ମହାମହିମ,

ମହାରାଣୀ,

ରାଜ ପରିବାରର ସମ୍ମାନୀତ ସଦସ୍ୟ,

ମହାମହିମ,

ଭଦ୍ର ମହିଳା ଓ ପୁରୁଷ ମାନେ

ଏହି ଉଷ୍ମ ସ୍ୱାଗତ ଏବଂ ଆତିଥେୟତା ପାଇଁ ମୁଁ ମହାମହିମ ଏବଂ ସମଗ୍ର ରାଜ ପରିବାରକୁ ହୃଦୟରୁ କୃତଜ୍ଞତା ଜଣାଉଛି । କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବ୍ରୁନେଇକୁ ଏହା ହେଉଛି ପ୍ରଥମ ଦ୍ୱିପାକ୍ଷିକ ଗସ୍ତ । କିନ୍ତୁ ଏଠାରେ ମୋତେ ଯେଉଁ ଆପଣାଗତ ମିଳିଛି, ଆମର ଉଭୟ ଦେଶରେ ଶତାବ୍ଦୀ ପୁରୁଣା ସମ୍ପର୍କର ଅନୁଭୁତି ପ୍ରତ୍ୟେକଟି ମୁହୂର୍ତ୍ତରେ ଅନୁଭବ କରିପାରୁଛି।

 

ମହାମହିମ,

ଚଳିତ ବର୍ଷ ବ୍ରୁନେଇର ସ୍ୱାଧୀନତାର ୪୦ ତମ ବାର୍ଷିକୀ ପାଳନ କରାଯାଉଛି । ଆପଣଙ୍କ ନେତୃତ୍ୱରେ ବ୍ରୁନେଇ ପରମ୍ପରା ଏବଂ ନିରନ୍ତରତା ପାଇଁ ମହତ୍ୱପୂର୍ଣ୍ଣ ସମାଗମ ସହିତ ଅଗ୍ରଗତି କରିଛନ୍ତି । ବ୍ରୁନେଇ ପାଇଁ ଆପଣଙ୍କର -"ୱାୱାସାନ ୨୦୩୫’ ଭଜନ ପ୍ରଶଂସନୀୟ । ୧୪୦କୋଟି ବିଲିୟନ ବିଲିୟନ ଭାରତୀୟଙ୍କ ତରଫରୁ ମୁଁ ଆପଣମାନଙ୍କୁ ଏବଂ ବ୍ରୁନେଇବାସୀଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ସାଥିମାନେ,

ଭାରତ ଓ ବ୍ରୁନେଇ ମଧ୍ୟରେ ଗଭୀର ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରହିଛି। ଚଳିତ ବର୍ଷ ଆମେ ଆମର ରାଜନ୍ୟାୟିକ ସମ୍ପର୍କର ୪୦ତମ ବାର୍ଷିକୀ ପାଳନ କରୁଛୁ। ଏହି ଅବସରରେ ଆମେ ଆମର ରାଜନ୍ୟାୟିକ ସମ୍ପର୍କକୁ ଉନ୍ନତ ଭାଗିଦାରୀ ଭାବରେ ସ୍ମରଣ କରିବାକୁ ନିଷ୍ପତ୍ତି ନେଇଛୁ ।

ଆମର ଭାଗିଦାରୀକୁ ଏକ ରଣନୈତିକ ଦିଗ ଦେବା ପାଇଁ ଆମେ ଆମ ସମ୍ପର୍କର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲୁ । ର୍ଥନୈତିକ, ବୈଜ୍ଞାନିକ ଏବଂ ରଣନୈତିକ କ୍ଷେତ୍ରରେ ଆମର ସହଯୋଗକୁ ସୁଦୃଢ଼ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଆମେ କୃଷି ଉଦ୍ୟୋଗ, ଔଷଧ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ସହିତ ଫିନଟେକ୍ ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ଆମର ସହଯୋଗକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଛୁ ।

ଶକ୍ତି କ୍ଷେତ୍ର ଅଧୀନରେ ଆମେ ଏଲଏନଜିରେ ଦୀର୍ଘକାଳୀନ ସହଯୋଗର ସମ୍ଭାବନା ଉପରେ ଆଲୋଚନା କରିଛୁ । ଆମର ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ପାଇଁ ଆମେ ପ୍ରତିରକ୍ଷା ଶିଳ୍ପ, ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗର ସମ୍ଭାବନା ଉପରେ ଗଠନମୂଳକ ଆଲୋଚନା କରିଛୁ ।

ମହାକାଶ କ୍ଷେତ୍ରରେ ଆମର ସହଯୋଗକୁ ସୁଦୃଢ଼ କରିବା ପାଇଁ ଆମେ ଉପଗ୍ରହ ବିକାଶ, ରିମୋଟ୍ ସେନ୍ସିଂ ଏବଂ ତାଲିମ କ୍ଷେତ୍ରରେ ସହଯୋଗ ଉପରେ ରାଜି ହୋଇଛୁ । ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ବଢ଼ାଇବା ପାଇଁ ଖୁବ୍ ଶୀଘ୍ର ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ।

 

ସାଥିମାନେ,

ଲୋକମାନଙ୍କ ମଧ୍ୟରେ ଆମର ସମ୍ପର୍କ ହେଉଛି ଆମ ବୁଝାମଣାର ମୂଳଦୁଆ । ମୁଁ ଖୁସି ଯେ ବ୍ରୁନେଇରେ ଥିବା ଭାରତୀୟ ସମୁଦାୟ ବ୍ରୁନେଇର ଅର୍ଥନୀତି ଏବଂ ସମାଜରେ ସକାରାତ୍ମକ ଯୋଗଦାନ ଦେଉଛନ୍ତି । ଗତକାଲି ଭାରତୀୟ ରାଜଦୂତାବାସର ଶୁଭାରମ୍ଭ ହେବା ପରେ ଭାରତୀୟ ସମୁଦାୟ ବ୍ରୁନେଇରେ ଏକ ସ୍ଥାୟୀ ଠିକଣା ପାଇଛନ୍ତି।

ବ୍ରୁନେଇରେ ରହୁଥିବା ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ପାଇଁ , ଆମେ ମହାମହିମ ଏବଂ ତାଙ୍କ ସରକାରଙ୍କୁ କୃତଜ୍ଞତା ଜଣାଉଛୁ ।

ସାଥିମାନେ, ବ୍ରୁନେଇ ଭାରତର ଆକ୍ଟ ଇଷ୍ଟ ପଲିସି ଏବଂ ଇଣ୍ଡୋ-ପ୍ୟାସିଫିକ୍ ଭିଜନରେ ବ୍ରୁନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇ ରହିଛି।

ଭାରତ ସର୍ବଦା ଆସିଆନ୍ କେନ୍ଦ୍ରୀୟତାକୁ ପ୍ରାଥମିକତା ଦେଇ ଆସିଛି ଏବଂ ଆଗକୁ ମଧ୍ୟ ଦେବ। ଆମେ ୟୁଏନସିଏଲଓଏସ୍ ପରି ଆନ୍ତର୍ଜାତିକ ଆଇନ ଅଧୀନରେ ନେଭିଗେସନ୍‌ର ସ୍ୱତନ୍ତ୍ରତା ଏବଂ ଓଭର ଫ୍ଲାଇଟସ୍‌କୁ ସମର୍ଥନ କରୁଛୁ । ଆମେ ସହମତ ଯେ ଏହି ଅଞ୍ଚଳରେ ଏକ ଆଚରଣ ବିଧି ଚୂଡ଼ାନ୍ତ ହେବା ଉଚିତ୍ । ଆମେ ବିସ୍ତାରବାଦ ନୁହେଁ ବିକାଶବାଦ ନୀତିକୁ ସମର୍ଥନ କରୁଛୁ, ସମ୍ପ୍ରସାରଣବାଦକୁ ନୁହେଁ।

 

ମହାମହିମ,

ଭାରତ ସହ ସମ୍ପର୍କ ପ୍ରତି ଆପଣଙ୍କ ପ୍ରତିବଦ୍ଧତା ପାଇଁ ଆମେ କୃତଜ୍ଞ । ଆଜି ଆମ ଐତିହାସିକ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ପୁଣି ଥରେ ମୋତେ ଯେଉଁ ସମ୍ମାନ ଦେଇଛନ୍ତ. ସେଥିପାଇଁ ମୁଁ ଆପଣଙ୍କ ନିକଟରେ ବହୁତ ବହୁତ କୃତଜ୍ଞ। ମୁଁ ଆପଣଙ୍କୁ ରାଜ ପରିବାରର ସମସ୍ତ ସଦସ୍ୟ ଏବଂ ବ୍ରୁନେଇବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି ।

ବହୁତ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Embassy provided great assistance to get us out: Indian fishermen after returning to the country from Iran

Media Coverage

Indian Embassy provided great assistance to get us out: Indian fishermen after returning to the country from Iran
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 12, 2026
April 12, 2026

Trust, Technology & Transformation: How India is Building a Viksit Bharat Under PM Modi