“ନୂତନ ଜାତୀୟ ଶିକ୍ଷା ନୀତି ନୂତନ ଶତାବ୍ଦୀ ପାଇଁ ଭାରତର ଯୁବଗୋଷ୍ଠୀ ପ୍ରସ୍ତୁତ କରୁଛି”
“ନିଜର ରୁଚି ଅନୁସାରେ ନୂତନ ସୁଯୋଗ ଯେପରି ପ୍ରତ୍ୟେକ ଯୁବକ-ଯୁବତୀ ପାଇବେ ସେଥିପାଇଁ କେନ୍ଦ୍ର ଓ ଉତ୍ତରାଖଣ୍ଡ ସରକାର ନିରବଚ୍ଛିନ୍ନ ଉଦ୍ୟମ କରୁଛନ୍ତି”
“ଏପର୍ଯ୍ୟନ୍ତ ଦେଶରେ ୩୮କୋଟି ଟଙ୍କାର ମୁଦ୍ରା ଋଣ ପ୍ରଦାନ କରାଯାଇଛି, ପ୍ରଥମଥର ନିମନ୍ତେ ପ୍ରାୟ ଆଠ କୋଟି ଯୁବକ ଯୁବତୀ ଉଦ୍ୟୋଗ ପତି ହୋଇପାରିଛନ୍ତି”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୦.୦୨. ୨୦୨୩) ଉତ୍ତରାଖଣ୍ଡ ରୋଜଗାର ମେଳାକୁ ଆଭାସୀ ଜରିଆରେ ସମ୍ବୋଧିତ କରିଛନ୍ତି ।

ନମସ୍କାର!

ଦେଭୂମି ଉତ୍ତରାଖଣ୍ଡର ଯୁବ ସାଥୀମାନଙ୍କୁ ରୋଜଗାର ମେଳା ପାଇଁ ବହୁତ ବହୁତ ଶୁଭେଚ୍ଛା । ଯେଉଁମାନଙ୍କୁ ଆଜି ନିଯୁକ୍ତିପତ୍ର ମିଳୁଛି, ସେମାନଙ୍କ ପାଇଁ ଆଜି ନୂତନ ଶୁଭାରମ୍ଭ କରିବାର ଅବସର ଅଟେ । ଏହାଦ୍ୱାରା ନିଶ୍ଚିତ ଭାବରେ ଆପଣଙ୍କ ଜୀବନ, ଆପଣଙ୍କ ପରିବାରର ଜୀବନରେ ପରିବର୍ତ୍ତନ ଆସିବ । କିନ୍ତୁ ଯେଉଁ ସେବାରେ ଆଜି ଆପଣ ପ୍ରବେଶ କରୁଛନ୍ତି, ତାହା କେବଳ ଆପଣଙ୍କ ଜୀବନ ପରିବର୍ତ୍ତନ ହେବ ନାହିଁ ବରଂ ବ୍ୟାପକ ପରିବର୍ତ୍ତନର ମାଧ୍ୟମ ଅଟେ । ଆପଣ ସେବା ଭାବର ସହିତ ଆପଣଙ୍କ ରାଜ୍ୟ ଏବଂ ଦେଶର ବିକାଶ ଏବଂ ବିଶ୍ୱାସର ପ୍ରୟାସରେ ଆପଣ ଆପଣଙ୍କର ପୂର୍ଣ୍ଣ ମାତ୍ରାରେ ଯୋଗଦାନ ଦେବାକୁ ହେବ । ଆପଣମାନଙ୍କ ମଧ୍ୟରେ ଅଧିକାଂଶ ସାଥୀ ନିଶା କ୍ଷେତ୍ରରେ ସେବା ଦେବାକୁ ଯାଉଛନ୍ତି । ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତିର ମାଧ୍ୟମରେ ଭାରତର ଯୁବଗୋଷ୍ଠୀଙ୍କୁ ନୂତନ ଶତାବ୍ଦୀ ପାଇଁ ପ୍ରସ୍ତୁତ କରିବାର ସଂକଳ୍ପ ଆମେ ନେଇଛୁ, ଉତ୍ତରାଖଣ୍ଡରେ ଏହି ସଂକଳ୍ପକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ଆପଣଙ୍କ ଭଳି ଯୁବଗୋଷ୍ଠୀମାନଙ୍କ କାନ୍ଧ ଉପରେ ରହିଛି ।

ସାଥୀମାନେ,

କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ପୁଣି ଉତ୍ତରାଖଣ୍ଡର ଭାଜପା ସରକାର, ଆମର ଏହି ନିରନ୍ତର ପ୍ରୟାସ ହେଉଛି ଯେ ପ୍ରତ୍ୟକ ଯୁବକଙ୍କୁ ତାଙ୍କର ରୁଚି ଅନୁସାରେ, ଯୋଗ୍ୟତା ଅନୁସାରେ ନୂତନ ସୁଯୋଗ ମିଳୁ, ସମସ୍ତଙ୍କୁ ଆମଗୁ ବଢ଼ିବାକୁ ଉଚିତ ମାଧ୍ୟମ ମିଳୁ । ସରକାରୀ ସେମାନଙ୍କର ନିଯୁକ୍ତି ପାଇବାର ଏହି ଅଭିଯାନ ମଧ୍ୟ ଏହି ଦିଗରେ ରଖାଯାଇଥିବା ଏକ ପଦକ୍ଷେପ ଅଟେ । ଗତ କିଛି ମାସରେ କେନ୍ଦ୍ର ସରକାର ଦେଶରେ ଲକ୍ଷ ଲକ୍ଷ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି । ସମଗ୍ର ଦେଶରେ ଯେଉଁଠାରେ ମଧ୍ୟ ଭାଜପା ସରକାର ଅଛନ୍ତି, କେନ୍ଦ୍ରଶାସିତ ଅଞ୍ଚଳ ରହିଛି, ସେଠାରେ ମଧ୍ୟ ବଡ଼ ଆକାରରେ ଏହି ପ୍ରକାରର ଅଭିଯାନ କରାଯାଉଛି । ମୋତେ ଖୁସି ଲାଗୁଛି ଯେ ଆଜି ଏଥିରେ ଉତ୍ତରାଖଣ୍ଡ ମଧ୍ୟ ଯୋଡ଼ି ହୋଇଯାଉଛି ।

ସାଥୀମାନେ,

ଆମକୁ ସେହି ପୁରୁଣା ଧାରଣାକୁ ପରିବର୍ତ୍ତନ କରିବାକୁ ହେବ ଯେ ପାହାଡ଼ର ପାଣି ଓ ପାହାଡ଼ର ଯୌବନ କେବେ କାମରେ ଆସି ନ ଥାଏ । ଏହି ଜିନିଷ ଆମକୁ ପରିବର୍ତ୍ତନ କରିବାକୁ ହେ, ସେଥିପାଇଁ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ରହିଛି ଯେ ଉତ୍ତରାଖଣ୍ଡର ଯୁବଗୋଷ୍ଠୀ ନିଜ ଗାଁକୁ ଫେରି ଆସନ୍ତୁ । ଏଥିପାଇଁ ପାହାଡ଼ରେ ରୋଜଗାର ଏବଂ ସ୍ୱରୋଜଗାରର ନୂତନ ଅବସର କରାଯାଉଛି । ଆଜି ଆପଣ ଦେଖନ୍ତୁ, ଏତେ ସଡ଼କ ତିଆରି କରାଯାଉଛି, ରେଳ ଲାଇନ ବିଛାଯାଉଛି । ଅର୍ଥାତ ଉତ୍ତରାଖଣ୍ଡରେ ଭିତ୍ତିଭୂମି କ୍ଷେତ୍ରରେ ଏତେ ପରିମାଣରେ ବିନିଯୋଗ କରାଯାଉଛି । ଏହାଦ୍ୱାରା ଦୂର ସୁଦୂରର ଗାଁ ପର୍ଯ୍ୟନ୍ତ ଯିବା-ଆସିବାରେ ସୁବିଧା ନିଶ୍ଚୟ ହୋଇଯିବ, ଏହାଦ୍ୱାରା ବହୁ ସଂକ୍ୟାରେ ରୋଜଗାର ମଧ୍ୟ ହୋଇପାରିବ । ନିର୍ମାଣ କାର୍ଯ୍ୟରେ ଥିବା ଶ୍ରମିକ ହୁଅନ୍ତୁ, ଇଞ୍ଜିନିୟର ହୁଅନ୍ତୁ କିମ୍ବା ପୁଣି ସାମଗ୍ରୀ ଉଦ୍ୟୋଗ ହେଉ, ଦୋକାନ ହେଉ, ପ୍ରତ୍ୟକ ସ୍ଥାନରେ କାମ କରିବାକୁ ସୁଯୋଗ ବୃଦ୍ଧି ପାଉଛି । ପରିବହନ କ୍ଷେତ୍ରରେ ମଧ୍ୟ ଚାହିଦା ବଢ଼ିବା ଦ୍ୱାରା ଯୁବଗୋଷ୍ଠୀଙ୍କୁ ନୂଆ ସୁଯୋଗ ମିଳିପାରୁଛି । ପୂର୍ବେ ଏହି ରୋଜଗାର ପାଇଁ ମଧ୍ୟ ଉତ୍ତରାଖଣ୍ଡର ମୋର ଗ୍ରାମାଞ୍ଚଳର ନୂଆ ଯୁବକମାନଙ୍କୁ ଆମର ପୁଅ ଝିଅମାନଙ୍କୁ ସହରାଭିମୁଖୀ ହେବାକୁ ପଡୁଥିଲା । ଗାଁ-ଗାଁରେ ଇଣ୍ଟରନେଟ ସେବା, ଡିଜିଟାଲ ସେବା ଦେଉଥିବା କମନ ସର୍ଭିସ ସେଣ୍ଟରରେ ମଧ୍ୟ ହଜାର ହଜାର ଯୁବକ ଆଜି କାମ କରୁଛନ୍ତି ।

ସାଥୀମାନେ,

ଯେଭଳି ଭାବରେ ଉତ୍ତରାଖଣ୍ଡର ଦୂର-ସୁଦୂର ଅଞ୍ଚଳଗୁଡ଼ିକୁ ସଡ଼କ, ରେଳ ଏବଂ ଇଣ୍ଟରନେଟର ସଂଯୋଗୀକରଣ କରାଯାଉଛି, ସେହିଭଳି ଭାବରେ ପର୍ଯ୍ୟଟନ ମାନଚିତ୍ରରେ ଦେଖିବାକୁ ମିଳୁଛି । ଏହାଦ୍ୱାରା ଉତ୍ତରାଖଣ୍ଡର ଯୁବଗୋଷ୍ଠୀଙ୍କୁ ସେଠାରେ ରୋଜଗାର ଘର ନିକଟରେ ମିଳିପାରୁଛି, ଯେଉଁଥିପାଇଁ ପୂର୍ବେ ବଡ଼ ସହରର ରୂପରେଖ କରୁଥିଲେ । ମୁଦ୍ରା ଯୋଜନା ପର୍ଯ୍ୟଟନରେ ରୋଜଗାର ଏବଂ ସ୍ୱରୋଜଗାରକୁ ପ୍ରୋତ୍ସାହନ ଦେବାରେ ବହୁତ ସାହାଯ୍ୟ କରାଯାଉଛି । ଏହାଦ୍ୱାରା ଦୋକାନ, ଢାବା, ଅତିଥିଭବନ, ହୋମ ଷ୍ଟେ, ଏଭଳି ବ୍ୟବସାୟ କରୁଥିବା ସାଥୀମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ଗ୍ୟାରେଣ୍ଟିରେ ମିଳିପାରୁଛି । ସମଗ୍ର ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୮ କୋଟି ମୁଦ୍ରା ଋଣ ଦିଆଯାଇସାରିଛି । ଏହି ଋଣ ପାଇ ପ୍ରାୟ ୮ କୋଟି ଯୁବକ, ପ୍ରଥମ ଥର ଉଦ୍ୟୋଗୀ ହୋଇପାରିଛନ୍ତି । ଏଥିରେ ମହିଳାମାନେ, ଏସସି/ଏସଟି/ଓବିସି ବର୍ଗର ଯୁବ ସାଥୀମାନଙ୍କ ଭାଗିଦାରୀ ସବୁଠାରୁ ଅଧିକ ରହିଛି, ଉତ୍ତରାଖଣ୍ଡର ହଜାର ହଜାର ସାଥୀ ମଧ୍ୟ ଏହାର ଲାଭ ପାଇ ପାରିଛନ୍ତି ।

ସାଥୀମାନେ,

ଭାରତର ଯୁବକମାନଙ୍କ ପାଇଁ ଅଦ୍ଭୁତ ସମ୍ଭାବନାର ଅମୃତ କାଳ ଅଟେ । ଆପଣଙ୍କୁ ଏହାକୁ ନିଜର ସେବା ମାଧ୍ୟମରେ ନିରନ୍ତର ଭାବେ ଆଗକୁ ନେବାକୁ ହେବ । ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ଏବଂ ଆଶା କରୁଛି ଯେ ଆପଣ ଉତ୍ତରାଖଣ୍ଡକୁ ଭଲ କରି ଗଢ଼ି ତୋଳିବାକୁ ଯୋଗଦାନ ଦେବେ ଏବଂ ଏହାଦ୍ୱାରା ମଧ୍ୟ ଆମ ଦେଶ ମଧ୍ୟ ସଶକ୍ତ ହେବ, ସମର୍ଥ ହେବ, ସମୃଦ୍ଧ ହେବ ।

ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Follower to leader: India's AI application shifts reshape tech landscape

Media Coverage

Follower to leader: India's AI application shifts reshape tech landscape
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Mr. Péter Magyar on election victory in Hungary
April 13, 2026

Prime Minister Shri Narendra Modi today extended his heartiest congratulations to Mr. Péter Magyar and the Tisza Party on their resounding election victory.

The Prime Minister remarked that India and Hungary are bound by a deep-rooted friendship, shared values, and enduring mutual respect. Shri Modi stated that he looks forward to working closely with Mr. Magyar to further strengthen bilateral cooperation between the two nations and advancing the vital India-EU Strategic Partnership for the shared prosperity and well-being of the people of both regions.

The Prime Minister wrote on X:

"Heartiest congratulations to Mr. Péter Magyar and the Tisza Party on your resounding election victory. India and Hungary are bound by deep-rooted friendship, shared values and enduring mutual respect. I look forward to working closely with you to further strengthen our bilateral cooperation and to advance the vital India-EU Strategic Partnership for the shared prosperity and well-being of our peoples.

@magyarpeterMP "