“ସନାତନ କେବଳ ଗୋଟିଏ ଶବ୍ଦ ନୁହେଁ, ଏହା ସର୍ବଦା ନୂଆ, ସବୁବେଳେ ବଦଳୁଛି ଅତୀତରୁ ନିଜକୁ ଉନ୍ନତ କରିବାକୁ ଏହାର ଏକ ଅନ୍ତର୍ନିହିତ ଇଚ୍ଛା ଅଛି ଏବଂ ସେଥିପାଇଁ ଅନନ୍ତ, ଅମର”
“କୌଣସି ରାଷ୍ଟ୍ରର ଯାତ୍ରା ଏହାର ସମାଜର ଯାତ୍ରାରେ ପ୍ରତିଫଳିତ ହୁଏ”
“ବର୍ତ୍ତମାନର ପୀଢିରେ ଶତାବ୍ଦୀ ପୂର୍ବର ବଳିଦାନର ପ୍ରଭାବକୁ ଆମେ ଦେଖୁଛୁ”
“ବର୍ଷ ବର୍ଷ ଧରି, ଆମେ ମିଳିତ ଭାବରେ କଚ୍ଛକୁ ପୁର୍ନଜୀବନ ପ୍ରଦାନ କରିଛୁ”
“ସାମାଜିକ ସମନ୍ୱୟ, ପରିବେଶ ଏବଂ ପ୍ରାକୃତିକ ଚାଷ ସବୁ ଦେଶର ଅମୃତ ସମାଧାନ ସହିତ ଜଡିତ”

ସମସ୍ତଙ୍କୁ ହରି ଓମ, ଜୟ ଉମିୟା ମାଁ, ଜୟ ଲକ୍ଷ୍ମୀନାରାୟଣ!

ମୋର ଏହି କଚ୍ଛି ପଟେଲ କେବଳ କଚ୍ଛର ହିଁ ନୁହେଁ ବରଂ ଏବେ ହେଉଛନ୍ତି ସାରା ଭାରତର ଗୌରବ । କାରଣ ମୁଁ ଭାରତର ଯେ କୌଣସି କୋଣ- ଅନୁକୋଣକୁ ଯାଉଛି, ତେବେ ସେଠାରେ ମୋର ଏହି ସମାଜର ଲୋକ ଦେଖିବାକୁ ମିଳୁଛନ୍ତି । ଏଥିପାଇଁ  ତ’ କୁହାଯାଇଥାଏ, କଚ୍ଛଡୋ ଖେଲେ ଖଲକ ମେଁ ଯୋ ମହାସାଗର ମେଁ ମଚ୍ଛ, ଯେ ତେ ହଦ୍ଦୋ କଚ୍ଛି ଉସେ ଉତେ ରିୟାଡି କଚ୍ଛ।

କାର୍ଯ୍ୟକ୍ରମରେ ଉପସ୍ଥିତ ଶାରଦାପୀଠର ଜଗଦଗୁରୁ ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ ଜୀ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ରରେ ମନ୍ତ୍ରିପରିଷଦରେ ମୋର ସାଥୀ ପୁରୁଷୋତମ ରୁପାଲା, ଅଖିଳ ଭାରତୀୟ କଛ କଡ଼ୱା ପଟିଦାର ସମାଜର ଅଧ୍ୟକ୍ଷ ଶ୍ରୀ ଅବଜୀ ଭାଇ ବିଶ୍ରାମ ଭାଇ କାନାଣୀ, ଅନ୍ୟ ସମସ୍ତ ପଦାଧିକାରୀଗଣ, ଆଉ ଦେଶ-ବିଦେଶରେ ଯୋଡି ହୋଇ ରହିଥିବା ମୋର ସମସ୍ତ ଭାଇ ଓ ଭଉଣୀମାନେ!

ଆପଣ ସମସ୍ତଙ୍କୁ ସନାତନୀ ଶତାବ୍ଦୀ ମହୋତ୍ସବର ବହୁତ- ବହୁତ ଶୁଭକାମନା । ଆଜି ମୋ ପାଇଁ ହେଉଛି ଲାଭ ଉପରେ ଅତି ଲାଭ (ସୋନେ ପେ ସୁହାଗା), ମୋ ପାଇଁ ଏହା ହେଉଛି ପ୍ରଥମ ସୁଯୋଗ, ଯେତେବେଳେ ମୋତେ ଜଗଦଗୁରୁ ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ ଜୀଙ୍କ ଉପସ୍ଥିତିରେ ଅନେକ ଶଙ୍କରାଚାର୍ଯ୍ୟ ପଦ ଧାରଣ କରିବା ପରେ କୌଣସି କାର୍ଯ୍ୟକ୍ରମରେ ଆସିବାର ସୁଯୋଗ ମିଳିଛି । ତାଙ୍କର ସ୍ନେହ, ସର୍ବଦା ମୋ ଉପରେ ରହିଛି, ଆମ ସମସ୍ତଙ୍କ ଉପରେ ରହିଛି ତେବେ ଆଜି ମୋତେ ତାଙ୍କୁ ପ୍ରଣାମ କରିବାର ସୁଯୋଗ ମିଳିଛି ।

ସାଥୀଗଣ,

ସମାଜର ସେବାରେ ଶହେ ବର୍ଷର ପୂଣ୍ୟକାଳ, ଯୁବ ଶାଖାର 50 ବର୍ଷ ଏବଂ ମହିଳା ଶାଖାର 25 ବର୍ଷ, ଆପଣମାନେ ଏ ଯେଉଁ ତ୍ରିବେଣୀ ସଙ୍ଗମ ସୃଷ୍ଟି କରିଛନ୍ତି, ଏହା ହେଉଛି ନିଜକୁ ନିଜ ମଧ୍ୟରେ ଏକ ବହୁତ ସୁଖଦ ସଂଯୋଗ । ଯେତେବେଳେ କୌଣସି ସମାଜର ଯୁବକ, ସେହି ସମାଜର ମାଆ- ଭଉଣୀମାନେ, ନିଜ ସମାଜର ଦାୟିତ୍ୱ ନିଜ କାନ୍ଧରେ ବହନ କରି ଥାଆନ୍ତି, ସେତେବେଳେ ଧରି ନିଅନ୍ତୁ ତା’ର ସଫଳତା ଏବଂ ସମୃଦ୍ଧି ସ୍ଥିର ହୋଇ ଯାଇଥାଏ । ମୁଁ ଖୁସି ଯେ ଶ୍ରୀ ଅଖିଳ ଭାରତୀୟ କଚ୍ଛ କଡ଼ୱା ପଟୀଦାର ସମାଜର ଯୁବ ଏବଂ ମହିଳା ଶାଖାର ଏହି ନିଷ୍ଠା, ଏହି ମହୋତ୍ସବ ରୂପରେ ଆଜି ଚାରିଆଡ଼େ ଦୃଷ୍ଟିଗୋଚର ହେଉଛି, ଆପଣମାନେ ନିଜ ପରିବାରର ସଦସ୍ୟ ଭାବେ ମୋତେ ସନାତନୀ ଶତାବ୍ଦୀ ମହୋତ୍ସବର ଅଂଶ ଭାବେ ବିବେଚନା କଲେ, ମୁଁ ଏଥିପାଇଁ ଆପଣ ସମସ୍ତଙ୍କ ନିକଟରେ କୃତଜ୍ଞତା ଜଣାଉଛି । ସନାତନ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ନିତ୍ୟ ନୂତନ, ହେଉଛି ପରିବର୍ତନଶୀଳ, ଏଥିରେ ଗତକାଲି ଠାରୁ, ନିଜକୁ ଆହୁରି ଉନ୍ନତ କରି ଗଢ଼ି ତୋଳିବାର ଅନ୍ତର୍ନିହିତ ଚେଷ୍ଟା ରହିଛି ଆଉ ଏଥିପାଇଁ ସନାତନ ହେଉଛି ଅଜର- ଅମର ।

ସାଥୀଗଣ,

କୌଣସି ମଧ୍ୟ ରାଷ୍ଟ୍ରର ଯାତ୍ରା ତାହାର ସମାଜର ଯାତ୍ରାର ହିଁ ଏକ ଦର୍ଶନ ହୋଇଥାଏ । ପଟୀଦାର ସମାଜର ଶହ- ଶହ ବର୍ଷର ଇତିହାସ, ଶହ- ଶହ ବର୍ଷର ଶ୍ରୀ ଅଖିଳ ଭାରତୀୟ କଚ୍ଛ କଡ଼ୱା ସମାଜର ଯାତ୍ରା, ଏବଂ ଭବିଷ୍ୟତ ପାଇଁ ଦୃଷ୍ଟିଭଙ୍ଗୀ, ଏହା ଏକ ପ୍ରକାରରେ ଭାରତ ଏବଂ ଗୁଜରାଟକୁ ଜାଣିବା, ଦେଖିବାର ମଧ୍ୟ ହେଉଛି ଏକ ମାଧ୍ୟମ । ଶହ- ଶହ ବର୍ଷ ଏହି ସମାଜ ଉପରେ ବିଦେଶୀ ଆକ୍ରମଣକାରୀମାନେ କ’ଣ କ’ଣ ଅତ୍ୟାଚାର ଅବା କରି ନାହାଁନ୍ତି ! କିନ୍ତୁ, ପୁଣି ମଧ୍ୟ ସମାଜର ପୂର୍ବପୁରୁଷମାନେ ନିଜ ପରିଚୟ ନଷ୍ଟ ହେବାକୁ ଦେଇ ନ ଥିଲେ । ନିଜର ଆସ୍ଥାକୁ ଖଣ୍ଡିତ ହେବାକୁ ଦେଇ ନ ଥିଲେ । ଶତାବ୍ଦୀ ଶତାବ୍ଦୀ ପୂର୍ବର ତ୍ୟାଗ ଏବଂ ବଳିଦାନର ପ୍ରଭାବ ଆମେ ଆଜି ଏହି ସଫଳ ସମାଜର ବର୍ତମାନ ପିଢ଼ୀ ଭାବେ ଦେଖୁଛେ । ଆଜି କଚ୍ଛ କଡ଼ୱା ପଟୀଦାର ସମାଜର ଲୋକ ଦେଶ- ବିଦେଶରେ ନିଜର ସଫଳତାର ଧ୍ୱଜା ଉଡ଼ାଉଛନ୍ତି । ସେମାନେ ଯେଉଁଠାରେ ମଧ୍ୟ ଅଛନ୍ତି, ନିଜର ଶ୍ରମ ଏବଂ ସାମର୍ଥ୍ୟର ସହିତ ଆଗକୁ ବଢ଼ୁଛନ୍ତି । ଟିମ୍ବର ହେଉ, ପ୍ଲାଏଉଡ଼ ହେଉ, ହାର୍ଡଓୟାର, ମାର୍ବଲ, କୋଠା ନିର୍ମାଣ ସାମଗ୍ରୀ, ପ୍ରତ୍ୟେକ କ୍ଷେତ୍ରରେ ଆପଣମାନେ ଛାଇ ହୋଇ ରହିଛନ୍ତି । ଆଉ ମୁଁ ଖୁସି ଯେ ଏହି ସବୁ ସହିତ ହିଁ ଆପଣମାନେ ନିଜର ପିଢ଼ୀ ପରେ ପିଢ଼ୀ, ବର୍ଷ ପରେ ବର୍ଷ ନିଜ ପରମ୍ପରାର ମାନ ବୃଦ୍ଧି କରି ଚାଲିଛନ୍ତି, ସମ୍ମାନ ବୃଦ୍ଧି କରି ଚାଲିଛନ୍ତି । ଏହି ସମାଜରେ ନିଜର ବର୍ତମାନର ନିର୍ମାଣ କରିଛନ୍ତି, ନିଜର ଭବିଷ୍ୟତର ମୂଳଦୁଆ ରଖିଛନ୍ତି!

ସାଥୀଗଣ,

ରାଜନୈତିକ ଜୀବନରେ ମୁଁ ଆପଣ ସମସ୍ତଙ୍କ ଗହଣରେ ଏକ ଦୀର୍ଘ ସମୟ ବିତାଇଛି, ଆପଣ ସମସ୍ତଙ୍କ ଠାରୁ ବହୁତ କିଛି ଶିଖିଛି । ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆପଣମାନଙ୍କ ସହିତ ଅନେକଗୁଡ଼ିଏ ବିଷୟରେ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ମିଳିଛି । ସେ କଚ୍ଛରେ ଆସିଥିବା ଭୂକମ୍ପର କଠିନ ସମୟ ହେଉ, ଅବା ତା’ପରେ ରିଲିଫ- ଉଦ୍ଧାର ଏବଂ ପୁନଃନିର୍ମାଣର ଦୀର୍ଘ ପ୍ରୟାସ ହେଉ, ଏହା ସମାଜର ହିଁ ଶକ୍ତି ଥିଲା, ଯାହାଦ୍ୱାରା ମୋତେ ସର୍ବଦା ଏକ ଆତ୍ମବିଶ୍ୱାସ ମିଳୁଥିଲା । ବିଶେଷକରି, ଯେତେବେଳେ ମୁଁ କଚ୍ଛର ବିଗତ ଦିନଗୁଡ଼ିକ ବିଷୟରେ ଚିନ୍ତା କରୁଛି ସେତେବେଳେ କେତେ କ’ଣ ପୁରୁଣା ସ୍ମୃତି ମନେ ପଡ଼ି ଯାଉଛି । ଏକ ସମୟ ଥିଲା, ଯେତେବେଳେ କଚ୍ଛ ଦେଶର ସବୁଠାରୁ ପଛୁଆ ଜିଲ୍ଲା ମଧ୍ୟରୁ ଗୋଟିଏ ଥିଲା । ଜଳ ସଙ୍କଟ, କ୍ଷୁଧା, ପଶୁ ମୃତ୍ୟୁ, ପଳାୟନ, ଖରାପ ସ୍ଥିତି, ଏହା କଚ୍ଛର ପରିଚୟ ଥିଲା । କୌଣସି ଅଧିକାରୀଙ୍କର ସ୍ଥାନାନ୍ତର କଚ୍ଛକୁ ହେଉଥିଲା, ତେବେ ତାହାକୁ ଦଣ୍ଡମୂଳକ ସ୍ଥାନାନ୍ତର ବା ନିଯୁକ୍ତି ଭାବେ ଧରି ନିଆ ଯାଉଥିଲା, କଳାପାଣି ବୋଲି ବିବେଚନା କରାଯାଉଥିଲା । କିନ୍ତୁ ବିଗତ ବର୍ଷଗୁଡ଼ିକରେ ଆମେ ଏକାଠି ମିଳିମିଶି କଚ୍ଛର କାୟାକଳ୍ପ କରି ଦେଇଛୁ । ଆମେ କଚ୍ଛରେ ଜଳ ସଙ୍କଟର ସମାଧାନ କରିବା ପାଇଁ ଯେଭଳି ଭାବେ ଏକାଠି ମିଳିମିଶି କାର୍ଯ୍ୟ କରିଛୁ, ଆମେ ମିଳିମିଶି ଯେଭଳି ଭାବେ କଚ୍ଛକୁ ବିଶ୍ୱର ଏତେ ବଡ଼ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିଛୁ, ତାହା ହେଉଛି ସମସ୍ତଙ୍କ ପ୍ରୟାସ (ସବକା ପ୍ରୟାସ)ର ଏକ ଉନ୍ନତ ଉଦାହରଣ । ଆଜି ମୋତେ ଏହା ଦେଖି ଗର୍ବ ଲାଗୁଛି ଯେ କଚ୍ଛ, ହେଉଛି ଦେଶର ସବୁଠାରୁ ଦ୍ରୁତ ଗତିରେ ବିକଶିତ ହେଉଥିବା ଜିଲ୍ଲା ମଧ୍ୟରୁ ଗୋଟିଏ । କଚ୍ଛର ଯୋଗାଯୋଗ ବ୍ୟବସ୍ଥା ସୁଧୁରୁଛି, ସେଠାକୁ ବଡ଼- ବଡ଼ ଉଦ୍ୟୋଗ ଆସୁଛନ୍ତି । ଯେଉଁ କଚ୍ଛରେ କେବେ ଚାଷବାସ ବିଷୟରେ ଚିନ୍ତା କରିବା କଷ୍ଟକର ଥିଲା, ଆଜି ସେଠାରୁ କୃଷି ଉତ୍ପାଦ ରପ୍ତାନୀ ହେଉଛି, ସାରା ବିଶ୍ୱକୁ ଯାଉଛି । ଏଥିରେ ଆପଣ ସମସ୍ତ ଲୋକଙ୍କର ବଡ଼ ଭୂମିକା ରହିଛି।

ଭାଇ ଓ ଭଉଣୀମାନେ,

ମୁଁ ନାରାୟଣ ରାମଜୀ ଲିମ୍ବାନୀଙ୍କ ଦ୍ୱାରା ବହୁତ ଅନୁପ୍ରାଣିତ ହୋଇଛି । ଶ୍ରୀ ଅଖିଳ ଭାରତୀୟ କଚ୍ଛ କଡ଼ୱା ସମାଜକୁ ଆଗକୁ ନେଇ ଯିବାରେ ଅନେକ ଲୋକଙ୍କ ସହିତ ମୋର ବ୍ୟକ୍ତିଗତ ଆତ୍ମୀୟ ସମ୍ପର୍କ ମଧ୍ୟ ରହିଛି । ଏଥିପାଇଁ, ସମୟ- ସମୟରେ ସମାଜର କାର୍ଯ୍ୟ ଏବଂ ଅଭିଯାନ ବିଷୟରେ ମୋତେ ସୂଚନା ମଧ୍ୟ ମିଳିଥାଏ । କରୋନା ସମୟରେ ମଧ୍ୟ ଆପଣ ସମସ୍ତେ ବହୁତ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ମୁଁ ଖୁସି ଯେ ଏହି ସନାତନୀ ଶତାବ୍ଦୀ ସମାରୋହ ସହିତ ହିଁ ଆପଣମାନେ ଆଗାମୀ 25 ବର୍ଷର ଦୃଷ୍ଟିଭଙ୍ଗୀ ଏବଂ ସଂକଳ୍ପକୁ ମଧ୍ୟ ସାମ୍ନାରେ ରଖିଛନ୍ତି । ଆପଣଙ୍କର 25ବର୍ଷର ଏହି ସଂକଳ୍ପ ସେହି ସମୟରେ ପୂରଣ ହେବ, ଯେତେବେଳେ ଦେଶ ନିଜ ସ୍ୱାଧୀନତାର 100 ବର୍ଷ ପାଳନ କରିବ । ଆପଣମାନେ ଅର୍ଥବ୍ୟବସ୍ଥା ଠାରୁ ନେଇ ଟେକ୍ନୋଲୋଜୀ ପର୍ଯ୍ୟନ୍ତ, ସାମାଜିକ ସମରସତା ଠାରୁ ନେଇ ପର୍ଯ୍ୟାବରଣ ଏବଂ ପ୍ରାକୃତିକ କୃଷି ପର୍ଯ୍ୟନ୍ତ ଯେଉଁ ସଂକଳ୍ପ ନେଇଛନ୍ତି, ତାହା ଦେଶର ଅମୃତ ସଂକଳ୍ପଗୁଡ଼ିକ ସହିତ ଯୋଡ଼ି ହୋଇଛି । ମୋର ବିଶ୍ୱାସ ଯେ ଶ୍ରୀ ଅଖିଳ ଭାରତୀୟ କଚ୍ଛ କଡ଼ୱା ସମାଜର ପ୍ରୟାସ ଏହି ଦିଗରେ ଦେଶର ସଂକଳ୍ପକୁ ଶକ୍ତି ଦେବ, ତାକୁ ସିଦ୍ଧି ପର୍ଯ୍ୟନ୍ତ ପହଂଚାଇବ । ଏହି ଭାବନାର ସହିତ, ଆପଣ ସମସ୍ତଙ୍କୁ ପୁଣି ଥରେ ବହୁତ- ବହୁତ ଶୁଭକାମନା ।

ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Manufacturing emerges as new growth engine for India’s GCC office demand

Media Coverage

Manufacturing emerges as new growth engine for India’s GCC office demand
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam applauding the courage and perseverance of India's Youth
July 20, 2026

The Prime Minister, Shri Narendra Modi, shared a Sanskrit Subhashitam applauding the courage and perseverance of India's Youth:

"प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥"

Shri Modi said that our youth is achieving historic success through their courage, self-confidence, and relentless hard work, and this is the greatest strength of a rapidly developing India.

The Prime Minister posted on X:

आज हमारे युवा साथी धैर्य, आत्मविश्वास और अथक परिश्रम से ऐतिहासिक सफलता हासिल कर रहे हैं। यही विकसित हो रहे भारत की सबसे बड़ी ताकत है।

प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥