ଲକ୍ଷପତି ଦିଦି- ମହିଳା ଦିବସରେ ଆମକୁ ଯେଉଁ ସମ୍ମାନ ମିଳିଛି, ସେଥିରେ ଆମେ ବହୁତ ଖୁସି।

ପ୍ରଧାନମନ୍ତ୍ରୀ-ସାରା ଦୁନିଆରେ ଆଜି ମହିଳା ଦିବସ ପାଳନ କରାଯାଉଛି ସତ, କିନ୍ତୁ ଆମର ସଂସ୍କାରରେ ଆମ ଦେଶର ସଂସ୍କୃତିରେ ‘ମାତୃ ଦେବ ଭବ’ରୁ ଆରମ୍ଭ ହୋଇଥାଏ ମହିଳା ଦିବସ ଏବଂ ଆମ ପାଇଁ ବର୍ଷର ୩୬୫ ଦିନ ଯାକ ‘ମାତୃ ଦେବୋ ଭବ’ ହୋଇଥାଏ, କେବଳ ଗୋଟିଏ ଦିନ ହୋଇନଥାଏ।   

ଲକ୍ଷପତି ଦିଦି – ଶିବାନୀ ମହିଳା ମଣ୍ଡଳରେ ଆମେ ମୋତିକୁ ନେଇ ବିଡ୍ ଓ୍ୱାର୍କ କାମ କରିଥାଉ, ଯାହାକି ଆମ ସୌରାଷ୍ଟ୍ରର ସଂସ୍କୃତି ଅଟେ। ୪୦୦ରୁ ଅଧିକ ଭଉଣୀଙ୍କୁ ଆମେ ବିଡ୍ ଓ୍ୱାର୍କର ତାଲିମ ଦେଇଛୁ। ଆମର ୧୧ ଭଉଣୀଙ୍କ ମଧ୍ୟରୁ ତିନି-ଚାରି ଜଣ ମାର୍କେଟିଂ କରନ୍ତି ଓ ଆଉ ଦୁଇ ଜଣ ଭଉଣୀ ସବୁ ହିସାବ ରଖନ୍ତି।

ପ୍ରଧାନମନ୍ତ୍ରୀ-ମାର୍କେଟିଂ କରୁଥିବା ଭଉଣୀମାନେ ବାହାରକୁ ଯାଆନ୍ତି  ?

ଲକ୍ଷପତି ଦିଦି-ହଁ ସାର୍, ବାହାର ରାଜ୍ୟକୁ ଯାଆନ୍ତି, ସବୁ ସ୍ଥାନକୁ ଯାଆନ୍ତି।

ପ୍ରଧାନମନ୍ତ୍ରୀ-ଏହାର ଅର୍ଥ ସାରା ହିନ୍ଦୁସ୍ଥାନ ବୁଲି ଦେଲେଣି ।

ଲକ୍ଷପତି ଦିଦି-ହଁ ସାର୍, ଅଧିକାଂଶ ସହର ବୁଲିଲୁଣି। କୌଣସି ବଡ଼ ସହର ଆଉ ବାକି ନାହିଁ।

ପ୍ରଧାନମନ୍ତ୍ରୀ-ପାରୁଲ୍ ଭଉଣୀ କେତେ ରୋଜଗାର କରନ୍ତି ?

ଲକ୍ଷପତି ଦିଦି-ପାରୁଲ ଭଉଣୀ ୪୦ ହଜାରରୁ ଅଧିକ ରୋଜଗାର କରୁଛନ୍ତି ସାର୍ ।

ପ୍ରଧାନମନ୍ତ୍ରୀ-ଆପଣମାନେ ଲକ୍ଷପତି ଦିଦି ହୋଇ ଗଲେଣି ?

ଲକ୍ଷପତି ଦିଦି- ହଁ ସାର୍, ମୁଁ ଲକ୍ଷପତି ଦିଦି ହୋଇଗଲିଣି। ରୋଜଗାର କରିଥିବା ଟଙ୍କାକୁ ମୁଁ ବିନିଯୋଗ ବି କରିଦେଇଛି। ମତେ ଲାଗୁଛି, ମୋ ସହିତ ଆମର ୧୧ ଭଉଣୀ ମଧ୍ୟ ଲକ୍ଷପତି ଦିଦି ହୋଇଗଲେଣି। ସାରା ଗାଁର ଭଉଣୀମାନେ ଲକ୍ଷପତି ଦିଦି ହୋଇ ଯାଆନ୍ତୁ, ଏହା ହେଉଛି ମୋର ସ୍ୱପ୍ନ।    

 

ପ୍ରଧାନମନ୍ତ୍ରୀ-ବାଃ

ଲକ୍ଷପତି ଦିଦି-ମୋର ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ଲକ୍ଷପତି ଦିଦି କରିବା।

 

ପ୍ରଧାନମନ୍ତ୍ରୀ-ମୋର ସ୍ୱପ୍ନ ଥିଲା ୩ କୋଟି ଲକ୍ଷପତି ଦିଦି କରିବା। ଏବେ ତ ମତେ ଲାଗୁଛି, ଆପଣମାନେ ୫ କୋଟି ଲକ୍ଷପତି ଦିଦି କରିଦେବେ।

ଲକ୍ଷପତି ଦିଦି-ପକ୍କା ସାର୍, ପକ୍କା, ପ୍ରମିସ୍, କରାଇ ଦେବୁ ।

ଲକ୍ଷପତି ଦିଦି-ମୋର ଟିମ୍‌ରେ ୬୫ ଜଣ ଭଉଣୀ ଅଛନ୍ତି। ୬୫ ଜଣ ମହିଳା ମୋ ସହିତ ଯୋଡ଼ି ହୋଇଛନ୍ତି। ଆମେ ମିଶ୍ରିରୁ ସର୍ବତ ପ୍ରସ୍ତୁତ କରିଥାଉ। ବର୍ଷକୁ ଆମର ୨୫ରୁ ୩୦ଲକ୍ଷ ଟଙ୍କାର କାରବାର ହେଉଛି। ମୋ ନିଜର ୨.୫ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାର ସର୍ବତ ବିକ୍ରି ହୁଏ। ଯେଉଁ ଭଉଣୀମାନେ ଅଛନ୍ତି, ସେମାନେ ମଧ୍ୟ ଅଢ଼େଇ ଲକ୍ଷ - ତିନି ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରନ୍ତି। ଆମର ପ୍ରଡକ୍ଟ ବିକିବା ପାଇଁ ଏସ୍‌ଏସ୍‌ଜି ବି ଆମେ ଦେଇଥାଉ। ଆମକୁ ଏମିତି ପ୍ଲାଟଫର୍ମ ମିଳିଛି ସାର୍, ଆମ ପରି ଅସହାୟ ମହିଳାଙ୍କୁ ଯେପରି ଏକ ଛାତ ମିଳି ଯାଇଛି। ଆମକୁ ଲାଗୁଛି, ଆମେ କେଉଁଠାରୁ କେଉଁଠି ପହଞ୍ଚି ଯାଇଛୁ। ମୋ ସାଙ୍ଗରେ ଯେଉଁ ମହିଳାମାନେ ଯୋଡ଼ି ହୋଇଛନ୍ତି, ସେମାନେ ନିଜ ପିଲାଙ୍କୁ ଉପଯୁକ୍ତ ଶିକ୍ଷା ଦେଇପାରୁଛନ୍ତି ଏବଂ ଅନ୍ୟ ସୁଯୋଗ ଖୋଜିବାରେ ମଧ୍ୟ ଆମେ ସେମାନଙ୍କୁ ସାହାଯ୍ୟ କରୁଛୁ। ଆମ ସହିତ ଥିବା କେତେକ ମହିଳା ନିଜର ଆକ୍ଟିଭାରେ ମଧ୍ୟ ମାର୍କେଟିଂ କରିବାକୁ ଯାଆନ୍ତି, କିଏ ବ୍ୟାଙ୍କ କାମ କରିଥାଏ, କିଏ ସେଲିଂ କାମ କରିଥାଏ।   

ପ୍ରଧାନମନ୍ତ୍ରୀ- ସମସ୍ତ ଭଉଣୀଙ୍କର ଏବେ ନିଜ ନିଜ ଗାଡ଼ି ଅଛି।

ଲକ୍ଷପତି ଦିଦି-ହଁ ସାର୍, ମୁଁ ନିଜେ ବି ଏକ ଇକୋ ଗାଡ଼ି କିଣିଛି।

ପ୍ରଧାନମନ୍ତ୍ରୀ- ହଁ !

ଲକ୍ଷପତି ଦିଦି-ମୁଁ ଗାଡ଼ି ଚଳାଇ ଜାଣେ ନାହିଁ ସାର୍, ତେଣୁ ଯେତେବେଳେ ବି ବାହାରକୁ ଯିବାକୁ ପଡ଼େ, ସାଙ୍ଗରେ ଡ୍ରାଇଭର ନେଇ କି ଆଏ । ସାର୍ ଆଜି ତ ଆମର ଖୁସି ବହୁତ ବଢ଼ି ଯାଇଛି। ଆମର ଏକ ସ୍ୱପ୍ନ ଥିଲା। ଆମେ ତ ଆପଣଙ୍କୁ କେବଳ ଟିଭିରେ ଦେଖିଥାଉ। ବହୁତ ଭିଡ଼ ଭିତରେ ଆପଣଙ୍କର ଏକ ଝଲକ୍ ପାଇବା ପାଇଁ ଆମେ କେତେ ଚେଷ୍ଟା କରିଥାଉ। ଏବେ କିନ୍ତୁ ଆପଣ ଆମ ସାମ୍ନାରେ ବସିଛନ୍ତି। ଆମେ ଆପଣଙ୍କୁ ଏତେ ପାଖରୁ ଦେଖି ପାରୁଛୁ।  

ପ୍ରଧାନମନ୍ତ୍ରୀ-ଦେଖନ୍ତୁ, ଆପଣଙ୍କ ପ୍ରତ୍ୟେକ ଷ୍ଟଲକୁ ମୁଁ ଆଗରୁ ଆସିଛି। କେବେ ନା କେବେ ସେମିତି ସୁଯୋଗ ମିଳିଛି। ମୁଁ ମୁଖ୍ୟମନ୍ତ୍ରୀ ହୋଇଥାଏ ବା ପ୍ରଧାନମନ୍ତ୍ରୀ, ମୋ ଭିତରେ ସେମିତି କିଛି ଫରକ ନାହିଁ। ମୁଁ ସେମିତି ହିଁ ଅଛି।  

 

ଲକ୍ଷପତି ଦିଦି- ସାର୍, ଆପଣଙ୍କ ଯୋଗୁଁ ଆପଣଙ୍କ ଆଶୀର୍ବାଦରୁ ଏତେ କଠିନ ପରିସ୍ଥିତି ସତ୍ତ୍ୱେ ଆମେ ମହିଳାମାନେ ଆଜି ଏଠି ପହଞ୍ଚି ପାରିଛୁ ଓ ଲକ୍ଷପତି ଦିଦି ହୋଇପାରିଛୁ ସାର, ଏବଂ ଆଜି ମୋ ସହିତ ଯୋଡ଼ି ହୋଇଛନ୍ତି ….

ପ୍ରଧାନମନ୍ତ୍ରୀ- ଆଚ୍ଛା, ଆପଣ ଲକ୍ଷପତି ଦିଦି ହୋଇଗଲେଣି ବୋଲି ଗାଁ ଲୋକେ ଜାଣନ୍ତି କି ? 

ଲକ୍ଷପତି ଦିଦି-ହଁ ହଁ ସାର୍, ସମସ୍ତେ ଜାଣନ୍ତି। ଏଠିକୁ ଆସିବାର ଥିଲା ତ, ସମସ୍ତେ ଡରୁଥିଲେ କି ଆପଣଙ୍କ ନିକଟରେ ଗାଁର କୌଣସି ଅଭିଯୋଗ କରିବୁ ବୋଲି। ଲୋକମାନେ କହୁଥିଲେ କି ଦିଦି ଯାଆନ୍ତୁ, କିନ୍ତୁ କୌଣସି ଅଭିଯୋଗ କରିବେ ନାହିଁ।

ଲକ୍ଷପତି ଦିଦି-୨୦୨୩ରେ ଯେତେବେଳେ ଆପଣ ମିଲେଟ୍ ଇୟର୍, ଇଣ୍ଟରନ୍ୟାସନାଲ ମିଲେଟସ ଇୟର ଘୋଷଣା କଲେ, ଆମେ ଗାଁରେ ରହିଥିବାରୁ ଆମେ ଜାଣିପାରିଲୁ ଯେ, ୩୫ ଟଙ୍କାରେ ଆମେ ଯେଉଁ ବାଜରା କି ଯଅ ବିକ୍ରି କରୁଛୁ, ସେଥିରେ ଆମେ ଭ୍ୟାଲୁ ଆଡିସନ କରିପାରିବୁ। ଏହା ଦ୍ୱାରା ଲୋକେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇପାରିବେ ଓ ବ୍ୟବସାୟ ବି ହୋଇପାରିବ। ଆମେ ୩ଟି ଉତ୍ପାଦରୁ ଆରମ୍ଭ କରିଥିଲୁ। କୁକିଜ୍ ଥିଲା, ଖାଖରା ଥିଲା। ଗୁଜରାଟୀ ଖାଖରା ସଂପର୍କରେ ତ ଆପଣ ଜାଣିଛନ୍ତି।

ପ୍ରଧାନମନ୍ତ୍ରୀ-ଏବେ ଖାଖରା ତ ସାରା ଦେଶରେ ମିଳିଲାଣି।  

ଲକ୍ଷପତି ଦିଦି-ହଁ ସାର୍, ସାରା ଦେଶରେ ଖାଖରା ମିଳିଲାଣି।

ପ୍ରଧାନମନ୍ତ୍ରୀ-ଲୋକମାନେ ଯେତେବେଳେ ଶୁଣନ୍ତି କି ମୋଦୀଜୀ ମହିଳାମାନଙ୍କୁ ଲକ୍ଷପତି ଦିଦି କରିବାକୁ ଚାହୁଛନ୍ତି, ତ ଲୋକଙ୍କୁ କଣ ଲାଗେ।

ଲକ୍ଷପତି ଦିଦି-ସାର୍, ସତ କଥା କହିବି। ପ୍ରଥମେ ସେମାନଙ୍କୁ ଲାଗୁଥିଲା, ଏହା ମହିଳାଙ୍କ ପାଇଁ ପୁରାପୁରି ଅସମ୍ଭବ। ଲକ୍ଷପତି ଅର୍ଥ ହେଲା ଏକରେ ୫ଟି-୪ଟି ଶୂନ୍ ଲାଗିବ ଏବଂ ପୁରୁଷଙ୍କ ପକେଟରେ ହିଁ ଏମିତି ଲକ୍ଷ ଲକ୍ଷ ଟଙ୍କା ରହିବା ଉଚିତ। ଲୋକମାନେ ଏପରି ଭାବୁଥିଲେ। କିନ୍ତୁ ମୁଁ ତ କହୁଛି ସାର୍, ଆଜି ତ ଆମେ ଲକ୍ଷପତି ଦିଦି ହୋଇଛୁ। ଦୁଇ-ଚାରି ବର୍ଷରେ ଆମେ ଆଜିର ଦିନରେ ସମସ୍ତେ କୋଟିପତି ଦିଦି ଇଭେଣ୍ଟରେ ବସିଥିବୁ।     

ପ୍ରଧାନମନ୍ତ୍ରୀ-ଓ୍ୱାଃ ।

ଲକ୍ଷପତି ଦିଦି- ଏବଂ ଆମେ ଏହି ସ୍ୱପ୍ନ ସାକାର କରିବୁ। ଆପଣ ଆମକୁ ରାସ୍ତା ଦେଖାଇଛନ୍ତି, ଲକ୍ଷପତି ପର୍ଯ୍ୟନ୍ତ ଆପଣ ପହଞ୍ଚାଇଛନ୍ତି। ଏବେ ଆମେ କୋଟିପତି ହୋଇ ଆପଣଙ୍କୁ ଦେଖାଇବୁ। କହିବୁ-ସାର୍ ଆମେ କୋଟିପତି ହୋଇଗଲୁଣି। କୋଟିପତି ବ୍ୟାନର୍ ଲଗାନ୍ତୁ।  

 

ଲକ୍ଷପତି ଦିଦି-ମୁଁ ଏକ ଡ୍ରୋନ୍ ପାଇଲଟ, ମୁଁ ଡ୍ରୋନ୍ ଦିଦି । ମୋର ରୋଜଗାର ୨ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ଗଲାଣି।

 

ପ୍ରଧାନମନ୍ତ୍ରୀ-ମୁଁ ଜଣେ ଭଉଣୀଙ୍କୁ ଭେଟିଥିଲି। ସେ କହୁଥିଲେ, ସେ ସାଇକଲ୍ ଚଳାଇ ଜାଣନ୍ତି ନାହିଁ। କିନ୍ତୁ ଏବେ ଡ୍ରୋନ୍ ଉଡ଼ାଉଛନ୍ତି। 

ଲକ୍ଷପତି ଦିଦି-ଆମେ ଉଡ଼ାଜାହାଜ ତ ଉଡ଼ାଇ ପାରିବୁ ନାହିଁ। କିନ୍ତୁ ଡ୍ରୋନ ଉଡ଼ାଇ ପାଇଲଟ୍ ତ ହୋଇଗଲୁଣି।

ପ୍ରଧାନମନ୍ତ୍ରୀ-ପାଇଲଟ ହୋଇଗଲେଣି !

ଲକ୍ଷପତି ଦିଦି- ହଁ ସାର୍, ମୋ ଦିଅର ଓ ଅନ୍ୟମାନେ ତ ମତେ ପାଇଲଟ ବୋଲି ଡାକନ୍ତି। ମତେ ଭାଉଜ ବୋଲି ଡାକନ୍ତି ନାହିଁ। 

ପ୍ରଧାନମନ୍ତ୍ରୀ-ଆଚ୍ଛା, ପୁରା ପରିବାର ପାଇଁ ଆପଣ ପାଇଲଟ୍ ଦିଦି ହୋଇଗଲେଣି। 

ଲକ୍ଷପତି ଦିଦି-ପାଇଲଟ ହିଁ କହନ୍ତି, ଯେତେବେଳେ ସେମାନେ ଘରକୁ ଆସନ୍ତି, ମତେ ପାଇଲଟ୍ ବୋଲି ହିଁ ଡାକନ୍ତି।

ପ୍ରଧାନମନ୍ତ୍ରୀ-ଆଉ ଗାଁ ଲୋକେ ବି ?

ଲକ୍ଷପତି ଦିଦି-ହଁ, ସାରା ଗାଁର ଲୋକେ ମଧ୍ୟ ମତେ ପାଇଲଟ୍ ବୋଲି ଡାକନ୍ତି।

ପ୍ରଧାନମନ୍ତ୍ରୀ-ଆପଣ କେଉଁଠି ଟ୍ରେନିଂ ନେଇଥିଲେ।

ଲକ୍ଷପତି ଦିଦି- ମହାରାଷ୍ଟ୍ରର ପୁଣେରେ।

ପ୍ରଧାନମନ୍ତ୍ରୀ-ପୁଣେ ଯାଇ ତାଲିମ ନେଇଥିଲେ।

ଲକ୍ଷପତି ଦିଦି-ହଁ ସାର୍, ପୁଣେ ।

ପ୍ରଧାନମନ୍ତ୍ରୀ-ପରିବାର ଲୋକେ ଆପଣଙ୍କୁ ଯିବା ପାଇଁ ଅନୁମତି ଦେଇଥିଲେ ?

ଲକ୍ଷପତି ଦିଦି-ହଁ ଯିବାକୁ ଦେଇଥିଲେ।

ପ୍ରଧାନମନ୍ତ୍ରୀ-ଆଚ୍ଛା, ବହୁତ ବଢ଼ିଆ  

ଲକ୍ଷପତି ଦିଦି-ସେତେବେଳେ ମୋର ପୁଅ ବହୁତ ଛୋଟ ଥିଲା। ତାକୁ ଘରେ ଛାଡ଼ି ଯିବାକୁ ପଡିଥିଲା। ସେ ମତେ ଛାଡ଼ି ରହିପାରିବ କି ନାହିଁ ବୋଲି ମତେ ଡର ଲାଗୁଥିଲା।  

 

ପ୍ରଧାନମନ୍ତ୍ରୀ-ଆପଣଙ୍କ ପୁଅ ହିଁ ଆପଣଙ୍କୁ ଡ୍ରୋନ୍ ଦିଦି କରିଦେଇଛି।

ଲକ୍ଷପତି ଦିଦି-ହଁ ସାର୍, ତାର ବି ସ୍ୱପ୍ନ ଅଛି । ସେ କୁହେ-ମାଆ, ତୁମେ ତ ଡ୍ରୋନ୍ ପାଇଲଟ୍ ହୋଇଗଲା-ମୁଁ ଉଡ଼ାଜାହାଜର ପାଇଲଟ ହେବି।

ପ୍ରଧାନମନ୍ତ୍ରୀ-ଓ୍ୱାଃ … ଆଜି ଦେଶର ଗାଁ ଗାଁରେ ଡ୍ରୋନ ଦିଦି ନିଜର ଏକ ପରିଚୟ ସୃଷ୍ଟି କଲେଣି।

ଲକ୍ଷପତି ଦିଦି-ସାର୍, ସେଥିପାଇଁ ଆପଣଙ୍କୁ ମୁଁ ଧନ୍ୟବାଦ ଦେବାକୁ ଦେବାକୁ ଚାହୁଁଛି। କାହିଁକି ନା ଆପଣଙ୍କ ଡ୍ରୋନ୍ ଦିଦି ଯୋଜନା ପାଇଁ ହିଁ ଆଜି ମୁଁ ଲକ୍ଷପତି ଦିଦି ହୋଇପାରିଛି।

ପ୍ରଧାନମନ୍ତ୍ରୀ-ଘରେ ଆପଣଙ୍କ ସମ୍ମାନ ମଧ୍ୟ ବଢ଼ିଥିବ।

ଲକ୍ଷପତି ଦିଦି – ଆଜ୍ଞା ହଁ ।

ଲକ୍ଷପତି ଦିଦି-ଯେତେବେଳେ ମୁଁ ଆରମ୍ଭ କରିଥିଲି, ମୋ ସହିତ ୧୨ ଜଣ ଭଉଣୀ ଥିଲେ। ଏବେ ୭୫ ଜଣ ଅଛନ୍ତି।

ପ୍ରଧାନମନ୍ତ୍ରୀ-ସେମାନେ କେତେ ରୋଜଗାର କରୁଛନ୍ତି।

ଲକ୍ଷପତି ଦିଦି –ଆମର ରାଧାକୃଷ୍ଣ ମଣ୍ଡଳର କଥା କହିବି। ଭଉଣୀମାନେ ଏମ୍ୱ୍ରୋଡରି ଓ ପଶୁପାଳନ ଦୁଇଟି ଯାକ କାମ କରନ୍ତି। ୧୨ ମାସରେ ୯.୫-୧୦ ଲକ୍ଷ ଟଙ୍କା ରୋଜଗାର ହୋଇଯାଏ।

ପ୍ରଧାନମନ୍ତ୍ରୀ- ୧୦ ଲକ୍ଷ ଟଙ୍କା !

ଲକ୍ଷପତି ଦିଦି-ହଁ, ଏତିକି ରୋଜଗାର କରନ୍ତି।

ଲକ୍ଷପତି ଦିଦି-ସାର୍, ମୁଁ ୨୦୧୯ରେ ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେବା ପରେ, ମୁଁ ବରୋଦା ଆତ୍ମନିଯୁକ୍ତି ସଂସ୍ଥାନରୁ ବ୍ୟାଙ୍କ ସଖୀ ଭାବେ ଟ୍ରେନିଂ ନେଇଥିଲି।

ପ୍ରଧାନମନ୍ତ୍ରୀ-ଦିନକୁ କେତେ ଟଙ୍କାର କାରବାର ହୁଏ।

ଲକ୍ଷପତି ଦିଦି-ସାର୍, ଦିନକୁ ଦେଢ଼ ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର ମୁଁ ବ୍ୟାଙ୍କରେ କରେ। ଏହା ଛଡ଼ା ଘରେ ମଧ୍ୟ ଏହି କାମ କରେ ସାର୍।

ପ୍ରଧାନମନ୍ତ୍ରୀ-ଆପଣଙ୍କ ଉପରେ ଚାପ ପଡ଼େନି ?

ଲକ୍ଷପତି ଦିଦି –କିଛି ଅସୁବିଧା ନାହିଁ ସାର୍, ଏକ ଛୋଟ୍ ବ୍ୟାଙ୍କ ଧରି ମୁଁ ବୁଲେ।

ପ୍ରଧାନମନ୍ତ୍ରୀ-ହଁ !

ଲକ୍ଷପତି ଦିଦି – ହଁ, ସାର୍ ।

ପ୍ରଧାନମନ୍ତ୍ରୀ- ତ ଆପଣ ବ୍ୟାଙ୍କ ସହିତ ମାସକୁ କେତେ ଟଙ୍କାର କାରବାର କରନ୍ତି।

ଲକ୍ଷପତି  ଦିଦି-ମାସକୁ ବ୍ୟାଙ୍କ ସହିତ ୪ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋର କାରବାର ହୋଇଥାଏ।

ପ୍ରଧାନମନ୍ତ୍ରୀ-ଏହାର ଅର୍ଥ ଏବେ ଲୋକେ ବ୍ୟାଙ୍କ ଉପରେ ଅଧିକ ଭରସା କରୁଛନ୍ତି ଏବଂ ଲୋକେ ଭାବନ୍ତି-ଆପଣ ଆସିଲେ ମାନେ ବ୍ୟାଙ୍କ ଆସିଗଲା।  

 

ଲକ୍ଷପତି ଦିଦି-ହଁ, ସାର୍ ।

ଲକ୍ଷପତି ଦିଦି-ସାର୍, ମୁଁ ନିଜ ମନରେ ଆପଣଙ୍କୁ ମୋର ଗୁରୁ ବୋଲି ମାନିଛି। ଆଜି ମୁଁ ଯେଉଁ ଲକ୍ଷପତି ଦିଦି ହୋଇପାରିଛି, ଏହା ପଛରେ ରହିଛି ଆପଣଙ୍କର ପ୍ରେରଣା। ଆପଣଙ୍କ ପ୍ରେରଣାରୁ ମୁଁ ଆଗକୁ ଯାଇପାରିଛି ଓ ଆଜି ଏହି ମଞ୍ଚରେ ବସି ପାରିଛି। ମତେ ଲାଗୁଛି ମୁଁ ଏକ ସ୍ୱପ୍ନ ଦେଖୁଛି କି ଆମେ ଲକ୍ଷପତି ହୋଇଗଲୁଣି। ଅନ୍ୟ ଭଉଣୀମାନଙ୍କୁ ମଧ୍ୟ ଲକ୍ଷପତି କରିବାକୁ ଆମର ସ୍ୱପ୍ନ ଅଛି। ଏହି ସଖୀ ମଣ୍ଡଳକୁ ଆସି ଆମର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ହୋଇଛି, ସାର୍ । ଦିନେ ମସୁରୀର ଲାଲବାହାଦୁର ଶାସ୍ତ୍ରୀ ଏକାଡେମୀରୁ ଜଣେ ମ୍ୟାଡମ ଆସିଥିଲେ। ତାଙ୍କ ନାଁ ରାଧା ବେନ୍ ରସ୍ତୋଗୀ। ସେ ମୋର ଦକ୍ଷତା ଦେଖିଲେ ଓ ପଚାରିଲେ କି ମୁଁ ମସୁରୀ ଯିବାକୁ ଚାହୁଁଛି କି। ମୁଁ ରାଜି ହୋଇ ମସୁରୀ ଯାଇଥିଲି। ସେଠାରେ ମୁଁ ୫୦ ଜଣ କିଚେନ ଷ୍ଟାଫଙ୍କୁ ଗୁଜରାଟୀ ରୋଟଲା-ବାଜରା, ଯଅରୁ ଗୁଜରାଟୀ ରୋଟି କିପରି ତିଆରି କରାଯାଏ, ତାର ଟ୍ରେନିଂ ଦେଲି। ସେଠାକାର ଗୋଟିଏ କଥା ମତେ ବହୁତ ଭଲ ଲାଗିଲା। ସମସ୍ତେ କହୁଥିଲେ କି ରୀତା ବେନ୍ ଗୁଜରାଟରୁ ଆସିଛନ୍ତି, ନରେନ୍ଦ୍ ମୋଦୀଙ୍କ ମାଟିରୁ ଆସିଛନ୍ତି। ଗୁଜରାଟୀ ମହିଳା ଭାବେ ମତେ ବହୁତ ଗର୍ବ ଲାଗୁଥିଲା। ଏମିତି ସମ୍ମାନ ମିଳିବା ମୋ ପାଇଁ ସବୁଠୁ ବଡ଼ ଗର୍ବର କଥା।

ପ୍ରଧାନମନ୍ତ୍ରୀ-ଏବେ ଆପଣମାନେ ଅନ୍‌ଲାଇନ୍‌ ବ୍ୟବସାୟରେ ପ୍ରବେଶ କରନ୍ତୁ। ମୁଁ ସରକାରଙ୍କୁ କହିବି, ଆପଣମାନଙ୍କୁ ସହାୟତା କରିବେ। ଏହାକୁ ଅପଗ୍ରେଡ୍ କରିବା ଉଚିତ। ଏତେ ସଂଖ୍ୟକ ଭଉଣୀଙ୍କୁ ଆମେ ଯୋଡ଼ିଛୁ, ଏତେ ଭଉଣୀ ରୋଜଗାର କରୁଛନ୍ତି, ତୃଣମୂଳସ୍ତରରେ ରହି ରୋଜଗାର କରୁଛନ୍ତି। କାରଣ ସାରା ଦୁନିଆ ଜାଣିବା ଉଚିତ ଯେ, ଭାରତୀୟ ମହିଳାମାନେ କେବଳ ଘରର କାମ କରନ୍ତି ବୋଲି ସେମାନେ ଯେଉଁ ଭାବୁଛନ୍ତି, ତାହା ଠିକ୍ ନୁହେଁ, ମହିଳାମାନେ ଭାରତର ଆର୍ଥିକ ଶକ୍ତି ହେଲେଣି।  ଏବେ ଭାରତର ଆର୍ଥିକ ସ୍ଥିତିକୁ ନେଇ ଗ୍ରାମାଞ୍ଚଳର ମହିଳା ବହୁତ ବଡ଼ ଭୂମିକା ତୁଳାଉଛନ୍ତି। ଦ୍ୱିତୀୟରେ, ମୁଁ ଦେଖିଛି, ଆମର ମହିଳାମାନେ ତୁରନ୍ତ ଟେକ୍ନୋଲଜି ଶିଖି ଯାଉଛନ୍ତି। ନିଜ ଅଭିଜ୍ଞତାରୁ ମୁଁ କହୁଛି, ଜଣେ ଦିଦିଙ୍କୁ ଡ୍ରୋନ୍ ପାଇଲଟ ଭାବେ ଟ୍ରେନିଂ ଦିଆଯାଉଥିଲା, ତିନି ଚାରି ଦିନ ଭିତରେ ସେ ଡ୍ରୋନ ଚଳାଇବା ଶିଖିଗଲେ। ଏତେ ଶୀଘ୍ର ସେ ଶିଖିଗଲେ, ମନ ଲଗାଇ ସେ ଅଭ୍ୟାସ ବି କରୁଥିଲେ। ଆମର ଏଠି ସ୍ୱାଭାବିକ ଭାବେ ମାଆମାନେ-ଭଉଣୀମାନେ ପାଖରେ ସଂଘର୍ଷ କରିବାର ସାମର୍ଥ୍ୟ ଅଛି, ସୃଜନ କରିବାର ସାମର୍ଥ୍ୟ ଅଛି, ସଂସ୍କାର କରିବାର କ୍ଷମତା ଅଛି, ସଂପତ୍ତି କରିବାର ସାମର୍ଥ୍ୟ ଅଛି। ଅର୍ଥାତ୍ ଏମାନଙ୍କ ପାଖରେ ଏତେ ବଡ଼ ଶକ୍ତି ଅଛି ଯେ, ଆମେ ତାହାର କଳ୍ପନା କରିପାରିବା ନାହିଁ। ମୁଁ ଭାବୁଛି, ମହିଳାଙ୍କ ଏହି ସାମର୍ଥ୍ୟରୁ ଦେଶକୁ ବହୁତ ଲାଭ ମିଳିବ।   

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Children's future won't be compromised': PM Modi hails anti-paper leak Bill in new late-night video

Media Coverage

'Children's future won't be compromised': PM Modi hails anti-paper leak Bill in new late-night video
NM on the go

Nm on the go

Always be the first to hear from the PM. Get the App Now!
...
PM to visit Andhra Pradesh and Karnataka on 1 August
July 31, 2026
PM to lay the foundation stone, inaugurate and dedicate to the nation multiple development projects worth over ₹17,900 crore in Bhogapuram in Vizianagaram, Andhra Pradesh
PM to inaugurate the Alluri Sitarama Raju International Airport at Bhogapuram
State-of-the-Art Greenfield Airport developed at cost of ₹5,640 crore, to strengthen Air Connectivity and drive Regional Growth
Airport Terminal Design Inspired by Andhra Pradesh's Chuttilu Cottages, Araku Valley and the Flying Fish
PM to lay Foundation Stone of Andhra Pradesh's First Semiconductor Manufacturing Facility
PM to inaugurate the Swami Vivekananda Cultural Youth Centre - Viveka Smaraka at Sri Ramakrishna Ashrama in Mysuru
Viveka Smaraka commemorates Swami Vivekananda's historic visit to Mysuru in November 1892
Viveka Smaraka to Inspire Youth Through Value-Based Education, Leadership and Personality Development

Prime Minister Shri Narendra Modi will visit Andhra Pradesh and Karnataka on 1 August 2026. At around 11 AM, the Prime Minister will undertake a walk-through of the passenger terminal building of Alluri Sitarama Raju International Airport at Bhogapuram in Vizianagaram district, Andhra Pradesh. At around 11:30 AM, he will inaugurate the airport and lay the foundation stone, inaugurate and dedicate to the nation multiple development projects worth over ₹17,900 crore in Bhogapuram. He will address the gathering on the occasion. Thereafter, at around 3:30 PM, the Prime Minister will inaugurate the Swami Vivekananda Cultural Youth Centre - Viveka Smaraka at Sri Ramakrishna Ashrama in Mysuru. He will also address the gathering on the occasion

PM in Andhra Pradesh

Prime Minister Shri Narendra Modi will inaugurate the Alluri Sitarama Raju International Airport at Bhogapuram, Andhra Pradesh. Developed under the Public-Private Partnership (PPP) mode at a cost of over ₹5,640 crore, the Greenfield airport has been designed to handle 6 million passengers annually.

The passenger terminal building has been designed to provide a modern, seamless and efficient travel experience. The airport incorporates advanced infrastructure, cutting-edge technologies and sustainable features to enhance operational efficiency and meet future aviation requirements.

The airport has been equipped with advanced technologies such as Artificial Intelligence (AI), Building Information Modelling (BIM), Airside 4.0 technologies, Airport Predictive Operations Centre (APOC), biometric passenger processing, automated baggage handling systems and intelligent operational monitoring solutions. These systems are expected to enhance operational efficiency, improve passenger convenience and safety, and optimise resource utilisation.

The project incorporates several sustainability features, including energy-efficient heating, ventilation and air conditioning (HVAC) systems, energy-efficient lighting, a 5 MW solar power plant, rainwater harvesting, smart building management systems, waste management initiatives, electric vehicle charging infrastructure, and environmental monitoring measures. The terminal has been designed in accordance with Green Building Standards and is registered with the U.S. Green Building Council (USGBC).

The airport's architectural design draws inspiration from the cultural heritage of Andhra Pradesh. The terminal's roof profile reflects the traditional Chuttilu cottages and the landscapes of the Araku Valley, while its flowing form symbolises the graceful movement of a flying fish, blending regional architectural elements with contemporary airport design. The airport is expected to provide a significant boost to tourism, trade, investment and employment generation in Andhra Pradesh while strengthening air connectivity in the region.

Prime Minister will lay the foundation stone of the ASIP Semiconductor Project at Visakhapatnam, being developed with an investment of over ₹460 crore. The facility is being developed by ASIP Technologies Pvt Ltd in partnership with APACT, Republic of Korea. It is Andhra Pradesh's first semiconductor manufacturing facility approved under the India Semiconductor Mission. The facility will manufacture around 96 million semiconductor chips annually and create high-skilled employment opportunities, while also fostering a robust ancillary ecosystem to support semiconductor manufacturing.

Prime Minister will lay the foundation stone for the Transmission System for Integration of Kurnool-IV Renewable Energy Zone (REZ) - Phase-I (4.5 GW), being implemented by POWERGRID through a Special Purpose Vehicle (SPV), with an investment of about ₹5,550 crore.

Prime Minister will also inaugurate the Transmission System for Kurnool Wind Energy Zone / Solar Energy Zone (Andhra Pradesh) – Part A & Part B, implemented at a cost of around ₹3,550 crore, and the Transmission Scheme for Solar Energy Zone in Ananthapuram (2,500 MW) and Kurnool (1,000 MW), implemented by POWERGRID at a cost of over ₹820 crore.

These transmission projects will enable the evacuation of power generated from the renewable energy zones in Kurnool and Ananthapuram and the transmission of power to beneficiaries across the country through the National Grid. They will facilitate the integration of a large quantum of renewable energy into the grid, improve the availability of clean power for demand centres, and contribute to India's energy transition and decarbonisation efforts by reducing dependence on fossil fuel-based power generation.

Prime Minister will dedicate to the nation and lay the foundation stone of National Highway projects worth over ₹1,880 crore. The projects to be dedicated include the four-lane access-controlled Greenfield highway from Recherla to Guruvaygudem section of NH-365BG, the four-lane access-controlled Greenfield highway from Guruvaygudem to Devarapalle section of NH-365BG, and the four-lane Tadipatri Bypass on NH-67. Prime Minister will also lay the foundation stone of the high-level bridge at Lingasamudram on the Penchalakona–Yerpedu section of NH-565. These projects will ease congestion in Vijayawada and several other cities, improve road safety, reduce travel distance and travel time between Visakhapatnam and Hyderabad, and promote regional connectivity.

PM in Karnataka

Prime Minister Shri Narendra Modi will inaugurate the Swami Vivekananda Cultural Youth Centre - Viveka Smaraka at Mysuru, Karnataka.

The Viveka Smaraka commemorates Swami Vivekananda's historic visit to Mysuru in November 1892 during his journey across India. During his stay, he delivered discourses, interacted with scholars and devotees, and received the patronage of Maharaja Sri Chamarajendra Wadiyar X, whose support enabled his journey to the Parliament of Religions in Chicago in 1893.

Established at the historic Niranjana Math, the Viveka Smaraka is spread across a built-up area of over 81,000 square feet and comprises a main building and an annex block. It houses a 4-D Experience Centre, an exhibition hall, an amphitheatre with a seating capacity of around 700, classrooms, conference rooms, a library, a reading room, a meditation and yoga hall, and a book stall. The centre also includes dedicated facilities for students preparing for competitive examinations.

Dedicated to the life, message and ideals of Swami Vivekananda, the Cultural Youth Centre aims to serve as a vibrant hub for value-based education, leadership development and personality building. It is expected to benefit more than 10,000 students from nearby educational institutions, as well as urban and rural youth, through lectures, workshops, short-term courses and capacity-building programmes inspired by Swami Vivekananda's philosophy of nation-building and character development.