"ଉନ୍ନତ ଭାରତର ମୂଳଦୁଆକୁ ସୁଦୃଢ଼ କରିବା ପାଇଁ ବିକଶିତ ଭାରତ ବଜେଟ ଗ୍ୟାରେଣ୍ଟି ଦେଇଛି"
"ଏହି ବଜେଟ୍ ନିରନ୍ତରତାର ଆତ୍ମବିଶ୍ୱାସ ବହନ କରୁଛି"
"ଏହି ବଜେଟ୍ ଯୁବ ଭାରତର ଆକାଂକ୍ଷାର ପ୍ରତିଫଳନ"
‘‘ଆମେ ଏକ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଥିଲୁ, ତାହା ହାସଲ କରିଛୁ ଏବଂ ତା'ପରେ ନିଜ ପାଇଁ ଆହୁରି ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଛୁ’’
"ବଜେଟ୍ ରେ ଗରିବ ଓ ମଧ୍ୟବିତ୍ତଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି"

ମୋର ପ୍ରିୟ ଦେଶବାସୀଗଣ, ଆଜିର ଏହି ବଜେଟ୍‌, ଅବଶ୍ୟ ଅନ୍ତରୀଣ ବଜେଟ୍‌, କିନ୍ତୁ ଏହି ବଜେଟ୍ ସମାବେଶୀ ଏବଂ ନବସୃଜନାତ୍ମକ ବଜେଟ୍ ଅଟେ । ଏହି ବଜେଟ୍‌ରେ ନିରନ୍ତରତାର ଏକ ଭରସା ରହିଛି । ଏହି ବଜେଟ୍ ବିକଶିତ ଭାରତର ଚାରିସ୍ତମ୍ଭ-ଯୁବା, ଗରିବ, ମହିଳା, ଏବଂ କୃଷକ ସମସ୍ତଙ୍କୁ ସଶକ୍ତ କରିବ । ନିର୍ମଳାଜୀଙ୍କ ଏହି ବଜେଟ୍‌, ଦେଶର ଭବ୍ୟଷତର ନିର୍ମାଣର ବଜେଟ୍ ଅଟେ । ଏହି ବଜେଟ୍‌ରେ ୨୦୪୭ର ବିକଶିତ ଭାରତର ମୁଳଦୂଆକୁ ସଦୃଢ କରିବାର ଗ୍ୟାରେନ୍ଟି ରହିଛି । ମୁଁ ନିର୍ମାଳୀଜୀ ଏବଂ ତାଙ୍କ ଟିମ୍‌କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,
ଏହି ବଜେଟ୍‌ରେ, ଯୁବା ଭାରତର ଯୁବା ଆକାଂକ୍ଷା, ଭାରତର ଯୁବା ଆକାଂକ୍ଷା ଗୁଡିକର ପ୍ରତିଫଳନ ଅଟେ । ବଜେଟ୍‌ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଗବେଷଣା ଏବଂ ନବସୃଜନ ଉପରେ ଏକ ଲକ୍ଷ କୋଟି ଟଙ୍କାର ପାଂଠି ଗଠନର ଘୋଷଣା କରାଯାଇଛି । ବଜେଟ୍‌ରେ ସ୍ଟାର୍ଟ୍‌ଅପ୍ସ୍ ଗୁଡିକୁ ମିଳିବାକୁ ଥିବା ରିହାତିସୀମା ବୃଦ୍ଧିର ଘୋଷଣା ମଧ୍ୟ କରାଯାଇଛି ।

ବନ୍ଧୁଗଣ,
ଏହି ବଜେଟ୍‌ରେ ଆର୍ଥିକ ନିଅଂଟକୁ ନିୟନ୍ତ୍ରଣରେ ରଖି ପୁଂଜି ବ୍ୟୟଅଟକଳକୁ ୧୧ଲକ୍ଷ ୧୧ହଜାର ୧୧୧ କୋଟି ଟଙ୍କାର ଐତିହାସିକ ଶିଖରରେ ପହଁଚାଯାଇଛି । ଅର୍ଥଶାସ୍ତ୍ରୀମାନଙ୍କ ଭାଷାରେ ଯଦି ଆମେ କହିବା ତାହେଲେ ଏହା ଏକପ୍ରକାର ସ୍ୱିଟ୍‌ସ୍ପଟ୍ ଅଟେ । ଏହାଦ୍ୱାରା ଭାରତରେ ଏକବିଂଶ ଶବ୍ଦାଦୀର ଆଧୁନିକ ଭିତିଭୂମିର ନିର୍ମାଣ ସହିତ ଯୁବବର୍ଗ ନିମନ୍ତେ ଅଗଣିତ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ । ବଜେଟ୍‌ରେ ବନ୍ଦେ ଭାରତ ଶ୍ରେଣୀର ୪୦ହଜାର ଆଧୁନିକ ବଗି ନିର୍ମାଣ କରି, ସେସବୁକୁ ସାଧାରଣ ଯାତ୍ରୀ ଟ୍ରେନ୍‌ରେ ସଂଯୋଗ କରିବାର ଘୋଷଣ କରାଯାଇଛି । ଏହାଦ୍ୱାରା ଦେଶର ଭିନ୍ନ ଭିନ୍ନ ରେଳ ରୁଟ୍‌ରେ କୋଟି କୋଟି ଯାତ୍ରୀମାନଙ୍କ ମଧ୍ୟରେ ଆରାମଦାୟକ ଯାତ୍ରାର ଅନୁଭବ ବୃଦ୍ଧି ପାଇବ ।

 

ବନ୍ଧୁଗଣ,
ଆମେ ଗୋଟିଏ ବୃହତ ଲକ୍ଷ୍ୟ ସ୍ଥିର କରିଥାଉ, ଏହାକୁ ହାସଲ କରିଥାଉ ଏବଂ ପୁଣି ତାଠାରୁ ମଧ୍ୟ ବଡ ଲକ୍ଷ୍ୟ ନିଜ ପାଇଁ ସ୍ଥିର କରିଥାଉ । ଗରିବମାନଙ୍କ ପାଇଁ ଆମେ ଗାଁ ଏବଂ ସହରରେ ୪କୋଟିରୁ ଅଧିକ ବାସଗୃହ ନିର୍ମାଣ କରିଛୁ । ଏବେ ଆମେ ଆହୁରି ୨କୋଟି ନୂଆ ବାସଗୃହ ନିର୍ମାଣର ଲକ୍ଷ୍ୟ ସ୍ଥିର କରିଛୁ । ଆମେ ୨କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଇବା ପାଇଁ ଲକ୍ଷ୍ୟ ରଖିଥିଲୁ । ଏବେ ଏହି ଲକ୍ଷ୍ୟକୁ ବୃଦ୍ଧି କରି ୩କୋଟି ଲକ୍ଷପତି ଦିଦି କରାଇବା ପାଇଁ ଲକ୍ଷ୍ୟ ସ୍ଥିର କରିଦେଇଛୁ । ଆୟୁଷ୍ମାନ ଭାରତ ଯୋଜନା ଗରିବମାନଙ୍କର ବହୁତ ସହାୟତା କରିଛି । ଏବେ ଅଙ୍ଗନବାଡି ଏବଂ ଆଶାକର୍ମୀ, ସେହି ସମସ୍ତଙ୍କୁ ଏହି ଯୋଜନାର ଲାଭ ମିଳିବ ।

ବନ୍ଧୁଗଣ,
ଏହି ବଜେଟ୍‌ରେ ଗରିବ ଏବଂ ମଧ୍ୟମବର୍ଗକୁ ସଶକ୍ତ କରିବା ଏବଂ ସେମାନଙ୍କ ନିମନ୍ତେ ଆୟର ନୂଆ ସୁଯୋଗ ସୃଷ୍ଟି ଉପରେ ମଧ୍ୟ ବେଶ୍ ଗୁରୁତ୍ୱ ଦିଆଯାଇଛି । ଛାତ ଉପର ସୌରଶକ୍ତି ଅଭିଯାନରେ ଏକ କୋଟି ପରିବାରଙ୍କୁ ସୌର ରୁଫ୍ ଟପ୍ ମାଧ୍ୟମରେ ନିଶୁଳ୍କ ବିଦ୍ୟୁତ ଶକ୍ତି ମିଳିବ । କେବଳ ଏତିକି ନୁହେଁ, ସରକାରଙ୍କୁ ବଳକା ବିଦ୍ୟୁତଶକ୍ତି ବିକ୍ରି କରି ଲୋକମାନଙ୍କ ବାର୍ଷିକ ୧୫ରୁ ୨୦ହଜାର ଟଙ୍କାର ଆୟ ମଧ୍ୟ ହେବ ଏବଂ ଏହା ପ୍ରତ୍ୟେକ ପରିବାରକୁ ହେବ ।

 

ବନ୍ଧୁଗଣ,
ଆଜି ଯେଉଁ ଆୟକର ଛାଡ ଯୋଜନାର ଘୋଷଣା କରାଯାଇଛି, ତାହାଦ୍ୱାରା ମଧ୍ୟମବର୍ଗର ପ୍ରାୟ ଏକ କୋଟି ଲୋକଙ୍କୁ ବଡ ଆଶ୍ୱସ୍ତି ମିଳିବ । ବିଗତ ସରକାରମାନେ ଜନସାଧାରଣଙ୍କ ମୁଣ୍ଡ ଉପରେ ଦଶନ୍ଧି ଦଶନ୍ଧି ଧରି ବହୁତ ବଡ ଖଣ୍ଡା ଝୁଲାଇ ରଖିଥିଲେ । ଆଜି ଏହି ବଜେଟ୍‌ରେ କୃଷକମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ ନିଷ୍ପତି ନିଆଯାଇଛି । ନାନୋ ଡିଏପିର ଉପଯୋଗ ହେଉ, ପ୍ରାଣୀମାନଙ୍କ ପାଇଁ ନୂଆ ଯୋଜନା ହେଉ, ପିଏମ୍ ମତ୍ସ୍ୟସଂପଦ ଯୋଜନାର ବିସ୍ତାର ହେଉ, ଏବଂ ଆତ୍ମନିର୍ଭର ତୈଳବୀଜ ଅଭିଯାନ ହେଉ, ଏହାଦ୍ୱାରା କୃଷକମାନଙ୍କର ଆୟ ବୃଦ୍ଧି ଘଟିବ ଏବଂ ବ୍ୟୟ ହ୍ରାସ ପାଇବ । ମୁଁ ପୁଣିଥରେ ସମସ୍ତ ଦେଶବାସୀଙ୍କୁ ଏହି ଐତିହାସିକ ବେଜଟ୍ ନିମନ୍ତେ ଶୁଭକାମନା ଦେଉଛି । ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s power sector set for strong FY27 growth on rising demand, capacity additions: Report

Media Coverage

India’s power sector set for strong FY27 growth on rising demand, capacity additions: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam applauding the courage and perseverance of India's Youth
July 20, 2026

The Prime Minister, Shri Narendra Modi, shared a Sanskrit Subhashitam applauding the courage and perseverance of India's Youth:

"प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥"

Shri Modi said that our youth is achieving historic success through their courage, self-confidence, and relentless hard work, and this is the greatest strength of a rapidly developing India.

The Prime Minister posted on X:

आज हमारे युवा साथी धैर्य, आत्मविश्वास और अथक परिश्रम से ऐतिहासिक सफलता हासिल कर रहे हैं। यही विकसित हो रहे भारत की सबसे बड़ी ताकत है।

प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥