଷ କରି ଥାଆନ୍ତି, ପାଣି ନ ଥାଏ । ଏହି ବଗଡ଼ା ଶସ୍ୟ ଚାଷ କରୁଥିବା କୃଷକମାନଙ୍କୁ ଆମେ ସ୍ୱତନ୍ତ୍ର ସ୍ଥାନ ଦେଲୁ । ଆମେ ମିଳିତ ଜାତିସଙ୍ଘକୁ ଲେଖିଲୁ ଯେ ମିଲେଟ ବର୍ଷ ପାଳନ କରନ୍ତୁ । ବିଶ୍ୱରେ ଭାରତର ମୋଟା ଶସ୍ୟକୁ ବ୍ରାଣ୍ଡିଙ୍ଗ ମିଳୁ, ବଜାର ସୃଷ୍ଟି ହେଉ ଏବଂ ତାହାକୁ ବୈଚାରିକ ରୂପରେ ସେହି ବଗଡ଼ା ଶସ୍ୟକୁ ଶ୍ରୀଅନ୍ନ ଭାବେ ଯେପରି ଶ୍ରୀଫଳ ମହୋତ୍ସବ ହେଉଛି, ସେହିପରି ଶ୍ରୀଅନ୍ନର ମହୋତ୍ସବ ସୃଷ୍ଟି ହେଉ ଏବଂ କ୍ଷୁଦ୍ର ଚାଷୀମାନେ ଯାହା ଉତ୍ପାଦନ କରୁଛନ୍ତି, ତାକୁ ଉଚିତ ମୂଲ୍ୟ ମିଳୁ, ବୈଶ୍ୱିକ ବଜାର ମିଳୁ, ଦେଶରେ କୃଷି ପଦ୍ଧତିରେ ପରିବର୍ତନ ଆସୁ, ଆଉ କେବଳ ଏତିକି ହିଁ ନୁହେଁ, ଏହି ମିଲେଟ୍ସ ହେଉଛି ସୁପର୍ ଫୁଡ଼୍, ପୋଷଣ ପାଇଁ ବହୁତ ବଡ଼ ଶକ୍ତି ରହିଛି । ଆମ ଦେଶର ନୂତନ ପିଢ଼ୀର ପୋଷଣ ସମସ୍ୟାର ସମାଧାନ ପାଇଁ ମଧ୍ୟ ଏହା କାର୍ଯ୍ୟରେ ଆସୁ, ମୋର କ୍ଷୁଦ୍ର ଚାଷୀଙ୍କୁ ମଧ୍ୟ ସୁଦୃଢ଼ କରୁ । ଆମେ ସାର କ୍ଷେତ୍ରରେ ମଧ୍ୟ ଅନେକ ନୂତନ ବିକଳ୍ପ ବିକଶିତ କରିଛୁ, ତାହାର ଅନେକ ଲାଭ ମଧ୍ୟ ମିଳିଛି ।

ଆଦରଣୀୟ ସଭାପତି ମହାଶୟ,

ମୁଁ ଦୃଢ଼ ବିଶ୍ୱାସର ସହିତ ସ୍ୱୀକାର କରୁଛି ଯେ ଯେତେବେଳେ ନିଷ୍ପତି ପ୍ରକ୍ରିୟାରେ ମାଆ- ଭଉଣୀମାନଙ୍କର ଭାଗିଦାରୀ ବଢ଼ିଥାଏ, ସେତେବେଳେ ଭଲ ପରିଣାମ ମିଳିଥାଏ, ବହୁତ ଶୀଘ୍ର ମିଳିଥାଏ ଏବଂ ନିର୍ଦ୍ଧାରିତ ଲକ୍ଷ୍ୟ ପ୍ରାପ୍ତ କରିବା ଭଳି ହୋଇଥାଏ । ଆଉ ଏଥିପାଇଁ ମାଆ- ଭଉଣୀମାନଙ୍କର ଭାଗିଦାରୀ ବଢ଼ୁ, ସେମାନେ ନିଷ୍ପତି ପ୍ରକ୍ରିୟାରେ ଆମ ସହିତ ଯୋଡ଼ି ହୁଅନ୍ତୁ, ସେହି ଦିଗରେ ମଧ୍ୟ ମହିଳା ସଶକ୍ତିକରଣକୁ ନେଇ, ମହିଳାମାନଙ୍କର ନେତୃତ୍ୱର ବିକାଶ ପାଇଁ ଆମ ସରକାର ପ୍ରାଥମିକତା ଦେଇଛନ୍ତି । ସଦନରେ ଆମର ମାନ୍ୟବର ସଦସ୍ୟ କହିଲେ ଯେ ମହିଳାମାନଙ୍କୁ ଶୌଚାଳୟ ଦେବା ଦ୍ୱାରା କ’ଣ ମହିଳାମାନଙ୍କର ବିକାଶ ହୋଇଯିବ । ହୋଇପାରେ ତାଙ୍କର ଧ୍ୟାନ କେବଳ ଶୌଚାଳୟ ଉପରକୁ ଯାଇଛି । ତାହା ତାଙ୍କର ସମସ୍ୟା ହୋଇଥିବ, କିନ୍ତୁ ମୁଁ ଟିକେ କହିବାକୁ ଚାହୁଁଛି ମୋତେ ଏହି କଥାକୁ ନେଇ ଗର୍ବ ହେଉଛି ଏବଂ ମୁଁ ଗର୍ବ ଅନୁଭବ କରୁଛି । କାରଣ ମୁଁ ରାଜ୍ୟରେ ରହି ସରକାର ଚଳାଇ ଏଠାକୁ ଆସିଛି । ମୁଁ ଗାଁରେ ଜୀବନ ଅତିବାହିତ କରି ଆସିଛି । ମୁଁ ଗର୍ବିତ ଯେ 11 କୋଟି ଶୌଚାଳୟ ନିର୍ମାଣ କରି ମୁଁ ମୋର ମାଆ ଭଉଣୀମାନଙ୍କୁ ଇଜ୍ଜତ ଘର ଦେଇଛି । ମୋତେ ଏହି କଥା ପାଇଁ ଗର୍ବ ଲାଗୁଛି । ଆମର ମାଆ, ଭଉଣୀ, ଝିଅମାନଙ୍କ ଜୀବନଶୈଳୀ ଆଡ଼କୁ ଟିକେ ଧ୍ୟାନ ଦିଅନ୍ତୁ, ଆମ ସରକାର ମାଆ- ଭଉଣୀମାନଙ୍କର ସଶକ୍ତୀକରଣ ପାଇଁ କେତେ ସମ୍ବେଦନଶୀଳ ଅଛନ୍ତି, ସେହି ଦିଗକୁ ମୁଁ ଟିକେ ଧ୍ୟାନ ଆକର୍ଷିତ କରିବାକୁ ଚାହୁଁଛି । ଆଉ ଯେଉଁମାନଙ୍କର ଚିନ୍ତା କେବଳ ଶୌଚାଳୟର ଚିନ୍ତାଧାରା ମଧ୍ୟରେ ରହି ଯାଇଥିଲା, ସେମାନେ ଟିକେ କାନ ଖୋଲି ଶୁଣନ୍ତୁ, ଫଳରେ ଆଗକୁ ଯାଇ ସେମାନଙ୍କୁ ଏହା କହିବାକୁ ସୁବିଧା ହେବ । ଗର୍ଭାବସ୍ଥା ସମୟରେ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁ, ଏଥିପାଇଁ ଆମେ ମାତୃବନ୍ଦନା ଯୋଜନା କାର୍ଯ୍ୟକାରୀ କଲୁ ଆଉ ଏଥିପାଇଁ ଗର୍ଭାବସ୍ଥା ସମୟରେ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ଯାଉ, ଫଳରେ ସେମାନଙ୍କ ପୋଷଣ ଦ୍ୱାରା ତାଙ୍କ ଗର୍ଭରେ ଯେଉଁ ପିଲା ଅଛି, ତାହାର ସ୍ୱାସ୍ଥ୍ୟକୁ ମଧ୍ୟ ଲାଭ ମିଳିଛି । ଆମର ଏଠାରେ ମାତୃ ମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର, ଏହି ଗମ୍ଭୀର ସମସ୍ୟାରୁ ମୁକ୍ତିର ଏକ ଉପାୟ ହେଉଛି ଆନୁଷ୍ଠାନିକ ପ୍ରସବ । ଆମର ଗରିବରୁ ଗରିବ ମାଆମାନଙ୍କର ଆନୁଷ୍ଠାନିକ ପ୍ରସବ ହେଉ, ଶିଶୁମାନଙ୍କର ଜନ୍ମ ହସ୍ପାତାଳରେ ହେଉ, ଏଥିପାଇଁ ଆମେ ଅର୍ଥ ଖର୍ଚ୍ଚ କରିବାକୁ ସ୍ଥିର କଲୁ ଏବଂ ବ୍ୟାପକ ଅଭିଯାନ ମଧ୍ୟ ଚଲାଇଲୁ ଆଉ ତାହାର ପରିଣାମ ମଧ୍ୟ ଦେଖିବାକୁ ମିଳୁଛି । ଆମେ ଜାଣିଛୁ ଯେ କୌଣସି ନା କୌଣସି ମାନସିକ ବିକୃତି କାରଣରୁ ଝିଅମାନଙ୍କୁ ମାଆ ଗର୍ଭରେ ହିଁ ମାରି ଦେବାର ପ୍ରବୃତି ବୃଦ୍ଧି ପାଇଥିଲା । ଏହା ସମାଜ ପାଇଁ କଳଙ୍କ ହୋଇ ରହିଥିଲା । ଆମେ ବେଟୀ ବଚାଓ ଅଭିଯାନ ଚଳାଇଲୁ ଆଉ ଆଜି ମୁଁ ଖୁସି ଯେ ଯେତେବେଳେ ପୁଅଟିଏ ଜନ୍ମ ନେଉଛି ସେହି ତୁଳନାରେ ଝିଅଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହା ହେଉଛି ଆମ ସମାଜ ପାଇଁ ଆତ୍ମସନ୍ତୋଷର ବିଷୟ । ଆମେ ଝିଅମାନଙ୍କର ରକ୍ଷା କରିବାର କାର୍ଯ୍ୟ କରିଛୁ । ଝିଅ ଯେତେବେଳେ ବଡ଼ ହୋଇ ସ୍କୁଲ ଯାଏ ଏବଂ ଶୌଚାଳୟ ଅଭାବରୁ ପଂଚମ, ଷଷ୍ଠ ଶ୍ରେଣୀକୁ ଆସୁ ଆସୁ ସ୍କୁଲ ଛାଡ଼ିଦିଏ, ଆମେ ଏହି ସମସ୍ୟାର ମଧ୍ୟ ସମାଧାନ କରିଛୁ ଆଉ ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ ତିଆରି କଲୁ, ଫଳରେ ମୋର ଝିଅମାନଙ୍କୁ ସ୍କୁଲ ଛାଡ଼ିବାକୁ ନ ପଡ଼ୁ, ଆମେ ଏହି ଚିନ୍ତା କରିଥିଲୁ । ଝିଅମାନଙ୍କର ଶିକ୍ଷା ଜାରି ରହୁ ଆଉ ଏଥିପାଇଁ ଆମେ ସୁକନ୍ୟା ସମୃଦ୍ଧି ଯୋଜନା, ଯେଉଁଥିରେ ଅଧିକ ସୁଧ ଦେଇ ଝିଅମାନଙ୍କର ସୁରକ୍ଷିତ ଶିକ୍ଷାର ବ୍ୟବସ୍ଥା କରାଗଲା, ଫଳରେ ପରିବାର ମଧ୍ୟ ସେମାନଙ୍କୁ ପ୍ରୋତ୍ସାହିତ କରୁ । ଝିଅ ବଡ଼ ହୋଇ ନିଜର କାର୍ଯ୍ୟ କରିବା ପାଇଁ ବିନା ଗ୍ୟାରେଂଟିରେ ମୁଦ୍ରା ଯୋଜନାରୁ ଋଣ ନେଇପାରୁ, ନିଜ ଗୋଡ଼ରେ ନିଜେ ଠିଆ ହୋଇପାରୁ ଆଉ ମୁଁ ଖୁସି ଯେ ମୁଦ୍ରା ଯୋଜନାରେ ହିତାଧିକାରୀଙ୍କ ମଧ୍ୟରୁ 70 ପ୍ରତିଶତ ହେଉଛନ୍ତି ଆମର ମାଆ- ଭଉଣୀ । ଆମେ ଏହି କାମ କରିଛୁ ।

ମାଆ ହେବା ପରେ ମଧ୍ୟ ଚାକିରୀ ଜାରି ରଖୁ, ଏଥିପାଇଁ ମାତୃତ୍ୱ ଅବକାଶରେ ବୃଦ୍ଧି କରିଛୁ ଯାହା ବିକଶିତ ଦେଶମାନଙ୍କଠାରୁ ମଧ୍ୟ ଅଧିକରୁ ଅଧିକ କାର୍ଯ୍ୟ ଆମେ କରିଛୁ । ଝିଅମାନଙ୍କ ପାଇଁ ସୈନିକ ସ୍କୁଲର ଦ୍ୱାର ଉନ୍ମୁକ୍ତ କରି ଦେଇଛୁ ।

ଆଦରଣୀୟ ସଭାପତି ମହାଶୟ,

ଆପଣ ତ ସ୍ୱୟଂ ହେଉଛନ୍ତି ସୈନିକ ସ୍କୁଲର ବିଦ୍ୟାର୍ଥୀ । ଝିଅମାନଙ୍କୁ ସେଠାରେ ପ୍ରବେଶ ମିଳୁ ନ ଥିଲା, ସେହି କାର୍ଯ୍ୟ ମଧ୍ୟ ଆମେ କରି ଦେଲୁ । ଆଜି ସୈନିକ ସ୍କୁଲରେ ମଧ୍ୟ ମୋର ଝିଅମାନେ ପଢ଼ୁଛନ୍ତି । କେବଳ ଏତିକି ହିଁ ନୁହେଁ, ଆମ ଝିଅମାନେ ଅବଳା ନୁହଁନ୍ତି, ହେଉଛନ୍ତି ସବଳା । ସେମାନେ ସେନାରେ ଯୋଗ ଦେବାକୁ ଚାହୁଁଛନ୍ତି, ଅଫିସର ହେବାକୁ ଚାହୁଁଛନ୍ତି । ଆମେ ଆମର ଝିଅମାନଙ୍କ ପାଇଁ ସେନାର ଦ୍ୱାର ମଧ୍ୟ ଉନ୍ମୁକ୍ତ କରି ଦେଇଛୁ । ଆଉ ଆଜି ଗର୍ବ ହେଉଛି ସିଆଚୀନରେ ମୋ ଦେଶର କୌଣସି ଝିଅ ମାଆ ଭାରତୀର ରକ୍ଷା କରିବା ପାଇଁ ମୁତୟନ ହୋଇଛି ।

ଝିଅମାନଙ୍କୁ ଗାଁରେ ଆୟ କରିବାର ସୁଯୋଗ ମିଳୁ, ଏଥିପାଇଁ ଆମେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତାଙ୍କୁ ଏକ ନୂତନ ଶକ୍ତି ଦେଇଛୁ, ମୂଲ୍ୟ ବର୍ଦ୍ଧନ କରିଛୁ ଆଉ ବ୍ୟାଙ୍କରୁ ମିଳୁଥିବା ସହାୟତା ରାଶିରେ ବହୁତ ବଡ଼ ବୃଦ୍ଧି କରିଛୁ । ଆଉ ଏଥିପାଇଁ ମଧ୍ୟ ଆମେ ତାଙ୍କର ପ୍ରଗତି ପାଇଁ ଆମର ମାଆ- ଝିଅମାନଙ୍କୁ, ଭଉଣୀମାନଙ୍କୁ କାଠ ଧୂଆଁର ଜୀବନ ବହୁତ କଷ୍ଟରେ ସହିବାକୁ ନପଡ଼ୁ, ଏଥିପାଇଁ ଆମେ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସଂଯୋଗ ଦେଲୁ । ଆମର ମାଆ ଭଉଣୀମାନଙ୍କୁ, ଝିଅମାନଙ୍କୁ ପିଇବା ପାଣି ପାଇଁ ସଙ୍ଘର୍ଷ କରିବାକୁ ନ ପଡ଼ୁ, 2-2,4-4 କିଲୋମିଟର ପର୍ଯ୍ୟନ୍ତ ଯିବାକୁ ନ ପଡ଼ୁ, ଆମେ ପାଇପ୍ ଯୋଗେ ଘର ପର୍ଯ୍ୟନ୍ତ ପାଣି ପହଂଚାଇବାର ଅଭିଯାନ ଚଲାଇଲୁ ଫଳରେ ମୋର ମାଆ- ଝିଅମାନଙ୍କୁ, ଭଉଣୀମାନଙ୍କୁ, ଝିଅମାନଙ୍କୁ ଅନ୍ଧାରରେ ଜୀଇଁବାକୁ ନ ପଡ଼ୁ, ସେଥିପାଇଁ ଆମେ ସୌଭାଗ୍ୟ ଯୋଜନାରେ ଏଭଳି ଗରିବ ପରିବାର ପର୍ଯ୍ୟନ୍ତ ବିଜୁଳି ପହଂଚାଇଛୁ। ଝିଅ, ମାଆ, ଭଉଣୀ କେତେ ମଧ୍ୟ ଗୁରୁତର ରୋଗରେ ପଡ଼ନ୍ତୁ ସେମାନେ କେବେ ଜଣାଇ ନ ଥାଆନ୍ତି, ସେମାନଙ୍କୁ ଚିନ୍ତାଥାଏ ଯେ, ପିଲାମାନେ ଋଣରେ ପଡ଼ିଯିବେ, ପରିବାର ଉପରେ ବୋଝ ପଡ଼ିଯିବ ଆଉ କଷ୍ଟ ସହି ନିଅନ୍ତି କିନ୍ତୁ ନିଜ ପିଲାମାନଙ୍କୁ ରୋଗ ବିଷୟରେ କହି ନ ଥାଆନ୍ତି । ସେହି ମାଆ- ଭଉଣୀମାନଙ୍କୁ ଆୟୂଷ୍ମାନ କାର୍ଡ ଦେଇ ହସ୍ପାତାଳରେ ବଡ଼ରୁ ବଡ଼ ରୋଗରୁ ମୁକ୍ତିର ପଥ ଆମେ ଖୋଲି ଦେଇଛୁ ।

ଆଦରଣୀୟ ସଭାପତି ମହାଶୟ,

ଝିଅମାନଙ୍କର ସମ୍ପତି ଉପରେ ଅଧିକାର ଥାଉ, ଏଥିପାଇଁ ଆମେ ସରକାରଙ୍କ ତରଫରୁ ଯେଉଁ ଆବାସ ଯୋଜନା ଦେଉଛୁ, ସେଥିରେ ମଧ୍ୟ ଝିଅର ଅଧିକାରକୁ ସୁନିଶ୍ଚିତ କରାଯାଇଛି । ତାଙ୍କ ନାମରେ ସମ୍ପତି ରଖିବାର କାର୍ଯ୍ୟ କରିଛୁ । ଆମେ ମହିଳା ସଶକ୍ତିକରଣ ପାଇଁ ଆମର ମାଆ- ଭଉଣୀମାନେ ଯାହା ମଧ୍ୟ ଛୋଟ- ବଡ଼ ସଂଚୟ କରି ନିଅନ୍ତୁ, ଅସୁବିଧା ସହି ସଂଚୟ କରିବା ମାଆ- ଭଉଣୀମାନଙ୍କର ସ୍ୱଭାବ ହୋଇଥାଏ ଆଉ ସେମାନେ ଘରର ଶସ୍ୟ ବା ଖାଦ୍ୟାନ୍ନ ଡ଼ବାରେ ଅର୍ଥ ରଖି ପରିବାର ଚଳାଇ ନେଇ ଥାଆନ୍ତି । ସେହି କଷ୍ଟରୁ ବାହାର କରିବା ପାଇଁ ଆମେ ସେମାନଙ୍କର ଜନ ଧନ ଖାତା ଖୋଲି ଦେଇଛୁ । ବ୍ୟାଙ୍କରେ ଅର୍ଥ ଜମା କରନ୍ତୁ, ଏହାର ଘୋଷଣା କରି ଦେଇଥିଲୁ ।

ଆଉ ଆଦରଣୀୟ ସଭାପତି ମହାଶୟ,

ଚଳିତ ବଜେଟ ଅଧିବେଶନ ପାଇଁ ଗର୍ବର କଥା ହେଉଛି ଯେ ବଜେଟ ଅଧିବେଶନର ଆରମ୍ଭ ମହିଳା ରାଷ୍ଟ୍ରପତିଙ୍କ ଦ୍ୱାରା ହୋଇଛି ଆଉ ବଜେଟ ଅଧିବେଶନର ବିଧିବଦ୍ଧ ଆରମ୍ଭ ମହିଳା ଅର୍ଥମନ୍ତ୍ରୀଙ୍କ ଭାଷଣରେ ହୋଇଛି । ଦେଶରେ ଏଭଳି ସଂଯୋଗ ପୂର୍ବରୁ କେବେ ହୋଇ ନ ଥିଲା, ଆଜି ଆସିଛି । ଆଉ ଆମର ତ ପ୍ରୟାସ ରହିବ କି ଏଭଳି ଶୁଭ ଅବସର ଆଗକୁ ମଧ୍ୟ ଦେଖିବାକୁ ମିଳୁ ।

ଆଦରଣୀୟ ସଭାପତି ମହାଶୟ,

ଯେତେବେଳେ ଦେଶକୁ ଆଧୁନିକ ହେବାର ଅଛି, ନୂତନ ସଂକଳ୍ପକୁ ଅତିକ୍ରମ କରିବାର ଅଛି, ସେତେବେଳେ ଆମେ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ସାମର୍ଥ୍ୟକୁ ଅସ୍ୱୀକାର କରି ପାରିବା ନାହିଁ। ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ବିଭାଗ ଗୁଡିକୁ ଆମ ସରକାର ଭଲଭାବେ ବୁଝିଛନ୍ତି । କିନ୍ତୁ ଆମେ ଖଣ୍ଡ ଖଣ୍ଡ ବା ବିଭାଜିତ ଭାବରେ ଚିନ୍ତା କରି ନ ଥାଉ, ଆମେ ପ୍ରତୀକବାଦରେ ଚିନ୍ତା କରୁ ନାହୁଁ, ଆମେ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ ମାଧ୍ୟମରେ ଦେଶକୁ ଆଗକୁ ନେବାର ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କରୁଛୁ, ସାମଗ୍ରିକ ପ୍ରୟାସ କରୁଛୁ, ପ୍ରତ୍ୟେକ ପଦକ୍ଷେପ ନେଉଛୁ । ଆଉ ଏଥିପାଇଁ ପିଲା ଦିନରୁ ବୈଜ୍ଞାନିକ ଚିନ୍ତାଧାରାର ବିକାଶ କରିବା ପାଇଁ ଅଟଳ ଟିଙ୍କରିଂ ଲ୍ୟାବ୍ ଏକ ବୈଜ୍ଞାନିକ ଚିନ୍ତାଧାରାର ନିର୍ମାଣ ପାଇଁ ସ୍କୁଲ ସ୍ତରରେ ପିଲାମାନଙ୍କୁ ଆମେ ସୁଯୋଗ ପ୍ରଦାନ କରିଛୁ ଯାହାଦ୍ୱାରା ପିଲାମାନେ ଟିକେ ଆଗକୁ ଯାଇ କିଛି କରନ୍ତୁ । ସେଥିପାଇଁ ଆମେ ଅଟଳ ନବୋନ୍ମେଷ କେନ୍ଦ୍ର ନିର୍ମାଣ କରୁଛୁ ଫଳରେ ଯଦି କିଛି ଭଲ କାର୍ଯ୍ୟ କରନ୍ତି, ତେବେ ସେମାନଙ୍କୁ ସେହି ପରିବେଶ ମିଳିବ ଫଳରେ ସେମାନେ ଟେକ୍ନୋଲୋଜିରେ ପରିବର୍ତିତ କରି ଯେଉଁ ନବସୃଜନ କାର୍ଯ୍ୟ ଆଜି ଆମର ବିଜ୍ଞାନର ପ୍ରଗତିର ପରିଣାମ ନେଇ ଆମର ନୀତି ବଦଳିଛି, ମହାକାଶ କ୍ଷେତ୍ରରେ ଘରୋଇ ଭାଗିଦାରୀର ସ୍ୱପ୍ନକୁ ଆମେ ପୂରଣ କରିଛୁ ଆଉ ମୁଁ ଖୁସି ଯେ ମୋ ଦେଶର ଯୁବକମାନେ ଆଜି ଘରୋଇ ଉପଗ୍ରହ ଉତକ୍ଷେପଣର ଶକ୍ତି ରଖୁଛନ୍ତି, ଏହା ହେଉଛି ବିଜ୍ଞାନ ଓ ଟେକ୍ନୋଲୋଜିର ପରିଣାମ । ଆଜି ଷ୍ଟାର୍ଟ ଅପ୍ ଦୁନିଆରେ ଯେଉଁ ମୌଳିକ ବିଜ୍ଞାନ ଓ ବୈଷୟିକଜ୍ଞାନ ଯୋଡ଼ି ହୋଇ ଅଛି, ସେଥିରେ ୟୁନିକର୍ଣ୍ଣର ସଂଖ୍ୟାରେ ଆଜି ଆମେ ବିଶ୍ୱର ତୃତୀୟ ସ୍ଥାନରେ ପହଂଚି ଯାଇଛୁ ।

ଆଦରଣୀୟ ସଭାପତି ମହାଶୟ,

ଆଜି ଏହି ଦେଶ ଗର୍ବ କରିବ ଯେ ସର୍ବାଧିକ ପେଟେଂଟ, ନବସୃଜନ ଏବଂ ବିଶ୍ୱ ବଜାରରେ ତିଷ୍ଠି ରହିବାର ସତ୍ୱାଧିକାର, ଏହା ହେଉଛି ସବୁଠାରୁ ଅଧିକ ସତ୍ୱାଧିକାର ପଞ୍ଜିକରଣ କରିବାରେ ଆଜି ମୋ ଦେଶର ଯୁବକମାନେ ଆଗକୁ ଆସୁଛନ୍ତି ।

ଆଦରଣୀୟ ସଭାପତି ମହାଶୟ,

ଆଧାରର ଶକ୍ତି କ’ଣ ହୋଇଥାଏ ତାହା ଆମ ସରକାର ଆସିବା ପରେ ଦେଖାଇ ଦେଇଛି ଆଉ ଆଧାର ସହିତ ଜଡ଼ିତ ଥିବା ଯେଉଁ ବିଦ୍ୱାନ ଲୋକ ଅଛନ୍ତି, ସେମାନେ ମଧ୍ୟ କହିଛନ୍ତି ଯେ ଆଧାରର ଗୁରୁତ୍ୱକୁ, ଟେକ୍ନୋଲୋଜିର ଗୁରୁତ୍ୱକୁ, 2014 ପରେ ବୁଝାଗଲା ଆଉ ସେଥିପାଇଁ ସେହି ପରିଶ୍ରମ ଏବେ ପରିଣାମ ଆଣିଛି । ଆମେ ଦେଖିଛୁ ଯେ କୋଭିଡ଼ ସମୟରେ କୋୱିନ ପ୍ଲାଟଫର୍ମ 200 କୋଟି ଟିକା ଏବଂ ପ୍ରମାଣପତ୍ର ଆପଣ କୋୱିନ ଆପ୍ ରୁ ମୋବାଇଲରେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଆସି ଯାଉଥିଲା । କିନ୍ତୁ ବିଶ୍ୱର ଲୋକ ଆଶ୍ଚର୍ଯ୍ୟ ହେଲେ ଯେତେବେଳେ କୋଭିଡ଼ ସମୟରେ ଭାରତ ନିଜର ଟିକା ନେଇକରି ଆସିଲା, ବିଶ୍ୱର ଲୋକମାନଙ୍କ ପାଇଁ ଆମର ଏଠାରେ ଟିକାର ବହୁତ ବଡ଼ ବଜାର ଥିଲା, ବିକ୍ରି କରିବା ପାଇଁ । ନାନା ପ୍ରକାରର ଭ୍ରମ ପ୍ରଚାରିତ କରି ଚାପ ସୃଷ୍ଟି କରାଗଲା, ଲେଖା ପ୍ରକାଶ କରାଗଲା, ଟିଭିରେ ସାକ୍ଷାତକାର ଦିଆ ଯାଉଥିଲା, ସେମିନାରର ଆୟୋଜନ କରାଯାଉଥିଲା । କେବଳ ଏତିକି ନୁହେଁ ମୋ ଦେଶର ବୈଜ୍ଞାନିକମାନଙ୍କୁ ନିନ୍ଦା କରିବା ପାଇଁ ସେମାନଙ୍କୁ ନିଚ୍ଚ ଦେଖାଇବା ପାଇଁ ଯୋରଦାର ପ୍ରୟାସ କରାଗଲା । ଆଉ ମୋ ଦେଶର ବୈଜ୍ଞାନିକମାନେ ଆଜି ବିଶ୍ୱରେ ଯାହାଙ୍କୁ ସ୍ୱୀକୃତି ମିଳିଛି ଏଭଳି ଟିକା ମୋର ଦେଶବାସୀମାନଙ୍କ ପାଇଁ ନୁହେଁ, ଭିନ୍ନ ଭିନ୍ନ ଦେଶର ଲୋକମାନଙ୍କର ଆବଶ୍ୟକତାକୁ ପୂରଣ କଲା । ଏମାନେ ହେଉଛନ୍ତି ବିଜ୍ଞାନର ବିରୋଧୀ, ଏମାନେ ହେଉଛନ୍ତି ଟେକ୍ନୋଲୋଜିର.....

ଆଦରଣୀୟ ସଭାପତି ମହାଶୟ,

ଏମାନେ ହେଉଛନ୍ତି ବିଜ୍ଞାନର ବିରୋଧୀ, ଏମାନେ ହେଉଛନ୍ତି ଟେକ୍ନୋଲୋଜିର ବିରୋଧୀ । ଆମର ବୈଜ୍ଞାନିକମାନଙ୍କୁ ଅପମାନ କରିବା ପାଇଁ କୌଣସି ସୁଯୋଗ ଛାଡ଼ନ୍ତି ନାହିଁ । ଔଷଧ ଜଗତରେ ଆମ ଦେଶ ଏକ ଶକ୍ତି ଭାବେ ବିକଶିତ ହେଉଛି, ବିଶ୍ୱର ଔଷଧର ଏକ ପ୍ରମୁଖ କେନ୍ଦ୍ର ପାଲଟୁଛି । ଆମର ଯୁବକମାନେ ନୂଆ- ନୂଆ ନବସୃଜନ କରୁଛନ୍ତି । ସେମାନଙ୍କୁ ନିନ୍ଦା କରିବାର ରାସ୍ତା ଏହି ଲୋକମାନେ ଖୋଜୁଥିଲେ, ଏମାନଙ୍କୁ ଦେଶର ଚିନ୍ତା ନାହିଁ, ନିଜର ରାଜନୈତିକ ଉତଥାନ- ପତନର ଚିନ୍ତା ରହିଛି, ଏହା ହେଉଛି ଦେଶର ଦୁର୍ଭାଗ୍ୟ ।

ଆଦରଣୀୟ ସଭାପତି ମହାଶୟ,

ମୁଁ ବାଲିରେ ଥିଲି G-20 ଦେଶ ସମୁହର ଡିଜିଟାଲ ଇଣ୍ଡିଆ, ଏମାନଙ୍କୁ ବୁଝାଇବା ପାଇଁ ଲଢେଇ କରୁଥିଲେ । ସଫଳତା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି, ଡିଜିଟାଲ କାରବାରରେ ଆଜି ହିନ୍ଦୁସ୍ତାନ ବିଶ୍ୱର ନେତୃତ୍ୱ ନେଉଛି ।

ଆଦରଣୀୟ ସଭାପତି ମହାଶୟ, ମୁଁ ଖୁସି ଯେ, ଆଜି 100 କୋଟିରୁ ଅଧିକ ମୋବାଇଲ ଫୋନ ମୋର ଦେଶବାସୀଙ୍କ ହାତରେ ଅଛି ।

ଆଦରଣୀୟ ସଭାପତି ମହାଶୟ,

ଏକ ସମୟ ଥିଲା ଆମେ ମୋବାଇଲ ଆମଦାନୀ କରୁଥିଲେ, ଆଜି ଗର୍ବ ହେଉଛି ମୋ ଦେଶ ମୋବାଇଲ ରପ୍ତାନି କରୁଛି । 5-G ହେଉ, ଏଆଇ ହେଉ, ଆଇଓଟି ହେଉ ସେହି ଟେକ୍ନୋଲୋଜିକୁ ଆଜି ସମଗ୍ର ଦେଶ ଦ୍ରୁତ ଗତିରେ ଗ୍ରହଣ କରୁଛି । ତାହାର ବିସ୍ତାର କରୁଛି ।

ଡ୍ରୋନ, ଏହାର ବ୍ୟବହାର ସାଧାରଣ ଜୀବନରେ ହେଉ, ସାଧାରଣ ନାଗରିକର କଲ୍ୟାଣ ହେଉ । ଆମେ ନୀତିରେ ଯେଉଁ ପରିବର୍ତନ କଲୁ ଆଉ ଔଷଧପତ୍ର ଦୂର ଦୂରାନ୍ତ ଅଂଚଳରେ ଡ୍ରେନ ମାଧ୍ୟମରେ ପହଂଚାଇବାର କାର୍ଯ୍ୟ ଆଜି ମୋ ଦେଶରେ ହେଉଛି । ବିଜ୍ଞାନ ଏବଂ ବୈଷୟିକଜ୍ଞାନ ମାଧ୍ୟମରେ ଆଜି ଚାଷବାସ କ୍ଷେତ୍ରରେ ମୋର କୃଷକମାନେ ଡ୍ରୋନ ବ୍ୟବହାରର ତାଲିମ ନେଇ ଚାଷ କାର୍ଯ୍ୟରେ ଡ୍ରୋନର  କିଭଳି ଉପଯୋଗ ହେବ, ଆଜି ମୋର ଗ୍ରାମରେ ଦେଖିବାକୁ ମିଳୁଛି । ଜିଓ ସ୍ପୋଶାଲ କ୍ଷେତ୍ରରେ ଆମେ ଦ୍ୱାର ଉନ୍ମୁକ୍ତ କରିଦେଇଛୁ । ଡ୍ରୋନ ପାଇଁ ଏକ ସମ୍ପୂର୍ଣ୍ଣ ବିକାଶର ବିସ୍ତାର ପାଇଁ ଆମେ ସୁଯୋଗ ସୃଷ୍ଟି କରିଦେଇଛୁ । ଆଜି ବିଦେଶରେ ୟୁଏନ ଭଳି ଲୋକ ଚର୍ଚ୍ଚା କରୁଛନ୍ତି ଯେ, ବିଶ୍ୱରେ ଲୋକଙ୍କ ପାଖରେ, ନିଜ ପାଖରେ ନିଜ ଜମିବାଡି ଓ ଘରର ମାଲିକାନା ନାହିଁ । ୟୁଏନକୁ ବିଶ୍ୱର ଚିନ୍ତା ରହିଛି । ଭାରତ ଡ୍ରୋନ ସହାୟତାରେ ସ୍ୱାମିତ୍ୱ ଯୋଜନାରେ ଘରର ମାଲିକାନା ତାହାର ନକ୍ସା ଏବଂ ମାଲିକାନାର ଅଧିକାର ଦେବାର କାର୍ଯ୍ୟ କରିଛି । ତାଙ୍କୁ କୋର୍ଟ କଚେରୀରର ଚକ୍କରରୁ ଏବଂ ଏବେ ଘର ବନ୍ଦ ରହୁ, କେହି ଆସି ଦଖଲ କରି ନେବ ନାହିଁ, ସୁରକ୍ଷାର ଅନୁଭବ ଦେଇଛୁ । ଆମେ ଟେକ୍ନୋଲୋଜିର ସମ୍ପୂର୍ଣ୍ଣ ପ୍ରୟାସ ସାଧାରଣ ମଣିଷଙ୍କ ପାଇଁ ବ୍ୟବହାର କରିବା ଦିଗରେ ସଫଳତା ପାଇଛୁ ।

ଆଜି ଦେଶ ଟେକ୍ନୋଲୋଜି କ୍ଷେତ୍ରରେ ଆଧୁନିକ ବିକଶିତ ଭାରତର ସ୍ୱପ୍ନରେ ତାହାର ମାହାତ୍ମ୍ୟ ରହିଛି । ଏହା ଆମେ ବୁଝିଛୁ ଆଉ ଏଥିପାଇଁ ମାନବ ସମ୍ବଳ ବିକାଶ, ନବସୃଜନ, ଏହାର ବହୁତ ମହାତ୍ମ୍ୟ ରହିଛି ଆଉ ଏଥିପାଇଁ ବିଶ୍ୱର ଏକମାତ୍ର ଫରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆମ ଦେଶରେ ରହିଛି । ଆମେ ଗତିଶକ୍ତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ଭିତିଭୂମି ଜଗତରେ ଏକ ନୂତନ ଦିଗ ସୃଷ୍ଟି କରିଛୁ । ଆମେ ଉର୍ଜ୍ଜା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ଆଜି ଦେଶ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଏକ ନୂତନ ଲମ୍ଫ ପ୍ରଦାନ କରିଛୁ, ଏବେଠାରୁ ଆମର ଯୁବକମାନେ ପ୍ରସ୍ତୁତ ହୁଅନ୍ତୁ, ସେହି ଦିଗରେ ଆମେ କାର୍ଯ୍ୟ କରୁଛୁ । ଆମ ଦେଶରେ ଟେକ୍ନୋକ୍ରାଫ୍ଟ ଦିଗରେ, ଇଞ୍ଜିନିୟର୍ସ ଦିଗରେ, ବିଜ୍ଞାନ ଦିଗକୁ ଘୃଣା କରିବାରେ କଂଗ୍ରେସ ନିଜ ଶାସନକାଳରେ କେବେ କୌଣସି ଅଭାବ ରଖି ନାହାଁନ୍ତି ଆଉ ବିଜ୍ଞାନ ଏବଂ ଟେକ୍ନୋଲୋଜିକୁ ସମ୍ମାନ ଦେବାରେ ଆମ କାର୍ଯ୍ୟକାଳରେ କୌଣସି ଅଭାବ ରହି ନାହିଁ, ଏହା ହେଉଛି ଆମର ମାର୍ଗ ।

ଆଦରଣୀୟ ସଭାପତି ମହାଶୟ,

ଏଠାରେ ରୋଜଗାରର ଚର୍ଚ୍ଚା ମଧ୍ୟ ହେଲା, ମୁଁ ଆଶ୍ଚର୍ଯ୍ୟ ଯେ ନିଜକୁ ନିଜେ ଦୀର୍ଘ ସମୟ ଧରି ସାର୍ବଜନିକ ଜୀବନର ଦାବି କରୁଛନ୍ତି, ଏମାନଙ୍କୁ ଏହା ଜଣାନାହିଁ ଯେ ଚାକିରୀ ଏବଂ ରୋଜଗାରରେ ପ୍ରଭେଦ ଥାଏ । ଯେଉଁମାନଙ୍କୁ ଚାକିରୀ ଏବଂ ରୋଜଗାରରେ ଥିବା ପ୍ରଭେଦ ଜଣା ନ ଥାଏ, ସେମାନେ ଆମକୁ ଉପଦେଶ ଦେଉଛନ୍ତି ।

ଆଦରଣୀୟ ସଭାପତି ମହାଶୟ,

ନୂଆ- ନୂଆ ବ୍ୟାଖ୍ୟା କରିବା ପାଇଁ ନିଜର ଅଧା- ଅଧୁରା କଥାକୁ ଧରି ମିଛ ପ୍ରଚାର କରିବାର ପ୍ରୟାସ ହେଉଛି । ବିଗତ 9 ବର୍ଷ ମଧ୍ୟରେ ଅର୍ଥବ୍ୟବସ୍ଥାର ଯେଉଁ ବିସ୍ତାର ହୋଇଛି, ନୂତନ କ୍ଷେତ୍ରରେ ରୋଜଗାରର ନୂଆ ସମ୍ଭାବନାମାନ ବୃଦ୍ଧି ହୋଇଛି । ଆଜି ଗ୍ରୀନ ଟେକ୍ନୋଲୋଜିରେ ଦେଶ ଯେଉଁଭଳି ଭାବେ ଆଗକୁ ବଢ଼ୁଛି, ସେଥିରେ ସବୁଜ ନିଯୁକ୍ତିର ବହୁତ ବଡ଼ ସମ୍ଭାବନା ଆମେ ତୃଣମୂଳ ସ୍ତରରେ ଆଣି ଦେଖାଇ ଦେଇଛୁ ଆଉ ଅଧିକରୁ ଅଧିକ ସମ୍ଭାବନା ସୃଷ୍ଟି ହୋଇଛି । ଡିଜିଟାଲ ଇଣ୍ଡିଆର ବିସ୍ତାର ଦ୍ୱାରା ଡିଜିଟାଲ ଟେକ୍ନୋଲୋଜି, ତାହାର ମଧ୍ୟ ଏକ ନୂତନ କ୍ଷେତ୍ର ଆଜି ସେବା କ୍ଷେତ୍ରରେ ଡିଜିଟାଲ ଇଣ୍ଡିଆକୁ ଏକ ନୂତନ ଶୀଖର ପ୍ରଦାନ କରିଛି । ପାଂଚ ଲକ୍ଷ ସାଧାରଣ ସେବା କେନ୍ଦ୍ର, ଗାଁ ମଧ୍ୟରେ ଗୋଟିଏ- ଗୋଟିଏ ସାଧାରଣ ସେବା କେନ୍ଦ୍ରରେ ଦୁଇ- ଦୁଇ, ପାଂଚ- ପାଂଚ ଲୋକ ନିଜର ଜୀବନ- ଜୀବିକା ଅର୍ଜନ କରୁଛନ୍ତି ଆଉ ଦୂର ଦୂରାନ୍ତ ଜଙ୍ଗଲର ଛୋଟ- ଛୋଟ ଗାଁରେ ମଧ୍ୟ ସାଧାରଣ ସେବା କେନ୍ଦ୍ରରେ ଆଜି ଦେଶର ଆବଶ୍ୟକ ସେବାମାନ ଗାଁର ଲୋକମାନଙ୍କ ପାଇଁ ଗୋଟିଏ ବଟନରେ ଉପଲବ୍ଧ ହେଉ, ଏପରି ବ୍ୟବସ୍ଥା ହୋଇଛି । ଡିଜିଟାଲ ଅର୍ଥନୀତି ଅନେକ ନୂତନ ରୋଜଗାରର ସମ୍ଭାବନା ସୃଷ୍ଟି କରିଛି ।

ଆଦରଣୀୟ ସଭାପତି ମହାଶୟ,

90 ହଜାର ପଞ୍ଜିକୃତ ଷ୍ଟାର୍ଟ- ଅପ, ଏହା ମାଧ୍ୟମରେ ରୋଜଗାରର ଦ୍ୱାର ମଧ୍ୟ ଉନ୍ମୁକ୍ତ ହୋଇଛି । ଅପ୍ରେଲରୁ ନଭେମ୍ବର, 2022 ସମୟରେ ଇପିଏଫଓ ପେ-ରୋଲରେ ଏକ କୋଟିରୁ ଅଧିକ ଲୋକଙ୍କୁ ଯୋଡ଼ା ଯାଇଛି, ଏକ କୋଟିରୁ ଅଧିକ ଲୋକ ।

ଆଦରଣୀୟ ସଭାପତି ମହାଶୟ,

ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ମାଧ୍ୟମରେ 60 ଲକ୍ଷରୁ ଅଧିକ ନୂତନ କର୍ମଚାରୀଙ୍କୁ ଲାଭ ମିଳିଛି । ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଆମେ ନିଜର ଉଦ୍ୟମୀମାନଙ୍କ ପାଇଁ ମହାକାଶ, ପ୍ରତିରକ୍ଷା, ଡ୍ରୋନ, ଖଣି, କୋଇଲା, ଅନେକ କ୍ଷେତ୍ରକୁ ଉନ୍ମୁକ୍ତ କରି ଦେଇଛୁ ଯେଉଁ କାରଣରୁ ରୋଜଗାରର ସମ୍ଭାବନା କ୍ଷେତ୍ରରେ ନୂତନ ଗତି ଆସିଛି । ଆଉ ଦେଖନ୍ତୁ ଆମର ଯୁବକମାନେ ଏହି ସମସ୍ତ ପଦକ୍ଷେପରେ ଆଗକୁ ଆସି ସୁଯୋଗ ନେଇଛନ୍ତି, ଏହାର ଲାଭ ଉଠାଇଛନ୍ତି ।

ଆଦରଣୀୟ ସଭାପତି ମହାଶୟ,

ପ୍ରତିରକ୍ଷା କ୍ଷେତ୍ରରେ ଦେଶ ଆତ୍ମନିର୍ଭର ହେଉ, ଏହା ହେଉଛି ଦେଶ ପାଇଁ ବହୁତ ଆବଶ୍ୟକ । ମୁଁ ଖୁସି ଯେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରର ମିଶନକୁ ନେଇକରି ଆମେ ଆଗେଇ ଚାଲିଛୁ । ଆଜି ସାଢ଼େ ତିନି ଶହରୁ ଅଧିକ ଘରୋଇ କମ୍ପାନୀ ପ୍ରତିରକ୍ଷା କ୍ଷେତ୍ରରେ ଆଗେଇ ଆସିଛନ୍ତି ଆଉ ପାଖାପାଖି ଏକ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରିବା କ୍ଷେତ୍ରରେ ମୋ ଦେଶ କାର୍ଯ୍ୟ କରୁଛି ଆଉ ଅଦ୍ଭୁତପୂର୍ବ ରୋଜଗାରର ସୁଯୋଗ ଏହି କ୍ଷେତ୍ରରେ ସୃଷ୍ଟି ହୋଇଛି ।

ଆଦରଣୀୟ ସଭାପତି ମହାଶୟ,

ଖୁଚୁରା କ୍ଷେତ୍ରରୁ ନେଇ ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରର ବିସ୍ତାର ହେଉଛି । ଖଦି ଏବଂ ଗ୍ରାମୋଦ୍ୟୋଗ, ମହାତ୍ମାଗାନ୍ଧିଙ୍କ ସହିତ ବ୍ୟବସ୍ଥା ଯୋଡ଼ି ହୋଇଛି, ଖଦି ଏବଂ ଗ୍ରାମୋଦ୍ୟୋଗକୁ ମଧ୍ୟ ବୁଡାଇ ଦେଇଥିଲେ । ସ୍ୱାଧୀନତା ପରେ ସର୍ବାଧିକ ଖଦି ଏବଂ ଗ୍ରାମୋଦ୍ୟୋଗ ରେକର୍ଡ ଭଙ୍ଗ କରିବାରେ କାର୍ଯ୍ୟ ଆମରି ସମୟ ମଧ୍ୟରେ ହୋଇଛି । ଭିତିଭୂମିରେ ହେଉଥିବା ରେକର୍ଡ ପରିମାଣର ନିବେଶ ସେ ହୁଏତ ରେଳବାଇର କାର୍ଯ୍ୟ ହେଉ, ସଡ଼କର କାର୍ଯ୍ୟ ହେଉ, ବନ୍ଦରର କାର୍ଯ୍ୟ ହେଉ, ବିମାନବନ୍ଦରର କାର୍ଯ୍ୟ ହେଉ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର କାର୍ଯ୍ୟ ହେଉ, ଏହି ସମସ୍ତ ଭିତିଭୂମିର କାର୍ଯ୍ୟ, ସେଥିପାଇଁ ଯେଉଁ ସାମଗ୍ରୀ ଲାଗୁଛି, ସେହି ସମସ୍ତ ଉଦ୍ୟୋଗ କ୍ଷେତ୍ରରେ ରୋଜଗାରର ସମ୍ଭାବନା ବୃଦ୍ଧି ପାଇଛି । ପ୍ରତ୍ୟେକ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟରେ ଶ୍ରମିକଙ୍କ ଠାରୁ ନେଇ ମେକାନିକ୍ ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରକାରର ରୋଜଗାରର ସମ୍ଭାବନା, ଯନ୍ତ୍ରୀଙ୍କ ଠାରୁ ନେଇ ଶ୍ରମିକଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ପାଇଁ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହୋଇଛି । ଆଉ ସେହି କାରଣରୁ ଯୁବ ବିରୋଧୀ ନୀତି ନେଇ ଚାଲୁଥିବା ଲୋକଙ୍କୁ ଆଜି ଯୁବକମାନେ ପ୍ରତ୍ୟାଖ୍ୟାନ କରୁଛନ୍ତି । ଆଉ ସେହି ଯୁବକମାନଙ୍କର କଲ୍ୟାଣ ପାଇଁ ଆମେ ଯେଉଁ ନୀତିଗୁଡ଼ିକ ନେଇକରି ଚାଲୁଛୁ, ତାହାକୁ ଆଜି ଦେଶ ସ୍ୱୀକାର କରୁଛି ।

ଆଦରଣୀୟ ସଭାପତି ମହାଶୟ,

ଏଠାରେ ଏହା ମଧ୍ୟ କୁହାଗଲା...

ଆଦରଣୀୟ ସଭାପତି ମହାଶୟ,

ଏଠାରେ ଏହା ମଧ୍ୟ କୁହାଗଲା ଯେ ସରକାରଙ୍କ ଯୋଜନାଗୁଡ଼ିକର ନାମକରଣକୁ ନେଇ ସେମାନେ ଆପତି ଉଠାଇଛନ୍ତି । କିଛି ଲୋକଙ୍କୁ ଏହା ମଧ୍ୟ କଷ୍ଟ ହେଉଛି ଯେ ନାମରେ କିଛି ସଂସ୍କୃତର ସ୍ପର୍ଶ ରହିଛି । କୁହନ୍ତୁ ଏହାକୁ ନେଇ ମଧ୍ୟ ଅସୁବିଧା ରହିଛି ।

ଆଦରଣୀୟ ସଭାପତି ମହାଶୟ,

ମୁଁ କୌଣସି ଏକ ସମ୍ବାଦପତ୍ରରେ ପଢ଼ିଥିଲି, ମୁଁ କୌଣସି ଯାଂଚ କରି ନାହିଁ ଏବଂ ସେ ରିପୋର୍ଟ କହୁଥିଲା 600, ଯେତିକି ସରକାରୀ ଯୋଜନା କେବଳ ଗାନ୍ଧି ନେହେରୁ ପରିବାରର ନାମରେ ଅଛି ।

ଆଦରଣୀୟ ସଭାପତି ମହାଶୟ,

କୌଣସି କାର୍ଯ୍ୟକ୍ରମରେ ଯଦି ନେହେରୁ ମହାଶୟଙ୍କ ନାମ ଉଲ୍ଲେଖ ନ ହେଲା ତେବେ କିଛି ଲୋକଙ୍କ ମୁଣ୍ଡରେ ଚୁଟି ଠିଆ ହୋଇ ଯାଉଥିଲା । ତାଙ୍କର ରକ୍ତ ଟକମକ୍ ହୋଇ ଗରମ ହୋଇ ଯାଇଥାଏ ଯେ ନେହେରୁ ମହାଶୟଙ୍କ ନାମ କାହିଁକି ଦେଲେ ନାହିଁ ।

ଆଦରଣୀୟ ସଭାପତି ମହାଶୟ,

ମୁଁ ବହୁତ ଆଶ୍ଚର୍ଯ୍ୟ ହେଉଛି ଯେ ଚାଲ ଭାଇ ଆମେ ଯଦି କେବେ ନେହେରୁଙ୍କ ନାମକୁ ଛାଡ଼ି ଦେଇଥିବୁ, ତେବେ ଆମେ ଠିକ୍ କରି ନେବୁ କାରଣ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ । କିନ୍ତୁ ଏହା ମୁଁ ବୁଝି ପାରୁ ନାହିଁ ଯେ ତାଙ୍କ ପିଢ଼ୀର କୌଣସି ବ୍ୟକ୍ତି ନେହେରୁ ସାଙ୍ଗିଆକୁ ରଖିବା ପାଇଁ ଡରୁଛନ୍ତି କାହିଁକି? କ’ଣ ନେହେରୁ ସାଙ୍ଗିଆ ରଖିବାକୁ ଲଜ୍ଜ୍ୟା ଲାଗୁଛି? କାହିଁକି ଲଜ୍ଜ୍ୟା ଲାଗୁଛି? ଏତେ ବଡ଼ ମହାନ ବ୍ୟକ୍ତିତ୍ୱ ଯଦି ଆପଣଙ୍କୁ ମଞ୍ଜୁର ନୁହେଁ, ପରିବାରକୁ ମଞ୍ଜୁର ନୁହେଁ, ଆଉ ସେମାନେ ଆମର ହିସାବ ମାଗୁଛନ୍ତି ।

ଆଦରଣୀୟ ସଭାପତି ମହାଶୟ,

କିଛି ଲୋକଙ୍କୁ ସମସ୍ୟା ହେବ, ଏହି ଶତାବ୍ଦୀ ଶତାବ୍ଦୀର ପୁରୁଣା ଦେଶ ସାଧାରଣ ମଣିଷଙ୍କ ସ୍ୱେଦ ଏବଂ ପୁରୁଷାର୍ଥରେ ନିର୍ମାଣ ହୋଇଥିବା ଦେଶ, ଜନ- ଜନର ପିଢ଼ୀ- ପିଢ଼ୀ ଧରି ଚାଲିଥିବା ପରମ୍ପରାରେ ସୃଷ୍ଟି ହୋଇଥିବା ଦେଶ । ଏହି ଦେଶ କୌଣସି ପରିବାରର ଜାଗିର ନୁହେଁ । ଆମେ ମେଜର ଧ୍ୟାନଚାନ୍ଦ ମହାଶୟଙ୍କ ନାମରେ ଖେଳରତ୍ନ ପୁରସ୍କାର କରି ଦେଲୁ, ଆଣ୍ଡାମାନରେ ନେତାଜୀ ସୁଭାଷଙ୍କ ନାମରେ, ସ୍ୱରାଜ ନାମରେ ଆମେ ଆମର ଦ୍ୱୀପସମୂହର ନାମକରଣ କଲୁ, ଆମକୁ ଗର୍ବ ଅନୁଭବ ହେଉଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଯୋଗଦାନ ପାଇଁ ଦେଶ ଗର୍ବ କରୁଛି, ଆମେ ଗର୍ବ କରୁଛୁ ।

କେବଳ ଏତିକି ନୁହେଁ, ଯେଉଁ ଲୋକ ଆଜିର ଦିନରେ ଆମର ଦେଶର ସେନାକୁ ନିଚ୍ଚ ଦେଖାଇବା ପାଇଁ ସୁଯୋଗ ହାତଛଡ଼ା କରୁ ନାହାଁନ୍ତି, ଆମେ ଏହି ଦ୍ୱୀପଗୁଡ଼ିକୁ ପରମବୀର ଚକ୍ର ପ୍ରାପ୍ତ କରିଥିବା ସେହି ସୈନିକଙ୍କ ନାମରେ କରି ଦେଇଛୁ । ଆଗାମୀ ଶତାବ୍ଦୀ ପର୍ଯ୍ୟନ୍ତ କେହି ହିମାଳୟ ଶୀଖର, ଜଣେ ଏଭରେଷ୍ଟ ବ୍ୟକ୍ତିଙ୍କ ନାମରେ ଏଭରେଷ୍ଟ ସୃଷ୍ଟି ହୋଇଗଲା, ମୋର ଦ୍ୱୀପ ସମୂହର ନାମ ପରମବୀର ଚକ୍ର ବିଜେତା, ମୋ ଦେଶର ସୈନିକମାନଙ୍କ ନାମରେ କରି ଦେଲୁ । ଏହା ହେଉଛି ଆମର ଶ୍ରଦ୍ଧା, ଏହା ହେଉଛି ଆମର ଭକ୍ତି ଆଉ ଏହାକୁ ନେଇ ଆମେ ଚାଲୁଛୁ । ଆଉ ଏହାଦ୍ୱାରା ଆପଣଙ୍କୁ କଷ୍ଟ ହେଉଛି ଆଉ କଷ୍ଟକୁ ବ୍ୟକ୍ତ ମଧ୍ୟ କରୁଛନ୍ତି । ପ୍ରତ୍ୟେକଙ୍କର କଷ୍ଟ ବ୍ୟକ୍ତ କରିବାର ରାସ୍ତା ଭିନ୍ନ ଭିନ୍ନ ହୋଇଥାଏ, ଆମର ରାସ୍ତା ହେଉଛି ସକାରାତ୍ମକ ।

କେବେ-କେବେ- ଏବେ ଏହି ସଦନ ହେଉଛି, ଏକ ପ୍ରକାରରେ ରାଜ୍ୟଗୁଡ଼ିକର ମାହାତ୍ମ୍ୟ ରହିଛି । ଆମ ଉପରେ ଏପରି ମଧ୍ୟ ଅଭିଯୋଗ ଅଣା ଯାଉଛି ଯେ ଆମେ ରାଜ୍ୟଗୁଡ଼ିକୁ ଅସୁବିଧାରେ ପକାଉଛୁ ।

ଆଦରଣୀୟ ସଭାପତି ମହାଶୟ,

ମୁଁ ଦୀର୍ଘ ସମୟ ଧରି ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ରହି ଏଠାକୁ ଆସିଛି । ସଙ୍ଘୀୟ ବ୍ୟବସ୍ଥାର ମହତ୍ୱ କ’ଣ ଥାଏ, ତାହା ମୁଁ ଭଲ ଭାବେ ବୁଝିଛି । ତାହାକୁ ନେଇ ବଂଚି ଆସିଛି । ଆଉ ଏଥିପାଇଁ ଆମେ ସହଭାଗୀ ପ୍ରତିଦ୍ୱନ୍ଦୀ ସଙ୍ଗୀୟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛୁ । ଆସନ୍ତୁ ଆମେ ପ୍ରତିଦ୍ୱନ୍ଦିତା କରିବା, ଆମେ ଆଗକୁ ବଢ଼ିବା, ଆମେ ସହଯୋଗ କରି ଆଗକୁ ବଢ଼ିବା, ସେହି ଦିଗରେ ଆମେ ଚାଲି ଆସିଛୁ । ଆମେ ଆମର ନୀତିଗୁଡ଼ିକରେ ଜାତୀୟ ବିକାଶକୁ ମଧ୍ୟ ଧ୍ୟାନରେ ରଖିଛୁ ଏବଂ ଆଂଚଳିକ ଆକାଂକ୍ଷାକୁ ମଧ୍ୟ ସମାଧାନ କରିଛୁ । ରାଷ୍ଟ୍ରୀୟ ବିକାଶ ଏବଂ ଆଂଚଳିକ ଆକାଂକ୍ଷା ଏହାର ଉପଯୁକ୍ତ ସମନ୍ୱୟ ଆମ ନୀତିଗୁଡ଼ିକରେ ଦେଖିବାକୁ ମିଳିଛି । କାରଣ ଆମେ ସମସ୍ତେ ମିଳିମିଶି 2047 ସୁଦ୍ଧା ଏକ ବିକଶିତ ଭାରତର ସ୍ୱପ୍ନ ପୂରଣ କରିବା ପାଇଁ ଆଗେଇ ଚାଲିଛୁ ।

କିନ୍ତୁ ଯେଉଁ ଲୋକମାନେ ଆଜି ବିରୋଧୀରେ ବସିଛନ୍ତି ସେମାନେ ତ ରାଜ୍ୟର ଅଧିକାରକୁ ନେଇ ତାତ୍ସଲ୍ୟ କରୁଥିଲେ । ଟିକେ ମୁଁ ଅସଲ ଚିଠା ଆଜି ଖୋଲିବାକୁ ଚାହୁଁଛି । ଟିକେ ଇତିହାସ ଖୋଲି ଦେଖି ନିଅନ୍ତୁ, ସେ କେଉଁ ଦଳ ଥିଲା, ସେ ଲୋକମାନେ କିଏ ଥିଲେ, ଶାସନରେ ବସିଥିଲେ, ଯେଉଁମାନେ ଧାରା 356ର ସର୍ବାଧିକ ଦୁରୂପଯୋଗ କଲେ । 90 ଥର ନିର୍ବାଚିତ ସରକାରକୁ ଭାଙ୍ଗି ଦେଲେ । ସେମାନେ କିଏ, ସେମାନେ କିଏ ଯେଉଁମାନେ ଏହା କଲେ, ସେମାନେ କିଏ ଯେଉଁମାନେ ଏହା କଲେ, ସେମାନେ କିଏ ଯେଉଁମାନେ ଏହା କଲେ ।

ସମ୍ମାନନୀୟ ସଭାପତି ମହାଶୟ,

ଜଣେ ପ୍ରଧାନମନ୍ତ୍ରୀ ଧାରା 356 କୁ 50ଥର ଉପଯୋଗ କଲେ, ଅର୍ଦ୍ଧଶତକ କରିଦେଲେ । ସେହି ନାମ ହେଉଛି ଶ୍ରୀମତୀ ଇନ୍ଦିରା ଗାନ୍ଧି । 50ଥର ସରକାରକୁ ଭାଙ୍ଗି ଦେଲେ । କେରଳରେ ଆଜି ଯେଉଁଲୋକ ଏମାନଙ୍କ ସାଙ୍ଗରେ ଠିଆ ହୋଇଛନ୍ତି, ଟିକେ ମନେ ପକାନ୍ତୁ, ଟିକେ ମାଇକ୍ ଏପଟକୁ ଲଗାଇ ଦିଅନ୍ତୁ । କେରଳରେ ବାମପନ୍ଥୀ ସରକାର ନିର୍ବାଚିତ ହେଲେ । ଯାହାଙ୍କୁ ପଣ୍ଡିତ ନେହେରୁ ପସନ୍ଦ କରୁ ନ ଥିଲେ । କିଛି ସମୟ ଭିତରେ ନିର୍ବାଚିତ ପ୍ରଥମ ସରକାରଙ୍କୁ ଘରକୁ ପଠାଇ ଦେଲେ । ଆଜି ଆପଣ ସେଠାରେ ଠିଆ ହୋଇଛନ୍ତି, ଆପଣଙ୍କ ସହିତ କ’ଣ ହେଲା ଟିକେ ମନେ ପକାନ୍ତୁ ।

ଆଦରଣୀୟ ସଭାପତି ମହାଶୟ,

ଟିକେ ଡିଏମକେର ବନ୍ଧୁମାନଙ୍କୁ କହିବାକୁ ଚାହୁଁଛି । ତାମିଲନାଡ଼ୁରେ ଏମଜିଆର ଏବଂ କରୁଣାନିଧିଙ୍କ ଭଳି ତୁଙ୍ଗ ନେତୃତ୍ୱର ସରକାର ସେହି ସରକାରଙ୍କୁ ମଧ୍ୟ ଏହି କଂଗ୍ରେସବାଲା ବରଖାସ୍ତ କରି ଦେଇଥିଲେ । ଏମଜିଆରଙ୍କ ଆତ୍ମା ଦେଖୁଥିବ ଆପଣମାନେ କେଉଁଠାରେ ଠିଆ ହୋଇଛନ୍ତି । ଏଠାରେ ପଛରେ ବସିଥିବା ଏହି ସଦନର ବରିଷ୍ଠ ସଦସ୍ୟ ଏବଂ ଯେଉଁମାନଙ୍କୁ ମୁଁ ଆଦରଣୀୟ ନେତା ଭାବେ ମାନୁଛି, ଶ୍ରୀମାନ ଶରଦ ପାୱାର ମହାଶୟ । 1980ରେ ଶରଦ ପାୱାର ମହାଶୟଙ୍କର ବୟସ 35-40 ବର୍ଷ ହୋଇଥିବ । ଜଣେ ଯୁବକ ମୁଖ୍ୟମନ୍ତ୍ରୀ ମାଆର ସେବା କରିବା ପାଇଁ ବାହାରି ଥିଲା, ତାଙ୍କ ସରକାରଙ୍କୁ ମଧ୍ୟ ଭାଙ୍ଗି ଦିଆ ଯାଇଥିଲା, ଆଜି ସେ ସେଠାରେ ଅଛନ୍ତି ।

ପ୍ରତ୍ୟେକ ଆଂଚଳିକ ନେତାଙ୍କୁ ସେମାନେ ଅସୁବିଧାରେ ପକାଇଲେ ଆଉ ଏନଟିଆର, ଏନଟିଆରଙ୍କ ସାଙ୍ଗରେ କ’ଣ କଲେ । ଏଠାରେ ଆଜି କିଛି ଲୋକ ପୋଷାକ ବଦଳାଇଥିବେ, ନାମ ବଦଳାଇଥିବେ, ଜ୍ୟୋତିଷମାନଙ୍କର ସୂଚନା ଅନୁସାରେ ନାମ ବଦଳି ଯାଇଥିବ, କିନ୍ତୁ ସେମାନେ ମଧ୍ୟ ତାଙ୍କ ସାଙ୍ଗରେ ଥିଲେ । ସେହି ଏନଟିଆରଙ୍କ ସରକାରକୁ ଆଉ ସେମାନେ ସେତେବେଳେ, ସେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆମେରିକା ଯାଇଥିଲେ, ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିଲେ, ଆପଣ ଏନଟିଆରଙ୍କ ସରକାରଙ୍କ ପତନ ପାଇଁ ପ୍ରୟାସ କଲେ । ଏହା ହେଉଛି କଂଗ୍ରେସର ରାଜନୀତିର ସ୍ତର ।

ଆଦରଣୀୟ ସଭାପତି ମହାଶୟ,

ଖବର କାଗଜ ବାହାର କରି ଦେଖି ନିଅନ୍ତୁ, ପ୍ରତ୍ୟେକ ଖବର କାଗଜ ଲେଖୁଥିଲେ ଯେ ରାଜଭବନ ଗୁଡ଼ିକୁ କଂଗ୍ରେସ କାର୍ଯ୍ୟାଳୟ କରି ଦିଆ ଯାଇଥିଲା, କଂଗ୍ରେସ ମୁଖ୍ୟାଳୟ କରି ଦିଆ ଯାଇଥିଲା । 2005ରେ ଝାଡ଼ଖଣ୍ଡରେ ଏନଡିଏ ପାଖରେ ଅଧିକ ସିଟ୍ ଥିଲା, ରାଜ୍ୟପାଳ ୟୁପିଏକୁ ଶପଥ ପାଇଁ ଡାକି ଦେଇଥିଲେ। 1982ରେ ହରିୟାଣାରେ ଭାଜପା ଏବଂ ଦେବୀଲାଲଙ୍କ ପାଖରେ ନିର୍ବାଚନ-ପୂର୍ବ ବୁଝାମଣା ଥିଲା, ତାହା ପରେ ମଧ୍ୟ ରାଜ୍ୟପାଳ କଂଗ୍ରେସକୁ ସରକାର ଗଠନ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ଏହା ହେଉଛି କଂଗ୍ରେସର ଅତୀତ ଆଉ ଆଜି- ଆଜି ଦେଶକୁ ପଥଭ୍ରଷ୍ଟ କରିବା କଥା କହୁଛନ୍ତି ।

ଆଦରଣୀୟ ସଭାପତି ମହାଶୟ,

ମୁଁ ଏହି କଥାକୁ ଜାଣିବାକୁ ଚାହୁଁଛି, ମୁଁ ଗୋଟିଏ ଗମ୍ଭୀର ବିଷୟ ଆଡ଼କୁ ଆଉ ଏବେ ଧ୍ୟାନ ଦେବାକୁ ମଧ୍ୟ ଚାହୁଁଛି । ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ମୁଁ ସ୍ପର୍ଶ କରିଛି ଆଉ ଆଜି ଦେଶରେ ଆର୍ଥôକ ନୀତି ସମ୍ପର୍କରେ ଯାହାଙ୍କର ଧାରଣା ନାହିଁ, ଯେଉଁମାନେ 24 ଘଂଟା ରାଜନୀତି ବ୍ୟତୀତ ଆଉ କୌଣସି ବିଷୟରେ ଚିନ୍ତା କରନ୍ତି ନାହିଁ, ଯେଉଁମାନେ ଶାସନର ଖେଳ ଖେଳିବା ଏହା ଯେଉଁମାନଙ୍କୁ ସାର୍ବଜନିକ ଜୀବନର କାର୍ଯ୍ୟ ଭାବେ ଦେଖାଯାଉଛି, ସେମାନେ ଅର୍ଥନୀତିକୁ ଅନର୍ଥନୀତିରେ ପରିଣତ କରି ଦେଇଛନ୍ତି ।

ମୁଁ ସେମାନଙ୍କୁ ସତର୍କ କରାଇ ଦେବାକୁ ଚାହୁଁଛି ଆଉ ମୁଁ ଏହି ସଦନର ଗମ୍ଭୀରତାର ସହିତ ସେମାନଙ୍କୁ କହିବାକୁ ଚାହୁଁଛି ଯେ ନିଜର ନିଜସ୍ୱ ରାଜ୍ୟକୁ ଯାଇ ବୁଝାନ୍ତୁ ଯେ ଏହି ଭୁଲ ରାସ୍ତାରେ ଚାଲନ୍ତୁ ନାହିଁ । ଆମର ପଡୋଶୀ ଦେଶର ଅବସ୍ଥା ଦେଖୁଛନ୍ତି ସେଠାରେ ସ୍ଥିତି କ’ଣ ହୋଇଛି । ଅନାବଶ୍ୟକ ଋଣ ନେଇ କିଭଳି ଭାବରେ ଦେଶକୁ ଋଣଭାରରେ ବୁଡାଇ ଦିଆଗଲା । ଆଜି ଆମ ଦେଶରେ ମଧ୍ୟ ତକ୍ରାଳ ଲାଭ ପାଇଁ ଯଦି ପରିଶୋଧ କରିବ ତେବେ ଆଗାମୀ ପିଢ଼ୀ କରିବ । ଆମେ ତ ଋଣ କରିବା, ଜିପିଓ ବାଲା ଖେଳ, ଆସୁଛି ଭଳି ଦେଖାଯିବ, ଏହା କିଛି ରାଜ୍ୟ ଆପଣାଇ ନେଇଛନ୍ତି । ଏହା ସେମାନଙ୍କୁ ବରବାଦ କରିଦେବ, ଦେଶକୁ ମଧ୍ୟ ବରବାଦ କରି ଦେବ।

ଏବେ ଦେଶ, ଏବେ ଋଣ ଭାର ତଳେ ଦବି ଯାଉଛି । ଏହି ଦେଶ ଆଜି ବିଶ୍ୱରେ କେହି ସେମାନଙ୍କୁ ଆଉ ଋଣ ଦେବା ପାଇଁ ପ୍ରସ୍ତୁତ ନୁହନ୍ତି, ଏହି ସମସ୍ୟା ଦେଇ ଗତି କରୁଛନ୍ତି ।

ରାଜନୈତିକ, ବୈଚାରିକ ମତଭେଦ ହୋଇଥାଇ ପାରେ, ଦଳଗୁଡ଼ିକ ବିଷୟରେ ଜଣଙ୍କର ଅନ୍ୟ ଜଣଙ୍କ ପ୍ରତି ଅଭିଯୋଗ ହୋଇଥାଇ ପାରେ, କିନ୍ତୁ ଦେଶର ଆର୍ଥିକ ଅବସ୍ଥା ସହିତ ଖେଳନ୍ତୁ ନାହିଁ । ଆପଣ ଏଭଳି କୌଣସି ପାପ କରନ୍ତୁ ନାହିଁ ଯାହା ଆପଣମାନଙ୍କ ପିଲାମାନଙ୍କ ଅଧିକାରକୁ ଛଡାଇ ନେବ ଆଉ ଆଜି ନିଜର ଖୁସି କରି ନିଅନ୍ତୁ ଆଉ ପିଲାମାନଙ୍କ ଭାଗ୍ୟରେ ବରବାଦ ହେବାକୁ ଛାଡ଼ି ଦେଇ ଚାଲିଯିବେ, ଏଭଳି କରନ୍ତୁ ନାହିଁ । ଆଜି ଆପଣମାନଙ୍କୁ ରାଜନୈତିକ ଭାବେ.... ମୁଁ ତ ଦେଖିଛି ଜଣେ ମୁଖ୍ୟମନ୍ତ୍ରୀ ବୟାନ ଦେଲେ ଯେ ଭାଇ ଏବେ ଠିକ୍ ଅଛି ମୁଁ ନିଷ୍ପତି ନେଲି ସମସ୍ୟା ଏବେ ନୁହେଁ, 2030-32 ପରେ ଆସିବ, ଯିଏ ଆସିବ ସିଏ ଭୋଗିବ । କ’ଣ କେହି ଦେଶକୁ ଏଭଳି ପରିସ୍ଥିତିକୁ ନେଇଥାଏ କି? କିନ୍ତୁ ଏ ଯେଉଁ ଯୁକ୍ତି ହେଉଛି ତାହା ହେଉଛି ବହୁତ ଚିନ୍ତାର ବିଷୟ ।

ଆଦରଣୀୟ ସଭାପତି ମହାଶୟ,

ଦେଶର ଆର୍ଥିକ ଅବସ୍ଥା ପାଇଁ ରାଜ୍ୟଗୁଡ଼ିକ ମଧ୍ୟ ନିଜର ଆର୍ଥିକ ଅବସ୍ଥାର ସମ୍ବନ୍ଧରେ ଶୃଙ୍ଖଳିତ ପଥ ବାଛିବା ଆବଶ୍ୟକ ଆଉ ତେବେ ଯାଇ ରାଜ୍ୟ ମଧ୍ୟ ଏହି ବିକାଶ ଯାତ୍ରାର ଲାଭ ପାଇବ ଏବଂ ତାଙ୍କ ରାଜ୍ୟର ନାଗରିକମାନଙ୍କ କଲ୍ୟାଣ କରିବାରେ ଆମକୁ ମଧ୍ୟ ସୁବିଧା ହୋଇଯିବ, କାରଣ ଆମେ ସେମାନଙ୍କ ପାଖରେ ଲାଭ ପହଂଚାଇବାକୁ ଚାହୁଁଛୁ ।

ଆଦରଣୀୟ ସଭାପତି ମହାଶୟ,

2047ରେ ଏହି ଦେଶ ବିକଶିତ ଭାରତରେ ଆମ ସମସ୍ତଙ୍କର ସଂକଳ୍ପ ହେଉଛି, 140 କୋଟି ଦେଶବାସୀଙ୍କର ସଂକଳ୍ପ । ଏବେ ଦେଶ ପଛକୁ ବୁଲି ଦେଖିବାକୁ ପ୍ରସ୍ତୁତ ନୁହେଁ । ଦେଶ ଦୀର୍ଘ ଲମ୍ଫ ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି । ଯାହାଙ୍କର ଦୁଇ ଓଳିର ରୁଟି ପାଇଁ ସ୍ୱପ୍ନ ଥିଲା, ତାହାକୁ ଆପଣମାନେ ସମାଧାନ କଲେ ନାହିଁ । ଆମେ ତାହାକୁ ସମାଧାନ କରିଛୁ । ଯେଉଁମାନଙ୍କୁ ସାମାଜିକ ନ୍ୟାୟର ଅପେକ୍ଷା ରହିଥିଲା ଆପଣ ସମାଧାନ କଲେ ନାହିଁ । ଆମେ ସମାଧାନ କରିଛୁ। ଯେଉଁ ସୁଯୋଗର ଅପେକ୍ଷା ସବୁବେଳେ ରହୁଥିଲା, ଆମେ ସେହି ସୁଯୋଗକୁ ଉପଲବ୍ଧ କରାଇବା ପାଇଁ ଆମେ ଅନେକ ପଦକ୍ଷେପ ଗ୍ରହଣ କରିଛୁ ଆଉ ସ୍ୱାଧୀନ ଭାରତର ଯେଉଁ ସ୍ୱପ୍ନ ରହିଛି, ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ଆମେ ସଂକଳ୍ପବଦ୍ଧ ହୋଇ ଚାଲିବା ।

ଆଉ ଆଦରଣୀୟ ସଭାପତି ମହାଶୟ,

ଦେଶ ଦେଖୁଛି, ଜଣେ ଏକୁଟିଆ ଅନେକ ଲୋକଙ୍କ ଉପରେ କେତେ ଭାରୀ ପଡ଼ୁଛି । ଆଉ ସ୍ଳୋଗାନ ଦେବା ପାଇଁ ସେମାନଙ୍କୁ ଦୁଇଗୁଣ କରିବାକୁ ପଡ଼ୁଛି । ଆଦରଣୀୟ ସଭାପତି ମହାଶୟ, ଦୃଢ଼ ବିଶ୍ୱାସର ସହିତ ଚାଲୁଛି । ଦେଶ ପାଇଁ ଜୀଉଁଛି, ଦେଶ ଲାଗି କିଛି କରିବା ପାଇଁ ବାହାରି ଆସିଛି । ଆଉ ଏଥିପାଇଁ ରାଜନୈତିକ ଖେଳ ଖେଳୁଥିବା ଲୋକମାନେ, ସେମାନଙ୍କ ଭିତରେ ସେହି ସାହସ ନାହିଁ, ସେମାନେ ଖୋଜୁଛନ୍ତି, ବଂଚିବାର ରାସ୍ତା ଖୋଜୁଛନ୍ତି ।

ଆଦରଣୀୟ ସଭାପତି ମହାଶୟ,

ରାଷ୍ଟ୍ରପତି ମହାଶୟାଙ୍କର ଉଚ୍ଚକୋଟୀର ଭାଷଣକୁ, ରାଷ୍ଟ୍ରପତି ମହାଶୟାଙ୍କର ମାର୍ଗଦର୍ଶକ ଭାଷଣକୁ, ରାଷ୍ଟ୍ରପତି ମହାଶୟାଙ୍କର ପ୍ରେରଣାଦାୟୀ ଭାଷଣକୁ ଏହି ସଦନ ମଧ୍ୟରେ ଅଭିନନ୍ଦନ ଜଣାଇ, ଧନ୍ୟବାଦ ଜଣାଇ, ଆପଣଙ୍କୁ କୃତଜ୍ଞତା ଜଣାଇ ନିଜ କଥାକୁ ସମାପ୍ତ କରୁଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Semiconductors to clean energy: Inside PM Modi’s high-profile meeting with 16 Dutch CEOs in The Hague

Media Coverage

Semiconductors to clean energy: Inside PM Modi’s high-profile meeting with 16 Dutch CEOs in The Hague
NM on the go

Nm on the go

Always be the first to hear from the PM. Get the App Now!
...
Prime Minister and Prime Minster of Sweden exchange special gifts celebrating the shared cultural legacy of Rabindranath Tagore
May 17, 2026

The Prime Minister of Sweden, H.E. Mr. Ulf Kristersson and Prime Minister Shri Narendra Modi exchanged special commemorative gifts to celebrate the legacy of Nobel Laureate Gurudev Rabindranath Tagore.

The gift from Prime Minister Kristersson comprised a box containing two replicas of hand-written epigrams by Gurudev Rabindranath Tagore, accompanied by a small explanatory text and a photograph of Gurudev Tagore taken in 1921 during his visit to Uppsala University. The originals, recently discovered in the Swedish National Archives, were created by Gurudev Tagore during his visits to Sweden in 1921 and 1926.

Prime Minister Modi presented to Prime Minster Kristersson a set of collected works of Rabindranath Tagore, along with a specially handcrafted bag from Shantiniketan with motifs that Gurudev chose to empower local artisans. The bag symbolizes Tagore’s philosophy that art is not meant to be confined to galleries, but to breathe life into everyday objects, bridging the gap between the intellectual and the functional.

Although Gurudev Tagore could not travel to Sweden in 1913 to receive the Nobel Prize, he was received by King Gustav V when he visited Sweden in 1921. These gifts symbolize the shared cultural and intellectual heritage between India and Sweden, and pay tribute to the enduring legacy of Rabindranath Tagore. The exchange of gifts also coincides with the centenary of Gurudev’s historic visit to Sweden in 1926.